Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
51ddae8e
Commit
51ddae8e
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
5262b689
Changes
1
Show whitespace changes
Inline
Side-by-side
Showing
1 changed file
with
59 additions
and
0 deletions
+59
-0
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_27_pmo_1_final
...allel_corpora/Odia_files/sent_odia_PIB_jan_27_pmo_1_final
+59
-0
No files found.
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_27_pmo_1_final
0 → 100644
View file @
51ddae8e
ବିଶିଷ୍ଟ ହକି ଖେଳାଳି ଶ୍ରୀ ଚରଣଜିତ ସିଂହଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ହକି ଖେଳାଳି ଶ୍ରୀ ଚରଣଜିତ ସିଂହଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିଶିଷ୍ଟ ହକି ଖେଳାଳି ଶ୍ରୀ ଚରଣଜିତ ସିଂହଙ୍କ ଦେହାନ୍ତରେ ଦଃଖିତ ।
ସେ ଭାରତୀୟ ହକି ଦଳର ସଫଳତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ବିଶେଷକରି ୧୯୬୦ ଦଶକରେ ରୋମ ଏବଂ ଟୋକିଓ ଅଲିମ୍ପିକ୍ସରେ ।
ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ।
ଓମ୍ ଶାନ୍ତି ।”
ପ୍ରଧାନମନ୍ତ୍ରୀ କ୍ୟାରିଅପ୍ପା ପଡିଆରେ ଏନସିସି ପିଏମ୍ ରାଲିକୁ କରିବେ ସମ୍ବୋଧନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୮.୦୧.୨୦୨୨) ଦିଲ୍ଲୀରେ କ୍ୟାରିଅପ୍ପା ପଡିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପିଏମ ରାଲିକୁ ଦିନ ପ୍ରାୟ ବାରଟାବେଳେ ସମ୍ବୋଧନ କରିବେ ।
ଏନସିସି ଦିବସ ଗଣତନ୍ତ୍ର ଦିବସ ଶିବିରର ଉଦ୍ଯାପନୀ ସମାରୋହ ସହ ପ୍ରତିବର୍ଷ ଜାନୁୟାରୀ ୨୮ତାରିଖ ଦିନ ପାଳିତ ହୋଇଥାଏ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସମରଶିକ୍ଷାର୍ଥୀମାନଙ୍କ ଦ୍ୱାରା ବିଭିନ୍ନ ସେବା ସମର କୌଶଳ, ମାଇକ୍ରୋଲାଇଟ୍ ପ୍ଲାଇଂ, ପାରାସେଲିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଅବଲୋକନ କରିବେ ।
ଶ୍ରେଷ୍ଠ କ୍ୟାଡେଟ ପ୍ରଧାନମନ୍ତ୍ରୀଙ୍କ ଠାରୁ ପଦକ ଓ ବ୍ୟାଟନ ଗ୍ରହଣ କରିବେ ।
ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଘାଟନୀ ଅଭିଭାଷଣ
ମହାମାନ୍ୟ,
ପ୍ରଥମ ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀରେ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି ।
ଭାରତ ଏବଂ କେନ୍ଦ୍ର ଏସୀୟ ଦେଶ ଗୁଡିକ ମଧ୍ୟରେ କୂଟନୈତିକ ସମ୍ପର୍କ ସଫଳତାର ସହିତ ୩୦ ବର୍ଷ ପୂରଣ କରିଛି ।
ବିଗତ ତିନି ଦଶନ୍ଧି ମଧ୍ୟରେ ଆମର ସହଯୋଗ ଯୋଗୁଁ ଅନେକ ସଫଳତା ହାସଲ ହୋଇ ପାରିଛି ।
ଏବଂ ଏବେ, ଏହି ମହତ୍ୱପୂର୍ଣ୍ଣ ସମୟରେ, ଆମକୁ ଆଗାମୀ ବର୍ଷ ଗୁଡିକ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ଭିଜନ୍/ ଦୃଷ୍ଟିକୋଣ ସ୍ଥିର କରିବା ଉଚିତ୍ ।
ଏମିତି ଭିଜନ୍/ ଦୃଷ୍ଟିକୋଣ ଯାହା ପରିବର୍ତିତ ବିଶ୍ୱରେ ଆମ ଲୋକମାନଙ୍କୁ ବିଶେଷତଃ ଯୁବପିଢ଼ିଙ୍କର ଆଶାକୁ ପୂରଣ କରି ପାରିବ ।
ମହାମାନ୍ୟ,
ଦ୍ୱିପାକ୍ଷିକ ସ୍ତରରେ ଭାରତର ସମସ୍ତ ମଧ୍ୟ – ଏସୀୟ ଦେଶଗୁଡିକ ସହିତ ଘନିଷ୍ଠ ସମ୍ପର୍କ ରହିଛି ।
ମହାମାନ୍ୟ,
କାଜାଖସ୍ତାନ ଭାରତର ଶକ୍ତି ସୁରକ୍ଷା ନିମନ୍ତେ ଏକ ମହପୂର୍ଣ୍ଣ ଅଂଶୀଦାର ହୋଇଯାଇଛି ।
ମୁଁ କାଜାଖସ୍ତାନରେ ଅଳ୍ପ କିଛି ଦିନ ଭିତରେ ହୋଇଥିବା ଜନ - ଧନର କ୍ଷୟକ୍ଷତି ନିମନ୍ତେ ସମ୍ବେଦନା ପ୍ରକାଶ କରୁଛି ।
ଉଜବେକିସ୍ତାନ ସହିତ ଆମର ବୃଦ୍ଧି ପାଉଥିବା ସହଯୋଗରେ ଆମ ରାଜ୍ୟ ସରକାରମାନେ ମଧ୍ୟ ସକ୍ରିୟ ଭାଗୀଦାର ଅଟନ୍ତି ।
ଏଥିରେ ମୋର ନିଜ ରାଜ୍ୟ ଗୁଜୁରାଟ ମଧ୍ୟ ସାମିଲ୍ ଅଟେ ।
କିରଗିଜ୍ସ୍ତାନ ସହିତ ଆମର ଶିକ୍ଷା ଏବଂ ଉଚ୍ଚସ୍ତରୀୟ ଗବେଷଣା କ୍ଷେତ୍ରରେ ସକ୍ରିୟ ଭାଗୀଦାରୀ ରହିଛି ।
ହଜାର ହଜାର ଭାରତୀୟ ଛାତ୍ର ସେଠାରେ ପଢ଼ୁଛନ୍ତି ।
ତାଜିକିସ୍ତାନ ସହିତ ଆମର ସୁରକ୍ଷା କ୍ଷେତ୍ରରେ ଦୀର୍ଘ ଦିନରୁ ସହଯୋଗ ରହିଛି ।
ଏବଂ ଆମେ ଏହାକୁ ନିରନ୍ତର ଭାବେ ଅଧିକ ସୁଦୃଢ଼ କରୁଛୁ ।
ତୁର୍କମେନିସ୍ତାନ ଆଂଚଳିକ ସଂଯୋଗ କ୍ଷେତ୍ରରେ ଭାରତୀୟ ଦୃଷ୍ଟିକୋଣର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ, ଯାହା ଅସଗାବାତ ଚୁକ୍ତିରେ ଆମର ଭାଗୀଦାରୀତାକୁ ସ୍ପଷ୍ଟ କରେ ।
ମହାମାନ୍ୟ,
କ୍ଷେତ୍ରୀୟ ସୁରକ୍ଷା ନିମନ୍ତେ ଆମ ସମସ୍ତଙ୍କ ଚିନ୍ତା ଏବଂ ଉଦ୍ଦେଶ୍ୟ ସମାନ ଅଟେ ।
ଆଫଗାନିସ୍ତାନର ଘଟଣାକ୍ରମକୁ ନେଇ ଆମେ ସମସ୍ତେ ଚିନ୍ତିତ ।
ଏହି ପରିପ୍ରେକ୍ଷୀରେ ମଧ୍ୟ, କ୍ଷେତ୍ରୀୟ ସୁରକ୍ଷା ଏବଂ ସ୍ଥିରତା ନିମନ୍ତେ ଆମର ପାରସ୍ପରିକ ସହଯୋଗ ଆହୁରି ମହତ୍ୱପୂର୍ଣ୍ଣ ହୋଇଯାଇଛି ।
ମହାମାନ୍ୟ,
ଆଜିର ସମ୍ମିଳନୀର ତିନିଗୋଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି ।
ପ୍ରଥମତଃ, ଏହା ସ୍ପଷ୍ଟ କରିବା ଯେ ଭାରତ ଏବଂ କେନ୍ଦ୍ର – ଏସିଆ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ କ୍ଷେତ୍ରୀୟ ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ଆନିବାର୍ଯ୍ୟ ଅଟେ ।
ଭାରତର ଆଭିମୁଖ୍ୟରୁ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏକ ସମନ୍ୱିତ ଏବଂ ସ୍ଥିର ବିସ୍ତାରିତ ପଡୋଶୀ ଦେଶ ପାଇଁ ଭାରତର ଦୃଷ୍ଟିକୋଣରେ କେନ୍ଦ୍ର ଏସିଆ ପ୍ରମୁଖ ଅଟେ ।
ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି, ଆମର ସହଯୋଗକୁ ଏକ ପ୍ରଭାବଶାଳୀ ରୂପ/ ଆକାର ଦେବାର ଅଛି ।
ଏଥିରେ ବିଭିନ୍ନ ସ୍ତରରେ ଏବଂ ବିଭିନ୍ନ ଅଂଶଧାରକମାନଙ୍କ ମଧ୍ୟରେ, ନିୟମିତ ଯୋଗାଯୋଗ/ ଭାବ ବିନିମୟର ଏକ ଢାଂଚା ସ୍ଥାପିତ ହେବ ।
ଏବଂ ତୃତୀୟ ଉଦ୍ଦେଶ୍ୟ ହେଉଛି, ଆମର ସହଯୋଗ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପ୍ ପ୍ରସ୍ତୁତ କରିବାର ଅଛି ।
ଏହା ମାଧ୍ୟମରେ ଆମେ ଆଗାମୀ ତିରିଶ ବର୍ଷ ମଧ୍ୟରେ ଆଂଚଳିକ ସଂଯୋଗୀକରଣ ଏବଂ ସହଯୋଗ ନିମନ୍ତେ ଏକ ସମନ୍ୱିତ ଆଭିମୁଖ୍ୟ ଆପଣେଇ ପାରିବା ।
ମାହାମାନ୍ୟ,
ମୁଁ ପୁଣି ଥରେ ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀର ପ୍ରଥମ ବୈଠକରେ ଆପଣ ସମସ୍ତଙ୍କର ହାର୍ଦ୍ଦିକ ସ୍ୱାଗତ କରୁଛି ।
ଭାରତ-କେନ୍ଦ୍ର ଏସିଆ ଭର୍ଚୁଆଲ ଶିଖର ସମ୍ମିଳନୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀ ୨୭ ଜାନୁଆରୀ ୨୦୨୨ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ରାଷ୍ଟ୍ରପତିମାନେ ଅଂଶଗ୍ରହଣ କରିଥିଲେ ।
ଭାରତ ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ଥର ପାଇଁ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା ।
ଶିଖର ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ର ନେତାମାନେ ଭାରତ-କେନ୍ଦ୍ର ଏସିଆ ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବା ଲାଗି ଆଲୋଚନା କରିଥିଲେ ।
ଏକ ଐତିହାସିକ ନିଷ୍ପତ୍ତିକ୍ରମେ, ଶିଖର ସମ୍ମିଳନୀ ବ୍ୟବସ୍ଥାକୁ ସଂସ୍ଥାଗତ ରୂପ ଦେବା ପାଇଁ ଉଭୟ ପକ୍ଷର ନେତାମାନେ ସହମତ ହୋଇଥିଲେ ,ଏଣିକି ପ୍ରତି ୨ ବର୍ଷରେ ଥରେ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯିବ ।
ଶିଖର ସମ୍ମିଳନୀ ବୈଠକ ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ନିୟମିତ ବ୍ୟବଧାନରେ ବିଦେଶ ମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ସୁରକ୍ଷା ପରିଷଦ ସଚିବମାନଙ୍କ ମଧ୍ୟରେ ବୈଠକ ଆୟୋଜନ ଲାଗି ମଧ୍ୟ ସେମାନେ ସହମତ ହୋଇଥିଲେ ।
ନୂତନ ବ୍ୟବସ୍ଥାକୁ ସମର୍ଥନ ଯୋଗାଇ ଦେବା ଲାଗି ନୂଆଦିଲ୍ଲୀ ଠାରେ ଏକ ଭାରତ-କେନ୍ଦ୍ର ଏସିଆ ସଚିବାଳୟ ସ୍ଥାପନ କରାଯିବ ।
ବାଣିଜ୍ୟ ଓ ଯୋଗାଯୋଗ, ବିକାଶମୂଳକ ସହଯୋଗ, ପ୍ରତିରକ୍ଷା ଓ ସୁରକ୍ଷା ଏବଂ ବିଶେଷ କରି ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ କ୍ଷେତ୍ରରେ ସହଯୋଗକୁ ଆହୁରି ବଢ଼ାଇବା ନିମନ୍ତେ ଦୂରଗାମୀ ପ୍ରସ୍ତାବଗୁଡ଼ିକ ଉପରେ ନେତାମାନେ ଆଲୋଚନା କରିଥିଲେ ।
ଶକ୍ତି ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ରାଉଣ୍ଡ ଟେବୁଲ ବୈଠକ ଆୟୋଜନ; ଆଫଗାନିସ୍ତାନ ଏବଂ ଚାବାହର ବନ୍ଦର ଉପଯୋଗ ଉପରେ ବରିଷ୍ଠ ଅଧିକାରୀ ସ୍ତରରେ ମିଳିତ କାର୍ଯ୍ୟ ଗୋଷ୍ଠୀ ବୈଠକ; କେନ୍ଦ୍ର ଏସୀୟ ରାଷ୍ଟ୍ରମାନଙ୍କରେ ବୌଦ୍ଧ ପ୍ରଦର୍ଶନୀ ପ୍ରଦର୍ଶିତ କରିବା; ସାଧାରଣ ଶବ୍ଦଗୁଡ଼ିକୁ ନେଇ ଭାରତ-କେନ୍ଦ୍ର ଏସୀୟ ଶବ୍ଦକୋଷ ଆରମ୍ଭ କରିବା; ମିଳିତ ଆତଙ୍କବାଦ ନିରୋଧୀ ଅଭ୍ୟାସ; କେନ୍ଦ୍ର ଏସୀୟ ରାଷ୍ଟ୍ରଗୁଡ଼ିକରୁ ବାର୍ଷିକ ଆଧାରରେ ୧୦୦ ଜଣିଆ ଯୁବ ପ୍ରତିନିଧି ଭାରତକୁ ଆସିବା ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ରଦୂତମାନଙ୍କ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ବ୍ୟବସ୍ଥା ଆଦି ଏସବୁ ପ୍ରସ୍ତାବରେ ସାମିଲ ରହିଛି ।
ଆଫଗାନିସ୍ତାନରେ ବର୍ତ୍ତମାନ ଦେଖା ଦେଇଥିବା ପରିସ୍ଥିତି ସମ୍ପର୍କରେ ମଧ୍ୟ କେନ୍ଦ୍ର ଏସୀୟ ରାଷ୍ଟ୍ର ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ ।
ବାସ୍ତବରେ ପ୍ରତିନିଧି ଆଧାରିତ ଏବଂ ସମାବେଶୀ ସରକାର ସହିତ ଆଫଗାନିସ୍ତାନରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ପ୍ରତିଷ୍ଠା ଲାଗି ନେତାମାନେ ସେମାନଙ୍କର ସମର୍ଥନକୁ ଦୋହରାଇଥିଲେ ।
ଆଫଗାନିସ୍ତାନର ଲୋକମାନଙ୍କୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଭାରତର ନିରନ୍ତର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ।
ଦୀର୍ଘସ୍ଥାୟୀ ଏବଂ ବ୍ୟାପକ ଭାରତ-କେନ୍ଦ୍ର ଏସିଆ ସହଭାଗିତା ପାଇଁ ସେମାନଙ୍କର ସହଭାଗୀ ସଂକଳ୍ପକୁ ପ୍ରତିଫଳିତ କରୁଥିବା ଏକ ବିସ୍ତୃତ ମିଳିତ ଘୋଷଣାନାମାକୁ ସମସ୍ତ ନେତାମାନେ ଗ୍ରହଣ କରିଥିଲେ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment