Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
53dd38c8
Commit
53dd38c8
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
ba4d8ff9
Changes
1
Show whitespace changes
Inline
Side-by-side
Showing
1 changed file
with
137 additions
and
0 deletions
+137
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia22.txt
...ngual-corpora/vikaspedia.in/vikashpedia_health_odia22.txt
+137
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia22.txt
0 → 100644
View file @
53dd38c8
ଆମବାତ ଓ ତା’ର ସଫଳ ଚିକିତ୍ସା
ବାତରୋଗ
ଆୟୁର୍ବେଦରେ ବର୍ଣ୍ଣିତ ୧୨୦ ପ୍ରକାର ବାତରୋଗ ମଧ୍ୟରୁ ଆମବାତ ଅନ୍ୟତମ ।
ଏହା ଏକ କଷ୍ଟସାଧ୍ୟ ରୋଗ ।
ଯାହାକି ସମଗ୍ର ଭାରତ ବର୍ଷରେ ସବୁ ବୟସର ଲୋକଙ୍କ ମଧ୍ୟରେ ଦେଖା ଯାଇଥାଏ ।
୪୦ ବର୍ଷ ଭିତରେ ଏହି ରୋଗ ବେଶୀ ଭାଗ ଲୋକଙ୍କ ମଧ୍ୟରେ ହୁଏ ।
ହାତର ମଧ୍ୟମ ଆଙ୍ଗୁଳିରୁ ଆରମ୍ଭ ହୋଇ ଅନ୍ୟ ଆଙ୍ଗୁଳିମାନଙ୍କୁ ସଂଚାରିତ ହୋଇଥାଏ ।
ପ୍ରଥମାବସ୍ଥାରୁ ଏହି ରୋଗ ଅଧିକ ପ୍ରଭାବଶାଳୀ ହୋଇ ନଥାଏ ।
ସମୟାନୁକ୍ରମେ ଅଥବା ପୁରାତନ ଅବସ୍ଥାରେ ଏହା ସ୍ନାୟ ଓ ମାଂସପେଶୀ ମାନଙ୍କୁ ଶୁଷ୍ମ କରିଥାଏ ।
ଭାବ ପ୍ରକାଶଙ୍କ ମତରେ ମୁଖ୍ୟତଃ ଏହି ରୋଗରେ ବଡ ବଡ ସନ୍ଧି ବିକୃତି ହୋଇଥାଏ ।
ରୋଗ ସଂକ୍ରମଣ ସମୟରେ ସମସ୍ତ ସନ୍ଧି ଏକ ସମୟରେ ବିକୃତ ହୋଇ ନଥାଏ ।
ପ୍ରଥମାବସ୍ଥାରେ ଯେଉଁ ସନ୍ଧି ବିକୃତ ହୋଇଥାଏ, ତାହା ଦିନେ କିମ୍ବା ଦୁଇ ମଧ୍ୟରେ କମି ଯାଇଥାଏ କିନ୍ତୁ ପୁନଃଶ୍ଚ କିଛି ଦିନ ପରେ ଆରମ୍ଭ ହୋଇଥାଏ ।
ଆମବାତ ‘ଆମ’ ଓ ‘ବାତ’ ଦୁଇଟି ଶବ୍ଦର ମିଶ୍ରଣରୁ ସୃଷ୍ଟି ।
ଆମ ଅର୍ଥ ଅଜୀର୍ଣ୍ଣ ଓ ବାତର ଅର୍ଥ ବାତ ଦୋଷ ।
ଆମ ରସ ବାୟୁଦ୍ଵାରା ପ୍ରରିତ ହୋଇ ରକ୍ତ ବାହିନୀ ଦ୍ଵାରା ସର୍ବ ଶାରୀରରେ ପରିଭ୍ରମଣ କରି ଆମବାତ ରୋଗ ସୃଷ୍ଟି କରିଥାଏ ।
କାରଣ
ବିରୁଦ୍ଧ ଆହାର ( ମାଛ+ଦୁଧ) ( ଘୁତ+ ମଧୁ) ସମ ମାତ୍ରାରେ ସେବନ
ସ୍ନିଗ୍ଧ ଭୋଜନ ପରେ ବ୍ୟାୟାମ
କୌଣସି ପରିଶ୍ରମ ନ କରିବା
ଆନୁପ ଜୀବର ମାଂସ ସେବନ କରିବା ଦୂଷିତ, ଜଳ ପାନ କରିବା ଦ୍ଵାରା ଆମରସ ବାତ ଦୋଷ ଦ୍ଵାରା ପ୍ରେରିତ ହୋଇ କଫର ସ୍ଥାନ ଆମାଶୟ, ସନ୍ଧି, ହୃଦୟ ପ୍ରଦେଶକୁ ଗତିକରି କଫ ସହିତ ମିଶି କୁପିତ ହୋଇଥାଏ ।
ଏହି ଆମ ରସ ପୁନୁଶ୍ଚ ବାୟୁ ଦ୍ଵାରା ପ୍ରେରିତ ହୋଇ ଧମନୀ ଗୁଡିକରେ ପ୍ରସେବ କରିଥାଏ ।
ଏବଂ ତିନି ଦୋଷର ପ୍ରକୋପ ଶରୀରର ସ୍ରୋତରେ କ୍ଲେଦ ଉତ୍ପନ୍ନ କରିଥାଏ ।
ବାତ ଓ ଆମ ଏକ ସମୟରେ ପ୍ରକୁପିତ ହୋଇ କୋଷ୍ଠ, ତ୍ରିକ ପ୍ରଦେଶତଥା ସନ୍ଧି ମାନଙ୍କରେ ପ୍ରବେଶ କରି ଆମବାତ ରୋଗ ସୃଷ୍ଟି କରିଥାଏ ।
ଭାବପ୍ରାକାଶକଙ୍କ ମତରେ ଯୁବକ ଅବସ୍ଥାରେ ଅର୍ଥାତ ୩୦ ବର୍ଷ ପରେ ଏହି ରୋଗ ପ୍ରାୟ ଦେଖା ଯାଇଥାଏ ।
ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକ ମାତ୍ରାରେ ହୋଇଥାଏ ।
ଥଣ୍ଡା ଜଳବାୟୁରେ ବାସ କରୁଥିବା ବ୍ୟକ୍ତି ମାନଙ୍କୁ ଏହି ରୋଗ ହୋଇଥାଏ ।
ଉଷ୍ଣ ଜଳବାୟୁରେ କମ୍ ହୋଇଥାଏ ।
ପାଣିରେ ଓଦା ହେବା, ଓଦା ବସ୍ତ୍ର ପରିଧାନ କରୀୟ ରହିବା, ସନ୍ତସନ୍ତିଆ ସ୍ଥାନରେ ବାସ କରିବା ଝାଳ ବାହାରିବା ଅବସ୍ଥାରେ ପବନ ସଂସ୍ପର୍ଶରେ ଆସିବା ଓ ଦରିଦ୍ରତା ଆଦି କାରଣରୁ ମଧ୍ୟ ଆମବାତ ହୋଇଥାଏ ।
ନାସା, ଗଲାଓ ଟନସିଲ୍ ଆଦି ଦୂଷିତ କାରଣରୁ ଆମବାତ ହୋଇଥାଏ ।
ଲକ୍ଷଣ
ସମସ୍ତ ଅଙ୍ଗରେ ପୀଡା ଅନୁଭବ କରିବା, ଖାଦ୍ୟ ଗ୍ରହଣରେ ଅନିଚ୍ଛା, ଆଳସ୍ୟ, ଶରୀର ଓଜନ ଲାଗିବା, ଜ୍ଵର ଖାଦ୍ୟ ହଜମ ନ ହେବା, ହାତ ଗୋଡ, ସିର, ଜାଣୁ ତଥା ଊରୁର ସନ୍ଧିମାନଙ୍କରେ ପୀଡାଯୁକ୍ତ ଶୋଥ ଉତ୍ପନ୍ନ ହୋଇଥାଏ ।
ବିଶେଷତଃ ଯେଉଁ ସ୍ଥାନରେ ଆମରସ ପହଞ୍ଚିଥାଏ ସେଠାରେ ବିଛା କାମୁଡିବାର ସଦୃଶ ଅନୁଭବ ହୋଇଥାଏ ।
ଏହି ରୋଗର ତ୍ରୀବ୍ର ଅବସ୍ଥାରେ ପାଟିରୁ ଲାଲସ୍ରାବ, ରାତ୍ରିରେ ନିଦ୍ରା ନ ହେବା, ଶୋଷ ଲାଗିବା, ମୁର୍ଚ୍ଛା, ଭ୍ରମ କୋଷ୍ଠବଦ୍ଧତା ଆଦି ଲକ୍ଷଣ ଦେଖା ଯାଇଥାଏ ।
ବିଶେଷତଃ ରାତ୍ରି ସମୟରେ ସ୍ଵାଭାକବିକ ଅବସ୍ଥାରେ ବାୟୁବୃଦ୍ଧି ହେବା ଦ୍ଵାରା ଯନ୍ତ୍ରଣା ଅଧିକ ଅନୁଭବ ହୋଇଥାଏ ।
ଦୋଷାଧିକ୍ୟତା ଦୃଷ୍ଟିରୁ ବାତାଧିକରେ ପୀଡା ଅଧିକ ଅନୁଭବ ହୋଇଥାଏ ।
ପିତାଧିକ୍ୟରେ ସଂକ୍ରମଣ ସ୍ଥାନ ଜଳାପୋଡା ସହ ଲାଲ ଦେଖା ଯାଇଥାଏ ।
ଯଦି କଫ ଦୋଷାଧିକ୍ୟ ହୋଇଥାଏ ତେବେ ସଂକ୍ରମିତ ସ୍ଥାନ କୁଣ୍ଡାଇ ହେବା ସହ ଓଜନିଆ ମଧ୍ୟ ଲାଗିଥାଏ ।
ଦୋଷାଧିକ୍ୟତା ଦୃଷ୍ଟିରୁ ବାତାଧିକରେ ପୀଡା ଅଧିକ ଅନୁଭବ ହୋଇଥାଏ ।
ପିତାଧିକ୍ୟରେ ସଂକ୍ରମଣ ସ୍ଥାନ କୁଣ୍ଡାଇ ହେବା ସହ ଓଜନିଆ ମଧ୍ୟ ଲାଗିଥାଏ ।
ଏକ ଦୋଷକ ଆମବାତ ସାଧ୍ୟ ଦ୍ଵି ଦୋଷଜ ଯାପ୍ୟ ତଥା ସର୍ବଶରୀର ବ୍ୟାପୀ ଶୋଥ ଯୁକ୍ତ ସନ୍ନିପାତିକ ଆମବାତ ଅସାଧ୍ୟ ହୋଇଥାଏ ।
ଦୋଷ-ଦୁଷ୍ୟ ଅଧିଷ୍ଠାନ
ଦୋଷ- ବାତ ପ୍ରଧାନ ତ୍ରିଦୋଷ
ଦୂଷ୍ୟ-ରସ, ସ୍ନାୟୁ
ଅଧିଷ୍ଠାନ- ସମୟ ସନ୍ଧିସ୍ଥଳ
ସ୍ରୋତ- ରସବହ
ସ୍ରୋତତଃ ଦୃଷ୍ଟି- ସଂଗ
ରୋଗମାର୍ଗ – ମଧ୍ୟମ ରୋଗ ମାର୍ଗ
ପାରମ୍ପରିକ ଚିକିତ୍ସା
ରୋଗୀର ବଳାବଳକୁ ବିଚାର କରି ଉପବାସ କରିବା ।
ବାଲିକୁ ଗରମ କରି କପଡାରେ ଗୁଡାଇ ପୀଡିତ ସ୍ଥାନରେ ସେକ ଦେବା ।
ଶୁଣ୍ଠି, ହରିଡା, ବଚ, ଗୁଳୁଚିକୁ ସମ ଭାଗରେ ନେଇ କ୍ଵାଥ ତିଆରି କରି ୨୦ ଗ୍ରାମ କ୍ଵାଥକୁ ସକାଳ ଓ ସନ୍ଧ୍ୟାରେ ସେବନ କରିବା ଉଚିତ୍ ।
ରାଣି ୧ ଚାମୁଚରେ ଅଧା ଚାମୁଚ ଶୁଣ୍ଠି ମିଶାଇ ଏକତ୍ର ବାଟି ୨ ଥର କରି ୧ ମାସ ସେବନ କରିବା ଉଚିତ୍ ।
ଦୁଦୁରା, ବାସଙ୍ଗ, ଜଡା ଓ ବେଗୁନିଆ ସମସ୍ତ ପତ୍ରକୁ ଏକତ୍ର ନେଇ ଗରମ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ୧ ମାସ ସେକ ଦେବା ଉଚିତ ।
ହରିତକୀ ଚୂର୍ଣ୍ଣ ୩ ଗ୍ରାମ ଓ ଏରଣ୍ଡ ତୈଳ ୧୫ ଗ୍ରାମ ମିଶାଇ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଗ୍ରହଣ କରିବା ଉଚିତ୍ ।
ଜଡା ମଞ୍ଜି ଓ ଶୁଣ୍ଠି ଚୂର୍ଣ୍ଣ ପ୍ରତ୍ୟେକ ୩ ଗ୍ରାମ୍ ନେଇ ୨୦୦ ମି.ଲି. କ୍ଷୀରରେ ମିଶାଇ କ୍ଷିରୀ ପ୍ରସ୍ତୁତ କରି ଦିନକୁ ୨ ଥର ସେବନ କରିବା ଉଚିତ୍ ।
ଦୁଦୁରା
ମୁଁ ଦୁଦୁରା ଗଛ ।
ମୋର ଉଚ୍ଚତା ୩ ରୁ ୪ ଫୁଟ ।
ମୋର ବଡ ପତ୍ର ।
କାହାଳୀ ସଦୃଶର ଫୁଲ ।
ଶିବ ପୂଜା ପାଇଁ ମୋର ଫୁଲ ଲୋଡା ପଡିଥାଏ ।
ମୋତେ ବିଷାକ୍ତ ଗଛ ବୋଲି ଲୋକ ଲୋକ କହିଥାଆନ୍ତି ।
ହେଲେ ମୋ ପତ୍ର ବାତ ରୋଗୀଙ୍କ ଯନ୍ତ୍ରଣା ଦୂରକରେ ।
ବିନ୍ଧୁଥିବା ସ୍ଥାନରେ ମୋ ପତ୍ର ଗରମ କରି କପଡାରେ ବାନ୍ଧି ସେକ ଦେଲେ ଯନ୍ତ୍ରଣା କମେ ।
ବାସଙ୍ଗ
ଦୁଦୁରା ପରି ମୁଁ ମଧ୍ୟ ଏକ ସବୁ ଦିନିଆ ଗଛ ।
ମୋର ଉଚ୍ଚତା ୮ ରୁ ୧୦ ଫୁଟ ।
ମୁଁ ସାଧାରଣତଃ ବାଡ ବଗିଚାରେ ଲାଗିଥାଏ ।
ମୋତେ ଗାଈ ଗୋରୁ ମାନେ ଖାଇ ପାରି ନ ଥାନ୍ତି ।
ମୋର ପତ୍ରକୁ ଖଣ୍ଡ ଖଣ୍ଡ କରି କାଟି ଗରମ କରି ସେକ ଦେଲେ କଫ ଦୋଷରୁ ହେଉଥିବା ଆମବାତ ଭଲ ହୋଇଥାଏ ।
ଜଡା
ମୋର ଉଚ୍ଚତା ୫ ରୁ ୧୦ ଫୁଟ ହୋଇଥାଏ ।
ମୋ ମଞ୍ଜିରୁ ତେଲ ହୁଏ ।
ଏହି ତେଲ ୪ ଟୋପା ଗରମ କ୍ଷୀର ସହ ସେବନ କଲେ ଆମ ବାତ ରୋଗରେ ଆମ ଡୋସାକୁ କାଟିବା ସହ ପତ୍ର ସେକରେ ବାତ ରୋଗ ଭଲ ହୋଇଥାଏ ।
ମର ପତ୍ରକୁ ଖଣ୍ଡ କରି କାଟି ଗରମ କରି ସନ୍ଧି ଯନ୍ତ୍ରଣା ସ୍ଥାନରେ ଗରମ ସେକ ଦେଲେ ଯନ୍ତ୍ରଣା ଦୂର ହୁଏ ।
ବେଗୁନିଆ
ଦୁଦୁରା, ବାସଙ୍ଗ, ଜଡା ପରି ମୁଁ ମଧ୍ୟ ବାତ ରୋଗୀଙ୍କୁ ପାଇଁ ଏକ ଅତି ହରକାରୀ ଗଛ ।
ସହ ସହ ବର୍ଷ ଧରି ଶସ୍ୟ ସଂରକ୍ଷଣ ପାଇଁ ଲୋକେ ମୋ ପତ୍ରକୁ ବ୍ୟବହାର କରନ୍ତି ।
ମୋ ତେଲ ମାଲିସ କଲେ ବାତ ରୋଗୀ ଭଲ ହୋଇଥାଏ ।
ଆୟୁର୍ବେଦ ଚିକିତ୍ସା ଦ୍ଵାରା ( ଶାସ୍ତ୍ରୀୟ ଔଷଧ)
ମଳବଦ୍ଧତା ( କୋଷ୍ଠବଦ୍ଧ) ମିନିତ୍ତ ବୈଶ୍ଵାନର ଚୂର୍ଣ୍ଣ, ହିଙ୍ଗ୍ୱାଦି ଚୂର୍ଣ୍ଣ ବା ତ୍ରିଫଳା ଚୂର୍ଣ୍ଣ ଆଦିର ଗୋଟିଏ ପ୍ରକାର ଚୂର୍ଣ୍ଣ ରାତିରେ ଖାଦ୍ୟପରେ ଶୋଇବା ପୂର୍ବରୁ ୨ ଚାମୁଚ ଚୂର୍ଣ୍ଣକୁ ଉଷୁମ ପାଣି ସହିତ ସେବନ କରିବା ଉଚିତ୍, ) ଚୂର୍ଣ୍ଣ ମାତ୍ରା-୩-୬ ଗ୍ରାମ)
ଅଗ୍ନିମାନ୍ଦ୍ୟ ନିମିତ୍ତ ଅଗ୍ନିତୁଣ୍ଡୀ ବଟି, ଚିତ୍ରକାଦି ବଟି ବା ରସୋନ ବଟି ଆଦି ଯେ କୌଣସି ଗୋଟିଏ ପ୍ରକାର ବଟିକୁ ସକାଳ ଓ ସନ୍ଧ୍ୟାରେ ଦିନକୁ ୨ ଥର କରି ଖୋଲି ପେଟରେ ଅଳ୍ପ ଉଷୁମ ଜଳ ସହ ସେବନ କରିବା ଉଚିତ୍ ( ବଟି ମାତ୍ରା- ୨ରୁ ୩ଟି)
ଶୋଥ ନିମିତ୍ତ ସିଂହନାଦ, ଯୋଗରାଜ, କୌଶର, ବାତାରା ଏବଂ ତ୍ରୟୋଦଶାଙ୍ଗ ଗୁଗୁଲ ମଧ୍ୟରୁ ଯେ କୌଣସି ଗୋଟିଏ ଏକୁ ସକାଳ ଓ ସନ୍ଧ୍ୟା ଜଳଖିଆ ପରେ ୨ ଟି କରି ସେବନ କରିବା ଉଚିତ୍ ।
ବେଦନା ଶାନ୍ତି ନିମିତ୍ତ ରସୌଷଧି ମଧ୍ୟରୁ ବାତଗଞ୍ଜାକୁଶ, ଆମବାତାରି, ହିଙ୍ଗୁଳେଶ୍ଵର ଆଦିରୁ ଗୋଟିଏ ପ୍ରକାର ରସୌଷଧିକୁ ଦନକୁ ୨ ଥର କରି ୨ ଟି ଲେଖାଏଁ ଖାଦ୍ୟପରେ ଗ୍ରହଣୀୟ ।
ପିଡା ଶମନ ନିମନ୍ତେ ପଞ୍ଚଗୁଣା ତୈଳ, ପ୍ରସାରଣୀ ତୈଳ, ସୈନ୍ଧବାଦି ତୈଳ ବା ନାରାୟଣ ତୈଳ ଯେ କୌଣସି ଗୋଟିଏ ପ୍ରକାର ତୈଳକୁ ସକାଳେ ଓ ରାତିରେ ୨ ଥର ଆକ୍ରାନ୍ତ ସ୍ଥାନରେ ମାଲିସ କରିବା ଆବଶ୍ୟକ ।
ରକ୍ତ ବିଶୋଧନ ନିମନ୍ତେ ଅମୃତାରିଷ୍ଟ, ପୁନନର୍ବାସବ, ବଳାରିଷ୍ଟ ଆଦିରୁ ଯେ କୌଣସି ଗୋଟିଏ ୪ ଚାମୁଚ କରି ଦିନକୁ ୨ ଥର ( ଦ୍ଵିପ୍ରହର ଓ ରାତ୍ରିର) ଖାଦ୍ୟ ପରେ ସମାନମାତ୍ରାରେ ପାଣି ମିଶାଇ ସେବନ କରିବା ଆବଶ୍ୟକ ।
ଆମବାତ ରୋଗର ଚୁମ୍ବକୀୟ ଚିକିତ୍ସା
ଆମ ବାଟାର ଚିକିତ୍ସା ମଧ୍ୟ ଚୁମ୍ବକୀୟ ପଦ୍ଧତିରେ କରାଯାଇଥାଏ ।
ଚୁମ୍ବକୀୟ ଚିକିତ୍ସା ପଦ୍ଧତିରେ ବର୍ଣ୍ଣନା କରାଯାଇ ଥିବା ୫ଟି ପ୍ରକ୍ରିୟା ମଧ୍ୟରୁ ପ୍ରଥମ ଓ ୫ମ ପ୍ରକ୍ରିୟାକୁ ଗ୍ରହଣ କରାଯାଇଥାଏ ।
ପ୍ରଥମ ପ୍ରକ୍ରିୟା –
ଦକ୍ଷିଣ ହାତର ପାପୁଲିକୁ ଚୁମ୍ବକର ଉତ୍ତର ପାର୍ଶ୍ଵରେ (pole) ଏବଂ ବାମ ହାତର ପାପୁଲିକୁ ଚୁମ୍ବକର ଦକ୍ଷିଣ ପାର୍ଶ୍ଵରେ ରଖାଯାଇଥାଏ ।
ଏହି ପ୍ରକ୍ରିୟା ସାଧାରଣତଃ ୧୦ ମିନିଟ ପର୍ଯ୍ୟନ୍ତ କରାଯାଇଥାଏ ।
୫ମ ପ୍ରକ୍ରିୟା –
ଦକ୍ଷିଣ ପାଦର ତଳ ଭାଗକୁ ସାଧାରଣତଃ ଚୁମ୍ବକର ଉତ୍ତମ ପାର୍ଶ୍ଵ ଉପରେ ଏବଂ ବାମ ପାଦକୁ ଚୁମ୍ବକର ଦକ୍ଷିଣ ପାର୍ଶ୍ଵ (pole) ଉପରେ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଦିନକୁ ୨ଥର ରଖିବା ଉଚିତ୍ ଯଦ୍ଵାରା ପାଦରେ ଥିବା ସମସ୍ତ ଶିରା ପ୍ରଶିରା ସକ୍ରିୟ ହୋଇଥାନ୍ତି ।
ପ୍ରାକୃତିକ ପଦ୍ଧତିରେ ଆମବାତର ଚିକିତ୍ସା
ଆମ ବାଟରେ ଆକ୍ରାନ୍ତ ଶିଶୁକୁ ପ୍ରଥମେ ଗୋଟିଏ ଶେଯରେ ଶୁଆଇ ଦେବା ଉଚିତ୍ ।
ତା’ପରେ ତାକୁ କିଛି ଫଳରସ ବିଶେଷକରି କମଳାରସ ପିଲାଇବା ଉଚିତ୍, ସେଥିରେ ୫୦ ଭାଗ ଜଳ + ୫୦ ଭାଗ ରସ ମିଶ୍ରଣ କରାଯାଇଥାଏ ।
ଗରମ ଓ ଥଣ୍ଡା ସେକ ଦେବା ଉଚିତ୍ ।
ଏହା ଦିନରେ ୫-୬ ଥରସି ଦେବା ଉଚିତ୍ ।
ରୋଗୀର ଶରୀରର ତାପମାତ୍ରା କମିଲା ପରେ ତାକୁ ଫଳ ଜାତୀୟ ଖାଦ୍ୟ ଦେ୪ବା ଉଚିତ୍ ।
ଯଥା-ସେଓ, ସପୁରି, ପଣସ ଅଙ୍ଗୁର, କମଳା, ଅମୃତଭଣ୍ଡା ତଥା ଋତୁ ଅନୁଯାୟୀ ଫଳ ମଧ୍ୟ ।
ଏତଦ୍ ବ୍ୟତୀତ ( ଶତାବରି ମଞ୍ଜି, କଳାଜିରା, ସେଥି ଏବଂ ଜୁଆଣିକୁ ସମଭାଗ ନେଇ ଭଲ ଭାବରେ ଗୁଣ୍ଡ କରାଯାଇଥାଏ ।
୩ ଗ୍ରାମ ଚୂର୍ଣ୍ଣକୁ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଜଳ ସହିତ ସେବନ କରିବା ଉଚିତ୍ ।
ଏହା ଦ୍ଵାରା ଆମବାଟରେ ଶୋଥ କମିଯାଇଥାଏ ।
ବାହ୍ୟ ପ୍ରୟୋଗ ନିମନ୍ତେ ୧ କେ.ଜି. ଜଡା ଗଛ ଛେରକୁ ୩ ଲିଟର ଜଳରେ ଗରମ କରାଯାଇଥାଏ ଏବଂ ଏକଚତୁର୍ଥାଂଶ ରହିଲା ପରେ ସେଥିରେ ୧/୨ କେ.ଜି. ଜଡା ତେଲ ମିଶାଇ ଗରମ କରାଯାଇଥାଏ ।
ସଂପୂର୍ଣ୍ଣ ଜଳୀୟ ଅଂଶ ବାଷ୍ପିଭୂତ ହେଲା ପରେ ବାକି ଜଡାତେଲ ଆକ୍ରାନ୍ତ ହୋଇଥିବା ସ୍ଥାନରେ ମାଲିସ କରାଯାଇଥାଏ ଏବଂ ପରେ ସେହି ସ୍ଥାନକୁ କପଡାରେ ବାନ୍ଧି ଦିଆଯାଇଥାଏ ।
ଯୋଗ ମତରେ ଆମବାତର ଚିକିତ୍ସା
ଯୋଗ ଅନୁସାରେ ଆମବାତର ଉପଶମ ନିମନ୍ତେ ପବନ ମୁକ୍ତାସନ କରାଯାଇଥାଏ ।
ପବନ ମୁକ୍ତାସନ କରିବା ପୂର୍ବରୁ ଶବାସନ କରିବାକୁ ପଡିଥାଏ, କାରଣ ଏହି ଆସନ ଦ୍ଵାରା ଶରୀର ଓ ମନର ସ୍ଥିତି ମୁକ୍ତ ହୋଇଥାଏ ।
ଶରୀର ଓ ମନ ସ୍ଥିର ହୋଇଥାଏ ।
ଶବାସନ
ପ୍ରଥମେ ଚଟାଣ ଉପରେ କମ୍ବଳ ପକାଇ ଲମ୍ବହୋଇ ଶୋଇବାକୁ ପଡିଥାଏ ।
ଏଥିରେ ମୁହଁ ଉପରେ ଆଡକୁ ରହିଥାଏ ।
ହାତ ଓ ଗୋଡ ସିଧା ରଖାଯାଇଥାଏ ଏବଂ ହାତର ପାପୁଲିକୁ ମଧ୍ୟ ଉପରେ ଆଡକୁ ରାଖାଯାଇଥାଏ ।
ତା’ପରେ ନିଶ୍ଵାସ ଓ ପ୍ରଶ୍ଵାସ ସ୍ଥିର କରି କିଛି ସମୟ ପର୍ଯ୍ୟନ୍ତ ଶ୍ଵାସକ୍ରିୟାକୁ ଗଣିବାକୁ ପଡିଥାଏ ।
ଯଦ୍ଵାରା ମନ ସ୍ଥିର ରହେ ।
ଶରୀରର ସମସ୍ତ ମାଂସପେଶୀ ଓ ସନ୍ଧି ମାନଙ୍କୁ ଢିଲା କରାଯାଇ ଥାଏ ।
ମନ ଓ ଶରୀର ସ୍ଥିର ହେଲାପରେ ପବନ ମୁକ୍ତାସନ କରାଯାଇ ଥାଏ ।
ପବନ ମୁକ୍ତାସନ
ଶବାସନ କରିବା ପରେ ପ୍ରଥମେ ଦକ୍ଷିଣ ଗୋଡକୁ ଉପରକୁ ବଙ୍କାଇବାକୁ ପଡିଥାଏ, କିନ୍ତୁ ବାମ ଗୋଡକୁ ଭୂମି ସହିତ ସିଧା ରଖାଯାଇ ଥାଏ ।
ତା’ ପରେ ହାତ ଦୁଇଟିକୁ ଆଣ୍ଠୁ ସହିତ ଛନ୍ଦି ଦିଆ ଯାଇଥାଏ ।
ତା’ ପରେ ଜଙ୍ଘ ପ୍ରଦେଶକୁ ଛାତି ଆଡକୁ ଅଣାଯାଇଥାଏ ଏବଂ ମୁଣ୍ଡ ଓ କାନ୍ଧୁକୁ ଉପରକୁ ଉଠାଯାଇଥାଏ ଏବଂ ଆଣ୍ଠୁକୁ ନାକର ମଝିରେ ରଖାଯାଇଥାଏ ।
ଶେଷରେ ଏହି ଅବସ୍ଥାରେ ୫ ମିନିଟ୍ ପର୍ଯ୍ୟନ୍ତ ରହିବ, ତା’ ପରେ ଏହା-୩-୫ ଥର ପର୍ଯ୍ୟନ୍ତ ଅଭ୍ୟାସ କରିବ ।
ବୈଜ୍ଞାନିକ ମାଲିସ ଅନୁସାରେ ଆମବାତର ଚିକିତ୍ସା
ଆମବାଟ ରୋଗ ସାଧାରଣ ରକ୍ତ ଦୂଷିତ କାରଣରୁ ହିଁ ହୋଇଥାଏ ।
ତେଣୁ ଯେପରି ଭାବରେ ମଳବଦ୍ଧ ନାସ ନିମନ୍ତେ ଏନିମା, କଟିସ୍ନାନ, ଆଦି କର୍ମ କରାଯାଇ ଥାଏ, ଠିକ୍ ସେହିପରି ମାଲିସ କରିବା ଦ୍ଵାରା ରକ୍ତନଳିକା ପରିଷ୍କାର ହେବା ସହିତ ରକ୍ତର ସଂଚାର ଭଲରେ ହୋଇଥାଏ ।
ସାଧାରଣଃ ରୋଗୀର ବଳାନୁସାରେ ମାଲିସ କର୍ମ କରାଯାଇ ଥାଏ ।
ଏଥିରେ ପ୍ରଥମେ ଆଘାତ ହୋଇଥିବା ସ୍ଥାନରେ୪ ଆଙ୍ଗୁଠି ସାହାଯ୍ୟରେ ଧୀରେ ଧୀରେ ସେହି ସ୍ଥାନର ଚତୁଃପାର୍ଶ୍ଵକୁ ଚାପ ଦେଇ ହୃଦୟ ପର୍ଯ୍ୟନ୍ତ ମାଲିସ କରିବା ଆବଶ୍ୟକ ।
ଏଥି ନିମନ୍ତେ ଅଗ୍ନି ତଥା ଲାଲ ବୋତଲରେ ଥିବା ତୈଳ ଆବଶ୍ୟକ ହୋଇଥାଏ ।
ମାଲିସ କରିସାରିବା ପରେ ରୋଗୀକୁ କିଛି ସମୟ ଖରାରେ ରଖାଯାଇ ଥାଏ ଏବଂ ତା’ ପରେ ଅନ୍ୟ ସବୁ ଉପଚାର କରିବା ଆବଶ୍ୟକ ।
ଏହା ବ୍ୟତୀତ ଏହି ରୋଗରେ ଉପବାସ ହିଁ ସବୁଠାରୁ ବେଶି ଲାଭପ୍ରଦ ହୋଇଥାଏ ।
ଉପବାସରେ ରୋଗୀକୁ ମହୁ ମିଶ୍ରିତ ଲେମ୍ବୁପାଣି ଦିନକୁ ୪-୫ ଥର ଦେବା ( ୧-୧ ୧/୧ ଚାମୁଚ ଉଚିତ ।
୫-୬ ଦିନ ଉପବାସ ରୋଗୀକୁ ସବୁଜ ପନି ପାରିବା ଏବଂ ଫଳରସ ପାନ କରିବାକୁ ଦେବା ଉଚିତ୍ ।
ଖାଦ୍ୟରେ ସାଧାରଣତଃ ଚୋକଡ, ଅତାର ରୁଟି, ଦୁଧ ଫଳ, ସାଲାଡ ଆଦି ଉପଯୋଗୀ ।
ପାଳଙ୍ଗ ଶାଗ ବର୍ଜନୀୟ ।
ଋସୁନ – ଏହାସ ରୋଗର ପରମ ଔଷଧ ଅଟେ ।
ଖାତା ଜାତୀୟ ପଦାର୍ଥ ମଧ୍ୟ ବର୍ଜନୀୟ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment