From ea5a925627232d494d7d428fbb5d47ddb1eb3b77 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:14:19 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_65 | 128 ++++++++++++++++++ 1 file changed, 128 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_65 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_65 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_65 new file mode 100644 index 0000000..757108f --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_65 @@ -0,0 +1,128 @@ +ମିଛକଥା +- ଗୋବିନ୍ଦ ତ୍ରିପାଠୀ +ତା: ମାର୍ଚ୍ଚ୍ ୨୯, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ବଡ଼ ବଡ଼ ପଣ୍ଡିତମାନେ କହିଯାଇଛନ୍ତି ନ ମିଥ୍ୟାତ୍‌……. ପରମ୍‌ । +ବଡ ପଣ୍ଡିତଙ୍କର ବଡ଼ କଥା, ଅତଏବ ମାନିବାକୁ ପଡ଼ିବ । +କିନ୍ତୁ ଧରି ବାନ୍ଧି ଢିଙ୍କି ଗିଳେଇଲେ ତ ଆଉ ଢିଙ୍କି ଗିଳି ହେବ ନାହିଁ । +ଯେବେ ବା କେହି ଡର ଭୟରେ ବା ବାହାପିଆ ପଣରେ କହେ ଯେ, ମୁଁ ଗିଳିଚି, ତା’ହେଲେ ଆମେ କହିବୁ – ସେ ଗୋଟାଏ ନିଆଁଗିଳା, ଅସତିଆ । +ମିଛକୁ ବାଦ୍‌ଦେଲେ ସଂସାର ଅସମ୍ଭବ । +କାରଣ ମିଛରେ ଏକା ମିଠା । +ସତ, ଖାଣ୍ଟି ସତ ଗ୍ରୀଷ୍ମ ଦିନରେ ମରୁଭୂମିର ନିରାଟ ଖରାପରି ଶୁଖିଲା, ହତାଶିଆ । +ପଦେ ଅଧେ ମିଛ ସେହି ମରୁଭୂମିରେ ଟୋପାଏ ପାଣି ଭଳି । +ବଡ଼ ବଡ଼ ପଣ୍ଡିତମାନେ କହିଯାଇଛନ୍ତି ନ ମିଥ୍ୟାତ୍‌……. ପରମ୍‌ । +ବଡ ପଣ୍ଡିତଙ୍କର ବଡ଼ କଥା, ଅତଏବ ମାନିବାକୁ ପଡ଼ିବ । +କିନ୍ତୁ ଧରି ବାନ୍ଧି ଢିଙ୍କି ଗିଳେଇଲେ ତ ଆଉ ଢିଙ୍କି ଗିଳି ହେବ ନାହିଁ । +ଯେବେ ବା କେହି ଡର ଭୟରେ ବା ବାହାପିଆ ପଣରେ କହେ ଯେ, ମୁଁ ଗିଳିଚି, ତା’ହେଲେ ଆମେ କହିବୁ – ସେ ଗୋଟାଏ ନିଆଁଗିଳା, ଅସତିଆ । +ମିଛକୁ ବାଦ୍‌ଦେଲେ ସଂସାର ଅସମ୍ଭବ । +କାରଣ ମିଛରେ ଏକା ମିଠା । +ସତ, ଖାଣ୍ଟି ସତ ଗ୍ରୀଷ୍ମ ଦିନରେ ମରୁଭୂମିର ନିରାଟ ଖରାପରି ଶୁଖିଲା, ହତାଶିଆ । +ପଦେ ଅଧେ ମିଛ ସେହି ମରୁଭୂମିରେ ଟୋପାଏ ପାଣି ଭଳି । +ଏଇ ଖଣ୍ଡିଆ ଦଦରା ସଂସାରଟା ଦିନେ ଅମାପ ମାପ ପାଣି ଭିତରୁ ବାହାରି ମୁଣ୍ଡ ଟେକିଲା । +ସେହି ଦିନଠାରୁ ଆଜିଯାଏ ମିଛଟା ହିଁ ବଳବତ୍ତର ହୋଇ ଆସନ ପାତି ବସିଛି । +ଆମର ସତିଆ ଆର୍ଯ୍ୟ ଋଷିମାନେ ଲେଖିଗଲେ- ଆଦିମକାଳରେ ଚାରିଆଡ଼େ ଥିଲା ଖାଲି ପାଣି; ମହାପ୍ରଭୁ ଗୋଟିଏ ବଡ଼ ପତ୍ରରେ ଢଳ ଢଳ ହୋଇ ସେହି ପାଣି ଉପରେ ଭାସୁଥିଲେ । +ଦିନେ ଇଚ୍ଛା ହେଲା ଖେଳିବେ । +ସେହି ହେତୁରୁ, ସେ ଏ ସଂସାରଟାକୁ ଗଢ଼ି ପକାଇଲେ । +ଆମେ ପାଠ ଶାଠ ପଢ଼ିବୁ, ଆମେ ଏଇଲାଗେ ବୁଝୁଚୁ, ଏ କଥାଗୁଡ଼ାକୁ କଞ୍ଚା ମିଛ । +ବାଇବେଲ କହିଲେ ପ୍ରାୟ ଏକା କଥା । +ପ୍ରଥମରେ ଖାଲି ଥିଲା ପାଣି, ଚାରିଆଡ଼େ ଅନ୍ଧାର । +ସେଇ ଅନ୍ଧାର ଭିତରେ ଭଗବାନ୍ ବସିଥିଲେ । +ବସି ବସି ଚିଡ଼ା ଲାଗିଲା ବୋଧହୁଏ, ଭାବିଲେ ଗୋଟେ କିଛି କରାଯାଉ । +ତାପରେ ଚିଂବିଙ୍ଗ୍‌ ଫାଟ୍‌ । +ଭଗବାନ୍‌ କହିଲେ- ଆଲୁଅ ହୋଇଯାଉ, ଆଲୁଅ ହୋଇଗଲା । +ପବନ ବହି ଆସୁ, ପବନ ବହିଆସିଲା । +ଆମେ ଯେ ସବୁ ବିଜ୍ଞାନ ପଢ଼ିଚୁ, ସେଥିରୁ ବୁଝିଚୁ ଏ ସବୁ ମିଛ । +ତେବେ ଆମେ ଦେଖିଲୁ, ଆମ ଧର୍ମର ଯେ ମୂଳକଥା, ସେଇଟା ଗୋଟାଏ ମିଛ ହାଉଆ ଉପରେ ତିଆରି ହୋଇଛି । +ଲୋକେ କହନ୍ତି, ସତ୍ୟ ଯୁଗରେ ଯେଉଁମାନେ ଥିଲେ- ସେମାନେ କୁଆଡ଼େ ଆଦୌ ମିଛ କହୁ ନ’ଥିଲେ । +ମିଛଟା କୁଆଡ଼େ ଏଇ କଳିଯୁଗର ସ୍ବପାର୍ଜିତ ସମ୍ପତ୍ତି । +ଏଉଟା ବି ଅସତ । +ରାମଚନ୍ଦ୍ର କୁଆଡ଼େ ଭାରି ସତ୍ୟପରାୟଣ । +ଅଗ୍ନିପରୀକ୍ଷା କରି ସେ ଦେଖିଲେ ସୀତା ସତୀ । +ରାଜ୍ୟରୁ ଅଇଲେ; କିଏ କଣ ପଦେ କହିଦେଲା ତ ସେ ସୀତାଙ୍କୁ ଅସତୀ ବୋଲି ବଣରେ ଛାଡ଼ିଦେଇ ଆସିଲେ । +ଏଉଟା କୋଉ ସତ କଥାରେ ଯାଏ ? ଶ୍ରୀକୃଷ୍ଣ କୁଆଡ଼େ ମହାପ୍ରଭୁ ନିଜେ । +ଏତେ ବଡ଼ ମହାଭାରତ ଯୁଦ୍ଧରେ ଜୀଅନ୍ତା ଅଶ୍ବତ୍‌ଥାମାଟାକୁ ମରିଗଲାଣି ବୋଲି ହୁରି କରିଦେଲେ । + କେତେ ବା ଲେଖିବି ? ଏ ତ କମଳଯାକର ବାଳ- ଗୋଟି ଗୋଟି କରି ଗଣିବାକୁ ବେଳ କାଇଁ ? +ଅସଲ କଥାଟା କ’ଣ କି, ମିଛ କଥା କହିବାରେ ହିଁ ମନୁଷ୍ୟର ବାହାଦୁରୀ । +ଗଲି ଅଇଲି, ଯାହା ଦେଖିଥିଲି ତା କହିଲି- ସେତ ସମସ୍ତେ କହିବେ । +ପାଠପଢ଼ି ମୁଣ୍ଡରେ ଗୁଡ଼ାଏ ଥଲଥଲିଆ ମାଲ ବହି, ତୁମେ ଆଉ ଅଧିକାଟା କଲ କଣ ? ଏଇ ମିଛ କହିବାରେ ହିଁ ପାଠର ପାରୀକ୍ଷା । +ବୁଦ୍ଧିର ଚିହ୍ନଟା ମିଛ କଥାଟାକୁ ସଜେଇ ବୁଝେଇ ଯେତେ ସତ ଭଳି ଥୋଇ ପାରିବ ତୁମର ବାହାଦୂରୀ ସେତିକି । +ଆମର ଏ ଆର୍ଯ୍ୟଭୂମି ଭାରତବର୍ଷରେ ବଡ଼ ମିଛୁଆ ହେଲେ ବାଲ୍ଲୀକୀ ଋଷି । +ତାଙ୍କ ପିଛାପିଛା ଧରି ଦୌଡ଼ିଲେ ବ୍ୟାସକବି । +ତା’ପରେ ଯେତେକ ଆସିଛନ୍ତି, କାଳିଦାସ, ଭବଭୂତି, ଭାରବୀ, ଶ୍ରୀହର୍ଷ- ଏ ସମସ୍ତେ ତାଙ୍କ ପଛରେ ଉଣିଶ-ବିଶ୍‌ ହୋଇ ଦୌଡ଼ିଛନ୍ତି । +କଥା ହେଲା- ଏତେ ବଡ଼ ବଡ଼ ଋଷି ପଣ୍ଠିତ ଗୁଡ଼ାକ ହୋଇ ମିଛ କହିବା ପାଇଁ ଏତେ ଧାଁ ଧପଡ଼ କିଆଁ ? କଥାଟା କଣ କି, ମନୁଷ୍ୟର ବୁଦ୍ଧିଟା ମଜାମଜି ହୋଇ ଯେତିକି ଦାଉ ଦାଉ କରି ଉଠେ, ତା’ର କଳ୍ପନା ସେତିକି ସେତିକି ନାଚିକୁଦି ହୁଏ । +ମନୁଷ୍ୟ ଜୀବନରେ ଯାହା କିଛି ସୁନ୍ଦର, ଯାହା କିଛି ମଧୁର, ସମସ୍ତେ ଏହି କଳ୍ପନା ଉପରେ ଭରା ହୋଇ ରହନ୍ତି । +ପଇସା ରୋଜଗାର କରିବାରେ ସୁଖ ନ ଥାଏ । +ପଇସା ରୋଜଗାର କଲେ ମୁଁ କଣ କଣ କରିବି, ତାହାର କଳ୍ପନା ରୋଜଗାର କରିସାରି ସେହି କଳ୍ପନାର ପୂରଣ, ଏଇଥିରେ ହିଁ ଆମୋଦ, ଏଥିରେ ହିଁ ଆନନ୍ଦ । +ପ୍ରିୟାର ଓଠ ଚୁମ୍ବନ କରିବାରେ ଯେତିକି ଆନନ୍ଦ ନ’ଥାଏ, ପ୍ରିୟାଠାରୁ ଦୂରରେ ରହି ତା’ର ଓଠ ଚୁମ୍ବନ କରିବାର କଳ୍ପନାରେ ହିଁ ବେଶୀ ସୁଖ । +ମୋର ତ ଯେପରି ମନେହୁଏ, କାର୍ଯ୍ୟ କରି ଫଳ ପାଇବାରେ କିଛି ମାତ୍ର ସୁଖ ନାହିଁ । +ପ୍ରକୃତ ସୁଖ କାର୍ଯ୍ୟ କରିବା ଆଗରୁ ସେ ସମ୍ବନ୍ଧରେ ଯାହା କଳ୍ପନା ଜଳ୍ପନା କରାଯାଇଥାଏ, ତହିଁରେ । +ତା’ମାନେ କାର୍ଯ୍ୟର ଫଳ ଆମ୍ଭେମାନେ କାର୍ଯ୍ୟ କରିବା ଆଗରୁ ପାଇଯାଇଥାଉ । +ଚାଷୀ ବାପୁଡ଼ା ଯେତେବେଳେ ବିଲକୁ ହଳ ନିଏ, ସେତେବେଳେ କେତେପ୍ରକାର କଳ୍ପନା ନ କରେ ? ତା’ ବିଲରେ ଏମିତି ଧାନ ହେବ, ସେ ତା’କୁ କେତେ ପିସାରେ ବିକିବ, ସେ ପଇସା ପାଇଲେ କେତେ କଣ କରିବ, ଏଇସବୁ କଳ୍ପନାରେ ସେ ଜୀବନର କେତେ ବିଧା ଗୋଇଠା, କେତେ ଛି-ଛାକର ପିଠିକି ପକାଇ ନ ଦିଏ । +ଯେତେବେଳେ ଧାନ ମୁଠାକ ଅମଳ କରି ଘରକୁ ନିଏ । +ସେତେବେଳେ ତା ମୁଣ୍ଡରେ ଯେପରି ପର୍ବତ ମାଡ଼ିଆସେ । +ମାଲ ତ ଏତିକି ମହାଜନକୁ ଶୁଝିବି କେତେ, ଖଜଣା ଦେବି କେବେ, ହାତ ଉଧାରି ଶୁଝିବି କେତେ, ଆଉ ଖାଇବି କଣ ? ଫସଲ ପାଇ ତା’ର ସୁଖ ନାହିଁ । +ଯାହା କିଛି ସୁଖ ମାରିନେଇଥାଏ ସେ ଫସଲ ପାଇବା ଆଗରୁ, କିନ୍ତୁ ତା’ର ସେ ସୁଖ ମିଛ । +ଖାଲି କଳ୍ପନାର କୁହୁକ, କେଳାର କାଉଁରୀ ଅନ୍ଧାର । +କିନ୍ତୁ ଏଇ ମିଛଟା ଅର୍ଥାତ୍‌ କଳ୍ପନାର ଏଇ ଖେଳଟା ତା ଜୀବନର ଏକମାତ୍ର ଭରସା । +ଏଇ ମିଛଟାକୁ ବାଦ୍‌ ଦିଅ, ତାକୁ କହ ଯେ, ବାପା ! ତୁ ବର୍ଷ ସାରା ମାଟି ସାଙ୍ଗରେ ମାଟି ହୋଇ ମିଶିବୁ । +ଯାହା ପାଇବୁ ସବୁ ଯିବ ପରର କୋଠି ପୁରେଇବାକୁ । +ତୋ ପେଟରେ ଆଜି ଯେଉଁ ଓଦାକନା, ସେଦିନ ମଧ୍ୟ ସେଇ ଓଦାକନା । +ଏଇଟା ହେଲା ନିରାଟ ସତ । +ଏଇ ନିରାଟ ସତଟା ତମେ ଯଦି କହ, ତାହାହେଲେ ଚାଷୀ ମୁଣ୍ଡରେ ହାତଦେଇ ଘର କଣରେ ବସିବ । + କହିବ – ଯା ହୋ, ଏମିତି ମରିବି ସେମିତି ମରିବି, କାମ କରିବି କାହିଁକି ? +ତେବେ ଆମ୍ଭେମାନେ ଦେଖିଲୁଁ- ଏଇ କଳ୍ପନା, ଅର୍ଥାତ୍‌ ଏଇ ମିଛ ଜୀବନର ଖାଲି ସୁଖ ନୁହେଁ, ଜୀବନର ଏ କାମ କରିବାର ଏକ ବଳ, ଗୋଟାଏ ଉତ୍ସାହ, ଗୋଟାଏ ଚାବୁକ୍‌ ମାଡ଼ । +ଏଇ ଜିନିଷଟାକୁ ବୁଝିବା ପାଇଁ ଶୁଖିଲା ପ୍ରାଣ ମୁନି ଋଷି ଦରକାର ନୁହେଁ । +ଦରକାର ରସରସିଆ କବି, ସାହିତ୍ୟିକ । +ଏଇ ଶୁଖିଲା ମୁନି ଋଷିମାନଙ୍କ ପରି ନିମକ୍‌ହାରମ୍‌ ଆଉ କେହି ନାହିଁ । +ସେମାନେ ଈଶ୍ବର ବୋଲି ଗୋଟାଏ ଶକ୍ତିର କଳ୍ପନାକରି ତାକୁ ପାଇବା ପାଇଁ ବାଘ ଭାଲୁଙ୍କ ସଙ୍ଗେ ରହନ୍ତି । +କଳ୍ପନାରେ ଦେଖନ୍ତି- ଏପରି ଯୋଗ ସାଧିଲେ ବୈକୁଣ୍ଠକୁ ଯିବେ । +କ୍ଷୀର ସମୁଦ୍ରରେ ଅନନ୍ତ ଶୟନରେ ମହାପ୍ରଭୁଙ୍କୁ ଦେଖିବେ । +କେହି କେବେ ଦେଖିନାହିଁ । +ଈଶ୍ବର ଅଛନ୍ତି ବୋଲି ଯଦି କେହି କେବେ ଅନୁଭବ କରିଥାଏ, ସେ କେବଳ କଳ୍ପନା ବଳରେ । +ଆମେ ଶୁଣିଚୁ ରାମକୃଷ୍ଣ ପରମହଂସ ବିବେକାନନ୍ଦଙ୍କୁ ଈଶ୍ବରଙ୍କର ଅନୁଭବ କରାଇଥିଲେ । +ତା’ର କାରଣ ବିବେକାନନ୍ଦଙ୍କର କଳ୍ପନାର ଶକ୍ତି ଥିଲା ବହୁତ । +ସେ ଧର୍ମର କଳ୍ପନାରେ ଭାସିଯାଇ ନ ଥିଲେ, ଜଣେ ଉଚ୍ଚ ଦରର କବି ବା ଔପନ୍ୟାସିକ୍‌ ହୋଇପାରି ଥାନ୍ତେ । +କଥାରେ କହନ୍ତି, ଗାଲିଲିଓ ଯେତେବେଳେ କହି ବୁଲିଲେ ପୃଥିବୀ ବୁଲୁଚି, ସୂର୍ଯ୍ୟ ରହିଚି ସ୍ଥିର, ସେତେବେଳେ ସେ କାଳର ସତିଆ ମୁନି ଋଷିମାନେ, ସେ ଅଧର୍ମ କହୁଛନ୍ତି ବୋଲି ତାଙ୍କୁ ନେଇ ବାନ୍ଧି ରଖିଲେ କଏଦୀଖାନାରେ । +ସେଠାରେ ଜଣେ ପଣ୍ଡିତ ଯାଇଥିଲେ ତାଙ୍କ ସଙ୍ଗେ ଦେଖାକରିବା ପାଇଁ । +ତାଙ୍କୁ ଗାଲିଲିଓ କହିଥିଲେ- ଏଇ ଦେଖ, ମୁଁ ଅନୁଭବ କରିପାରୁଚି ପୃଥିବୀଟା ବୁଲୁଚି । +ତାଙ୍କର ସେ ଯେ ଅନୁଭୂତି ସେ କେବଳ କଳ୍ପନା । +ଆମ ଦେଶରେ ଜଣେ ଋଷି ଦିନେ ଗୋଟାଏ ସଭାରେ କହିଥିଲେ- ମୁଁ….. ଚଢ଼େଇ ଡେଣା ଫଡ଼ ଫଡ଼ ଶୁଣିବାକୁ ପାଇଛି । +ସେ ମଧ୍ୟ କଳ୍ପନା । +କଳ୍ପନା ଅର୍ଥାତ୍‌ ମିଛ । +କିନ୍ତୁ ଏଇ ଋଷିମାନେ ମିଛଟାକୁ ଧରି ଡାକ ପକାନ୍ତି- ସତ୍ୟଂ, ଶିବଂ, ସୁନ୍ଦରଂ । +ସେଥିପାଇଁ କହିଥିଲି ଏ ମୁନି ଋଷିଗୁଡ଼ାକ ନିମକ୍‌ହାରାମ୍‌ । +ଏମାନେ ଖାଇବେ ମିଛର, କିନ୍ତୁ ଗାଇବେ ସତର । +ଅବଶ୍ୟ ସେମାନେ ଯେବେ ମାନନ୍ତି ଯେ, କଳ୍ପନା ବଳରେ ଯେ ସତ୍ୟ ମିଳେ, ସେଇ ସତ୍ୟଟା ହିଁ ଭଗବାନ, ତାହେଲେ ମୁଁ ସେମାନଙ୍କର ପାଦ ଚାଟିବାକୁ ରାଜିଅଛି, କାରଣ ଏହି ମିଛ କଳ୍ପନାର ଭିତରେ ଦେଇ ଜୀବନର ନିରାଟ ସତକୁ ପାଇବାକୁ ହେବ । +ତୁମେ କହିବ, ଜୀବନରେ ନିରାଟ ସତ୍ୟ ଓ ସତ କଥା, ଏହା ମଧ୍ୟରେ ପ୍ରଭେଦ କଣ ? ପ୍ରଭେଦ ଏଇ- ମନୁଷ୍ୟ ଶରୀର ଓ ଆତ୍ମା ମଧ୍ୟରେ ଯେ ପ୍ରଭେଦ, ଚନ୍ଦ୍ରର ଆଲୁଅ ଓ ଚନ୍ଦ୍ର ଉପଗ୍ରହର ମଧ୍ୟରେ ଯେ ପ୍ରଭେଦ, ଫୁଲର ବାସନା ଓ ଫୁଲ ମଧ୍ୟରେ ଯେ ପ୍ରଭେଦ । +ସତ କଥା ଅର୍ଥାତ୍‌ ଦେଖିବା ସତ ଓ ଜୀବନର ନିରାଟ ସତ୍ୟ – ଅର୍ଥାତ୍‌ ଅନୁଭବଯୋଗ୍ୟ ସତ୍ୟ ମଧ୍ୟରେ ସେଇ ପ୍ରଭେଦ । +ମୁଁ ମରିକରି ପଡ଼ିଛି, ରାମ ଆସିଲା, ମୋତେ ଦେଖିଲା, ଫେରିଗଲା । +ଶ୍ୟାମକୁ ଯାଇ କହିଲା – ମୁଁ ଗୋବିନ୍ଦକୁ ଯାଇ ଦେଖି ଆସିଲି । +ଲୌକିକ ମତରେ ସେ ଅବଶ୍ୟ ସତ କହୁଛି । +କିନ୍ତୁ ପ୍ରକୃତରେ ସେ କହିଚି ଗୋଟିଏ ମସ୍ତବଡ଼ ଅସତ୍ୟ, କାରଣ ଗୋବିନ୍ଦ କାହିଁ । +ଆମର କଥାରେ କହନ୍ତି, ସତ୍ୟ ବ୍ରୂୟାତ୍‌, ପ୍ରିୟଂ ବ୍ରୂୟାତ୍‌, ମା ବ୍ରୂୟାତ୍‌ ସତ୍ୟମ ପ୍ରିୟମ । +ସତରେ କଥା ଯଦି କହିବାକୁ ପଡ଼ିବ, ତା’ହେଲେ ଯେ କଥା କାନକୁ ଓ ମନକୁ ଭଲଲାଗିବ, ସେହିପରି କଥା ସିନା କହିବା ଉଚିତ୍‌ । +ଖାଲି ନିରାଟ ସତ କଥା କହିବାକୁ ଗଲେ ମୁହଁରେ ପାଳଚୁଣ୍ଟା ମାଡ଼ି ବସି ରହିବାକୁ ପଡ଼ିବ, କାରଣ ନିରାଟ ସତ୍ୟ ଏ ସଂସାରେ ଅତି କମ୍‌ । +ଆଉ ଖାଲି ମନବହାଣିଆ ଅସତ କଥା ଗୁଡ଼େ କହିଲେ ଲାଭ ଜୋତା ମାଡ଼, କାରଣ ମୁଁ କହିଛି ଅସତ୍‌ ଅସୁନ୍ଦର । +ତେବେ ଆମ୍ଭେମାନେ ଦେଖିଲୁଁ ତିନିଟା କଥା – ସତ୍ୟ, ଅସତ୍ୟ ଏବଂ ମିଥ୍ୟା ବା କଳ୍ପନା । +ମିଛ ସତର ବିପରୀତ ନୁହେଁ । +ବରଂ ମିଛ ଦେହ, ସତ ପ୍ରାଣ । +ଏଇ ମିଛକୁ ଭେଦକରି ବା ଏଇ ମିଛର ସାହାଯ୍ୟନେଇ ସତ୍ୟ ଲାଭ କରିବାକୁ ହେବ । +ଅସତ୍ୟ ହେଲା ସତ୍ୟର ବିପରୀତ । +ଯେ ସାହିତ୍ୟିକ, ସେ ଏକଥା ବୁଝେ । +କାରଣ ପ୍ରକୃତ ସାହିତ୍ୟର କାର୍ଯ୍ୟ ହେଲା ସତ୍ୟ, ଅସତ୍ୟ ଏବଂ ମିଛ ମଧ୍ୟରେ ଯଥାଯୋଗ୍ୟ ଆସନ ଦାନ । +ଖ୍ରୀଷ୍ଟିୟାନ ବାଇବେଲ ଲେଖକ, ଗୀତାକାରକ ବ୍ୟାସକବି, ରାମାୟଣ ଲେଖକ ବାଲ୍ମିକି କବି, ଏମାନେ ହେଲେ ଏହି ମିଛ ଦେବତାଙ୍କର ଆଦି ପୂଜାପଣ୍ଡା । +ମତେ ଆପଣମାନେ ଠେଙ୍ଗା ଘେନି ମାରିବାକୁ ଗୋଡ଼ାଇ ପାରନ୍ତି ଏକଥା ଶୁଣି । +ଗୀତାକାରକ ଓ ବାଇବେଲ ଲେଖକ ଠାଏ ନୁହେଁ, ଦିଠା ନୁହେଁ, ହଜାର ଠା କହିଛନ୍ତି- ସତ କହ, ସତ କହ, ମିଛ କହନାହିଁ । +ଆପଣଙ୍କର ଭୁଲ । +ସେମାନେ କହିଛନ୍ତି ଅସତ୍ୟ କହନାହିଁ । +କଥାଟା ଠିକ୍‌ ଆପଣମାନେ ବୁଝି ନ ପାରି ଯଦି ଅସତ୍ୟକୁ ମିଛ ବୋଲି କହିଥାନ୍ତି, ତେବେ ସେ ଆପଣଙ୍କ ବୁଦ୍ଧି ଦୋଷ । +ଆମର ପୁରୁଣା ଋଷି କବିମାନେ ଏହି ଅସତ୍ୟଟାର ଗନ୍ଧ ପାଇଲେ ମାରଣା ଷଣ୍ଢ ପରି ଡେଇଁ ପଡୁଥିଲେ । +ପ୍ରକୃତ କବି ପକ୍ଷରେ ମିଛକଥା ଯେପରି ସୁନ୍ଦର, ଅସତ୍ୟ ସେହିପରି କଦର୍ଯ୍ୟ । +କାହିଁକି ନାଁ, ଯାହା ସତ୍ୟ ତାହା ଅସୁନ୍ଦର, ଆଉ ଯାହା ଅସୁନ୍ଦର ତାହା ଅପ୍ରିୟ । +ଆମର କଥାରେ କହନ୍ତି, ସତ୍ୟ ବ୍ରୂୟାତ୍‌, ପ୍ରିୟଂ ବ୍ରୂୟାତ୍‌, ମା ବ୍ରୂୟାତ୍‌ ସତ୍ୟମ ପ୍ରିୟମ । +ସତରେ କଥା ଯଦି କହିବାକୁ ପଡ଼ିବ, ତା’ହେଲେ ଯେ କଥା କାନକୁ ଓ ମନକୁ ଭଲଲାଗିବ, ସେହିପରି କଥା ସିନା କହିବା ଉଚିତ୍‌ । +ଖାଲି ନିରାଟ ସତ କଥା କହିବାକୁ ଗଲେ ମୁହଁରେ ପାଳଚୁଣ୍ଟା ମାଡ଼ି ବସି ରହିବାକୁ ପଡ଼ିବ, କାରଣ ନିରାଟ ସତ୍ୟ ଏ ସଂସାରେ ଅତି କମ୍‌ । +ଆଉ ଖାଲି ମନବହାଣିଆ ଅସତ କଥା ଗୁଡ଼େ କହିଲେ ଲାଭ ଜୋତା ମାଡ଼, କାରଣ ମୁଁ କହିଛି ଅସତ୍‌ ଅସୁନ୍ଦର । +ଆମେ ସମସ୍ତେ ଜଣେ ଜଣେ କବି । +କାରଣ ସମସ୍ତେ ସୁନ୍ଦର ଜିନିଷଗୁଡ଼ିକୁ ପାଇବାକୁ ଇଚ୍ଛା କରନ୍ତି । +ସୁନ୍ଦରୀ ଭାର୍ଯ୍ୟାଟିଏ ହବ, ସୁନ୍ଦର ପିଲାଝିଲା ଗୁଡିଏ ହେବ, ସୁନ୍ଦର ଘରଟି ଥିବ, ସେଥିରେ ସୁନ୍ଦର ପଲଙ୍କ ଉପରେ ସୁନ୍ଦର କଅଁଳ ଶେଯ ପଡ଼ିଥିବ, ସୁନ୍ଦରୀ ପ୍ରିୟା ସୁନ୍ଦର ବେଶ ପିନ୍ଧି ବସିଥିବ, ସୁନ୍ଦର ଜହ୍ନ ପଡ଼ିଥିବ ଇତ୍ୟାଦି…… । -- GitLab