Commit 77af1dbe authored by Nayan Ranjan Paul's avatar Nayan Ranjan Paul

Upload New File

parent 99b6fb3c
ପ୍ରତିରୋଧୀକରଣ
ଉପକ୍ରମ
ପ୍ରତିବର୍ଷ ପ୍ରାୟ ୧୭ ଲକ୍ଷ ଶିଶୁ ବିଭିନ୍ନ ରୋଗରେ ମରନ୍ତି ।
ସହଜରେ ମିଳୁଥିବା ଟିକା ସାହାଯ୍ୟରେ ଏହି ରୋଗଗୁଡିକର ପ୍ରତିରୋଧ କରିହେବ ।
ଶିଶୁମାନଙ୍କୁ ପ୍ରତିରୋଧୀ କରିଦେଲେ ସେମାନେ ମୃତ୍ୟୁ ବା ଅକ୍ଷମତା ଆନୁଥିବା ଅନେକ ଗୁରୁତର ରୋଗରୁ ରକ୍ଷା ପାଇପାରିବେ ।
ଏହି ସୁରକ୍ଷା ପାଇବା ସବୁ ପିଲାଙ୍କର ଅଧିକାର ।
ପ୍ରତିଟି ଝିଅ ଓ ପୁଅଙ୍କୁ ପ୍ରତିରୋଧକ୍ଷମ କରାଇବା ଦରକାର ।
ନିଜକୁ ଓ ସେମାନଙ୍କର ଶିଶୁମାନଙ୍କୁ ଧନୁଷ୍ଟଙ୍କାର ରୋଗରୁ ମୁକ୍ତ ରଖିବା ପାଇଁ ଗର୍ଭବତୀ ମହିଳାମାନଙ୍କୁ ଏହି ରୋଗ ପାଇଁ ପ୍ରତିରୋଧକ୍ଷମ କରିବା ଜରୁରୀ ।
ଶିଶୁର କାହିଁକି , କେବେ , କେଉଁଠି ଓ କେତେଥର ପ୍ରତିରୋଧିକରଣ କରାଯିବା ଦରକାର ତାହା ସବୁ ବାପାମା’ ଜାଣିବା ଉଚିତ ।
ସବୁ ବାପାମା’ ଏହା ମଧ୍ୟ ଜାଣିବା ଉଚିତ ଯେ ପିଲା ଅସୁସ୍ଥ ଥିଲେ , ତା’ର କିଛି ଅକ୍ଷମତା ରହିଥିଲେ ବା ସେ ମନ୍ଦପୁଷ୍ଟ ହୋଇଥିଲେ ବି ତା’ର ଟିକା ନେବାରେ କୌଣସି ବିପଦ ନାହିଁ ।
ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର
ପ୍ରତିରୋଧୀକରଣ ଅତି ଜରୁରୀ ।
ଜୀବନର ପ୍ରଥମ ବର୍ଷରେ ପ୍ରତି ପିଲା ପାଇଁ କେତେକ ପ୍ରତିରୋଧକାରୀ ଟିକା ଦରକାର
ପ୍ରତିରୋଧୀକରଣ କେତେକ ବିପଦଜନକ ରୋଗରୁ ସୁରକ୍ଷା ଦିଏ ।
ପ୍ରତିରୋଧୀ କରାଯାଇ ନଥିବା ଶିଶୁର ରୋଗରେ ପଡିବାର , ସବୁଦିନ ପାଇଁ ଅକ୍ଷମ ବା ମନ୍ଦପୁଷ୍ଟ ହେବାର ଏବଂ ମୃତ୍ୟୁ ହେବାର ସମ୍ଭାବନା ଅଧିକ ।
ସାଧାରଣ ଅସୁସ୍ଥତା , ଅକ୍ଷମତା ବା ମନ୍ଦପୁଷ୍ଟ ଥିଲେ ମଧ୍ୟ ଯେକୌଣସି ପିଲାର ପ୍ରତିରୋଧୀକରଣ କରାଯାଇ ପାରିବ ।
ସବୁ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ରୋଗ ପ୍ରତିରୋଧୀ କରାଯିବା ଉଚିତ ଆଗରୁ ପ୍ରତିରୋଧୀ ହୋଇଥିଲେ ମଧ୍ୟ ତାଙ୍କର ଅତିରିକ୍ତ ଧନୁଷ୍ଟଙ୍କାର ଆବିଷ ଟିକା ଦରକାର ହୋଇପାରେ ।
ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ ।
ପ୍ରତିରୋଧୀ କରାଯାଉଥିବା ପ୍ରତି ଲୋକ ପାଇଁ ନୂଆ ବା ବିଶୋଧିତ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରିବା ଜରୁରୀ ।
ଲୋକମାନେ ଏହା ଦାବି କରିବା ଦରକାର ।
ଗୋଟିଏ ଜାଗାରେ ଅତ୍ୟଧିକ ଲୋକ ରହୁଥିଲେ ରୋଗ ଶୀଘ୍ର ବ୍ୟାପିପାରେ ।
ଗହଳି ଅବସ୍ଥାରେ , ବିଶେଷ କରି ଶରଣାର୍ଥୀ ଶିବିରରେ ବା ବିପର୍ଯ୍ୟୟ ପରିସ୍ଥିତିରେ , ରହୁଥିବା ପିଲାଙ୍କର ପ୍ରତିରୋଧୀକରଣ ଅତି ଜରୁରୀ ।
ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର ।
ପ୍ରତିରୋଧୀକରଣ ଅତି ଜରୁରୀ
ଜୀବନର ପ୍ରଥମ ବର୍ଷରେ ପ୍ରତି ପିଲା ପାଇଁ କେତେକ ପ୍ରତିରୋଧୀକାରୀ ଟିକା ଦରକାର
ଜୀବନର ପ୍ରଥମ ଅବସ୍ଥାରେ ହିଁ ପିଲାମାନଙ୍କୁ ପ୍ରତିରୋଧକ୍ଷମ କରାଇବା ଜରୁରୀ ।
ଲହରାକାଶରେ ମାରୁଥିବା ପିଲାଙ୍କ ଭିତରୁ ଅଧା , ପୋଲିଓରେ ମରୁଥିବା ପିଲାଙ୍କର ଏକତୃତୀୟାଂଶ ଏବଂ ମିଳିମିଳା ମୃତ୍ୟୁର ଚଉଠେ ଏକ ବର୍ଷରୁ କମ୍ ବୟସର ପିଲା ହୋଇଥା’ନ୍ତି ।
ଶିଶୁମାନେ ପୂରା ସଂଖ୍ୟାରେ ଟିକା ନେବା ଜରୁରୀ , ନହେଲେ ତାଙ୍କର ପ୍ରତିରୋଧୀକରଣ କାମ ଦେଇନପାରେ ।
ଜୀବନର ପ୍ରଥମ ବର୍ଷରେ ଶିଶୁକୁ ସୁରକ୍ଷା ଯୋଗାଇବା ପାଇଁ ତଳ ସାରଣୀ ଅନୁସାରେ ଟିକା ଦେବା ଜରୁରୀ ।
ସାରଣୀରେ ନିର୍ଦ୍ଧିଷ୍ଟ କରାଯାଇଥିବା ବୟସରେ ବା ତା’ର ଅଳ୍ପ ଦିନ ଭିତରେ ଦିଆଗଲେ ଟିକାଗୁଡିକ ସର୍ବାଧିକ ଫଳପ୍ରଦ ହୁଏ ।
ଯଦି କୌଣସି କାରଣରୁ ପିଲା ପ୍ରଥମ ବର୍ଷରେ ତା’ର ଟିକା କ୍ରମ ପୂରା କରିନାହିଁ , ତେବେ ଯେତେ ଶୀଘ୍ର ସମ୍ଭବ ତା’ର ପ୍ରତିରୋଧୀକରଣ କରାଇବା ଜରୁରୀ ।
ଜାତୀୟ ଟିକାଦାନ ଦିବସଗୁଡିକରେ ଏହା କରାଯାଇ ପାରିବ ।
କେତେ ଦେଶରେ ଶିଶୁର ଏକ ବର୍ଷ ବୟସ ପରେ ମଧ୍ୟ ଅତିରିକ୍ତ ମାତ୍ରାର ଟିକା ନେବାର ସୁଯୋଗ ଦିଆଯାଏ ।
ଏହି ଅଭିବର୍ଦ୍ଧକ ଟିକା ଆହୁରି ବେଶୀ ସୁରକ୍ଷା ଯୋଗାଇଥାଏ ।
ଶିଶୁର ପ୍ରତିରୋଧୀକରଣ ପାଇଁ ସମୟ ସାରଣୀ
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment