diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia94.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia94.txt new file mode 100644 index 0000000000000000000000000000000000000000..f839adbabdf49a02d4ddb2d32e08e05f6e61654e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia94.txt @@ -0,0 +1,38 @@ +ଶୀତଦିନରେ ଶରୀର ଫାଟୁଛି କି ? ଆପଣାନ୍ତୁ କିଛି ଘରୋଇ ତେଲ, ଉଜ୍ଜଳ ଓ କୋମଳ ରହିବ ତ୍ୱଚା +ମଏଶ୍ଚରାଇଜର +ଶରୀର ପାଇଁ ମଏଶ୍ଚରାଇଜର ନିହାତି ଦରକାର । +ଅଥାର୍ତ ଶୁଷ୍କ ଚର୍ମରେ ଚମକ ଆଣିବା ପାଇଁ ମଏଶ୍ଚରାଇଜର ଆବଶ୍ୟକତା ରହିଛି । +ସେଥିପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ମଏଶ୍ଚରାଇଜର ମଧ୍ୟ ମିଳୁଛି । +ମଏଶ୍ଚରାଇଜରକୁ ବ୍ୟବହାର କରି ତ୍ୱଚାର ଠିକ ଭାବରେ ଯତ୍ନ ନିଆଯାଇପାରୁଛି । +ବିଭିନ୍ନ କ୍ରିମ ବ୍ୟତୀତ ଏଭଳି କିଛି ତୈଳ ମଧ୍ୟ ରହିଛି ଯାହାକୁ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କରାଯାଇ ପାରିବ । +ଏହା ଦ୍ୱାରା ତ୍ୱଚା କୋମଳ ହେବା ସହିତ ଚିକ୍କଣ ଏବଂ ଉଜ୍ୱଳ ମଧ୍ୟ ହେବ । +ତେଣୁ ଆସନ୍ତୁ ଜାଣିବା କେତେକ ପ୍ରାକୃତିକ ତୈଳ ବିଷୟରେ ଯାହାକୁ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କରାଯାଇପାରିବ । +ତୈଳ +ଆଲମଣ୍ଡ ତେଲ- +ଏଥିରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଥାଏ । +ଯାହା ଦ୍ୱାରା ତ୍ୱଚା କୋମଳ ହେବା ସହିତ ଚିକ୍କଣ ମଧ୍ୟ ହୋଇଥାଏ । +ତେଣୁ ୧/୨ ଚାମଚ ତୈଳକୁ ମଏଶ୍ଚରାଇଜରରେ ମିଶାଇ ତ୍ୱଚାରେ ଲଗାନ୍ତୁ । +ଏହା ଦ୍ୱାରା ତ୍ୱଚା ନରମ ଓ ଚିକ୍କଣ ରହିବ । +ଅଲିଭ ତେଲ- +ଅଲିଭ ଅଏଲରେ ଶକ୍ତିଶାଳୀ ଆଂଟି ଅକ୍ସିଡାଂଟ ଭରପୂର ମାତ୍ରାରେ ରହିଥାଏ । +ଏହାକୁ ପ୍ରତିଦିନ ବ୍ୟବହାର କରିବା ଆବଶ୍ୟକ । +୧/୨ ଚାମଚ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କଲେ ତ୍ୱଚା କୋମଳ ହୋଇଥାଏ ଏବଂ ସୁନ୍ଦର ମଧ୍ୟ ଦେଖାଯାଏ । +ଟି ଟ୍ରି ତେଲ – +ଏହାକୁ ଏକ ଆଂଟି ବ୍ୟକ୍ଟେରିଆଲ ଉପାଦାନ ଭାବେ ଗ୍ରହଣ କରାଯାଏ । +ଟି ଟ୍ରି ଅଏଲ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଇନଫେକସନରୁ ମଧ୍ୟ ଏହା ରକ୍ଷା କରିଥାଏ । +ଏହା ସହିତ ରୁକ୍ଷ ତ୍ୱଚାକୁ ମଧ୍ୟ ଭଲ କରିଥାଏ । +୩ରୁ ୪ ଡ୍ରପ ଅଏଲକୁ ମଏଶ୍ଚରାଇଚଜର ସହିତ ମିଶାଇ ଲଗାଇବା ଦ୍ୱାରା ଭଲ ଫଳାଫଳ ମିଳିଥାଏ । +ତେବେ ସପ୍ତାହକୁ ୨ରୁ ୩ଥର ବ୍ୟବହାର କଲେ ତ୍ୱଚାରେ ଭିନ୍ନ ପରିବର୍ତ୍ତନ ଆସିଥାଏ । +ନଡିଆ ତେଲ- +ଏହା ପ୍ରତ୍ୟେକ ଘରେ ଅତି ସହଜରେ ମିଳିଯାଏ । +ଏହାକୁ ଶରୀରର ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଇପାରିବ । +ଏହା ଏକ ପ୍ରାକୃତିକ ତୈଳ ଏବଂ ଏଥିରେ ଖୁବ ମାତ୍ରାରେ ପୋଷକ ତତ୍ତ୍ୱ ଏବଂ ଭିଟାମିନ ଭରପୂର ମାତ୍ରାରେ ରହିଥାଏ । +ସୂର୍ଯ୍ୟକିରଣରେ ନଷ୍ଟ ହୋଇ ଯାଇଥିବା ତ୍ୱଚାରେ ନଡିଆ ତେଲ ଲଗାଇବା ଦ୍ୱାରା ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଥାଏ । +୧/୨ ଚାମଚ ନଡ଼ିଆ ତେଲକୁ ମଏଶ୍ଚରାଇଜର ସହିତ ମିଶାଇ ଲଗାଇବା ଦ୍ୱାରା ତ୍ୱଚା କୋମଳ ହେବା ସହିିତ ଚିକ୍କଣ ଏବଂ ଉଜ୍ୱଳ ହୋଇଥାଏ । +ଆଭୋକାଡୋ ତେଲ : ଏଥିରେ ଅଧିକ ପରିମାଣର ଫ୍ୟାଟି ଏସିଡ ରହିଥାଏ । +ଯାହା ଶରୀରର ଶୁଷ୍କପଣକୁ ଦୂର କରିଥାଏ । +ପ୍ରତିଦିନ ଏହି ତେଲରୁ ୩ରୁ ୪ ବୁନ୍ଦା ମଏଶ୍ଚରାଇଜର ସହ ମିଶାଇ ମାଲିସ କରିବା ଦ୍ୱାରା ତ୍ୱଚାରେ ଉଜ୍ଜଳତା ଆସିଥାଏ । +ଏହାଛଡା ସୁନ୍ଦର ତ୍ୱଚା ପାଇବା ପାଇଁ ସପ୍ତାହକୁ ୩ରୁ ୪ ଥର ଏହି ତେଲ ବ୍ୟବହାର କରିବା ଆବଶ୍ୟକ । +ଭିଟାମିନ-ଇ ଅଏଲ- +ଏହାକୁ ମଧ୍ୟ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କରାଯାଇପାରିବ ଏବଂ ଅନ୍ୟ ତୈଳ ଭଳି ଏଥିରେ ମଧ୍ୟ ବହୁ ଉପକାରୀ ଗୁଣ ଭରି ରହିଛି । +ଭିଟାମିନ ଇ କ୍ୟାପସୁଲରୁ ଏହି ତେଲ ବାହାର କରିବା ପରେ ଏହାକୁ ମଏଶ୍ଚରାଇଜର ସହ ମିଶାଇ ତ୍ୱଚାରେ ମାଲିସ କରିବା ଦ୍ୱାରା ସୁନ୍ଦର ଓ ଚମକପ୍ରଦ ତ୍ୱଚା ମିଳିଥାଏ ।