Commit c85cdc9c authored by Nayan Ranjan Paul's avatar Nayan Ranjan Paul

Upload New File

parent 18549c98
ଦୈନନ୍ଦିନର ଖାଦ୍ୟପେୟର ଔଷଧୀୟ ଗୁଣ
କଫି
କଫି ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ହିତକର ।
ଏଣୁ ପ୍ରତିଦିନ କଫିରୁ ସକାଳ ଆରମ୍ଭ କରନ୍ତୁ ।
ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବିଭିନ୍ନ ପ୍ରକାର ରୋଗ ଦୂର କରେ ।
ତେବେ କଫିରେ କେଉଁ କେଉଁ ରୋଗ ଦୂର ହୁଏ ଆସନ୍ତୁ ଜାଣିବା ଚିନି କିମ୍ବା କ୍ଷୀର ନମିଶାଇ କଫି ପିଅନ୍ତୁ କଫୋନ୍ କିଛି ଘଣ୍ଟା ପାଇଁ କାମ କରିଥାଏ, ଏଣୁ ଦିନକୁ ୪-୫ ଥର କଫି ପିଆନ୍ତୁ ।
ବ୍ୟାୟାମ କରିବାର ୩୦ ମିନିଟ୍ ପୂର୍ବରୁ କଫି ପିଅନ୍ତୁ ।
ମେଟାବୋଲିଯିମ୍ ସକ୍ରିୟ
ଏକ କପ୍ କଫି ମେଟାବୋଲିଯିମ୍ ତଥା ଶରୀରର ଶକ୍ତି ବୃଦ୍ଧିକାରୀ ପ୍ରକ୍ରିୟାକୁ ୧୦ ପ୍ରତିଶତ ସକ୍ରିୟ କରେ ।
ଏହାସହ କ୍ୟାଲୋରୀକୁ ନିୟନ୍ତ୍ରଣ କରି ଶରୀରକୁ ଫିଟ୍ ରଖେ ।
ଭୋକ ନିୟନ୍ତ୍ରଣ
ଡାଏଟିଂ କରୁଥିଲେ କଫିକୁ ସାମିଲ କରନ୍ତୁ ।
ଏହା ଭୋକ ନିୟନ୍ତ୍ରଣ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ ।
ବିନା ଚିନି ଓ କ୍ଷୀରରେ କଫି ପିଅନ୍ତୁ ।
ଶରୀର ଫିଟ୍ ରହେ
କଫିରେ ଥିବା କାଫେନ୍ ଶରୀରକୁ ଫିଟ୍ ରଖେ ।
ମାଂସପେଶୀ ଶକ୍ତିଶାଳୀ, ମେଦହ୍ରାସ ଆଦି କଫି ପିଇବା ଦ୍ଵାରା ହୋଇଥାଏ ।
ଯାହା ପ୍ରାୟ ୩୦-୧୨୦ ମିନିଟ୍ ବ୍ୟାୟାମ କରିବା ଦ୍ଵାରା ମିଳିଥାଏ ।
ସ୍ମରଣ ଶକ୍ତି ବୃଦ୍ଧି
କଫି ପିଇବା ଦ୍ଵାରା ସ୍ମରଣ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।
ଏଥିରେ ଥିବା କାଫେନ୍ ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଏକାଗ୍ରତା ବଢାଏ ।
ଡାଇବେଟିସ୍
ପ୍ରତିଦିନ କଫି ପିଉଥିବା ବ୍ୟକ୍ତିଠାରେ ଟାଇଫ୍ ୨ ଡାଇବେଟିସ୍ ଆଶଙ୍କା କମ୍ ଥାଏ ।
କଫି ପିଇବା ଦ୍ଵାରା ଇନ୍ସୁଲିନ୍ ସୃଷ୍ଟି କରୁଥିବା କୋଷ ସକ୍ରିୟ ରହେ ।
ରକ୍ତ ଶର୍କରା ନିୟନ୍ତ୍ରଣରେ ରହେ ।
ଶରୀରର ପ୍ରତ୍ୟେକ କୋଷ ସକ୍ରିୟ ହୁଏ ।
କଫିରେ କାଫିନ୍ ଏସିଡ୍ ରହିଛି, ଯାହା ଟାଇଫ୍ ୨ ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ ।
କର୍କଟ
କଫି ପିଇବା ଦ୍ଵାରା କ୍ୟାନସର ଆଶଙ୍କା ହ୍ରାସ ପାଏ ।
ଗବେଷକଙ୍କ କହିବ ଅନୁଯାୟୀ ଯେଉଁ ମହିଳା ଦିନକୁ ଏକ କପ୍ କଫି ପିଅନ୍ତି, ତାଙ୍କଠାରେ ଦନ୍ତ୍ର, ସ୍ତନ ଓ ଗର୍ଭାଶୟକର୍କଟ ଆଶଙ୍କା ହ୍ରାସ ପାଏ ।
ଗବେଷଣାରେ ଦେଖା ଯାଇଥିଲା, ନିୟମିତ କଳାକଫି ପିଉଥିବା ୨୫ ପ୍ରତିଶତ ମହିଳାଙ୍କଠାରେ କ୍ୟାନସର ଆଶଙ୍କା ନଥିଲା
ଆଲ୍ଜିମର୍
ନିୟମିତ କଫି ପିଉଥିବା ଲୋକଠାରେ ଆଲ୍ଜିମର୍ ରୋଗ ହେଖାଯାଏ ନାହିଁ ।
ବିଭିନ୍ ପ୍ରକାର ଚିନ୍ତାକୁ ଦୂର କରିବାରେ ମଧ୍ୟ କଫି ସହାୟକ ହୋଇଥାଏ ।
ଗବେଷକମାନେ ପ୍ରକାଶ କରିଛନ୍ତି ଯେ ଆଲ୍ଜିମର୍ ରୋଗୀ ଦିନକୁ ୫ କପ୍ କଫି ପିଇଲେ, ରୋଗରୁ କ୍ରମଶଃ ଉପଶମ ମିଳିଥାଏ ।
ଗାଉଟ୍
କଫିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି ।
ଗ୍ରାନ୍ ଟି’ଠାରୁ ମଧ୍ୟ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଏଥିରେ ରହିଛି ।
ଗଣ୍ଠିବାତ, ଦେହହାତ ପନ୍ତ୍ରଣା ତଥା ଗାଉଟ୍ ପରି ରୋଗ ଏହାଦ୍ଵାରା ଦୂର ହୁଏ ।
ଶରୀରର ପ୍ରତ୍ୟେକ ନିଷ୍କ୍ରିୟ କୋଷ ସକ୍ରିୟ ହୋଇଥାନ୍ତି ।
ଏହାଦ୍ଵାରା ହୃଦ୍ ରୋଗ ମଧ୍ୟ ଦୂର ହୋଇଥାଏ ।
ଯକୃତ କର୍କଟ
ପ୍ରତ୍ୟହ କଫି ପିଉଥିବା ଲୋକଠାରେ ଯକୃତ କର୍କଟ ଆଶଙ୍କା କମ୍ ଦେଖାଯାଏ ।
ଗବେଷଣାରେ କିଛି ଲୋକଙ୍କୁ ସାମିଲ କରଯାଇଥିଲା ।
ପରେ ଦେଖାଯାଇଥିଲା କଫି ଯକୃତକୁ ଅଧିକ ସକ୍ରିୟ ରଖିଥିଲା ।
କଫି ପିଇବା ଦ୍ଵାରା ଯକୃତ ସହିତ ସମଗ୍ର ଶରୀର ସୂସ୍ଥ ଥିଲା ।
ଭୁଲିବାପଣ
ଏକ କପ୍ କଫିରେ ୧୦୦ ମିଲିଗ୍ରାମ୍ କାଫେନ୍ ଥାଏ ।
ଆମେରିକାର ଗବେଷକଙ୍କ କହିବାନୁଯାୟୀ, ସ୍ମରଣ ଶକ୍ତି ଓ ଏକାଗ୍ରତା ଧରି ରଖୁଥିବା କୋଷ ଉପରେ କାଫେନ୍ ର ସକ୍ରିୟ ପ୍ରଭାବ ପଡେ ।
ଫଳରେ କଫି ପିଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ଏକାଗ୍ରତା ବଢିଥାଏ ।
ହୃଦ୍ ରୋଗ
୩୭ ହଜାର ଲୋକଙ୍କୁ ନେଇ ହୋଇଥିବା ଗବେଷଣାରୁ ଜଣାପଡିଛି, ଦିନକୁ ୨ ରୁ ୪ କପ୍ କଫି ପିଉଥିବା ବ୍ୟକ୍ତିର ହୃଦ୍ ରୋଗ ୨୦ ପ୍ରତିଶତ କମ୍ ଅନ୍ୟ ବ୍ୟକ୍ତିମାନଙ୍କଠାରୁ ।
ଏଣୁ ହୃଦ୍ ରୋଗୀଙ୍କୁ କଫି ପିଇବା ପାଇଁ ଡାକ୍ତରମାନେ ପରାମର୍ଶ ହେଇଥାନ୍ତି ।
ହୁଶ୍ଚିନ୍ତା
ଗବେଷଣାରୁ ଜଣାପଡିଛି ଜେଆର, କଫି ପିଇବା ଦ୍ଵାରା ଉଭୟ ମହିଳା ଓ ପୁରୁଷଙ୍କୁ ଚିନ୍ତା ଦୂର ହୁଏ ।
କଫିରେ ଥିବା କାଫେନ୍ ସ୍ନାୟୁକୁ ସକ୍ରିୟ କରେ ।
ମନରେ ଶାନ୍ତ ଓ ଏକାଗ୍ରତା ଆଣେ ।
ଏଣୁ ପ୍ରତିଦିନ ୨-୩ ଥର କଫି ପିଇବା ଆବଶ୍ୟକ ।
ଏହା ମନକୁ ଶାନ୍ତ ରଖିବା ସହ ଶରୀରକୁ ଶକ୍ତି ଯୋଗାଏ ।
ସପେଟାରେ ବିଭିନ୍ନ ରୋଗ ଦୂର
ସପେଟା ଖାଇବା ଦ୍ଵାରା ଦୃଷ୍ଟିଶକ୍ତି ବୃଦ୍ଧି ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ବିଭିନ୍ନ ପ୍ରକାର କର୍କଟ ଓ ତ୍ଵଚା ରୋଗ ଦୂର ହୋଇଥାଏ ।
କୋଷ୍ଠକାଠିନ୍ୟ, ଡାଇରିଆ, ଥଣ୍ଡା, କଫ ଆଦି ସମସ୍ୟା ସପୋଟା ଖାଇବା ଦ୍ଵାରା ଦେଖାଯାଏ ନାହିଁ ।
ଗର୍ଭଧାରଣ ସମୟରେ ଏହାକୁ ଖାଇବା ବହୁତ ଭଲ ।
ଏହା ଚିନ୍ତା ଦୂର କରିବା ସହ ଶକ୍ତି ବୃଦ୍ଧି କରେ ।
ଦାନ୍ତ ସୁସ୍ଥ ରହିବା ସହ କିଡ୍ନୀ ଷ୍ଟୋନ୍ ଦୂର କରେ ଏବଂ ମାନସିକ ଅବସ୍ଥାକୁ ସୁଦୃଢ କରେ ।
ତ୍ଵଚା ଉଜ୍ଵଳ କରେ ବରକୋଳି
ବରକୋଳିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି ।
ଏହା ତ୍ଵଚାକୁ ଉଜ୍ଵଳ କରିବା ସହ ଶରୀରରେ ବୟସର ଛାପ ପକାଏ ନାହିଁ ରକ୍ତକୁ ଶୁଦ୍ଧ କରେ ।
ତ୍ଵଚା ରୋଗ ଦୂର କରିବା ସହ ଯକୃତକୁ ସୁସ୍ଥ ରଖେ ।
ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।
ଏହାଦ୍ୱାରା ଖାଦ୍ଯ ସହଜରେ ହଜମ ହେବା ସହ ପାଚନ ତନ୍ତ୍ର ମଜବୃତ ହୋଇଥାଏ ।
ବରକୋଳିରେ ପ୍ରଚୁର ମାତ୍ରାରେ ଫସ୍ ଫରସ୍, କ୍ୟାଲସିୟୁମ୍ ଏବଂ ଆଇରନ୍ ରହିଛି ।
ଏହା ହାଡକୁ ମଜବୁତ କରିବା ସଙ୍ଗେ ଦାନ୍ତକୁ ସୁଦୃଢ କରିଥାଏ ଏବଂ ମାଂସାପେଶୀକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ ।
ପିଆଜ ସଣ୍ଡା
ପିଆଜ ସଣ୍ଡାରେ ହୃତ୍ପିଣ୍ଡ ସୁସ୍ଥ୍ୟ ରହେ, ରକ୍ତଚାପ ନିୟନ୍ତ୍ରଣ ହୁଏ, କୋଲେଷ୍ଟରଲ ହ୍ରାସ ପାଏ, ଡାଇବେଟିସ୍ ରୁ ମୁକ୍ତି ମିଳେ, ହଜମ କ୍ରିୟା ଠିକ୍ ଭାବରେ ହୁଏ, ରୋଗ ପ୍ରତିରୋଧକ ଶକ୍ତି ବଢେ, ଗଣ୍ଠି ଯନ୍ତ୍ରଣା ଓ ଶ୍ଵାସରୁ ରକ୍ଷା ମିଳେ, ଦ୍ରୁଷ୍ଟି ଶକ୍ତି ବୃଦ୍ଧି ହୁଏ ଓ ତ୍ଵଚାରେ ହେଉଥିବା କୁଞ୍ଚ ଦୂର ହୁଏ ।
କୃମି
ମୁଖ୍ୟତଃ ପିଲାଙ୍କଠାରୁ କୃମି ସମସ୍ୟା ଦେଖାଦେଇଥାଏ ।
ଏଭଳି ସମସ୍ୟା ଦୂରେଇବା ପାଇଁ ହାତପାହାନ୍ତାରେ ମିଳୁଥିବା କିଛି ଘରୋଇ ଚିକିତ୍ସା ଆପଣନ୍ତୁ ।
ତୁଳସୀ ପତ୍ର
କୃମି ପାଇଁ ତୁଳସୀ ପତ୍ର ତୁଲସୀ ମଞ୍ଜିକୁ ଶୁଖାଇ ଏହାକୁ ଚୂର୍ଣ୍ଣ କରି ପିଲାଙ୍କୁ ଖୁଆନ୍ତୁ ।
ଏହା ବହୁ ଶୀଘ୍ର କୃମିକୁ ମାରିଦିଏ ।
ଗାଜର
କୃମିରୁ ରକ୍ଷା ପାଇବା ପାଇଁ ସକାଳୁ ଖାଲି ପେଟରେ ଗାଜରକୁ ବାଟି ପିଲାକୁ ଖୁଆନ୍ତୁ ।
ସକାଳୁ ଖାଲି ପେଟରେ ଗାଜର ବତୀ ଖାଇବା ଦ୍ଵାରା କୃମି ମାରିବା ସହ ଶରୀର ସମସ୍ତ ପରଜୀବୀଙ୍କ ନାଶ ହୋଇଥାଏ ।
ଏଥିସହିତ ଶରୀର ସୁସ୍ଥ୍ୟ ରହିଥାଏ ।
ରସୁଣ
ରସୁଣରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି ।
ଦିନକୁ ୩ଟି ରସୁଣ କୋଲା ପିଲକୁ ଖୁଆନ୍ତୁ ।
ଏହାଦ୍ୱାରା ପେଟରୁ କୃମି ଶୀଘ୍ର ନଷ୍ଟ ହୋଇଯିବ ।
କଲରା
ଏକ ଚାମଚ କଲରା ରସ ସହ ଏକ ଗ୍ଲାସ କ୍ଷୀର ମିଶାଇ ତିନି ଦିନ ପର୍ଯ୍ୟନ୍ତ ପିଲାକୁ ପିଆନ୍ତୁ ।
ଏହାଦ୍ୱାରା ବହୁଶୀଘ୍ର କୃମି ଯନ୍ତ୍ରଣା ମୁକ୍ତି ମିଳେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment