Commit 01bc3fb1 authored by Nayan Ranjan Paul's avatar Nayan Ranjan Paul

Upload New File

parent af5c923d
କ୍ଷତ ଓ ଘା’ର ପାରମ୍ପରିକ ଚିକିତ୍ସା
ସଂକ୍ରାମକ ରୋଗ
ଗୋରୁଗାଈମାନଙ୍କଠାରେ କ୍ଷତ ବା ଘା ହେବା ଏକ ସାଧାରଣ କଥା ।
ଦୈନନ୍ଦିନ ପରିଚାଳନାଗତ ତୃଟି, ଦୁର୍ଘଟଣା, ସଂକ୍ରାମକ ରୋଗ ଯେପରିକି ଫାଟୁଆ, ଟିଙ୍କ ଉକୁଣି ସଂକ୍ରମଣ ଇତ୍ୟାଦି ଅନେକ କାରଣ ଯୋଗୁଁ ଗୋରୁଗାଈମାନଙ୍କ ଦେହରେ କ୍ଷତ ହେବାର ସମ୍ଭାବନା ଥାଏ ।
ବହୁ ସମୟରେ ପ୍ରାଣୀ ବାହାରକୁ ଚରିବା ପାଇଁ ଯାଇଥିବା ସମୟରେ ଅସାବଧାନତା ବଶତଃ ବିଭିନ୍ନ ପ୍ରକାରର ତୀକ୍ଷ୍ନ ବସ୍ତୁ ଯେପରିକି କଣ୍ଟା, କଣି ଆଦି ଦ୍ଵାରା କ୍ଷତାକ୍ତ ହୋଇଥାଏ ।
ବେଳେବେଳେ ପରସ୍ପରକୁ ଆକ୍ରମଣ କରିବା (ଶିଙ୍ଘ ଦ୍ଵାରାଏ ନାତମାରିବା) ଦ୍ଵାରା ମଧ୍ୟ ପ୍ରାଣୀ ଶରୀରରେ କ୍ଷତ ସୃଷ୍ଟି ହୁଏ ।
ଚାଷ କାମ, ପରିବହନ ଏବଂ ଗମନାଗମନ ପାଇଁ ବ୍ୟବହୃତ ହେଉଥିବା ବଳଦ କରି ପ୍ରାଣୀମାନେ ଲଙ୍ଗଳ ମୁନ ବାଜିବା ବା ଦୁର୍ଘଟଣାର ଶିକାର ହେବାରୁ ସେମାନଙ୍କ ଶରୀରରେ କ୍ଷତ ସୃଷ୍ଟି ହୁଏ ।
ଅନେକ ପ୍ରକାରର ରୋଗ ଯେପରିକି ନବଜାତ ବାଛୁରୀର ନାହିଁ ଫୁଲିବା, ସନ୍ତାନ ପ୍ରସବ ପରେ ପରିସ୍ରା ଦ୍ଵାଣରେ କ୍ଷତ ହେବା ଓ ଫାଟୁଆ ପରି ସଂକ୍ରମଣ ରୋଗର ଶିକାର ହେଲେ ଗୋରୁଗାଈମାନଙ୍କ ଶରୀରରେ କ୍ଷତ ପରିଲକ୍ଷିତ ହୁଏ ।
ଯଦିଓ କ୍ଷତର ବିଭିନ୍ନ ପ୍ରକାର ଭେଦ ରହିଅଛି, ଏହା ମୁଖ୍ୟତଃ ଦୁଇପ୍ରକାରର ହୋଇଥାଏ ।
ଖୋଲା କ୍ଷତ ଏବଂ ବନ୍ଦ କ୍ଷତ ।
ଶକ୍ତ ଆଘାତ ଲାଗି ରକ୍ତ ଜମାଟ ବାନ୍ଧିବା, ପ୍ରାଣୀର ଚର୍ମ ବସ୍ତୁରେ ଘସି ହୋଇ ଲାଲ ପଡିଯିବା ଆଦି ବନ୍ଦ କ୍ଷତର ଅନ୍ତର୍ଭୁକ୍ତ ଏପରି କ୍ଷତରେ ଜମିରେ କୌଣସି ଖୋଲା ସ୍ଥାନ ନଥାଏ ।
ଏଥିରେ ରକ୍ତର ପ୍ରବାହ ମଧ୍ୟ ହୋଇନଥାଏ ।
ରକ୍ତ ଜମାଟ ବାନ୍ଧିଥିବା ସ୍ଥାନରେ ବରଫା ଲଗାଇବା ଦ୍ଵାରା ତଥା ହାତରେ ମାଲିସ୍ କରିବା ଦ୍ଵାରା ଏପରି କ୍ଷତରୁ ଉପଶମ ମିଳିଥାଏ ।
ଖୋଲା କ୍ଷତରେ ଚର୍ମର କିଛି ଅଂଶ ଖୋଲିଯାଇଥାଏ ବା ଚିରି ଯାଇଥାଏ ଏବଂ ଏହି ବାଟ ଦେଇ ରକ୍ତସ୍ରାବ ହୁଏ ।
ଯଦି କ୍ଷତର ଆକାର ବହୁତ ବଡ ହୋଇଥାଏ ଏବଂ ରକ୍ତସ୍ରାବ ବନ୍ଦ ହୋଇନଥାଏ ତେବେ ସଙ୍ଗେ ସଙ୍ଗେ ଅଭିଜ୍ଞ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ନିହାତି ଜରୁରୀ ।
ଯଦି ପ୍ରାଣୀର ଶରୀରରେ କୌଣସି ଅସ୍ତ୍ରୋପ୍ରଚାର କରାଯାଇଥାଏ ଏବଂ ପରେ ଯତ୍ନର ଅଭାବରୁ କ୍ଷତସୃଷ୍ଟି ହୋଇଥାଏ ।
ସମୟ ସମୟରେ କୌଣସି ଧାତବ ପଦାର୍ଥ ଯେପରିକି ଟିଣ, ତମ୍ବା, ଲୁହା ଆଦି ଦ୍ଵାରା ଆଘାତ ଲାଗି କ୍ଷତ ସୃଷ୍ଟି ହୁଏ ।
ଏହିସବୁ ପ୍ରକାର କ୍ଷତ ପାଇଁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶର ଆବଶ୍ୟକତା ପଡିଥାଏ ।
ପ୍ରାଣୀ ଶରୀରରେ ସୃଷ୍ଟି ହୋଇଥିବା ଖୋଲା କ୍ଷତ ସଠିକ୍ ଯତ୍ନର ଅଭାବରୁ ଧୀରେ ଧୀରେ ବଡ ଆକାରରେ ଧାରଣ କରେ ଏବଂ ସମୟକ୍ରମେ ଏଥିରେମାଝିମାନେ ଅଣ୍ଡା ଦାନ କରନ୍ତି ।
ଏହି ଅଣ୍ଡାରୁ ଲାର୍ଭା ବା ପୋକ ସୃଷ୍ଟି ହୁଏ ଏବଂ ଘା’ଟି ପୋକଲଗା ଘା’ଟି ପୋକଲଗା ଘା’ରେ ପରିଣତ ହୁଏ ।
ପ୍ରାଣୀ ଶରୀରର ଛୋଟବଡ ଘା’ ନ ଶୁଖିବାର ମୁଖ୍ୟ କାରଣ ହେଉଛି କ୍ଷତଷର ଲାଗୁଥିବା ଧୂଳିମଳି, ଗୋବର ଓ ମାଛି ଏବଂ ପ୍ରାଣୀ ଜିଭ ଦ୍ଵାରା ନିଜ କ୍ଷତକୁ ଚାଟିବା ।
ଏହିସବୁ କ୍ଷତର ଚିକିତ୍ସା ପାଇଁ ଆମ ଦେଶ ତଥା ରାଜ୍ୟର ଚାଷୀଭାଇମାନେ ଅନେକ ଫଳପ୍ରଦ ପାରମ୍ପରିକ ଚିକିତ୍ସା ପଦ୍ଧତି ଆପଣାନ୍ତି ।
ଆସନ୍ତୁ ସେ ବିଷୟରେ ଆଲୋଚନା କରିବା
ପ୍ରଥମେ ଆଖିକୁ ଦେଖାଯାଉଥିବା ପୋକ ବା ଲାର୍ଭାମାନଙ୍କୁ ହାତରେ କାଢି ଦିଆଯାଏ ।
ସମୟେ ସମୟେ ଏହି ଲାର୍ଭା ବା ପୋକମାନେ ପ୍ରାଣୀର କୋଷିକାକୁ ଶକ୍ତ ଭାବରେ ଜାବୁଡି ଧରିଥାଆନ୍ତି ଏବଂ ଅଲଗା କରିବା ସମୟରେ ରକ୍ତସ୍ରାବ ହୋଇଥାଏ ।
ଏହି ରକ୍ତସ୍ରାବକୁ ରୋକିବା ପାଇଁ ଚାଷୀଭାଇମାନେ ଆଲମ୍ ବା ଫିଟିକିରି ଗୁଣ୍ଡକୁ ବ୍ୟବହାର କରିଥାଆନ୍ତି ।
ଏହାପରେ ଆତ ଗଛର ପତ୍ରକୁ ଛେଚି ରସ ପ୍ରସ୍ତୁତ କରାଯାଏ ଏବଂ ଏହାକୁ କ୍ଷତ ମଧ୍ୟରେ ବୁନ୍ଦା ବୁନ୍ଦା କରି ପକାଇ ଦିଆଯାଏ ଅଥବା ଏକ ସଫା କପଡାରେ ଲେପ ଦିଆଯାଇ କ୍ଷତ ମଧ୍ୟରେ ରଖାଯାଏ ଏବଂ କ୍ଷତର ବାହ୍ୟ ଅଂଶରେ ଘରୋଇ ଭାବରେ ପ୍ରସ୍ତୁତ ମଲମ ଲଗାଇ କପଡା ବା ବ୍ୟାଣ୍ଡେଜ କନା ଦ୍ଵାରା ବାନ୍ଧି ଦିଆଯାଏ ।
ପରଦିନ ଏହି ପଟିକୁ ଖୋଲି ମୃତ ଲାର୍ଭାମାନଙ୍କୁ ହାତରେ କାଢିଦିଆଯାଏ ଏବଂ ପୁନଶ୍ଚ ସମାନ ଭାବରେ ଲେପଦିଆ କପଡା ଦେଇ, ମଲମ ଲଗାଇ କ୍ଷତକୁ ବାନ୍ଧି ଦିଆଯାଏ ।
ଏପରି ୩ ଦିନ କରିବା ଦ୍ଵାରା ସମସ୍ତ ଲାର୍ଭା ମାରିଯାଆନ୍ତି ଏବଂ ଏହାପରେ କ୍ଷତରେ ଦିନକୁ ଦୁଇରୁ ତିନିଥର କ୍ଷତ ଶୁଖିବା ପର୍ଯ୍ୟନ୍ତ ମଲମ ଲଗାଇବାକୁ ପଡେ ।
ମଲମ ପ୍ରସ୍ତୁତ ପ୍ରଣାଳୀ
ଆବଶ୍ୟକୀୟ ସାମଗ୍ରୀ : ନାକଚଣା ପତ୍ର – ଏକ ମୁଠା, ରସୁଣ – ଦଶକୋଲା, ନିମପତ୍ର – ଏକମୁଠା, ନଡିଆ / ରାଶିତେଲ – ୨୫୦ ମିଲି, ହଳଦୀ ଗୁଣ୍ଡ – ୨୦ ଗ୍ରାମ (ଖଣ୍ଡ), ମଞ୍ଜୁଆତି ପତ୍ର – ୧ ମୁଠା, ତୁଳସୀ ପତ୍ର – ୧ ମୁଠା
ପ୍ରସ୍ତୁତି ପ୍ରଣାଳୀ
ସମସ୍ତ ସାମଗ୍ରୀକୁ ଏକତ୍ର ବାଟି ମଣ୍ଡ ବା ପେଷ୍ଟ କରାଯାଏ ।
ଏହି ମଣ୍ଡ ବା ପେଷ୍ଟକୁ ୨୫୦ମି.ଲି ନଡିଆ/ରାଶିତେଲରେ ମିଶାଇ ନିଆଁରେ ଗରମ କରି ଫୁଟାଇ ଦିଆଯାଇମଲମ ପ୍ରସ୍ତୁତ କରାଯାଏ ।
ଏହିପରି ଭାବରେ ପାରମ୍ପରିକ ପଦ୍ଧତିରେ କମ୍ ଖର୍ଚ୍ଚରେ ଔଷଧ ପ୍ରସ୍ତୁତ କରି ଚାଷୀଭାଇମାନେ ନିଜ ପ୍ରାଣୀମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ କ୍ଷତର ସଠିକ୍ ଚିକିତ୍ସା କରିପାରିବେ ।
ଏହା ସେମାନଙ୍କ ପ୍ରାଣୀର ଶରୀର ସୁସ୍ଥ ରଖିବା ସହିତ ସେମାନଙ୍କର ଚିକିତ୍ସା ଖର୍ଚ୍ଚକୁ ହାଲୁକା କରିଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment