Commit 99d4d8f1 authored by Nayan Ranjan Paul's avatar Nayan Ranjan Paul

Upload New File

parent 77af1dbe
ପ୍ରତିରୋଧୀକରଣ କିଛି ବିପଦଜନକ ରୋଗରୁ ସୁରକ୍ଷା ଦିଏ
ପ୍ରତିରୋଧୀ ହୋଇନଥିବା ଶିଶୁ ରୋଗରେ ପଡିବାର , ସବୁଦିନ ପାଇଁ ଅକ୍ଷମ ବା ମନ୍ଦପୁଷ୍ଟ ହେବାର ଏବଂ ଜୀବନ ହରାଇବାର ସମ୍ଭାବନା ବେଶୀ ।
ଟିକାଦାନ ପିଲାମାନଙ୍କୁ ଶୈଶବର କିଛି ମାରାତ୍ମକ ରୋଗରୁ ବଞ୍ଚାଇଥାଏ ।
ଶାରୀରିକ ଅକ୍ଷମତାଯୁକ୍ତ ପିଲାଙ୍କ ସମେତ ସବୁ ପିଲା ଟିକା ନେବା ଦରକାର ।
ଟିକା ପାଟିରେ ବା ଇଞ୍ଜେକ୍ସନରେ ଦିଆଯାଇପାରେ ଏବଂ ତାହା ପିଲାଙ୍କୁ ପ୍ରତିରୋଧକ୍ଷମ କରିଥାଏ ।
ରୋଗ ବିରୋଧରେ ଲଢିବା ପାଇଁ ପିଲା ଦେହର ସୁରକ୍ଷା ବ୍ୟବସ୍ଥାକୁ ଟିକା ସକ୍ରିୟ କରାଏ ।
କିନ୍ତୁ ରୋଗ ହେବା ଆଗରୁ ଦିଆଯାଇଥିଲେ ହିଁ ଟିକା କାମ କରିବ ।
ପ୍ରତିରୋଧୀ ନ ହୋଇଥିବା ପିଲା ମିଳିମିଳା , ଲହରାକାଶ ଓ ଅନ୍ୟ ରୋଗରେ ପଡିବାର ଭୟ ଅଧିକ ।
ଏସବୁ ରୋଗରେ ମୃତ୍ୟୁର ସମ୍ଭାବନା ରହିଥାଏ ।
ଏସବୁ ରୋଗରୁ ଭଲ ହୋଇଥିବା ପିଲା ଦୁର୍ବଳ ହୋଇଯାଏ ।
ତା’ଦେହର ବୃଦ୍ଧି ଠିକ୍ ହୁଏନାହିଁ ବା ସେ ସବୁଦିନ ପାଇଁ ବିକଳାଙ୍ଗ ହୋଇପାରେ ।
ପରେ ସେ ମନ୍ଦପୁଷ୍ଟି ବା ଅନ୍ୟ ରୋଗ ଯୋଗୁଁ ଜୀବନ ହରାଇ ପାରେ ।
ମଦପୁଷ୍ଟି , ମାନସିକ ଅନଗ୍ରସରତା ଏବଂ ଶୁଣିବା ଓ ଦେଖିବାରେ ଦୁର୍ବଳତା ଆଦିର ଏକ କାରଣ ହେଉଛି ମିଳିମିଳା ।
ତାହା ବିରୁଦ୍ଧରେ ସବୁ ପିଲାଙ୍କୁ ପ୍ରତିରୋଧୀ କରାଇବା ଉଚିତ ।
ତିନି ଦିନରୁ ବେଶୀ ସମୟ ଜ୍ଵର ରହିବା , ଦେହରେ ଫଳିଯିବା , କାଶହେବା , ନାକରୁ ପାଣି ବୋହିବା ବା ଆଖି ଲାଲ ପଡିବା ହେଉଛି ମିଳିମିଳାର ଲକ୍ଷଣ ।
ମିଳିମିଳାରେ ମୃତ୍ୟୁ ମଧ୍ୟ ହୋଇପାରେ ।
ସବୁ ଅଞ୍ଚଳର ସବୁ ପିଲାଙ୍କୁ ପୋଲିଓ ପ୍ରତିରୋଧୀ କରାଯିବା ଦରକାର ।
ହାତ ବା ଗୋଡ ନରମ ହୋଇ ଝୁଲିବା ବା ଅଚଳ ହୋଇଯିବା ପୋଲିଓର ଲକ୍ଷଣ ।
ପ୍ରତି ୨୦୦ ପିଲାଙ୍କ ଭିତରୁ ଜଣେ ପୋଲିଓ ଯୋଗୁଁ ସାରା ଜୀବନ ପାଇଁ ବିକଳାଙ୍ଗ ହୋଇଯାଏ ।
ଧନୁଷ୍ଟଙ୍କାର ବୀଜାଣୁ ଅପରିଷ୍କାର କ୍ଷତ ଜାଗାରେ ବଢେ ଏବଂ ପ୍ରତିରୋଧୀ ନହୋଇଥିବା ପିଲା ପାଇଁ ମାରାତ୍ମକ ହୁଏ ।
ଗର୍ଭଧାରଣ ପୂର୍ବରୁ ବା ସମୟରେ ମହିଳାମାନଙ୍କୁ ଅନ୍ତତଃ ଦୁଇଟି ପାନ ଧନୁଷ୍ଟଙ୍କାର ଆବିଷ ଦେଲେ ତାହା ସେମାନଙ୍କୁ ସୁରକ୍ଷା ଦିଏ ।
ଜନ୍ମ ହେଉଥିବା ପିଲାଟିକୁ ମଧ୍ୟ ଏହା କେତେ ସପ୍ତାହ ଯାଏଁ ସୁରକ୍ଷିତ ରଖେ ।
ଛଅ ସପ୍ତାହର ହେଲା ବେଳକୁ ଧନୁଷ୍ଟଙ୍କାର ପ୍ରତିରୋଧୀ ଶକ୍ତି ପାଇଁ ପିଲାକୁ ପ୍ରଥମ ପାନ ଡି.ଟି.ପି. ଟିକା ଦିଆଯାଏ ।
କେତେ ଦେଶରେ ହେପାଟାଇଟିସ୍ ବି ବହୁତ ଦେଖାଯାଏ ।
ସେଠାରେ ପିଲାଙ୍କୁ ପ୍ରତିରୋଧୀ ନକରାଇଲେ ଦଶ ଶତାଂଶ ଯାଏଁ ପିଲାଙ୍କ ଦେହରେ ଏହି ସଂକ୍ରମଣ ସାରା ଜୀବନ ପାଇଁ ରହିଯାଏ ।
ସଂକ୍ରମିତ ପିଲାମାନେ ବୟସ୍କ ଅବସ୍ଥାରେ ଯକୃତ କର୍କଟ ରୋଗର ଶିକାର ହେବାର ସମ୍ଭାବନା ଅଧିକ ଥାଏ ।
କିଛି ଦେଶରେ ପିତ୍ତ ଜ୍ଵର ମହାମାରୀ ରୂପ ନିଏ ଏବଂ ଅନେକ ପିଲାଙ୍କ ଜୀବନ ପ୍ରତି ବିପଦ ଆଣେ ।
ଟିକା ସାହାଯ୍ୟରେ ଏହି ରୋଗର ପ୍ରତିରୋଧ କରାଯାଇ ପାରିବ ।
ହିମୋଫିଲସ୍ ଇନ୍ ଫ୍ଲୁଏଞ୍ଜା (ବି) ବା ଏଚ.ଆଇ.ବି. ବୀଜାଣୁ ଜନିତ ଫୁସ୍ ଫୁସ୍ ପ୍ରଦାହ (ନିମୋନିଆ) କେତେ ଦେଶରେ ଅନେକ ପିଲାଙ୍କ ଜୀବନ ନିଏ ।
ଏହି ବୀଜାଣୁ ଶୈଶବ ମସ୍ତିସ୍କଝିଲ୍ଲୀ ପ୍ରଦାହ (ମେନିଞ୍ଜାଇଟିସ୍) ମଧ୍ୟ କରାଇପାରେ ।
ସବୁ ପିଲାଙ୍କ ପାଇଁ ଏବଂ ବିଶେଷ ଭାବରେ ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏହା ଏକ ଅତି ବିପଦଜନକ ଜୀବାଣୁ ।
ଏଚ.ଆଇ.ବି. ଟିକା ଏହି ମୃତ୍ୟୁକୁ ରୋକିପାରିବ ।
ମା’ର କ୍ଷୀର ଓ ଜନ୍ମର ପରେ ପରେ ଝରୁଥିବା କଷଦୁଧ , ଫୁସ୍ ଫୁସ୍ ପ୍ରଦାହ , ତରଳ ଝାଡା ଓ ଅନ୍ୟ ରୋଗଠାରୁ ସୁରକ୍ଷା ଯୋଗାଏ ।
ମା’କ୍ଷୀର ଖାଉଥିବା ପିଲା ଏହି ସୁରକ୍ଷା ପାଇଥାଏ ।
ଜୀବସାର କ ସଂକ୍ରମଣ ଏବଂ ଅନ୍ଧତ୍ଵର ପ୍ରତିରୋଧ କରିବାରେ ସାହାଯ୍ୟ କରେ ।
ମା’କ୍ଷୀର , କଲିଜା , ମାଛ , କ୍ଷୀରଜାତ ଖାଦ୍ୟ , ହଳଦିଆ ଓ ନାରଙ୍ଗୀ ରଙ୍ଗର କିଛି ଫଳ ଓ ପାରିବା ଏବଂ କିଛି ସବୁଜ ପତ୍ରଜାତୀୟ ପାରିବା ଆଦିରେ ଜୀବସାର କ ରହିଥାଏ ।
ଏହାର ଅଭାବ ଥିବା ଅଞ୍ଚଳରେ ଟିକାଦେବା ସମୟରେ ବା ପ୍ରତିରୋଧିକରଣ ଦିନମାନଙ୍କରେ ଛଅ ମାସରୁ ଅଧିକ ବୟସର ପିଲାମାନଙ୍କୁ ଜୀବସାର କ ପାଣି ବା ବଟିକା ଖୁଆଇବା ଉଚିତ ।
ଜୀବସାର କ ମିଳିମିଳାର ଚିକିତ୍ସା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ
ପିଲାର ପ୍ରତିରୋଧୀକରଣ
ସାଧାରଣ ଅସୁସ୍ଥତା, ଅକ୍ଷମତା ବା ମନ୍ଦପୁଷ୍ଟି ଥିଲେ ମଧ୍ୟ କୌଣସି ପିଲାର ପ୍ରତିରୋଧୀକରଣ କରାଯାଇ ପାରିବ
ଟିକା ଦିଆହେବା ଦିନରେ ପିଲାର ଜ୍ଵର , କାଶ , ଝାଡା ବା ଆଉ କିଛି ସାଧାରଣ ଅସୁସ୍ଥତା ଥିଲେ ବାପାମା ତାକୁ ଟିକା ଦିଅନ୍ତି ନାହିଁ ।
ଟିକା ନନେବାରେ ଏହା ଗୋଟିଏ ବଡ କାରଣ ।
କିନ୍ତୁ ଏଭଳି ସାଧାରଣ ଅସୁସ୍ଥତାରେ ଟିକା ନେବା ପୂରା ନିରାପଦ ।
କେବେ କେବେ କେହି ସ୍ୱାସ୍ଥ୍ୟକର୍ମୀ ମନ୍ଦପୁଷ୍ଟ ବା ଅକ୍ଷମତାଯୁକ୍ତ ପିଲାଙ୍କୁ ଟିକା ନଦେବା ପାଇଁ ପରାମର୍ଶ ଦିଅନ୍ତି ।
ତାହା କିନ୍ତୁ ଠିକ୍ ନୁହେଁ ମନ୍ଦପୁଷ୍ଟ ବା ଅକ୍ଷମତା ପିଲାମାନେ ଟିକା ନେବାରେ କିଛି ବିପଦ ନାହିଁ ।
ଇଞ୍ଜେକ୍ସନ୍ ନେବା ପରେ ପିଲାଟିଏ କାନ୍ଦିପାରେ ବା ତାକୁ ଜ୍ଵର ହୋଇପାରେ ।
ଇଞ୍ଜେକ୍ସନ୍ ନେବା ଜାଗାଟି ଫୁଲିପାରେ ବା ଫଳିଯାଇପାରେ ।
ଏହା ସାଧାରଣ କଥା ।
ପିଲାକୁ ଅଳ୍ପ ସମୟ ଛଡାରେ କ୍ଷୀର ପିଆନ୍ତୁ ବା ଯଥେଷ୍ଟ ଖାଦ୍ୟ ଓ ପାଣି ଦିଅନ୍ତୁ ।
ଜ୍ଵର ଯଦି ବେଶୀ ହୁଏ ତେବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ ।
ମନ୍ଦପୁଷ୍ଟ ପିଲାଙ୍କ ପାଇଁ ମିଳିମିଳା ଅତି ମାରାତ୍ମକ ହୋଇପାରେ ।
ତେଣୁ ତାଙ୍କୁ ମିଳିମିଳା ପ୍ରତିରୋଧୀ ଟିକା ଦେବା ଜରୁରୀ ।
ଅତି ମାତ୍ରାରେ ମନ୍ଦପୁଷ୍ଟ ପିଲାଙ୍କ ପାଇଁ ଏହା ବେଶୀ ଦରକାର ।
ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ରୋଗ ପ୍ରତିରୋଧୀ କରାଯିବା ଉଚିତ
ସବୁ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ରୋଗ ପ୍ରତିରୋଧୀ କରାଯିବା ଉଚିତ ଆଗରୁ ପ୍ରତିରୋଧୀ ହୋଇଥିଲେ ମଧ୍ୟ ତାଙ୍କର ଅତିରିକ୍ତ ଧନୁଷ୍ଟଙ୍କାର ଆବିଷ ଟିକା ଦରକାର ହୋଇପାରେ ।
ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ ।
ପୃଥିବୀର ଅନେକ ଅଞ୍ଚଳରେ ମା’ମାନେ ଅସ୍ଵାସ୍ଥ୍ୟକର ପରିବେଶରେ ପ୍ରସବ କରୁଥିବାରୁ ଉଭୟ ମା ଓ ପିଲା ପାଇଁ ଧନୁଷ୍ଟଙ୍କାର ରୋଗର ବିପଦ ଆସେ ।
ଏହା ହେଉଛି ସଦ୍ୟଜାତ ଶିଶୁଙ୍କର ମୃତ୍ୟୁର ଏକ ମୁଖ୍ୟ କାରଣ ।
ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ପ୍ରତିରୋଧୀ କରାଯାଇ ନଥିଲେ ଏବଂ ଏହି ରୋଗର ଜୀବାଣୁ ତାଙ୍କ ଦେହକୁ ଆସିଲେ ତାଙ୍କର ଜୀବନହାନୀର ଭୟ ରହେ ।
ଧନୁଷ୍ଟାଙ୍କାର ଜୀବାଣୁ ଅପରିଷ୍କାର କ୍ଷତରେ ବଢେ ।
ପିଲା ଜନ୍ମ ପରେ ମଇଳା ଛୁରୀରେ ନାଡି କାଟିଲେ ବା କଟା ନାଡିର ମୁଣ୍ଡରେ କିଛି ମଇଳା ଲାଗିଲେ ଏହି ଜୀବାଣୁ ବଢେ ।
ଛୁରୀକୁ ସଫା କରି , ପାଣିରେ ଫୁଟାଇ ବା ନିଆଁରେ ଗରମ କରି , ଥଣ୍ଡାକରି ନାଡି କାଟିବା ଉଚିତ ।
ଜନ୍ମର ଏକ ସପ୍ତାହ ପର ଯାଏଁ ପିଲାର ନାଡି ମୁଣ୍ଡ ସଫା ରଖିବା ଜରୁରୀ ।
ସବୁ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ପ୍ରତିରୋଧୀ କରାଯିବା ଉଚିତ ।
ଏହା ଉଭୟ ମା’ ଓ ପିଲାକୁ ନିରାପଦ ରଖେ ।
ଗର୍ଭବତୀ ମହିଳାଙ୍କ ପାଇଁ ଧନୁଷ୍ଟଙ୍କାର ଟିକା ନେବା ନିରାପଦ ।
ସେମାନେ ଏହି ଟିକା ନେବାର ସମୟ କ୍ରମ ହେଉଛି ।
ପ୍ରଥମ ପାନ : ଗର୍ଭଧାରଣ କଥା ଜଣାପଡିବା ସମୟରେ
ଦ୍ଵିତୀୟ ପାନ : ପ୍ରଥମ ପାନର ଏକ ମାସ ପରେ , କିନ୍ତୁ ପ୍ରସବ ଦିନର ଅନ୍ତତଃ ଦୁଇ ସପ୍ତାହ ପୂର୍ବରୁ ।
ତୃତୀୟ ପାନ : ଦ୍ଵିତୀୟ ପାନ ୬ରୁ ୧୨ ମାସ ପରେ କିମ୍ବା ପରବର୍ତ୍ତୀ ଗର୍ଭ ସମୟରେ ।
ଚତୁର୍ଥ ପାନ : ତୃତୀୟ ପାନର ବର୍ଷେ ପରେ ବା ପରବର୍ତ୍ତୀ ଗର୍ଭ ସମୟରେ ।
ପଞ୍ଚମ ପାନ : ଚତୁର୍ଥ ପାନର ଏକ ବର୍ଷ ପରେ ବା ପରବର୍ତ୍ତୀ ଗର୍ଭ ସମୟରେ ।
ନୂଆ ବା ବିଶୋଧିତ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର
ପ୍ରତିରୋଧୀ କରାଯାଉଥିବା ପ୍ରତି ଲୋକ ପାଇଁ ନୂଆ ବା ବିଶୋଧିତ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରିବା ଜରୁରୀ ଲୋକମାନେ ଏହା ଦାବି କରିବା ଦରକାର ।
ଠିକ୍ ଭାବରେ ବିଶୋଧିତ ହୋଇନଥିବା ଛୁଞ୍ଚି ବା ଉପକରଣ ଗୁରୁତର ରୋଗର କାରଣ ହୋଇପାରେ ।
ପରିବାର ଭିତରେ ମଧ୍ୟ ଏକା ଛୁଞ୍ଚି ବା ସିରିଞ୍ଜ ବ୍ୟବହାର କଲେ ଏଭଳି ରୋଗର ଭୟ ରହିଥାଏ ।
ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର
ଗୋଟିଏ ଜାଗାରେ ଅତ୍ୟଧିକ ଲୋକ ରହୁଥିଲେ ରୋଗ ଶୀଘ୍ର ବ୍ୟାପିପାରେ ।
ଗହଳି ଅବସ୍ଥାରେ, ବିଶେଷ କରି ଶରଣାର୍ଥୀ ଶିବିରରେ ବା ବିପର୍ଯ୍ୟୟ ପରିସ୍ଥିତିରେ , ରହୁଥିବା ପିଲାଙ୍କର ପ୍ରତିରୋଧୀକରଣ ଅତି ଜରୁରୀ ।
ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର
ଜରୁରୀକାଳୀନ ବା ଅନ୍ୟ ପରିସ୍ଥିତିରେଲୋକମାନେ ଘର ଛାଡି ପଳାଇବାକୁ ବାଧ୍ୟ ହୁଅନ୍ତି , ସେ ସମୟରେ ସଂକ୍ରାମକ ରୋଗ ମଧ୍ୟ ବ୍ୟାପିଥାଏ ।
ତେଣୁ ୧୨ ବର୍ଷରୁ କମ୍ ବୟସର ସବୁ ବିସ୍ଥାପିତ ପିଲାଙ୍କୁ ସାଙ୍ଗେ ସାଙ୍ଗେ ଟିକା ଦେବା ଉଚିତ ।
ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର ଏବଂ ଅସ୍ଥାୟୀ ରହିବା ଜାଗାର ପ୍ରବେଶ ଦ୍ଵାରରେ ହିଁ ଏହି ଟିକା ଦେବା ଜରୁରୀ ।
ଏଭଳି ଜରୁରୀକାଳୀନ ଟିକାଦାନ ପାଇଁ ଥରେ ମାତ୍ର ବ୍ୟବହାର କରିହେଉଥିବା ସିରିଞ୍ଜ କାମରେ ଲଗାଇବା ଉଚିତ ।
ମନ୍ଦପୁଷ୍ଟ ବା ଅସ୍ଵାସ୍ଥ୍ୟକର ପରିବେଶରେ ରହୁଥିବା ପିଲାଙ୍କ ପାଇଁ ମିଳିମିଳା ବେଶୀ ମାରାତ୍ମକ ହୁଏ ।
ମିଳିମିଳା ଭଳି ରୋଗ ଅତି ଶୀଘ୍ର ବ୍ୟାପିଯାଏ ।
ତେଣୁ ଏଭଳି ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଅଲଗା କରି ରଖିବା ଏବଂ ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ଚିକିତ୍ସା କରାଇବା ଜରୁରୀ ।
ମିଳିମିଳା ଯୋଗୁଁ ଅନେକ ସମୟରେ ଗୁରୁତର ତରଳ ଝାଡା ହୁଏ ।
ତେଣୁ ମିଳିମିଳା ଟିକା ଦେଲେ ତରଳ ଝାଡା ମଧ୍ୟ ରୋକା ଯାଇପାରେ ।
ପିଲାବେଳର ଟିକାଦେବା କ୍ରମ ଯଦି ଅଧାରେ ବାଧା ପାଇଥାଏ , ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ଜାତୀୟ ନୀତି ଅନୁସାରେ ତାହା ପୂରା କରାଯାଇ ପାରିବ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment