Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
0e212289
Commit
0e212289
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
819c8f78
Changes
1
Show whitespace changes
Inline
Side-by-side
Showing
1 changed file
with
196 additions
and
0 deletions
+196
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_2
...lingual-corpora/odiasahitya.com/sent_odiasahitya_khabar_2
+196
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_2
0 → 100644
View file @
0e212289
ଓଡ଼ିଆ ଭାଷାର ପ୍ରସାର ପାଇଁ ସବ୍ କମିଟି: ଅଧିକ ମଧୁ ବର୍ଣ୍ଣବୋଧ ଛାପିବାକୁ ନିଷ୍ପତ୍ତି
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଜାନୁଆରୀ ୧୨, ୨୦୧୩
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର: ଓଡ଼ିଆ ଭାଷାର ବିକାଶ ଓ ପ୍ରଚାର ପ୍ରସାର ପାଇଁ ଏକ ସବ୍ କମିଟି ଗଠନ କରାଯିବ ।
ଏହା ବ୍ୟତୀତ କାଳଜୟୀ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶନ କରାଯିବ ।
ଏଥିପାଇଁ ଅନ୍ୟଏକ ସବ୍ କମିଟି ମଧ୍ୟ ଗଠନ ହେବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।
ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧିକ ମଧୁ ବର୍ଣ୍ଣବୋଧ ଛାପିବା, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା, ବିଶ୍ବ ଓଡ଼ିଆ ସମ୍ମିଳନୀ ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ଶୁକ୍ରବାର ସଚିବାଳୟଠାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଉନ୍ନୟନ କମିଶନର ଯୁଗୋଳ କିଶୋର ମହାପାତ୍ରଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ହରିହର କାନୁନ୍ଗୋ, ସଦସ୍ୟ ଖଗେଶ୍ବର ମହାପାତ୍ର, ରାମଚନ୍ଦ୍ର ବେହେରା, ଗୁରୁପ୍ରସାଦ ମହାନ୍ତି, କୈଳାସ ଚନ୍ଦ୍ର ଟିକାୟତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା ।
ସେଠାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବାକୁ ନିଷ୍ପତ୍ତି ହୋଇଛି ।
ଯେଉଁ ପଡ଼ୋଶୀ ରାଜ୍ୟରେ ପିଲାମାନେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଛନ୍ତି ସେଠାକାର ପିଲାଙ୍କୁ ଓଡ଼ିଆ ଭାଷାନ୍ତର କରାଯାଇ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ।
ଓଡ଼ିଆ ଭାଷା ପ୍ରତିଷ୍ଠାନ ଏହି ଦାୟିତ୍ବ ନେବ ।
ସେହିପରି ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷା ଶିକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ସୁଦ୍ଧ ମଧୁ ବର୍ଣ୍ଣବୋଧ ଛାପିବାକୁ ଭାଷା ପ୍ରତିଷ୍ଠାନକୁ କୁହାଯାଇଛି ।
ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନକୁ ଭାଷା ପ୍ରତିଷ୍ଠାନ ସହ ସାମିଲ କରାଯିବା ପାଇଁ ଭାଷା ପ୍ରତିଷ୍ଠାନକୁ ଦାୟିତ୍ବ ଦିଆଯାଇଛି ।
ଓଡ଼ିଆ ଭାଷାର ପ୍ରସାର ପାଇଁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।
‘କାଦମ୍ବିନୀ’ ପକ୍ଷରୁ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀ ଓ ପତ୍ରିକା ହାଟ ଅନୁଷ୍ଠିତ
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଜାନୁଆରୀ ୮, ୨୦୧୩
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର: ଜଗତୀକରଣ ଫଳରେ ଯାହା କ୍ଷତି ହେଉ ବା ଲାଭ ହେଉ, ସାହିତ୍ୟ ଓ ସଂସ୍କୃତି ପାଇଁ କିନ୍ତୁ ଏହା ଆଶୀର୍ବାଦ ପାଲଟିଛି ।
ମାସିକ ପାରିବାରିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀକୁ ଉଦ୍ଘାଟନ କରି ଏକଥା କହିଛନ୍ତି ହିନ୍ଦି ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ପଦ୍ମଭୂଷଣ ଧର୍ମେନ୍ଦ୍ର ।
ଜଗତୀକରଣ ଯୋଗୁଁ ସାହିତ୍ୟ ପାଇଁ ବହୁ ନୂଆ ବାଟ ଫିଟିଛି ।
ଏହା ଫଳରେ ଅଧିକରୁ ଅଧିକ ଯୁବପିଢ଼ି ସାହିତ୍ୟରେ ଆଗ୍ରହ ରଖୁଛନ୍ତି ଯାହା ଏକ ଭଲ ସୂଚନା ଓ ସାହିତ୍ୟର ଭବିଷ୍ୟତ ପାଇଁ ଶୁଭଙ୍କର ବୋଲି ସେ କହିଥିଲେ ।
କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଗତ ୬ ତାରିଖ ଦିନ ଏକ ଦିବସବ୍ୟାପୀ ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କବି ପଦ୍ମଭୂଷଣ ରମାକାନ୍ତ ରଥ, ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ, ସରସ୍ବତୀ ସମ୍ମାନପ୍ରାପ୍ତ ବିଶିଷ୍ଟ ପଞ୍ଜାବୀ କବି ପଦ୍ମଶ୍ରୀ ସୁରଜିତ ପାତର, ଚୀନର ବିଶିଷ୍ଟ ଲେଖିକା ଲିଜିଆ ଝାଙ୍ଗ୍, ଓଡ଼ିଆ କଥାଶିଳ୍ପୀ ଗୌରହରି ଦାସ, ଲେଖକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ବରିଷ୍ଠ ସମ୍ପାଦିକା ଶୈଳରାଣୀ ମିଶ୍ର ଏବଂ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ କାଦମ୍ବିନୀର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ସମ୍ପାଦିକା ଇତି ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ ।
ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କବି ରମାକାନ୍ତ ରଥଙ୍କୁ ‘କାଦମ୍ବିନୀ ସାରସ୍ବତ ସମ୍ମାନ-୨୦୧୩’ ପ୍ରଦାନ କରାଯାଇଥିଲା ।
ସେହିପରି “ସମାରୋହ” ସାହିତ୍ୟ ପତ୍ରିକାର ଶୈଳରାଣୀ ମିଶ୍ରଙ୍କୁ ଓଡ଼ିଆ ପତ୍ରିକା ଜଗତର ଅନ୍ୟତମ ବୟସ୍କା ସମ୍ପାଦିକା ଭାବେ ‘କାଦମ୍ବିନୀ ସମ୍ପାଦକ ସମ୍ବର୍ଦ୍ଧନା-୨୦୧୩’ ପ୍ରଦାନ କରାଯାଇଥିଲା ।
ଏହା ବ୍ୟତୀତ ଏହି ଅବସରରେ ନିକଟରେ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ପ୍ରତିଭା ରାୟ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ନିମନ୍ତେ ମନୋନୀତ ଗୌରହରି ଦାସ, ପ୍ରଶାନ୍ତ ମହାନ୍ତି ଏବଂ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଯୁବ ପୁରସ୍କାର ପାଇଁ ମନୋନୀତ ସୃଷ୍ଟିଶ୍ରୀ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।
ସେହିପରି ଏହି ଅବସରରେ ‘ନିଶିପଦ୍ମ’ ଓ ‘ମଣିଷର ଜୟଯାତ୍ରା’ ଅନୁଦିତ ପୁସ୍ତକ, କବିତା ସଙ୍କଳନ ‘ମାଆ’ ସହିତ ‘କାଦମ୍ବିନୀ’ ଓ ‘କୁନିକଥା’ ପତ୍ରିକାର ଜାନୁଆରୀ ସ୍ବତନ୍ତ୍ର ସଂଖ୍ୟା ଏବଂ ‘ଚନ୍ଦନ’ ଓ ‘ଗଳ୍ପ ଏକବିଂଶ ଶତାବ୍ଦୀର’ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।
ଉତ୍ସବର ଦ୍ବିତୀୟାର୍ଦ୍ଧରେ ଶୁଭଶ୍ରୀ ଲେଙ୍କା ଓ ଅଶୋକ ରାଉତଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ୨୦ଜଣ ବଛା ବଛା ଓଡ଼ିଆ କବି ସ୍ବରଚିତ କବିତାମାନ ପାଠ କରିଥିଲେ ।
ଏହି ଅବସରରେ ନିକଟରେ ଓଡ଼ିଆ ସାହିତ୍ୟ ଏକାଡ଼େମୀର ୨୦୦୯ ଓ ୨୦୧୦ ବର୍ଷ ପାଇଁ ମନୋନୀତ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।
* ପଞ୍ଚମ କାଦମ୍ବିନୀ ପତ୍ରିକା ହାଟ *
ଉପରୋକ୍ତ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ପଞ୍ଚମ ‘କାଦମ୍ବିନୀ ପତ୍ରିକା ହାଟ’ ।
ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରକାଶିତ ପ୍ରାୟ ୧୨୦ ରୁ ଅଧିକ ପତ୍ରିକାର ଷ୍ଟଲ୍ ଲାଗିଥିଲା ।
ଗୋଟିଏ ଭାଷାର ଏତେ ସଂଖ୍ୟକ ସାହିତ୍ୟ ପତ୍ରିକା ପ୍ରକାଶ ପାଉଥିବା ଦେଖି ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ବେଶ୍ ଉଜ୍ଜ୍ବଳ ବୋଲି ମତ ଦେଇଥିଲେ ପଞ୍ଜାବୀ କବି ସୁରଜିତ୍ ପାତର ।
ଏହି ହାଟରେ ବର୍ତ୍ତମାନ ପ୍ରକାଶ ପାଉଥିବା ଏବଂ କିଛିବର୍ଶ ପୂର୍ବେ ପ୍ରକାଶିତ ହୋଇ ବନ୍ଦ ହୋଇଯାଇଥିବା ଅନେକ ପତ୍ରିକା ପ୍ରଦର୍ଶନୀ ହେବା ସହ ବିକ୍ରୟ ମଧ୍ୟ ହୋଇଥିଲା ।
ଏହି ହାଟରେ ଅନ୍ୟତମ ଆକର୍ଷଣ ଥିଲା ସ୍ଥାନୀୟ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍ର ଜଣେ ଛାତ୍ରୀ ଆକାଙ୍କ୍ଷ୍ୟା କବିଙ୍କ ଦ୍ବାରା ପ୍ରଦର୍ଶିତ କାନ୍ଥ ପତ୍ରିକା ବା ୱାଲ୍ ମାଗାଜିନ୍ ।
ଏହା ମାଧ୍ୟମରେ କୁମାରୀ କବି ଶିଶୁମାନଙ୍କର ବିଭିନ୍ନ ଅବସ୍ଥା ବାବଦରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଅନେକ ଚିତ୍ରକୁ ସଂଗୃହିତ କରି ସେ ବାବଦରେ ଚମତ୍କାର ଫୋଟୋନାମକରଣ ଦେଇଥିଲେ ।
କୁମାରୀ କବିଙ୍କ ଏହି ଉଦ୍ୟମକୁ ଅନେକ ବ୍ୟକ୍ତି ପ୍ରଶଂସା କରୁଥିବାର ଦେଖାଯାଇଥିଲା ।
ଉକ୍ତ ଦିନିକିଆ ଉତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟବାହାରୁ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଆଦି ଯୋଗଦେଇଥିଲେ ।
ଏହା ସହିତ ପତ୍ରିକା ହାଟରେ ବୁଲି ବୁଲି ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ନିଜନିଜ ମଧ୍ୟରେ ଭାବର ଆଦାନପ୍ରଦାନ ମଧ୍ୟ କରିଥିଲେ ।
୨୦୦୯ ଓ ୨୦୧୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଜାନୁଆରୀ ୨, ୨୦୧୩
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର: ୨୦୦୯ ଓ ୨୦୧୦ ବର୍ଷ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୁରସ୍କାର ପାଇଁ ୨୧ଜଣ ଲେଖକଙ୍କୁ ଚୟନ କରାଯାଇଛି ।
ଏ ନେଇ ଏକାଡ଼େମୀର ସଭାପତି ରାମଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଏକାଡ଼େମୀ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ମୁତାବକ ଓଡ଼ିଆ ସାହିତ୍ୟର ନଅଗୋଟି ବିଭାଗରେ ଏହି ଲେଖକମାନଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି ।
୨୦୦୯ ମସିହା ପାଇଁ ୧୨ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ୨୦୧୦ ପାଇଁ ୯ଟି ବିଭାଗରେ ୯ଜଣଙ୍କୁ ଚୟନ କରାଯାଇଛି ।
୨୦୦୯ ମସିହା ପାଇଁ ଯୋଗ୍ୟ ବିବେଚିତ ଲେଖକମାନଙ୍କ ମଧ୍ୟରେ ନାଟକ ଓ ଏକାଙ୍କିକା ବିଭାଗରେ ୩ଜଣଙ୍କୁ ଚୟନ କରାଯାଇଥିବାବେଳେ ଜୀବନୀ ଓ ଭ୍ରମଣକାହାଣୀ ବିଭାଗରେ ଦୁଇଜଣଙ୍କୁ ଚୟନ କରାଯାଇଛି ।
ସେହିପରି ୨୦୧୦ ମସିହା ପାଇଁ ଗୋଟିଏ ବିଭାଗ ପାଇଁ ଜଣେ ଲେଖାଁଏ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସୂଚନା ମୁତାବକ ଉପନ୍ୟାସ ବିଭାଗରେ କୃପାସାଗର ସାହୁ ତାଙ୍କ ଉପନ୍ୟାସ ‘ଶେଷ ଶରତ’ ପାଇଁ ମନୋନୀତ ହୋଇଥିଲାବେଳେ କ୍ଷୁଦ୍ରଗଳ୍ପ ବିଭାଗରେ ଦେବପ୍ରସାଦ ଦାଶ ତାଙ୍କର କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭୋର’ ପାଇଁ ପୁରସ୍କାର ପାଇବେ ।
କବିତା ବିଭାଗରେ ପ୍ରଭାଶିନୀ ମହାକୁଡ଼ ତିୱାରୀ ତାଙ୍କ ପୁସ୍ତକ ‘ଧାଡ଼ିଏ ଶିମିଳିଫୁଲ ଓ ଅନ୍ୟାନ୍ୟ କବିତା’ ପାଇଁ ପୁରସ୍କାର ପାଇବେ ।
ଅନ୍ୟପକ୍ଷରେ ନାଟକ ଓ ଏକାଙ୍କିକା ବିଭାଗରେ ଏକାଡ଼େମୀ ପୁରସ୍କାର ତିନିଜଣଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ଏହି ବିଭାଗରେ ସଂଘମିତ୍ରା ମିଶ୍ର ତାଙ୍କ ପୁସ୍ତକ ‘ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ’, ସୀମାନ୍ତ ମହାନ୍ତି ତାଙ୍କ ପୁସ୍ତକ ‘ଆସରେ ଆମେ ବଣକୁ ଯିବା’ ଓ ବିଜୟ ମହାନ୍ତି ତାଙ୍କ ପୁସ୍ତକ ‘ଅଜାତି’ ପାଇଁ ଏହି ପୁରସ୍କାର ପାଇବେ ।
ପ୍ରବନ୍ଧ ଓ ସମାଲୋଚନା ପାଇଁ ଉମେଶ ପତ୍ରୀଙ୍କ ‘ଆର୍ଯ୍ୟଙ୍କ ଆଦିନିବାସ’କୁ ଚୟନ କରାଯାଇଛି ।
ଭ୍ରମଣ ସାହିତ୍ୟ ଓ ଜୀବନୀ ବିଭାଗରେ ବିଜୟ କେତନ ପଟ୍ଟନାୟକଙ୍କ ‘ଅରଣ୍ୟଯାତ୍ରୀ’ ଓ ପ୍ରେମାନନ୍ଦ ମହାପାତ୍ରଙ୍କ ‘ମନସ୍ବୀ ସାଧକ: ପଣ୍ଡିତ ବିନାୟକ ମିଶ୍ର’, ଅନୁବାଦ ପାଇଁ ଶକୁନ୍ତଳା ବଳିଆରସିଂହଙ୍କ ‘ପୁଣି ସେ ଫେରିନି’, ଶିଶୁ ସାହିତ୍ୟ ପାଇଁ ମନସ୍ବିନୀ ଦାଶଙ୍କୁ ତାଙ୍କ ପୁସ୍ତକ ‘ଅକଲମକଲ ଟକଲ ଟିଆଁ’ ଗୀତି କବିତାରେ ସଚ୍ଚି ମହାନ୍ତିଙ୍କୁ ତାଙ୍କ କବିତା ପୁସ୍ତକ ‘ଅପରାହ୍ନର ଛାଇ’ ପାଇଁ ଚୟନ କରାଯାଇଛି ।
ସେହିପରି ୨୦୧୦ ମସିହା ପାଇଁ ମମତାମୟୀ ଚୌଧୁରୀଙ୍କ ଉପନ୍ୟାସ ବୈଶ୍ରାବଣୀ(ଉପନ୍ୟାସ), ଅରବିନ୍ଦ ରାୟଙ୍କ କ୍ଷୁଦ୍ରଗଳ୍ପ ‘ବାଟ ବସାଘର’, ସୌଭାଗ୍ୟବନ୍ତ ମହାରଣାଙ୍କ ‘ମାଟିପର୍ବ’, କୃତିଦାସ ନାୟକଙ୍କ ‘ପାଠଶାଳା’ (ନାଟକ ଓ ଏକାଙ୍କିକା), ପ୍ରବନ୍ଧ ସମାଲୋଚନାରେ ଧନେଶ୍ବର ସାହୁଙ୍କୁ ତାଙ୍କ ‘ସଂସ୍କୃତି ଓ ସର୍ବୋଦୟ’ ପୁସ୍ତକ ପାଇଁ ଚୟନ କରାଯାଇଛି ।
ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ ‘ଯେଦେଶ ଯାଇ ସେ ଫଳ ଖାଇ’ ପୁସ୍ତକ ପାଇଁ ବସନ୍ତ ଦାସ, କ୍ଷିରୋଦ ପରିଡ଼ାଙ୍କୁ ତାଙ୍କ ଅନୁବାଦ ପୁସ୍ତକ ‘ନିର୍ବାଚିତ ଶ୍ରେଷ୍ଠଗଳ୍ପ’, ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନସିଂହଙ୍କ ତାଙ୍କ ‘ଟିକିପରି ପୁସ୍ତକ’ (ଶିଶୁ ସାହିତ୍ୟ) ଏବଂ ଗୀତିକବିତାରେ ଗୌରହରି ଦଳାଇଙ୍କୁ ତାଙ୍କ ‘ପାଦପଦ୍ମ’ ପୁସ୍ତକ ପାଇଁ ଚୟନ କରାଯାଇଛି ।
ଏହି ସମସ୍ତ ସାହିତ୍ୟିକଙ୍କୁ ସାହିତ୍ୟ ଏକାଡ଼େମୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଏକାଡେମୀର ସଚିବ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି ।
ଜ୍ଞାନପୀଠ ପୁରସ୍କାର ପାଇବେ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଡିସେମ୍ବର୍ ୨୮, ୨୦୧୨
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର: ଖ୍ୟାତନାମା ଔପନ୍ୟାସିକା ଡ.ପ୍ରତିଭା ରାୟ ଭାରତୀୟ ଭାଷା ସାହିତ୍ୟର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।
ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ପୁରସ୍କାର ଚୟନ କମିଟି ନିଷ୍ପତ୍ତି ନେଇଥିବା ଘୋଷଣା କରାଯାଇଛି ।
ପ୍ରଖ୍ୟାତ ସାହିତ୍ୟିକ ଡ.ସୀତାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୁରସ୍କାର ଚୟନ କମିଟିରେ ପ୍ରତିଷ୍ଠିତ ସାହିତ୍ୟିକ କେ.ସଚ୍ଚିଦାନନ୍ଦ, ପ୍ରଫେସର୍ ଗୋପିଚାନ୍ଦ ନାରଙ୍ଗ ପ୍ରମୁଖ ରହିଛନ୍ତି ।
ଏହି ସର୍ବୋଚ୍ଚ ସାହିତ୍ୟ ସମ୍ମାନ ପାଇବାରେ ଡ. ରାୟ ହେଉଛନ୍ତି ଚତୁର୍ଥ ଓଡ଼ିଆ ।
୧୯୭୩ ମସିହାରେ ଓଡ଼ିଆ ସାହିତ୍ୟିକ ଗୋପୀନାଥ ମହାନ୍ତିଙ୍କୁ ‘ମାଟିମଟାଳ’ ପୁସ୍ତକ ପାଇଁ ଏହି ସମ୍ମାନ ମିଳିଥିଲାବେଳେ ୧୯୮୬ରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଏବଂ ୧୯୯୩ ରେ ସାହିତ୍ୟିକ ସୀତାକାନ୍ତ ମହାପାତ୍ରଙ୍କୁ ଉଲ୍ଲେଖନୀୟ ସାହିତ୍ୟକୃତି ପାଇଁ ଜ୍ଞାନପୀଠ ପୁରସ୍କାର ମିଳିଥିଲା ।
୧୯୪୩ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ରାୟ ସମକାଳୀନ ଭାରତୀୟ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ଔପନ୍ୟାସିକା ଭାବେ ପରିଚିତ ।
୧୯୭୪ ରେ ତାଙ୍କ ପ୍ରଥମ ଉପନ୍ୟାସ ‘ବର୍ଷା, ବସନ୍ତ ଓ ବୈଶାଖ’ ଯୋଗୁଁ ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ ।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତା ଡ. ରାୟ ତାଙ୍କର ୧୯୮୫ ମସିହାରେ ଲିଖିତ ‘ଯାଜ୍ଞସେନୀ’ ପାଇଁ ୧୯୯୧ ରେ ଜ୍ଞାନପୀଠ ଟ୍ରଷ୍ଟ୍ ଦ୍ବାରା ପ୍ରଦତ୍ତ ଅନ୍ୟତମ ସାହିତ୍ୟ ସମ୍ମାନ ‘ମୂର୍ତ୍ତିଦେବୀ’ ପୁରସ୍କାର ଲାଭ କରିଥିଲେ ।
ଏହି ଉପନ୍ୟାସ ପରବର୍ତ୍ତୀ ସମୟରେ ୭ଟି ଭିନ୍ନ ଭାଷାରେ ଅନୁବାଦ କରାଯାଇଥିଲା ।
ସେହିପରି ଡ. ରାୟଙ୍କ ଅନ୍ୟ କେତୋଟି ପ୍ରମୁଖ ସାହିତ୍ୟକୃତି ମଧ୍ୟରେ ‘ମହାମୋହ’ (୧୯୯୭), ଶିଳାପଦ୍ମ (୧୯୮୩) ଏବଂ ଉତ୍ତରମାର୍ଗ (୧୯୮୮) ଆଦି ସହିତ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୧୦ଟି ଭ୍ରମଣ କାହାଣୀ ଓ ୨ଟି କବିତା ସଙ୍କଳନ ରହିଛି ।
ତାଙ୍କର ଅନେକ ସଙ୍କଳନ ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି ।
୧୯୯୯ ମସିହାରେ ଉପକୂଳ ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କାରୀ ଝଡ଼ବାତ୍ୟାକୁ ଶ୍ରୀମତୀ ରାୟ ୨୦୦୩ରେ ତାଙ୍କ ‘ମଗ୍ନମାଟି’ ଉପନ୍ୟାସରେ ଯେଉଁଭଳି ପ୍ରାଣସ୍ପର୍ଶୀ ବର୍ଣ୍ଣନା କରିଛନ୍ତି ତାହା ତାଙ୍କର ଅନ୍ୟତମ ସଫଳ ସୃଷ୍ଟି ବୋଲି ବିବେଚନା କରାଯାଏ ।
ଡ.ରାୟଙ୍କର ସାମଗ୍ରୀକ ସାହିତ୍ୟ କୃତି ଏବଂ ସାହିତ୍ୟ ସାଧନା ପାଇଁ ତାଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ ବୋଲି ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ପୁରସ୍କାର ବାବଦରେ ତାଙ୍କୁ ୭ଲକ୍ଷ ଟଙ୍କା ସହିତ ମାନପତ୍ର, ସରସ୍ବତୀଙ୍କ ପ୍ରତିମୂର୍ତ୍ତି ଏବଂ ଉପଢ଼ୌକନ ପ୍ରଦାନ କରାଯିବ ବୋଲି ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
ପୁରସ୍କାର ବାବଦରେ ସୂଚନା ପାଇବା ପରେ ଡ. ରାୟ ତାଙ୍କ ପ୍ରତିକ୍ରିୟାରେ ଏହାର ଶ୍ରେୟ ତାଙ୍କ ଲେଖାର ବିଦଗ୍ଧ ପାଠକମାନଙ୍କୁ ପ୍ରଦାନ କରିବା ସହ ଏହା ତାଙ୍କୁ ଅଧିକରୁ ଅଧିକ ଦାୟିତ୍ବପୂର୍ଣ୍ଣ ସାହିତ୍ୟ ସୃଷ୍ଟି କରିବା ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ଓଡ଼ିଆ ପାଇଁ ଗୌରହରି ଦାସ ପାଇବେ ସମ୍ମାନ
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଡିସେମ୍ବର୍ ୨୧, ୨୦୧୨
ମୂଳ ପୃଷ୍ଠା → ପ୍ରଚ୍ଛଦ →
ରାଉରକେଲା: ଗତକାଲି କେନ୍ଦ୍ରସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୨ ବର୍ଷ ପାଇଁ ସାରସ୍ବତ ପୁରସ୍କାର ଘୋଷଣା କରାଯାଇଛି ।
ଏକାଡେମୀର ଅଧ୍ୟକ୍ଷ ତଥା କାର୍ଯ୍ୟକରୀ ସଭାପତି ଡ.ବିଶ୍ବନାଥ ପ୍ରସାଦ ତିୱାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ପୁରସ୍କାର ବାବଦରେ ଘୋଷଣା କରାଯାଇଥିଲା ।
ଭାରତର ମୋଟ ୨୪ଟି ଭାଷାରେ ୨୪ଜଣ ସାହିତ୍ୟିକଙ୍କୁ ସମ୍ମାନିତ କରାଯିବା ପାଇଁ ହୋଇଥିବା ଘୋଷଣାରେ ଓଡ଼ିଆ ଭାଷା ପାଇଁ ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ମାନିତ ହେବେ ବୋଲି ଜଣାପଡ଼ିଛି ।
ଏକାଡେମୀ ସମ୍ପାଦକଙ୍କ ପ୍ରଦତ୍ତ ସୂଚନା ମୁତାବକ ଶ୍ରୀ ଦାସଙ୍କୁ ତାଙ୍କର ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ କ୍ଷୁଦ୍ରଗଳ୍ପ ସଙ୍କଳନ ପାଇଁ ନଗଦ ୧ଲକ୍ଷ ଟଙ୍କାର ପୁରସ୍କାର ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ।
ସମ୍ପ୍ରତି ଶ୍ରୀ ଦାସ ମାସିକା ଗଳ୍ପ ପତ୍ରିକା ‘କଥା’ର ସମ୍ପାଦକ ଭାବେ କାର୍ଯ୍ୟରତ ରହିବା ସହ ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ଆଦି ଭାବେ ଓଡ଼ିଆ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ।
ଓଡ଼ିଆ ଭାଷାର ପୁରସ୍କାର ପାଇଁ ବିଚାରକ ମଣ୍ଡଳୀର ସଦସ୍ୟଭାବେ ସାହିତ୍ୟିକ ହରପ୍ରସାଦ ଦାସ, ଡ.ଖଗେଶ୍ବର ମହାପାତ୍ର ଓ ଉମାଶଙ୍କର ପଣ୍ଡା ଦାୟିତ୍ବ ତୁଲାଇଥିଲେ ।
ସେହିପରି ଓଡ଼ିଆ ଅନୁବାଦ ସାହିତ୍ୟ ପାଇଁ ପ୍ରଶାନ୍ତ କୁମାର ମହାନ୍ତିଙ୍କ ‘ସେଇ ପକ୍ଷୀଟିର ନାଁ’ ଉପନ୍ୟାସ ପାଇଁ ନଗଦ ୫୦ ହଜାର ଟଙ୍କାର ପୁରସ୍କାର, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ।
ଏହି ଉପନ୍ୟାସଟି ହିନ୍ଦୀ ସାହିତ୍ୟର ବିଶିଷ୍ଟ ଔପନ୍ୟାସିକ ପଙ୍କଜ ବିସ୍ତ୍ଙ୍କ ‘ଉସ୍ ଚିରିଆ କା ନାମ୍’ ର ଅନୁବାଦ ଅଟେ ।
ଏହି ପୁରସ୍କାର ପାଇଁ ବିଚାରକ ମଣ୍ଡଳୀର ସଦସ୍ୟଭାବେ ଡ.ସଂଗ୍ରାମ ଜେନା, ପ୍ରଫେସର୍ ସୁଦର୍ଶନ ଆଚାର୍ଯ୍ୟ ଓ ପ୍ରସନ୍ନ କୁମାର ସାହୁ ଦାୟିତ୍ବ ତୁଲାଇଥିଲେ ।
ସେହିପରି ୨୦୧୧ ବର୍ଷରୁ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିବା ୩୫ ବର୍ଷରୁ କମ୍ ଯୁବସାହିତ୍ୟିକ ପୁରସ୍କାର ସୁନ୍ଦରଗଡ଼ ଜିଲ୍ଲାର ଲେଖିକା ସୃଷ୍ଟିଶ୍ରୀ ନାୟକଙ୍କୁ ଗଳ୍ପ ସଙ୍କଳନ ‘ଭିନ୍ନ ଏକ ପୃଥିବୀ’ ପାଇଁ ମିଳିବ ବୋଲି ଜଣାପଡ଼ିଛି ।
ଏହି ପୁରସ୍କାର ବାବଦରେ ସୃଷ୍ଟିଶ୍ରୀଙ୍କୁ ନଗଦ ୫୦ ହଜାର ଟଙ୍କାର ପୁରସ୍କାର ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ।
ଏହି ପୁରସ୍କାର ପାଇଁ ବିଚାରକ ମଣ୍ଡଳୀର ସଦସ୍ୟଭାବେ ଭାଗୀରଥୀ ମିଶ୍ର, ବିଷ୍ଣୁ ସାହୁ ଓ ଡ. ମିହିର ରଞ୍ଜନ ପରିଡ଼ା ଦାୟିତ୍ବ ତୁଲାଇଥିଲେ ।
ଅନ୍ୟ ପକ୍ଷରେ ସାନ୍ତାଳୀ ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମୟୁରଭଞ୍ଜ ଜିଲ୍ଲାର ଗଙ୍ଗାଧର ହାଂସଦାଙ୍କୁ ମିଳିବ ବୋଲି ଜଣାପଡ଼ିଛି ।
ଉପରୋକ୍ତ ସମସ୍ତ ସାହିତ୍ୟିକମାନଙ୍କୁ ସାହିତ୍ୟ ଏକାଡେମୀ ପକ୍ଷରୁ ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଅୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି ।
ତ୍ରୟୋଦଶ ରାଜଧାନୀ ପୁସ୍ତକ ମେଳା ଉଦ୍ଯାପିତ
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଡିସେମ୍ବର୍ ୧୪, ୨୦୧୨
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର: ଚଳିତମାସ ୧ ତାରିଖରୁ ଏଠାରେ ଚାଲିଥିବା ରାଜ୍ୟର ସବୁଠାରୁ ବଡ଼ ପୁସ୍ତକ ମେଳା ଭାବେ ପରିଚିତ “ରାଜଧାନୀ ପୁସ୍ତକ ମେଳା” ଗତ ୧୨ ତାରିଖ ଦିନ ଉଦ୍ଯାପିତ ହୋଇଯାଇଛି ।
ସ୍ଥାନୀୟ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ଏହି ଉଦ୍ଯାପନୀ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ଦାମୋଦର ରାଉତ ଯୋଗଦେଇ ଯାହାର ଭାଷା, ସାହିତ୍ୟ ଓ ସଂସ୍କୃତି ଯେତେ ସୁଦୃଢ଼ ସେହି ଜାତି ଦୁନିଆ ଆଗରେ ସେତେ ଉନ୍ନତ ବୋଲି କହିଥିଲେ ।
ଏହି କ୍ଷେତ୍ରରେ ପୁସ୍ତକର ଭୂମିକା ଗୁରୁତ୍ବପୂର୍ଣ୍ଣ ।
ସେହିପରି କୋଲ୍କାତା ଭଳି ଭୁବନେଶ୍ବରରେ ମଧ୍ୟ ପୁସ୍ତକପ୍ରେମୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ଭଲ ସୂଚନା ବୋଲି ଡା.ରାଉତ କହିଥିଲେ ।
ଏହି ଅବସରରେ ଚଳିତ ବର୍ଷ ଓଡ଼ିଆ ସାହିତ୍ୟର ୧୦ଟି ବିଭାଗରେ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏଥିରେ ଉପନ୍ୟାସ ‘ତଥାପି ପୁନଶ୍ଚ’ ପାଇଁ ପ୍ରଜ୍ଞାପ୍ରବର୍ତ୍ତିକା ଦାଶ, ଗଳ୍ପ ପୁସ୍ତକ ‘ବରଂ ଅନ୍ଧାର ଭଲ’ ପାଇଁ ବିଚିତ୍ର ପାଣିଗ୍ରାହୀ, ଆଧୁନିକ କବିତା ପୁସ୍ତକ ‘ବିରହିଣୀ ରାଧା’ ପାଇଁ ମନୋରମା ମିଶ୍ର, ‘ଫର୍ଦ୍ଧେ ଜୀବନ’ ପାଇଁ ରମେଶ ପତି, ଗୀତିକବିତା ପୁସ୍ତକ ‘ପଲ୍ଲୀ ସ୍ମୃତି’ ପାଇଁ ବିଭୂତି ଭୂଷଣ ଶତପଥୀ, ନାଟକ ପୁସ୍ତକ ‘ଫୁଲ୍ ଟେନସନ୍’ ପାଇଁ ଡ.ବୈଜୟନ୍ତୀ ମିଶ୍ର, ଧର୍ମ ସାହିତ୍ୟ ପୁସ୍ତକ ‘ଭରତ’ ପାଇଁ ବ୍ରଜକିଶୋର ପରିଡ଼ା, ବିଜ୍ଞାନ ପୁସ୍ତକ ‘ଧୂମକେତୁ’ ପାଇଁ ମାୟାଧର ସ୍ବାଇଁ, ବ୍ୟଙ୍ଗ ସାହିତ୍ୟ ପୁସ୍ତକ ‘ସତ ମିଛର ଖେଳ’ ପାଇଁ ଡ. ତ୍ରିନାଥ ପଟ୍ଟନାୟକ, ଭ୍ରମଣ କାହାଣୀ ‘ଜାପାନ ଦର୍ଶନ’ ପାଇଁ ଅନସୂୟା ମିଶ୍ର, ଶିଶୁ ସାହିତ୍ୟ ପୁସ୍ତକ ‘କଥା କଳସୀ’ ପାଇଁ ରାଜକିଶୋର ପାଢ଼ୀ ଓ ‘ଅତଏବ’ ପୁସ୍ତକ ପାଇଁ ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସେହିପରି ଓଡ଼ିଆ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କଟକର ସତ୍ୟନାରାୟଣ ବୁକ୍ଷ୍ଟୋରକୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା ।
୧୨ ଦିନ ବ୍ୟାପୀ ଏହି ପୁସ୍ତକମେଳାର ବିଭିନ୍ନ ଦିନରେ ସାହିତ୍ୟ ଅଲୋଚନା ସହିତ ଅନେକ ନୂତନ ପୁସ୍ତକ ଉନ୍ମୋଚିତ ହୋଇଥିଲା ।
ସେହିପରି ପୁସ୍ତକମେଳାରେ ଓଡ଼ିଆ ସାହିତ୍ୟର ଅନେକ ପ୍ରତିଷ୍ଠିତ ଲେଖକ ଯୋଗଦେଇ ପାଠକମାନଙ୍କ ସହିତ ମତ ବିନିମୟ କରିଥିଲେ ।
ଏଥିରେ ପ୍ରାୟ ୫୦୦ ଷ୍ଟଲ୍ ମାଧ୍ୟମରେ ଶହ ଶହ ପୁସ୍ତକ ପ୍ରକାଶକ ଏବଂ ବିକ୍ରେତା ପଠକମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ପୁସ୍ତକର ସମ୍ଭାର ମଧ୍ୟମରେ ପାଠକମାନଙ୍କୁ ଆକର୍ଷିତ କରିଥିଲେ ।
ସେହିପରି ଏହି ମେଳା ମାଧ୍ୟମରେ ସହଜ ଓ ସୁବିଧାରେ ପୁସ୍ତକପ୍ରେମୀମାନେ ଲକ୍ଷ ଲକ୍ଷ ଟଙ୍କାର ପୁସ୍ତକ କ୍ରୟ କରିଥିଲେ ବୋଲି ଜଣାପଡ଼ିଛି ।
ସମାଜ, ଜୀବନ ଓ ବ୍ୟକ୍ତିକୁ ନେଇ ସାହିତ୍ୟ ଗଠିତ: ଡ. ଅଲେଖ ପଢ଼ିହାରୀ
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଡିସେମ୍ବର୍ ୩, ୨୦୧୨
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଓଡ଼ିଆ ଯୁବଲେଖକ ସମ୍ମେଳନର ସାରସ୍ବତ ସମାରୋହ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ଉପଖଣ୍ଡ ବଣାଇଁ ସ୍ଥିତ ବଣାଇଗଡ଼ ମହାବିଦ୍ୟାଳୟଠାରେ ଓଡ଼ିଆ ଯୁବଲେଖକ ସମ୍ମେଳନ ପକ୍ଷରୁ ଏକ ସ୍ବତନ୍ତ୍ର ସାରସ୍ବତ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା କବି ଡ. ଅଲେଖ ପଢ଼ିହାରୀ ଯୋଗଦେଇ ସମାଜ, ଜୀବନ ଓ ବ୍ୟକ୍ତିକୁ ନେଇ ସାହିତ୍ୟ ଗଠିତ ବୋଲି କହିଥିଲେ ।
ସାହିତ୍ୟ ହେଉଛି ସାମଜର ଦର୍ପଣ, ତେଣୁ ଏକ ଉତ୍ତମ ସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
ଯେଉଁ ସାହିତ୍ୟ ମଣିଷର ମନକୁ ଯେତେ ଆନ୍ଦୋଳିତ କରିପାରେ ସେହି ସାହିତ୍ୟ ହେଉଛି ପ୍ରକୃତ ସାହିତ୍ୟ ।
ବର୍ତ୍ତମାନ ଦିନକୁ ଦିନ ମଣିଷ ପଣିଆର ଅବକ୍ଷୟ ହେଉଥିବାରୁ ଯୁବଲେଖକ ସମ୍ମେଳନର ସଦସ୍ୟମାନେ ସେମାନଙ୍କର ଲେଖା ମାଧ୍ୟମରେ ସମାଜକୁ ଦିଗ୍ଦର୍ଶନ ଦେବା ପାଇଁ ଡ଼. ପଢ଼ିହାରୀ ଅହ୍ବାନ ଦେଇଥିଲେ ।
ଏଥିରେ ମୁଖ୍ୟବକ୍ତାଭାବେ ବିଶିଷ୍ଟ ସାହିତ୍ୟିକ ତଥା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ପତ୍ରିକାର ସମ୍ପାଦକ ଡ.ହୁସେନ୍ ରବିଗାନ୍ଧୀ ଯୋଗଦେଇ ବଣାଇ ହେଉଛି ଓଡ଼ିଶାର ସଙ୍ଗମସ୍ଥଳୀ ବୋଲି କହିଥିଲେ ।
ସ୍ବାଧୀନତା ପୂର୍ବର ଇତିହାସ ବାବଦରେ ସୂଚନା ଦେଇ ବଣାଇ ଏବଂ ଆଖପାଖ ଅଞ୍ଚଳଗୁଡ଼ିକରେ କିପରି ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ଅନେକ ଅବଦାନ ରହିଥିଲା ସେ ବାବଦରେ ଆଲୋଚନା କରିଥିଲେ ।
ସେହିପରି ଆଞ୍ଚଳିକ ଭାଷା ଓ ସମୃଦ୍ଧ ଓଡ଼ିଶା ଶୀର୍ଷକ ଆଲୋଚନା ଚକ୍ର ବାବଦରେ ଡ. ଗାନ୍ଧୀ ସୂଚନା ଦେଇ ଓଡ଼ିଆ ମୁଖ୍ୟ ଭାଷାରେ ଆଞ୍ଚଳିକ ଭାଷାଗୁଡ଼ିକ ଶବ୍ଦ ଅଧିକରୁ ଅଧିକ ସାମିଲ ହେଲେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହେବ ବୋଲି କହିଥିଲେ ।
ସେହିପରି ଯେତେ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଜୀବନ ଜୀବିକାର ମାଧ୍ୟମ ନ ହୋଇଛି ସେତେ ପର୍ଯ୍ୟନ୍ତ ଏହି ଭାଷାର ବିକାଶ ଅସମ୍ଭବ ।
ବିଶେଷ କରି ଏହି ଭାଷା ପ୍ରତି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମିଳୀତ ଉଦ୍ୟମ କରିବା ପାଇଁ ସେ ଆହ୍ବାନ ଦେଇଥିଲେ ।
ଉତ୍ସବରେ ଅନ୍ୟତମ ବକ୍ତାଭାବେ ବିଶିଷ୍ଟ ଶିକ୍ଷାବୀତ୍ ତଥା ନାଟ୍ୟ କଳାକାର ଡ. ଦ୍ବାରିକାନାଥ ନାୟକ ଯୋଗଦେଇ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଭାଷାର ମହତ୍ବ ବାବଦରେ ଉଦାହରଣ ଦେଇଥିଲେ ।
ସେହିପରି ଓଡ଼ିଶାର ଆଞ୍ଚଳିକ ଭାଷାଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଯାଇ ଓଡ଼ିଆ ଭାଷା ଅଧିକରୁ ଅଧିକ ଆଦୃତି ଲାଭ କରିବ ବୋଲି ଡ.ନାୟକ କହିଥିଲେ ।
ଏହା ସହିତ ସେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପରମ୍ପରା ଓ ସଂସ୍କୃତି ମାଧ୍ୟମରେ ଅଞ୍ଚଳିକ ଭାଷା ସହିତ ଉପକୂଳ ଓଡ଼ିଶା ବା ମୁଖ୍ୟ ଓଡ଼ିଆ ଭାଷାର ସାମଞ୍ଚସ୍ୟ ରହିଛି ସେ ବାବଦରେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ ।
ସେହିପରି ଅନ୍ୟତମ ବକ୍ତାଭାବେ ବିଶିଷ୍ଟ ଗାଳ୍ପିକ ରଜ୍ୟବର୍ଦ୍ଧନ ଧଳମହାପାତ୍ର ଯୋଗ ଦେଇ ଓଡ଼ିଆ ସାହିତ୍ୟିକମାନେ ବିଭିନ୍ନ ଆଞ୍ଚଳିକ ଭାଷାର ଶବ୍ଦଗୁଡ଼ିକୁ ସେମାନଙ୍କ ଲେଖାଗୁଡ଼ିକରେ ସାମିଲ କରିପାରିଲେ ଆଞ୍ଚଳିକ ଭାଷା ସମୃଦ୍ଧ ହେବ ବୋଲି କହିଥିଲେ ।
ଏ ବାବଦରେ ସେ କେତେକ ପ୍ରସିଦ୍ଧ ସାହିତ୍ୟିକମାନଙ୍କର ଲେଖାର ଉଦାହରଣ ମଧ୍ୟ ଦେଇଥିଲେ ।
ଓଡ଼ିଆ ଯୁବଲେଖକ ସମ୍ମେଳନର ରାଜ୍ୟ ସଭାପତି ଶଶାଙ୍କ ଚୂଡ଼ାମଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ଉତ୍ସବରେ ବଣାଇଁ ବିଧାୟକ ଭୀମସେନ ଚୌଧୁରୀ ସ୍ବାଗତ ଭାଷଣ ଦେଇ ବଣାଇଁ ପରି ଏକ ଉପାନ୍ତ ଅଞ୍ଚଳରେ ଏକ ରାଜ୍ୟସ୍ତରୀୟ ସାହିତ୍ୟିକ ସମ୍ମିଳନୀର ଅୟୋଜନ ପାଇଁ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ ।
ଏହି ଅବସରରେ ରାଉରକେଲା ସ୍ବସ୍ତି ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚିତ କରିଥିଲେ ।
ସେହିପରି ଏହି ଅବସରରେ ଏକ ମନୋଜ୍ଞ କବିତାପାଠ ଉତ୍ସବର ଆୟୋଜନ କରାଯାଇଥିଲା ।
ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ମୋଟ ୯୭ ଜଣ କବି ସେମାନଙ୍କର ସ୍ବରଚିତ କବିତାମାନ ପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମର ପ୍ରଥମ ସୋପାନରେ କବି ପୀତାମ୍ବର ତରାଇ ସଭାପତିତ୍ବ କରିଥିଲାବେଳେ ଦ୍ବିତୀୟ ସୋପାନରେ ଡ. ଅମିୟ ରଞ୍ଜନ ମହାପାତ୍ର ସଭାପତିତ୍ବ କରିଥିଲେ ।
ପ୍ରଥମ ସୋପାନର କବିତା ପାଠ ଉତ୍ସବକୁ ରାଉରକେଲାର ଲେଖିକା ମୋନାଲିସା ମିଶ୍ର ଏବଂ କେନ୍ଦୁଝରରୁ ଆସିଥିବା ଲେଖକ ପିନାକୀ ମିଶ୍ର ଚମତ୍କାର ଭାବେ ସଂଯୋଜନା କରିଥିଲାବେଳେ ଦ୍ବିତୀୟ ସୋପାନର କବିତା ପାଠ ଉତ୍ସବକୁ ରାଉରକେଲାର ଲେଖିକା ଅଙ୍ଗୁରବାଳା ପରିଡ଼ା ଓ ବୌଦ୍ଧରୁ ଆସିଥିବା ଲେଖକ ସନ୍ୟାସୀ ନାୟକ ସଂଯୋଜନା କରିଥିଲେ ।
ସମଗ୍ର କାର୍ଯ୍ୟକ୍ରମକୁ ଆୟୋଜକ ଅନୁଷ୍ଠାନର ଉପସଭାପତି ତଥା ଲେଖକ ରାଜୀବ ପାଣି ସଂଯୋଜନା କରିଥିଲାବେଳେ ତାଙ୍କୁ ଅନୁଷ୍ଠାନର ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ତଥା ଲେଖକ ଗୌରାଙ୍ଗ ଦାଶ ସହାୟତା କରିଥିଲେ ।
ଓଡ଼ିଆ ରଙ୍ଗୀନ ମାସିକ ସାହିତ୍ୟ ପତ୍ରିକା ‘ସାହିତ୍ୟ ସମାଚାର’ ଲୋକାର୍ପିତ
ଓଡ଼ିଆସାହିତ୍ୟ ପ୍ରେସ୍
ତା: ସେପ୍ଟେମ୍ବର୍ ୧୨, ୨୦୧୨
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
ରାଉରକେଲା: ଓଡ଼ିଆ ଭାଷାରେ ଦିନକୁ ଦିନ ସଂଖ୍ୟାଧିକ ସାହିତ୍ୟ ପତ୍ରିକା ପ୍ରକାଶିତ ହେବାରେ ଲାଗିଛି ।
ଏହିସବୁ ପତ୍ରିକାଗୁଡ଼ିକ ଓଡ଼ିଆପାଠକମାନଙ୍କୁ ଆକର୍ଷିତ କରୁଛି କି ନାହିଁ ତାହା ଭିନ୍ନ କଥା ।
ଏହିସବୁ ସାହିତ୍ୟ ପତ୍ରିକା ପ୍ରକାଶନ କରିବା ପଛରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଗୋଟିଏ ଗୋଟିଏ ପ୍ରୟାସ ବୋଲି କୁହାଯାଇପାରେ ।
ଏହି କ୍ରମରେ ଭୁବନେଶ୍ବରର ସତ୍ୟମ୍ ପ୍ରକାଶନ ପକ୍ଷରୁ ଓଡ଼ିଆ ଭାଷାରେ ପ୍ରଥମ ଥର ପାଇଁ ଏକ ରଙ୍ଗୀନ ମାସିକ ପତ୍ରିକା ‘ସାହିତ୍ୟ ସମାଚାର’ ର ଶୁଭାରମ୍ଭ ହୋଇଛି ।
ବିଭିନ୍ନ ସାହିତ୍ୟ ସମ୍ପର୍କୀତ ଖବର ଓ ସୂଚନା ଆଦି ଏହି ପତ୍ରିକାରେ ପ୍ରତିମାସରେ ପ୍ରକାଶ ପାଇବ ବୋଲି ଏହାର ସମ୍ପାଦକ ସତ୍ୟବ୍ରତ ବାରିକ ସୂଚନା ଦେଇଛନ୍ତି ।
ଏହି ପତ୍ରିକାର ପ୍ରଥମ ସଂଖ୍ୟାରେ ବିଶ୍ବ ସାହିତ୍ୟ ସମାଚାର ସହିତ ଜାତୀୟ ଓ ରାଜ୍ୟସ୍ତରର ଅନେକ ସାହିତ୍ୟ ସମ୍ପର୍କୀତ ଖବର ପ୍ରକାଶିତ ହୋଇଛି ।
ଆଗାମୀ ଦିନରେ ଏହି ପତ୍ରିକା ମାଧ୍ୟମରେ ଓଡ଼ିଆ ସାହିତ୍ୟ ସମ୍ପର୍କୀତ ବିଭିନ୍ନ ଖବର ପ୍ରକାଶିତ ହୋଇ ସାହିତ୍ୟପ୍ରେମୀ ପାଠକମାନଙ୍କ ଆଶାପୂରଣ ହୋଇପାରିବ ବୋଲି ଏହାର ପ୍ରକାଶକ ଓ ସମ୍ପାଦକ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।
କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ତିନିଦିନିଆ ସାହିତ୍ୟ ସମାରୋହ ଅନୁଷ୍ଠିତ
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଅଗଷ୍ଟ୍ ୨୮, ୨୦୧୨
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର: ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ଏହି ସମାରୋହରେ ୨୦୧୧ ବର୍ଷ ପାଇଁ ଅନୁବାଦ ସାହିତ୍ୟ, ୨୦୧୧ ବର୍ଷ ପାଇଁ ଯୁବ ସାହିତ୍ୟିକ ପୁରସ୍କାର ସହିତ ଦେଶର ଭିନ୍ନଭିନ୍ନ ଭାଷାର କବିମାନଙ୍କୁ ନେଇ ଏକ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ସମାରୋହର ପ୍ରଥମ ଦିନରେ ଜୟଦେବ ଭବନଠାରେ ଅନୁଷ୍ଠିତ ୨୦୧୧ ବର୍ଷ ପାଇଁ ୨୫ଟି ଭାଷାର ଅନୁବାଦ ସାହିତ୍ୟିକମାନଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା ।
ଏଥିରେ ଅନ୍ୟ ଭାଷାର ଲେଖକଙ୍କ ମଧ୍ୟରେ ଓଡ଼ିଆ ଭାଷାର ସଂଗ୍ରାମ ଜେନାଙ୍କୁ ଉର୍ଦ୍ଦୁ ଭାଷାର ଉପନ୍ୟାସ ‘ଉମରାଓ ଜାନ ଆଦା’ର ଓଡ଼ିଆ ଅନୁବାଦ ପାଇଁ ପୁରସ୍କୃତ କରାଯାଇଥିଲା ।
ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରସାହିତ୍ୟ ଏକାଡ଼େମୀର ସଭାପତି ସୁନୀଲ ଗଙ୍ଗୋପାଧ୍ୟାୟ ଯୋଗ ଦେଇ ଆମ ଦେଶର ବିଭିନ୍ନ ଅଞ୍ଚଳର ଭାଷା, ସାହିତ୍ୟ ଓ ସଂସ୍କୃତି ଓ ଜ୍ଞାନର ଆଦାନପ୍ରଦାନ ପାଇଁ ଅନୁବାଦ ସାହିତ୍ୟର ଭୂମିକା ଅନନ୍ୟ ବୋଲି କହିଥିଲେ ।
ଏଥିରେ ଅନ୍ୟତମ ଅତିଥି ଭାବେ ଏକାଡ଼େମୀର ଉପସଭାପତି ବିଶ୍ବନାଥ ତିୱାରୀ ଯୋଗ ଦେଇ ଓଡ଼ିଆ ଏକ ଜୀବନ୍ତ ଭାଷା ଏବଂ ସମକାଳୀନ ଓଡ଼ିଆ ଭାଷାରେ ଅନୁବାଦ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ବୋଲି କହିଥିଲେ ।
୨୫ ତାରିଖ ଦିନ ସ୍ଥାନୀୟ ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ ଠାରେ ପୁରସ୍କୃତ ଅନୁବାଦକମାନେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।
ସେହିଦିନ ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନ ଠାରେ ୨୨ ଜଣ ଯୁବ ଲେଖକମାନଙ୍କୁ ସାହିତ୍ୟ ଏକାଡ଼େମୀ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓଡ଼ିଆ ସାହିତ୍ୟିକ ରମାକାନ୍ତ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସୃଷ୍ଟି ପାଇଁ ବୟସ ବାଧକ ନୁହେଁ ବୋଲି କହିଥିଲେ ।
ଏହା ସହିତ ଶ୍ରୀ ରଥ ତାଙ୍କ ବକ୍ତବ୍ୟରେ ଅନ୍ୟାନ୍ୟ କାର୍ଯ୍ୟ ପରି ସୃଜନାତ୍ମକ ସୃଷ୍ଟି ପାଇଁ ମଧ୍ୟ ସମୟ ଦେବା ଆବଶ୍ୟକ ।
ଏଥିରେ ଏକାଡେମୀର ସଭାପତି ଶ୍ରୀ ଗଙ୍ଗୋପାଧ୍ୟାୟ ସଭାପତିତ୍ବ କରି ଯୁବ ସାହିତ୍ୟିକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିଲେ ସେମାନେ ଉତ୍ସାହିତ ହୋଇ ଭଲ ଲେଖା ଲେଖିବେ ବୋଲି କହିଥିଲେ ।
ଏହି ଅବସରରେ ମୋଟ ୨୨ଟି ଭାଷାର ଯୁବ ସାହିତ୍ୟିକମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର ଗାୟତ୍ରୀବାଳା ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା ।
ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ ଯୁବ ସାହିତ୍ୟିକ ପୁରସ୍କାର ପ୍ରଦାନ ଅବସରରେ ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବେ ‘ଗାଁ’ କବିତା ସଙ୍କଳନ ପୁରସ୍କୃତ ହୋଇଥିବା ଗାୟତ୍ରୀବାଳା ଏହି ଅବସରରେ ନିଜର ସାହିତ୍ୟ ଜୀବନର ଅନୁଭବ ବିଷୟରେ କହିଥିଲେ ।
ସମାରୋହର ଶେଷ ଦିନରେ ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ରେ ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିଲା ‘ଅଭିବ୍ୟକ୍ତି’ ଶୀର୍ଷକ କବିତା ପାଠୋତ୍ସବ ।
ଏଥିରେ ବିଭିନ୍ନ ଭାଷାର ମୋଟ ୧୭ ଜଣ କବି ତିନୋଟି ଅଧିବେଶନରେ କବିତା ପାଠ କରିଥିଲେ ।
ସେମାନଙ୍କ ମଧ୍ୟରେ ୭ ଜଣ ଓଡ଼ିଆ କବି ସେମାନଙ୍କର ସ୍ବରଚିତ କବିତାମାନ ପାଠ କରିଥିଲେ, ଯେଉଁଥିରେ ଅନ୍ୟତମ ଥିଲେ ଓଡ଼ିଆ ସାହିତ୍ୟ ଡଟ୍ କମ୍ର ଅତିଥି ସମ୍ପାଦକ ଡ.ହରପ୍ରସାଦ ପରିଚ୍ଛା ପଟନାୟକ ।
ଅନ୍ୟ ଓଡ଼ିଆ କବିମାନଙ୍କ ମଧ୍ୟରେ ସୀତାକାନ୍ତ ମହାପାତ୍ର, ଡ.ସୌଭାଗ୍ୟ ମିଶ୍ର, ପ୍ରତିଭା ଶତପଥୀ, ପ୍ରଦୀପ ବିଶ୍ବାଳ ପ୍ରମୁଖ ରହିଥିଲେ ।
ଡ.ପରିଛା ପଟ୍ଟନାୟକଙ୍କ କବିତା ଅନ୍ଧାର, କଳିଙ୍ଗା ଘାଟିର ବାଘ ଓ ଦୁଲ୍ମିଆଁ ପ୍ରତି କୁକୁଡ଼ାର ଉକ୍ତି ଉପସ୍ଥିତ ଦର୍ଶକମାନଙ୍କୁ ବିଭୋର କରିଥିଲା ।
୨୬ ତାରିଖ ଦିନ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ଯୋଗଦେଇଥିବା ବକ୍ତାମାନେ ଓଡ଼ିଶା ହିଁ କବିତାର ଭୂମି ବୋଲି କହିବା ସହ ଏହି ମାଟିରୁ ଜନ୍ମ ନେଇଥିବା ପୁରାତନ କବିତାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା କବିତାଗୁଡ଼ିକ କାଳଜୟୀ ବୋଲି କହିଥିଲେ ।
ଓଡ଼ିଶାର ଆଦିକବି ଶାରଳା ଦାସ, ସନ୍ଥକବି ଭୀମ ଭୋଇ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପରି କବିଙ୍କ ପାଇଁ ଓଡ଼ିଶାର ମାଟି ଗର୍ବିତ ବୋଲି ମଧ୍ୟ ବକ୍ତାମାନେ କହିଥିଲେ ।
ଓଡ଼ିଶାରେ ପ୍ରଥମଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ଉକ୍ତ ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ଶତାଧିକ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦେଇଥିଲେ ।
ପ୍ରଥମ ଥର ପାଇଁ ଓଡ଼ିଶାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ତ୍ରିଦିବସୀୟ କାର୍ଯ୍ୟକ୍ରମ
ଓଡ଼ିଆସାହିତ୍ୟ ପ୍ରେସ୍
ତା: ଅଗଷ୍ଟ୍ ୨୩, ୨୦୧୨
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର: ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ଜାତୀୟସ୍ତରରେ ସମାରୋହ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ ।
ଏଥିରେ ସାରା ଭାରତରୁ ୨୦୧୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଓ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରାୟ ୨୫ଟି ଭାଷାର ଲେଖକମାନେ ଯୋଗ ଦେବେ ।
ଏହାବ୍ୟତୀତ କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟନିର୍ବାହୀ ପରିଷଦ ଓ ସାଧାରଣ ପରିଷଦର ସଦସ୍ୟ ଏବଂ ଏହାର ସର୍ବୋଚ୍ଚ ସମ୍ମାନ ପାଉଥିବା ଫେଲୋମାନେ ମଧ୍ୟ ଏଥିରେ ଯୋଗଦେବେ ।
ରାଜ୍ୟ ବାହାରୁ ପ୍ରାୟ ଦେଢ଼ଶହରୁ ଊର୍ଦ୍ଧ୍ବ ସାହିତ୍ୟିକଙ୍କ ଉପସ୍ଥିତି ଏହି ସମାରୋହର ସ୍ବତନ୍ତ୍ର ମର୍ଯ୍ୟାଦା ଆକର୍ଷଣ ହେବ ।
ଭୁବନେଶ୍ବରରେ ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏଭଳି ଜାତୀୟସ୍ତରର ସମାରୋହ ଅନୁଷ୍ଠିତ ହେଉଛି ।
ସୂଚନା ମୁତାବକ ଅଗଷ୍ଟ ୨୪ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ ।
ଏଥିରେ ସଭାପତିତ୍ବ କରିବେ ସାହିତ୍ୟ ଏକାଡ଼େମୀର ସଭାପତି ସୁନୀଲ ଗଙ୍ଗାପାଧ୍ୟାୟ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଖ୍ୟାତ ଇଂରାଜୀ ଲେଖକ ଜୟନ୍ତ ମହାପାତ୍ର ।
ସେହିପରି ୨୫ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ହୋଟେଲ ସ୍ବସ୍ତି ପ୍ରିମିୟମ୍ର ସଭାକକ୍ଷରେ ଅନୁଷ୍ଠିତ ଅନ୍ୟ ଏକ ସଭାରେ ଅନୁବାଦ ପୁରସ୍କାର ବିଜେତାଗଣ ସେମାନଙ୍କ ଅଭିବ୍ୟକ୍ତି ରଖିବେ ।
ସେହିଦିନ ସନ୍ଧ୍ୟା ସାଢ଼େ ୫ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ ଯୁବ ପୁରସ୍କାର ପ୍ରଦାନ ଉତ୍ସବ ।
ସାହିତ୍ୟ ଏକାଡ଼େମୀର ସଭାପତି ସୁନୀଲ ଗଙ୍ଗୋପାଧ୍ୟାୟ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଏକାଡ଼େମୀର ପୂର୍ବତନ ସଭାପତି ଓ ଫେଲୋ କବି ରମାକାନ୍ତ ରଥ ।
୨୬ ତାରିଖ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ ସର୍ବଭାରତୀୟ କବିତା ପାଠୋତ୍ସବର ଅନୁଷ୍ଠାନ ‘ଅଭିବ୍ୟକ୍ତି’ ।
ଏହାକୁ ଉଦ୍ଘାଟନ କରିବେ ପ୍ରଖ୍ୟାତ ଓଡ଼ିଆ କବି ଓ ଲେଖକ ସୀତାକାନ୍ତ ମହାପାତ୍ର ।
ସେଥିରେ ପ୍ରାରମ୍ଭିକ ବକ୍ତବ୍ୟ ରଖିବେ ଏକାଡ଼େମୀର ଓଡ଼ିଆଭାଷା ପରାମର୍ଶ ପରିଷଦର ଆବାହକ ବିଭୂତି ପଟ୍ଟନାୟକ ।
ଉଦ୍ଘାଟନୀ ଅଧିବେଶନରେ ଅନ୍ୟ ତିନିଟି ଭାଷାର ବିଶିଷ୍ଟ କବିମାନଙ୍କ ସହ ଓଡ଼ିଆ କବି ସୌଭାଗ୍ୟ ମିଶ୍ର କବିତା ପାଠ କରିବେ ।
ସେହିପରି ଅପରାହ୍ନ ୧୨ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କବିତା ପାଠର ଅନ୍ୟ ତିନିଟି ଅଧିବେଶନରେ ଓଡ଼ିଶାର ଜଗନ୍ନାଥ ପ୍ରସାଦ ଦାସ, ହରପ୍ରସାଦ ଦାସ, ପ୍ରତିଭା ଶତପଥୀ, ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ପ୍ରଦୀପ କୁମାର ବିଶ୍ବାଳ, ରଞ୍ଜିତା ନାୟକଙ୍କ ସମେତ ଅନ୍ୟ ଆଠଟି ଭାଷାର ପ୍ରମୁଖ କବିମାନେ ନିଜ କବିତା ପାଠ କରିବେ ।
ଏହି ଉତ୍ସବଗୁଡ଼ିକରେ ଓଡ଼ିଶାର ସାହିତ୍ୟିକ, ସାହିତ୍ୟାନୁରାଗୀ ପାଠକ, ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ, ସାହିତ୍ୟ ଏକାଡ଼େମୀ ଦ୍ବାରା ସ୍ବୀକୃତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ରାଜ୍ୟର ଅନୁବାଦକଗଣ ଓ ଯୁବ ଲେଖକଲେଖିକାମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେବା ଲାଗି ସାହିତ୍ୟ ଏକାଡ଼େମୀ ପକ୍ଷରୁ ଅନୁରୋଧ କରାଯାଇଛି ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment