Commit 03b8b9ed authored by Nayan Ranjan Paul's avatar Nayan Ranjan Paul

Upload New File

parent 6487560b
ପତ୍ର ନୁହେଁ ଅଲୋଡା
ଉପକ୍ରମ
ଫଳ ଓ ପନିପରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସମସ୍ତେ ଜାଣନ୍ତି ।
କିନ୍ତୁ ଜାଣିବା କେତେକକ ଫଳ ଓ ପରିବାର ପତ୍ର ମଧ୍ୟରେ ସ୍ଵାସ୍ଥ୍ୟୋପଯୋଗୀ ଅନେକ ଗୁଣ ଅଛି ।
ପିଜୁଳି ପତ୍ର
ପିଜୁଳି ଭଳି ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ।
ଦାନ୍ତ ଦୁର୍ବଳ ଥିଲେ, ମାଢି ଫୁଲୁଥିଲେ, ଦାନ୍ତବିନ୍ଧୁଥିଲେ, ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପିଜୁଳି ପତ୍ର ସିଝାଇ ସେଇ ପାଣିରେ କୁଲି କଲେ ଉପକାର ମିଳିଥାଏ ।
ଡାଇରିଆ ହୋଇଥିଲେ କଅଁଳିଆ ପିଜୁଳି ପତ୍ରକୁ ବାଟି ଦିନକୁ ତିନି ଚାର ଥର ଖାଇଲେ ଉପଶମ ମିଳିଥାଏ ।
ପିଜୁଳି ପତ୍ର ଶୁଖାଇ ଗୁଣ୍ଡ କରି ଏହାର ଟାଇଟ୍ ଡବାରେ ରଖନ୍ତୁ ।
ଏହି ଗୁଣ୍ଡରୁ ୧ ଚାମଚ ନେଇ କପେ ଗରମ ପାଣିରେ ପକାଇ ପାଞ୍ଚ ମିନିଟ ଫୁଟାନ୍ତୁ ।
ଏହି ପାଣିକୁ ଛାଣି ପିଇବା ଦ୍ଵାରା ରକ୍ତରେ ଶର୍କରାର ମାତ୍ର ନିୟନ୍ତ୍ରଣରେ ରହେ ।
ଆମ୍ବ ପତ୍ର
ଫଳ ଭିତରେ ରାଜା ହେଉଛି ଆମ୍ବ ।
ଏହା କେବଳ ସୁଆଦିଆ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ।
କିନ୍ତୁ ଆମ୍ବ ଭଳି ଏହାର ପତ୍ରରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି ।
ମଧୁମେହ ରୋଗୀଙ୍କ ପାଇଁ ଆମ୍ବାପତ୍ର ଉପକାରୀ ।
କଅଁଳିଆ ଆମ୍ବାପତ୍ରରେ ଅନ୍ଥୋସିଆନିଡିନ୍ସ ନାମକ ଏକ ଉପାଦାନ ଥାଏ, ଯାହା ପ୍ରାଥମିକ ପର୍ଯ୍ୟାୟର ଡାଇବେଟିସ୍ ମୁକାବିଲା କରିବାରେ ସହାୟକ ହୋଇଥାଏ ।
ଆମ୍ବ ପତ୍ର ଶୁଖାଇ ଗୁଣ୍ଡ କରି ପିଇହେବା ।
ନଚେତ୍ କଞ୍ଚା ଆମ୍ବ ପତ୍ର ଶିଖାଇ ଏହାର ପାଣି ମଧ୍ୟ ପିଇ ହେବ ।
ଆମ୍ଭ ପତ୍ରରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାର କ୍ଷମତା ମଧ୍ୟ ରହିଛି ।
ଏହା ବ୍ୟତୀତ ଆମ୍ବ ପତ୍ରରେ ଆହୁରି ଅନେକ ଉପକାରୀ ଗୁଣ ଅଛି ।
ଡାଳିମ୍ବ ପତ୍ର
ହଜମଜନିତ ବିଭିନ୍ନ ସମସ୍ୟା, ବାନ୍ତି ଲିଭର୍ ସମସ୍ୟା, ଜଣ୍ଡିସ୍, ଅର୍ଷ ଆଦି ଥିଲେ ଡାଳିମ୍ବ ପତ୍ର ଅନେକାଂଶରେ ସହାୟକ ହୋଇଥାଏ ।
ଡାଳିମ୍ବପତ୍ରକୁ ଛାଇଲେ ଶୁଖାଇ ଗୁଣ୍ଡ ରଖନ୍ତୁ ।
ଦିନକୁ ତିନିଥର ଏହି ଗୁଣ୍ଡରୁ ଏକ ଚାମଚ ଲେଖାଏଁ ଖାଆନ୍ତୁ ।
ଉପକାର ପାଇବେ ।
ଏକ୍ ଜିମା ଥିଲେ ସେହି ଜାଗାରେ ଡାଳିମ୍ବ ପତ୍ରର ରସ ଲଗାନ୍ତୁ ।
ପାଟିରେ ଘା ହୋଇଥିଲେ କିମ୍ବା ତଣ୍ଡି ଦରଜ ହୋଇଥିଲେ ଦୁଇ ମୁଠା ଡାଳିମ୍ବ ପତ୍ର ପାଣିରେ ଶିଖାଇ ସେଇ ପାଣିକୁ ଥଣ୍ଡା କରି କୁଳୁକୁଚା କଲେ ଉପକାର ମିଳିଥାଏ ।
ଜାମୁକୋଳି ପତ୍ର
ଜାମୁକୋଳି ସ୍ୱାସ୍ଥ୍ୟ ପାଇଁ କେତେ ଉପାକାରୀ ତାହା ପ୍ରାୟ ସମସ୍ତେ ଜାଣନ୍ତି ।
କିନ୍ତୁ ଜାମୁ ଭଳି ଏହାର ପତ୍ର ମଧ୍ୟ ଉପକାରୀ ।
ଜାମୁକୋଳି ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ଦାନ୍ତ, ମାଢି ମଜଭୁତ ରଖିବାରେ ସାହାଜ୍ଯ କରିଥାଏ ।
ଏହା ପ୍ରାକୃତିକ ରକ୍ତ ବିଶୋଧକ ଭାବେ ମଧ୍ୟ କାମ ହୋଇଥାଏ ।
ଅତି କମ ସମୟ ବ୍ୟବଧାନରେ ପରିଶ୍ରା ଲାଗୁଥିଲେ ଜାମୁକୋଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ଦିନକୁ ଦୁଇଥର ଏହି ଗୁଣ୍ଡରୁ ଏକଛୋଟ ଚାମଚ ଲେଖାଏଁ ଖାଇବାକୁ ଚେଷ୍ଟା କରନ୍ତୁ ।
କିଛିଦିନ ପରେ ଉପାକାର ଜାଣିପାରିବେ ।
ମଦୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହି ପତ୍ର ଉପକାରୀ ।
ଅମୃତଭଣ୍ଡା ପତ୍ର
ଅମୃତଭଣ୍ଡାରେ ଭିଟାମିନ୍ ଇ ପର୍ଯ୍ୟାପ୍ତ ମାତ୍ରାରେ ଭାରି ରହିଛି ।
ଏହା ଉଭାୟା କଞ୍ଚା ଓ ପାଚିଲା ଅବସ୍ଥାରେ ସ୍ୱାସ୍ଥ୍ୟ ପାଇଁ ଉପକାରୀ କିନ୍ତୁ ଏହାର ପତ୍ରର ଉପକାରିତା ବିଷୟରେ ବିଶେଷ କେହି ଜାଣନ୍ତିନି ।
ଏହି ପତ୍ରର ରସରେ ଡେଙ୍ଗୁ ଦୂର କରିବାର କ୍ଷମତା ରହିଛି ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି ।
ଏହା ବ୍ୟତୀତ ଏହାର ରସରେ କର୍କଟ ପ୍ରତିରୋଧ କରିବାର କ୍ଷମତା ଅଛି ଋତୁସ୍ରାବଜନିତ ଯନ୍ତ୍ରଣା ଭୋଗୁଥିଲେ ଏହି ପତ୍ରରେ ରସ ପିଇଲେ ଉପକାର ମିଳିବ ।
ଏହା ବ୍ୟତୀତ ଅମୃତଭଣ୍ଡା ପତ୍ରରେ ଆହୁରି ଅନେକ ଉପକାରୀ ଗୁଣ ଅଛି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment