Commit bf18aa37 authored by Nayan Ranjan Paul's avatar Nayan Ranjan Paul

Upload New File

parent 027c41be
ଆଶା (ଆକ୍ରିଡେକେଟ ସୋସିଆଲ ହେଲଥ ଆକ୍ଟିଭିଷ୍ଟ)
ଆଶା ହେଉଛି ତାଲିମ ପ୍ରାପ୍ତ ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ।
ଆଶାକର୍ମୀ ଗୋଷ୍ଠୀ ଦ୍ଵାରା ନିଯୁକ୍ତି ପାଆନ୍ତି ଏବଂ ଗୋଷ୍ଠୀ ପାଖରେ ଉତ୍ତରଦାୟୀ ହୁଅନ୍ତି ।
ଗୋଷ୍ଠୀ ଏବଂ ଜନତା ସ୍ୱାସ୍ଥ୍ୟ ସେବା ମଧ୍ୟରେ ଏକ କଡି ଭାବରେ ଆଶାକର୍ମୀ କାର୍ଯ୍ୟ କରନ୍ତି ।
ବର୍ତ୍ତମାନ ସାରା ଭାରତରେ ୯ ଲକ୍ଷ ଆଶା କାର୍ଯ୍ୟ କରୁଛନ୍ତି ।
ଏହି ଯୋଜନା କେବଳ ଗୋଆ, ଚଣ୍ଡିଗଡ ଏବଂ ପଣ୍ଡିଚେରୀକୁ ଛାଡି ଭାରତରେ ଅନ୍ୟାନ୍ୟ ଯାଗାରେ କାର୍ଯ୍ୟ କରୁଛନ୍ତି ।
ଆଶା ମନୋନୟନର ଯୋଗ୍ୟତା
ଗ୍ରାମାଞ୍ଚଳରେ
୨୫ ରୁ ୪୫ ବର୍ଷ ବୟସ ମଧ୍ୟର ବିବାହିତ / ବିଧବା ଛାଡପତ୍ର ପାଇଥିବା ସେହି ଗାଁର ଜଣେ ମହିଳା ହୋଇଥିବେ ।
୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମହିଳାଙ୍କର ଶିକ୍ଷାଗତ ଯୋଗ୍ୟତା ହୋଇଥିବା ଆବଶ୍ୟକ, ଯେଉଁଠାରେ ୧୦ମ ଶ୍ରେଣୀ ଯାଏ ପାଠ ପଢିଥିବା ମହିଳା ନମିଳିବେ ସେଠାରେ ଶିକ୍ଷାଗତ ଯୋଗ୍ୟତା କୋହଳ କରାଯାଇପାରେ ।
ଆଶା ମନୋନୟନ ପାଇଁ ବିଭିନ୍ନ ଅନୁଷ୍ଠାନକୁ ସାମିଲ କରାଯାଏ ଯେପରି, ସ୍ଵୟଂ ସହାୟକ ଗୋଷ୍ଠୀ, ICDS ବ୍ଲକ ନୋଡାଲ ଅଫିସର, ଜିଲ୍ଲା ନୋଡ଼ାଲ ଅଫିସର, ଗ୍ରାମ୍ୟ ସ୍ୱାସ୍ଥ୍ୟ କମିଟି, ଗ୍ରାମସଭା ଇତ୍ୟାଦି ।
ସହରାଞ୍ଚଳ
ସହରାଞ୍ଚଳରେ ଆଶା ବସ୍ତି ଅଞ୍ଚଳର ଅବହେଳିତ ଗୋଷ୍ଠୀର ଜଣେ ମହିଳା ହୋଇଥିବା ଆବଶ୍ୟକ ଯିଏ ସହର / ଜିଲ୍ଲା ସ୍ୱାସ୍ଥ୍ୟ ସମାଜ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ହୋଇଥିବେ ।
ତାଙ୍କର ବୟସ ୨୫ ରୁ ୪୫ ବର୍ଷ ମଧ୍ୟରେ ହୋଇଥିବ, ବିବାହିତ/ବିଧବା/ଛାଡପତ୍ର/ ସ୍ଵାମୀ ଠାରୁ ଅଲଗା ରହୁଥିବା ମହିଳାଙ୍କୁ ଅଗ୍ରାଧିକାର ଦିଆହେବ ।
ଗୋଷ୍ଠୀରେ ପ୍ରଚଳିତ ଭାଷାରେ ତାଙ୍କର ଦକ୍ଷତା ଥିବା ସହ ନେତୃତ୍ଵ ନେବାର ଗୁଣ ରହିଥିବା ଆବଶ୍ୟକ ।
ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅତି କମରେ ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଦରକାର ଯଦି ତଦୁର୍ଦ୍ଦ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀନି ମିଳନ୍ତି ତେବେ ଭବିଷ୍ୟତରେ ସେ ANM / GNM ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।
ପ୍ରାର୍ଥୀନି ଯଦି ଅବହେଳିତ ଗୋଷ୍ଠୀର ହୋଇଥାନ୍ତି ଦରକାର ପଡିଲେ ଶିକ୍ଷାଗତ ଯୋଗ୍ୟତା/ବୟସ ପରିବର୍ତ୍ତନ କରାଯାଇପାରେ ।
ତାଙ୍କୁ କାର୍ଯ୍ୟକାଳ ସମୟରେ ଗୋଷ୍ଠୀ ଠାରୁ ସାହାଯ୍ୟ, ସହାନୁଭୂତି ମିଳୁଥିବା ଦରକାର ।
ଆଶାର ଉପସ୍ଥିତି
ଗ୍ରାମାଞ୍ଚଳରେ
ଗୋଷ୍ଠୀ ସ୍ୱାସ୍ଥ୍ୟ ସ୍ଵେଚ୍ଛା ସେବୀ 'ଆଶା' ୧୦୦୦ ଲୋକ ସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଗ୍ରାମରେ ଥାଆନ୍ତି ।
ଦରକାର ଅନୁଯାୟୀ ରାଜ୍ୟ ମାନେ ଲୋକସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ବୟସକୁ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ସ୍ଥିର କରନ୍ତି ।
ସହରାଞ୍ଚଳ
ସହରରେ ପ୍ରଥମେ ବସ୍ତି ଚିହ୍ନଟ କରାଯାଏ ।
କିମ୍ବା ବସ୍ତି ଅଞ୍ଚଳ ନହୋଇବି ଯେଉଁଠାରେ ଅବହେଳିତ ଅବସ୍ଥାରେ ଲୋକମାନେ ଥାଆନ୍ତି ସେ ଅଞ୍ଚଳକୁ ଚିହ୍ନଟ କରାଯାଏ ।
ସହରାଞ୍ଚଳରେ ଗୋଟିଏ ଆଶା ୧୦୦୦ -୨୫୦୦ ପର୍ଯ୍ୟନ୍ତ ଲୋକସଂଖ୍ୟାରେ କାର୍ଯ୍ୟକରେ କିନ୍ତୁ ବେଳେବେଳେ ସହରରେ କମ ବାସ କରୁଥିବା ବସ୍ତି ରହିଥାଏ ତେଣୁ ଭୌଗଳିକ ସ୍ଥିତିକୁ ଦେଖି ଆଶା ୨୦୦ – ୫୦୦ ପରିବାର ପାଇଁ କାର୍ଯ୍ୟ କରେ ।
ଯେତେବେଳେ ଲୋକସଂଖ୍ୟା ୨୫୦୦ରୁ ଅଧିକା ହୁଏ ସେତେବେଳେ ଅନ୍ୟଜଣେ ଆଶା ନିଯୁକ୍ତି ପାଆନ୍ତି ।
ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ, ଅବହେଳିତ ଲୋକମାନେ ଅଲଗା ଅଲଗା ଭାବରେ ରହିଥିଲେ ସେମାନଙ୍କ ପାଇଁ ଆଶା ନିଯୁକ୍ତି କରାଯାଏ ।
ଅଙ୍ଗନୱାଡି କେନ୍ଦ୍ର ପରିସର ମଧ୍ୟରେ ଆଶା ନିଯୁକ୍ତି କରାଯାଏ ଯାହା ଫଳରେ ଆଶାକୁ ଘର ଘର ବୁଲି କାମ କରିବାକୁ ସୁବିଧା ହୁଏ ।
ଭୂମିକା ଏବଂ ଦାୟିତ୍ଵ
ଗୋଷ୍ଠୀସ୍ତରରେ ଯତ୍ନକାରୀ ଭାବରେ ଆଶା ତାଙ୍କର ଭୂମିକା ନିର୍ବାହ କରନ୍ତି ।
ଗୋଷ୍ଠୀ ପାଇଁ ଆଶା ସ୍ୱାସ୍ଥ୍ୟର ଯତ୍ନ, ସ୍ୱାସ୍ଥ୍ୟ ପାଇଁ ସଚେତନତା, ଗରିବ, ଶୋଷିତ ଲୋକଙ୍କର ସ୍ୱାସ୍ଥ୍ୟ ଅଧିକାର, ସ୍ଵାସ୍ଥ୍ୟଗତ ବ୍ୟବହାରର ପ୍ରଚାର ପ୍ରସାର ଇତ୍ୟାଦି ତାଙ୍କର ଦାୟିତ୍ଵ ଭାବରେ ରହିଥାଏ ।
ଆଶା ପାଇଁ ପ୍ରୋତ୍ସାହନରାଶି
ଆଶା ହେଉଛି ସମ୍ମାନ ଜନକ ଭତ୍ତା ପାଉଥିବା ସ୍ଵେଚ୍ଛାସେବୀ କିନ୍ତୁ ସେ ଯେତେବେଳେ ବିଶେଷ କାର୍ଯ୍ୟକ୍ରମ (ଯେପରି ତାଲିମ, ମାସିକ ରିଭ୍ୟୁ, କିମ୍ବା ଅନ୍ୟ ମିଟିଙ୍ଗ)ରେ ଯୋଗ ଦିଅନ୍ତି ତାଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଏ ।
କଣ୍ଡୋମ, ଗର୍ଭନିରୋଧକ ବଟିକା, ସାନିଟାରୀ ନ୍ୟାପକିନ ଇତ୍ୟାଦିକୁ ବାଣ୍ଟିବା ପାଇଁ ମଧ୍ୟ ତାଙ୍କୁ କିଛି ରାଶି ଦିଆଯାଏ ।
ତାଙ୍କର ପ୍ରାଥମିକ ଜୀବିକା ବାଧା ପ୍ରାପ୍ତ ନହୋଇ ତାଙ୍କ ସମୟକୁ ଉଦଯୋଗ କରି ସେ ସମାଜ ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ କାର୍ଯ୍ୟ ଅନୁଯାୟୀ ରାଶି ଦିଆଯାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment