Commit c8b59c6f authored by Nayan Ranjan Paul's avatar Nayan Ranjan Paul

Upload New File

parent 5fb22c5c
କାଶ , ଥଣ୍ଡା ଓ ଗୁରୁତର ଅସୁସ୍ଥତା
ଉପକ୍ରମ
ପିଲାଙ୍କ ପାଇଁ କାଶ , ଥଣ୍ଡା , ତଣ୍ଟି ଦରଜ ଏବଂ ନାକରୁ ପାଣି ବୋହିବା ଅତି ସାଧାରଣ କଥା ।
ଏସବୁ ସେତେ ଗୁରୁତର କଥା ନୁହେଁ ।
କିନ୍ତୁ କାଶ ଓ ଥଣ୍ଡା ଆଦି ଫୁସ୍ ଫୁସ୍ ପ୍ରଦାହ ବା ନିମୋନିଆ ଓ ଯକ୍ଷ୍ମା ଭଳି ବିପଦଜନକ ରୋଗର ସତର୍କ ସୂଚନା ମଧ୍ୟ ହୋଇପାରେ ।
୨୦୦୦ ମସିହାରେ ଶ୍ଵାସତନ୍ତ୍ରରେ ସଂକ୍ରମଣ ଯୋଗୁଁ ଦୁଇ ନିୟୁତ ପିଲାଙ୍କର ମୃତ୍ୟୁ ହୋଇଥିଲା ।
ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର
କାଶ ଓ ଥଣ୍ଡା ହୋଇଥିବା ଶିଶୁକୁ ଉଷୁମ ରଖିବା ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଦରକାର ।
ବେଳେ ବେଳେ କାଶ ଓ ଥଣ୍ଡା ଗୁରୁତର ସମସ୍ୟାର ଲକ୍ଷଣ ହୋଇପାରେ ।
ଶିଶୁ ଜୋରରେ ବା କଷ୍ଟରେ ନିଶ୍ଵାସ ନେଉଥିଲେ ତାକୁ ଫୁସ୍ ଫୁସ୍ ପ୍ରଦାହ ହୋଇଥାଇପାରେ ।
ଏଥିରେ ପିଲାର ଜୀବନ ପ୍ରତି ବିପଦ ରହିଛି , ତେଣୁ ସାଙ୍ଗେ ସାଙ୍ଗେ ଚିକିତ୍ସା ଦରକାର ।
ଶିଶୁକୁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଖୁଆଇ ଏବଂ ଅନ୍ୟ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ଓ ପ୍ରତିଷେଧକ ଟୀକା ଦେଇ ଫୁସ୍ ଫୁସ୍ ପ୍ରଦାହର ପ୍ରତିରୋଧ କରାଯାଇପାରେ ।
ଶିଶୁର ଅତି ଜୋରରେ କାଶ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର ।
ପିଲାର ଯକ୍ଷ୍ମା କିମ୍ବା ଫୁସ୍ ଫୁସ୍ ରେ ସଂକ୍ରମଣ ହୋଇଥାଇପାରେ ।
ଶିଶୁ ଓ ଗର୍ଭବତୀ ମହିଳା ତମାଖୁ ଧୂଆଁ ବା ରୋଷେଇ ଘର ଧୂଆଁରେ ବେଶୀ ସମୟ ରହିଲେ ସେମାନଙ୍କ ପ୍ରତି ବିପଦ ଆସିପାରେ
କାଶ ଓ ଥଣ୍ଡା ହୋଇଥିବା ଶିଶୁ ର ଯତ୍ନ
କାଶ ଓ ଥଣ୍ଡା ହୋଇଥିବା ଶିଶୁକୁ ଉଷୁମ ରଖିବା ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଦରକାର ।
ପିଲା ଓ ଛୋଟ ଶିଶୁ ତାଙ୍କ ଦେହର ତାପ ଅତି ସହଜରେ ହରାଇଥା’ନ୍ତି ।
ସେଥିପାଇଁ କାଶ ବା ଥଣ୍ଡା ହୋଇଥିଲେ ତାଙ୍କୁ ଘୋଡାଇ ରଖିବା ଦରକାର ।
କାଶ , ଥଣ୍ଡା ହୋଇ ନାକରୁ ପାଣି ବୋହୁଥିବା ବା ତଣ୍ଟି ଦରଜ ହୋଇଥିବା ଶିଶୁକୁ ଯଦି ନିଶ୍ଵାସ ନେବାରେ କଷ୍ଟ ହେଉନାହିଁ ତେବେ ତା’ର ଚିକିତ୍ସା ଘରେ କରିହେବ ଏବଂ ସେ ବିନା ଔଷଧରେ ଭଲ ହୋଇପାରିବ ।
କେବଳ ସେମାନଙ୍କୁ ଉଷୁମ ରଖିବା ଦରକାର , କିନ୍ତୁ ଅଧିକ ଗରମ କରିବା ଉଚିତ ନୁହେଁ ।
ତାଙ୍କୁ ଯଥେଷ୍ଟ ଓ ପାନୀୟ ଦେବା ମଧ୍ୟ ଦରକାର ।
କେବଳ ସ୍ୱାସ୍ଥ୍ୟ କର୍ମୀ ପରାମର୍ଶରେ ହିଁ ଔଷଧ ଦେବା ଉଚିତ ।
ଶିଶୁକୁ ଜ୍ଵର ହୋଇଥିଲେ ତାକୁ ଥଣ୍ଡା ପାଣିରେ ପୋଛିଦିଅନ୍ତୁ ବା ଗାଧୋଇ ଦିଅନ୍ତୁ ।
ଅତି ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ ।
ମେଲେରିଆ ହେଉଥିବା ଅଞ୍ଚଳରେ ଜ୍ଵର ବିପଦଜନକ ହୋଇପାରେ ।
ସେ ଅବସ୍ଥାରେ ସାଙ୍ଗେ ସାଙ୍ଗେ ସ୍ଵାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରନ୍ତୁ ।
ଥଣ୍ଡା ବା କାଶ ହୋଇଥିବା ଶିଶୁର ନାକ ସବୁବେଳେ , ବିଶେଷ କରି ଖାଇବା ଓ ଶୋଇବା ଆଗରୁ , ସଫା କରିବା ଦରକାର ।
ଗୋଟିଏ ଜାଗାରେ ଉଷୁମ ପାଣି ରାଖୀ ତା’ର ବାମ୍ଫ ନିଶ୍ଵାସରେ ନେଲେ ପିଲାକୁ ଆରାମ ଲାଗିବ ।
ମା’କ୍ଷୀର ଖାଉଥିବା ଶିଶୁକୁ ଥଣ୍ଡା ବା କାଶ ହେଲେ ଖାଇବାରେ ତା’ର ଅସୁବିଧା ହୁଏ ।
କିନ୍ତୁ ମା’କ୍ଷୀର ଖାଇଲେ ତା’ର ରୋଗ ପ୍ରତିରୋଧ ଶକ୍ତି ବଢେ ।
ଏହା ଶିଶୁର ବିକାଶ ପାଇଁ ବହୁତ ଜରୁରୀ ।
ତେଣୁ ମା’କ୍ଷୀର ଖୁଆଇବା ଜାରି ରଖିବା ଉଚିତ ।
ଶିଶୁ ସ୍ତନକୁ ଚୁଚୁମି ନପାରିଲେ ଗୋଟିଏ ସଫା କପ୍ ରେ କ୍ଷୀର କାଢି ଛୁଆକୁ ଖୁଆଯାଇ ପାରିବ ।
ମା’କ୍ଷୀର ଖାଉନଥିବା ଶିଶୁକୁ ଅଳ୍ପ ପରିମାଣର ଅନେଲ ଥର ଖାଦ୍ୟ ଦେବା ଦରକାର ।
ଦେହ ଭଲ ହୋଇଗଲା ପରେ ଅନ୍ତତଃ ସପ୍ତାହେ ଯାଏଁ ପ୍ରତିଦିନ ପିଲାକୁ ଠାରେ ଅଧିକା ଖାଇବାକୁ ଦେବା ଜରୁରୀ ।
ଦେହ ହେବା ଆଗରୁ ଥିବା ଓଜନ ସହ ସମାନ ନହେବା ଯାଏଁ ସେ ପୂରା ସୁସ୍ଥ ହୋଇନାହିଁ ବୋଲି ଧରାଯିବ ।
ଥଣ୍ଡା ଓ କାଶ ଆଦି ବହୁତ ସହଜରେ ବ୍ୟାପିଥାଏ ।
ଥଣ୍ଡା ,କାଶ ହେଉଥିବା ଲୋକ ଶିଶୁ ପାଖରେ କାଶିବା , ଛିଙ୍କିବା ବା ଛେପ ପକାଇବା ଉଚିତ ନୁହେଁ ।
ବେଳେ ବେଳେ କାଶ ଓ ଥଣ୍ଡା ଗୁରୁତର ସମସ୍ୟାର ଲକ୍ଷଣ ହୋଇପାରେ ।
ଶିଶୁ ଜୋରରେ ବା କଷ୍ଟରେ ନିଶ୍ଵାସ ନେଉଥିଲେ ତାକୁ ଫୁସ୍ ଫୁସ୍ ପ୍ରଦାହ ହୋଇଥାଇପାରେ ।
ଅଧିକାଂଶ ଥଣ୍ଡା , କାଶ ତଣ୍ଟି ଦରଜ କିମ୍ବା ନାକରୁ ପାଣି ବୋହିବା ଭଳି ଅସୁବିଧା ବିନା ଔଷଧରେ ଭଲ ହୋଇଯାଏ ।
କିନ୍ତୁ ବେଳେ ବେଳେ ଏଗୁଡିକ ଫୁସ୍ ଫୁସ୍ ପ୍ରଦାହର ଲକ୍ଷଣ ହୋଇଥାଏ ଏବଂ ସେଥିପାଇଁ ଔଷଧ ଦରକାର ହୁଏ ।
ଯଦି ଜେନ ସ୍ୱାସ୍ଥ୍ୟକର୍ମୀ ଫୁସ୍ ଫୁସ୍ ପ୍ରଦାହ ପାଇଁ ଆଣ୍ଟିବାୟୋଟିକ୍ ଦେଉଥା’ନ୍ତି ତେବେ ସେଥିରେ ଥିବା ନିର୍ଦେଶ ଅନୁସାରେ ଔଷଧ ଦେବା ଉଚିତ ।
ପିଲାକୁ ଟିକିଏ ଭଲ ଲାଗିଲେ ବି ପୂରା ମାତ୍ରାର ଔଷଧ ଦେବା ଦରକାର ।
ଫୁସ୍ ଫୁସ୍ ପ୍ରଦାହରେ ଅଧିକାଂଶ ଶିଶୁମୃତ୍ୟୁ ଘରେ ହିଁ ଘଟିଥାଏ ।
କାରଣ ସେମାନଙ୍କ ଘରଲୋକ ରୋଗର ଗୁରୁତ୍ଵ ବୁଝିନଥା’ନ୍ତି , ତେଣୁ ଚିକିତ୍ସାର ବ୍ୟବସ୍ଥା କରିନଥା’ନ୍ତି ।
ଫୁସ୍ ଫୁସ୍ ପ୍ରଦାହରେ ମରୁଥିବା ଲକ୍ଷ ଲକ୍ଷ ଶିଶୁଙ୍କ ମୃତ୍ୟୁକୁ ରୋକାଯାଇ ପାରିବ ଯଦି :
ବାପା’ମା ଓ ଯତ୍ନ ନେଉଥିବା ଲୋକ ଜାଣିପାରନ୍ତେ ଯେ ଶିଶୁ ଜୋରରେ ଓ କଷ୍ଟକର ନିଶ୍ଵାସ ନେବା ବିପଦର ସଙ୍କେତ ଏବଂ ସାଙ୍ଗେ ସାଙ୍ଗେ ଡାକ୍ତରୀ ଚିକିତ୍ସା ଦରକାର ।
କେଉଁଠି ଚିକିତ୍ସା ମିଳିପାରିବ ତାହା ସେମାନେ ଜାଣନ୍ତେ
ଅଳ୍ପ ମୂଲ୍ୟରେ ଚିକିତ୍ସା ଓ ଔଷଧ ସହଜରେ ମିଳିପାରିବ
ଯଦି ତଳ ଲେଖାଥିବା ଲକ୍ଷଣ ଦେଖାଦିଏ ତେବେ ଶିଶୁକୁ ସାଙ୍ଗେ ସାଙ୍ଗେ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଯିବା ଜରୁରୀ ।
ଯଦି ଶିଶୁ ଅତି ଜୋରରେ - ୨ ରୁ ୧୨ ମାସର ଶିଶୁ ମିନିଟକୁ ୫୦ ବା ତା’ଠାରୁ ଅଧିକ ଥର ଏବଂ ୧୨ ମାସରୁ ୫ ବର୍ଷର ଶିଶୁ ମିନିଟକୁ ୪୦ ବା ତା’ଠାରୁ ଅଧିକ ଥର – ନିଶ୍ଵାସ ନେଉଛି
ଶିଶୁଟି ଅତି କଷ୍ଟରେ ନିଶ୍ଵାସ ନେଉଛି ବା ପବନ ନେବା ପାଇଁ ପାଟି ପାକୁ ପାକୁ କରୁଛି
ନିଶ୍ଵାସ ନେଲା ବେଳେ ଛାତିର ତଳପଟ ଭିତରକୁ ପଶି ଯାଉଛି କିମ୍ବା ପାକସ୍ଥଳୀଟି ଉପର ତଳ ହେଲା ଭଳି ଲାଗୁଛି
ଦୁଇ ସପ୍ତାହରୁ ଅଧିକ ସମୟ ଧରି ଶିଶୁର କାଶ ଲାଗି ରହିଛି
ମା’କ୍ଷୀର ଖାଇବାରେ ଶିଶୁର ଅସୁବିଧା ହେଉଛି
ଶିଶୁ ବାରମ୍ବାର ବାନ୍ତି କରୁଛି
ଶିଶୁକୁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଖୁଆଇ ଏବଂ ଅନ୍ୟ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ଓ ପ୍ରତିଷେଧକ ଟୀକା ଦେଇ ଫୁସ୍ - ଫୁସ୍ ପ୍ରଦାହର ପ୍ରତିରୋଧ କରାଯାଇପାରେ ।
ମା’କ୍ଷୀର ଶିଶୁକୁ ଫୁସ୍ ଫୁସ୍ ପ୍ରଦାହ ଏବଂ ଅନ୍ୟ ବେମାରୀରୁ ବଞ୍ଚାଇଥାଏ ।
ତେଣୁ ଶିଶୁ ପାଇଁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଜରୁରୀ ।
ପିଲାଦିନେ ଉତ୍ତମ ଖାଦ୍ୟ ଖାଇଥିଲେ କୌଣସି ବୟସରେ ବି ଦେହ ଖରାପ ହେବନାହିଁ ।
ଜୀବସାର କ ଶ୍ଵାସଯନ୍ତ୍ର ସଂକ୍ରମଣ ଓ ଅନ୍ୟ ବେମାରିରୁ ରକ୍ଷା କରିଥାଏ ଏବଂ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ ।
ମା’କ୍ଷୀର , କଲିଜା , ଲାଲ ପାମ୍ ତେଲ , ମାଛ , କ୍ଷୀରଜାତ ଜିନିଷ , ଅଣ୍ଡା , କମଳା ଓ ଅନ୍ୟ ହଳଦିଆ ଫଳ ଶାଗ ଜାତୀୟ ପାରିବା ଆଦିରେ ଜୀବସାର କ ରହିଛି ।
ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ଅନୁପୂରକ ଜୀବସାର କ ବଟିକା ମଧ୍ୟ ଦିଆଯାଇ ପାରିବ ।
ଶିଶୁକୁ ବର୍ଷେ ପୂରିବା ଆଗରୁ ସବୁ ପ୍ରତିଷେଧକ ଟୀକା ଦେବା ଜରୁରୀ ।
ତାହେଲେ ଶିଶୁକୁ ମିଳିମିଳା ହେବନାହିଁ ।
ମିଳିମିଳାରୁ ଫୁସ୍ ଫୁସ୍ ପ୍ରଦାହ ଲହରା କାଶ ଓ ଯକ୍ଷ୍ମା ଭଳି ଅନ୍ୟ ଶ୍ଵାସକ୍ରିୟା ଜନିତ ରୋଗ ଆରମ୍ଭ ହୋଇପାରେ ।
ଶିଶୁର ଅତି ଜୋରରେ କାଶ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର ।
ପିଲାର ଯକ୍ଷ୍ମା କିମ୍ବା ଫୁସ୍ ଫୁସ୍ ରେ ସଂକ୍ରମଣ ହୋଇଥାଇ ପାରେ ।
ଯକ୍ଷ୍ମା ଗୋଟିଏ ଭୟଙ୍କର ରୋଗ ।
ଏହା ଶିଶୁକୁ ମାରି ଦେଇପାରେ କିମ୍ବା ସବୁଦିନ ପାଇଁ ତା’ର ଫୁସ୍ ଫୁସ୍ ନଷ୍ଟ ହୋଇ ଯାଇପାରେ ।
ତଳଲିଖିତ ପଦକ୍ଷେପ ନେଇ ଶିଶୁକୁ ଯକ୍ଷ୍ମାରୁ ବଞ୍ଚାଯାଇ ପାରିବ ,
ଶିଶୁକୁ ସବୁ ପ୍ରତିଷେଧକ ଟୀକା ଦେଇ , ବି.ସି.ଜି. ଟୀକା କିଛି ପରିମାଣରେ ଯକ୍ଷ୍ମାରୁ ରକ୍ଷା କରିଥାଏ
ଯକ୍ଷ୍ମା ହୋଇଥିବା ବା କାଶରେ ରକ୍ତ ପଡୁଥିବା ଲୋକଠାରୁ ଶିଶୁକୁ ଦୂରେଇ ରଖି
ଯଦି ସ୍ୱାସ୍ଥ୍ୟକର୍ମୀ ଯକ୍ଷ୍ମା ପାଇଁ ଔଷଧ ଦେଉଥିବେ ତେବେ ନିର୍ଦ୍ଦେଶ ଅନୁସାରେ ସବୁ ଔଷଧ ଶିଶୁକୁ ଦେବା ଜରୁରୀ ।
ଏପରିକି ଶିଶୁକୁ ଭଲ ଲାଗିଲେ ବି ଅଧାରୁ ବନ୍ଦ କରିଦେବା ଉଚିତ ନୁହେଁ ।
ଶିଶୁ ଓ ଗର୍ଭବତୀ ମହିଳା ତମାଖୁ ଧୂଆଁ ବା ରୋଷେଇ ଘର ଧୂଆଁରେ ବେଶୀ ସମୟ ରହିଲେ ସେମାନେ ପ୍ରତି ବିପଦ ଆସିପାରେ ।
ଧୂଆଁଭରା ପରିବେଶରେ ରହିଲେ ଶିଶୁର ଫୁସ୍ ଫୁସ୍ ପ୍ରଦାହ ବା ଶ୍ଵାସକ୍ରିୟା ଜନିତ ଅନ୍ୟ ରୋଗ ହୋଇପାରେ ।
ଏପରିକି ଜନ୍ମ ହେବା ଆଗରୁ ବି ଧୂଆଁ ଶିଶୁର କ୍ଷତି କରିପାରେ ।
ତେଣୁ ଗର୍ଭବତୀ ମହିଳା ଧୂମପାନ କରିବା ବା ଧୂଆଁରେ ବେଶୀ ସମୟ ରହିବା ଉଚିତ ନୁହେଁ ।
ସାଧାରଣତଃ କିଶୋର ବୟସରୁ ତମାଖୁ ସେବନ ଅଭ୍ୟାସ ଆରମ୍ଭ ହୋଇଥାଏ ।
ଯଦି ଆଖପାଖର ବୟସ୍କ ଲୋକମାନେ ଧୂମପାନ କରୁଥିବେ , ଧୂମପାନର ବିଜ୍ଞାପନ ବହୁତ କରାଯାଉଥିବ କିମ୍ବା ତମାଖୁ ବହୁତ ଶସ୍ତା ଓ ସହଜରେ ମିଳି ପାରୁଥିବ ତେବେ ଜଣେ କିଶୋର ବି ଧୂମପାନ କରିବା ଆରମ୍ଭ କରିବ ।
ତେଣୁ କିଶୋରମାନଙ୍କୁ ଧୂମପାନ ନକରିବା ପାଇଁ ବୁଝାଇବା ଜରୁରୀ ଏବଂ ଯେପରି ସେ ତା’ ସାଙ୍ଗମାନଙ୍କୁ ମଧ୍ୟ ଏହାର କୁପରିଣାମ ବିଷୟରେ ବୁଝାଇବ ସେ ଦିଗରେ ଦୃଷ୍ଟି ଦେବା ଉଚିତ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment