From ee92801b3bda4690b258b49291bf5ff164e00430 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:47:14 +0530 Subject: [PATCH] Upload New File --- .../vikashpedia_health_odia145.txt | 28 +++++++++++++++++++ 1 file changed, 28 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia145.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia145.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia145.txt new file mode 100644 index 0000000..85439a8 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia145.txt @@ -0,0 +1,28 @@ +ଘୁଙ୍ଗୁଡ଼ିର କାରଣ ଓ ପ୍ରତିକାର +ଘୁଙ୍ଗୁଡ଼ି +ଘୁଙ୍ଗୁଡ଼ିର ପ୍ରତିରୋଧ ପାଇଁ ଆମେ ବହୁ ବ୍ୟବସ୍ଥା କରିଥାଉ, ଯେପରିକି ସ୍ଵତନ୍ତ୍ର ତକିଆ ବ୍ୟବହାର କରିବା କିମ୍ବା ମାଉଥ ସ୍ପ୍ରେ କରିବା ଆଦି । +ଏଥିସହ ନିଃଶ୍ଵାସ ସହଜ ଭାବେ ନେବା ପାଇଁ ନାକରେ ନାଜାଲ ଡିଲେଟର ଆଦି ବ୍ୟବହାର କରିଥାଉ । +ଏହି ସବୁ ସହଜ ଉପଚାର ଗ୍ରହଣ କରି ଆମେ ଚୁପଚାପ ବସିଯାଉ । +ଏହା ଦ୍ଵାରା ସୁଫଳ ତ ମିଳେନାହିଁ ବରଂ ଅନ୍ୟପକ୍ଷରେ ଏହା ଅଭ୍ୟାସରେ ପରିଣତ ହୋଇ ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିର କାରଣ ବନିଯାଏ । +କାରଣ : +ଗଳାର ଭିତର ଅଂଶ ଏକ ସିଲିଣ୍ଡର ଆକାରର ଓଭୁଲା ପରି ହୋଇଥାଏ । +ଯେତେବେଳେ ଏହି ପଥ ପବନ ଚଳାଚଳ ପାଇଁ ଜାମ ହୋଇଯାଏ ସେତେବେଳେ ନିଃଶ୍ଵାସସ ପ୍ରଶ୍ଵାସସ ନେବା ବେଳେ କମ୍ପନ ହୋଇ ଶବ୍ଦ ସୃଷ୍ଟି ହୁଏ । +ଅତ୍ୟଧିକ ମୋଟା ହୋଇଗଲେ ବ୍ୟକ୍ତି ଏହି ରୋଗର ଶିକାର ହୁଏ । +ମହିଳାଙ୍କ କ୍ଷେତ୍ରରେ ବୟସ ବଢ଼ିଲେ, ଏବଂ ଋତୁସ୍ରାବ ବନ୍ଦ ହୋଇଗଲେ ଏହି ସମସ୍ୟା ଦେଖାଦିଏ । +ଏଥିସହ ଅନ୍ୟ କେତେକ କାରଣ ହେଲା- ଆଲର୍ଜି ପାଇଁ ଗଳା ଜାମ୍ ହୋଇଯିବା, ଅତ୍ୟଧିକ ଥଣ୍ଡା, ସାଇନସ ସମସ୍ୟା ଆଦି । +ତେବେ ଆଲକୋହଳ କିମ୍ବା ଅନ୍ୟ ନିଶା ସେବନ ମଧ୍ୟ ଏହାର କାରଣ ହୋଇଥାଏ । +ପ୍ରତିକାର : +ଏହା ସ୍ଵାସ୍ଥ୍ୟ ପାଇଁ ବିପଦ ଆଣୁଥିବାରୁ ଏହାର ପ୍ରତିକାର ଜରୁରୀ । +ତେବେ ଆପଣ ଏଥିପାଇଁ ପ୍ରଥମେ ନିଜକୁ ଏକ ଶ୍ରେଣୀଭୁକ୍ତ କରନ୍ତୁ । +ଆପଣ ଭୀଷଣ ଶବ୍ଦ କରି ଘୁଙ୍ଗୁଡ଼ି ମାରୁଥିଲେ । +ଆପଣ ନିଶ୍ଚିତ ଅଧିକ ମୋଟା ହେବା ସହ ଆପଣଙ୍କ ଉଚ୍ଚ ରକ୍ତଚାପ ଥିବ । +ଆପଣ ଦିନରେ ଅଧିକ ସମୟ ଶୋଉ ଥିବେ । +ଶୋଇବାବେଳେନାକପୁଡ଼ା ଜାମ୍ ହୋଇ ଯାଉଥିବ ଓ ନିଦ୍ରାହୀନତା ଜନିତ ଅସୁସ୍ଥତା ଦେଖାଯାଉଥିବ । +ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବାଉଚିତ୍ । +ଓଜନ କମାଇବେ : +ଯଦି ଆପଣ ଅଧିକ ମୋଟା ହୋଇଯାଇଥାନ୍ତି, ତେବେ ଓଜନ କମାଇପାରିଲେ ଘୁଙ୍ଗୁଡ଼ିର ମାତ୍ରା ଓ ଶବ୍ଦ କମିଯିବ । +– ଧୂମପାନ କରୁଥିଲେ: +ଏହି ଅଭ୍ୟାସ ତୁରନ୍ତ ପରିତ୍ୟାଗ କରନ୍ତୁ । +କାରଣ ଏହା ଶ୍ଵାସପଥରେ କ୍ଷତି ପହଞ୍ଚାଇଥାଏ । +ଫଳରେ ନିଃଶ୍ଵାସପ୍ରଶ୍ଵାସନେବାରେ କଷ୍ଟ ହୁଏ । +– ଯଦି ନାକପୁଡ଼ା ବନ୍ଦ ହୋଇଯାଏ, ତେବେ କିଛି ନାଜାଲ ଡ୍ରପ ବ୍ୟବହାର କରନ୍ତୁ । -- GitLab