From f052c525693c01cb359443291af530b2de576fdc Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:15:40 +0530 Subject: [PATCH] Upload New File --- .../vikashpedia_health_odia48.txt | 58 +++++++++++++++++++ 1 file changed, 58 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia48.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia48.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia48.txt new file mode 100644 index 0000000..0dbf305 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia48.txt @@ -0,0 +1,58 @@ +ଦୀର୍ଘାୟୁ ହେବେ କିପରି +ଭାରତୀୟ ସଂସ୍କୃତି ରେ ଧର୍ମ, ଅର୍ଥ, କାମ ତଥା ମୋଷକୁ ଜୀବନର ମୂଳ ଲକ୍ଷ୍ୟ କୁହାଯାଇଛି ଏବଂ କେବଳ ଆରୋଗ୍ୟଯୁକ୍ତ ଦୀର୍ଘଜୀବନ ଦ୍ଵାରାହିଁ ଏହି ଲକ୍ଷ୍ୟକୁ ସଫଳ କରିବା ସମ୍ଭବ । +“ ଶରୀର ମାଦ୍ୟ ଖଳୁଧର୍ମ ସାଧନମ୍” ଅର୍ଥାତ୍ ଶରୀର ମାନବ ଜୀବନର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ପ୍ରମୁଖ ସାଧନ ବା ମାଧ୍ୟମ ଅଟେ ଏବଂ କାର୍ଯ୍ୟର ସଫଳତା ପାଇଁ ଶରୀର ସୁସ୍ଥ ରହିବା ଏକାନ୍ତ ଅପରିହାର୍ଯ୍ୟ । +ସେଥିପାଇଁ ଶରୀରକୁ ସୁସ୍ଥ ଏବଂ ଦୀର୍ଘାୟୁ କରିବା ପ୍ରତ୍ୟକ ବ୍ୟକ୍ତିଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ । +ଦୀର୍ଘାୟ ହେବାର ଉପାୟ - +ସାତ୍ତ୍ଵିକ ଆହାର +ଉତ୍ତମ ଜୀବନଚର୍ଯ୍ୟା ଓ ବ୍ରହ୍ମଚର୍ଯ୍ୟ +ଶୁଦ୍ଧ ବିଚାର +ଦୀର୍ଘାୟୁକାରକ ଆହାର +ଉତ୍ତମ ସ୍ୱାସ୍ଥ୍ୟର ତିନୋଟି ମୂଳ ଆଧାର ହେଲା – ଆହାର, ନିଦ୍ରା ତଥା ବ୍ରହ୍ମଚର୍ଯ୍ୟ । +ବଞ୍ଚି ରହିବା ପାଇଁ ଖାଦ୍ୟପେୟର ଆବଶ୍ୟକତା ରହିଛି । +ଆହାରରୁ ହିଁ ଆୟୁ, ତେଜ ଉତ୍ସାହ, ସ୍ମୃତି ଓ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇଥାଏ । +ଖାଦ୍ୟରୁ ରସ, ରସରୁ ରକ୍ତ, ରକ୍ତରୁ ମାଂସ ଏହିପରି ସପ୍ତଧାତୁରା ନିର୍ମାଣ ହୋଇ ଶରୀର ପରିପୁଷ୍ଟ ହୋଇଥାଏ । +ସୁତରାଂ ମନୁଷ୍ୟ ଶରୀର ବୃଦ୍ଧି, ବିକାଶ ପାଇଁ ଅନୁକୂଳ ଖାଦ୍ୟପେୟ ଗ୍ରହଣ କରାଯିବା ଉଚିତ୍ । +ନିମ୍ନରେ ଆୟୁବୃଦ୍ଧିକାରୀ ଆହାର ସଂପର୍କରେ କେତେକ ନିୟାମୋବାଲିକୁ ଉଲ୍ଲେଖ କରାଯାଇଛି ଏବଂ ଭୋଜନ ଗ୍ରହଣ ସମୟରେ ଏହା ପ୍ରତି ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ । +ଆୟୁବୃଦ୍ଧି ପାଇଁ ରସଂଯୁକ୍ତ ପୌଷ୍ଟିକ ତଥା ସ୍ନିଗ୍ଧ ଭୋଜନ ଉପଯୁକ୍ତ ଆହାର ଅଟେ । +ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ, ଶରୀରକୁ ସ୍ଥିରତା ଏବଂ ମନ ତଥା ମସ୍ତିଷ୍କକୁ ଶକ୍ତି ପ୍ରଦାନକାରୀ ହେବା ଆବଶ୍ୟକ । +ପ୍ରାଚୀନ ଶାସ୍ତ୍ରମାନଙ୍କରେ ଏପରି ଆହାରକୁ ସାତ୍ତ୍ଵିକ ଆହାର ରୂପ ଉଲ୍ଲେଖ କରାଯାଇଛି । +ପ୍ରାଚୀନ ଚିକିତ୍ସା ଶାସ୍ତ୍ରମାନଙ୍କରେ ସନ୍ତୁଳିତ ଭୋଜନ (Balanced Diet) ଏବଂ ମଧୁର, ଅମ୍ଳ, ଲବଣ, କଟୁ ତିକ୍ତ ଏବଂ କଷା ଏହିପରି ଷଡର ସଂଯୁକ୍ତ ଖାଦ୍ୟକୁ ଆୟୁବୃଦ୍ଧିକାରୀ ଖାଦ୍ୟ ରୂପେ ବିବେଚନା କରାଯାଇଛି । +ଆମେ ଖାଉଥିବା ଦୈନନ୍ଦିନ ଖାଦ୍ୟରେ ସୁଷମ ପରିମାଣରେ ପୁଷ୍ଟିସାର (Proteins) ସ୍ନେହସାର (Fats), ଶ୍ଵେତସାର (Carbohydrates), ଖଣିଜସାର (Minerals) ଏବଂ ଜଳ (Water) ରହିବା ଆବଶ୍ୟକ । +ଏହିସବୁର ସନ୍ତୁଳିତ ଖାଦ୍ୟସାର ଶାରୀରିକ ଓ ମାନସିକ ବିକାଶ ପାଇଁ ଆଣିବାର୍ଯ୍ୟ ଅଟେ । +ପ୍ରାତଃକାଳରେ ସୂର୍ଯ୍ୟଦୟ ପୂର୍ବରୁ ପାଣି, ଦହି ଆଦି ଥଣ୍ଡା ତରଳ ପାନୀୟ ପିଇବା ଅଭ୍ୟାସ କରିବା ଉଚିତ୍ । +ଏହାବ୍ୟତୀତ ଲେମ୍ବୁ ସରବତ୍ ମଧ୍ୟ ପିଇବାରେ ଉପକାର ମିଳିଥାଏ । +ଏପରି କରିବା ଦ୍ଵାରା ପଚନତନ୍ତ୍ରର ନବିକାର ଦୂର ହୋଇଥାଏ । +ଉପରୋକ୍ତ ପରାମର୍ଶଗୁଡିକ ପାନଳ କରିବା ସମୟରେ ସ୍ମରଣ ରହିବା ଉଚିତ୍ ଯେ ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ ଏବଂ ସନ୍ତୁଳିତ ହେବା ଆବଶ୍ୟକ । +ଅତ୍ୟଧିକ ଭିଟାମିନ୍ ଶର୍କରା ମଧ୍ୟ ଶରୀର ପାଇଁ ଅହିତକର ଅଟେ । +ସୁତରାଂ, ସୁଷମ ଏବଂ ସନ୍ତୁଳିତ ସାତ୍ତ୍ଵିକ ଆହାର ହିଁ ଆୟୁ ବୃଦ୍ଧିକାରୀ ଆହାର ଅଟେ । +ଉତ୍ତମ ଜୀବନଚର୍ଯ୍ୟା +ଆହାର ବ୍ୟତୀତ ଉଚିତ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ । +ପ୍ରାତଃ ସମୟରେ ସୂର୍ଯ୍ୟଦୟ ପୂର୍ବର ଶଯ୍ୟାତ୍ୟାଗ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ । +ବାଳି, ଅଶ୍ଵତ୍ ଥାମା, କୃପାଚର୍ଯ୍ୟା ଇତ୍ୟାଦି ଚିରଞ୍ଜିବୀଙ୍କୁ ସ୍ମରଣ କରାଯିବା ଉଚିତ । +ଏହି ସପ୍ତ ଚିରଞ୍ଜିବୀ ମହାତ୍ମାମାନଙ୍କ ସ୍ମରଣ ଦ୍ଵାରା ଦୁର୍ଘଟଣା ତଥା ଅପମୃତ୍ୟୁ ନିବାରଣ ହୋଇଥାଏ । +ଏହାବ୍ୟତୀତ, ପ୍ରାତଃ ସମୟରେ ଶଯ୍ୟାତ୍ୟାଗ କରିବା ପରେ ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ବଳ ଏବଂ ଆୟୁ ବୃଦ୍ଧି ହୋଇଥାଏ । +ପ୍ରାତଃକାଳରେ ସୂର୍ଯ୍ୟଦୟା ପୂର୍ବରୁ ଶୀତଋତୁରେ ତାଜା ପଣି ଏବଂ ଅନ୍ୟଋତୁମାନଙ୍କରେ ବାସୀ ପାଣି ପିଇବା ଉଚିତ୍ । +ଏହାକୁ ଉଷାପନ କୁହନ୍ତି । +ଏହାକୁ ଅଭ୍ୟାସ କରିବା ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟାଋ ମୁକ୍ତି ମିଳେ ଏବଂ ସମସ୍ତ ଉଦର ବିକାର ଦୂର ହୋଇଥାଏ । +ପ୍ରତିଦିନ ପ୍ରାତଃ ସମୟ ଖଳିପେଟରେ ବ୍ୟାୟାମ, ଯୋଗାସନ ଏବଂ ପ୍ରାଣାୟାମ ଆଦିର ଅଭ୍ୟାସ କରାଯିବା ଉତ୍ତମ ଅଟେ । +ଏହାଦ୍ଵାରା ଶରୀର ଏବଂ ମନରେ ସତେଜତା ବୃଦ୍ଧି ପାଇଥାଏ ଏବଂ ରକ୍ତ ଶୁଦ୍ଧ ହେବା ଦ୍ଵାରା ଶରୀର ସୁସ୍ଥ ଏବଂ ସୁନ୍ଦର ହୋଇଥାଏ । +ପ୍ରାତଃ ବ୍ରମଣ ସର୍ବୋତ୍ତମ ଅଟେ । +ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ +ମନ ଏବଂ ଶରୀର ପରସ୍ପର ପରିପୂରକ । +ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । +ଅନିଦ୍ରା, ଉଚ୍ଚ ରକ୍ତଚାପ, ହିଷ୍ଟ୍ରିଆ, ହୃଦ୍ ରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା ପ୍ରଭାବରୁ ବୃଦ୍ଧି ପାଇଥାଏ । +ସେଥିପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟ ପାଇଁ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନର ଆବଶ୍ୟକତା ରହିଛି । +ବିଛର ବା ଚିନ୍ତନର ଆମ ମନ ମସ୍ତିଷ୍କ, ସ୍ୱାସ୍ଥ୍ୟ ତଥା ଆୟୁ ଉପରେ ଗଭୀର ପ୍ରଭାବ ରହିଛି । +ସୁତରାଂ ଆୟୁ ବୃଦ୍ଧି ପାଇଁ ସୁସ୍ଥ ମାନସିକା ଏବଂ ବିଚାରାଗତ ଶୁଦ୍ଧତା ପ୍ରତି ଯତ୍ନବାନ୍ ହେବା ଅନିବାର୍ଯ୍ୟ ଅଟେ । +ଉତ୍ତମ ଏବଂ ସୁସ୍ଥ ବିଚାର ଜୀବନକୁ ସରଳ ତଥା ଆୟୁଷ୍ମାନ୍ କରିଥାଏ । +ପ୍ରତ୍ୟେକ ବ୍ୟକ୍ତିକୁ ସର୍ବଦା ଅନୁକୂଳ ଚିନ୍ତନ କରିବା ଆବଶ୍ୟକ । +ମୋର ସମସ୍ତେ ମିତ୍ର ଅଟନ୍ତି କେହି ଶତ୍ରୁ ନାହାଁନ୍ତି ତଥା ଇଶ୍ଵର ସର୍ବଦା ମୋ ସହିତ ଅଛନ୍ତି ଏବଂ ମୁଁ ପ୍ରଭୁଙ୍କର ଓ ଇଶ୍ଵର ମୋର ଅଟନ୍ତି ଇତ୍ୟାଦି ଭାବନା ମନ ମଧ୍ୟରେ ରଖିବା ଉଚିତ୍ । +ବ୍ୟକ୍ତି ସର୍ବଦା ଅନ୍ୟର କଲ୍ୟାଣ କାମନା କରିବା ସହ ନିଜ ଦ୍ଵାରା ଯେପରି ଅନ୍ୟକୁ କଷ୍ଟ ନ ମିଳେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ । +ନିଜର ସାମର୍ଥ୍ୟ ଅନୁସାରେ ଆବଶ୍ୟକ ସମୟରେ ପରର ଉପକାର କରିବା ଉଚିତ୍ । +ଏହିପରି ଭାବନା ବ୍ୟକ୍ତିକୁ ନୈତିକ ବଳ ପ୍ରଦାନ କରିଥାଏ । +ବ୍ୟକ୍ତି ମନରେ ସଦଭାବନା ପାଇଁ ଉତ୍ତମ, ଆଧ୍ୟାତ୍ମିକ ତଥା ନୀତିଗତ ସାହିତ୍ୟ ପଠନରେ ମନୋନିବେଶ କରିବା ଜରୁରୀ । +ଏହାକୁ ସ୍ଵଧ୍ୟାୟ କହନ୍ତି । +ସାଧନା, ସ୍ଵଧ୍ୟାୟ ଏବଂ ସତ୍ ସଙ୍ଗ ଆଧ୍ୟାତ୍ମିକ ଲକ୍ଷ୍ୟ ସାଧନ ପାଇଁ ତିନୋଟି ଉତ୍ତମ ମାର୍ଗ ଅଟେ । +ସମୟ ମିଳିଲେ ସତ୍ ସଙ୍ଗ ଦ୍ଵାରା ପ୍ରାର୍ଥନା, ଜପ , ଧ୍ୟାନ ଏବଂ ସଂକୀର୍ତ୍ତନ ମାଧ୍ୟମରେ ଇଶ୍ଵରଙ୍କ ଗୁଣକୀର୍ତ୍ତନ କରିବା ଦ୍ଵାରା ବିଭୁକୃପା ଲାଭ କରାଯାଇଥାଏ ବା ଏହାଦ୍ଵାରା ମାନସିକ ଶାନ୍ତି ମିଳିଥାଏ । +ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡେ ଯେ ଉତ୍ତମ ସ୍ୱାସ୍ଥ୍ୟ ଅଧିକାରୀ ହେବା ପାଇଁ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ସହିତ ବ୍ୟକ୍ତିକୁ ସାମାଜିକ ସୁସ୍ଥତା ମଧ୍ୟ ହାସଲ କରିବାକୁ ପଡିଥାଏ । +ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ପରିମାର୍ଜିତ ଓ ଶୃଙ୍ଖଳିତ କରିବା ସହ ଖାଦ୍ୟପେୟରେ ସାତ୍ତ୍ଵିକତା ଓ ସଂଯମତା ତଥା ବିଚାରାଗତ ଶୁଦ୍ଧତାକୁ ବଜାୟ ରଖିଲେ ନିଶ୍ଚିତ ଭାବେ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବ, ଏଥିରେ ସନ୍ଦେହ ନାହିଁ । -- GitLab