Commit 018ec307 authored by Nayan Ranjan Paul's avatar Nayan Ranjan Paul

Upload New File

parent cf1d129c
ଯାତ୍ରା ସମୟରେ ବାନ୍ତି ଲାଗୁଛି କି
ଯାତ୍ରା ସମୟରେ ବାନ୍ତି ଲାଗୁଛି କି
ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ଯାଆନ୍ତି ନାହିଁ ।
ତେବେ ଚିନ୍ତା କରନ୍ତୁ ନାହିଁ ।
କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର ।
ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ ।
ଘରୋଇ ଉପଚାର
ଅଦା : ଅଦାରେ ଆଣ୍ଟିମେନିକ୍ ଗୁଣ ଥାଏ ।
ଆଣ୍ଟିମେନିକ୍ ବାନ୍ତି ଏବଂ ମୁଣ୍ଡ ବିନ୍ଧାରୁ ଆରାମ୍ ଦେଇଥାଏ ।
ତେଣୁ ଯାତ୍ରା ସମୟରେ ପାଟିରେ ଅଦାର ଜାକନ୍ତୁ କିମ୍ବା ଅଦାର ଚା’ ପିଅନ୍ତୁ ।
ପିଆଜ ରସ : ଯାତ୍ରାରେ ଯିବାର ଠିକ୍ ଅଧଘଂଟା ପୂର୍ବରୁ ଏକ ଚାମଚ ପିଆଜ ରସ ସହ ଏକ ଚାମଚ ଅଦା ରସ ମିଶାଇ ଖାଆନ୍ତୁ ।
ଏପରି କଲେ ବାନ୍ତି ହେବ ନାହିଁ ।
ଯଦି ଆପଣଙ୍କ ଲମ୍ବା ବାଟ ଯାତ୍ରା କରୁଛନ୍ତି ତେବେ ସାଥିରେ ଏହି ରସ ନେଇ ଯାଆନ୍ତୁ ।
ଲବଙ୍ଗ : ବାହାରକୁ ଯିବା ସମୟରେ ଲବଙ୍ଗ ସାଥିରେ ରଖିଥାନ୍ତୁ ।
ବାନ୍ତି ଲାଗିଲେ ସଙ୍ଗେ ସଙ୍ଗେ ପାଟିରେ ଲବଙ୍ଗ ପକାନ୍ତୁ ।
ଏପରି କଲେ ବାନ୍ତି ଲାଗିବା ବନ୍ଦ ହୋଇଯାଏ ।
ପୁଦିନା : ପୁଦିନା ପେଟା ମାଂସପେଶୀକୁ ଆରାମ ଦେଇଥାଏ ।
ପୁଦିନା ତେଲ ବାନ୍ତି ରୋକିବାରେ ସାହାଯ୍ୟ କରିଥାଏ ।
କିଛି ବୁନ୍ଦା ପୁଦିନା ତେଲ ରୁମାଲରେ ପକାଇ ଯାତ୍ରା ସମୟରେ ଶୁଂଘିଲେ ବାନ୍ତି ଲାଗିନଥାଏ ।
ସେହିପରି ପୁଦିନା ପତ୍ରରେ ଚା’ ତିଆରି କରି ସେଥିରେ ଏକ ଚାମଚ ମହୁ ପକାନ୍ତୁ ।
ଯିବା ପୂର୍ବରୁ ଏହାକୁ ପିଇଲେ ବାନ୍ତି ଲାଗି ନଥାଏ ।
ଲେମ୍ବୁ : ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତିକୁ ରୋକି ଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment