Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
7df9f590
Commit
7df9f590
authored
Sep 17, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
ff506fa7
Changes
1
Hide whitespace changes
Inline
Side-by-side
Showing
1 changed file
with
83 additions
and
0 deletions
+83
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_1
...ngual-corpora/odiasahitya.com/sent_odiasahitya_prachada_1
+83
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_1
0 → 100644
View file @
7df9f590
ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ମାତୃଭାଷା ଓ ମାତୃଭୂମି ଭାବନା
ଡ଼.ମଣୀନ୍ଦ୍ର କୁମାର ମେହେର, ସମ୍ବଲପୁର
ତା: ଅଗଷ୍ଟ୍ ୬, ୨୦୧୨
ମୂଳ ପୃଷ୍ଠା → ପ୍ରଚ୍ଛଦ →
‘ମାତୃଭୂମି’ ଓ ‘ମାତୃଭାଷା’ ଏ ଶବ୍ଦ ଦୁଇଟି ଉଚ୍ଚାରଣ କରିବା ମାତ୍ରକେ ଯେଉଁ କବିର ଚେତନାରେ ଏକ ଅନନ୍ୟ ଶିହରଣ ଖେଳିଯାଏ ସେଇ କବିର କବିତା ପାଠକ ଭିତରେ ସୃଷ୍ଟି କରିପାରେ ଏକ ମହନୀୟ କମ୍ପନ ।
ମାତୃଭୂମି ଓ ମାତୃଭାଷାର ପବିତ୍ର ଭାବନା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ହୃଦୟକୁ ନିତ୍ୟ ଆନ୍ଦୋଳିତ କରୁଥିଲା ।
ସେଇଥିପାଇଁ ହିଁ ତାଙ୍କ ରଚିତ କାବ୍ୟକବିତାରେ ଜାତୀୟ ପ୍ରୀତିର ସ୍ରୋତ ପ୍ରବାହିତ ହେଇଥିଲା ନିରବଚ୍ଛିନ୍ନ ଭାବରେ ।
ଗଙ୍ଗାଧରଙ୍କ କାଳଜୟୀ ସାହିତ୍ୟ କୃତି ସହ ଯେଉଁ ପାଠକର ଆତ୍ମା ନିବିଡ଼ ଭାବରେ ସଂଯୁକ୍ତ ତାର ହୃଦୟରେ ସ୍ବତଃ ଜନ୍ମ ନିଏ ସ୍ବଦେଶ ପ୍ରତି ଅସାମାନ୍ୟ ଆବେଗ ।
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ପାଳନ ବର୍ଷ ଅବସରରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସମ୍ବଲପୁରର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଅଧ୍ୟାପକ ଡ. ମଣୀନ୍ଦ୍ର କୁମାର ମେହେରଙ୍କ ଦ୍ବାରା ଲିଖିତ ସ୍ବତନ୍ତ୍ର ଆଲେଖ୍ୟ
ମହତ୍ତର ଚେତନା ସମ୍ପନ୍ନ କେଉଁ କବି ବା ଭାରତ ବର୍ଷର କଥା ଭାବି ଭାବି ବିହ୍ବଳ ନାହାନ୍ତି ? ଭାରତ ଭୂମିର ପବିତ୍ରତା, ଏ ଦେଶର ମଣିଷମାନଙ୍କ ତ୍ୟାଗ, ତିତିକ୍ଷା, ସହନଶୀଳତା, ଉଦାରତା ଓ ପ୍ରେମ କାହାର ଚିତ୍ତାକାଶକୁ ବା ଆନ୍ଦୋଳିତ କରିନାହିଁ ? ଭାରତବର୍ଷର ମହାନ୍ ଆଦର୍ଶ କବି ଗଙ୍ଗାଧରଙ୍କୁ ସ୍ତମ୍ଭୀଭୂତ କରିଥିଲା ।
ବେଦ, ଉପନିଷଦ୍, ରାମାୟଣ, ମହାଭାରତ ପ୍ରଭୃତିରେ ଜୀବନର ଯେଉଁ ମହିମ୍ନ ଆଲୋକ ବିଚ୍ଛୁରିତ ସେ ସବୁ କବି ଚିତ୍ତକୁ କରି ଦେଇଥିଲା ଦ୍ରବୀଭୂତ ।
ସେଇଥିପାଇଁ ସୀତା, ଶକୁନ୍ତଳା, ଇନ୍ଦୁମତୀ, ଦ୍ରୌପଦୀ, ରାମଚନ୍ଦ୍ର, ଦୁଷ୍ମନ୍ତ, ଅଜ ପ୍ରଭୃତିଙ୍କ ଚରିତ୍ର ତାଙ୍କ ସାହିତ୍ୟରେ ଏକ ଶକ୍ତିଶାଳୀ ଓ ପ୍ରଭାବଦୀପ୍ତ ।
ତପସ୍ବିନୀ, ପ୍ରଣୟବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ, ଅଯୋଧ୍ୟା ଦୃଶ୍ୟ ଆଦି କାବ୍ୟ ଭାରତର ଅନ୍ତରାତ୍ମା ସହ ପାଠକକୁ ସଂଯୁକ୍ତ କରିଦିଏ ।
ଭୋଗରେ ନୁହେଁ, ତ୍ୟାଗରେ ହିଁ ମଣିଷ ଜୀବନର ସାର୍ଥକତା ନିହିତ- ଏ ସତ୍ୟ ଆବିଷ୍କାର କରି ପାଠକର ଚେତନା ମୁକୁଳିତ ହୋଇଉଠେ ଅପୂର୍ବ ଭାବରେ ।
ନିଜ ଦେଶ ବୋଲି କେବଳ ଯେ ଭାରତକୁ କବି ଭଲ ପାଇଛନ୍ତି ତାହା ନୁହେଁ, ଭାରତୀୟ ସଂସ୍କୃତିର ମହନୀୟତାକୁ ସେ ପ୍ରାଣପୂର୍ଣ୍ଣ ଭାବରେ ଉପଲବ୍ଧି କରିଛନ୍ତି ।
ହୃଦୟ ଅଭ୍ୟନ୍ତରର ସକଳ ସଦିଚ୍ଛା ପ୍ରକଟ କରି ଯେଉଁମାନେ ଏ ସମାଜ ପାଇଁ ଏକ ଏକ ଉଦାହରଣ ହୋଇଯାଇଛନ୍ତି ସେମାନଙ୍କ ସୂକ୍ଷ୍ମ ଚେତନାକୁ ଗଙ୍ଗାଧର ସ୍ପର୍ଶ କରିଛନ୍ତି ଅତି ନିବିଡ଼ ଭାବରେ ।
ମହର୍ଷି ବାଲ୍ମୀକି, ବେଦବ୍ୟାସ, ମହାକବି କାଳିଦାସ ବା ଭବଭୂତିଙ୍କ ପ୍ରତି ତାଙ୍କ ଅନ୍ତରର କୃତଜ୍ଞତା ଭାବ ଯେପରି ପ୍ରକାଶିତ ହୋଇଛି, ଓଡ଼ିଶାର ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ଭକ୍ତ କବି ମଧୁସୂଦନ ରାଓଙ୍କ ପ୍ରତି ସେହିପରି ଭକ୍ତିଭାବ ତାଙ୍କ କବିତାର ଶବ୍ଦକୁ କରିଛି ସଜଳ ।
ପ୍ରାଚୀନ ସାହିତ୍ୟରେ ବିଚିତ୍ର ମହାନ୍ ଚରିତ୍ର ଓ ଭାରତବର୍ଷ ସମାଜକୁ ଆଲୋକ ପ୍ରଦର୍ଶନ କରୁଥିବା ଶ୍ରେଷ୍ଠ ମଣିଷମାନଙ୍କ ପ୍ରତି କବିଙ୍କର ଆକର୍ଷଣ ଅତ୍ୟନ୍ତ ଗଭୀର ।
ସେହିପରି ଏ ଦେଶର ପ୍ରକୃତିକୁ କି ନିବିଡ଼ ଭାବରେ ସେ ଭଲ ନ ପାଇଛନ୍ତି ।
ତମସା ନଦୀର ପବିତ୍ର ଜଳଧାରା, ଗଙ୍ଗାର ଉତ୍ତାଳ ତରଙ୍ଗମାଳା, ପଧାନ ପାଟର ଜଳ ପ୍ରପାତ, ପାପକ୍ଷୟ ଘାଟ, ବାଲ୍ମୀକି ଆଶ୍ରମର କିମ୍ବ କଣ୍ବମୁନିଙ୍କ ଆଶ୍ରମର ସ୍ନିଗ୍ଧ ପରିବେଶ ଗଙ୍ଗାଧର ସାହିତ୍ୟରେ ଯେପରି ସମୁଜ୍ଜଳ ଓଡ଼ିଶାର ତଥା ପଶ୍ଚିମ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେହିପରି ମାର୍ମିକ ।
ଭାରତ ପ୍ରସିଦ୍ଧ ପ୍ରାକୃତିକ ସ୍ଥଳର ବର୍ଣ୍ଣନା ଦେବାବେଳେ ଓଡ଼ିଶାକୁ ସଂଯୁକ୍ତ କରି ଦେଉଥିଲେ ସେ ଚମତ୍କାର ରୀତିରେ ।
‘ତପସ୍ବିନୀ’ରେ ବାଲ୍ମୀକି ଆଶ୍ରମରେ ବର୍ଣ୍ଣନା ବେଳେ ତେଣୁ ସେ ଲେଖିଛନ୍ତି:
ଉଜ୍ଜ୍ବଳ ଚିକ୍କଣ ନୀଳ ପତର
ପୁନ୍ନାଗ- କାନନ ଶ୍ୟାମଳରେ,
ଉଡ଼ି ଉଡ଼ିଶାରୁ ଥିଲା କି ଯାଇ,
ଦେଉଥିଲା ସତୀ-ମନ ରଞ୍ଜାଇ,
ନୀଳାଚଳ ରୂପ ଧରି
ବିଜେ ଅବା ରାମ ଲଭିବାକୁ ସୀତା
ପ୍ରୀତି- ସାଗର- ଲହରୀ ।
ଠିକ୍ ସେହିଭଳି ଚରିତ୍ର ଚିତ୍ରଣ ସମୟରେ ସେ ଚରିତ୍ରମାନଙ୍କୁ ଉତ୍କଳୀୟତାର ସ୍ପର୍ଶ ପ୍ରଦାନ କରିଛନ୍ତି ।
ପ୍ରଣୟ ବଲ୍ଲରୀର ସରଳ ହୃଦୟା ପ୍ରଣୟମୁଗ୍ଧା ଶକୁନ୍ତଳା ଉତ୍କଳ ଲଳନାର ମହିମୋଜ୍ଜ୍ବଳ ଦୃଷ୍ଟାନ୍ତ ।
ଓଡ଼ିଶା ପ୍ରତି କବିଙ୍କ ଆକର୍ଷଣ ଥିଲା ଅତି ନିବିଡ଼ ।
ଛିନ୍ନ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳକୁ ଏକାଠି ଦେଖିବା ପାଇଁ ସେ ସ୍ବପ୍ନ ଦେଖିଥିଲେ ।
ପୁଣି ଓଡ଼ିଆ ଭାଷାର ମର୍ଯ୍ୟାଦା ବୃଦ୍ଧି କରିବା ପାଇଁ ସେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ ।
‘ଉତ୍କଳ ଲକ୍ଷ୍ମୀ’ କାବ୍ୟ, ଭାରତୀରୋଦନ, ଉତ୍କଳ ଭାରତୀଙ୍କ ନିବେଦନ, ଉଦ୍ବୋଧନ ଆଦି କବିତାରେ ଓଡ଼ିଶା ଓ ଓଡ଼ିଆ ଭାଷା ପ୍ରତି ତାଙ୍କର ଗଭୀର ମମତା ଯେକୌଣସି ପାଠକକୁ ଉଦ୍ବେଳିତ କରି ପକାଏ ।
ମାତୃଭୂମି ଓ ମାତୃଭାଷା ପ୍ରତି ଅନାଦର ଦେଖିଲେ ତାଙ୍କ ଅନ୍ତର ବିକ୍ଷୁବ୍ଧ ହୋଇ ଉଠୁଥିଲା ।
ସେଥିପାଇଁ କହିଛନ୍ତି ସେ:
ଯା ଭାଷା ଦୁର୍ବଳ କାହିଁ ତାର ଜ୍ଞାନ,
କାହିଁ ତାର ରାଜଦୁଆର ସମ୍ମାନ ।
ଉଚ୍ଚହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।
ପ୍ରତିବେଶୀଙ୍କର ସହିତ ତୁଳନା
କରି କର ନିଜ ମଧ୍ୟରେ କଳନା
ତହିଁରୁ ବୁଝିବ ନିଜେ କେଡ଼େ ଦୀନ
କରିଅଛ ପୁଣି ମାତୃଭାଷା ହୀନ ।
ମାତୃଭାଷା ପୋଥି ଛୁଇଁବାକୁ କରେ
ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?
ଗଙ୍ଗାଧରଙ୍କ ସମୟରେ ଏ ପଦଗୁଡ଼ିକର ଗୁରୁତ୍ବ ଯେତିକି ଥିଲା ଆଜି ତାର ମହତ୍ତ୍ବ ତାହାଠାରୁ ବୃଦ୍ଧିପାଇଛି ।
ସ୍ବାଧୀନ ଭାରତ ବର୍ଷରେ ମାତୃଭାଷା ଯେପରି ଅନାଦୃତ ହୋଇ ରହିଛି ତାହା କେତେଜଣଙ୍କୁ ପ୍ରକୃତରେ ବିକ୍ଷୁବ୍ଧ କରୁଛି ।
ସ୍ବଜାତି ଲୋକଙ୍କୁ ଜାଗ୍ରତ କରିବା ପାଇଁ କବି ପ୍ରଦାନ କରିଛନ୍ତି ଅନ୍ତର୍ଭେଦୀ ଆହ୍ବାନ:
କୂଲ୍ୟା ଖୋଳା ହୋଇ ନ ପାରିବ ଭାଇ
ଦୁଇ ଚାରି ଜଣକରେ
ଲୋକ ଲକ୍ଷ ଲକ୍ଷ ନ ବାନ୍ଧିଲେ ସଖ୍ୟ
ନ ମିଳିଲେ ପରସ୍ପରେ ।
କୋଟିଏ ସୋଦର ଗୋଟିଏ ଜୀବନ
ନ କରିବା ଯେତେ ଦିନ,
ଧାର ନାହିଁ ଶୋଷେ ଥିବା ରହି
ଦଶା ହୋଇଥିବ ହୀନ ।
ଈଶ୍ବରଙ୍କ ଆଶୀର୍ବାଦକୁ ଉପେକ୍ଷା ନ କରିବା ପାଇଁ ସେ ଚେତାବନୀ ଦେଇଛନ୍ତି ।
ଉତ୍କଳ ବାସୀ ଓ ଉତ୍କଳ ଭାଷୀଙ୍କୁ ନବ ପ୍ରତ୍ୟୁଷରେ ନବୀନ ଭାଷାରେ ଗୋଟିଏ କଣ୍ଠରେ ଗୋଟିଏ ରାଗରେ ନୂତନ ସଙ୍ଗୀତ ଗାନ କରିବା ପାଇଁ ସେ ପ୍ରେରଣା ପ୍ରଦାନ କରିଛନ୍ତି ।
ଉଦାତ୍ତ କଣ୍ଠରେ ‘ଉତ୍କଳ-ଗୌରବ’ କବିତାରେ ପୁଣି ଗାଇଛନ୍ତି:
ଜନ୍ମଦାତ୍ରୀ ଭାତୃଭୂମି ପୁଣ୍ୟ କୀର୍ତ୍ତିଶାଳିନୀ
ପାପ ତାପ ଧ୍ବଂସୀ ଦେବ ସେବ୍ୟ ତୀର୍ଥ ମାଳିନୀ ।
ଶିଳ୍ପୀ ମାତ୍ରକେ ସ୍ବାଧୀନ ପ୍ରାଣ ।
ଇଂରେଜ ସରକାରର ଅତ୍ୟାଚାର ସହ୍ୟ କରିପାରି ନାହାନ୍ତି କବି ।
ତେଣୁ ଜୀବନର ଅନ୍ତିମ ପର୍ଯ୍ୟାୟରେ ‘ଭାରତୀ ଭାବନା’ ଲେଖି ବ୍ରିଟିସ୍ ରାଜତ୍ବ ବିରୋଧରେ ତୀବ୍ର ସ୍ବର ଉତ୍ତୋଳନ କରିଛନ୍ତି ।
ଏହା ମାଧ୍ୟମରେ ସ୍ବାଧୀନତା ସଂଗ୍ରାମର ମହାସ୍ରୋତ ସହିତ ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ହୋଇଛନ୍ତି ।
ବରପାଲିର ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭାଗିରଥୀ ପଟ୍ଟନାୟକ ଗାଁ ଗାଁରେ ଏହି କବିତା ଗାନ କରି ଜାତୀୟତାର ବହ୍ନି ପ୍ରଜ୍ଜଳିତ କରିଥିଲେ ଜନସାଧାରଣଙ୍କ ହୃଦୟରେ ।
‘କୃଷକ ସଙ୍ଗୀତ’ ଗଙ୍ଗାଧରଙ୍କ ଭିନ୍ନ ସ୍ବାଦର ଏକ ମହତ୍ତର ସୃଷ୍ଟି ।
ଭାରତ ଭଳି କୃଷି ପ୍ରଧାନ ଦେଶରେ କୃଷକମାନଙ୍କୁ ହୃଦୟ ଦେଇ ଭଲ ପାଇବା ପାଇଁ ସେ ସମସ୍ତଙ୍କ ହୃଦୟରେ ସୃଷ୍ଟି କରିଛନ୍ତି ଅପୂର୍ବ ଆବେଗ ।
କୃଷକମାନଙ୍କ ଜୀବନଶୈଳୀକୁ ସବୁ ଦୃଷ୍ଟିରୁ ମହାନୀୟ କରିବାରେ ଗଙ୍ଗାଧରଙ୍କ ସ୍ବପ୍ନ ଓ ସାଧନା ଏକାନ୍ତ ଅର୍ଥପୂର୍ଣ୍ଣ ।
ନିଜର ଗ୍ରାମ ପ୍ରତି, ଉତ୍କଳ ପ୍ରଦେଶ ପ୍ରତି ବା ଭାରତ ବର୍ଷ ପ୍ରତି ଶ୍ରଦ୍ଧା ପ୍ରକଟ କରିବା ବେଳେ ସେ କୌଣସି ଦ୍ବନ୍ଦ୍ବର ସମ୍ମୁଖୀନ ହୋଇ ନାହାନ୍ତି ।
ସମଗ୍ର ପୃଥିବୀ ମାନବ ସମାଜକୁ ସହୋଦର ଜ୍ଞାନ କରିବା ଦ୍ବାରା ଦେଶ ପ୍ରେମରେ ପୂର୍ଣ୍ଣତା ସମ୍ଭବ ହୁଏ ବୋଲି ସେ ମନେ କରିଥିଲେ ।
ମାତୃଭୂମି ଓ ମାତୃଭାଷା ପ୍ରତି ଗଙ୍ଗାଧରଙ୍କ ମମତା କେବେ ମାନବିକତା ପରିପନ୍ଥୀ ନ ଥିଲା ।
ଓଡ଼ିଆ ଭାଷାକୁ ଭଲ ପାଇବା ସଙ୍ଗେ ସଙ୍ଗେ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଓ କୋଶଳୀ ଭାଷାକୁ ଆନ୍ତରିକ ଭାବରେ ସେ ଭଲ ପାଉଥିଲେ ।
ତାଙ୍କ କାବ୍ୟ କବିତାର ଅନେକ ସ୍ଥଳରେ ସମ୍ବଲପୁରୀ ଶବ୍ଦର ପ୍ରୟୋଗ ଅତ୍ୟନ୍ତ ତାତ୍ପର୍ଯ୍ୟପୂଣ୍ଣ ।
ମାତୃଭୂମି ଓ ମାତୃଭାଷା ପ୍ରତି ଅସାମାନ୍ୟ ମମତା ପ୍ରକାଶ କରିଥିବା ଏହି ମହାନ ସାହିତ୍ୟ ସ୍ରଷ୍ଟା ଆଜି ସଶରୀରେ ନାହାନ୍ତି ।
କିନ୍ତୁ ତାଙ୍କ ରଚିତ ପଦପଂକ୍ତି ଏବେବି ପାଠକର ହୃଦୟକୁ ତୀବ୍ର ଭାବରେ ଆଲୋଡ଼ିତ କରୁଛି ଓ କରୁଥିବ ଯୁଗ ଯୁଗ ବ୍ୟାପୀ ।
ମାତୃଭୂମି ମାତୃ ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି-ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?
ଏହି ଅମର ପଦଟିର ମର୍ମ ଯଥାର୍ଥ ଭାବରେ ଉପଲବ୍ଧ କରିପାରିଲେ ମାତୃଭୂମି ଓ ମାତୃଭାଷା ପ୍ରତି ଆମର ପ୍ରେମ ସାର୍ଥକ ହେବ- ଏଥିରେ ସନ୍ଦେହ ନାହିଁ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment