Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
4cbd4906
Commit
4cbd4906
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
ba076ff9
Changes
1
Show whitespace changes
Inline
Side-by-side
Showing
1 changed file
with
137 additions
and
0 deletions
+137
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia195.txt
...gual-corpora/vikaspedia.in/vikashpedia_health_odia195.txt
+137
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia195.txt
0 → 100644
View file @
4cbd4906
ହରମୋନ୍ଥେରାପି, କେମୋଥେରାପି ଓ ରେଡିଓଥେରାପି
ହରମୋନ୍ଥେରାପି କ’ଣ
ହରମୋନ୍ଥେରାପି ପାଇଁ ଯେଉଁ ଔଷଧ ବ୍ୟବହାର କରାଯାଏ, ତା’ର ନାମ ଟାମୋକ୍ସିଫେନ୍ (Tamoxifen) ।
ଏହା ଏକ ଅତ୍ୟନ୍ତ ନିରାପଦ ଔଷଧ ।
ଏହାକୁ ଦିନରେ ୨୦ ମିଲିଗ୍ରାମ(20 mg.)କରି ପ୍ରତିଦିନ ଖିଆଯାଇଥାଏ ।
ଚିକିତ୍ସକ ରୋଗୀକୁ ଏହି ଔଷଧ ୫ ବର୍ଷ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।
ଏହି ଔଷଧ ସେବନ ଦ୍ଵାରା ରୋଗୀ ଶରୀରରେ ଉଷ୍ମତା ଅନୁଭବ କରିପାରନ୍ତି ।
ସମୟେ ସମୟେ ଏହାର ପ୍ରଭାବରେ ଯୋନିରୁ ରକ୍ତସ୍ରାବ ହୋଇଥାଏ ।
ଏହାହେଲେ ତୁରନ୍ତ ଚିକିତ୍ସକଙ୍କୁ ଜଣାଇବା ଉଚିତ୍ ।
ଆଜିକାଲି ଆହୁରି ଉଚ୍ଚମାନର ଔଷଧ (aromatase inhibitors) ବାହାରିଲାଣି ।
ବେଳେବେଳେ ରୋଗୀଙ୍କୁ ଦିଆଯାଉଛି ।
ER, PR, her ର new test କରାଯାଇ ହରମୋନ୍ ଚିକିତ୍ସା କରାଯାଏ ।
କେମୋଥେରାପି କ’ଣ ?
କର୍କଟ ରୋଗକୁ ଔଷଧ ଦ୍ଵାରା ଚିକିତ୍ସା କରିବା ପଦ୍ଧତିକୁ କେମୋଥେରାପି କୁହାଯାଏ ।
ଏହା ସାଧାରଣତଃ ଇଞ୍ଜେକ୍ସନ ।
ଏହାକୁ ଶରୀରରେ ପ୍ରୟୋଗ କରିବାର ବିଧି ଅତ୍ୟନ୍ତ କଠିନ ହୋଇଥିବାରୁ ଚିକିତ୍ସକ, ରୋଗୀକୁ ଏହି ଔଷଧ କିପରି ଓ କେତେବେଳେ ନେବ, ତାହା ପୂର୍ବରୁ ସୂଚନା ଦେଇଥାନ୍ତି ।
ରୋଗୀ, ଏହି ଔଷଧ ନେବାର ସମୟ, ମାତ୍ରା ଏବଂ ବ୍ୟବଧାନ, ଚିକିତ୍ସକଙ୍କ ଠାରୁ ସ୍ପଷ୍ଟଭାବେ ବୁଝିନେବା ଉଚିତ୍ ।
ବେଳେ ବେଳେ କେମୋଥେରାପି ଅତ୍ୟନ୍ତ ଖର୍ଚ୍ଚବହୁଳ ହୋଇଥାଏ ।
ଯେଉଁମାନେ ଏହି ଔଷଧ କିଣିବା ପାଇଁ ସକ୍ଷମ ନୁହଁନ୍ତି, ସେମାନଙ୍କୁ ଦେଶରେ ଥିବା ବହୁ ସମାଜସେବୀ ସଂସ୍ଥା ସ୍ୱଳ୍ପ ମୂଲ୍ୟରେ ଏହି ଔଷଧ ଯୋଗାଇ ଦେଇଥାଆନ୍ତି ।
ଏହି କ୍ଷେତ୍ରରେ ସମାଜସେବୀ ସଂସ୍ଥାମାନଙ୍କ ପାଖକୁ ଡାକ୍ତରଙ୍କ ସୁପାରିଶ ଦରକାର ପଡେ ।
କେମୋଥେରାପି ଦ୍ଵାରା ପାର୍ଶ୍ଵପ୍ରତିକ୍ରିୟା
କେମୋଥେରାପି ପ୍ରୟୋଗ ଦ୍ଵାରା ରୋଗୀର ପାର୍ଶ୍ଵ ପ୍ରତିକ୍ରିୟା (side effect) ଭିନ୍ନ ଭିନ୍ନ ରୋଗୀଙ୍କର ଭିନ୍ନ ଭିନ୍ନ ଦେଖାଯାଏ ।
ଏହା ନିରାନନ୍ଦ ପ୍ରତିକ୍ରିୟା ସୃଷ୍ଟି କରିପାରେ ।
କେତେକ ରୋଗୀଙ୍କୁ ବାନ୍ତି ଓ କୋହି ଦେଖାଇବା, ତରଳ ଝାଡା ହେବା, ଦୁର୍ବଳ ଅନୁଭବ କରିବା ଏବଂ ତଳିପେଟରେ ଦରଜ ଇତ୍ୟାଦି ଅନୁଭବ କରିଥାଆନ୍ତି ।
ମାତ୍ର ଏହି ଲକ୍ଷଣଗୁଡିକ ସାତ ଦିନ ମଧ୍ୟରେ ଚାଲିଯାଇଥାଏ ।
ଦରକାର ପଡିଲେ ଏହି ଲକ୍ଷଣଗୁଡିକର ଚିକିତ୍ସା ପାଇଁ ଚିକିତ୍ସକ ଔଷଧ ଦେଇଥାଆନ୍ତି ।
ଏତଦ୍ବ୍ୟତୀତ ରୋଗୀର ମୁଣ୍ଡରୁ ଚୂଳ ଉପୁଡିଯାଏ ।
ମାତ୍ର କେମୋଥେରାପି ପଦ୍ଧତି ସଂପୂର୍ଣ୍ଣ ହେଲାପରେ ପୁଣି ଚୂଳ ଉଠିଯାଏ ।
ଆହୁରି ମଧ୍ୟ ରୋଗୀର ପରିସ୍ରା ଗାଢ ହଳଦିଆ କିମ୍ବା ଲାଲ ହୋଇଥାଏ ଏବଂ ନଖଗୁଡିକ ନୀଳ କିମ୍ବା କଳା ବର୍ଣ୍ଣ ହୋଇଯାଇପାରେ ।
ଏଥିପାଇଁ ରୋଗୀ ଭୟଭୀତ ହେବା ଉଚିତ ନୁହେଁ ।
କେମୋଥେରାପି ବେଳେ ସାବଧାନତା
କେମୋଥେରାପି ପୂର୍ବରୁ ଚିକିତ୍ସକ, ରୋଗୀର ରକ୍ତରେ ଥିବା ହେମୋଗ୍ଲୋବିନ ଓ ଶ୍ଵେତ ରକ୍ତ କଣିକା (white blood cell)କୁ ପରୀକ୍ଷା କରିଥାଆନ୍ତି ।
କାରଣ କେମୋଥେରାପି ଦ୍ଵାରା ଏହି ଉଭୟ ରକ୍ତ କଣିକା କମିଯାଆନ୍ତି ।
ଯଦି ସବୁ ଠିକ୍ ଥାଏ କେମୋଥେରାପି ପଦ୍ଧତି ଚାଲୁ ରଖାଯାଏ ।
ତଥାପି ରୋଗୀର ଅବସ୍ଥା ଦେଖି ଚିକିତ୍ସକ କେମୋଥେରାପି ଇଞ୍ଜେକ୍ସନକୁ କିଛି ଦିନ ପାଇଁ ବନ୍ଦ ରଖିଥାଆନ୍ତି ।
କେମୋଥେରାପି ସମୟରେ ନିମ୍ନଲିଖିତ ସାବଧାନତା ଅବଲମ୍ବନ କରିବା ଉଚିତ୍
ଜ୍ଵର : କେମୋଥେରାପି ନେବା ସମୟରେ ରୋଗୀର ଶରୀର ସଂକ୍ରମଣ (Infection)ହେବାର ସମ୍ଭାବନା ଥାଏ ।
ଯଦି ରୋଗୀ ଅତ୍ୟଧିକ ଜ୍ଵରରେ ପୀଡିତ ହୁଏ, ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ ।
ସେତେବେଳେ ରୋଗୀକୁ ଡାକ୍ତରଖାନାରେ ରଖି ଆଣ୍ଟିବାଇଓଟିକ୍ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରାଯାଏ ।
ଏହି ସମୟରେ ଜ୍ଵର କ୍ଷତିକାରକ ସଙ୍କେତ ହୋଇଥିବାରୁ ଏହାକୁ ଶୀଘ୍ର ନିୟନ୍ତ୍ରଣାଧୀନ କରିବା ଉଚିତ୍ ।
ନିମ୍ନଲିଖିତ ବିଷୟ ପ୍ରତି ରୋଗୀ ବିଶେଷକରି ଧ୍ୟାନ ଦେବା ଉଚିତ୍ ।
କେମୋଥେରାପି ସମୟରେ ସାବଧାନତା :
ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।
ଫଳଜାତୀୟ ଖାଦ୍ୟ ଖାଇବା ପୂର୍ବରୁ ଭଲଭାବେ ଧୋଇ ପରିଷ୍କାର କରି ଖାଆନ୍ତୁ ।
/li>
ସିଝା କିମ୍ବା ବିଶୋଧିତ ପାଣି ପିଅନ୍ତୁ ।
ଖାଇବା ପୂର୍ବରୁ ଭଲ ଭାବରେ ହାତ ମୁହଁ ପରିଷ୍କାର କରି ଖାଆନ୍ତୁ ।
ନରମ ବ୍ରସ୍ ବ୍ୟବହାର କରି ଦାନ୍ତ ଓ ପାଟିରେ ଯତ୍ନ ନିଅନ୍ତୁ ।
ଅଙ୍ଗୁଳିର ନଖ ବଢାନ୍ତୁ ନାହିଁ ଓ କାଟିଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ ।
ଲୋକଗହଳିକୁ ଯାଆନ୍ତୁ ନାହିଁ ।
ତଦ୍ୱାରା ରୋଗୀ ସଂକ୍ରମିତ ହେବାର ଆଶଙ୍କା ଦୂର ହୋଇଥାଏ ।
ଦେହକୁ ଅଯଥା ଅପରିଷ୍କାର ଲୋମ ଯଥା କାଖ ସନ୍ଧି, ଜଙ୍ଘ ସନ୍ଧି ଇତ୍ୟାଦି ସଫା କରିବା ପାଇଁ ବ୍ଲେଡ୍ ବଦଳରେ ଲୋସନ୍ ବ୍ୟବହାର କରନ୍ତୁ ।
ଚର୍ମକୁ ନ ବାଧିଲାପରି ସରଳ ସ୍ନାନ ପଦ୍ଧତି ଅନୁସରଣ କରନ୍ତୁ ।
ଦେହରେ କୌଣସି ଜାଗାରେ ବଥ ବା ବ୍ରଣ ହେଲେ ତାକୁ ଛିଡାନ୍ତୁ ନାହିଁ ।
କର୍କଟ ରୋଗ ଚିକିତ୍ସା ସମୟରେ ଖାଦ୍ୟ
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଖାଆନ୍ତୁ ।
କର୍କଟ ରୋଗୀ ଖାଦ୍ୟ ଖାଇବା ସମୟରେ ବାନ୍ତି ଅନୁଭବ କଲେ, ଖାଇବାର ବ୍ୟବଧାନ କମାଇ ଅଳ୍ପ ଅଳ୍ପ କରି ବେଶିଥର ଖାଇବା ଉଚିତ୍ ।
ତନ୍ମଧ୍ୟରେ ତରଳ ଖାଦ୍ୟର ପରିମାଣ ଅଧିକ ହେବା ବାଞ୍ଛନୀୟ ।
ଯଦି ଚିକିତ୍ସକ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ନିର୍ଦ୍ଧାରିତ କରି ନଥାନ୍ତି ତାହାହେଲେ ଅଧିକ ପରିମାଣରେ ଫଳ, ଅଣ୍ଡା, କଞ୍ଚା ମଟର ଦାନା, ମାଛ, ମାଂସ ଏବଂ କ୍ଷୀର ଇତ୍ୟାଦି ଖାଇପାରନ୍ତି ।
ଖାଦ୍ୟ ଖାଇବା ପୂର୍ବରୁ କିଛି ସମୟ ଚାଲିଲେ ରୋଗୀର କ୍ଷୁଧା ଓ ଖାଦ୍ୟ ରୁଚି ବଢିଥାଏ ।
ଏପରି କୌଣସି ଖାଦ୍ୟ ଯାହା ଅରୁଚିକର ବୋଧହେବ, ତାହାକୁ କ୍ଷୀର କିମ୍ବା ଫଳରସ ସହିତ ଖାଇବେ ।
ରୋଗୀ ପାଇଁ ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ ।
କେମୋଥେରାପି ସମୟରେ ମାସିକ ଋତୁସ୍ରାବ
କେମୋଥେରାପି ସମୟରେ ମାସିକ ଋତୁସ୍ରାବ ବନ୍ଦ ହୋଇଗଲେ କିମ୍ବା ଅନିୟମିତ ହେଲେ ଭୟ କରନ୍ତୁ ନାହିଁ ।
କାରଣ କେମୋଥେରାପିରେ ଥିବା ଉପାଦାନଗୁଡିକ ବସ୍ତୁତଃ ମାସିକ ଋତୁସ୍ରାବକୁ ପ୍ରଭାବିତ କରିଥାଆନ୍ତି ।
ଅଳ୍ପବୟସ୍କା ସ୍ତ୍ରୀଲୋକମାନଙ୍କର ପ୍ରାୟ କିଛି ମାସ ପରେ ପୁଣି ଋତୁସ୍ରାବ ନିୟମିତ ହୋଇଥାଏ ।
ମାତ୍ର ବୟସ୍କା ଲୋକମାନଙ୍କ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ ।
କେମୋଥେରାପି ଦ୍ଵାରା କେଶ ଉପୁଡିବା
କେମୋଥେରାପି ନେବା ସମୟରେ କେଶ ଉପୁଡିବା ଏକ ସାଧାରଣ ପ୍ରତିକ୍ରିୟା ହୋଇଥିବା ବେଳେ ସବୁ ରୋଗୀଙ୍କ କ୍ଷେତ୍ରରେ ଏହା ହୋଇନପାରେ ।
ମାତ୍ର କେଶ ଉପୁଡି ଗଲେ ମଧ୍ୟ ଚିକିତ୍ସାର ସମାପ୍ତି ପରେ ଏହା ପୁଣି ଉଠିଥାଏ ।
ଏହି କେଶର ପରିଚର୍ଯ୍ୟା ପାଇଁ କମ୍ ପ୍ରତିକ୍ରିୟାଶୀଳ (mild sampo) ସାମ୍ପୋ ଓ ନରମ ପାନିଆ ବ୍ୟବହାର କରିବା ଉଚିତ୍ ।
କେଶ ଉପୁଡୁଥିବା ସମୟରେ ନକଲି ପରଚୂଳା (wig) ବ୍ୟବହାର କଲେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଷ୍ଟାଇଲ୍କୁ ରକ୍ଷାକରାଯାଇପାରେ ।
କେମୋଥେରାପି ସମୟରେ ଦୈନଦିନ କାର୍ଯ୍ୟ
ସାଧାରଣତଃ ବହୁ ରୋଗୀ କେମୋଥେରାପି ସମୟରେ ମଧ୍ୟ ନିଜର ଦୈନଦିନ କାର୍ଯ୍ୟ ସୁରୁଖୁରୁରେ କରିପାରନ୍ତି ।
ଏହା ରୋଗୀର ସାମର୍ଥ୍ୟ ଓ ଜୀବନଚର୍ଯ୍ୟା ଉପରେ ନିର୍ଭର କରେ ।
ରୋଗୀ ନିଜେ ବାସକରୁଥିବା ସହରରେ ଏହି ଚିକିତ୍ସା କରିପାରନ୍ତି ।
ଯଦି ସେଠାରେ ଅଭିଜ୍ଞ ଚିକିତ୍ସକଙ୍କର ଉପଲବ୍ଧି ନହୁଏ ଏଥିପାଇଁ ରୋଗୀକୁ ମୂଳ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ପାଖରୁ ଏକ ପରାମର୍ଶ ପତ୍ର (prescription) ଆଣିବାକୁ ପଡିଥାଏ ।
କାରଣ ରୋଗୀର ରୋଗ ବିଷୟରେ ବିଶଦ ଭାବେ ସେ ହିଁ ଜାଣିଥାଆନ୍ତି ।
ପ୍ରଥମ କେମୋଥେରାପି ସମୟରେ ତା’ର ମାତ୍ରା ଓ ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ରୋଗୀ ନିଜେ ସଚେତନ ରହିବା ଆବଶ୍ୟକ ।
ରକ୍ତ ପରୀକ୍ଷାର ସଠିକ୍ ଫଳାଫଳ ନିର୍ଣ୍ଣୟ ପରେ ହିଁ ରୋଗୀକୁ କେମୋଥେରାପି ଦିଆଯାଏ ।
କେମୋଥେରାପିର ସମୟ ବ୍ୟବଧାନ
କେମୋଥେରାପିର ସମୟ ବ୍ୟବଧାନ, କର୍କଟ ରୋଗୀର ସ୍ଥିତି ଏବଂ ଦିଆଯାଉଥିବା ଔଷଧ ପରେ ନିର୍ଭର କରେ ।
ସାଧାରଣତଃ କେମୋଥେରାପି ପ୍ରତି ତିନି ବା ଚାରି ସପ୍ତାହରେ କରାଯାଏ ।
ଯଦି CMF କେମୋଥେରାପି ନିଆଯାଉଥାଏ, ତେବେ ଆଠଦିନ ଅନ୍ତରରେ ତିନି ସପ୍ତାହ ମଧ୍ୟରେ ଦୁଇଟି ଇଞ୍ଜେକ୍ସନ୍ ନେବା ଉଚିତ୍ ।
ମାତ୍ର କେତେକ ରୋଗୀଙ୍କୁ ଅନ୍ୟ ବ୍ୟବସ୍ଥା ଅନୁଯାୟୀ କେମୋଥେରାପି ଦିଆଯାଇଥାଏ ।
ଯାହାର ନାମ CAF ।
ଏହି ବ୍ୟବସ୍ଥା ଅନୁଯାୟୀ କେମୋଥେରାପି ତିନି ସପ୍ତାହ ଅନ୍ତରରେ କେବଳ ଥରେ ଦିଆଯାଇଥାଏ ।
ଯାହାର ପ୍ରତିକ୍ରିୟାରେ କେଶ ଗୁଡିକ ଅସ୍ଥାୟୀଭାବେ ସମ୍ପୂର୍ଣ୍ଣ ଉପୁଡିଯାଇଥାଏ ।
ଏହି ପଦ୍ଧତିରେ ଚିକିତ୍ସକଙ୍କ ଦ୍ଵାରା ନିର୍ଦ୍ଧାରିତ କେମୋ ଠିକ୍ ସମୟରେ ନେବା ନିତାନ୍ତ ଜରୁରୀ ।
ଯଦି ରୋଗୀ କୌଣସି କାରଣରୁ ଏଥିରେ ବ୍ୟତିକ୍ରମ କରେ ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ୍ ।
ରେଡିଏସନ୍ ଥେରାପି କଣ
କର୍କଟ ରୋଗରେ ଆକ୍ରାନ୍ତ ସ୍ଥାନରେ ସ୍ଵତନ୍ତ୍ର ରଶ୍ମିକୁ ପ୍ରବେଶ କରାଇ କର୍କଟ ରୋଗସୃଷ୍ଟିକାରୀ କୋଷ ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟକରବା ପ୍ରଣାଳୀକୁ ରେଡିଏସନ୍ ଥେରାପି ବା ରଶ୍ମି ଚିକିତ୍ସା କୁହାଯାଏ ।
ଏହି ପଦ୍ଧତି ଦ୍ଵାରା ରୋଗୀର ସଂକ୍ରମିତ ସ୍ଥାନରେ ମେସିନ୍ ସାହାଯ୍ୟରେ ଏକ ସ୍ଵତନ୍ତ୍ର ରଶ୍ମି ପକାଯାଏ ।
ଚିକିତ୍ସାପାଇଁ ରୋଗୀକୁ ଏକ ସ୍ଵତନ୍ତ୍ର ଧରଣର ନିର୍ମିତ କୋଠରୀରେ ରଖାଯାଏ ।
ତା’ ପାଖରେ କୌଣସି ଆତ୍ଜୀୟ ସ୍ଵଜନ ଏପରିକି ନିଜର ଚିକିତ୍ସକ ମଧ୍ୟ ରୁହନ୍ତି ନାହିଁ ।
ମାତ୍ର ଚିକିତ୍ସକ ପାର୍ଶ୍ଵବର୍ତ୍ତୀ କୋଠରୀରେ ଥାଇ ରୋଗୀକୁ ଟି.ଭି. ରେ ଦେଖି ଚିକିତ୍ସା କରିଥାନ୍ତି ।
ଏହି ପାର୍ଶ୍ଵବର୍ତ୍ତୀ କୋଠରୀଟି ରୋଗୀରହିବା କୋଠରୀଠାରୁ କାଚଦ୍ଵାରା ଅଲଗା କରାଯାଇଥାଏ ।
ଯଦ୍ୱାରା ଚିକିତ୍ସକ ଚିକିତ୍ସା ସମୟରେ ରୋଗୀକୁ ଦେଖି ପାରନ୍ତି ।
ଏହି ଚିକିତ୍ସା ପ୍ରତିଦିନ ପ୍ରାୟ ତିନି/ଚାରି ମିନିଟ୍ ଧରି ଚାଲିଥାଏ ।
ଯେଉଁ ସବୁ ସ୍ତନ କର୍କଟ ରୋଗୀମାନଙ୍କର ସ୍ତନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥାଏ, ସେମାନଙ୍କ ପାଇଁ ଏ ଚିକିତ୍ସା ପ୍ରାୟ ଛଅ ସାତ ସପ୍ତାହ ପର୍ଯ୍ୟନ୍ତ ଦରକାର ପଡିଥାଏ ।
ସମୟେ ସମୟେ ସମ୍ପୂର୍ଣ୍ଣ ସ୍ତନ ଉଚ୍ଛେଦ ହୋଇଥବା ରୋଗୀ ପାଇଁ ରେଡିଏସନ୍ ଥେରାପି ଆବଶ୍ୟକ ହୋଇନଥାଏ ।
ପୁନର୍ବାର ଦ୍ଵିତୀୟ ଥର ପାଇଁ ଯଦି ଏ ରୋଗ ଦେଖାଯାଏ ତେବେ ରେଡିଏସନ୍ ଥେରାପିର ଦରକାର ପଡିଥାଏ ।
କାଖରେ ଗୁଳାପାଇଁ ଏହା ନିହାତି ଦରକାର ।
ରେଡିଏସନ୍ ଥେରାପିର ବିଧି ବ୍ୟବସ୍ଥା
ସାଧାରଣତଃ ରେଡିଏସନ୍ ଥେରାପି ସପ୍ତାହରେ ପାଞ୍ଚ ଥର କରି ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ ।
ରୋଗୀକୁ ଶନିବାର ଓ ରବିବାର ଦୁଇଟି ଦିନ ବିଶ୍ରାମ ଦିଆଯାଏ ।
ଏଇଥି ପାଇଁ ରୋଗୀକୁ ପ୍ରତିସପ୍ତାହରେ ପାଞ୍ଚଦିନ ଚିକିତ୍ସିତ ହେବା ବାଧ୍ୟତାମୂଳକ ଅଟେ ।
ସର୍ବୋପରି ଏହି ଚିକିତ୍ସା ସକାଳ ଆଠଟାରୁ ସନ୍ଧ୍ୟା ପାଞ୍ଚଟା ତିରିଶ ଭିତରେ ହୋଇଥାଏ ।
ଏହି ଚିକିତ୍ସା ସମୟରେ ରୋଗୀକୁ କିଛି ମିନିଟ୍ ପାଇଁ ଚିକିତ୍ସିତ ହେଉଥିବା କୋଠରୀରେ ଏକୁଟିଆ ରହିବାକୁ ପଡିଥାଏ ।
ସେଥିପାଇଁ ରୋଗୀ ଆଦୌ ଭୟଭୀତ ହେବାର କାରଣ ନାହିଁ ।
ରେଡିଏସନ୍ ଥେରାପି ପରେ ପରେ ରୋଗୀ ସ୍ତନ ଉପରେ ସ୍ପର୍ଶଜନିତ ଭିନ୍ନ ଅନୁଭବ କରିଥାଆନ୍ତି ଓ ସ୍ତନଟି କଳା ପଡିଯାଇଥାଏ ।
ଏହାଛଡା ରୋଗୀ ବାନ୍ତି ଓ ଦୁର୍ବଳତା ଅନୁଭବ କରିପାରେ ।
ରେଡିଏସନ୍ ଥେରାପିର କାର୍ଯ୍ୟକାରିତା
ରେଡିଏସନ୍ ରଶ୍ମିଦ୍ଵାରା କର୍କଟ ରୋଗଗ୍ରସ୍ତ କୋଷ ଗୁଡିକ ନଷ୍ଟହେବା ସହିତ ସେମାନଙ୍କ ସଂଖ୍ୟା ବହୁପରିମାଣରେ କମିଯାଏ ।
ଏଠାରେ କୁହାଯାଇପାରେ ଯେ ଶରୀରରେ ଥିବା ଯେକୌଣସି ସାଧାରଣ କୋଷ ଗୁଡିକରେ ଏହି ସ୍ଵତନ୍ତ୍ର ରଶ୍ମିକୁ ସହନ କରିବା ଶକ୍ତି ଥାଏ ।
ତଥାପି ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସାଧାରଣ କୋଷଗୁଡିକ ଖୁବ୍ କମ୍ ଦିନରେ ପୂର୍ବାବସ୍ଥାକୁ ଫେରିଆସନ୍ତି ।
ସେଇଥିପାଇଁ ରେଡିଏସନ୍ ଚିକିତ୍ସା ପାଞ୍ଚରୁ ସାତ ସପ୍ତାହ ପର୍ଯ୍ୟନ୍ତ ସୀମିତ ରଖାଯାଏ ।
ରେଡିଏସନ୍ ଥେରାପିର ଯୋଜନା
ରେଡିଏସନ୍ ଚିକିତ୍ସକ ରୋଗୀକୁ ଭଲଭାବରେ ପରୀକ୍ଷା ନିରୀକ୍ଷା କରି ରେଡିଏସନ୍ ପଦ୍ଧତି, ପାର୍ଶ୍ଵପ୍ରତିକ୍ରିୟା, ସମୟ, ବ୍ୟବଧାନ ଓ ଉପକାରିତା ବିଷୟରେ ପ୍ରାଞ୍ଜଳଭାବେ ବୁଝାଇଥାନ୍ତି ।
ଚିକିତ୍ସା ଆରମ୍ଭ ପୂର୍ବରୁ ସଂକ୍ରମିତ ସ୍ଥାନ ଠାରୁ ଅଧିକ କେତେ ସ୍ଥାନରେ ରେଡିଏସନ୍ ପ୍ରୟୋଗ କରାଯିବ, ତାହା ମପାଚୁପା ହୋଇ ସ୍ଥିର କରାଯାଏ ।
ଏହାର ଉଦ୍ଦେଶ୍ୟ କମ୍ପ୍ୟୁଟରାଇଜଡ୍ ଚିକିତ୍ସା ପଦ୍ଧତି ଦ୍ଵାରା ସଂକ୍ରମିତ କୋଷ ଗୁଡିକୁ ଯଥାସମ୍ଭବ ନଷ୍ଟ କରିବା ସହିତ ଭଲଥିବା କୋଷଗୁଡିକୁ ସୁରକ୍ଷା ପ୍ରଦାନ କରିବା ଜଣାପଡିଥାଏ ।
ଏହି ଚିକିତ୍ସାରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ଗୁଡିକ ପୂରାପୂରି ସିଲ୍ କରାଯାଇଥାଏ ।
ଯାହାଦ୍ୱାରା ଏହାର ପ୍ରଭାବ, ଚିକିତ୍ସକ, ନର୍ସ କିମ୍ବା ରୋଗୀର ସମ୍ପର୍କୀୟମାନଙ୍କ ଉପରେ ପଡିପାରେ ନାହିଁ ।
ଏହି ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ଯନ୍ତ୍ରଣାବିହୀନ ।
ଚିକିତ୍ସା ପରେ ରୋଗୀ, ଅନ୍ୟମାନଙ୍କ ସହିତ ମିଶିବା ପାଇଁ ବାରଣ ନଥାଏ ।
ଚିକିତ୍ସକ ପ୍ରତି ସପ୍ତାହରେ ରୋଗୀକୁ ପରୀକ୍ଷା କରି ଚିକିତ୍ସାର ଅଗ୍ରଗତି ଓ ପାର୍ଶ୍ଵପ୍ରତିକ୍ରିୟା ବିଷୟରେ ଅନୁଧ୍ୟାନ କରିଥାନ୍ତି ।
ରେଡିଏସନ୍ ଥେରାପି ସମୟରେ ସାବଧାନତା
ରେଡିଏସନ୍ ଥେରାପି ଦ୍ଵାରା କିଛିଟା ଚର୍ମରୋଗକୁ ଉପେକ୍ଷା କରାଯାଇପାରେନା ।
ପ୍ରାରମ୍ଭିକଭାବେ ରୋଗୀର ଚର୍ମରେ ଉଷୁମ ରହିବା, ଲାଲ ପଡିବା, କୁଣ୍ଡେଇ ହେବା, ସ୍ପର୍ଶକାତରତା ଇତ୍ୟାଦି ହୋଇଥାଏ ।
ତା’ପରେ ଏହାର ରଙ୍ଗ କଳା ପଡିଯାଏ ।
କେତେକ ରୋଗୀଙ୍କ ପକ୍ଷରେ ଚର୍ମ ଶୁଖିଲା ଓ କଠିନ ହୋଇଯାଏ ।
ସମୟେ ସମୟେ ଚର୍ମରୁ କାତି ଛାଡିଥାଏ ।
ରେଡିଏସନ୍ ଚିକିତ୍ସାରେ ଥିବା ସମୟରେ ରୋଗୀ ସମ୍ପୂର୍ଣ୍ଣ ଗାଧୋଇ ପାରିବେ; କିନ୍ତୁ ସାବୁନ୍, ତେଲ, କ୍ରିମ୍ ବା ଅନ୍ୟ କୌଣସି ପ୍ରସାଧାନ ସମାଗ୍ରୀ ବ୍ୟବହାର କରିବେ ନାହିଁ ।
ଗାଧୋଇବା ସମୟରେ ଆକ୍ରାନ୍ତ ଚର୍ମକୁ ଘଷିବା ଉଚିତ୍ ନୁହେଁ ।
ଚିକିତ୍ସା ସମୟରେ ଢିଲା ବ୍ଲାଉଜ୍ ଓ ଢିଲା ବ୍ରା ପିନ୍ଧିବା ଉଚିତ୍ ।
ରେଡିଏସନ୍ ଥେରାପି ଚିକିତ୍ସା ଚାଲୁ ରହିଥିବା ବେଳେ ସ୍ତନ ଭିତରେ ଥିବା ମାଂସପେଶୀ ଗୁଡିକ କଠିନ ଓ ସ୍ଥାଣୁ ହୋଇଯାଏ ।
ଏହା ମାସ ମାସ ଧରି ଏପରିକି କେତେକବର୍ଷ ପର୍ଯ୍ୟନ୍ତ ମଧ୍ୟ ଏହି ଅବସ୍ଥାରେ ରହିଯାଏ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment