From e96ec9b4ab4353abc17eca6798ff7a7d3b2f3f56 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:12:27 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_56 | 44 +++++++++++++++++++ 1 file changed, 44 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_56 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_56 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_56 new file mode 100644 index 0000000..46c3de6 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_56 @@ -0,0 +1,44 @@ +କବିତାରେ ବିଷୟ ବିଚାର +- ଗୋବିନ୍ଦ ତ୍ରିପାଠୀ +ତା: ମେ ୨୬, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +କବି କଳ୍ପିତ ବିଷୟରେ ନିଜର ପୂର୍ଣ୍ଣ ବିଶ୍ବାସ ସମ୍ବନ୍ଧେ ଆମ୍ଭମାନଙ୍କ ମନରେ ଯଦି ଧ୍ରୁବ ଧାରଣ ଆଣିପାରେ, ତା’ହେଲେ ଯେକୌଣସି ଉପସଂହାରରେ ଉପନୀତ ହେଉପଛକେ, ସେଥିରେ ବିଶେଷ କିଛି ଯାଏଆସେ ନାହିଁ । +କବିର ଧର୍ମ ବଡ଼ କଥା ନୁହେଁ, କିନ୍ତୁ ସେହି ଧର୍ମ ସମ୍ବନ୍ଧରେ ତା’ଦ୍ବାରା ବିଶ୍ବାସ ଓ ଅନୁରାଗ କବିତାର ପ୍ରଧାନ ଆଲୋଚ୍ୟ ବିଷୟ । +ଏଇ ହେଲା ବିଲାତରେ ଜଣେ ଆଧୁନିକ ଖ୍ୟାତନାମା ସମାଲୋଚକ (Drank Water)ଙ୍କର ମତ । +ମୋର ବିଶ୍ବାସ, କବିତାର ସମାଲୋଚନା କରିବାକୁ ଗଲାବେଳେ ଏହି ସତ୍ୟଟି ପ୍ରତ୍ୟେକ ସମାଲୋଚକ ମନେରଖିବା ଉଚିତ୍‌ । + କବିକୁ ଧରି ବାନ୍ଧି ତୁମର ନିଜ ମତକୁ ଟାଣିଆଣିବା ଏବଂ ତୁମ୍ଭର ନିଜର ମତ ଓ ରୁଚି ଅନୁସାରେ କବିତାର ସମାଲୋଚନା କରିବା, କେତେଜଣ ସିଦ୍ଧହସ୍ତ ଆଲୋଚକଙ୍କ ପକ୍ଷରେ ସମ୍ଭବ ଓ ସୁନ୍ଦର ହୋଇପାରେ, କିନ୍ତୁ ସେଭଳି ବ୍ୟକ୍ତି ଅଛନ୍ତି କେତେ ଜଣ ? +ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ଏହି ରୂପରେ ସମାଲୋଚନାର ବିଶେଷ ପ୍ରାଦୁର୍ଭାବ । +କେତେକଙ୍କ ମନରେ ଯେଉଁ କବିତା ବା ଲେଖାରେ ‘ଧ୍ବଂସ’, ‘ପ୍ରଳୟ’, ‘ସାମାଜିକ ବିପ୍ଳବ’ ଏବଂ ‘ଅନ୍ଧବିଶ୍ବାସର ସଂସ୍କାର ନିମନ୍ତେ ଉଚ୍ଛୃଙ୍ଖଳ ଆହ୍ବାନ’ ନାହିଁ- ତାହା କବିତା ନୁହେଁ । +ପୁଣି ଆଉ କେତେକ କହନ୍ତି, ଯାହା ପୁରାତନ, ଯାହା ପରମ୍ପରାଗତ କବି ଜୀବନର ଅବଲମ୍ବନ, ତାହା ହିଁ କବିତା । +ଏ ଧାରଣା ଯେ ଭ୍ରାନ୍ତ- ତାହାର ପ୍ରକୃଷ୍ଟ ପ୍ରମାଣ ସାହିତ୍ୟକମାନେ ପାଇବେ, ସମ୍ପାଦକମାନଙ୍କର ସତ୍ୟର ଗୋପନ ନିମନ୍ତେ ଉଦ୍‌ଭ୍ରାନ୍ତ ପ୍ରଚେଷ୍ଟାରେ ଏବଂ ସହଜବୋଧ ସରଳ ଶବ୍ଦାବଳୀ ଭାଙ୍ଗିରୁଜି ସେଥିରୁ ଗୋଟାଏ ଅପ୍ରାକୃତ ଅର୍ଥ ବାହାର କରିବାରେ । +ମୁଁ ଜାଣେ ମୋର ଏକଥା ମିଥ୍ୟା ବୋଲି ଅନେକ ଚିତ୍କାର କରି ଉଠିବେ, କାରଣ ଅପ୍ରିୟ ସତ୍ୟ କାହାକୁ ଭଲଲାଗେ ? ଓଡ଼ିଆ ସାହିତ୍ୟ ଅନୁନ୍ନତ, ଏ ଅନୁନ୍ନତ ଅବସ୍ଥାରେ ମଧ୍ୟ ଜାତିଗତ, ଦଳଗତ ଓ ରାଜକୀୟ ମତଭେଦଜନିତ ବିଦ୍ବେଷ ଏତେ ବେଶୀ ପରିମାଣରେ ସାହିତ୍ୟର ଅଙ୍ଗକୁ ଛିନ୍ନଭିନ୍ନ କରିପକାଇଛି ଯେ, ତାହାର ସର୍ବାଙ୍ଗସୁନ୍ଦର ସମ୍ପ୍ରସାରଣ ଅଯଥା ବ୍ୟାହତ ହୋଇପଡ଼ିଅଛି । +‘ସାହିତ୍ୟ’ ସାର୍ବଜନୀନ । +ଏଥିରେ ବ୍ୟକ୍ତିଗତ ବିଶ୍ବାସ, ରୁଚି ଓ ମତର ଯଥେଷ୍ଟ ସ୍ଥାନ ଅଛି । +ବିଶ୍ବସଂସାରକୁ ଦୁଇ ବାହୁ ଟେକି ହୃଦୟକୁ ଟାଣିନେବା ବିଷୟରେ, ସାହିତ୍ୟ ଏକା ସକ୍ଷମ । +ବିଭିନ୍ନ ଦେଶରେ, ବିଭିନ୍ନ ଯୁଗରେ ଏକ ସମୟର ସାହିତ୍ୟକୁ ନିନ୍ଦା କରିବା ନିମନ୍ତେ ଯେ ସବୁ ଚେଷ୍ଟା କରାଯାଇଛି, ତାହାର ପରିମାଣ ହୋଇଛି- ଜଳ ବୁଦ୍‌ବୁଦ୍‌ ପରି । +ଯଥେଷ୍ଟ ବାଗ୍‌ବିତଣ୍ଡା, ଅପର୍ଯ୍ୟାପ୍ତ ନିନ୍ଦା-ଦୁର୍ନାମ ପରେ ମଧ୍ୟ ମିଲ୍‌ଟନ୍‌, ପୋପ୍‌, ଗ୍ରେ, ବାଇରନ୍‌, ସେଲି, କିଟସ୍‌, ସ୍ବିନବର୍ଣ୍ଣ, ରସେଟି ବର୍ତ୍ତମାନ ଇଂରାଜୀ ସାହିତ୍ୟରେ ଶ୍ରେଷ୍ଠ କବିପଂକ୍ତି । +ଜନ୍‌ସନ୍‌ ରାଜନୈତିକ ମତଭେଦ ହେତୁରୁ ମିଲ୍‌ଟନ୍‌ଙ୍କର କବିତ୍ବକୁ କୁତ୍ସା କରିଥିଲେ । +ଜେଫ୍ରେ ଓ ଅନ୍ୟାନ୍ୟ ସମାଲୋଚକମାନେ ରୁଚିଭେଦ ହେତୁରୁ ୱାର୍ଡ଼ସ୍‌ୱାର୍ଥ ଓ ସେଲି ପ୍ରଭୃତି କବିମାନଙ୍କୁ କବି ଆଖ୍ୟା ଦେବାକୁ କୁଣ୍ଠିତ ହେଉଥିଲେ । +ତଥାପି ଭବିତବ୍ୟ ଯାହାର ଯାହା ପାଉଣା ତାକୁ ତାହା ଦେଇସାରିଛି । +ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କ ଦ୍ବାରା ଏହି ପ୍ରବନ୍ଧଟି ବେଶ୍ କିଛି ବର୍ଷ ପୂର୍ବେ ଲେଖାଯାଇଥିଲେ ସୁଦ୍ଧା ଏହି ଲେଖାର ଗୁରୁତ୍ବ ଆଜି ମଧ୍ୟ ରହିଛି । +ତେଣୁ ଏହି ପ୍ରବନ୍ଧଟି ପାଠକମାନଙ୍କ ପାଇଁ ପ୍ରକାଶିତ ହୋଇଛି । +ବିଷୟ ନେଇ କବିର ତୁଳନା ହୋଇପାରେ ନାହିଁ । +ବ୍ୟକ୍ତିମାତ୍ରକେ ଭିନ୍ନ ମତ, ଭିନ୍ନ ମାନସିକ ଅବସ୍ଥା । +କେହି ସମାଜର କୁସଂସ୍କାରରେ କବିତ୍ବର ପ୍ରେରଣା ପାଉଛନ୍ତି; କେହି ଆଧ୍ୟାତ୍ମିକ ପ୍ରେମରେ, କେହି ଆଧିଭୌତିକ ପ୍ରେମରେ, କେହି ପ୍ରକୃତିର ବାହ୍ୟ ସୌନ୍ଦର୍ଯ୍ୟରେ, କେହି ବା ପ୍ରକୃତିର ଆଭ୍ୟନ୍ତରିଣ ପାରମାର୍ଥିକ ତତ୍ତ୍ବରେ ନିଜ ନିଜ କବି ଜୀବନର ଉନ୍ନେଷ ଅନୁଭବ କରୁଅଛନ୍ତି । +ବିଷୟ-କବିତାରେ ଅବାନ୍ତର । +ଶିଳ୍ପୀ କେବଳ ଶିଳାରେ ନିଜର ସୌନ୍ଦର୍ଯ୍ୟବୋଧ କଳାଜ୍ଞାନ ଦେଖାଏ ନାହିଁ । +କେହି ଶିଳାରେ, କେହି କାଷ୍ଠ ଖଣ୍ଡରେ, କେହି ଧାତବ ପଦାର୍ଥରେ, କେହି କାଗଜରେ । +ଦେଖିବାର କଥା, ଗୃହୀତ ଉପାଦାନରେ ଶିଳ୍ପୀ ନିଜର କଳ୍ପିତ ଭାବ ବିକାଶ କରିବାକୁ କେତେଦୂର କ୍ଷମ ହୋଇଅଛି । +କେବଳ ବିଷୟ ନେଇ କବିତାର ସମାଲୋଚନା କଲେ ପୃଥିବୀର କବି ଶ୍ରେଣୀର ଅର୍ଦ୍ଧେକଙ୍କୁ ରସାତଳକୁ ଯିବାକୁ ପଡ଼ିବ । +ସେଲି ତାଙ୍କର ରାଜନୈତିକ ଓ ସାମାଜିକ ମତରେ ପୂର୍ଣ୍ଣ ବିପ୍ଳବବାଦୀ । +ଯଦି ମହାତ୍ମାଗାନ୍ଧୀଙ୍କର ଶିକ୍ଷା ଓ ଦୀକ୍ଷା ଆମ୍ଭମାନଙ୍କ ଦୃଷ୍ଟିରେ ଗ୍ରହଣୀୟ ହୁଏ, ତା’ହେଲେ ସେଲିଙ୍କର କବିତା ତା’ଠାରୁ ଆହୁରି ବେଶୀ ଭୟପ୍ରଦ ହେବା ଉଚିତ୍‌ । +ତଥାପି ଆମ୍ଭମାନଙ୍କ ଦେଶର କେତେଜଣ ନରମପନ୍ଥୀ ସେଲିଙ୍କର କବିତାକୁ ଆକ୍ଷେପ କରିବାକୁ ସାହାସୀ ହେବେ ? ବର୍ଣ୍ଣାଡ଼ ଶ’ଙ୍କର କବିତା ସ୍ଥାନେ ସ୍ଥାନେ ବଡ଼ ଅଶ୍ଳୀଳ, ବଡ଼ ଅଧୀର ଏବଂ ବଡ଼ ଅସମ୍ଭ୍ରାନ୍ତ । +କିନ୍ତୁ କହିବା ନିଷ୍ପ୍ରୟୋଜନ-ତାଙ୍କର ସେହି କବିତା ମଧ୍ୟରୁ ଅନେକେ ଇଂରାଜୀ ସାହିତ୍ୟର ଶ୍ରେଷ୍ଠ କବିତା ଭାବେ ଗୃହୀତ । +ଆନାଶେଲ ଫ୍ରାଁ ଓ ରୋମା ରୋଲାଁ ନିଜେ ନିଜେ ବଡ଼ ସାଧୁ-ହୃଦୟ, ଋଷିପ୍ରାଣ, କବି ଓ ଔପନ୍ୟାସିକ । +ସେମାନଙ୍କର ନୈତିକ ଜୀବନ ସମ୍ବନ୍ଧରେ ଆକ୍ଷେପ କରିବାର ବ୍ୟକ୍ତି ବଡ଼ କମ୍‌ । + ତଥାପି ଯେଉଁମାନେ ଥାୟା ଓ ଜନ୍‌ କ୍ରିଷ୍ଟୋଫର୍‌ ପଢ଼ିଥିବେ, ସେମାନେ ଦେଖିଥିବେ ତା’ର ମଧ୍ୟରେ କି ଉଲ୍ଲଂଘ ସୁବ୍ୟକ୍ତ ଅଶ୍ଳୀଳତା, ପାଶବିକ ପ୍ରେମ ଉପଭୋଗର ଜଘନ୍ୟ ଚିତ୍ର ସ୍ଥାନ ପାଇଛି ! ତଥାପି ଆମର ହାମ୍‌ବଡ଼ା ନୈତିକମାନେ କହିପାରିବେ କି ଏହି ଦୁଇଜଣ ଅକବି, ଅଶିଳ୍ପୀ ? +କାବ୍ୟର ବିଷୟ ଯାହାହେଉ, ସେହି ବିଷୟରେ ଉଦ୍‌ବୋଧର ସମ୍ପ୍ରସାରଣ ଓ ସମ୍ପ୍ରସାରଣରେ ହିଁ ପ୍ରକୃତ କବିତ୍ବ ଶକ୍ତି । +କବିତାର ବିଷୟ ‘ଯୌବନ’ର ଅବାଧ ଭୋଗେଚ୍ଛା ହୋଇପାରେ । +ଅରୁଣ ଆଲୋକରେ ସାମାଜିକ କୁପ୍ରଥା ଓ ଅଜ୍ଞାନର ଉଚ୍ଛେଦ ସାଧନ ହୋଇପାରେ, କୃଷ୍ଣଲୀଳା ହୋଇପାରେ ବା ଚନ୍ଦ୍ରଭାନୁର ପ୍ରଣୟ କାହାଣୀ ହୋଇପାରେ, ତା’ସହିତ ସମାଲୋଚନାର ସମ୍ବନ୍ଧ ନାହିଁ, ତାକୁ ଧରି ସମାଲୋଚକ କବିତାକୁ ବାଜେ ବା ଅପାଠ୍ୟ ଆଖ୍ୟା ଦେଇପାରିବେ ନାହିଁ । +ଦେଖିବାକୁ ହେବ ଶିଳ୍ପୀର ସୁବିଧାରେ କି କି ଶିଳ୍ପ ସାମଗ୍ରୀ ଉପସ୍ଥିତ ଥିଲା ଏବଂ ସେହି ସାମଗ୍ରୀର ବ୍ୟବହାରରେ କବି କେତେଦୂର ହସ୍ତନୈପୁଣ୍ୟ, କଳାକୁଶଳତା ଦେଖାଇ ପାରିଛନ୍ତି । +ଗ୍ରୀସ୍‌ ଏବଂ ଇତାଲିର ଶିଳ୍ପୀମାନେ ବଡ଼ ବଡ଼ ପ୍ରସ୍ତର ଖଣ୍ଡର ସାହାଯ୍ୟରେ କୋଣାର୍କ ମନ୍ଦିର ବା ପିରାମିଡ଼ ନିର୍ମାଣ କରିପାରି ନାହାଁନ୍ତି ବୋଲି ସେମାନଙ୍କୁ ଶିଳ୍ପୀ ଶ୍ରେଣୀରୁ ଅନ୍ତରିତ କରିବା ଧୀହୀନତାର ପରିଚୟ ମାତ୍ର । -- GitLab