Commit 85050bdb authored by Nayan Ranjan Paul's avatar Nayan Ranjan Paul

Upload New File

parent 30d8aada
ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଜାନୁଆରୀ ୩, ୨୦୧୧
ମୂଳ ପୃଷ୍ଠା → ପ୍ରଚ୍ଛଦ →
ରାଉରକେଲା: ଇସ୍ପାତ ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜଭବନ ପରିସରରେ ଆରମ୍ଭ ହୋଇଛି ।
ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଏସ୍‌.ଏନ୍‌.ସିଂହ ମୁଖ୍ୟ ଅତିଥିରୂପେ ଯୋଗଦେଇ ଏହି ପୁସ୍ତକମେଳାକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ ।
ଚଳିତ ପୁସ୍ତକମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୫୦ରୁ ଊର୍ଦ୍ଧ୍ବ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନୀ ଓ ବିତରକ ସଂସ୍ଥା ଅଂଶ ଗ୍ରହଣ କରିଛନ୍ତି ।
ଏମାନଙ୍କ ମଧ୍ୟରେ ଓଡିଶାର କଟକ ଷ୍ଟୁଡେଣ୍ଟ୍ସ ଷ୍ଟୋର, ବିଦ୍ୟାପୁରୀ, ଗ୍ରନ୍ଥ ମନ୍ଦିର ସମେତ ବିଭିନ୍ନ ଆଧ୍ୟତ୍ମିକ ସଙ୍ଗଠନ ଯଥା- ଇସ୍କନ୍, ଦିବ୍ୟ ଜୀବନ ସଂଘ, ଗାୟତ୍ରୀ ପରିବାର ଆଦି ଅନ୍ୟତମ ।
ଆଜିଠାରୁ ମେଳା ପରିସରରେ ପ୍ରତ୍ୟେକ ସନ୍ଧ୍ୟାରେ ଲିଖିତ କୁଇଜ୍ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମମାନ ମଧ୍ୟ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏହିକ୍ରମରେ ୧୦ ତାରିଖ ସନ୍ଧ୍ୟାରେ ବିଶ୍ବାସ ପ୍ରକାଶନୀ ପକ୍ଷରୁ ଓଡ଼ିଆ ସାହିତ୍ୟ ଅଭିବୃଦ୍ଧିରେ ଇଣ୍ଟରନେଟ୍‌ର ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ସେହିଭଳି ୧୧ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ପ୍ରଦୋଷ ମିଶ୍ରଙ୍କୁ ଲକ୍ଷ୍ମୀଧର ନାୟକ ସାରସ୍ବତ ସମ୍ମାନ ପ୍ରଦାନ ଏବଂ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଗତ ୨ବର୍ଷହେଲା ଉକ୍ତ ପୁସ୍ତକମେଳା ପ୍ରତି ବର୍ଷ ଜାନୁଆରୀ ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଆସୁଛି ।
ରାଜ୍ୟ ଲେଖିକା ସଂସଦର ସାହିତ୍ୟ ସମାରୋହ ପାଇଁ ପ୍ରସ୍ତୁତି ବୈଠକ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଅକ୍ଟୋବର୍ ୧, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
ରାଉରକେଲା: ରାଜ୍ୟ ଲେଖିକା ସଂସଦ ପକ୍ଷରୁ ଆସନ୍ତା ଡିସେମ୍ବର ୧୧ ତାରିଖରେ ଆୟୋଜିତ ହେବାକୁଥିବା ସାହିତ୍ୟ ସମାରୋହ ପାଇଁ ସ୍ଥାନୀୟ ମ୍ୟୁଜିକ୍ ସର୍କଲ୍‌ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସର୍କଲର ସାଧାରଣ ସମ୍ପାଦିକା ଓ ଲେଖିକା ଅଳକା ଚାନ୍ଦ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସମାରୋହର ସଫଳ ଆୟୋଜନ ନିମନ୍ତେ ଏକ ୧୫ ଜଣିଆ ଅଭ୍ୟର୍ଥନା ସମିତି ଗଠନ କରାଯାଇଛି ।
ଏଥିରେ ଶ୍ରୀମତୀ ଚାନ୍ଦଙ୍କ ସମେତ ବବିତା ମହାପାତ୍ର, ନମିତା ପାଇକରାୟ, ଡା. ଗୀତାଞ୍ଜଳୀ ପତ୍ରୀ, ଅଶୋକ ମହାପାତ୍ର, ରାଜୀବ ପାଣି, ଡା. କିଶୋରୀ ଦାସଙ୍କ ସମେତ ପ୍ରତିଷ୍ଠିତ ସାହିତ୍ୟିକ, ଲେଖକ ଓ କବି ପ୍ରମୁଖ ସଭ୍ୟ ରହିଛନ୍ତି ।
ସମାରୋହ ଅବସରରେ ପ୍ରକାଶ ପାଇବାକୁଥିବା ସ୍ମରଣିକା ପାଇଁ ଅକ୍ଟୋବର୍‌ ୩୦ ତାରିଖ ସୁଦ୍ଧା ଲେଖା ପଠାଇବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି ।
ଲେଖା ଗୁଡିକ ରାଉରକେଲା, ଜେଲ୍ ରୋଡ୍‌ସ୍ଥିତ ମ୍ୟୁଜିକ୍ ସର୍କଲ୍ ଠିକଣାରେ ପଠାଇବାକୁ କୁହାଯାଇଛି ।
ଏହି ବୈଠକରେ ପୂର୍ବତନ ଉପ-ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ, ଡା. କୃପାସିନ୍ଧୁ ନାୟକ ଋ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉପାଦେୟ ପରାମର୍ଶ ଦେଇଥିଲେ ।
ଓଡ଼ିଆରେ ଇମେଲ୍ ଓ ଚାଟ୍ କରିବା ପାଇଁ ନୂତନ ସଫ୍ଟୱେର୍ (ୟୁନିକୋଡ୍)
ଓଡ଼ିଆସାହିତ୍ୟ ପ୍ରବନ୍ଧକ
ତା: ଅଗଷ୍ଟ୍ ୫, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
Aprant_Uni_200_200_sahityaରାଉରକେଲା: କମ୍ପ୍ୟୁଟର୍‌ରେ ସୁବିଧାରେ ଓଡ଼ିଆ ଟାଇପ୍ କରିବାପାଇଁ ପୂର୍ବରୁ ଏକ ସଫ୍ଟୱେର୍ ପ୍ରସ୍ତୁତ କରାଯାଇଥିଲା ବେଳେ ଏବେ ସ୍ଥାନୀୟ ସଂସ୍ଥା ଦ୍ବାରା ଇଣ୍ଟର୍‌ନେଟ୍‌ରେ ଓଡ଼ିଆରେ ଲେଖିବା ପାଇଁ (ଇମେଲ୍ ଓ ଚାଟ୍) ଅପ୍ରାନ୍ତ ଓଡ଼ିଆ ୟୁନିକୋଡ୍ ନାମକ ଆଉ ଏକ ନୂତନ ସଫ୍ଟୱେର୍ ପ୍ରସ୍ତୁତ କରାଯାଇଛି ।
“ଅପ୍ରାନ୍ତ ଓଡ଼ିଆ” ସାମାଜିକ ପ୍ରକଳ୍ପ ମାଧ୍ୟମରେ ପ୍ରସ୍ତୁତ ଉକ୍ତ ସଫ୍ଟୱେର୍ ମାଧ୍ୟମରେ କୌଣସି ବ୍ୟକ୍ତି ଯେକୌଣସି ୱେବ୍‌ସାଇଟ୍‌(ଇଂରାଜୀ ବା ଓଡ଼ିଆ) ସୁବିଧାରେ ଓଡ଼ିଆ ଟାଇପ୍ କରିପାରିବେ ।
ଏହା ବ୍ୟତୀତ ଜଣେ ଓଡିଆରେ ଇମେଲ୍ ଓ ଚାଟ୍ ଅନାୟାସରେ କରିପାରିବେ ।
ବିଗତ କିଛି ମାସ ମଧ୍ୟରେ ମାଇକ୍ରୋସଫ୍ଟ ଓ ଗୁଗଲ୍ ଭଳି ସଂସ୍ଥା ଦ୍ବାରା ଇଣ୍ଟର୍‌ନେଟ୍‌ରେ ରୂପାନ୍ତରୀକରଣ ମାଧ୍ୟମରେ ଓଡିଆରେ ଟାଇପ୍ କରିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି ।
କିନ୍ତୁ ଉକ୍ତ ବ୍ୟବସ୍ଥା ମାଧ୍ୟମରେ ସିଧାସଳଖ ଓଡିଆ ଶଦ୍ଦ ଓ ଯୁକ୍ତାକ୍ଷର ଟାଇପ୍ କରିବା ସମ୍ଭବ ହେଉନଥିବାରୁ ଏହି ନୂତନ ସଫ୍ଟୱେର୍ କୁ ବ୍ୟବହାର କରି ଅତି ସହଜରେ ଓଡିଆ ଲେଖି ଓ ପଢି ହେବ ।
ବର୍ତ୍ତମାନ ଉପଲବ୍ଧ ଥିବା ଏହି ସଫ୍ଟୱେର୍ ମଧ୍ୟମରେ ଫୋନେଟିକ୍ ଓ ମଡୁଲାର୍ ବ୍ୟବସ୍ଥା ବ୍ୟବହାର କରି ସହଜ ଓ ସୁବିଧାରେ ଟାଇପ୍ କରାଯାଇପାରିବ ।
ଏହି ସଫ୍ଟୱେର୍ ମାଗଣାରେ ମିଳୁଥିବାରୁ ଏହାର ସୁବିଧା ବିଶ୍ବରେ ବିଭିନ୍ନ ସ୍ଥାନରେ ଥିବା ଓଡିଆମାନେ ନେଇପାରିବେ ।
ଏହା ସହିତ ଇଣ୍ଟର୍‌ନେଟ୍‌ରେ ମାଧ୍ୟମରେ ମଧ୍ୟ ଓଡିଆରେ ଲେଖିପାରିବେ ବୋଲି ଉକ୍ତ ସଫ୍ଟୱେର୍‌କୁ ପ୍ରସ୍ତୁତ କରିଥିବା ସଂସ୍ଥା ଏ.ପି. ଇନ୍‌ଫୋଆର୍ଟ୍‌ସ୍‌ର ନିର୍ଦ୍ଦେଶକ ତଥା ପ୍ରବାସୀ ଓଡିଆ ପ୍ରଶାନ୍ତ ସାହୁ ପ୍ରକାଶ କରିଛନ୍ତି ।
ଉକ୍ତ ସଫ୍ଟୱେର୍‌ଟି କମ୍ପ୍ୟୁଟର୍‌ର ବିଭିନ୍ନ ପ୍ରୋଗ୍ରାମ ଯଥା ୱାର୍ଡ, ଏକ୍ସେଲ୍‌, ପେଜ୍ ମେକର୍ ସମେତ ୱେନ୍‌ଡୋଜ୍ ଭିସ୍ତା ଓ ୱେନ୍‌ଡୋଜ୍ ୭ ଆଦି ପ୍ରୟୋଗରେ ମଧ୍ୟ କାର୍ଯ୍ୟ କରିବ ।
ଏହା ସହିତ ବିଭିନ୍ନ ପ୍ରକାରର ଇଣ୍ଟର୍‌ନେଟ୍‌ରେ ପ୍ରୟୋଗ ଯଥା ଫାୟାର୍ ଫକ୍ସ, ସଫାରୀ, ଅପେରା ଆଦିରେ ମଧ୍ୟ ଏହା କାମ କରିବ ବୋଲି ଶ୍ରୀ ସାହୁଙ୍କ ସୂତ୍ରରୁ ପ୍ରକାଶ ।
ଏହି ସଫ୍ଟୱେର୍ www.aparts.org ୱେବ୍‌ସାଇଟ୍‌ରୁ ମାଗଣାରେ ଡାଉନ୍‌ଲୋଡ୍‌ କରିହେବ ।
କମ୍ପ୍ୟୁଟର୍‌ରେ ଓଡିଆ ଭାଷାର ବହୁଳ ଏବଂ ସରଳ ବ୍ୟବହାର ନିମନ୍ତେ, ପ୍ରବାସୀ, ଓଡିଆଙ୍କ ଏହା ଦ୍ବିତୀୟ ଉଦ୍ୟମ ।
ବୀଣାପାଣି ମହାନ୍ତିଙ୍କୁ ସାରଳା ସମ୍ମାନ ପ୍ରଦାନ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଜୁନ୍ ୧୫, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
binapaniଭୁବନେଶ୍ବର: ଓଡିଆ ସାହିତ୍ୟର ପ୍ରଥିତଯଶା ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା ବୀଣାପାଣି ମହାନ୍ତିଙ୍କୁ ସମ୍ମାନଜନକ ସାରଳା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।
ଜୁନ୍ ୧୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଇଣ୍ଡିଆନ୍ ମେଟାଲିକ୍ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ହିନ୍ଦୀ ସାହିତ୍ୟର ପ୍ରତିଷ୍ଠିତ ଗାଳ୍ପିକ ହିମାଂଶୁ ଯୋଶୀ ଶ୍ରୀମତୀ ମହାନ୍ତିଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ ।
ବୀଣାପାଣି ମହାନ୍ତିଙ୍କର ୨୦୦୭ ମସିହାରେ ପ୍ରକାଶିତ ଗଳ୍ପ ସଂକଳନ “ଅପହଞ୍ଚ ଆକାଶ” ଓ ସାମଗ୍ରିକ ସାରସ୍ବତ କୃତୀ ପାଇଁ ତାଙ୍କୁ ପୁରସ୍କାର ବାବଦରେ ନଗଦ ଅଢେଇ ଲକ୍ଷ ଟଙ୍କା, ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
ସାହିତ୍ୟିକମାନେ ପାଠକଙ୍କ ପସନ୍ଦ ଅନୁଯାୟୀ ସାହିତ୍ୟ ସୃଷ୍ଟି କରନ୍ତୁ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଜୁନ୍ ୧୪, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
sahitya samarohaରାଉରକେଲା: ଗତକାଲି ରଜ ଉତ୍ସବ ଉପଲକ୍ଷେ ଉଦିତ୍‌ନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକଦିନାତ୍ମକ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ (ରାଉରକେଲା) ଓ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ (ପୁରୀ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ରାଜ୍ୟର ୧୦ଜଣ କୃତୀ ସାହିତ୍ୟିକଙ୍କୁ ବେଦବ୍ୟାସ ସାରସ୍ବତ ସମ୍ମାନ ୨୦୧୦ ରେ ସମ୍ମାନିତ କରାଯାଇଥିଲା ।
ସେହିପରି ପୁରୀର ସାହିତ୍ୟିକ ସଦାଶିବ ମିଶ୍ର ଏବଂ କଟକର ଗିରିଜାଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
କବି ଅଜୟ ବିଶ୍ବାଳଙ୍କୁ ସୁଲେଖା ସାରସ୍ବତ ସମ୍ମାନ ଓ ଚିତ୍ରଶିଳ୍ପୀ ରଶ୍ମୀରେଖା ଧଳଙ୍କୁ ସୁଲେଖା ସାରସ୍ବତ ଶିଳ୍ପୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ଆଜିର ଓଡିଆ ଗଳ୍ପ ପାଠକଠାରୁ ଦୂରଉଛି କାହିଁକି ଶୀର୍ଷକ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଓଡିଆ ଭାଷାର ପ୍ରାଧ୍ୟାପକ ଆଦିକନ୍ଦ ସାହୁ ଯୋଗଦେଇ ଆମ ଦେଶର ମହାନ ସଂସ୍କୃତି ଓ ପରମ୍ପରାକୁ ଭିତ୍ତିକରି ସାହିତ୍ୟ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ ।
ଉତ୍ସବରେ ମୂଖ୍ୟ ଅତିଥି ଭାବେ ପାନପୋଷ ଉପ-ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ ଆଜିର ସାହିତ୍ୟ ଅବକ୍ଷୟକୁ ଦୂର କରିବା ପାଇଁ ସାହିତ୍ୟିକମାନେ ଚେଷ୍ଟା କରିବା ଉଚିତ୍ ବୋଲି କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି ଡାକ୍ତର ରାହାସ ବିହାରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଞ୍ଚାଳନ ପରିଷଦର ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦାସ କରିଥିଲେ ।
ଶିଳାପଦ୍ମର ବିଷୁବ ୨୦୧୦ ସଂଖ୍ୟା ପ୍ରକାଶିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଜୁନ୍ ୭, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
shilapadmaଗତ ତିନିବର୍ଷ ଧରି ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ସହର ବିରମିତ୍ରପୁରରୁ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ଶିଳ୍ପାପଦ୍ମର ବିଷୁବ ୨୦୧୦ ସଂଖ୍ୟା ପ୍ରକାଶିତ ହୋଇଯାଇଛି ।
ଅଧ୍ୟାପକ ହରିହର ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ଏହି ସଂଖ୍ୟାଟିର ପ୍ରବନ୍ଧ ବିଭାଗରେ କୁମାର୍ ହସନ୍, ସଞ୍ଜୟ ରାଉଳ, ପ୍ରଫୁଲ୍ଲ ସାହୁ ପ୍ରମୁଖ, ଗଳ୍ପ ବିଭାଗରେ ଗିରି ଦଣ୍ଡସେନା, ସତ୍ୟବ୍ରତ ଦାସ, ବିବିଧ ବିଶ୍ବ ପ୍ରମୁଖ ଲମ୍ବ କବିତା ବିଭାଗରେ ଅଶୋକ ଚନ୍ଦ୍ର ମହାପାତ୍ର, ରାଜୁ ଷଡଙ୍ଗୀ, ଅଜୟ ବିଶ୍ବାଳ, ତ୍ରିନାଥ ସିଂହ, ସୂର୍ଯ୍ୟ ମିଶ୍ର, ଗୌରାଙ୍ଗ ଚନ୍ଦ୍ର ଦାଶ ପ୍ରମୁଖ ଆହୁରି ଅନେକ ତରୁଣ ଓ ପ୍ରବୀଣ ଲେଖକଙ୍କର ଲେଖା ସ୍ଥାନିତ ହୋଇଛି ।
ପ୍ରଚ୍ଛଦ ଓ ମୁଦ୍ରଣ ଆକର୍ଷଣୀୟ ।
ପତ୍ରିକାଟି ପାଠକୀୟତା ହାସଲ ଆଶା କରାଯାଏ ।
ତେତିଶ ଓଡିଆ କବିରେ ରାଉରକେଲାରୁ ଜଣେ କବି
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଜୁନ୍ ୫, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
33-kabiକଟକ ସ୍ଥିତ ନିଉ ଏଜ୍ ପବ୍ଲିକେଶନ୍‌ସ୍ ପକ୍ଷରୁ ନିକଟରେ ତେତିଶ ଓଡିଆ କବି ଶୀର୍ଷକ ଏକ ମର୍ଯ୍ୟାଦାଜନକ କାବ୍ୟ ସଙ୍କଳନ ପ୍ରକାଶ ପ୍ରକାଶ ପାଇଛି ।
ବରିଷ୍ଠ କବି ବିଭୁପ୍ରସାଦ ପାଢୀ, ପ୍ରଫେସର ଗୁରୁଚରଣ ବେହେରା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରାଙ୍କ ମିଳିତ ସମ୍ପାଦନାରେ ପ୍ରକାଶିତ ଏହି ସଙ୍କଳନରେ ଭାରତର ସ୍ବାଧୀନତା ପ୍ରାପ୍ତି ପରେ ଜନ୍ମ ଗ୍ରହଣ କରିଥିବା ତେତିଶଜଣ ଓଡିଆ କବିଙ୍କର କବିତା ସ୍ଥାନିତ କରାଯାଇଛି ।
ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧ ଅନୁସରଣକୁ ପ୍ରତ୍ୟାଖ୍ୟାନ କରି ଅବଲୁପ୍ତ ଓ ବିସ୍ତୃତ ପ୍ରାୟ ଆମର ଦେଶୀୟ ସଂସ୍କୃତିର ପୁନରୁଦ୍ଧାର ଓ ଏହାର ପ୍ରାସଙ୍ଗିକ ପୁନର୍ବିନିଯୋଗ ଉପରେ ଗୁରୁତ୍ବ ପ୍ରଦାନ ଏ ସଙ୍କଳନର କାବ୍ୟିକ ଆଦର୍ଶ ।
ରାଉରକେଲାର ଏକମାତ୍ର କବି ଭାବେ ଜଣାଶୁଣା ଅଶୋକ ଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ନିଃସଂଗ ଦିନ, ଝରକା ବାହାରେ, ଯନ୍ତ୍ର ସହ ଯନ୍ତ୍ର ଭଳି ଓ ବୁଢାଲୋକ ଆଦି କବିତା ଏଥିରେ ସ୍ଥାନ ପାଇବାର ସୂଚନା ମିଳିଛି ।
ଦୁଇଟି କବିତା ପୁସ୍ତକ ଉନ୍ମୋଚିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଜୁନ୍ ୩, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
stabaka ରାଉରକେଲା: ସହରର ଅଗ୍ରୀଣ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦଆନୁକୂଲ୍ୟରେ ଇତି ମଧ୍ୟରେ ଦୁଇଟି କବିତା ପୁସ୍ତକ ଉନ୍ନୋଚିତ ହୋଇଯାଇଛି ।
ଏହା ହେଉଛି ସଂସଦର ବାର୍ଷିକ ମୁଖପତ୍ର ଭାବେ ପ୍ରକାଶିତ କବିତା ସଙ୍କଳନ ସ୍ତବକ ଓ କବି ଆଖଣ୍ଡଳମଣୀ ପଣ୍ଡାଙ୍କ ରଚିତ କବିତା ପୁସ୍ତକ ବେଦବ୍ୟାସ ।
bedabyasaସ୍ତବକ ପୁସ୍ତକଟିରେ ସୁନ୍ଦରଗଡ ଜିଲ୍ଲା ସମେତ ଓଡିଶାର ବିଭିନ୍ନ ଅଞ୍ଚଳର ବିଭିନ୍ନ କବିମାନଙ୍କର ମୋଟ ୬୭ଟି କବିତା ପ୍ରକାଶିତ ହୋଇଛି ।
ସେହିପରି ବେଦବ୍ୟାସ ପୁସ୍ତକରେ କବି ଶ୍ରୀ ପଣ୍ଡାଙ୍କ ଦ୍ବାରା ରାଉରକେଲା ନିକଟସ୍ଥ ପବିତ୍ର ସଙ୍ଗମ ସ୍ଥଳୀ ବେଦବ୍ୟାସର ମହିମା, ଉତ୍ପତ୍ତି ତଥା ଉକ୍ତ କ୍ଷେତ୍ର ସହିତ ଜଡିତ ବିଭିନ୍ନ ଉପାଖ୍ୟାନ ଆଦି ଉପରେ ଚାରିଟି କବିତା ପ୍ରକାଶିତ ହୋଇଛି ।
ସାହିତ୍ୟ ସମାରୋହ, କବିତା ପାଠ ଓ ପୁସ୍ତକ ଉନ୍ମୋଚନ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ମେ ୩୧, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
music cicrleରାଉରକେଲା: ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବାସନ୍ତିକା ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ନାରାୟଣ ପୃଷେଠ ଯୋଗଦେଇ ପ୍ରାଚୀନ ଭାରତୀୟ ଦର୍ଶନ ପ୍ରତି ଗଙ୍ଗାଧରଙ୍କ ଅଶେଷ ଶ୍ରଦ୍ଧା ଥିଲା, ଯାହାକି ତାଙ୍କ କାବ୍ୟ ଗୁଡିକରେ ଦେଖିବାକୁ ମିଳିଥାଏ ବୋଲି କହି ତାଙ୍କ ସାହିତ୍ୟାଦର୍ଶ ଉପରେ ଆଲୋଚନା କରିଥିଲେ ।
ସ୍ବଭାବ କବିଙ୍କର ରଚନା ଗୁଡିକରେ ବ୍ୟକ୍ତି ପୁରୁଷ ଓ କାବ୍ୟ ପୁରୁଷ ମଧ୍ୟରେ ପ୍ରଭେଦ ନଥିଲା ଏବଂ ତାଙ୍କର ରଚନା ଗୁଡିକ ମହା କବି କାଳିଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତଥା କବିବର ରାଧାନାଥଙ୍କ ରଚନା ଦ୍ବାରା ପ୍ରଭାବିତ ବୋଲି ଶ୍ରୀ ପୃଷେଠ କହିଥିଲେ ।
pustakaଉକ୍ତ ଉତ୍ସବରେ ସମ୍ମାନିତ ବକ୍ତା ଭାବେ ସ୍ବଭାବ କବିଙ୍କ ଅଣନାତି ଅଧ୍ୟାପକ ଡଃ ମଣୀନ୍ଦ୍ର ମେହେର କବିଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ ।
କବି ଗଙ୍ଗାଧରଙ୍କ ଜୀବନର ମୁଖ୍ୟ ଆଦର୍ଶ ସାଧୁତା, ନମ୍ରତା, ଓ ନିର୍ଭୀକତା ଥିଲା ବୋଲି ଡଃ ମେହେର କହିବା ସହିତ ଯେଉଁ ଆଦର୍ଶ ନେଇ ସେ ବଞ୍ଚିଥିଲେ, ତାହାକୁ ନେଇ ସେ ସାହିତ୍ୟ ରଚନା କରିଥିଲେ ବୋଲି କହିଥିଲେ ।
କବି ଗଙ୍ଗାଧରଙ୍କ ରଚନାଗୁଡିକ ମାଧ୍ୟମରେ ନବଜାତକ ଗୁଡିକ ସ୍ପନ୍ଦିତ ହେଉଥିଲେ ବୋଲି ମଧ୍ୟ ଡଃ ମେହେର କହିଥିଲେ ।
ଏହି ଅବସରରେ ବିଶିଷ୍ଠ ଲେଖିକା ଅଳକା ଚାନ୍ଦଙ୍କର ଗଳ୍ପ ସଙ୍କଳନ ନିସର୍ତ୍ତ ସମ୍ପର୍କପୁସ୍ତକ ଉନ୍ନୋଚିତ ହୋଇଥିଲା ।
ଏହି ଅବସରରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ରୁ ଊର୍ଦ୍ଧ୍ବ କବି ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ ।
ପିଲାଙ୍କ ପାଇଁ ନୂତନ ବ୍ୟଙ୍ଗ କବିତା ପୁସ୍ତକ ଉନ୍ମୋଚିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଏପ୍ରିଲ୍ ୨୬, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
chaka phatila dhoରାଉରକେଲା: ସହରର ପରିଚିତ ବ୍ୟଙ୍ଗ କବି ବ୍ରଜବିହାରୀ ଦାଶଙ୍କ ବିଜ୍ଞାନ ଭିତ୍ତିକ ଶିଶୁ କବିତା ସଙ୍କଳନ ଚକା ଫାଟିଲା ଢୋ ଇତି ମଧ୍ୟରେ ଉନ୍ମୋଚିତ ହୋଇଯାଇଛି ।
ଏଥିରେ ସ୍ଥାନିତ ୨୫ଟି ଯାକ କବିତା, ପିଲାଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ବିଭିନ୍ନ ତଥ୍ୟର ପ୍ରସାର କରିବାରେ ସହାୟକ ହେବ ବୋଲି ଶ୍ରୀ ଦାଶ ଆଶା ପ୍ରକାଶ କରିଛନ୍ତି ।
ଉକ୍ତ କବିଙ୍କ ଦ୍ବାରା ପୂର୍ବରୁ ପିଲାମାନଙ୍କ ପାଇଁ ଏକାଧିକ କବିତା ଓ ଗଳ୍ପ ସଙ୍କଳନ ପ୍ରକାଶିତ ହୋଇସାରିଛି ।
ମିଠା ଗପ, କାହାକୁ ନ ମଣ ସାନ, ଅଜା ଆଈଙ୍କ ମଜା ଆଦି ପୁସ୍ତକ ବ୍ୟଙ୍ଗ ସାହିତ୍ୟିକ ଶ୍ରୀ ଦାଶଙ୍କ ଅନ୍ୟାନ୍ୟ ରଚନା ମଧ୍ୟରେ ଅନ୍ୟତମ ।
ଶ୍ରୀ ଦାଶ ବର୍ତ୍ତମାନ ରାଉରକେଲା ଇସ୍ପାତ କାରଖାନାର ସିଲିକନ୍ ଷ୍ଟିଲ୍ ମିଲ୍‌ରେ ଯାନ୍ତ୍ରିକ ବିଭାଗରେ କାର୍ଯ୍ୟରତ ।
ଧାନଫୁଲର ମହକ କବିତା ସଙ୍କଳନ ଲୋକାର୍ପିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଏପ୍ରିଲ୍ ୨୬, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
dhana phulara mahakaରାଉରକେଲା: ଇସ୍ପାତ ସହରରୁ ପ୍ରକାଶ ପାଇଆସୁଥିବା ଧାନଫୁଲ ପତ୍ରିକାର ସମ୍ପାଦକ ବ୍ରଜ ଦାସଙ୍କ ପ୍ରଥମ କବିତା ସଙ୍କଳନ ଧାନ ଫୁଲର ମହକ ଗତକାଲି ସନ୍ଧ୍ୟାରେ ଉନ୍ନୋଚିତ ହୋଇଯାଇଛି ।
ପ୍ରଗତି ଉତ୍କଳ ସଂଘ ପରିସରସ୍ଥିତ ମଧୁ ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଉକ୍ତ ସଙ୍କଳନକୁ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ନାରାୟଣ ପୃଷେଠ ଉନ୍ମୋଚିତ କରିଥିଲେ ।
ଗାଳ୍ପିକ ଓ ପ୍ରାବନ୍ଧିକ ଦେବେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଇ.ଜି.ଏଚ୍.ର ନିର୍ଦ୍ଦେଶକ ଡା. ସରୋଜ କାନ୍ତି ମିଶ୍ର ଓ କବି ଅଶୋକ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ ।
ପ୍ରାରମ୍ଭରେ କବି ବ୍ରଜ ଦାସ ସ୍ବାଗତ ଭାଷଣ ଦେଇ ପୁରାତନ କବିତାଠାରୁ ସାମ୍ପ୍ରତିକ କବିତା ଯାଏ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ ।
ପୁସ୍ତକ ହିଁ ତୀର୍ଥ ଏବଂ ଏହା ମଣିଷର ସକଳ ନୈରାଶ୍ୟକୁ ଦୂର କରିପାରେ ବୋଲି ମୁଖ୍ୟ ଅତିଥି କହିଥିଲେ ।
ସମ୍ମାନିତ ଅତିଥି ଡା. ମିଶ୍ର ତାଙ୍କ ବକ୍ତବ୍ୟରେ କବି ବ୍ରଜ ଦାସ ପୂର୍ବରୁ ଛଦ୍ମ ନାମରେ କବିତା ଲେଖି ଆଦୃତ ଲାଭ କରିଥିବାରୁ, କବିତାର ସତ୍‌ପାଠକ ଅଛନ୍ତି ବୋଲି କହିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି କବି ଶ୍ରୀ ମହାପାତ୍ର ଉନ୍ମୋଚିତ କବିତ ସଙ୍କଳନରୁ ଏକ କବିତା ପାଠ କରି ସମସ୍ତ କବିମାନଙ୍କୁ ଉକ୍ତ ସଙ୍କଳନ ପାଠ କରିବାକୁ ଆହ୍ବାନ ଦେଇଥିଲେ ।
କବି ସନତ୍ ରାୟ କବିତା ପୁସ୍ତକ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଏଥିରେ ଯୁବ କବି ଅଶୋକ ରାଉତ ଓ ମମତାଞ୍ଜଳି ଦାସ ମଞ୍ଚ ସଞ୍ଚାଳନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସହରର ବହୁ ତରୁଣ ତଥା ପ୍ରବୀଣ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ ।
ସମ୍ଭାବନା ପକ୍ଷରୁ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଏପ୍ରିଲ୍ ୧୬, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
odianee pratijogitaଭୁବନେଶ୍ବର: ଓଡିଆ ନବବର୍ଷ ଅବସରରେ ‘ସମ୍ଭାବନା’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଶ୍ରେଷ୍ଠ ଓଡିଆଣୀ ପ୍ରତିଯୋଗିତା ୧୪ ତାରିଖ ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ।
ଉଦ୍‌ଯାପନୀ ସଂଧ୍ୟାରେ ଏକାମ୍ର ହାଟ ଓଡିଆଣୀଙ୍କ ହୁଳହୁଳି ଓ ଶଙ୍ଖ ଧ୍ବନିରେ କମ୍ପି ଉଠିଥିଲା ।
ଏହି ପ୍ରତିଯୋଗିତାରେ ଓଡିଆଣୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପିଠା, ସୁସଜ୍ଜିତ ପାନ, ଆକର୍ଷଣୀୟ ଝୋଟି, ମୁରୁଜ ଓ ଓଡିଆ ବେଶଭୁଷା ତଥା ହୁଳହୁଳି ଏବଂ ଶଙ୍ଖ ଧ୍ବନି ସ୍ଥାନ ପାଇଥିଲା ।
ଏହି କାର୍ଯ୍ୟକ୍ରମରେ ୫ ରୁ ୧୦ ବର୍ଷ ପିଲାମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ ଓ ପୁଚି ଖେଳ ପ୍ରତିଯୋଗିତା ମଧ୍ୟ ଅୟୋଜିତ କରାଯାଇଥିଲା ।
ଏଥିରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମହୋତ୍ସବ କମିଟିର ସଭାପତି ଶରତ ଚନ୍ଦ୍ର ଭଦ୍ର ସଭା ପରିଚାଳନା କରିଥିଲେ ।
Odianee Pratijogitaଏହି ଅବସରରେ ଛୋଟ ପିଲାମାନଙ୍କ ଦ୍ବାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଆଶିଷ ଦତ୍ତ ଗାଇଥିବା ଦୁଇଟି ଓଡିଆ ଗୀତ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।
ଚଳିତ ମାସ ୨୮ ତାରିଖରେ ହେବାକୁ ଥିବା ମଧୁ ଜୟନ୍ତୀ ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ଦେବ ପ୍ରସାଦ ପରିଜା ସୂଚନା ଦେଇଛନ୍ତି ।
ସିସୋର ସାହିତ୍ୟ ଏକାଡ଼େମୀର ମାସିକ ସାହିତ୍ୟ ଆସର ଅନୁଷ୍ଠିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଏପ୍ରିଲ୍ ୧୨, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
Seashore Sahitya Ecademyଭୁବନେଶ୍ବର: ଭାରତୀୟ ବିଦ୍ୟାଭବନଠାରେ ୧୧ ତାରିଖ ସନ୍ଧ୍ୟାରେ ‘ସିସୋର ସାହିତ୍ୟ ଏକାଡ଼େମୀ’ ପକ୍ଷରୁ ଦ୍ବିତୀୟ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବିଶିଷ୍ଠ କଥାକାର ତଥା ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ସାହିତ୍ୟର ଉପଲବ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହା ସହିତ ବର୍ତ୍ତମାନ ଯୁଗରେ ଓଡିଆ ଭାଷା ସାହିତ୍ୟର ମହାନ ସଂସ୍କୃତି ଏବଂ ପରମ୍ପରା ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ନିଜ ଜୀବନାଭୁତିର କିଛି ବାସ୍ତବ ତଥ୍ୟ ସାହିତ୍ୟ ପ୍ରେମୀଙ୍କ ନିକଟରେ ଉପସ୍ଥାପନ କରିଥିଲେ ।
ଏହି ସଭାରେ ସଭାପତିତ୍ବ କରୁଥିବା ପ୍ରଖ୍ୟାତ କଥାକାର ନାରୁ ମହାନ୍ତିଙ୍କ କଥା ଗଳ୍ପରେ କାହାଣୀ କେତେ ଓ କେମିତି ଉପରେ ଅରବିନ୍ଦ ରାୟ, ପ୍ରକାଶ ମହାପାତ୍ର ଏବଂ ନିଜେ ନାରୁ ମହାନ୍ତି ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ଏକାଡେମୀର ସଭାପତି ରାଜେନ୍ଦ୍ର କିଶୋର ପଣ୍ଡା ଉଦ୍‌ଘାଟନୀ ଭାଷଣ ଦେଇଥିବାବେଳେ ଏକାଡେମୀର ପ୍ରମୁଖ ସଚିବ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ।
ସଭା ଶେଷରେ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।
୧୭ତମ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ
ଓଡ଼ିଆସାହିତ୍ୟ ପ୍ରବନ୍ଧକ
ତା: ଜାନୁଆରୀ ୪, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
ରାଉରକେଲା: ଆଦର୍ଶ ପାଠାଗାର ଦ୍ବାରା ଆୟୋଜିତ ୧୭ତମ ରାଉରକେଲା ପୁସ୍ତକମେଳା ଗତ ୨ ତାରିଖ ଦିନ ଭଞ୍ଜଭବନ ପରିସରରେ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଏସ୍. ଏନ୍. ସିଂହଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି ।
ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ ମେଳାରେ ୧୧୦ଟି ଷ୍ଟଲ୍‌ରେ ୮୦ ରୁ ଊର୍ଦ୍ଧ୍ବ ପୁସ୍ତକ ପ୍ରକାଶନୀ ସଂସ୍ଥା ସମେତ ପଠନ ସାମଗ୍ରୀ ଓ ଶିକ୍ଷାନୁଷ୍ଠାନମାନେ ଯୋଗାଇଦେଇଛନ୍ତି ।
ଏହି ମେଳାରେ ବିଦ୍ୟାପୁରୀ, ଓଡିଶା ବୁକ୍‌ଷ୍ଟୋର୍, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର୍, ଗ୍ରନ୍ଥ ମନ୍ଦିର, ଓଡିଶା ସାହିତ୍ୟ ଏକାଡେମୀ, ଟାଇମ୍ ପାସ୍, ଚିତ୍ରୋତ୍ପଳା ପବ୍ଲିକେଶନ୍ ପରି ରାଜ୍ୟସ୍ତରୀୟ ପୁସ୍ତକ ପ୍ରକାଶନୀ ସଂସ୍ଥା ଯୋଗଦେଇଛନ୍ତି ।
ସେହିପରି କେନ୍ଦ୍ର ସାହିତ୍ୟ ଏକାଡେମୀ, ନେଶ୍‌ନାଲ୍ ବୁକ୍ ଟ୍ରଷ୍ଟ, ଗୁଡ୍ ବୁକ୍ସ୍, କ୍ରିଷ୍ଣମୂତ୍ତୀ ଫାଉଣ୍ଡେସନ୍ ପରି ଜାତୀୟ ସ୍ତରର ସଂସ୍ଥା ଆଦି ମଧ୍ୟ ଯୋଗଦେଇଛନ୍ତି ।
ପ୍ରତିଦିନ ଅପରାହ୍ନ ୩ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଉକ୍ତ ମେଳା ଖୋଲା ରହୁଥିବା ବେଳେ ରବିବାର ଓ ଛୁଟିଦିନରେ ଅପରାହ୍ନ ୧ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଉକ୍ତ ମେଳା ଖୋଲା ରହିବ ।
ମେଳା ପରିସରରେ ପ୍ରତ୍ୟେକ ଦିନ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ଏହା ସହିତ ମେଳା ପରିସରରେ ନୂତନ ପୁସ୍ତକ ଉନ୍ମୋଚନ ଓ ପାଠକ – ଲେଖକ ଆଲୋଚନା ମଧ୍ୟ ହେଉଛି ।
ପ୍ରବଳ ଶୀତ ସତ୍ତ୍ବେ ମଧ୍ୟ ଦୈନିକ ହଜାର ହଜାର ଦର୍ଶକ ମେଳା ବୁଲୁଛନ୍ତି ।
ମେଳା ବୁଲିବା ପାଇଁ ପ୍ରବେଶିକା ଶୁଳ୍କ ଜଣ ପିଛା ୨ ଟଙ୍କା ରଖାଯାଇଛି ।
ଆସନ୍ତା ୧୧ ତାରିଖ ଦିନ ସଂଧ୍ୟାରେ ଉକ୍ତ ମେଳା ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି ।
ବେଦବ୍ୟାସ ସାହିତ୍ୟ ସମ୍ମାନ-୨୦୦୯ ପ୍ରଦାନ
ତା: ଅକ୍ଟୋବର୍ ୧୫, ୨୦୦୯
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
Rourkela Bedbyas Sahitya Sammanଗତ ଏଗାର ତାରିଖ ଦିନ ଦକ୍ଷିଣ ରାଉରକେଲାର ସାର ନଗରୀଠାରେ ଏକ ମନୋଜ୍ଞ ସାହିତ୍ୟ ସମ୍ମାନ ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ପଦ୍ମଭୂଷଣ ରମାକାନ୍ତ ରଥ ଯୋଗଦେଇ କବିତା ସମସ୍ତ ଗୋଷ୍ଠୀର ବୋଲି କହିଥିଲେ ।
“କବିତା କାହିଁକି ହେଉନି ମନଛୁଆଁ ” ଶୀର୍ଷକ ଆଲୋଚନାର ଚକ୍ରରେ ଭାଗ ନେଇ ପ୍ରତ୍ୟେକ କବିର ସମାନ ପ୍ରତି ଅଙ୍ଗୀକାର ଥାଏ ବୋଲି ସେ କବିତା ଲେଖେ, ସେ କବିତାକୁ ପଢି ତାକୁ ଅନୁଭବ କରିପାରିଲେ ତାହା ମନଛୁଆଁ ହୋଇଥାଏ ବୋଲି କବି ରମାକାନ୍ତ ରଥ କହିଥିଲେ ।
ମୁଖ୍ୟବକ୍ତା ଦେବେନ୍ଦ୍ର ଦାଶ “କବିତା ସଂଗୀତ ଭଳି ଶୁଣିବା ବିଷୟ ନୁହେଁ ” ବୋଲି କହିଥିଲେ ।
ଓଡିଶାର ପାଠକ ସମାଜରେ ପାରିବାରିକ ଜୀବନରେ ସାହିତ୍ୟ ଚର୍ଚ୍ଚା ହେଉନଥିବା ବେଳେ ଏକଦା ଏ କ୍ଷେତ୍ର କ୍ରମଶଃ ସାହିତ୍ୟ ଓ କବିତା ଠାରୁ ଦୂରେଇ ଯାଉଛନ୍ତି ।
ପୂର୍ବଭଳି କବିମାନେ କବିତା ଲେଖିବାର ସକ୍ରିୟ ଭୂମିକା ଗ୍ରହଣ କରୁନାହାଁନ୍ତି ।
ଫଳରେ କବିତା ସାଧାରଣ ପାଠକଙ୍କ ମଧ୍ୟରେ ଏକ ଅପହଞ୍ଚ ଦୂରତା ସୃଷ୍ଟି କରୁଛି ବୋଲି ମଧ୍ୟ ମୁଖ୍ୟବକ୍ତା କହିଥିଲେ ।
ସମ୍ମାନିତ ଅତିଥି ଡାକ୍ତର ସରୋଜକାନ୍ତି ମିଶ୍ର ନିଜ ବକ୍ତବ୍ୟରେ ଓଡିଆ ସାହିତ୍ୟକୁ ଅନ୍ୟ ଭାଷାଭାଷୀ ମାନଙ୍କର ସାହିତ୍ୟ ଜଗତରେ ପହଞ୍ଚାଇବାକୁ ହେଲେ ଯଥେଷ୍ଟ ଅନୁବାଦ ସାହିତ୍ୟର ଆବଶ୍ୟକତା ଅଛି ବୋଲି କହିଥିଲେ ।
ସାରନଗରୀର କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ଉକ୍ତ ଉତ୍ସବରେ ଗାଳ୍ପିକ ପ୍ରଦୋଷ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ କବି ଅଜୟ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ସାଧାରଣ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।
ଏହି ଅବସରରେ ପରିଷଦ ପକ୍ଷରୁ ଶ୍ରୀଯୁକ୍ତ ରମାକାନ୍ତ ରଥଙ୍କୁ ସମ୍ମାନିତ କରାଯାଇଥିଲା ।
ଉକ୍ତ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କୃତି ସାହିତ୍ୟିକ ତଥା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ବେଦବ୍ୟାସ ସମ୍ମାନ ୨୦୦୯ ରେ ସମ୍ମାନିତ କରାଯିବ ।
ଏଥିରେ ଓଡ଼ିଶାର ବିଶିଷ୍ଠ କବି ଶରତ ଚନ୍ଦ୍ର ପ୍ରଧାନଙ୍କୁ ବେଦବ୍ୟାସ ସମ୍ମାନ ରେ ଭୂଷିତ କରାଯାଇଥିଲା ।
ଏତତ୍ ବ୍ୟତୀତ କବି ଅଶୋକ ଚନ୍ଦ୍ର ମହାପାତ୍ରଙ୍କୁ ବେଦବ୍ୟାସ କାବ୍ୟ ସମ୍ମାନ, ଗୌତମ ବୁଦ୍ଧ ଦାସଙ୍କୁ ବେଦବ୍ୟାସ କଥା ସମ୍ମାନ, ରମେଶ ଚନ୍ଦ୍ର ପାତ୍ରଙ୍କୁ ବେଦବ୍ୟାସ ଶିଳ୍ପୀ ସମ୍ମାନ ।
ସୃଷ୍ଟିଶ୍ରୀ ନାଏକଙ୍କୁ କବି ଭାନୁଜୀ ରାଓ ସ୍ମୃତି ସମ୍ମାନ, ଅଧ୍ୟାପକ ସନତ୍‌ରାୟଙ୍କୁ କବି ଦୀପକ ମିଶ୍ର ସ୍ମୃତି ସମ୍ମାନ, କୁମାରୀ ଅନ୍ମ୍ରୟା ମହାପାତ୍ର ଓ ପ୍ରତ୍ୟାଶା ପାଣିଗ୍ରାହୀଙ୍କୁ ବେଦବ୍ୟାସ ଶିଶୁ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ଏହାଛଡ଼ା ଡକ୍ଟର କୃତିବାସ ନାୟକ ଓ ବହେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ବେଦବ୍ୟାସ ସାରସ୍ବତ ସମ୍ମାନରେ ନିତ୍ୟାନନ୍ଦ ନାୟକ, କବିଚନ୍ଦ୍ର ମହାନ୍ତ, ସନ୍ତୋଷ ରଥ, ନମିତା ପାଇକରାୟ ଓ ସ୍ନେହଲତା ନାୟକଙ୍କୁ ଭୂଷିତ କରାଯାଇଥିଲା ।
ଡାକ୍ତର ଗୀତାଞ୍ଜଳୀ ପତ୍ରୀ, ସ୍ନେହଲତା ନାୟକ, ସୃଷ୍ଟିଶ୍ରୀ ନାଏକ ଓ ସତ୍ୟବ୍ରତ ଦାସଙ୍କ ପୁସ୍ତକ ଗୁଡ଼ିକ ମଧ୍ୟ ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ନୋଚିତ ହୋଇଥିଲା ।
ଦ୍ବିତୀୟ ଅଧିବେଶନରେ ଭିକାରୀ ଧଳଙ୍କ ସଂଯୋଜନାରେ କଟକ, ଭୁବନେଶ୍ବର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ ରାଉରକେଲାର ୫୦ରୁ ଊର୍ଦ୍ଧ୍ବ କବି କବିତା ପାଠ କରିଥିଲେ ।
ଏହି ଅବସରରେ ବେଦବ୍ୟାସ ପତ୍ରିକାର ପୂଜା ସଂଖ୍ୟାକୁ ମୁଖ୍ୟ ଅତିଥି ଶ୍ରୀ ରଥ ଉନ୍ମୋଚନ କରିଥିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment