Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
177ff4d9
Commit
177ff4d9
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
d6f4baeb
Changes
1
Hide whitespace changes
Inline
Side-by-side
Showing
1 changed file
with
38 additions
and
0 deletions
+38
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia223.txt
...gual-corpora/vikaspedia.in/vikashpedia_health_odia223.txt
+38
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia223.txt
0 → 100644
View file @
177ff4d9
ସରକାରଙ୍କର ସ୍ୱାସ୍ଥ୍ୟ ସେବା ଏବଂ ବୀମା ସହାୟତା ଯୋଜନା
ମାଗଣା ୧୦୮ ଜରୁରୀକାଳିନ ଆମ୍ବୁଲାନ୍ସ ସେବା :
ରାଜ୍ୟବାସୀଙ୍କୁ ସବୁ ସମୟରେ ଆବଶ୍ୟକତା ମୁତାବକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆଉ ପାଦେ ଆଗେଇ ଯାଇ ଓଡିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆରମ୍ଭ କରିଛନ୍ତି ମାଗଣା ୧୦୮ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ।
୧୦୮ ନମ୍ବରକୁ ଫୋନ କରି ଜରୁରୀକାଳିନ ଅବଶ୍ୟକତା ସମୟରେ ରୋଗୀକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ମାଗଣାରେ ଆମ୍ବୁଲାନ୍ସ ସୁବିଧା ମିଳିପାରିବ ।
ଏହା ଏବେ ଓଡିଶାର ୧୯ଟି ଜିଲ୍ଲାରେ ସଫଳତାର ସହିତ କାର୍ଯ୍ୟ କରୁଛି ଏବଂ ଖୁବ ଶୀଘ୍ର ରାଜ୍ୟର ଅନ୍ୟସବୁ ଜିଲ୍ଲାକୁ ସଂପ୍ରସାରିତ ହେବ ।
ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି :
ରାଜ୍ୟର ସମସ୍ତ ବିପିଏଲ ପରିବାର, ଗ୍ରାମାଞ୍ଚଳରେ ୪୦ହଜାର ଏବଂ ସହରାଞ୍ଚଳରେ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ଏପିଏଲ ପରିବାର, ରେଜେଷ୍ଟ୍ରିଭୁକ୍ତ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର , ଅନାଥାଶ୍ରମ , ନିରାଶ୍ରୟସ୍ଥଳର ଅନ୍ତେବାସୀ ଏବଂ ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ ଏହି ପାଣ୍ଠିରୁ ।
ଆବେଦନ ଫର୍ମ ଚିକିତ୍ସକ ହେଉଥିବା ସରକାରୀ ଡାକ୍ତରଖାନା, ଚିହ୍ନଟ କରାଯାଇଥିବା ଘରୋଇ ଡାକ୍ତରଖାନାରେ ମିଳିବ ।
ଏହାକୁ ପୂରଣ କରି ପରିଚୟ ପତ୍ର, ଆୟର ପ୍ରମାଣ ପତ୍ର ସହ ଚିକିତ୍ସିତ ହେଉଥିବା ଡାକ୍ତରଖାନାର ମୁଖ୍ୟଙ୍କ ନିକଟରେ ଦାଖଲ କରିବାକୁ ହେବ ।
ଏହା ମଞ୍ଜୁର ହେଲେ ରୋଗୀଙ୍କ ଚିକିତ୍ସା ପାଇଁ ସମ୍ପୃକ୍ତ ଅନୁଷ୍ଠାନ ଦ୍ଵାରା କରାଯାଇଥିବା ଖର୍ଚ୍ଚ ଭରଣା କରାଯିବ ।
ବିଜୁ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ଶିବିର :
ପ୍ରତି ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇ ରାଜ୍ୟର ୧୦୦ଟି ସ୍ଥାନରେ ଗ୍ରାମାଞ୍ଚଳର ୨ଲକ୍ଷ ରୋଗୀଙ୍କର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ସହାୟତା ପ୍ରଦାନ ।
ସ୍ୱାସ୍ଥ୍ୟ ସଂଯୋଗ ଅଭିଯାନ :
ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ୧୦୧ ମୋବାଇଲ ସ୍ବାସ୍ଥ୍ୟସେବା ୟୁନିଟ ସହାୟତାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଣ ।
ବିଜୁ କୃଷକ କଲ୍ୟାଣ ଯୋଜନା :
କୃଷକ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ।
ପରିବାରର ସର୍ବାଧିକ ୫ଜଣଙ୍କ ପାଇଁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ପାଇଁ ବୀମା ସହାୟତା ।
୬୦ଲକ୍ଷ ଚାଷୀ ପରିବାର ଅର୍ଥାତ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।
ବୀମା କରାଯାଉଥିବା ପରିବାର ପାଇଁ ସମସ୍ତ ପ୍ରିମିୟମ ରାଜ୍ୟ ସରକାର ଭରଣ କରିବେ ।
ପଞ୍ଜୀକୃତ କୃଷକଙ୍କୁ ରେଜିଷ୍ଟ୍ରେସନ ଖର୍ଚ୍ଚ ବାବଦ ରେ ୩୦ ଟଙ୍କା ଦେବାପାଇଁ ହେବ ।
ସ୍ଥାନୀୟ କୃଷି ଅଧିକାରୀଙ୍କ ନିକଟରେ ଏହି ବୀମା ସୁବିଧା ପାଇବା ପାଇଁ ପଞ୍ଜୀକରଣ କରାଯିବ ।
ଚିକିତ୍ସା ବାବଦରେ ଖର୍ଚ୍ଚ ୧ଲକ୍ଷ ଟଙ୍କାରୁ ଅଧିକ ହେଲେ ନିୟମାନୁଯାଇ ତାହା ସର୍ବାଧିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟ ଚିକିତ୍ସା ପାଣ୍ଠିରୁ ଭରଣା କରାଯାଇପାରିବ ।
ବୁଣାକାର , କାରିଗର ଏବଂ ରେଶମ ଚାଷୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ସହାୟତା :
୫୦ହଜାର ବୁଣାକାର ପରିବାରକୁ ଇତିମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ କରାଯାଇଛି ।
୩୫ହଜାର ପରିବାରକୁ ଭାରତୀୟ ଜୀବନବିମା ନିଗମଙ୍କ ଜନଶ୍ରୀ ବୀମା ଯୋଜନାଭୁକ୍ତ କରାଯାଇଛି ।
ସେହିଭଳି ୧୫ହଜାର ମହିଳା ରେଶମ ଚାଷୀଙ୍କୁ ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ କରାଯାଇଛି ।
ଏହିଭଳି ସ୍ୱାସ୍ଥ୍ୟ ବୀମା ଏବଂ ଜୀବନ ବୀମା ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀମାନେ ସାମିଲ ହେବାପାଇଁ ସ୍ଥାନୀୟ ବିଭାଗୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କରି ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିପାରିବେ ।
ମତ୍ସ୍ୟଜୀବୀ ପରିବାରକୁ ସ୍ୱାସ୍ଥ୍ୟ ସହାୟତା :
ରାଜ୍ୟ ସରକାର କେତେକ ଜୀବନ ବିନାଶକାରୀ ମାରାତ୍ମକ ରୋଗର ଚିକିତ୍ସା ପାଇଁ ମତ୍ସ୍ୟଜୀବୀ ପରିବାରକୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଦେଉଛନ୍ତି ।
ଏହି ସହାୟତା ପାଇବା ପାଇଁ ମତ୍ସ୍ୟଜୀବୀ ପରିବାରର ଯେ କେହି ସଦସ୍ୟ ଉପଯୁକ୍ତ ପ୍ରମାଣ ସହ ବ୍ଲକସ୍ତରୀୟ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ / ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ ।
ସେହିଭଳି ‘ନେତ୍ରଜ୍ୟୋତି’ ଯୋଜନାରେ ଚକ୍ଷୁରୋଗର ଚିକିତ୍ସା ପାଇଁ ସାମୁଦ୍ରିକ ମତ୍ସ୍ୟାଜୀବୀମାନଙ୍କୁ ୫ହଜାର ଟଙ୍କାର ଚିକିତ୍ସା ସହାୟତା ଦିଆଯାଉଅଛି ।
ଗୁରୁତର ଚକ୍ଷୁରୋଗ ଭୋଗୁଥିବା ମତ୍ସ୍ୟଜୀବୀ ମାନେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରି ଏହି ସହାୟତା ପାଇପାରିବେ ।
ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱାସ୍ଥ୍ୟ ସହାୟତା :
ପଞ୍ଜୀକୃତ ହେବାର ୧ବର୍ଷପରେ ନିର୍ମାଣ ଶ୍ରମିକମାନେ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ପାଇବେ ସର୍ବାଧିକ ୧ହଜାର ଟଙ୍କା ଓ ଦୁର୍ଘଟଣା ଜନିତ ଅକ୍ଷମତା ପାଇଁ ଅକ୍ଷମତା ଅନୁପାତରେ ସର୍ବାଧିକ ୭୫ ହଜାର ଟଙ୍କା
କେତୋଟି ପ୍ରମୁଖ ମାରାତ୍ମକ ରୋଗର ଚିକିତ୍ସା ବାବଦରେ ସରକାରୀ ହାସପାତାଳରେ କରାଯାଇଥିବା ସମସ୍ତ ବ୍ୟୟର ଭରଣା ।
କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ବୀମା ଯୋଜନା :
ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ ଭାବରେ ବୀମା ପ୍ରିମିୟମ ପଇଠ କରାଯାଇ ୫ଲକ୍ଷରୁ ଉର୍ଦ୍ଧ୍ଵ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କୁ ଏଲ ॰ ଆଇ ॰ ସି ଦ୍ଵାରା ପରିଚାଳିତ ଜନଶ୍ରୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବିମାଧିକାରୀଙ୍କ ଅସମୟରେ ମୃତ୍ୟୁ ହେଲେ ୩୦ହଜାର ଏବଂ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ହେଲେ ୭୫ହଜାର ଟଙ୍କାର ବୀମା ରାଶି ପ୍ରଦାନ ବ୍ୟବସ୍ଥା ।
ବୀମାଭୁକ୍ତ ପରିବାରର ନବମରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ସର୍ବାଧିକ ଦୁଇଟି ପିଲାଙ୍କୁ ବାର୍ଷିକ ୧୨ଶହ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment