Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
218693af
Commit
218693af
authored
Sep 17, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2f540dfe
Changes
1
Hide whitespace changes
Inline
Side-by-side
Showing
1 changed file
with
244 additions
and
0 deletions
+244
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_4
...gual-corpora/odiasahitya.com/sent_odiasahitya_prabandha_4
+244
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_4
0 → 100644
View file @
218693af
ବଟୁଆ
- ଗୋବିନ୍ଦ ତ୍ରିପାଠୀ
ତା: ଅକ୍ଟୋବର୍ ୧୧, ୨୦୧୧
ମୂଳ ପୃଷ୍ଠା → ପ୍ରବନ୍ଧ →
ବଟୁଆ ଓଡ଼ିୟାମିର ଗୋଟାଏ ଚିହ୍ନ- ଓଡ଼ିୟାମିମାନେ ଖାଣ୍ଟି ଓଡ଼ିୟାମି; ବଙ୍ଗୋଡ଼ିଆ ବା ବିହାରୋଡ଼ିଆ ବା ତେଲଙ୍ଗୋଡ଼ିଆ ଏ ଚିହ୍ନଟାକୁ ଜାତି ଚିହ୍ନ ବୋଲି ମାନିବାକୁ ରାଜି ନୁହଁନ୍ତି ।
କଲିକତିଆ ବଙ୍ଗାଳୀ ସମାଜରେ ‘ବଟୁଆ’ ଯିମିତି ଗୋଟାଏ ଛିଗୁଲିଆ କଥା, ଆମ ବଙ୍ଗୋଡ଼ିଆଙ୍କ ଆଖିରେ ମଧ୍ୟ ସେଇମିତି ।
ପାଠୁଆ ଓଡ଼ିଆଙ୍କ ନାକକୁ ବଟୁଆ ଗନ୍ଧଟା ଦି କୋଶ ଦୂରରୁ ଗନ୍ଧାଏ ।
ବଟୁଆଟିଏ ଦେଖିଦେଲେ ତାଙ୍କ ଆଖିରେ ଶୁଖୁଆ କଣ୍ଟା ଗଳିଯାଏ ।
ବଙ୍ଗାଳୀଙ୍କର ହୁକା ଓ ତେଲେଙ୍ଗାଙ୍କର ପିକା ଗନ୍ଧ ଠାରୁ ବଟୁଆ ବନ୍ଧଟା କିଛି ବେଶୀ ଦୁର୍ଗନ୍ଧ ନୁହେଁ; ବଟୁଆର ସୌନ୍ଦର୍ଯ୍ୟ ତାଙ୍କ ଅପେକ୍ଷା କିଛି କମ୍ ନୁହେଁ; ତଥାପି ବଟୁଆ ‘ଓଡ଼ିୟା’ଙ୍କ ଭଳି ହସକୋଳି ବା ଥଟ୍ଟାବୋଳି ଘର ମାଡ଼, ବାହାର ମାଡ଼ ଖାଇ ଆସ୍ତେ ଆସ୍ତେ ପଛେଇଲାଣି ।
ଦିନକୁ ଦିନ ଏ ଓଡ଼ିଆ ଜାତିଟାକୁ ସାଙ୍ଗରେ ନେଇ ସେ ବଙ୍ଗୋପସାଗରରେ ବୁଡ଼ି ମରିବ ।
ହାୟରେ ବଟୁଆ !!!
ହାୟରେ ବଟୁଆ- ସମ୍ପତ୍ତି ବଟୁଆ !!!
ବଟୁଆର ଏଇ ଯେ ଗତି ହେଉଛି, ସେଇଥିରୁ ଓଡ଼ିଆ ଜାତିର ଗତି ମଧ୍ୟ ଅନୁମାନ କରିପାର ।
ବଟୁଆ ଆଣିଥିଲା ଓଡ଼ିଆର ଗୌରବ, ବଟୁଆ ଘେନିଯିବ ଓଡ଼ିଆର ପ୍ରାଣ ।
ଓଡ଼ିଆ ଯେତେବେଳେ ବଟୁଆ ଥିଲା ବେଉସା ପାଇଁ, ପାତ୍ରୀ ବ୍ୟବସାୟ ପାଇଁ, ଚାକିରି ପାଇଁ, ନାଆଁ ଅର୍ଜିବା ପାଇଁ, ଯେତେବେଳେ ଓଡ଼ିଆ ଏ ପୂର୍ବଖଣ୍ଡ ଗୋଟାକ ଯାକ ବିଞ୍ଚି ହୋଇଯାଇଥିଲା, ସେତେବେଳେ ତାର ବଟୁଆଟି ନହେଲେ ଚଳୁ ନଥିଲା ।
ସେତେବେଳେ ବଟୁଆ ଖାଲି ପାନ, ଗୁଆ, ଗୁଣ୍ଡି ରଖିବାର ଜାଗା ନଥିଲା ।
ସେଥିରେ ରହୁଥିଲା ଜଡ଼ିବୁଟି, ତିଳକ, କୋଥଳି, ଛୁରୀ, କତୁରୀ, ପଇସାପତ୍ର, ପାନଗୁଆ ମସଲା ମସଲି ଇତ୍ୟାଦି ହରେକ ଚିଜ ।
ଖଣ୍ଡିଏ ଗାମୁଛା, ଦି ଖଣ୍ଡ କନ୍ଥା, ଖଣ୍ଡେ ପିତ୍ତଳ, ଖଣ୍ଡେ ଢାଳ, ଏସବୁରୁ ଗୋଟିଏ ବାଡ଼ି, ମୁଣ୍ଡରେ ଖଣ୍ଡିଏ ଠେକା, ପାଦରେ ହଳିଏ ନାଗରା ଜୋତା ।
ବେଶ୍ ଓଡ଼ିୟା ଏତିକିରେ ଚାଲିଲେ ଅର୍ଜନ କରି ଘର ପଇସା, ଦେଶ ପଇସା, ଅର୍ଜନ କରିବାକୁ ନୁହେଁ, ବିଦେଶ ପଇସା ଦେଶକୁ ଆଣିବା ପାଇଁ ଏଇମାନେ ହେଲେ ବାଟୁଆଁ ।
ତାଙ୍କ ବଟୁଆ ଖଣ୍ଡି ଥିଲା ତାଙ୍କ ବାଟର ସମ୍ପତ୍ତି- ତାଙ୍କ ଓଡ଼ିଆମିର ଗୌରବ, ତାଙ୍କ ଅର୍ଜନର ଉପାୟ ।
ସେମାନେ ସାତ ସମୁଦ୍ର ତେର ନଈ, ପଚାଶ ପାହାଡ଼, ଶହ ଶହ ଜଙ୍ଗଲ ପାର ହୋଇ ଯାଉଥିଲେ ସେହି ବଟୁଆଟି, ଆଉ ସେହି ଠେଙ୍ଗାଟିର ଜୋର୍ରେ ।
ଏହି ବାଟୁଆଗୁଡ଼ାକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଆଣୁଥିଲେ ।
ଏହି ବାଟୁଆଙ୍କ ଧନରେ ଆଜିକାଲିର କେତେ ଓଡ଼ିଆ ବାବୁ ବଡ଼ଲୋକ, ଏହି ବାଟୁଆଙ୍କ ବଂଶ ଆଜି ସରକାରୀ ଉଚ୍ଚପାହିଆ କାମଠାରୁ ଆରମ୍ଭ କରି ବେସରକାରୀ ଉଚ୍ଚପାହିଆ କାମ ପର୍ଯ୍ୟନ୍ତ ହାସଲ କରି ବସିଅଛନ୍ତି ।
ଏ ମରହଟ୍ଟିଆ କଣ ଗୁଡ଼ାଏ କହୁଛି ହେ ? ବାଉଳାଟାଏ ନା କଣ ? ଆଜିକାଲି ଯେମିତି ଓଡ଼ିଆମାନେ ବିଦେଶକୁ ଯାଉନାହାନ୍ତି, କି ପଇସା ରୋଜଗାର କରୁନାହାନ୍ତି, ଖାଲି ସେହି ‘ସେକେଲେ ପୁରୋନ ଜନ୍ତୁଗୁଡ଼ାକ’ ଯିମିତି ଯାଇ ପଇସା ରୋଜଗାର କରୁଥିଲେ ।
ଆଃ, ଛି, ଛି, ତାଙ୍କ ମଳି ମୁଣ୍ଡ, ତାଙ୍କ ମଳି ଗାମୁଛା, ତାଙ୍କ ଗନ୍ଧିଆ ବଟୁଆ, ତାର ପୁଣି ତୁଳନା ଆମ ଏ ଓଡ଼ିଆ ସଭ୍ୟମାନଙ୍କ ସାଙ୍ଗରେ !!! ପାଗଳ, ପାଗଳ କିନ୍ତୁ ବାବୁମାନେ; ସେମାନେ ଆଣୁଥିଲେ ଶହ ଶହ, ହଜାର ହଜାର ପାଦପୂଜା ପାଇ, ବେଉସା କରି, ହାକିମ କରି ।
ତୁମେ ଯାଉଛ ଦଶ ପନ୍ଦର ଟଙ୍କାର କୁଲିଗିରି କରିବାକୁ, ସେଥିରେ ପୁଣି ତୁମେ ଗୋଟାଏ ଟିଣବାକ୍ସ, ଗୋଟାଏ ଶେଯ ଗଣ୍ଠିଲି, ଗୋଟାଏ ବାସନକୁସନ ଜାଗା, ଆଉ ତାକୁ ନେବା ପାଇଁ ତୁମର ଦରକାର ଗୋଟାଏ ଅନ୍ତତଃ କୁଲି ।
ସେମାନେ ଯାଉଥିଲେ ଆଣିବା ପାଇଁ, ତୁମେ ଯାଉଛ ଗୋଲାମି କରି ।
ତୁମେ ଯେବେ ବଡ଼ିମା ଛାଡ଼ି ଟିକିଏ ନିରେଖି କରି ଦେଖିବ, ତା ହେଲେ ତୁମେମାନେ ବୁଝିପାରିବ ଯେ ଏହି ବଟୁଆ ଓ ସୁଟ୍କେଶ୍ ଲଢେଇରେ ବଟୁଆର ସିନା ଜିତ୍, ତୁମ ସୁଟ୍କେଶ୍ର ନୁହେଁ ।
ତେବେ ଆମେ ବଟୁଆକୁ ଘୃଣା କରୁ କାହିଁକି ? ତୁମେ କଣ ଭାବୁଚ ଯେ ଆମର ଆଖି ନାହିଁ, ଆମର ବୁଦ୍ଧି ନାହିଁ, ଆମର ଶିକ୍ଷା ନାହିଁ, ଖାଲି ତୁମେ ପାଠୁଆ, ତୁମେ ବୁଦ୍ଧିଆ ?
ତୁମର ଆଖି ଅଛି, ସେ ଖେଳ କଣ୍ଢେଇ ଆଖି ।
ତୁମର ବୁଦ୍ଧି ଅଛି, ସେ କାଉଁରୀ ମନ୍ତ୍ରଭୁଲା ବୁଦ୍ଧି ।
ତୁମର ଶିକ୍ଷା ଅଛି, ସେ ପୋଷାଶୁଆର ଶିକ୍ଷା, “ଯାହା ପଢାଇଛି ଜଟାଧାରୀରେ, ବାମାଏ ।
” ତାଛଡ଼ା ମନକୁ ଗୋଟିଏ କିଛି କାଢ଼ିବାର ଶକ୍ତି ନାହିଁ ।
ଥିଲେ ତୁମେ ଦେଖୁଥାନ୍ତ, ତୁମର ଏଇ ଯେ ସାଇବାଣୀମାନେ ସଭ୍ୟ, ଉନ୍ନତ, ଉଚ୍ଚ-ଶିକ୍ଷିତ ସାଇବାଣୀମାନେ ।
ସାଇବାଣୀମାନଙ୍କର (hand bag) ହାତଥଳି ଦେଖୁଛ ତ ? ସାଇବମାନଙ୍କର (haver Sack) ବା (Knap Sack) ଅର୍ଥାତ୍ ଝୁଲାମୁଣି ଦେଖିଚ ତ ? କହ ଦେଖି, ଏଇ ହ୍ୟାଣ୍ଡ ବ୍ୟାଗ, ହାବରସାକ୍ ବା ନାପ୍ସାକ୍ ଅପେକ୍ଷା ଆମ ବଟୁଆଟା କୋଉ ଗୁଣରେ ନିକୃଷ୍ଟ ? ସାଇବାଣୀ ଓ ସାଇବ ଯୁଆଡ଼େ ଯିବେ, ତାଙ୍କ ସଙ୍ଗରେ ଏଇଟା ବରାବର ଥିବ ।
ଆଉ ୟା ଭିତରେ ମୁହଁମଖା ଗୁଣ୍ଡାରୁ ଆରମ୍ଭ କରି ରାତି ଦରକାରୀ ରବର ମୁଣା ପର୍ଯ୍ୟନ୍ତ, ପିକାଠାରୁ ଆରମ୍ଭ କରି ରୁଟି ପର୍ଯ୍ୟନ୍ତ ସବୁ ମାଲ ମହଜୁଦ୍ ଥାଏ ।
ଆମର ବଟୁଆରେ ମଧ୍ୟ ଆମର ଲୋଡ଼ା ସବୁ ଜିନିଷ ରହେ ।
ତାଙ୍କର ଏ ଥଳିଗୁଡ଼ାକ କନାରେ ତିଆରି, ଆମ ବଟୁଆଗୁଡ଼ାକ ମଧ୍ୟ କନାରେ ତିଆରି ।
ତାଙ୍କ ବ୍ୟାଗଗୁଡ଼ିକ ଚହଟ ଚିକ୍କଣ ବେଳେବେଳେ ହୋଇଥାଏ ।
ଆମ ବଟୁଆରେ ମଧ୍ୟ ରୁପାଫୁଲି ଚିତ୍ରକନା ଦେଇ ଚହଟ ଚିକ୍କଣ କରାଯାଏ ।
ଖାଲି ପ୍ରଭେଦ ଏତିକି ଯେ ତାଙ୍କ ବ୍ୟାଗଗୁଡ଼ିକ ବନ୍ଦ ହେଲେ ମଧ୍ୟ ତା’ର ମୁହଁମାନ ଓସାରିଆ, ଆଉ ବଟୁଆ ବନ୍ଦ ହେଲେ ତା’ର ମୁହଁଟା ଗୋଜିଆ ।
ସେପରି ହେବାର ଗୋଟାଏ କାରଣ ଅଛି ।
ସେ ହେଉଛି ଜାତିର ଲକ୍ଷଣ ।
ସାଇବ ସାଇବାଣୀମାନେ କାମବେଳେ ତ ଗର୍ଜନ କରନ୍ତି, କାମ ନଥିଲା ବେଳେ ମଧ୍ୟ ଗର୍ଜନ କରୁଥାନ୍ତି ।
ଗର୍ଜନ କରିବା ତାଙ୍କ ଜାତିର ଲକ୍ଷଣ ।
ବିଲାତି ସିଂହ ତା ଜନ୍ମଦିନୁ ଗର୍ଜନ ନ କରି ରହି ଶିଖିନାହିଁ ।
କାମୁଡ଼ା ଜୋରରେ ଯେତେ ନୁହେଁ, ଖାଲି ଏଇ ଗର୍ଜନ ଜୋର୍ରେ ବିଲାତି ସିଂହ ପୃଥିବୀଟା ମାଡ଼ି ବସିଛି ।
ଏ ଭୋକିଲା ବୁଲ୍ଡ଼ଗ୍ ଭୁକେ ନାହିଁ, ଦରକାର ବେଳେ କାମୁଡ଼େ ମଧ୍ୟ ।
ଭୁକି ଭୁକି ଯେବେ ହାଡ଼ଖଣ୍ଡକ ଆର କୁକୁର ମୁହଁରୁ ମାରିନେଲା, ତେବେ ତ ଭଲ, ଯେବେ ଭୁକିବାରେ କାମ ହାସଲ ନ ହୁଏ, ତା ହେଲେ କାମୁଡ଼ି ମଧ୍ୟ ଦିଏ ।
ଭୁକିବା ପଛକୁ କାମୁଡ଼ିବା ଧମକଟା ଅଛି ବୋଲି ତାଙ୍କ ଗର୍ଜନକୁ ଲୋକେ ଡ଼ରିଯାନ୍ତି ।
ଆମ ପୂର୍ବ ପୁରୁଷ-ଆମର ଓଡ଼ିଆ ଷଣ୍ଢ, କାମବେଳେ ଗର୍ଜନ କରୁଥିଲେ ।
କାମ ସରିଗଲେ ମୁହଁ ବନ୍ଦ କରି ଘରେ ରହୁଥିଲେ ।
ଖାଲି ମିଛ ବୋବାଳି ଏ ଜାତିଟା ଜାଣି ନଥିଲା ।
ଓଡ଼ିଆ ସୈନ୍ୟ, ଓଡ଼ିଆ ବେପାରୀ, ଓଡ଼ିଆ ବାବାଜି, ଓଡ଼ିଆ ବାଟୁଆ ଦେଶ ଜୟ କରି, ବେପାର କରି, ରୋଜଗାର କରି ଯାଉଥିଲେ; ଫୁକାର ଦେଉଥିଲେ, ଗୀତ ଗାଉଥିଲେ, ଖୁବ୍ ପାଟିତୁଣ୍ଡ କରୁଥିଲେ ।
କାମ ହାସଲ କରି ଯେତେବେଳେ ଘରକୁ ଫେରୁଥିଲେ, ସେତେବେଳେ ଘରଣୀମାନଙ୍କ ପାଖରେ ଏକାବେଳେକେ ମୁହଁରେ ୧୪୪ ଧାରା ।
ଖଣ୍ଡା ତଲୁଆର ଥୋଇଦେଇ ଲଙ୍ଗଳ ମୁଠି ଧରିବା ଓ ଲଙ୍ଗଳ ମୁଠି ଛାଡ଼ିଦେଇ ଖଣ୍ଡା ତଲୁଆର ଧରିବା ସେମାନଙ୍କ ପକ୍ଷରେ ଯେପରି ସହଜ ଥିଲା, ବାଟର ଦୁଃଖ କ୍ଲେଶ ସାଙ୍ଗରେ ଘରଣୀଙ୍କ କଅଁଳ ଛାତିରେ ଆଖିବୁଜି ପଡ଼ି ରହିବାର ଅଦଳ ବଦଳ ମଧ୍ୟ ସେହିପରି ସହଜ ଥିଲା ।
ସେହି ହେତୁରୁ ବଟୁଆଟି ଥିଲା ତାଙ୍କର ଚିରସାଥି ।
ସମୁଦ୍ରର ଅତଳ ପାଣିରେ ବଟୁଆ, ଯୁଦ୍ଧ କ୍ଷେତ୍ରରେ ବଟୁଆ, ମଶାଣି ଭୁଇଁରେ ବଟୁଆ, ‘କେଳି ସଦନର କରୀନ୍ଦ୍ର ଦନ୍ତ ପଲଙ୍କ’ ପାଖରେ ମଧ୍ୟ ବଟୁଆ ।
ଚିର ଜାଗ୍ରତ ଥିଲା ଏ ଜାତି ।
ଚିର ଜାଗ୍ରତ ଅଛି ମଧ୍ୟ ବିଲାତି ଜାତି ।
ତାଙ୍କ ତାଙ୍କ ହ୍ୟାଣ୍ଡବ୍ୟାଗ୍, ହାଭରସାକ୍ ବା ନାପସାକ୍ ସବୁବେଳେ ହାତ ପାଖରେ; ସବୁବେଳେ ତିଆର ।
କିନ୍ତୁ ଆମେ ପରଗତିଆଁ, ଆଗଡ଼ିଆଁ ସଭ୍ୟ ଶିକ୍ଷିତ ଓଡ଼ିୟାଙ୍କ ନାକକୁ, କାନକୁ, ଆଖିକି, ମୁଣ୍ଡକୁ ଓ ଅଣ୍ଟାକୁ ଏ ବଟୁଆ ଅସୁନ୍ଦର ଅକଡ଼ିଆ ।
ଟିକିଏ ବସିଯାଆ ।
ଏ ବଟୁଆ, ଓଡ଼ିଆ ଅକଡ଼ିଆ, ବାଟୁଆ, ଆଖୁଆ, ପରଗତିଆଁ ଆଗଡ଼ିଆଁ ଇତ୍ୟାଦି ଶବ୍ଦଗୁଡ଼ାକ ମୋ ମନରେ ଗୋଟାଏ ବଡ଼ ଗୁରୁତର କଥା ମନେ ପକାଇଦେଇଛି ।
ଥରକୁ ଥର ଦେଖିଥିଲି, ଜଣେ ବଡ଼ ମୁଣ୍ଡିଆ, ବଡ଼ଖିଆ- ଧେତ୍ତେରେ- ସେଇ-ଆ, କଣ କରିବି, ମୁଁ ଯେ ସେଇଥିରେ ବଢ଼ିଆସିଚି କହିଥିଲି-ଜଣେ ଖ୍ୟାତନାମା, ପ୍ରସିଦ୍ଧନାମା ସାହିତ୍ୟ ମହାରଥୀ ଲେଖିଥିଲେ ଯେ- ଆମେ ନାଁ ପଛରେ ଏଇ ଯେ ଆକାରଟା ଯୋଡ଼ିଦେଉଁ, ଅର୍ଥାତ୍ ବଳରାମକୁ ବଳିଆ, କଳାରାମକୁ କାଳିଆ, ବାଉରିବନ୍ଧୁକୁ ବାଉରିଆ, ମଧୁସୂଦନକୁ ମଧୁଆ, ହରିଶ୍ଚନ୍ଦ୍ରକୁ ହରିଆ, କାଳିନ୍ଦିକୁ କାଳିଆ, ବୈକୁଣ୍ଠକୁ ବଇଆ, ଇତ୍ୟାଦି ବୋଲି ଡାକୁ, ଏଇଟା ଆମ ଜାତିର ସଭ୍ୟତାର ଚିହ୍ନ ।
ଏଇ “ଆ” ଟାକୁ “ନାଁ” ପରକୁ କା କରିଦେବାକୁ ହେବ ।
ତେବେ ତା ଜାଗାରେ କଣ ବସେଇବ ? ନା ବଦଳି ତ ଫେରେ ଗୋଟାଏ ଡାକ ନା କିଛି ରହିବା ଦରକାର ! ଦେଖ ଦେଖି, ଆଉ ଜାତିମାନେ କଣ ଡ଼ାକ ନାଁ ଦିଅନ୍ତି ? ବିହାରୀମାନେ ମଧ୍ୟ ଏଇ “ଆ” ଟା ଡ଼ାକ ନାଁ ପଛରେ ଲଗାନ୍ତି ।
ଯେପରି ଯମୁନାକୁ ଯମୁନୁଆ, ବାତୋକୁ ବାତୱା, ରାମକୁ ରାମୱା ଇତ୍ୟାଦି ।
ବିହାରୀଗୁଡ଼ାକ, ଅତଏବ ଆମରି ପରି ଅସଭ୍ୟ ।
ତାଙ୍କ ପାଖକୁ ଯାଇ କି ଲାଭ ? ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ବାବୁ ଜୟପ୍ରକାଶ ନାରାୟଣ- ଏମାନେ ଆମର ଗୁରୁ, ୟାଙ୍କ ପାଦ ଚାଟିବାରେ ଦୋଷ ନାହିଁ ।
ଏମାନଙ୍କର ଘର ବିହାରରେ ହେଲେ ମଧ୍ୟ ଏମାନେ କଣ ବିହାରୀ କି ? ଏମାନେ ପରା ଭାରତବର୍ଷ ବୋଲି ଯେଉଁ ଅଲଗା ଦେଶଟା ଅଛି ନା, ସେଇ ଦେଶର ଧନୁର୍ଦ୍ଧରା ! ତା ହେଲେ ଉପାୟ ? ଦେଖ ତ ବଙ୍ଗାଳୀମାନେ କଣ କରୁଚନ୍ତି ? ଏଥିରେ ଏଇ ତ ଠିକ୍ ।
ହରିକି କହିବ ହରେ, ମଧୁକୁ କହିବ ମଧୋ, କାଳିନ୍ଦିକି କହିବେ କାଳିନ୍ଦେ, ବୈକୁଣ୍ଠକୁ କହିବ ବୈକୁଣ୍ଠେ, ଓଡ଼ିଆକୁ କହିବ ଉଡେ ।
ଦେଶ୍ ଏଇ ଠିକ୍ ।
ବଙ୍ଗାଳୀ ଜାତି ଭାରି ସଭ୍ୟ, ଖୁବ୍ ଉଚ୍ଚଶିକ୍ଷିତ, ଅତଏବ ଆମର ଏ ଅସଭ୍ୟ ପ୍ରଥାଟା ଛାଡ଼ିଦେଇ, ତାଙ୍କର ସେ ସଭ୍ୟ ପ୍ରଥାଟା ନବା ଆମର ଖାଲି ଉଚିତ୍ ନୁହେଁ, ଏକାବେଳକେ ଧର୍ମ ।
ଯାଉ, ଏଇଟା ଖାଲି ଫାଲ୍ତୁ ।
କହୁଥିଲି ଆମେ ସବୁ କଥାରେ ଅପ୍ରସ୍ତୁତ ।
ଯାହା କହନ୍ତିନି, ‘ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ’- ସେ କଥାଟା ଠିକ୍ ଆମରି ଉପରେ ଫାବେ ।
ଜଣେ ଲାଟ୍ସଭାର ସଭ୍ୟ ଆମର ଲାଟ୍ସଭାକୁ ଯିବା ଭାରି ଦରକାର ।
ଦଳପତିଙ୍କର କଡ଼ା ହୁକୁମ, ଯିବାକୁ ପଡ଼ିବ ।
ଲାଟ୍ସଭାର ସଭ୍ୟମାନେ ସେଥରକ ଗୋଟାଏ କିଛି ସୁନାହାତୀ କି ହୀରାଛଡ଼ି ଅର୍ଜନ କରିବାର ଯୋଗାଡ଼ କରିଥାନ୍ତି ।
ଆମ ଓଡ଼ିଆ ସଭ୍ୟ ଘରଣୀଙ୍କ ସାଙ୍ଗରେ ରାନ୍ଧିବାକୁ ବସିଗଲେ ।
ଘରୁ ଯାଉଚନ୍ତି ଯେତେବେଳେ ମୁଠେ ଭଲକରି ପେଟକୁ ନ ଖାଇ ଯିବେ କିମିତିକା ? ତରବର ହୋଇ ରୋଷେଇ ହେଲା, ତରବର ହୋଇ ଖିଆପିଆ ହେଲା, ତରବର ହୋଇ ରୋଷେଇ ହେଲା, ତରବର ହୋଇ ଖିଆପିଆ ହେଲା, ତରବର ହୋଇ ମଟରରେ ଚଢ଼ି ଷ୍ଟେସନକୁ ଯାଇ ଦେଖନ୍ତି ଯେ ଗାଡ଼ିଟା ବି ତରବର ହୋଇ ପ୍ରାୟ ଘଣ୍ଟାକ ଆଗରୁ ପଳେଇଗଲାଣି ।
ସଭ୍ୟ ଆମର ମୁହଁରେ ମହାବ୍ୟସ୍ତ ଓ ପେଟରେ ମହାଖୁସି ହୋଇ ଫେରିଲେ ଘରକୁ ।
ଓଡ଼ିଆ ପୁଅ ବାହାରକୁ ଯିବେ, ପାନ ଦି, ଖଣ୍ଡ ତ ଦରକାର ! କିନ୍ତୁ ପାନ ଦିଖଣ୍ଡ ଯେ ତିଆରି ନାହିଁ, ଠିକ୍ ଶେଷ ବେଳକୁ ମନେପଡ଼ିଯିବ ସେଇ କଥା ।
ଆଉ ତା’ପରେ ଲାଗିଲା ବାହାବେଳେ ବାଇଗଣ ରୁଆ ।
ଅଥଚ ବଟୁଆ ଖଣ୍ଡକ ଯେବେ ଆମେ ରଖିଥାନ୍ତୁ ତା’ହେଲେ ଆଉ ଦରକାର ଥିଲା କଣ ? ବ ହାରିଲି ନା ବାହାରିଲି ।
ବଟୁଆ ଖଣ୍ଡି ଅଣ୍ଟାରେ ଖୋସି ଚାଲିଲି, ଯୁଠେଇଁ ଦରକାର ହେଲା ଖୋଲିଲି ।
ପାନ ଖାଇଲି, ଫେରେ ଚାଲିଲି ।
ଏ ଆଜିକାଲି ନନ ଆମ ହାତରେ ହେଉନାହିଁ, କୌଣସି କାମରେ ଘରୁ ଗୋଡ଼ କାଢ଼ିଲେଇ ଆମର ଲାଗିଯାଏ ଷାଠିଏ ମହଣ ଘିଅ ଆଉ ରାଧାଙ୍କ ନାଚ ।
ଆଗୁଁସାର ଜାତିର ଏ ଲକ୍ଷଣ ନୁହେଁ ।
ଜାତି ଆଗେ ବଢ଼ିବା ଦରକାର, ତାର ଦିନ ଓ ରାତି ପ୍ରତି ମୁହୂର୍ତ୍ତରେ ତିଆରି ଥିବା ଉଚିତ୍ ।
ଯେ କୌଣସି ବେଳେ ଦରକାର ପଡ଼ିଲେ, ପାଞ୍ଚ ମିନିଟ୍ ମଧ୍ୟରେ ସେ ବାହାରିଆସିବା ଦରକାର ।
ମୋର ମନେପଡ଼ୁଚି, ଥରେ ଜଣେ କଂଗ୍ରେସ ନେତା ଓ ଲୋକସଭା ମେମ୍ବର ଆଉ ମୁଁ କୌଣସି ମଫସଲ ଜାଗାକୁ ଯିବାର ଠିକ୍ କରିଥିଲୁ ।
କଥା ହୋଇଗଲା ଯେ, ଆମେ ବାହାରିବୁ ଠିକ୍ ସକାଳେ, ଆଉ ଯାଇ ପହଞ୍ଚିବୁ କଥା ହୋଇଗଲା ଯେ, ଆମେ ବାହାରିବୁ ଠିକ୍ ସକାଳ ବେଳେ, ଆଉ ଯାଇ ପହଞ୍ଚିବୁ ଠିକଣା ମୁଣ୍ଡରେ ପ୍ରାୟ ୭ଟା ସମୟରେ; ଯେପରି ଲୋକେ ଆସି ବେଶୀ ବେଳଯାଏ ଅପେକ୍ଷା କରି ନ ବସନ୍ତି ।
ମୁଁ ଠିକ୍ ୪ଟା ବେଳେ ମଟର ନେଇ ମେମ୍ବର ସାହେବଙ୍କ ଦୁଆରେ ପହଞ୍ଚିଲି ।
ମଟର ପେହେଁକାଳି ବଜାଇଲି ।
କିନ୍ତୁ ହୁଲ୍ଚୁଲ୍ ନାହିଁ, ଚପରାସି ପଠାଇ ଦୁଆରମୁହଁରେ ବହେ ପାଟିତୁଣ୍ଡ କରିବା ପରେ ମେମ୍ବର ସାହେବ ଆଖି ମଳି ମଳି ନିଦବାଉଳାରେ ଉଠିଆସିଲେ ।
ଅପେକ୍ଷା କରିବାକୁ କହିଲେ ।
ତା’ପରେ ଚାଲିଲା ନିତ୍ୟକର୍ମ, ଖିଅର ବାଆର, ଗାଧୁଆପାଧୁଆ, ମାଙ୍ଗ ଭଙ୍ଗା ଲୁଗା ପିନ୍ଧା ।
ଆମେ ବାହାରିଲାବେଳକୁ ସେଠେଇଁ ହେଲା ଛଅଟା ।
ଠିକଣା ମୁଣ୍ଡରେ ପହଞ୍ଚିଲୁ ପ୍ରାୟ ୯ଟାରେ ।
ଲୋକେ ପାହାନ୍ତିଆରୁ ଆସି ପୋକଜୋକଙ୍କ ପରି ସାଲୁସାଲୁ ହେଉଥାନ୍ତି ।
ଆଉ ଏ ଯେ ଦେଶସେବକ ନେତା, ଏ ହେଲେ ସ୍ବରାଜ୍ୟ ଯୁଦ୍ଧର ସେନାପତି, ଗରିବ ଦୁଃଖୀ ରଙ୍କିଙ୍କର ମା ବାପା ।
କିନ୍ତୁ ବାବୁ, ତୁମେ ଯାହା କହିଲ, ସେଥିରୁ ଜଣାପଡ଼ିଚି, ତୁମେ ଏ ସମୁଦାୟ ଦେଶକୁ ଗୋଟାଏ ଯୁଦ୍ଧ ଛାଉଣୀ ବନାଇବାକୁ ଚାହଁ ।
କିନ୍ତୁ ଆମେ ତ ଆଉ ଦେଶ ଜୟ କରୁନାହୁଁ ଯେ, ଆମେ ଏକାବେଳେକେ ଖଣ୍ଡା ଉଞ୍ଚେଇ ବସି ରହିବୁ ।
ଏ ସଭ୍ୟତାର ଯୁଗ, ଆଲୁଅର ସମୟ ।
ସେ ଅନ୍ଧାରି ଅସଭ୍ୟ ଯୁଗରେ ଯାହା ଦରକାର ଥିଲା, ଇଲେ ସେ ସବୁର କି ଦରକାର ?
ଭୁଲ୍ ବୁଝିଚ ଭାଇ; ଭୁଲ୍ ଭୁଝିଚ ।
ତୁମେ ଦେଶ ଜୟ କରି ନପାର ।
କିନ୍ତୁ ତୁମକୁ ଯୁଦ୍ଧ ଛାଡ଼ିବ ନାହିଁ ।
ଖଣ୍ଡା ତଲୁଆର ଯୁଦ୍ଧ ବନ୍ଦ ହୋଇ ଯାଇପାରେ- ଦରକାର ନ ହୋଇପାରେ; କିନ୍ତୁ ଅଜ୍ଞାନତା, ଅସଭ୍ୟତା, ଜଡ଼ତା ସାଙ୍ଗରେ ତୁମକୁ ଯୁଦ୍ଧ କରିବାକୁ ପଡ଼ିବ ।
ସଭ୍ୟତାର ଯୁଦ୍ଧ ଖାଲି ଖଣ୍ଡା, ତଲୁଆର, ଗୁଳିଗୁଳାରେ ସରିଯାଏ ନାହିଁ ।
ଖାଲି ସେଇତକରେ ସଭ୍ୟତାର ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ ।
ସଭ୍ୟତା କିଛି ଆମ୍ବ ଫଳ ନୁହେଁ କି ସପୁରୀ ଫଳ ନୁହେଁ ।
ସଭ୍ୟତା ହେଉଚି ଅଶରୀରୀ ବାଣୀ, ଶୂନ୍ୟ ବାଣୀ, ଗୋଟାଏ ମତଲବ, ଗୋଟାଏ ଧାରଣା, ଗୋଟାଏ ବିଶ୍ବାସ ମାତ୍ର ।
ଖଣ୍ଡା ତଲୁଆରର ଯୁଦ୍ଧ ଧନ ଜନ ପାଇଁ, କିନ୍ତୁ ସଭ୍ୟତାର ଏହି ଶୂନ୍ୟବାଣୀ ପାଇଁ ଯୁଦ୍ଧ କରିବାକୁ ହେଲେ ଖଣ୍ଡା, ତଲୁଆର, ଗୁଳିଗୁଳା ଯେତେ ଦରକାର ହୁଏ ନାହିଁ, ତା ଅପେକ୍ଷା ବେଶୀ ଦରକାର ପାଟି ତୁଣ୍ଡର ଯୁଦ୍ଧ ।
କାଳି କଲମର ଯୁଦ୍ଧ ।
ଶଙ୍କରଙ୍କର ଭାରତ ବିଜୟ, ଅଶୋକଙ୍କ ଭାରତ ବିଜୟଠାରୁ କୌଣସି ମତେ ହୀନ, ନିକୃଷ୍ଟ ନୁହେଁ ।
ସତରେ କହିବାକୁ ଗଲେ ଅଶୋକ ଖଣ୍ଡା, ତଲୁଆରର ବଳରେ ଯେ ସାମ୍ରାଜ୍ୟ ତିଆରି କରିଥିଲେ, ଶଙ୍କର ତାଳପତ୍ର ଲେଖନ ଓ ପାଟିତୁଣ୍ଡରେ ସେଇ ସାମ୍ରାଜ୍ୟକୁ ଭାଙ୍ଗି ଚୂର୍ମାର୍ କରିପାରିଥିଲେ ।
ସିଜାର୍ ଆଣ୍ଟୋନିଓ, ବ୍ରୁଟସ୍, ନେରୋ ଇତ୍ୟାଦି ଖଣ୍ଡା, ତଲୁଆର, ବର୍ଚ୍ଛା ମୁନରେ ଯେ ସାମ୍ରାଜ୍ୟ ତିଆରି କରୁଥିଲେ, ଖ୍ରୀଷ୍ଟ ଓ ତାଙ୍କର ଶିଷ୍ୟମାନେ ଭୁଜପତ୍ର ଓ ଲେଖନ ଏବଂ ପାଟିତୁଣ୍ଡ ବଳରେ ସେଇ ସାମ୍ରାଜ୍ୟକୁ ଧ୍ବଂସ କରିଥିଲେ ।
ହିଟ୍ଲର୍ ଆଉ ମୁସୋଲିନ ତୋପ ମୁହଁରେ ଯେ ସାମ୍ରାଜ୍ୟ ତିଆରି କରିଚନ୍ତି ଓ କରୁଚନ୍ତି, ସେ ସାମ୍ରାଜ୍ୟର ଧ୍ବଂସ ସେଇ ଗୋଳାଗୁଳି, ତୋପ ବନ୍ଧୁକରେ ଯେତେ ନ ହେବ, ତା’ଠାରୁ ବେଶୀ ହେବ କାଗଜ କଲମ ଆଉ ପାଟିତୁଣ୍ଡ ଜୋର୍ରେ ।
ଆମେ ଇଲେ ପୁରୁଣା ଭାବକୁ ଭାଙ୍ଗି ଦେଶରେ ନୂଆ ଭାବ ଖେଳଉଁଚୁ, ଖେଳାଇବାର ଚେଷ୍ଟା ଚାଲିଛି ।
ଏହାହିଁ ଆମର ସଭ୍ୟତା ।
ଏ ନୂଆ ଭାବ ପୁରୁଣା ଭାବକୁ ମାରି ଦେବ ନାହିଁ, କିନ୍ତୁ ମାଜିମୁଜି ଆହୁରି ଟିକିଏ ବେଶୀ ଚକ୍ ଚକ୍, ଆହୁରି ଟିକିଏ ବେଶୀ ସୁନ୍ଦର, ମନୋହର କରିବ ।
ସଭ୍ୟତା ଏଇଆ ।
ଯେ ସଭ୍ୟତା ଯୁଗ ଯୁଗ ଧରି ତା’ର ପୁରୁଣା ମସିଆ ଖତରାଭାବକୁ ଧରି ବସେ, ସେ ମଲା ସଭ୍ୟତା; କିନ୍ତୁ ଯେ ସଭ୍ୟତାର ଭିତରେ ଏପରି ଶକ୍ତି ଅଛି ଯେ, ସେ ଦରକାର ଅନୁସାରେ ନୂଆଭାବ ନିଜ ଭିତରକୁ ନେଇପାରେ- ସେଇ ସଭ୍ୟତା ଜୀଅନ୍ତା ସଭ୍ୟତା ।
ତେବେ ନୂଆ ରସ, ନୂଆ ରକ୍ତ ନାଁ ରେ ନୂଆ ନାଳ ପାଣି ଯେପରି କେହି ନ ପିଅନ୍ତି ।
ଆମର ବଟୁଆଧାରୀ ଓଡ଼ିଆଙ୍କର ଗୋଟିଏ ସଭ୍ୟତା ଥିଲା, କେହି କେହି କହନ୍ତି, ସେ ଅସଭ୍ୟତା ।
ଏଇ ଯେ କେହି କେହି ନାଳ ପାଣିଖିଆ ସଭ୍ୟ ।
ଏମାନେ ସଭ୍ୟତାର ରକ୍ତ ଓ ରସ ଚାଖିନାହାନ୍ତି ।
ଚାଖିଥିଲେ ସେମାନେ ବୁଝିଥାନ୍ତେ ଜୀବ ଥିଲେ ଯିବା ରହିବା ।
ଯେ ଜାତି ଆଗକୁ ମାଡ଼ି ଚାଲିଚି, ସେ ଜାତି ଅସଭ୍ୟ ହୋଇ ନ ପାରେ ।
ଓଡ଼ିଆ ଜାତିର ଜନ୍ମଠାରୁ ଆଜି ଯାଏ ସେ କୌଣସି ସ୍ଥାନରେ ଗାଦି ମାଡ଼ି ବସିନାହିଁ ।
ସେ ବରାବର ଚାଲିଚି ।
ଅନେକ ଦୂର ଚାଲିଆସିଚି ।
ମହାଭାରତର ଓଡ଼ିଆ ଜାତିଠାରୁ ମହାଭାରତୀୟ ଓଡ଼ିଆ ଜାତି ଅନେକ ଆଗରେ ।
ରାସ୍ତା ବଡ଼ ଦୁର୍ଗମ, ବଡ଼ ଖସଡ଼ିଆ, କେତେବେଳେ ତଳକୁ ଖସିଚି, କେତେବେଳେ ଉପରକୁ ଉଠିଚି ।
କିନ୍ତୁ ଉପରକୁ ଉଠିବାର ଇଚ୍ଛା ଓ ସାହସ ଏ ଜାତି ଭିତରେ ବରାବର ଜୁଆର ଖେଳିଚି ।
ମୁଁ ଓଡ଼ିଆ ଜାତି ସମ୍ବନ୍ଧରେ ଯାହା କହୁଚି, ତାକୁ ଅଦଳ ବଦଳ କରି ସବୁ ଜାତି ସମ୍ବନ୍ଧରେ କୁହାଯାଇପାରେ ।
ଆମେ ଉନ୍ନତ ଜାତି ଅଛୁଁ ବା ହେବୁ କହିଲାବେଳେ, ଆମେ ଯେ ସବୁବେଳେ ଉପରକୁ ଉଠିଚୁଁ ଓ ଉଠିବାର ଚେଷ୍ଟା କରିଚୁଁ…….କଥାଟା ମାନି ନେବାକୁ ପଡ଼େ ।
ତେବେ କଥା ହଉଚି, ଗୋଟାଏ ଉନ୍ନତ ଜାତିକୁ ତୋଟି ଚିପି ମଡ଼ା କରି କାନ୍ଧରେ ପକାଇ ବୁହାଇ ନେବାକୁ ଚେଷ୍ଟା କରାଯାଇପାରେ ।
ମୋର ହିମାଳୟ ପର୍ବତ ଶିଖକୁ ଉଠିବାକୁ ଦରକାର, ମୁଁ ଚେଷ୍ଟା କରି ଠିକି, ଶିଖି, କଷ୍ଟ ସହି, ନିଜ ଗୋଡ଼ରେ, ନିଜ ଉଦ୍ୟମରେ, ନିଜ ଆତ୍ମ ଜୋରର୍ ଉଠିପାରେ ଅଥବା ତୁମେ ଦୁଇଜଣ ମୋତେ ମଲାଭଳିଆ କରି ପକେଇ କୋକେଇରେ ତୁମ କାନ୍ଧରେ ଉଠାଇ ନେଇପାର ।
କିଏ ସେ ଭଲ ? ଲକ୍ଷ୍ୟ ଏକ ହେଲେ ମଧ୍ୟ ସାଧନାର ପ୍ରଭେଦରେ ଲକ୍ଷ୍ୟ ହୀନିମାନ ହୋଇ ଯାଇପାରେ ।
ତା’ର କାରଣ ହେଉଚି, ଧର, ମୋର ଏଇ ହିମାଳୟ ଶିଖକୁ ଯିବା ।
ହିମାଳୟ ଶିଖରେ ବରଫ ଭରା ।
ଭାରି ଶୀତ, ଭାରି କାକର ।
ମୁଁ ଯେବେ ନିଜେ ଚଢିଯାଏ, ତାହାଲେ ଏଇ ଶୀତକାକର ଆସ୍ତେ ଆସ୍ତେ ମୋର ଦିହସହିଆ ହୋଇଯାଇଥିବ ।
ବରଫ ଦିହରେ ଚାଲିଚାଲି ବରଫରେ କିମିତି ଗୋଡ଼ ନ ଖସି ଚାଲିବାକୁ ହୁଏ, ସେ କଥା ମୁଁ ଶିଖିଯାଇଥିବି ।
ଶିଖରେ ପହଞ୍ଚିଲେ ମୋର ଆଉ ଶୀତ କାକର ବା ଗୋଡ଼ ଖସାକୁ ଭୟ ନ ଥିବ; ମୁଁ ନିଶ୍ଚିତ ଭାବରେ ବେପରୱା ଦେବତାମାନଙ୍କ ସଙ୍ଗରେ ଜଣେ ହୋଇ ବସି ଚନ୍ଦ୍ର ମଧୁ ପିଇଚାଲିବି ।
କିନ୍ତୁ ତୁମେ ଯେବେ ମତେ ଉଠାଇ ନେଇଯାଅ, ତା’ହେଲେ ମୁଁ ଶିଖରେ ପହଞ୍ଚି ଠିଆ ହେଲାବେଳକୁ ମୋ ମୁଣ୍ଡ ଘୂରେଇ ଯିବ, ଶୀତ କାକରରେ ଦେହ କୋଲ ମାରିଯିବ, ଖସଡ଼ା ବରଫରେ ଗୋଡ଼ ଖସି ମୁଁ ଯାଇ ପଡ଼ିବି ରସାତଳରେ ।
ମୋର ଗୋଡ଼ ହାତ ଭାଙ୍ଗିଯିବି, ମୁଣ୍ଡ ଦିହ ଛିନିଭିନ୍ନି ହୋଇ କୁଆ କୁକୁରଙ୍କ ପେଟ ପୁରେଇବ ।
ଅଥଚ ଏଣେ ପୁଣି ତମର ମତେ ନେଇ ସେଠାରେ ପହଞ୍ଚିବା କଷ୍ଟକର ଓ ଗୋଡ଼ଖସାକୁ ଭୟ ଥିବ ।
ମୁଁ ନିଶ୍ଚିତ ଭାବରେ ବେପରୁଆ ।
ବଡ଼ ପଡ଼ାଉଠା ରାସ୍ତା, କଣ୍ଟାଝଟାରେ ଦୁର୍ଗମ, ବରଫ କାକରରେ ପିଚ୍ଛିଳ ।
ଏକା ଏକା ଯିବା କଷ୍ଟ ।
ସେଥିରେ ପୁଣି ଭାର ବହିଯିବା ଆହୁରି କଷ୍ଟକର ।
ତୁମେ ଖୁବ୍ ସମ୍ଭବ କରିପାରିବ ନାହିଁ ।
ଖୁବ୍ ସମ୍ଭବ, ତୁମେ ଆଉ ମୁଁ ସାଙ୍ଗ ହୋଇ ରସାତଳରେ ପଡ଼ି ବୁଡ଼ି ମରିବା ।
ଯେଉଁମାନେ ଜାତିକୁ ନଚଳେଇ, ତା’କୁ ବାଟ ମଣେଇ ନବାରେ ସନ୍ତୁଷ୍ଟ ନ ହୋଇ, ତାକୁ ଏକାବେଳକେ ସେମାନେ ଅସୁର କାନ୍ଧରେ ଉଠାଇ ନେବା ପାଇଁ ଇଛା କରନ୍ତି, ସେମାନଙ୍କର ଏଇ ଅବସ୍ଥା ହେବ ନିଶ୍ଚୟ ।
ପୃଥିବୀର ଇତିହାସ ଏହାର ପ୍ରମାଣ ।
ଜର୍ମାନୀ ନାଁ ପୃଥିବୀର ଚାରିଆଡ଼େ ଡିବି ଡିବି ବାଜିଥିଲା – କାହିଁକି ? ଜର୍ମାନୀର ବ୍ରିଟିଶ୍ ବା ଫ୍ରେଞ୍ଚ୍ ଜାତି ଭଳି ବଡ଼ ସାମ୍ରାଜ୍ୟ କେବେ ନ ଥିଲା ।
ୟୁରୋପ୍ ଭିତରେ କେବଳ ସମ୍ରାଟ୍ ଫ୍ରେଡ଼ରିକ୍ଙ୍କ ଛଡ଼ା ବଡ଼ ଯୁଦ୍ଧରେ କୌଣସି ଜର୍ମାନ ରାଜା ପଶିନାହାଁନ୍ତି ।
ତଥାପି ଜର୍ମାନୀ ଥିଲା ବଡ଼- ତା’ର ବିଜ୍ଞାନ, ତା’ର ସଙ୍ଗୀତ, ତା’ର ଦର୍ଶନ ହେତୁରୁ ।
ୱାଗ୍ନର୍, ସୋପେନ୍ହର୍, ଗେଟେ, ଆଇନ୍ଷ୍ଟାଇନ୍ ଇତ୍ୟାଦି ସମସ୍ତେ ଜର୍ମାନୀ ବାସୀ ।
ଏହିମାନଙ୍କ ହେତୁ ଜର୍ମାନୀ ହୋଇଥିଲା ବଡ଼ ।
ଜର୍ମାନୀ ଜାତିର ସାମ୍ରାଜ୍ୟ ନଥିଲା ।
ତଥାପି ଜର୍ମାନୀ ଜାତି ପୂଜା ପାଉଥିଲା ସବୁଆଡ଼େ ।
ଜର୍ମାନ ବ୍ୟବସାୟ କରୁଥିଲେ ।
ଜର୍ମାନୀ ଲୋକଙ୍କର ବିଶ୍ବାସ ଥିଲା, ତାଙ୍କ ଜିନିଷର କାଟ୍ତି ହଉଥିଲା ।
ଧନ, ଜନ, ଯଶରେ ଜର୍ମାନୀ ଉଛୁଳି ପଡୁଥିଲା ।
ବିସ୍ମାର୍କଙ୍କୁ ଏ ଗୁଣ ଆଉ ଭଲ ଲାଗିଲା ନାହିଁ ।
ତାଙ୍କର ଇଛାହେଲା, ସେ ପୃଥିବୀବ୍ୟାପୀ ଗୋଟାଏ ଜର୍ମାନୀ ସାମ୍ରାଜ୍ୟ ବସେଇବେ ।
ସେ ଭାବିଥିଲେ ଜର୍ମାନୀ ଜାତିର ମତିଗତି ଯାହାହଉ ପଛକେ, ତାକୁ ଭାଙ୍ଗି ତା ସ୍ଥାନରେ ବିଲାତି ଚାଲ ଚଳେଇବାକୁ ପଡ଼ିବ ।
ଏ ଜର୍ମାନୀ ଜାତିଟାକୁ ସଙ୍ଗୀନ୍ ଶେଯରେ ବସେଇ ଜର୍ମାନ୍ ଯୁଦ୍ଧ ରାକ୍ଷସଙ୍କ କାନ୍ଧରେ ସ୍ବର୍ଗରେ ପହଞ୍ଚେଇ ଦବାକୁ ପଡ଼ିବ ।
ତାର ଫଳ ହେଲା-ଗଲା ଜର୍ମାନ ଯୁଦ୍ଧ ।
ଜର୍ମାନୀର ଯାହା ଥିଲା, ସବୁଗଲା; ତଥାପି ରହିଯାଇଥିଲା ଜର୍ମାନୀର ବ୍ୟବସାୟ ସାଧୁତା ।
ତା’ରି ବଳରେ ଜର୍ମାନୀ ପୁଣି ଉଠି ପାରିଥାନ୍ତା, ଜର୍ମାନ୍ ଜାତିର ମନବଳ ଓ ବୁଦ୍ଧିବଳ ପୁଣି ତାର ସାମ୍ରାଜ୍ୟ ଫେରେଇ ଆଣିଥାନ୍ତା ।
କିନ୍ତୁ ହିଟ୍ଲର୍ଙ୍କ ତର ସହିଲା ନାହିଁ ।
ସେ ବର୍ଷକୁ ବର୍ଷ ଦେଖେଇ ଲାଗିଲେ ଯେ କର୍ମାନୀର କଥାରେ ବିଶ୍ବାସ ନାହିଁ ।
ସେ ଭାବିଲେ ବିଲାତି ପେଞ୍ଚ ଖେଳି ସେ ପୁଣି ଜର୍ମାନକୁ ତାଙ୍କ କାନ୍ଧରେ ଉଠାଇନେବେ ।
ଜର୍ମାନର ମନ, ବୁଦ୍ଧି, ବିବେକ ବିବେଚନା, ସବୁ ହିଟ୍ଲର୍ଙ୍କ ପାଦତଳେ ବଳିଦିଆଗଲା ।
ତାଙ୍କର ମୁହଁଭୁରୁଡ଼ି ଇଂରେଜ ଲୋକଙ୍କ ମୁହଁ ଭୁରୁଡ଼ିକୁ ବଳିଗଲା ।
ସାହିତ୍ୟ, ବିଜ୍ଞାନ, ଦର୍ଶନ ଓ ସଙ୍ଗୀତର ଜନ୍ମଭୂମି ବୋଲି ଜର୍ମାନୀ ଯେ ପରିମାଣରେ ସ୍ନେହ ଓ ସହାନୁଭୂତି ପୃଥିବୀରୁ ପାଉଥିଲା, ବର୍ତ୍ତମାନ ସେତିକି ପରିମାଣରେ ଭୟ ଓ ଘୃଣା ଜନ୍ମେଇଲା ।
ଜର୍ମାନୀର ଅସଲ ରାଜ୍ୟ-ମନୁଷ୍ୟ ସଭ୍ୟତାରେ ତାର ଉଚ୍ଚସ୍ଥାନ ଯାଇଚି, ନିଆଁଗିଳାଙ୍କ ଭିତରେ ଯେ ସ୍ଥାନ ପାଇଁ ସେ ବଡ଼େଇ କରିଥିଲା, ସେ ମଧ୍ୟ ଯିବା ଉପରେ ।
ଜାତିକୁ ତାର ଚିରାଚରିତ ବାଟରେ, ତା’ର ଚିରାଚରିତ ଓ ସଭ୍ୟତାର ନୀତିରେ ଚଳେଇନେବା ଦେଶ ନେତା ଓ ଦେଶସେବକର କର୍ତ୍ତବ୍ୟ, ଆମେ ବଟୁଆକୁ ଘୃଣା କରି ବଟୁଆ ସଭ୍ୟତାକୁ ଘୃଣାକରି, ଏ ଜାତିଟାକୁ ଉଡ଼ାଇପାରିବା ନାହିଁ ।
ପ୍ରାୟ ପଚାଶ ବର୍ଷ ହେଲା, ଏ ବଟୁଆକୁ ପୋତିଦେଇ ଏ ଜାତି ଉପରେ ଗୋଟାଏ ଏକାବେଳେକେ ନୂଆ ଆଦର୍ଶ ଲଦିଦେବାର ଚେଷ୍ଟା ଜୋର୍ସୋର୍ରେ ଲାଗିଚି ।
କିନ୍ତୁ ଦେଶ ସେଥିରେ କିଛି ଉପକାର ପାଇଚି କି ? ଆମେ ଗୋଟାଏ ଅଲଗା ପ୍ରଦେଶ ପାଇଚୁଁ ।
ସେ କେବଳ ସିନ୍ଧୁ ପ୍ରଦେଶର ଦୟାରୁ ।
ଆମ ଦେଶରେ କଂଗ୍ରେସ ସରକାର ବସିପାରିଚି ।
କିନ୍ତୁ ତା’ଦ୍ବାରା ଲୋକଙ୍କର ବଢ଼ି, ମରୁଡ଼ି, ଦୁର୍ଭିକ୍ଷରୁ ବଞ୍ଚେଇବାର ଶକ୍ତି କେତେ ବଢ଼ିଚି ? ମୁଠାଏ ମୁଠାଏ ବେଶୀ ଦୁର୍ଭିକ୍ଷ ଚାଉଳ ବା ପୁଞ୍ଜେ ଛ’ଟା ବେଶୀ ତଗାବି ଟଙ୍କା ମିଳିବାର ସୁବିଧା ହୋଇପାରିଥାଏ, ସେ ମଧ୍ୟ ସ୍ଥାନେ ସ୍ଥାନେ ନୀତି ଦୃଷ୍ଟିରେ ।
ଏଥିରେ ଲୋକଙ୍କର କି ବିଶେଷ ଉପକାର ହେଲା ? ବର୍ଷରେ ମାସେ ଖଣ୍ଡେ ଟିକିଏ ଟେକାପାଣି ଦେବାଦ୍ବାରା ଗରିବ ଓଡ଼ିଆର ଖାଁ ଖାଁ ପେଟ ପୂରିବ ? ଲାଭ ଭିତରେ ହୋଇଚି ଯେ, ଗରିବ ଓଡ଼ିଆର ସାମାନ୍ୟ ପୁଞ୍ଜିରୁ ଶହ ଶହ ଟଙ୍କା ଖର୍ଚ୍ଚ କରି ଅସମ୍ଭବ ପ୍ରସ୍ତାବର ବିଚାର ପାଇଁ ଗୁଡ଼ାଏ କମିଟି କମିଶନ୍ ବସେଇ ପୁଣି ସେଇ ଅସମ୍ଭବ ସିଦ୍ଧାନ୍ତରେ ପହଞ୍ଚିବା ।
ଥରେ ବଢ଼ି ମାରଣ କମିଟି ବସେଇ କେତେଗୁଡ଼ିଏ ବିଲୁଆ ବିଚାର ହୋଇଥିଲା ଓ ଶେଷରେ ସିଦ୍ଧାନ୍ତ ହେଲା ଯେ, ଏଗୁଡ଼ାକ ପାଇଁ ପଇସା ଲୋଡ଼ା ।
ପଇସା ଯେତେବେଳେ ନାହିଁ, ଏଗୁଡ଼ାକ କାମରେ ଆସିପାରିବ ନାହିଁ ।
ସେଇ ପାଗୁଳି ଜିନିଷକୁ ଆଉ ଥରେ ପାଗୁଳିବା ପାଇଁ ପୁଣି ଗୋଟାଏ ଦି’ଟା କମିଟି ବସିଲା ।
ପୁଣି ଚାରିଲା ବିଲୁଆ ବିଚାର ସେହି ପୁରୁଣା ନୀତିରେ, ଶେଷକଥା ହେଲା ସେଇଆ-ଏଥିଲାଗି ଟଙ୍କା ଦରକାର, ଆଉ ଟଙ୍କା ନାହିଁ ।
ଆମର ନେତାମାନେ ଠିକ୍ କରିନେଇ ସାରିଲେଣି ଯେ ‘ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ’ ।
ପରବୁଦ୍ଧି ଛଡ଼ା ଆଉ ବୁଦ୍ଧି ନାହିଁ-ଏଇ ହେଇଚି ଆମ ନୂଆ ବଟୁଆ ସଭ୍ୟତାର ନୀତି ।
ଆମର ଉନ୍ନତି ହେଲାନାହିଁ ।
ଜାତିର ଉନ୍ନତି ଏ ଦଳର ରାଜୁତି ବା ସେ ଦଳର ରାଜୁତିରେ ହୁଏନାହିଁ ।
ପୁଞ୍ଜାଏ ଦି’ପୁଞ୍ଜା ବଡ଼ପାଟିଆଙ୍କ କଥାରେ ଓ ପାଟିରେ ଜାତି ଉପରକୁ ଉଠେନାହିଁ ।
ଓଡ଼ିଶାରେ କଂଗ୍ରେସ ଏତେ ଜୋର ପ୍ରସାର ହୋଇଚି, ତା’ର କାରଣ କଂଗ୍ରେସର ଆଦର୍ଶ ଆମ ବଟୁଆ ଆଦର୍ଶ ସାଙ୍ଗରେ ମିଳିମିଶି ଯାଉଥିଲା ବୋଲି ।
ଓଡ଼ିଆ ଲୋକେ ଆଶା କରିଥିଲେ କଂଗ୍ରେସରେ ପଶିଲେ ପୁଣି ଆମ ବଟୁଆ ସଭ୍ୟତା ଫେରିଆସିବ ।
କିନ୍ତୁ ହେଲା କଣ ? କଂଗ୍ରେସ ରାଜୁତି ଆଗରୁ ଓଡ଼ିଶାର ଦୁର୍ନାମ ଥିଲା ଯେ ସେ ରାଜଭକ୍ତିର ଅର୍ଥାତ୍ ରାଜଶକ୍ତିବାଲା ଲୋକମାନଙ୍କର ଭକ୍ତିଭୂମି ।
ଆଜିକାଲି ଆମେ ହୋଇଚୁଁ କଂଗ୍ରେସ ନେତାଙ୍କର-ଅର୍ଥାତ୍ ବର୍ତ୍ତମାନ ରାଜଶକ୍ତିବାଲା ଲୋକମାନଙ୍କର ଭକ୍ତିଭୂମି ।
ମୋଟଉପରେ ଆମେ ଅର୍ଥାତ୍ ହାମ୍ବଡ଼ା ଆଗଚଲାମାନେ ଯାହା ଥିଲୁଁ, ସେଇଆ ଅଛୁଁ ।
ଖାଲି ଗୋରା ହାକିମଙ୍କ ସ୍ଥାନରେ କଳା ହାକିମଙ୍କୁ ବସେଇ ।
ଏ ଯେବେ ସଭ୍ୟତା ହୁଏ, ସ୍ବାଧୀନତା ହୁଏ, ତେବେ ଅସଭ୍ୟତା କଣ, ଆଉ ଗୋଲାମୀ କଣ ? ଦଳଗତ ଶାସନରେ ଦଳର ନିୟମକାନୁନ ମାନି ଚଳିବାକୁ ହେବ ବୋଲି, ଆମର ପ୍ରକୃତି, ଆମର ସଭ୍ୟତା, ଆମର ବୈଶିଷ୍ଟ୍ୟକୁ ଆମେ ବାଦ୍ ଦବୁଁ କିଆଁ ? ଏ ଦୁଇଟିଯାକ କଥା-ଅର୍ଥାତ୍ ଦଳର ଶାସନ ଆମର ଏକ ଶିଂଘିଆ ପଣ, ଦୁଇଟାଯାକ ଭାଇବୋହୂ ଦେଢ଼ଶୁର ନୁହନ୍ତି ।
ଆକାଶ ନ ହେଲେ ପାତାଳ ହବ, କଳା ନ ହେଲେ ଧଳା ହବ, ଗୋରୀ ନ ହେଲେ କାଳୀ ହେବ, ରାଣୀ ନ ହେଲେ କାଣୀ ହେବ, ଏପରି ଭାବିବାଠାରୁ ବଳି ବଡ଼ ଅନ୍ଧାମି ଜଗତରେ ଆଉ କଣ ଅଛି ?
କଂଗ୍ରେସ ଦଳ ଅଛି, କଂଗ୍ରେସ ଦଳର ରାଜୁତି ଅଛି ଓ ଚିରଦିନ କାଏମ୍ ରହୁଁ ।
ଯେ କଂଗ୍ରେସ ଦଳ ଅଛି, ସେମାନେ ରହିବେ ଓ ରହନ୍ତୁ ।
କଂଗ୍ରେସବାଲାମାନେ ଓ ଅନ୍ୟାନ୍ୟ ଦଳର ଲୋକମାନେ ଦଳର ମର୍ଯ୍ୟାଦା ଓ ଶାସନ ମାନି ଚଳନ୍ତୁ ।
କିନ୍ତୁ ତା ବୋଲି ଆମ ଜାତିର ବୈଶିଷ୍ଟ୍ୟ, ଆମ ଜାତିର ବାହାଦୁରୀ, କାରିଗରୀ ଆମେ ପଛକୁ ପକାଇଦେବୁଁ କାହିଁକି ? ଗୋଟାଏ ଜାତିକୁ ପୋଡ଼ିଜାଳି ଗୋଟାଏ ଆଦର୍ଶର ପୂଜାରେ ବଳିଦବୁଁ କାହିଁକି ? ଓଡ଼ିଶା ଚିରଦିନ ଓଡ଼ିଶା ରହିବ ।
ୟା’ର ମହାନଦୀ ମହାଭାରତୀୟ ପବନରେ ପୋତି ହୋଇଯିବ ନାହିଁ, ୟା’ର ସମୁଦ୍ର ୱାର୍ଦ୍ଧାର ଗରମ ପବନରେ ଶୁଖିଯିବ ନାହିଁ, ୟା’ର ମେଘାସନୀ ସିମଳାର ଗୁରୁଗର୍ଜନରେ ଭାଙ୍ଗି ଚୂନା ହୋଇଯିବ ନାହିଁ ।
ଓଡ଼ିଆର ଅଭାବ ଓଡ଼ିଆର ସୁଖଦୁଃଖର ସୀମା ଓ ପରିସର, ଓଡ଼ିଆର ହାରି ଗୁହାରି ବୁଝି, ଭଲକରି ମନ ଭିତରେ ପୁରେଇ, ଓଡ଼ିଆର ବୈଶିଷ୍ଟ୍ୟ ଦିଗରୁ ସେସବୁର ସମାଧାନ ଓଡ଼ିଆ ନେତାମାନଙ୍କର କରିବା ଧର୍ମ ।
ଓଡ଼ିଆର ବଟୁଆ ଏହି କଥାଟି ଆମ ଆଖି ଆଗରେ ବିଜୁଳିବତୀ ଜାଳି ଦେଖେଇ ଦେଇଚି ।
ଓଡ଼ିଆକୁ ଘରଭଙ୍ଗା ପାନ ଭଲ ଲାଗେନାହିଁ ।
ଏ ପର୍ଯ୍ୟନ୍ତ ମଧ୍ୟ ମଫସଲରେ ଓଡ଼ିଆ ଘରକୁ ଅତିଥି ଗଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ଭଳି ଟିକିଏ ଚୂନ, ନିଖିଏ ଗୁଆ, ଚେପ୍ଟା ପାନ ଖଣ୍ଡ ଲବଙ୍ଗ ମାରି ଆଣିଦିଏ ନାହିଁ ।
ସେ ଆଣି ଥୋଇଦିଏ ତା’ର ବଟୁଆ ବା ପାନ ପେଡ଼ି ।
ପାନ ଅଛି, ଗୁଆ ଅଛି, ଗୁଣ୍ଡି ଅଛି, ଚୂନ, ଖଇର, ଜାଇଫଳ, ଅଳେଇଚ, ସବୁଅଛି, ଅତିଥି ତା’ର ମନମାଫିକା, ତା’ ରୁଚି ମୁତାବକ ପାନ ଭାଙ୍ଗିବ, ଖାଇବ ।
ମୋ ଘରକୁ ଅତିଥି ଆସିଲେ ମୁଁ ଯେପରି ମୋର ରୁଚି ଓ ମନ ତା ଉପରେ ଲଦିଦେବି ନାହିଁ, ମୁଁ କାହା ଘରକୁ ଗଲେ ମୋର ରୁଚି ଓ ମନ ମୁଁ କାହାରି ପାଇଁ ବଳି ଦେଇପାରିବି ନାହିଁ ।
ଏଇ ହେଲା ବଟୁଆର ଶିକ୍ଷା, ଏଇ ହେଲା ଅସଲ ଡ଼ିମୋକ୍ରାସି, ପ୍ରଜାତନ୍ତ୍ର ବା ଗଣତନ୍ତ୍ର ।
ଓଡ଼ିଆ ବଟୁଆ କହେ, ପ୍ରଜାର ଶାସନ ପ୍ରଜାର ହିତ ପାଇଁ, ପ୍ରଜାର ବୈଶିଷ୍ଟ୍ୟ ରକ୍ଷା କରିବା ପାଇଁ, ପାଞ୍ଚଟା ସାତଟା ଶାସକଗୋଷ୍ଠୀ ପ୍ରଜାର ହିତ ପାଇଁ-ପ୍ରଜାର ସ୍ବାଧୀନତା ପାଇଁ ନୁହେଁ ।
ନିଜର ହିତ ଓ ନିଜର ସ୍ବାଧୀନତା ଡୁବେଇଦେବା ହେଲା ପ୍ରଜାତନ୍ତ୍ର ଶାସନର ଅସଲ ମୂଳମନ୍ତ୍ର ।
ଦେଶ ନେତାର ପ୍ରଧାନ ଓ ପ୍ରଥମ ଗୁଣ ।
କିନ୍ତୁ ଆଜିକାଲି ହଉଚି କଣ ? ହିଟ୍ଲରୀ ଜର୍ମାନୀ, ଷ୍ଟାଲିନ୍ ରୁଷିଆ, ମୁସଲୀନି ଇତାଲି ଓ ଜାତୀୟ ଭାରତ ବର୍ଷରେ ପ୍ରଜାର ଶାସକମାନେ, ନେତାର ଖିଆଲ ପାଇଁ ପ୍ରଜାର ରୁଚି, ବୈଶିଷ୍ଟ୍ୟ ଓ ସ୍ବାଧୀନତାର ଶ୍ରାଦ୍ଧ, ଶାସନର ଉନ୍ନତି ପାଇଁ ପ୍ରଜାର ହିତ ଓ ମଙ୍ଗଳର ତିଳତର୍ପଣ, ଜଳ ତର୍ପଣ ଓ ଶେଷରେ ବିସର୍ଜନ ।
ଏ ତ ଡ଼ିମୋକ୍ରାସି ନୁହେଁ, ପ୍ରଜାତନ୍ତ୍ର ନୁହେଁ, ବରଂ ଡେମନ୍କ୍ରାସି, ପ୍ରଜାମାରଣ ମନ୍ତ୍ର ବା ପ୍ରଜାଭୁଲାଣିଆ ମନ୍ତ୍ର ମାତ୍ର ।
ଆଉ ଏଣିକି ବେଶୀ କହିବି ନାହିଁ ।
କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ ।
ଏ କଡ଼ାବାମ୍ଫ ବାଜି ଯେବେ ତୁମର ଚେତା ନ ହେବ, ତା’ହେଲେ ତୁମର ଚେତା କେବେ ହବନାହିଁ, ତୁମେ ତୁମ ନିଜ ମନକୁ ଡେଙ୍ଗୁରା ପିଟିପାର ଯେ ଆମେ ବଡ଼, ଅମେ ବଡ଼ କାମ କରୁଛୁଁ ।
ଆମର ମୁଣ୍ଡ ଆମର ମଝି, ଆମରି ଗୋଡ଼ ସବୁ ବଡ଼ ।
କିନ୍ତୁ ସଂସାର ତୁମର ଏ ଡେଙ୍ଗୁରା ପିଟାରେ ଭୁଲିବ ନାହିଁ ।
ତୁମେ କେତେଟା ଲୋକଙ୍କୁ କିଛି ସମୟ ପାଇଁ ବୋକା ବନେଇପାର ।
କିନ୍ତୁ ସବୁ ଲୋକଙ୍କୁ ସବୁ ସମୟ ପାଇଁ ବୋକା ବନେଇପାରିବ ନାହିଁ ।
ହିଟ୍ଲର୍ କିଛି ଦିନ ପାଇଁ ଜର୍ମାନୀ ଲୋକଙ୍କୁ ବୋକା ବନେଇଥିଲେ କୁହୁକ ମନ୍ତ୍ରରେ, ଏବେ ଘରେ ଅନ୍ଦର ମହଲରେ ପଡୁଚି ବୋମା ।
ତୁମେ ଇଲାଗେ ଲୋକଙ୍କୁ ଠକି ଦେଇପାର, କିନ୍ତୁ ବେଳ ଆସିବ-ବେଶି ଡେରି ନାହିଁ-ଯେତେବେଳେ ତୁମ ଅନ୍ଦର ମହଲରେ ବୋମା ପଡ଼ିବ, ସେତେବେଳେ ଆଲୋ ମାଆଲୋ, ମରିଗଲି ଲୋ, ବୋଲି ଡ଼କା ଛାଡ଼ି ଅକାଶ ଫଟେଇଲେ ମଧ୍ୟ କେହି ଶୁଣିବେ ନାହିଁ, କେହି ଟିକିଏ ଅଣହେଜରେ ତୁମକୁ ଚାହିଁବେ ନାହିଁ ।
ପର ଲଙ୍ଗୁଡ଼ଧରା ବଡ଼ଲୋକି, ବଡ଼ଲୋକି ନୁହେଁ ।
ସେ ଗୋଲାମର ଗୋଲାମୀ ମାତ୍ର ।
ଯଦି ପ୍ରକୃତରେ ଏ ଜାତିର, ଏ ଦେଶର, ଏ ବିଶ୍ବସଭ୍ୟତାର କିଛି କାମ କରି ତୁମର ନାଁ ଅମର ଅକ୍ଷରରେ ଲେଖିଦେବାକୁ ଇଛାକର, ତା’ହେଲେ ନିଜ ବଟୁଆଟି ଧରି ନିଜ ବାଟରେ ନିଜ ଗୋଡ଼ରେ ଚାଲ ।
ଏଣିକି ତେଣିକି ଚାହିଁ ଯେ ଚାଲେ ସେ ବାଟ ଜାଣେ ନାହିଁ, ସେ ନିଶ୍ଚେ ବାଟ ଭୁଲିବ ।
ଯେ ବାଟ ଜାଣେ, ଯାହାର ଲକ୍ଷ୍ୟ ଠିକ୍ ସେ ତା’ରାସ୍ତାରେ ଚାଲିବ ।
ସେ ରାସ୍ତା ଅନ୍ୟକୁ ଅସୁନ୍ଦର ଦିଶିପାରେ, ଅନ୍ୟ ନାକ ଟେକିପାରେ, ରାଗିପାରେ, ଥଟ୍ଟା ପରିହାସ କରିପାରେ, କି ଯାଏ ଆସେ ସେଥିରେ ? ମୋର ବାଟ ଏ, ଏ ବାଟରେ ମୁଁ ଯିବ ।
ସେଥିରେ ଯେବେ ମୁଁ ଲକ୍ଷ୍ୟସ୍ଥାନରେ ନ ପହଞ୍ଚିପାରେ ତା’ହେଲେ ମଧ୍ୟ ମୋର ଗୌରବ ଓ ଜାତିର ଉନ୍ନତି ।
ଆଉ କଣ କହିବି ? ଖାଲି ଏତିକି ।
ଇଂରେଜୀ କିଆଁ ? ତୁମେ କୁ ଦେଶୀ କି ?
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment