Commit 141f0ca7 authored by Nayan Ranjan Paul's avatar Nayan Ranjan Paul

Upload New File

parent 76be03c0
କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକ ଏବଂ ଜୀବନରେଖା ଉଡାଣ ବିମାନ ମାର୍ଗଦର୍ଶିକା
କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକ ଓ ସେମାନଙ୍କ ଦେଖାରଖା କରୁଥିବା ଲୋକଙ୍କ ନିମନ୍ତେ ମାର୍ଗଦର୍ଶିକା
କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ବୟସ୍କ ଭେଷଜ ବିଭାଗ ପକ୍ଷରୁ କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକମାନଙ୍କ ଯତ୍ନ ଓ ଦେଖାରଖା କରୁଥିବା ଲୋକଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ପତ୍ର ଲେଖି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଆର. ସୁବ୍ରମଣ୍ୟମ କହିଛନ୍ତି ଯେ, 60 ବର୍ଷରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକମାନେ କୋଭିଡ-19 ସଂକ୍ରମଣରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି ।
ସେ ଦୃଷ୍ଟିରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକ ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ସହ ମାର୍ଗଦର୍ଶୀକାର ପ୍ରଚାର ପ୍ରସାର କରିବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି ।
ମାର୍ଗଦର୍ଶିକାର ସବିଶେଷ ବିବରଣୀ ଲାଗି ନିମ୍ନ ପ୍ରଦତ୍ତ ଲିଙ୍କରେ ଯାଆନ୍ତୁ ।
ଜୀବନରେଖା ଉଡାଣ ବିମାନ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଲା 541 ଟନରୁ ଊର୍ଦ୍ଧ୍ଵ ଔଷଧ
କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା କରାଯାଇଥିବା ଜୀବନରେଖା ଉଡାନ କାର୍ଯ୍ୟରେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଔଷଧପତ୍ର ପହଞ୍ଚାଯାଉଛି ।
ଏହି କାର୍ଯ୍ୟକ୍ରମ ଅନଧିନରେ ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଓ ଅନ୍ୟାନ୍ୟ ଘରୋଇ ବିମାନ ସଂସ୍ଥା 316ଟି ଉଡାଣ କରିଛନ୍ତି ।
କେବଳ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ଦ୍ଵାରା 196ଟି ଉଡାଣ କରାଯାଇଛି ।
ଏପର୍ଯ୍ୟନ୍ତ 541.33 ଟନ ଔଷଧପତ୍ର ପହଞ୍ଚାଯାଇଥିବାବେଳେ 3,14,965 କିଲୋମିଟର ଦୂର ରାସ୍ତା ଯାତ୍ରା କରାଯାଇଛି ।
ଜମ୍ମୁ-କଶ୍ମୀର, ଲଦାଖ, କେତେକ ଦୀପାଞ୍ଚଳ ଓ ଉତ୍ତରପୂର୍ବାଞ୍ଚଳରେ ରୋଗୀ ଓ ଔଷଧପତ୍ର ନେବା ପାଇଁ ପବନ ହଂସ ହେଲିକପ୍ଟରର ମଧ୍ୟ ସହାୟତା ନିଆଯାଇଛି ।
20 ତାରିଖ ପର୍ଯ୍ୟନ୍ତ ପବନ ହଂସ 1.90 ଟନ ମାଲ ପରିବହନ କରିଥିବା ବେଳେ 6,537 କିଲୋମିଟର ଯାତ୍ରା ଅତିକ୍ରମ କରିଛି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment