Commit 4c042168 authored by Nayan Ranjan Paul's avatar Nayan Ranjan Paul

Upload New File

parent 7b066c3d
ସ୍ୱାସ୍ଥ୍ୟ ପାଇଁ ସେପେଟା
ଉପକ୍ରମ
ସେପେଟା କେବଳ ଖାଇବାକୁ ଭଲ ଲାଗିନଥାଏ ବରଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି ।
ଯାହା ଆମ ସ୍ୱାସ୍ଥ୍ୟପାଇଁ ଖୁବ୍ ଲାଭଦାୟକ ହେବା ସହ ଛୋଟ ଛୋଟ ରୋଗ ଠାରୁ ଦୂରେଇ ରଖେ ।
ଏବେ ନଜର ପକାନ୍ତୁ ସେପେଟାର ଔଷଧୀୟ ଗୁଣ ଉପରେ
ଔଷଧୀୟ ଗୁଣ
ସେପେଟାରେ ଭିଟାମିନ୍ ଏ ଏବଂ ସି ଭରପୁର ଥାଏ ।
ଯାହା ଆଖିକୁ ସୁସ୍ଥ ରଖିବା ସହଶରୀରର ଇମ୍ୟୁନିଟି ଶକ୍ତ ରଖିଥାଏ ।
ଏହାକୁ ନିୟମିତ ଖାଇଲେ ତ୍ୱଚାରେ ଚମକ ଆସିଥାଏ ।
ଯଦି ଆପଣ ଖୁବ୍ ବ୍ୟସ୍ତ ବହୁଳ ଏବଂ ଠିକ୍ ଭାବରେ ଖାଇବାକୁ ସମୟ ପାଉନାହାଁନ୍ତି ।
ତେବେ ଚିନ୍ତା କରନ୍ତୁ ନାହିଁ ।
ନିୟମିତ କିଛି ସେପେଟା ଖାଆନ୍ତୁ ।
କାରଣ ଏହା ଶରୀରରେ ଶକ୍ତି ବଢାଇଥାଏ ।
ନିୟମିତ ସେପେଟା ଖାଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ ।
ଏଥିରେ ଥିବା ଫାଇବର୍ ପାଚନ ପ୍ରକ୍ରିୟାକୁ ମଜଭୂତ କରିଥାଏ ।
ସେପେଟାରେ ପ୍ରଚୁର ପରିମାଣର ଆଂଟି ଅକ୍ସିଡେଂଟ୍ ଥାଏ ।
ଏହା ମୁଖ କର୍କଟରୁ ରକ୍ଷା କରିଥାଏ ।
ଏହା ଏଥିରେ ପ୍ରଚୁର ପରିମାଣର କ୍ୟାଲସିୟମ୍ , ଫସଫରସ୍ ଏବଂ ଆଇରନ୍ ଅଛି ।
ଯାହା ଆମର ହାଡକୁ ଶକ୍ତ ରଖିଥାଏ ।
ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।
ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଓଜନ କମାଇବାକୁ ଚାହୁଁଛନ୍ତି ।
ତେବେ ସେପେଟା ଖାଆନ୍ତୁ ।
ଏହା ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରିତ ରଖିବା ସହ ଓଜନ କମାଇବାରେ ସାହଯ୍ୟ କରେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment