Commit 1d45bbf2 authored by Nayan Ranjan Paul's avatar Nayan Ranjan Paul

Upload New File

parent 1b966366
ସୁସ୍ଥ ରହିବାର ସୂତ୍ର
ସୁସ୍ଥ ଜୀବନ
ସମୟ ସହିତ ବଦଳିଛି ଜୀନଧାରଣାର ଶୈଳୀ ।
ଆଧୁନିକତାକୁ ଆପଣାଇ ପାରମ୍ପରିକ ଢଙ୍ଗରେ ବଞ୍ଚିବାର ଧାରା ଠାରୁ କ୍ରମେ ଦୁରେଇବାରେ ଲାଗିଛନ୍ତି ଲୋକେ ।
ଯେମିତିକି ଶୌଚ ହେବା ଲାଗି ଭାରତୀୟ ପାଇଖାନାର ବ୍ୟବହାର, ଉଷୁମ ଜଳ ପାନ ଓ ପ୍ରାତଃ ଧ୍ୟାନ ଭଳି କାର୍ଯ୍ୟ କରିବାକୁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି ।
କିନ୍ତୁ ।
ସୁସ୍ଥ ଜୀବନ ପାଇଁ ଜୀବନଧାରଣର ପାରମ୍ପରିକ ଶୈଳୀର ଗୁରୁତ୍ୱ ବହୁତ ବେଶୀ ।
ସୁସ୍ଥ ରହିବାର ସୂତ୍ର
ଭାରତୀୟ ପାଇଖାନାର ବ୍ୟବହାର: ଆଧୁନିକ ଜୀବନ ଶୈଳୀକୁ ଆପଣାଇଥିବା ଲୋକେ ଚାକଚକ୍ୟ ମଧ୍ୟରେ ଜୀବନ ବିତାଇବାକୁ ଚାହାନ୍ତି ।
ଏଣୁ ଭାରତୀୟ ବସ୍ତୁର ଉପଯୋଗ ପରିବର୍ତ୍ତେ ବିଦେଶୀ ସାମଗ୍ରୀର ବ୍ୟବହାରକୁ ସେମାନେ ଗୁରୁତ୍ଵ ଦିଅନ୍ତି ।
ଏହି କ୍ରମରେ ସର୍ବାଗ୍ରେ ରହିଛି ଶୌଚାଳୟ ।
ସମ୍ପ୍ରତି ଭାରତୀୟ ପ୍ୟାନ ପରିବର୍ତ୍ତେ ବିଦେଶୀ କମୋଡ ବ୍ୟବହାର କରିବାକୁ ଲୋକେ ପସନ୍ଦ କରୁଛନ୍ତି ।
ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ତଥା ମେରୁଦଣ୍ଡ ସମସ୍ୟା ଥିବ ।
ଲୋକଙ୍କ ପାଇଁ ଏହା ସୁ ବି ଧ ।
ପ୍ରଦ ହୋଇଥାଇପାରେ; ମାତ୍ର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଏ ।
ହିମାଚଳ ପ୍ରଦେଶର କୌଲାନ୍ତକ ପୀଠର ଯୋଗ ଗୁରୁ ଅକ୍ଷର ଏହା କୁହନ୍ତି ।
କମୋଡ ବ୍ୟବହାର ଦ୍ଵାରା ପେଟ ସମ୍ପୁର୍ଣ୍ଣ ଭାବେ ପରିଷ୍କାର ହୁଏ ନାହିଁ ।
ଏହାଦ୍ଵାରା କୋଷ୍ଠକାଠିନ୍ୟ ଓ ମେଟାବୋଲିଜମ୍ କମ୍ ହେବା ଭଳି ବହୁ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ ।
ସମ୍ପୂର୍ଣ୍ଣ ସ୍ନାନ : ସମ୍ପ୍ରତି ବ୍ୟସ୍ତବହୁଳ ଜୀବନ ଯୋଗୁ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ଲାଗି ଲୋକେ ତରବରିଆ ଭାବେ ବହୁ କାର୍ଯ୍ୟ କରୁଥିବା ଦେଖାଯାଏ ।
ଏଥିପାଇଁ ବିଶେଷ କରି ସ୍ନାନ ଭଳି ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସହିତ ଲୋକେ ବୁଝାମଣା କରନ୍ତି ।
ଯୁବପିଢିଙ୍କ ମଧ୍ୟରେ ଏହା ଏକ ଅଭ୍ୟାସରେ ପରିଣତ ହେଲାଣି ।
ମାତ୍ର ଯୋଗ ଗୁରୁ ଅକ୍ଷର କୁହନ୍ତି, ପ୍ରତ୍ୟେହ ସ୍ନାନ ନିମନ୍ତେ ଅତିକମରେ ୧୦ ମିନିଟ୍ ସମୟ ନିଧାର୍ଯ୍ୟ ରଖିବା ଉଚିତ ।
ସମ୍ପୂର୍ଣ୍ଣ ଶରୀରକୁ ଧିରେ ଧିରେ ଉତ୍ତମ ଭାବେ ଘସି ସଫା କରିବା ଦରକାର ।
ଏହାଦ୍ଵାରା ଶରୀରରେ ରକ୍ତ ପ୍ରବାହ ପ୍ରକ୍ରିୟା ଠିକ୍ ଭାବେ ସମ୍ପାଦିତ ହୋଇଥାଏ ।
ସ୍ନାନ ପାଇଁ ସାଦା ପାଣି ବ୍ୟବହାର ଅନୁଚିତ ।
ଶୀତ ଋତୁରେ ଆବଶ୍ୟକ ସ୍ଥଳେ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରିବା ସ୍ୱାସ୍ଥ୍ୟପକ୍ଷେ ହିତକର ।
ଉଷୁମ ଖାଦ୍ୟ ସେବନ : ଖାଦ୍ୟ କେବେ ବହୁତ ଥଣ୍ଡା କିମ୍ବା ଅତି ଗରମ ଖାଇବା ଉଚିତ ନୁହେଁ ।
ଖାଦ୍ୟର ତାପମାତ୍ର ଶରୀରର ତାପମାତ୍ରା ଅନୁରୂପ ହେବା ଆବଶ୍ୟକ ।
ଏହାଦ୍ଵାରା ଶରୀର ସହଜରେ ଖାଦ୍ୟ ସହିତ ତାଳମେଳ କରିପାରେ ।
ଫଳରେ ଖାଦ୍ୟ ପାଚନ ସହଜସାଧ୍ୟ ହୁଏ ।
ବିଦେଶୀଙ୍କ ପରି ଚାମୁଚରେ ନ ଖାଇ ହାତରେ ଖାଇବା ଦ୍ଵାରା ଖାଦ୍ୟ ସହିତ ଏକ ପ୍ରକାର ସମ୍ପର୍କ ସ୍ଥାପନ ହୋଇଥାଏ; ଅର୍ଥାତ୍ ଖାଦ୍ୟ ପ୍ରତି ଆଗ୍ରହ ବଢିଥାଏ ବୋଲି କୁହନ୍ତି ଯୋଗଗୁରୁ ଅକ୍ଷର ।
ସାଧାରଣ ତାପମାତ୍ରାର ପାଣି ପିଅନ୍ତୁ; ଆଜିର ଯୁବପିଢି ଉଷ୍ମ ତଥା ମୃଦୁ ପାନୀୟ ନାମରେ କଫି, କୋକାକୋଲା ଅଥବା ପେପସୀ ଭଳି ପନୀୟ ପ୍ରତି ମୋହିତ ହେଉଛନ୍ତି ।
ମାତ୍ର ଶୀତ ଅବା ଗ୍ରୀଷ୍ମ, ଯେକୌଣସି ଋତୁରେ ଘରର ତାପମାତ୍ର ଅନୁରୂପ ଉଷ୍ମତା ବହନ କରୁଥିବା ଜଳ ପାନ କରିବା ଉଚିତ ।
ଅତି ଥଣ୍ଡା କିମ୍ବା ଗରମ ପାଣି ଶରୀର ପକ୍ଷେ ହିତକର ନୁହେଁ ।
ତେବେ ସର୍ଦ୍ଦି ବା ଥଣ୍ଡାରେ ଆକ୍ରାନ୍ତ ଥିଲେ ସାମାନ୍ୟ ଉଷୁମ ପାଣି ପିଇପାରିବେ ।
ସୂର୍ଯ୍ୟ ନମସ୍କାର:ମୋବାଇଲ୍ ଯୁଗରେ ଲୋକେ ବିଳମ୍ବରେ ନିଦ୍ରା ଯିବା ଏବଂ ସୂର୍ଯ୍ୟୋଦୟର ବହୁ ପରେ ଶଯ୍ୟାତ୍ୟାଗ କରୁଥ୍ ବା ଦେଖାଯାଉଛି ।
ମାତ୍ର ପ୍ରତ୍ୟହ ପ୍ରାତଃ ସମୟରେ ଅନ୍ତତଃ ୪ ଥର ସୂର୍ଯ୍ୟ ନମସ୍କାର କରିବା ଉଚିତ ।
ଅଧିକ ଥର କରିପାରିଲେ ଉତ୍ତମ ।
ସୂର୍ଯ୍ୟ ନମସ୍କାରକୁ ଏକ ସମ୍ପୂର୍ଣ୍ଣ ବ୍ୟାୟାମ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହାଦ୍ଵାରା ସମଗ୍ର ଶରୀରର ବ୍ୟାୟାମ ହୋଇଥାଏ ।
୧୦ ମିନିଟ୍ ପ୍ରାଣାୟାମ: ପ୍ରାତଃ ସମୟରେ ଅନ୍ତତଃ ୧୦ ମିନିଟ ସମୟ ପ୍ରାଣାୟାମ ପାଇଁ ବାହାର କରିବା ଦରକାର ।
ଅନୁଲୋମ-ବିଲୋମ, ଭ୍ରାମରୀ, ଭାସ୍ତ୍ରୀକା ଭଳି ଯେକୌଣସି ପ୍ରାଣାୟାମ କରିପାରିବେ ।
ଏହାଦ୍ଵାରା ମନ ଏବଂ ଶରୀର ଉଭୟ ଆରାମ ପାଇଥାଏ ।
ନିଯମିତ ଧ୍ୟାନ: ନିୟମିତ ଭାବେ ସକାଳେ ଅନ୍ତତଃପକ୍ଷେ ୫ ମିନିଟ ଧ୍ୟାନ କରିବା ଉଚିତ ।
ଶ୍ରାସ ଉପରେ କେନ୍ଦ୍ରୀତ କିମ୍ବା ତ୍ରାଟକ ଧ୍ୟାନ; ଯାହା ପସନ୍ଦ ସେଭଳି ଧ୍ୟାନ କରନ୍ତୁ ।
ଏହାଦ୍ଵାରା ମନ ଏକାଗ୍ରତିତ୍ତ ହୋଇଥାଏ ।
ତ୍ରାଟକ ଧ୍ୟାନ ଦ୍ଵାରା ଦୃଷ୍ଟିଶକ୍ତି ଉନ୍ନତ ହୋଇଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment