Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
227be61a
Commit
227be61a
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
08a200ec
master
patch-3
patch-4
No related merge requests found
Changes
1
Hide whitespace changes
Inline
Side-by-side
Showing
1 changed file
with
129 additions
and
0 deletions
+129
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_15
...lingual-corpora/odiasahitya.com/sent_odiasahitya_galpa_15
+129
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_15
0 → 100644
View file @
227be61a
ନିଦ ଔଷଧ
- କୃପାସାଗର ସାହୁ
ତା: ଏପ୍ରିଲ୍ ୨୬, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ତିନିଜଣ ବିଦେଶୀ ଏବଂ ଜଣେ ଭାରତୀୟ ସେଦିନ ରାଜଧାନୀ ଏକ୍ସପ୍ରେସ୍ର ଏକ ଏ.ସି. ଫାଷ୍ଟକ୍ଲାସ୍ କମ୍ପାର୍ଟମେଣ୍ଟରେ ଏକତ୍ର ଯାତ୍ରା କରୁଥିଲେ ।
ପ୍ରଥମେ କମ୍ପାର୍ଟମେଣ୍ଟକୁ ଆସିଥିଲେ ଭାରତୀୟ ଯାତ୍ରୀ ଜଣକ ।
ଶ୍ୟାମଳ, ଶ୍ମଶ୍ରୁଳ, ମଧ୍ୟବୟସ୍କ ଏବଂ ମଧ୍ୟମ ସ୍ବାସ୍ଥ୍ୟର ଅବୟବଧାରୀ ଏହି ଯାତ୍ରୀ ଜଣକ ନିଜ ବର୍ଥ ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଏକରକମ ଗଳଦ୍ଘର୍ମ ହୋଇ ଆସିଥିଲେ ।
ସୁଟ୍କେସ୍, ବ୍ୟାଗ୍, ଝୁଲାମୁଣି ପ୍ରଭୃତି ମିଶାଇ ପାଞ୍ଚୋଟି ଲଗେଜ୍ ଧରି ତାଙ୍କର କୁଲି ପହଞ୍ଚିଲା ଏବଂ ବର୍ଥ ତଳେ ସବୁ ଜିନିଷ ସାନ୍ଧିଦେଲା ।
କୁଲି ସହ ମୂଲଚାଲ୍ କରି ତା’ର ପ୍ରାପ୍ୟ ଦେଲା ପରେ ସେ ଏକ ସ୍ବସ୍ତିର ସ୍ମିତହାସ୍ୟ ଛାଡ଼ିଲେ ଏବଂ ପଙ୍ଖାକୁ ଜୋର୍ରେ ଘୂରାଇ ଲୋୟର ବର୍ଥଟିରେ ଗୋଡ଼ ଲମ୍ବାଇ ଶୋଇଗଲେ ।
କମ୍ପାର୍ଟମେଣ୍ଟର ଦ୍ବିତୀୟ ଯାତ୍ରୀ ହେଲେ ଜଣେ ଚୀନୀୟ ଭଦ୍ରବ୍ୟକ୍ତି ।
ଶୀର୍ଣ୍ଣକାୟ, ତରୁଣ ଏବଂ ମିଞ୍ଜି ମିଞ୍ଜି ଚକ୍ଷୁଧାରୀ ଯାତ୍ରୀଜଣକ ଟୁରିଷ୍ଟ ଭଳି ମନେ ହେଉଥିଲେ ।
ଲଗେଜ୍ କମ୍ ଥିଲା ।
ବେଲ୍ଟ ଭିତରେ ତାଙ୍କର ମୋବାଇଲ ଫୋନ୍ ସହ କିଛି ଦରକାରୀ ଚିଜ ସେ ବାନ୍ଧି ରଖିଥିଲେ ।
ଅତି ସଲ୍ଲଜ୍ଜ ଭାବେ କମ୍ପାର୍ଟମେଣ୍ଟରେ ପ୍ରବେଶ କରି ଭାରତୀୟ ସହଯାତ୍ରୀଙ୍କୁ ମଥା ଝୁଙ୍କାଇ ଅଭିବାଦନ କଲେ ଏବଂ ଆସନ ଗ୍ରହଣ କଲେ ।
ପରବର୍ତ୍ତୀ ଯାତ୍ରୀ ଜଣେ ଆଫ୍ରିକୀୟ ।
କୃଷ୍ଣକାୟ, ଦୀର୍ଘ ଅବୟବ, ମୁଣ୍ଡରେ କୁଞ୍ଚକୁଞ୍ଚିଆ କେଶ ।
ବୟସ ପ୍ରାୟ ଚାଳିଶି ବର୍ଷ ହେବ ।
ହସ ହସ ଚେହେରା ।
ସେ ଲଗେଜ୍ ଠେଲି ଠେଲି ମୋବାଇଲରେ କଥାବାର୍ତ୍ତା କରୁଥିଲାବେଳେ ଏଭଳି ହସୁଥିଲେ ଯେ, ମନେ ହେଉଥିଲା ସେ କେବଳ ମୁହଁରେ ହସୁ ନଥିଲେ-ହାଡ଼େ ହାଡ଼େ ହସୁଥିଲେ ।
ଦିଲ୍ଲୀକୁ କୌଣସି ଆନ୍ତର୍ଜାତିକ ସେମିନାରରେ ଯୋଗଦାନ କରିବା ପାଇଁ ସେ ଆସିଥିଲେ ।
ସବାଶେଷରେ ଯେଉଁ ଯାତ୍ରୀ ପଦାର୍ପଣ କଲେ ସେ ଜଣେ ଆମେରିକୀୟ ।
ଗାଡ଼ି ଛାଡ଼ିବାର ମାତ୍ର ପାଞ୍ଚ ମିନିଟ୍ ପୂର୍ବରୁ ସେ ପ୍ରବେଶ କଲେ ।
ହୃଷ୍ଟପୁଷ୍ଟ ହଲଷ୍ଟିନ ବୃଷଭ ପରି ଦିଶୁଥିବା ଏହି ଯାତ୍ରୀଙ୍କ ପିଠିରେ ତାଙ୍କର ପୃଥୁଳକାୟ ଲଗେଜ୍ ବନ୍ଧା ଥିଲା ।
ମୁଣ୍ଡରେ ପର୍ଯ୍ୟାପ୍ତ କେଶରାଶି ନଥିଲା ।
ଯତ୍ ସାମାନ୍ୟ ଥିଲା, ଫ୍ୟାନ୍ ପବନରେ ଫୁରୁଫୁରୁ ଉଡ଼ୁଥିଲା ।
ସେ ରିଜର୍ଭେସନ୍ ଚାର୍ଟରେ ଦେଖିଥିଲେ ଯେ, ତାଙ୍କୁ ଏକ ଅପର ବର୍ଥ ଆଲଟ୍ କରାଯାଇଥିଲା ।
କିନ୍ତୁ ସ୍ବଭାବ ସୁଲଭ ପ୍ରଗଳ୍ଭତାବଶତଃ “ହ୍ୟାଲୋ ଏଭ୍ରିବଡ଼ି” ଅଭିବାଦନ କଲାପରେ ସେ ଘୋଷଣା କରି ଦେଲେ- ମୁଁ ଲୋୟାର୍ ବର୍ଥ ନେବି ।
ଚୀନୀୟ ଭଦ୍ରବ୍ୟକ୍ତିଙ୍କର ଥିଲା ଲୋୟର୍ ବର୍ଥ ।
ସେ ଧଡ଼ପଡ଼ ହୋଇ ଉଠି ନିଜ ବ୍ୟାଗ୍ଟିକୁ ଉପର ବର୍ଥକୁ ସ୍ଥାନାନ୍ତର କରିଦେଲେ ।
ସେ ବୋଧେ ଉପର ବର୍ଥକୁ ଯିବାଟା ବୁଦ୍ଧିମାନର କାର୍ଯ୍ୟ ବୋଲି ମଣିଲେ ।
ଏହି ବିଶାଳ ବପୁଧାରୀ ଯାତ୍ରୀଙ୍କ ବର୍ଥ ତଳେ ଶୋଇଲେ କିଛି ଅଘଟଣ ଘଟିପାରେ ବୋଲି ସେ ବୋଧେ ଆଶଙ୍କା କଲେ ।
ମିତଭାଷୀ ମିଞ୍ଜି ମିଞ୍ଜି ଆଖିର ଏ ଯାତ୍ରୀଙ୍କ ମନ ଭିତରେ କ’ଣ ଥିଲା କହିବା ମୁସ୍କିଲ ।
ସେ ସୁନାପିଲା ପରି ଉପରକୁ ଚାଲିଗଲେ ।
ଏହା ଭିତରେ ଏ.ସି. ଆଟେଣ୍ଡାଣ୍ଟ ଗୋଲାପ ଫୁଲର ସ୍ତବକ କମ୍ପାର୍ଟମେଣ୍ଟର କାନ୍ଥରେ ଥିବା ଖୋପରେ ସଜାଇ ଦେଇଥାଏ ।
ତକିଆ ଏବଂ ତଉଲିଆ ଦେଇ ଚାଲି ଯାଇଥାଏ ।
ପ୍ୟାଣ୍ଟ୍ରିକାର ବିୟରର ୱେଲକମ୍ ଡ୍ରିଙ୍କ୍ସ ଓ ଚକୋଲେଟ୍ ପ୍ରଭୃତି ପରଷି ଚାଲି ଯାଇଥାଏ ।
ପ୍ରଗଳ୍ଭ ଆମେରିକୀୟ ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା ସରି ଯାଇଥାଏ ।
ସେ ଆମେରିକାର କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ ମ୍ୟାନେଜର ଥିଲେ ଏବଂ ବ୍ୟବସାୟ ଉପଲକ୍ଷେ ଭାରତ ଆସିଥିଲେ ।
ଚୀନୀୟ ଭଦ୍ରବ୍ୟକ୍ତି ପ୍ରକୃତରେ ଜଣେ ଟୁରିଷ୍ଟ ଥିଲେ ।
ଭାରତର ବିଭିନ୍ନ ବୌଦ୍ଧ ବିହାର ଉପରେ ସେ ଗବେଷଣା କରୁଥିଲେ ।
ଆଫ୍ରିକୀୟ ଭଦ୍ରବ୍ୟକ୍ତି ଜଣେ ଡାକ୍ତର ।
ଏଡସ୍ ଉପରେ ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା ପାଇଁ ଆସିଥିଲେ ।
ଭାରତୀୟ ଯାତ୍ରୀ ଜଣେ ପ୍ରଫେସର ।
ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ ବକ୍ତୃତା ଦେବା ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ ।
ପ୍ରଗଳ୍ଭ ଆମେରିକୀୟ ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା ସରି ଯାଇଥାଏ ।
ସେ ଆମେରିକାର କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ ମ୍ୟାନେଜର ଥିଲେ ଏବଂ ବ୍ୟବସାୟ ଉପଲକ୍ଷେ ଭାରତ ଆସିଥିଲେ ।
ଚୀନୀୟ ଭଦ୍ରବ୍ୟକ୍ତି ପ୍ରକୃତରେ ଜଣେ ଟୁରିଷ୍ଟ ଥିଲେ ।
ଭାରତର ବିଭିନ୍ନ ବୌଦ୍ଧ ବିହାର ଉପରେ ସେ ଗବେଷଣା କରୁଥିଲେ ।
ଆଫ୍ରିକୀୟ ଭଦ୍ରବ୍ୟକ୍ତି ଜଣେ ଡାକ୍ତର ।
ଏଡସ୍ ଉପରେ ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା ପାଇଁ ଆସିଥିଲେ ।
ଭାରତୀୟ ଯାତ୍ରୀ ଜଣେ ପ୍ରଫେସର ।
ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ ବକ୍ତୃତା ଦେବା ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ ।
ଗାଡ଼ି ଛାଡ଼ି ସାରିଥିଲା ।
ଅଧଘଣ୍ଟାଏ ପରେ ବିୟରର ସେଣ୍ଟର ଟେବୁଲ ସଜାଇ ରଖିଲା ପରେ ଗୋଟିଏ ଗୋଟିଏ ଟ୍ରେରେ ସ୍ନାକ୍ସ ଓ ତା’ର ସରଞ୍ଜାମ ସଜାଇ ଆଣି ପହଞ୍ଚିଲା ।
ସ୍ନାକ୍ସ ଭିତରେ ଗରମ ସିଙ୍ଗଡ଼ା ଠାରୁ ଆରମ୍ଭ କରି କାଜୁବାଦାମ, ଚେନାଚୁର ଏବଂ ମିଠା ପ୍ରଭୃତି ସଜଡ଼ା ହୋଇଥିଲା ।
ଏସବୁ ଦେଖି ଆମେରିକୀୟ ଯାତ୍ରୀ ଭାରତୀୟ ଯାତ୍ରୀଙ୍କୁ ଲକ୍ଷ୍ୟକରି କହିଲେ- ଏଠି ସବୁଆଡ଼େ ବହୁତ ଖାନାପିନା ଦେଇ ଅଭ୍ୟର୍ଥନା କରୁଛନ୍ତି ।
ଆପଣଙ୍କ ଦେଶର ଲୋକେ ଖୁବ୍ ‘ହସ୍ପିଟେବଲ’ ।
ଭାରତୀୟ ଭଦ୍ରବ୍ୟକ୍ତି ସ୍ମିତ ହସି ତାଙ୍କ କଥାକୁ ସମର୍ଥନ କଲେ ଏବଂ ମନେ ମନେ ଭାବିଲେ- ଏହା ନିରାଟ ସତ୍ୟକଥା ।
ସେ ଥରେ ଆମେରିକାକୁ କୌଣସି ସଭାକୁ ଯାଇଥିଲେ ।
ପୁରାଦିନ ବିତିଗଲେ ବି ଆୟୋଜକମାନେ ଚା’ କପେ ବି ଦେଲେ ନାହିଁ, ବରଂ ଘୋଷଣା କଲେ ଯେ, ପାଖ ରୁମ୍ରେ ଚା’ କଫି ମେସିନ୍ ଅଛି, ଯାହାର ଇଚ୍ଛା ହେବ, ପଇସା ଗଳାଇ ଚା’ କଫି ପିଇପାରିବେ ।
ଭାରତ ହୋଇଥିଲେ ସଭାର ମୂଳରୁ ଶେଷଯାଏ ଚା’ ଜଳଖିଆ କପ୍ ପ୍ଲେଟ୍ରୁ ଠୁନ୍ଠାନ୍ ଆୱାଜ୍ ଆସୁଥାନ୍ତା ।
ଚା’ପାନ ପରେ ପରେ ବିୟର୍ର ରାତିର ଡିନରର ଅର୍ଡ଼ର ନେଇଗଲା ।
ତିନି ବିଦେଶୀ କଣ୍ଟିନେଣ୍ଟାଲ ଖାନାର ଅର୍ଡ଼ର ଦେଲେ ।
ଭାରତୀୟ ଭଦ୍ରବ୍ୟକ୍ତି ଅର୍ଡ଼ର ଦେଲେ ନିରାମିଷ ଭାରତୀୟ ଖାଦ୍ୟ-ରୁଟି ଓ ତରକାରୀ ।
ରାତି ଆଠଟାରେ ସୁପ୍ ପରିବେଷଣ ହେଲା ।
ତା’ପରେ ତିନି ବିଦେଶୀଙ୍କର କଣ୍ଟିନେଣ୍ଟାଲ ଡିନର ଆସିଲା ।
ଭାରତୀୟଙ୍କ ପାଇଁ ଆସିଲା ବରାଦ ମୁତାବକ ଦୁଇଖଣ୍ଡ ଶୁଖିଲା ରୁଟି, ଡାଲି ଏବଂ ତରକାରୀ ।
ଖାଦ୍ୟ ପଦାର୍ଥ ପାଟିକୁ ନେବା ପୂର୍ବରୁ ଆମେରିକୀୟ ଭଦ୍ରବ୍ୟକ୍ତି ହୁଇସ୍କି ବୋତଲ ଖୋଲିଦେଇଥିଲେ ।
ତାଙ୍କ ନିର୍ଦ୍ଦେଶ ଅନୁସାରେ ଆଟେଣ୍ଡାଣ୍ଟ କେତୋଟି ଗ୍ଲାସ୍ ଧରି ପହଞ୍ଚିଗଲା ।
ହୁଇସ୍କି ଢାଳି ସେ ସହଯାତ୍ରୀମାନଙ୍କୁ ଯାଚିଲେ ।
ଲଜ୍ଜାଶୀଳ ଚୀନୀୟଯାତ୍ରୀ ଦୋ ଦୋ ପାଞ୍ଚ ହୋଇ ଗ୍ରହଣ କଲେ ।
ଆଫ୍ରିକୀୟ ଯାତ୍ରୀ ଅତି ଆନନ୍ଦରେ ଗ୍ଲାସ୍ ଧରିଲେ ।
ଭାରତୀୟ ଭଦ୍ରବ୍ୟକ୍ତି କହିଲେ-ନୋ, ଥ୍ୟାଙ୍କସ୍, ମୁଁ ଟି-ଟୋଟାଲର ।
ତାଙ୍କର ଖାଦ୍ୟର ପରିମାଣ ଓ ସାରଲ୍ୟକୁ ଦେଖି ଆମେରିକୀୟ ମନ୍ତବ୍ୟ ଦେଲେ-ଆରେ, ଆପଣ ତ ରିୟଲି ଗ୍ରେଟ୍ ।
ସିମ୍ପଲ ଲିଭିଂ, ହାଇ ଥିଙ୍କିଂ ।
ଆପଣ ତ ପ୍ରକୃତରେ ଜଣେ ସାଧୁ, ସନ୍ଥ ।
ମୁଁ ଆପଣଙ୍କୁ ସ୍ବାମିଜୀ ଭାବେ ଡାକିଲେ କିଛି ମନେ କରିବେନି ତ ?
ଭାରତୀୟ ଯାତ୍ରୀ ହସିଲେ ।
ଆମେରିକୀୟ ଯାତ୍ରୀଙ୍କ ଖାଦ୍ୟପଦାର୍ଥ ଜଲ୍ଦି ଜଲ୍ଦି ସରିଗଲା ।
ତେଣୁ ସେ ପୁଣି କଲିଂ ବେଲ୍ ଟିପିଲେ ।
ତାଙ୍କ ପାଇଁ ଚିକେନ୍, ସାଲାଡ୍ ଆସିଲା ।
ମହିଷାକୃତିର ବିରାଟ ଚେହେରା ।
ବଡ଼ ବଡ଼ ନିତମ୍ବ ଓ ପୃଥୁଳ ଜଙ୍ଘ ।
ସେଥିରେ ସେ ବର୍ମୁଡ଼ା ହାଫ୍ ପ୍ୟାଣ୍ଟ ପିନ୍ଧି କିମ୍ଭୂତ କିମାକାର ଦିଶୁଥିଲେ ।
ଆଫ୍ରିକୀୟ ଯାତ୍ରୀଙ୍କର ଖାଇବା ଜଲ୍ଦି ସରିଗଲା ।
ତା’ପରେ ସେ ତାଙ୍କର ସୁଟ୍କେଶରୁ ‘ସିଗାର୍’ଟିଏ ବାହାରକରି ସେଥିରେ ଅଗ୍ନି ସଂଯୋଗ କଲେ ।
କେହି ନ ପଚାରୁଣୁ ମନ୍ତବ୍ୟ ଦେଲେ-ଶୋଇବା ପୂର୍ବରୁ ଏଥିରୁ ଗୋଟିଏ ନ ଧରାଇଲେ ନିଦ ହେବନି ।
ରେଳାବାଇରେ ଧୂମପାନ ମନା ।
ମଦ୍ୟ ସେବନ ମନା ।
କିନ୍ତୁ ରେଳ କର୍ମଚାରୀମାନେ କେହି ବାରଣ କରୁନଥାନ୍ତି ।
ବରଂ ସେମାନଙ୍କୁ ସହଯୋଗ କରୁଥାନ୍ତି ।
ଅତିଥିବତ୍ସଳ ଦେଶ ତ !
ଭାରତୀୟ ଯାତ୍ରୀ ମନେ ମନେ ଏହାହିଁ ଭାବୁଥିଲେ ।
ତେଣୁ ଏପଟୁ ଧୂଆଁ ଏବଂ ସେପଟୁ ମଦର ଗନ୍ଧ ଆସୁଥିଲେ ବି ଭାରତୀୟ ଜଣକ ସହ୍ୟ କରି ନେଉଥାନ୍ତି ।
ରାତି ଦଶଟା ପାଖାପାଖି ହେଲା ।
ଆମେରିକୀୟଙ୍କର ଖାଦ୍ୟପାନୀୟ ପର୍ବର ଅନ୍ତ ହେଉ ନଥାଏ ।
ଆଫ୍ରିକୀୟ ଯାତ୍ରୀଙ୍କର ସିଗାରଟା ଆଖୁପରି ବଡ଼ ହୋଇଥିବାରୁ ସରିବାର ନାଁ ଧରୁ ନଥିଲା ।
ଧୂଆଁ ସହି ନପାରି ବା ଅନ୍ୟ କୌଣସି କାରଣରୁ ଚୀନୀୟ ଯାତ୍ରୀ ତାଙ୍କର ଛୋଟ ବ୍ୟାଗ୍ଟିକୁ ଧରି ଖୁଁ ଖୁଁ କାଶି ବାଥ୍ରୁମ୍କୁ ଗଲେ ।
ଆମେରିକୀୟ ଯାତ୍ରୀଙ୍କ ଖାଇବା ପ୍ଲେଟ୍, କଣ୍ଟା ଚାମଚ୍ ହଟିଗଲା ପରେ ବି ପିଇବା ସରିନଥିଲା ।
ସେ ନିଜ ଆଡୁ ସଫେଇ ଦେଉଥିଲେ- ନିଦ ଆସିବା ପାଇଁ ଆଉ ଦୁଇ ପେଗ୍ ।
କିଛି ସମୟ ପରେ ଚୀନୀୟ ଯାତ୍ରୀ ଫେରିଆସି ଉପର ବର୍ଥକୁ ଗଲେ ।
ଏକ ଆସନ୍ନ ମରଣ ଝିଟିପିଟି ପରି ସେ ଗୋଡ଼ ହାତ ଛାଟିଲେ, ପିଟିଲେ ।
ସେଣ୍ଟର ଟେବୁଲ ଉଠାଇବାକୁ ଆସିଥିବା ବିୟର୍ର ଭୟ ପାଇ କହିଲା- ସାର୍, ଟ୍ରେନ୍ ସୁପରିଣ୍ଟେଣ୍ଡେଣ୍ଟକୁ ଡାକିବି କି ?
ଆଫ୍ରିକୀୟ ଯାତ୍ରୀ କହିଲେ- ନାଁ ନାଁ ବ୍ୟସ୍ତ ହୁଅନା ।
ଏଇଟା ତାଙ୍କର ନିଦ୍ରା ଯିବାର ପ୍ରସ୍ତୁତି ପର୍ବ ।
ସେ ଡ୍ରଗ୍ସ ସେବନ କରିଆସିଛନ୍ତି ।
ଭାରତୀୟ ଯାତ୍ରୀ ବିଛଣାରେ ପଡ଼ି ଏକଡ଼ ସେକଡ଼ ହେଉଥିଲେ ।
ଭାବୁଥିଲେ- ଧନ୍ୟ ଏହି ସର୍ବଂସହା ଟ୍ରେନ୍ ।
ଗଞ୍ଜୋଡ଼, ନିଶାଖୋର, ଜୁଆଚୋର, ଚାଲବାଜ, ଧପାବାଜ, ଦୁଃଖୀରଙ୍କି, ରୋଗୀ, ରାଗୀ, ବୈରାଗୀ- ସମସ୍ତଙ୍କୁ ଆବହମାନ କାଳରୁ ସେ ବୋହି ଧରି ଚାଲିଛି ।
କାହାପ୍ରତି ଅସୂୟା ନାହିଁ ।
କାହା ପାଇଁ ଭେଦଭାବ ନାହିଁ, ଦ୍ବେଷ ନାହିଁ, ବିଦ୍ବେଷ ନାହିଁ ।
କାହା ପ୍ରତି ଭ୍ରୁକୁଞ୍ଚନ ଅବା ନାସିକା କୁଞ୍ଚନ ନାହିଁ ।
ଆମେରିକୀୟ ଯାତ୍ରୀ ଏଥର ଭାରତୀୟଙ୍କୁ ତୋଷାମଦ କରିବାକୁ କହିଲେ- ସ୍ବାମିଜୀ ! ଆପଣଙ୍କର କ’ଣ କିଛି ନିଦ ଔଷଧ ଦରକାର ହୁଏନି ?
ସ୍ବାମିଜୀ ହସିଲେ ଏକ ରହସ୍ୟମୟ ହସ ।
ସେ ଉଠି ବସିଲେ ।
ବର୍ଥ ତଳୁ ତାଙ୍କର ସୁଟ୍କେଶ ଖୋଲିଲେ ।
ସୁଟ୍କେଶ ଭିତରୁ ବାହାର କଲେ ଏକ ଛୋଟ ପେଡ଼ି ।
ପ୍ରଥମେ ପେଡ଼ି ଉପରେ ଗୋଟିଏ ସରୁ ଚାପଡ଼ ଦେଲେ ।
ପେଡ଼ିରେ ମୁହଁ ଖୋଲି କହିଲେ- ଉଠ୍ ବେଟା, ଆ, ଚୁମାଟେ ଦେ ।
ନିଦ ଆସୁନି ।
ତାଙ୍କ ପୋଷା ଜୀବଟି ଗହନ ନିଦରେ ଶୋଇ ଯାଇଥିଲା ।
ସେ ତା’ର ଲାଞ୍ଜରେ ଚାପୁଡ଼ାଟିଏ ଦେଲେ ।
ସେ ଫଁ ଶବ୍ଦକରି ମୁଣ୍ଡ ହଲାଇଲା ।
ସ୍ବାମୀଜୀଙ୍କର ଦୋଳାୟମାନ ପାପୁଲିକୁ ଦୁଇଥର ଦଂଶିଲା ।
ପୋଷା ଜୀବଟିର ଝାଉଁଳି ଯାଉଥିବା ଫଣାରେ ସ୍ବାମିଜୀ ଗୋଟିଏ ସରୁ ଚୁମ୍ବନ ଦେଇ ତାକୁ ପେଡ଼ି ଭିତରେ ପୂରାଇ କହିଲେ- ଯା, ବେଟା ଶୋଇଯା ।
ଆମେରିକୀୟ ଯାତ୍ରୀ ମୁହଁରେ ମଦ ଗ୍ଲାସ୍ ସହ ଏକ ‘ଷ୍ଟାଚ୍ୟୁ’ ବନିଗଲେ ।
ଆଫ୍ରିକୀୟ ଯାତ୍ରୀଙ୍କ ମୁହଁରୁ ଅର୍ଦ୍ଧଦଗ୍ଧ ସିଗାର ଟି ତଳେ ଖସିପଡ଼ିଲା ।
ଚୀନୀୟ ଯାତ୍ରୀଙ୍କ ଛଟପଟ ହେବା ବନ୍ଦ ହୋଇଗଲା ।
କହିବା ବାହୁଲ୍ୟ ଯେ, ଏଥୁ ଅନ୍ତେ ଜଣକ ପରେ ଜଣେ ଏମିତି ତିନି ବିଦେଶୀ ବେଙ୍ଗପରି ଫକ୍ ଫକ୍ ଡେଇଁ କମ୍ପାଟମେଣ୍ଟରୁ ନିଷ୍କ୍ରାନ୍ତ ହୋଇଗଲେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment