From ee434068234da52ce7c30dbd6d79d5d88065ba8b Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:49:50 +0530 Subject: [PATCH] Upload New File --- .../vikashpedia_health_odia158.txt | 35 +++++++++++++++++++ 1 file changed, 35 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia158.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia158.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia158.txt new file mode 100644 index 0000000..3051e06 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia158.txt @@ -0,0 +1,35 @@ +ନିୟନ୍ତ୍ରଣରେ ରହିବ ମଧୁମେହ +ଖାଦ୍ୟପେୟ +ଥରେ ମଧୁମେହ ରୋଗ ଚିହ୍ନଟ ହେଲେ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରିବାକୁ ପଡିଥାଏ । +ଏହି ରୋଗୀମାନେ ମଧ୍ୟ ସୁସ୍ଥ ଲୋକଙ୍କ ଭଳି ସମସ୍ତ ଖାଦ୍ୟ ଖାଇପାରିବେ । +କିନ୍ତୁ ଖାଇବା ବେଳେ କିଛିଟା ଦିଗପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦେବା ଆବଶ୍ୟକ । +ଠିକ୍ ସମୟରେ ଖାଆନ୍ତୁ । +ପେଟ ଭର୍ତ୍ତି କରି ନଖାଇ ଅଳ୍ପ ଅଳ୍ପ କରି ଖାଆନ୍ତୁ । +ନିଜ ରକ୍ତରେ ଶର୍କରା ପରିମାଣ ଅନୁସାରେ ଡାକ୍ତରଙ୍କ ସହ ପରାମର୍ଶ କରି କେଉଁ ଖାଦ୍ୟ କେତେ ପରିମାଣରେ ଖାଇବେ ଏହାର ତାଲିକା ପ୍ରସ୍ତୁତ କରନ୍ତୁ । +ଆଦୌ ଉପବାସ କରନ୍ତୁ ନାହିଁ । +ଅଧିକ ଶର୍କରାଯୁକ୍ତ ଖାଦ୍ୟ ସମେତ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁନାହିଁ । +ଖାଇବାରେ ଅଧିକ ପରିମାଣର ସବୁଜ ପନିପରିବା ଖାଇବା ଉଚିତ । +ଜୀବନଶୈଳୀ +ଡାକ୍ତରୀ ଔଷଧ ଏବଂ ଖାଦ୍ୟପେୟରେ ନିୟନ୍ତ୍ରଣ କରିବା ସହିତ ସଠିକ୍ ଜୀବନଶୈଳୀ ଅତିବାହିତ କଲେ ମଧୁମେହ ରୋଗ ଆପେ ନିୟନ୍ତ୍ରଣରେ ରହିଥାଏ । +ପ୍ରତିଦିନ ବ୍ୟାୟାମ କରିବା ସହ ଓଜନ ଅଧିକ ଥିଲେ ତୁରନ୍ତ କମାନ୍ତୁ । +ପ୍ରତିଦିନ ୩୦ ମିନିଟ ଚାଲିବାର ଅଭ୍ୟାସ କରନ୍ତୁ । +ମାନସିକ ଚାପଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । +ଧୂମପାନ ଏବଂ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । +ଔଷଧ +ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାକ୍ତର ବଟିକା କିମ୍ବା ଇନ୍ ସୁଲିନ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥା’ନ୍ତି । +ରକ୍ତରେ ଶର୍କରା ପରିମାଣ ଅଧିକ ଥିଲେ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଡାକ୍ତର ଇନସୁଲିନ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥାନ୍ତି । + ଯଦି ଆପଣ ଇନସୁଲିନ ଇଞ୍ଜେକସନ ନେଉଛନ୍ତି ତେବେ +ପ୍ରତିଦିନ ଏକ ଠିକ୍ ସମୟରେ ଏହାକୁ ନିଅନ୍ତୁ +ଇନସୁଲିନ ନେବା ପରେ ଅଧିକ ସମୟ ଖାଲି ପେଟରେ ନରହି ଖାଇ ଦିଅନ୍ତୁ +ଦୂର ଯାତ୍ରା କରୁଥିଲେ କିମ୍ବା ବାହାରେ ଥିଲେ ଇନସୁଲିନ ଇଞ୍ଜେକସନ ସାଙ୍ଗରେ ନେଇ କରି ଯାଆନ୍ତୁ , କିନ୍ତୁ ସୂର୍ଯ୍ୟ କିରଣ ବା ଖରା ଠାରୁ ଏହାକୁ ଦୂରେଇ ରଖନ୍ତୁ । +ଡାକ୍ତରୀ ପରୀକ୍ଷା +ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡିତ ହେବା ଫଳରେ କିମ୍ବା ଅନିୟନ୍ତ୍ରିତ ମଧୁମେହ କାରଣରୁ ଏହା ଧୀରେ ଧୀରେ ଆମ ଶରୀରର ରକ୍ତହୀନତା ଗୁଡିକୁ ପ୍ରଭାବିତ କରିଥାଏ । +ଯେହେତୁ ରକ୍ତନଳୀ ଆମ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସହ ଜଡିତ , ସେଥିପାଇଁ ମଧୁମେହ ରୋଗର କୁପ୍ରଭାବ ମୁଣ୍ଡଠାରୁ ଆରମ୍ଭ କରି ପାଦ ଯାଏଁ ସମସ୍ତ ଅଙ୍ଗ ଉପରେ ପଡିଥାଏ । +ସେଥିପାଇଁ ଡାକ୍ତରଙ୍କ ପରାମର୍ଶରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ । +୧. ରକ୍ତଚାପ ପରୀକ୍ଷା - ଡାକ୍ତରଙ୍କ ପାଖକୁ ଯିବା ବେଳେ ନିଶ୍ଚିତ ଭାବରେ ରକ୍ତଚାପ ପରୀକ୍ଷା କରାଇ ନିଅନ୍ତୁ । +୨. ଏଚ୍ ବିଏୱାନସି ପରୀକ୍ଷା - ଡାକ୍ତରଙ୍କ ପରାମର୍ଶରେ ୩ ମାସରେ ଥରେ ଏଚ୍ ବିଏୱାନସି ପରୀକ୍ଷା କରାଇ ନିଅନ୍ତୁ । +୩. ଚକ୍ଷୁ ପରୀକ୍ଷା – ବର୍ଷକୁ ଥରେ ଆଖିର ରକ୍ତନଳୀର ପରୀକ୍ଷା କରାଇ ନିଅନ୍ତୁ । +୪. ପାଦ ପରୀକ୍ଷା - ପ୍ରତିଦିନ ନିଜେ ନିଜର ପାଦ ଦ୍ଵାରା ଏବଂ ବର୍ଷକୁ ଥରେ ଡାକ୍ତରଙ୍କ ଦ୍ଵାରା ପାଦ ପରୀକ୍ଷା କରାନ୍ତୁ । +୫. ବୃକକ୍ ପରୀକ୍ଷା - ଡାକ୍ତରଙ୍କ ପରାମର୍ଶରେ ବର୍ଷକୁ ଥରେ ବୃକକ୍ ପରୀକ୍ଷା କରାଇ ନିଅନ୍ତୁ । +୬. ହୃତ୍ ପିଣ୍ଡ ପରୀକ୍ଷା - ବର୍ଷକୁ ଥରେ ହୃତ୍ ପିଣ୍ଡର ପରୀକ୍ଷା କରନ୍ତୁ । +ମଧୁମେହ ରୋଗୀମାନେ ଏହିସବୁ ଛୋଟ ଛୋଟ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ଦିଗପ୍ରତି ଯଥେଷ୍ଟ ମାତ୍ରାରେ ଧ୍ୟାନ ଦିଅନ୍ତୁ ଫଳରେ ଏହି ରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ । -- GitLab