Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
49bd4c16
Commit
49bd4c16
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
01cb3189
Changes
1
Show whitespace changes
Inline
Side-by-side
Showing
1 changed file
with
64 additions
and
0 deletions
+64
-0
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_pmo_1_final
...allel_corpora/Odia_files/sent_odia_PIB_jan_31_pmo_1_final
+64
-0
No files found.
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_pmo_1_final
0 → 100644
View file @
49bd4c16
ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ନମସ୍କାର ବନ୍ଧୁଗଣ,
ଆଜି ବଜେଟ୍ ଅଧିବେଶନ ଆରମ୍ଭ ହେଉଛି ।
ମୁଁ ସମସ୍ତଙ୍କୁ ଏବଂ ସାରା ଦେଶର ସମସ୍ତ ଆଦରଣୀୟ ସାଂସଦମାନଙ୍କୁ ଏ ବଜେଟ୍ ଅଧିବେଶନରେ ସ୍ଵାଗତ କରୁଛି ।
ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ ଭାରତ ପାଇଁ ବ୍ୟାପକ ସୁଯୋଗ ରହିଛି ।
ଏହି ବଜେଟ୍ ଅଧିବେଶନରେ କେବଳ ଭାରତର ଆର୍ଥିକ ପ୍ରଗତି ନୁହେଁ, ଭାରତର ଟିକାକରଣ ଅଭିଯାନ ପ୍ରସଙ୍ଗ ଉପସ୍ଥାପିତ ହେବ ।
ଭାରତ ନିଜସ୍ଵ ଟିକା ବିକଶିତ କରି ସାରା ବିଶ୍ୱରେ ଏକ ବିଶ୍ୱାସ ସୃଷ୍ଟି କରିଛି ।
ଏ ବଜେଟ୍ ଅଧିବେଶନରେ ଆମେ ସାଂସଦମାନେ କରୁଥିବା ଆଲୋଚନା, ବିତର୍କର ପ୍ରସଙ୍ଗ, ଖୋଲା ମନରେ ହୋଇଥିବା ଚର୍ଚ୍ଚା, ବିଶ୍ୱସ୍ତରୀୟ ପ୍ରଭାବର ଏକ ଗୁରୁତ୍ୱପୂର୍ଣ୍ଣ ଅବସର ହୋଇପାରିବ ।
ମୁଁ ଆଶା କରୁଛି ଯେ ସମସ୍ତେ ଆଦରଣୀୟ ସାଂସଦ, ସମସ୍ତ ରାଜନୈତିକ ଦଳ ଖୋଲା ମନରେ, ଉନ୍ନତ ବିତର୍କ ମାଧ୍ୟମରେ ଦେଶକୁ ବିକାଶ ମାର୍ଗରେ ନେଇଯିବା ଏବଂ ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ବିଶେଷ ସହାୟକ ହୋଇପାରିବେ ।
ଏହା ସତ୍ୟ ଯେ ବାରମ୍ବାର ନିର୍ବାଚନ କାରଣରୁ ଅଧିବେଶନ ପ୍ରଭାବିତ ହେଉଛି, ଆଲୋଚନା ମଧ୍ୟ ପ୍ରଭାବିତ ହେଉଛି ।
କିନ୍ତୁ ମୁଁ ସମସ୍ତ ଆଦରଣୀୟ ସାଂସଦମାନଙ୍କୁ ନିବେଦନ କରୁଛି ଯେ ନିର୍ବାଚନ ନିଜ ସ୍ଥାନରେ ଅଛି, ସେମାନେ ଜାରି ରହିବେ, କିନ୍ତୁ ଆମେ ଗୃହରେ ...ଏହି ବଜେଟ୍ ଅଧିବେଶନରେ, ଆମେ ସଂସଦରେ ଏକ ପ୍ରକାର ସାରା ବର୍ଷ ପାଇଁ ଖସଡ଼ା ତିଆରି କରିବା ସେଥିପାଇଁ ଏହି ଅଧିବେଶନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।
ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଏହି ବଜେଟ୍ ଅଧିବେଶନ ଯେପରି ଅଧିକ ଫଳପ୍ରଦ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା , ଆଗାମୀ ବର୍ଷରେ ଦେଶକୁ ନୂଆ ଆର୍ଥିକ ଉଚ୍ଚତାକୁ ନେବା ଲାଗି ଏହା କିପରି ଏକ ବଡ଼ ଅବସର ହେବ ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା ।
ଏହି ଅଧିବେଶନରେ ମୁକ୍ତ, ମନଯୋଗ ସହକାରେ ଆଲୋଚନା ହେଉ, ମାନବୀୟ ସମ୍ବେଦନଶୀଳତା ସହିତ ଭଲ ଉଦ୍ଦେଶ୍ୟ ନେଇ ବିତର୍କ ହେଉ ,ଏହି ଆଶା ସହିତ ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ।
ପ୍ରଧାନମନ୍ତ୍ରୀ ପୁନଃ ନିର୍ବାଚିତ ହୋଇଥିବା ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ତ୍ତୁଗାଲରେ ହୋଇଥିବା ସଂସଦୀୟ ର୍ନିବାଚନରେ ପୁନର୍ବାର ଉତ୍ତମ ପ୍ରଦର୍ଶନ ପାଇଁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ ଜଣାଇବା ସହ ପର୍ତ୍ତୃଗାଲ ସହିତ ଉତ୍ତମ ଏବଂ ସମୟ ପରୀକ୍ଷିତ ଗଭୀର ସମ୍ପର୍କ ସ୍ଥାପନ ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କୁ ପର୍ତ୍ତୁଗାଲ ସଂସଦୀୟ ର୍ନିବାଚନରେ ପୁନର୍ବାର ଉତ୍ତମ ପ୍ରଦର୍ଶନ ଏବଂ ପୁନଃ ର୍ନିବାଚିତ ପାଇଁ ଅଭିନନ୍ଦନ ।
ପର୍ତ୍ତୁଗାଲ ସହିତ ଉଷ୍ମ ଏବଂ ସମୟ ପରୀକ୍ଷିତ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ତତ୍ପର ଅଛୁ ।”
ଜାତୀୟ ମହିଳା ଆୟୋଗର ୩୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
‘‘ଦେଶର ସମସ୍ତ ମହିଳା ଆୟୋଗଗୁଡ଼ିକ ସେମାନଙ୍କର ପରିସର ବଢ଼ାଇବା ଉଚିତ୍ ଏବଂ ରାଜ୍ୟର ମହିଳାମାନଙ୍କୁ ଏକ ନୂତନ ମାର୍ଗ ପ୍ରଦର୍ଶନ କରିବା ଆବଶ୍ୟକ’’
‘‘ଆତ୍ମନିର୍ଭର ଭାରତ ଅଭିଯାନ ଦେଶର ବିକାଶ ସହିତ ମହିଳାମାନଙ୍କର ସାମର୍ଥ୍ୟକୁ ଯୋଡ଼ୁଛି’’
‘‘୨୦୧୬ ପରେ ଗଢ଼ି ଉଠିଥିବା ୬୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ସ ମଧ୍ୟରୁ, ୪୫ ପ୍ରତିଶତରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ରହିଛନ୍ତି’’
‘‘୨୦୧୫ ପରଠାରୁ ୧୮୫ ଜଣ ମହିଳାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଚଳିତ ବର୍ଷ ବିଭିନ୍ନ ବର୍ଗରେ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ୩୪ ଜଣ ମହିଳା ରହିଛନ୍ତି, ଏହା ଏକ ରେକର୍ଡ ।’’
‘‘ସର୍ବାଧିକ ମାତୃତ୍ୱ ଅବକାଶ ବ୍ୟବସ୍ଥା କରିଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଆଜି ସାମିଲ ହୋଇପାରିଛି’’
‘‘ଯେଉଁ ସରକାର ମହିଳାମାନଙ୍କ ସୁରକ୍ଷା ପ୍ରାଥମିକତା ଦିଅନ୍ତି ନାହିଁ, ମହିଳାମାନେ ତାଙ୍କୁ କ୍ଷମତାଚ୍ୟୁତ କରିଥାନ୍ତି’’
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ମହିଳା ଆୟୋଗର ୩୦ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘ମହିଳା ପରିବର୍ତ୍ତନର ବାହକ’’ ରଖାଯାଇଥିଲା ଏହାର ଉଦ୍ଦେଶ୍ୟ ଭିନ୍ନ ଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ଉପଲବ୍ଧିକୁ ପାଳନ କରିବା ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।
ବିଭିନ୍ନ ରାଜ୍ୟର ମହିଳା ଆୟୋଗ, ରାଜ୍ୟ ସରକାରମାନଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ମହିଳା ଉଦ୍ୟୋଗୀ ଏବଂ ବ୍ୟବସାୟ ସଂଘର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ; ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ କାଲୁଭାଇ, ଏବଂ ଶ୍ରୀମତୀ ଦର୍ଶନା ଜାର୍ଦ୍ଦୋଶ; ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ରେଖା ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ମହିଳା ଆୟୋଗକୁ ଅଭିନନ୍ଦନ ଜଣାଇଥିଲେ ।
ଜଣେ ବ୍ୟକ୍ତିର ଜୀବନରେ ହେଉ ଅବା ଏକ ସଂଗଠନରେ, ୩୦ ବର୍ଷର ମାଇଲଖୁଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏହା ନୂଆ ଉତ୍ତରଦାୟିତ୍ୱ ଗ୍ରହଣ କରିବା ଏବଂ ନୂଆ ଉତ୍ସାହ ନେଇ ଆଗକୁ ବଢ଼ିବାର ସମୟ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ଆଜି ଭାରତରେ ପରିବର୍ତ୍ତନ ଦେଖିବାକୁ ମିଳିଛି, ଏହା ସହିତ ତାଳ ଦେଇ ମହିଳାମାନଙ୍କର ଭୂମିକା ମଧ୍ୟ ନିରନ୍ତର ଭାବେ ବିସ୍ତାରିତ ହେଉଛି ।
ତେଣୁ, ସେ କହିଥିଲେ ଯେ, ଜାତୀୟ ମହିଳା ଆୟୋଗର ଭୂମିକା ମଧ୍ୟ ବ୍ୟାପକ ହେବା ବର୍ତ୍ତମାନ ସମୟର ଆବଶ୍ୟକତା ।
ଦେଶର ସମସ୍ତ ମହିଳା ଆୟୋଗଗୁଡ଼ିକ ସେମାନଙ୍କର ପରିସର ବଢ଼ାଇବା ଉଚିତ୍ ଏବଂ ରାଜ୍ୟର ମହିଳାମାନଙ୍କୁ ଏକ ନୂତନ ମାର୍ଗ ପ୍ରଦର୍ଶନ କରିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଶହ ଶହ ବର୍ଷ ଧରି କ୍ଷୁଦ୍ର ସ୍ଥାନୀୟ ଉଦ୍ୟୋଗ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକ ଭାରତର ସାମର୍ଥ୍ୟ ହୋଇ ରହି ଆସିଛନ୍ତି ।
ଏହି ସବୁ ଉଦ୍ୟୋଗରେ ପୁରୁଷଙ୍କ ଭଳି ମହିଳାମାନଙ୍କର ମଧ୍ୟ ସମାନ ଭୂମିକା ରହିଥାଏ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୁରୁଣା କାଳିଆ ଚିନ୍ତାଧାରା ମହିଳାମାନଙ୍କୁ ଆବଦ୍ଧ କରି ରଖିଥିଲା ଏବଂ ସେମାନଙ୍କର ଦକ୍ଷତା କେବଳ ଘରକରଣା କାମରେ ସୀମିତ ରହିଥିଲା ।
ଦେଶର ଅର୍ଥବ୍ୟବସ୍ଥାକୁ ଆଗେଇ ନେବାକୁ ହେଲେ ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ବଦଳାଇବା ଜରୁରି ।
ଆଜି ମେକ୍ ଇନ୍ ଇଣ୍ଡିଆ ଏହି କାମ ହିଁ କରୁଛି ।
ଆତ୍ମନିର୍ଭର ଭାରତ ଅଭିଯାନ ଦେଶର ବିକାଶ ସହିତ ମହିଳାମାନଙ୍କର ସାମର୍ଥ୍ୟକୁ ଯୋଡ଼ି ପାରିଛି ବୋଲି ସେ କହିଥିଲେ ।
ଫଳାଫଳ ଆମ ସାମ୍ନାରେ
ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ମହିଳା ରହିଛନ୍ତି ।
ବିଗତ ୬-୭ ବର୍ଷ ମଧ୍ୟରେ ଦେଶରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଂଖ୍ୟା ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି ।
ଅନୁରୂପ ଭାବେ, ୨୦୧୬ ପରେ ପ୍ରତିଷ୍ଠା ହୋଇଥିବା ୬୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ସ ମଧ୍ୟରୁ ୪୫ ପ୍ରତିଶତ ଷ୍ଟାର୍ଟଅପ୍ସରେ ଅତିକମରେ ଜଣେ ମହିଳା ନିର୍ଦ୍ଦେଶକ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଭାରତର ଅଭିବୃଦ୍ଧି ଧାରାରେ ମହିଳାମାନଙ୍କର ଯୋଗଦାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।
ସମାଜର ଉଦ୍ୟମିତାରେ ମହିଳାମାନଙ୍କର ଏହି ଭୂମିକାକୁ ମହିଳା ଆୟୋଗମାନେ ପ୍ରୋତ୍ସାହିତ କରିବା ଏବଂ ସର୍ବାଧିକ ମାନ୍ୟତା ଦେବା ଉଚିତ୍ ।
ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ୨୦୧୫ ପରଠାରୁ ୧୮୫ ଜଣ ମହିଳାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଚଳିତ ବର୍ଷ ବିଭିନ୍ନ ବର୍ଗରେ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ୩୪ ଜଣ ମହିଳା ରହିଛନ୍ତି, ଏହା ଏକ ରେକର୍ଡ ।
ମହିଳାମାନଙ୍କୁ ଏତେ ସଂଖ୍ୟକ ପୁରସ୍କାର ଦିଆଯିବା ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଶ୍ରୀ ମୋଦୀ କହିଥିଲେ ଯେ ଗତ ୭ ବର୍ଷ ମଧ୍ୟରେ, ଦେଶରେ ପ୍ରଣିତ ନୀତିଗୁଡ଼ିକ ମହିଳାମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ରହିଛି ।
ମହିଳାମାନଙ୍କୁ ସର୍ବାଧିକ ମାତୃତ୍ୱ ଅବକାଶ ବ୍ୟବସ୍ଥା କରିଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଆଜି ସାମିଲ ହୋଇପାରିଛି ।
ଝିଅମାନଙ୍କର ଶିକ୍ଷା ଓ କ୍ୟାରିଅରରେ ଆଗୁଆ ବିବାହ ବୟସ ଯେପରି ବାଧକ ନସାଜିବ ସେଥିପାଇଁ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସସୀମା ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ପ୍ରୟାସ କରାଯାଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ, ବର୍ଷ ବର୍ଷ ଧରି ଗ୍ରାମୀଣ ମହିଳାମାନେ ସଶକ୍ତିକରଣ ଠାରୁ ଅନେକ ଦୂରରେ ରହିଆସିଥିଲେ ।
ଆଜି ମହିଳା ସଶକ୍ତିକରଣର ଚେହେରା ମଧ୍ୟ ସେହି 9 କୋଟି ଗରିବ ମହିଳା, ଯେଉଁମାନେ ପ୍ରଥମ ଥର ପାଇଁ ଗ୍ୟାସ ସଂଯୋଗ ପାଇଲେ, ଧୂଆଁରୁ ମୁକ୍ତି ପାଇଲେ |
ଆଜି ମହିଳା ସଶକ୍ତିକରଣର ଚେହେରା ହେଉଛି କୋଟି କୋଟି ମା ଏବଂ ଭଉଣୀ, ଯେଉଁମାନେ ନିଜ ଘରେ ଶୌଚାଳୟପାଇଛନ୍ତି |
ମହିଳା ସଶକ୍ତିକରଣର ଚେହେରା ହେଉଛି ସେହି ମାତାମାନେ, ଯେଉଁମାନେ ସେମାନଙ୍କ ମୁଣ୍ଡ ଉପରେ ଏକ କଂକ୍ରିଟ୍ ଛାତ ପାଇଛନ୍ତି, ଯାହାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି |
ଗର୍ଭାବସ୍ଥା ଏବଂ ପ୍ରସବ ସମୟରେ ଲକ୍ଷ ଲକ୍ଷ ମହିଳା ସହାୟତା ପାଆନ୍ତି , ଜନ ଧନ ଆକାଉଣ୍ଟ ଖୋଲାଯିବା ଆଦି ପଦକ୍ଷେପ ଯୋଗୁ ଏହି ମହିଳାମାନେ ପରିବର୍ତ୍ତିତ ଭାରତ ଏବଂ ନାରୀ ସଶକ୍ତିକରଣର ପରିଚାୟକ ପାଲଟିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳାମାନେ ଯେତେବେଳେ ସଂକଳ୍ପ ନିଅନ୍ତି, ସେମାନେ କେବଳ ସେହି ଦିଗରେ ହିଁ ଅଗ୍ରସର ହୋଇଥାନ୍ତି ।
ଯେଉଁ ସରକାର ମହିଳାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତି ନାହିଁ, ମହିଳାମାନେ ତାଙ୍କୁ କ୍ଷମତାରୁ ଗାଦିଚ୍ୟୁତ କରିଥାନ୍ତି ।
ଶ୍ରୀ ମୋଦୀ ବିଶେଷ ଭାବେ କହିଥିଲେ ଯେ, ସରକାର ମହିଳାମାନଙ୍କର ପ୍ରତି ହେଉଥିବା ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ନେଇ କାର୍ଯ୍ୟ କରୁଛନ୍ତି ।
ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯାଇଛି ।
ଫାଷ୍ଟ ଟ୍ରାକ୍ ନ୍ୟାୟାଳୟ ପ୍ରତିଷ୍ଠା, ପୁଲିସ ଷ୍ଟେସନଗୁଡ଼ିକରେ ମହିଳା ସହାୟତା ଡେସ୍କ ଖୋଲିବା, ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା, ସାଇବର ଅପରାଧ ମୁକାବିଲ ପାଇଁ ପୋର୍ଟାଲ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment