Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
3df74386
Commit
3df74386
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
823443b4
Changes
1
Show whitespace changes
Inline
Side-by-side
Showing
1 changed file
with
70 additions
and
0 deletions
+70
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia209.txt
...gual-corpora/vikaspedia.in/vikashpedia_health_odia209.txt
+70
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia209.txt
0 → 100644
View file @
3df74386
ଜାତୀୟ ଆୟୁଷ ମିଶନ
ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦ୍ଵାଦଶ ଯୋଜନା ଅନ୍ତର୍ଗତରେ ଭାରତ ସରକାରଙ୍କ ଆୟୁଷ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଆୟୁଷ ମିଶନ ଗଠନ କରାଗଲା ।
ଆୟୁର୍ବେଦିକ ମେଡ଼ିସିନ ଲୋକଙ୍କୁ ସହଜ ସୁଲଭ ମୂଲ୍ୟରେ ଯୋଗାଇବା, ଆୟୁବେଦ ପାଠ୍ୟକ୍ରମକୁ ସଶକ୍ତି କରାଇବା, ଆୟୁର୍ବେଦିକ ଔଷଧର ଗୁଣବର୍ତ୍ତା ବୃଦ୍ଧି କରିବା, ସିଦ୍ଧ, ୟୁନାନି ଏବଂ ହୋମିଓପାଥି ଔଷଧ ତିଆରି ନିମନ୍ତେ କଞ୍ଚାମାଲ ସୁବିଧାରେ ଯୋଗାଇବା ଆୟୁଷ ମିଶନରେ ଲକ୍ଷ୍ୟ ।
ଆୟୁଷ ମିଶନ ସମସ୍ତ ରାଜ୍ୟ ସରକାର ଅଧିନରେ କାର୍ଯ୍ୟ କରିବି ।
ଦୃଷ୍ଟିକୋଣ
ସୁଲଭ ମୂଲ୍ୟରେ ଆୟୁଷ ସ୍ୱାସ୍ଥ୍ୟ ସେବା ସାରା ଦେଶରେ ଯୋଗାଇବା ।
ଆୟୁର୍ବେଦ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତି କରାଇବା ଏବଂ ସମାଜରେ ଆୟୁଷକୁ ଅଧିକ ପରିଚିତ କରାଇବା ।
ଆୟୁର୍ବେଦର ଗୁଣବର୍ତ୍ତା ବୃଦ୍ଧି କରି ଡାକ୍ତରୀ ପାଠ୍ୟକ୍ରମରେ ଏହାକୁ ଅନ୍ତର୍ଭୁକ୍ତ କରାଇବା ।
ଆୟୁର୍ବେଦ ଔଷଧ ସମସ୍ତ ବ୍ୟବହାର କରିବେ ଏବଂ ଏହାର କଞ୍ଚାମାଲ ଯେପରି ସୁବିଧାରେ ମିଳିବ ।
ଉଦ୍ଦେଶ୍ୟ
ସୁଲଭମୂଲ୍ୟରେ ଆୟୁଷ ସେବା ଯୋଗାଇବା, ଆୟୁର୍ବେଦିକ ହସ୍ପିଟାଲ ଏବଂ ଡ଼ିସପେନସାରୀକୁ ଅପଗ୍ରେଡ କରାଇବା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ସେବା ଯୋଗାଇବା ।
ରାଜ୍ୟରେ ଥିବା ଆୟୁର୍ବେଦିକ ଶିକ୍ଷା ଅନୁଷ୍ଠାନ ଗୁଡିକୁ ସଶକ୍ତି କରାଇବା, ଔଷଧ ପରୀକ୍ଷାଗାର ଇତ୍ୟାଦି ପ୍ରତିଷ୍ଠା କରାଇବା ।
ଉତ୍ତମ କୃଷି ଅଭ୍ୟାସ ଦ୍ଵାରା ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ଔଷଧ ପାଇଁ କଞ୍ଚାମାଲର ଅଭାବ ରହିବନାହିଁ ।
ଉତ୍ତମ କୃଷି, ସଂରକ୍ଷଣ ଏବଂ ଆମଦାନୀ ଇତ୍ୟାଦିକୁ ଦେଖାରଖା କରିବା ।
ବ୍ୟବସାୟୀଙ୍କ ଭିତ୍ତିଭୂମି ସଜାଡିବା, ବଜାରୀକରଣ ଚାଷ ଇତ୍ୟାଦି ଉପରେ ନଜର ଦେବା ।
ମିଶନର ଅଂଶ
ବାଧ୍ୟତାମୂଳକ ଅଂଶ
ଆୟୁର୍ବେଦ ସେବା
ଆୟୁର୍ବେଦ ଶିକ୍ଷା ଅନୁଷ୍ଠାନ
ASUSH ଔଷଧର ଗୁଣକୁ ନିୟନ୍ତ୍ରଣ
ଔଷଧ ବୃକ୍ଷ
ଇଚ୍ଛାଧିନ ଅଂଶ
ରାଜ୍ୟ ଆୟୁଷ ମିଶନର ସମୁଦାୟ ଅର୍ଥରୁ ୨୦ ପ୍ରତିଶତ ଅର୍ଥରେ ନିମ୍ନଲିଖିତ କାର୍ଯ୍ୟକ୍ରମ କରାଯାଇପାରିବ ।
ଯୋଗ ଓ ନେଚରପାଥି କେନ୍ଦ୍ର ପ୍ରତିଷ୍ଠା ।
ଟେଲିମେଡ଼ିସିନ
ଆୟୁର୍ବେଦ ଅଧିନରେ କ୍ରୀଡା ଔଷଧ ।
ପବ୍ଲିକ ପ୍ରାଇଭେଟ ପାଟନରସିପରେ ଆୟୁର୍ବେଦର ନୂତନ ଉଦ୍ଭାବନ ।
ପ୍ରାଇଭେଟ ଆୟୁଷ ଶିକ୍ଷା ଅନୁଷ୍ଠାନକୁ ସବସିତ ଯୋଗାଇଦେବା ।
ପରୀକ୍ଷା ଦେୟର ପ୍ରତିପୂରଣ ।
ଔଷଧୀୟ ବୃକ୍ଷଥିବା ସ୍ଥାନର ଗବେଷଣା ଓ ବିକାଶ ।
IEC କାର୍ଯ୍ୟକ୍ରମ ।
ସ୍ଵେଚ୍ଛାସେବୀ ସାର୍ଟିଫିକେଟ ଯୋଜନା – ପ୍ରକଳ୍ପ ଅନୁଯାୟୀ ।
ବଜାରୀକରଣ, ବଜାର ସମ୍ବନ୍ଧୀୟ ଜ୍ଞାନ ।
ଔଷଧୀୟ ବୃକ୍ଷର ଶସ୍ୟ ବୀମା ।
ଭାରତ ସରକାରଙ୍କ ଦ୍ଵାରା ବେଳେବେଳେ ଚୁକ୍ତି ଭିତ୍ତିକ ନିଯୁକ୍ତି, ଭିତ୍ତିଭୂମିର ବିକାଶ, ଦକ୍ଷତା ବିକାଶ, ଔଷଧ ଯୋଗାଣ ଇତ୍ୟାଦି କାର୍ଯ୍ୟ ଆପୀନ ଆର୍ଥିକ ସହାୟତା ଦିଆଯାଏ ।
ଏହାଦ୍ଵାରା ପୋଗ୍ରାମକୁ ତ୍ୱରାନ୍ୱିତ କରାଇବାରେ ସହାୟକ ହୁଏ ।
ମିଶନ ଅନ୍ତର୍ଗତ ସହାୟତା ସୁବିଧା
କାର୍ଯ୍ୟକ୍ରମ ପରିଚାଳନା ୟୁନିକ ପାଇଁ ଉଭୟ କେନ୍ଦ୍ର ରାଜ୍ୟ ତରଫରୁ ସହଯୋଗ ଯୋଗାଇ ଦିଆଯାଏ ।
ପରିଚାଳନା ୟୁନିଟରେ ପରିଚାଳନା ଏବଂ ବୈଷୟିକ ବୃତ୍ତିଧାରୀ ମାନଙ୍କୁ ନିଯୁକ୍ତି ଦିଆଯାଏ ।
ମିଶନ କାର୍ଯ୍ୟକାଳ ମଧ୍ୟରେ ପରିଚାଳନା ୟୁନିଟର କର୍ମଚାରିଙ୍କୁ ସର୍ତ୍ତମୂଳକ ଭାବରେ କିମ୍ବା ଆଉଟସୋର୍ସ ଦ୍ଵାରା କରାଯାଏ ।
ଏମାନଙ୍କ ବେତନ ପ୍ରଶାସନିକ ବ୍ୟୟରୁ ଦିଆଯାଏ ।
ଏହାଛଡା MBA, CA, ଆକାଉଣ୍ଟ, ବୈଷୟିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଏ ଯାହାଙ୍କ ବେତନ କେନ୍ଦ୍ର ସରକାର ବହନ କରନ୍ତି ।
କର୍ମଚାରୀଙ୍କ ବେତନ ଛଡା ପରିଚାଳନା ୟୁନିକ ପାଇଁ ଅଫିସଖର୍ଚ୍ଚ, ଗ୍ରସ୍ତ ଖର୍ଚ୍ଚ, କଣ୍ଟିଜେନସି, ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ, ଭିତ୍ତି ଭୂମି ପାଇଁ ଯେପରି କମ୍ପ୍ୟୁଟର, HMIS ପାଇଁ ସଫ୍ଟୱୟାର ଇତ୍ୟାଦି ଯୋଗାଇ ଦିଆଯାଏ ।
ସାଧନ ବଣ୍ଟନ କାର୍ଯ୍ୟକ୍ରମ
ଆୟୁଷ ସେବା ପାଇଁ ଶିକ୍ଷା ଅନୁଷ୍ଠାନ ଏବଂ ଆୟୁଷ ଔଷଧର ଗୁଣବର୍ତ୍ତା ପରୀକ୍ଷା -
ବିଶେଷ ଦର୍ଜା ପାଇଥିବା ରାଜ୍ୟ ଯେପରି ( ଉତ୍ତର ପୂର୍ବ ରାଜ୍ୟ, ପାହାଡିଆ ଅଞ୍ଚଳ, ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ) ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୯୦% ରାଶି ଦିଆଯାଏ ଅବଶିଷ୍ଟ ୧୦%, ରାଶି ରାଜ୍ୟ ବହନ କରେ ।
ଅନ୍ୟାନ୍ୟ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ୭୫% : ୨୫% ଭାବରେ ରାଶି ବଣ୍ଟନ ହୋଇଥାଏ ।
ଔଷଧୀୟ ବୃକ୍ଷ ପାଇଁ –
ଔଷଧୀୟ ବୃକ୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଉତ୍ତର ପୂର୍ବ ରାଜ୍ୟ, ହିମାଞ୍ଚଳ ପ୍ରଦେଶର ପାହାଡିଆ ଅଞ୍ଚଳ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀରରେ ୧୦୦% ଅର୍ଥ ପ୍ରଦାନ କରାଯାଏ ।
ଅନ୍ୟାନ୍ୟ ରାଜ୍ୟରେ ଏହା ୯୦:୧୦ ଭାବେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ମଧ୍ୟରେ ବଣ୍ଟାଯାଇଥାଏ ।
କେନ୍ଦ୍ର ତରଫରୁ ରାଜ୍ୟକୁ ମିଳୁଥିବା ସାଧାନ ପାଇଁ ରାଜ୍ୟର ଯୋଗ୍ୟତା -
ଉତ୍ତରପୂର୍ବ ରାଜ୍ୟ, ପାହାଡିଆ ଅଞ୍ଚଳ ପାଇଁ ୭୦% ଲୋକସଂଖ୍ୟାକୁ ବିବେଚନା କରାଯାଏ ।
ପଛୁଆ ରାଜ୍ୟର ମୁଣ୍ଡପିଚ୍ଛା ଆୟ ୧୫% ବିବେଚନା କରାଯାଏ ।
ଜାତୀୟ ଆୟୁଷ ମିଶନ ଆପୀନ କେତେକ ଇଚ୍ଛାଧିନ ଏବଂ ବାଧ୍ୟତାମୂଳକ ମାନଦଣ୍ଡ ରହିଛି ।
ରାଜ୍ୟ ଦ୍ଵାରା ୮୦% ସାଧନ ବ୍ୟବହାର କରାଯିବ ।
ଇଚ୍ଛାଧିନ ମାନଦଣ୍ଡ ମଧ୍ୟରେ, ବାକି ରହୁଥିବା ୨୦% ରାଶିକୁ ରାଜ୍ୟ ତା ମନ ମୁତାବକ ଖର୍ଚ୍ଚ କରିପାରିବ ।
କେନ୍ଦ୍ର ଦ୍ଵାରା ରାଜ୍ୟକୁ ରାଶି ବଣ୍ଟନ କାର୍ଯ୍ୟ ଯୋଜନା
୩୧ ଡ଼ିସେମ୍ବର ସୁଦ୍ଧା ରାଜ୍ୟ ମାନଙ୍କୁ କେନ୍ଦ୍ର ଆୟୁଷ ବିଭାଗ ଦ୍ଵାରା ରାଶି ପ୍ରଦାନ କରାଯାଏ ।
ରାଜ୍ୟ ବଜେଟକୁ ରାଜ୍ୟର ଭାଗ ସହ ୩୧ ମାର୍ଚ୍ଚ ସୁଦ୍ଧା ମିଳାଯାଏ ।
ରାଜ୍ୟ ବାର୍ଷିକ ଯୋଜନା ଯାହା ଏକଜୁକେଟିଭ କମିଟି ଦ୍ଵାରା ୩୦ ଏପ୍ରିଲ ମଧ୍ୟରେ ନିର୍ଦ୍ଧାରଣ କରାଯାଏ ।
ରାଜ୍ୟ ବାର୍ଷିକ କାର୍ଯ୍ୟଯୋଜନା ଭାରତ ସରକାରଙ୍କ ଆୟୁଷ ବିଭାଗକୁ ମେ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଦାନ କରାଯାଏ ।
ତଦାରଖ ଓ ମୂଲ୍ୟନିର୍ଦ୍ଧାରଣ
ତଦାରଖ ଓ ମୂଲ୍ୟନିର୍ଦ୍ଧାରଣ କମିଟି ରାଜ୍ୟ / କେନ୍ଦ୍ର ଦ୍ଵାରା ଗଠନ ହେବ ।
ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ ଗଠନ କରାହେବ, ୩ଟି HMIS ମ୍ୟାନେଜର ଏବଂ HMIS ମ୍ୟାନେଜର ରାଜ୍ୟରେ ଗଠନ କରାହେବ ।
ମିଶନ କାର୍ଯ୍ୟକାରିତାର ୨ବର୍ଷ ପରେ ଏକ ତୃତୀୟ ପକ୍ଷ ଦ୍ଵାରା କାର୍ଯ୍ୟର ଅଗ୍ରଗତି, ବିକାଶର ଅନ୍ୟାନ୍ୟ ଦିଗ ପ୍ରତି ତଦାରଖ କରାଯିବ ।
ଆନୁମାନିକ ଫଳାଫଳ
ଆୟୁଷ ଶିକ୍ଷାକୁ ତ୍ୱରାନିତ୍ଵ ପାଇଁ ଆୟୁଷ ଶିକ୍ଷାନୁଷ୍ଠାନର ପାହ୍ୟବୃଦ୍ଧି କରାହେବ ।
ଆୟୁଷ ସେବା ଦ୍ଵାରା ଆୟୁଷ ହସ୍ପିଟାଲ ଏବଂ ଡ଼ିସପେନସାରୀ ଗୁଡିକର ସଂଖ୍ୟା ବୃଦ୍ଧି, ଔଷଧ ଏବଂ ମାନବ ସମ୍ବଳର ପ୍ରାପ୍ତି ।
ଆୟୁର୍ବେଦିକ ଔଷଧ ପାଇଁ ଗୁଣବର୍ତ୍ତା କଞ୍ଚାମାଲ ସୁବିଧାରେ ମିଳିବା ।
ଆୟୁରବେଦିକ ଔଷଧ ପାଇଁ ଅଧିକା ଲାବରୋଟରୀ ସୃଷ୍ଟି ହେବା
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment