Commit 59946aab authored by Nayan Ranjan Paul's avatar Nayan Ranjan Paul

Upload New File

parent babfaa27
ଯନ୍ତ୍ରଣାଦାୟକ ଗଣ୍ଠିରୋଗ'ଗାଉଟ୍’
ଗଣ୍ଠିରୋଗ
ଶତାଧିକ ପ୍ରକାର ଗଣ୍ଠିବାତ ମଧ୍ୟରୁ ସବୁଠୁ ଅଧିକ ଯନ୍ତ୍ରଣାଦାୟକ ହେଲା ଗାଉଟ୍ ।
ଏହି ରୋଗରେ ଗଣ୍ଠି ଫୁଲି ନାଲି ପଡ଼ିଯାଏ, ଗଣ୍ଠି ଉପର ଉଷୁମ ଲାଗେ ।
ଏହି ରୋଗ ମୁଖ୍ୟତଃ ପଚାଶ ବର୍ଷରୁ ଉର୍ଦ୍ଧ୍ଵ ପୁରୁଷ ଓ ସ୍ତ୍ରୀ ଲୋକଙ୍କ ସହିତ ଧନୀ ଲୋକଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଏ ।
ଏହାର କାରଣ ହେଲା ଜୀବନଶୈଳୀ, ଖାଦ୍ୟ ଓ ପାନୀୟ ।
ପୁଷ୍ଟିସାର (ପ୍ରୋଟନ୍) ଖାଦ୍ୟ ଯଥା- ମାଂସ, ମାଛ, ଡାଲି, କ୍ଷୀର, ଛେନା ଅଧିକ ଖାଇବା, ଅଧିକ ମଦପାନ କରିବା ରକ୍ତରେ ୟୁରିକ ଏସିଡର ପରିମାଣ ବଢ଼ାଇଥାଏ ।
ରକ୍ତରେ ୟୁରିକ ଏସିଡୁର ପରିମାଣ ଶତକଡ଼ା ୪ ରୁ ୭ ମିଲିଗ୍ରାମ ।
ଏଥିରୁ ଅଧିକ ହେଲେ ୟୁରିକ ଏସିଡ୍ ମିଶ୍ରି ଭଳି କ୍ରିଷ୍ଟାଲ ହୋଇ ଗଣ୍ଠିରେ ଜମା ହୋଇଯାଏ ।
ଫଳରେ ଗଣ୍ଠି ଫୁଲି ଦରଜ ହୁଏ ଏବଂ ଏହା ଉପର ନାଲି ପଡ଼ିଯାଏ ।
ରାତିରେ ମାଂସ ଖାଇ ଓ ମଦ ପିଇ ଶୋଇପଡ଼ିଲେ, ସକାଳୁ ଉଠିଲାବେଳକୁ ପାଦର ବୁଢ଼ା ଆଙ୍ଗୁଠି ଗଣ୍ଠି ଫୁଲି ପାଦ ତଳେ ଲଗେଇ ହୁଏନାହିଁ ।
ଏଭଳି ବିଜେନ୍ଧା ଯେ ଯନ୍ତ୍ରଣା ସମ୍ଭାଳିବା କାଠିକର ପାଠ ହୋଇଯାଏ ।
ଥରେ ଗଣ୍ଠି ଫୁଲା ଦରଜ ଆରମ୍ଭ ହୋଇଗଲେ ତାହା ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ ।
ପାଦର ବୁଢ଼ା ଆଙ୍ଗୁଳି ଗଣ୍ଠି ବ୍ୟତୀତ ଏହା ବଳଗଣ୍ଠି, ଆଣୁ, କହୁଣି, ହାତ ଗଣ୍ଠିକୁ ମଧ୍ୟ ଆକ୍ରମଣ କରିଥାଏ ।
ଏହା ହେଲେ ଗଣ୍ଠି ମଧ୍ୟରେ କାଚଖଣ୍ଡ ପଶିଲା ଭଳି ଖେଞ୍ଚି ହୁଏ ।
ଏହି ପଦାର୍ଥ ସବୁ ୟୁରିକ୍ ଏସିଡ୍ କ୍ରିଷ୍ଟାଲ ଯାହା ବେଳେବେଳେ ଗୁଳି ପରି ଚର୍ମ ତଳେ ଦେଖାଦିଏ ।
କ୍ରନିକ୍ ଗାଉଟ୍
ଅଧିକ ଦିନ ଏହି ରୋଗ ଲାଗିରହିଲେ ।
ଏହାକୁ କ୍ରନିକ୍ ଗାଉଟ୍ କହନ୍ତି ।
ଏଥିରେ ରୋଗ ବାରମ୍ବାର ଲେଉଟେ ।
ହାତ ଗଣ୍ଠି ସବୁ ଖାଇଯାଏ ।
ଏହା ଏକ୍ସରେ ଦ୍ଵାରା ଜଣାପଡ଼େ ।
ଅଲଟ୍ରା ସାଉଣ୍ଡ ପରୀକ୍ଷା କଲେ ଏହି ରୋଗରେ କିଡ୍ନୀରେ ପଥୁରି ବେମାରି ହେବାର ବେଳେବେଳେ ଦେଖାଯାଏ ।
ସବୁବେଳେ ୟୁରିକ୍ ଏସିଡ୍ ପରିମାଣ ଅଧିକ ରହିଲେ ଜଟିଳ କିଡ୍ନୀ ରୋଗ ଓ ହୃଦ୍‌ରୋଗ ହୋଇପାରେ ।
ଏହି ରୋଗରୁ ରକ୍ଷା ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ, ଯୋଗ ପ୍ରାଣାୟମ, ବ୍ୟାୟାମ, ଶରୀରର ଓଜନ ଠିକ୍ ରଖିବା ଆବଶ୍ୟକ ।
ମାଛ, ମାଂସ, ଦୁଧ, ଛେନା, ଡାଲି ଭଳି ପୁଷ୍ଟିସାର ଖାଦ୍ୟ କମ୍ ଖାଇବା ଉଚିତ ।
ନିରାମିଷ ଭୋଜନ ରୋଗ କମାଇବାରେ ସାହାଯ୍ୟ କରେ ।
ଧୂମପାନ ଓ ମଦପାନ ବନ୍ଦ କରିବା ଅତ୍ୟନ୍ତ ଦରକାରୀ ।
ଏଭଳିକି ମୃଦୃ ପାନୀୟ ମଧ୍ୟ ଏହି ରୋଗ ବଢ଼ାଉଥିବାରୁ ଏହାକୁ ବର୍ଜନ କରିବା ଉଚିତ ।
ଖାଦ୍ୟରେ ଅଧିକ ସଜ ପନିପରିବା, ଫଳ, ଘୋଳଦହି, ଗ୍ରୀନ୍ ଟି (ସବୁଜଚା) ବ୍ୟବହାର କଲେ ରୋଗ ଶୀଘ୍ର ଭଲ ହୋଇଥାଏ ।
ଶାକ ସବଜି, ଫଳ, ଚର୍ବି ନଥିବା କ୍ଷୀର ଅଳ୍ପ ଲୁଣ, ମାଛ ମାଂସ ବର୍ଜିତ ଖାଦ୍ୟକୁ ଡାସ୍ ଡାଏର୍ (ଡାଏଟାରୀ ଆପ୍ରୋଚ ଟୁ ଷ୍ଟପ୍ ହାଇପରଟେନସନ୍) କୁହାଯାଏ ।
ଏପରି ଖାଦ୍ୟ ଗାଉଟ୍ ରୋଗୀଙ୍କ ପାଇଁ ଉପକାରୀ ।
ଏହି ରୋଗର ଚିକିତ୍ସା ପାଇଁ ପେନ୍ କିଲର କଲଚିସିନ୍, ଫେବୁକ୍ସୋ, ସ୍ଟାଟ ଆଲୋପ୍ୟୁରିନଲ ଭଳି ଔଷଧ ବ୍ୟବହାର କରାଯାଇଥାଏ ।
ବହୁ ଜଟିଳ ଗାଉଟ ରୋଗରେ ‘ପେଗ୍ଲୋଟିକେମ୍ ଭଳି ଦାମୀ ଔଷଧ ବ୍ୟବହାର କରାଯାଏ ।
କିନ୍ତୁ ରୋଗ ହେବା ପୂର୍ବରୁ ରୋଗ ପ୍ରତିରୋଧ ବହୁ ଗୁରୁତ୍ଵପୂର୍ଣ୍ଣ ।
ଓଜନ କମାଇବା, ନିଶା ଓ ଆମିଷ ଛାଡ଼ିବା, କେତେକ ଔଷଧ ଯଥା "ଥାୟାଜାଇଡ ଭଳି ଡାଇ-ୟୁରେଟିକ ଔଷଧ ନ ଖାଇବା ଏହି ରୋଗ ନିଯନ୍ତ୍ରଣରେ ସାହାଯ୍ୟ କରେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment