Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
cf405cc3
Commit
cf405cc3
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
e95c5a92
Changes
1
Show whitespace changes
Inline
Side-by-side
Showing
1 changed file
with
36 additions
and
0 deletions
+36
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia120.txt
...gual-corpora/vikaspedia.in/vikashpedia_health_odia120.txt
+36
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia120.txt
0 → 100644
View file @
cf405cc3
ମହିଳା ଓ ଅଂଶୁଘାତ
ଉପକ୍ରମ
ଦୀନାକୁ ଦିନ ଜନସଂଖ୍ୟା ବୃଦ୍ଧି ଜଙ୍ଗଲ କ୍ଷୟ କଳକାରଖାନା ଏବଂ ଯାନବାହାନରୁ ନିର୍ଗତ ଧୂଆଁ ଇତ୍ୟାଦି ପୃଥିବୀକୁ ଅଧିକ ଉତ୍ତପ୍ତ କରିଦେଉଛି ।
ତେବେ ଗ୍ରୀଷ୍ମ ଋତୁର ପ୍ରକୋପ, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଜଳର ଅଭାବ ଓ ଶରୀରର ତାପମାତ୍ରା ବଢିବା ହେତୁ କେତେକେ ଅଂଶୁଘାତରେ ମୃତ୍ୟୁବରଣ କରୁଛନ୍ତି ।
ବିଶେଷ ଭାବରେ ବୃଦ୍ଧାବୃଦ୍ଧ, ଶିଶୁ ମଧୁମେହ ରୋଗୀ ଇଚ୍ଚ ରକ୍ତଚାପ ରୋଗୀ ଏବଂ ଗର୍ଭବତୀ ମହିଳା ମେଦବହୁଳ ବ୍ୟାନତି ଓ ଅପସ୍କାର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ସେମାନଙ୍କଠାରେ ଅଂଶୁଘାତ ଆଶଙ୍କା ବେଶି ।
ଗର୍ଭବତୀଙ୍କ ପାଇଁ ବିପଦ
ଅତ୍ୟଧିକ ଗରମ ଯୋଗୁ ଦେହରୁ ଜଳାୟ ଅଂସ କମିଯାଇ ଡିହାଇଡ୍ରେଶନ୍ ବା ଶରୀର ଶୁଷ୍କ ହୋଇଯାଏ ।
ଅତ୍ୟଧିକ ଖରାରେ ବୁଲିଲେ ଓ ବେଶି ପାଣି ନ ପିଇଲେ ସୂର୍ଯ୍ୟକିରଣରୁ ଥିବା ଅଲଟ୍ରାଭାଓଲେଟ୍ ରଶ୍ମି ଶରୀରର ଉତ୍ତାପକୁ ବଢାଇ ଦେଇଥାଏ ।
ଗର୍ଭବତୀ ମହିଳାମାନେ ଖରାରେ ବାହାରକୁ କାମ କରିବାକୁ ଗଲେ ବାନ୍ତିବା ଝାଡା ଦ୍ଵାରା ଶରୀରର ଜଳୀୟ ଅଂସ କମିଗଲେ କିଡନୀ ଉପରେ ଚାପ ପଡିଥାଏ ର୍ବୋଙ୍ଗ ଏମାନେ କିଡନୀ ଫେଲ୍ୟୁଅର ଆଡକୁ ଯାଇଥାନ୍ତି ।
ଲକ୍ଷଣ
ଖରାରେ ବାହାରକୁ ବାହାରିଲେ ଚର୍ମ ଗରମ ହୋଇଯାଇନାଲି ପଡିଯାଏ ଓ ଶୁଖିଲା ହୋଇଯାଏ ।
ବାନ୍ତି ମୁଣ୍ଡବିନ୍ଧା ଝାଡା ନିମ୍ନ ରକ୍ତଚାପ ଆଦି ଦେଖାଦିଏ ଏବଂ ରୋଗୀ ଅଚେତ୍ ହୋଇ ପଡିଯାଏ ।
ମାନସିକ ଅସନ୍ତୁଳନ ସହ ମୁଣ୍ଡ ବୁଲାଇ ଦେଇଥାଏ ।
ଅଂଶୁଘାତ ଯୋଗୁଁ ଗର୍ଭବତା ମହିଳାମାନେ ଅଚେତ ହୋଇ ପଡିଗଲେ ଗର୍ଭସ୍ଥ ଶିଶୁର କ୍ଷତି ହେବା ସହ ତା’ର ମୃତ୍ୟୁ ବି ଘଟିଥାଏ ।
ଏହାଛଡା ପ୍ରଥମ ୩ ମାସ ମଧ୍ୟରେ ଗର୍ଭନଷ୍ଟ ଏବଂ ଅପରିଣତ ପ୍ରସବ ହୋଇଥାଏ ।
ଅତିରିକ୍ତ ତାପ ବୃଦ୍ଧି ଯୋଗୁ ଗର୍ଭବତୀଙ୍କ ଖାଦ୍ଯ ସହଜରେ ହଜମ ହୋଇ ନ ଥାଏ ।
ଅମ୍ଳ ହୋଇଯାଏ ଏବଂ ଗରିଷ୍ଠ ଖାଦ୍ୟ ବେଶି ସମୟ ବାହାରେ ରହିଲେ ଜୀବାଣୁ ସଂକ୍ରମଣ ହୋଇ ଫୁଡ୍ ପଏଜନିଂ ହୋଇ ଝାଡା ବାନ୍ତି ହୁଏ ଓ ଦେହରୁ ଜଳୀୟ ଅଂଶ କମିଯାଏ ।
ପ୍ରସବ ସମୟରେ ମଧ୍ୟ ପ୍ରସୂତିଙ୍କର ବେଶି ପାଣି ଦରକାର ହୋଇଥାଏ ।
ପ୍ରସବ ପରବର୍ତ୍ତୀ ଅବସ୍ଥାରେ ସଦ୍ୟ ପ୍ରସୂତିର ଦେହ ଅସୁସ୍ଥ ଯୋଗୁ ଏବଂ ରୋଗ ପ୍ରତିରୋଧକାରୀ ଶକ୍ତି କମ୍ ଥିବାରୁ ଇଭୟ ମା’ ଓ ଶିଶୁ ଅସୁସ୍ଥ ହୋଇପଡିନ୍ତି ଏବଂ ତାପ ବୃଦ୍ଧି ହେଲେ ଅଂଶୁଘାତର ଶିକାର ହୋଇଥାନ୍ତି ।
ନବଜାତ ଶିଶୁଙ୍କ ମସ୍ତିଷ୍କର ତାପ ନିୟନ୍ତ୍ରଣ କେନ୍ଦ୍ର ଠିକ୍ ଭାବରେ ସନ୍ତୁଳନ ନ ହୋଇଥିବାରୁ ବାହ୍ୟ ତାପମାତ୍ରା ବୃଦ୍ଧି ସହ ସେମାନଙ୍କୁ ମଧ୍ୟ ଖୁବ୍ ଜ୍ଵର ହୋଇଥାଏ ଏବଂ ଜ୍ଵର ପରେ ପରେ ଶିଶୁର ମୃତ୍ୟୁ ଘଟିଥାଏ ।
ତେଣୁ ନବଜାତ ଶିଶୁଙ୍କୁ ଶୀତତାପ ନିୟନ୍ତ୍ରଣ କୋଠରି ବା ଥଣ୍ଡା ପରିବେଶରେ ରଖିବା ସହ ତା’ର ଜଳୀୟ ଅଂଶ ନିୟନ୍ତ୍ରଣରେ ରଖିବାକୁ ହେଲେ ମା’ କ୍ଷୀର ଦରକାର ପଡିଲେ ସାଲାଇନ୍ ଦେବା ଜରୁରୀ ।
ଅତ୍ୟଧିକ ତାପ ବୃଦ୍ଧି ଯୋଗୁ ଅଳ୍ପ ବୟସର କିଶୋରୀଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବା ସହ ଶରୀର ଶୁଷ୍କ ହୋଇଯାଏ ।
ଖରା ପାଇଁ ଶରୀର କଳା ପଡିଯାଏ. ।
ସନଟ୍ୟାନ୍ ଏବଂ ସ୍କିନ୍ ଆଲର୍ଜି ଦେଖାଦିଏ ।
ଏହାଛଡା ସବୁବୟସରେ ଅଂଶୁଘାତ ଯେପରି ଜଟିଳତା ସୃଷ୍ଟି କରିଥାଏ, ଏମାନଙ୍କୁ ମଧ୍ୟ ଅଂଶୁଘାତ ହୋଇ ସେହିଭଳି ସମସ୍ଯା ସୃଷ୍ଟି କରିଥାଏ ।
ଗ୍ରୀଷ୍ମ ଋତୁରେ ପରିସ୍ରାପୋଡା ସହ ପରିସ୍ରା ସଂକ୍ରମଣ ବେଶି ହୋଇଥାଏ ଓ କାମଳ ବା ଜଣ୍ଡିସ୍ ରୋଗ ହୋଇଥାଏ ।
ପ୍ରତିଷେଧକ ବ୍ୟବସ୍ଥା
ଯେଉଁ ଗର୍ଭବତୀ ମହିଳାଙ୍କ ଶିଶୁ ଜନ୍ମର ସମ୍ଭାବ୍ୟ ତାରିଖ (ଏକ୍ସପେକ୍ଟେଡ୍ ଡେଟ୍ ଅଫ ଡେଲିଭରି) ଗ୍ରୀଷ୍ମ ଋତୁରେ ପଡିଛି ସେମାନେ ନିଜର ବିଶେଷ ଯତ୍ନ ନେବା ଜରୁରୀ ।
ଏ ଋତୁରେ ଶରୀରରୁ ସ୍ନେହସାର ଓ ଜଳୀୟ ଅଂଶ ନଷ୍ଟ ହୋଇ ଶରୀରର ଜଳ ଶୁଷ୍କତା ଦେଖା ଦେଉଥିବାରୁ ଗର୍ଭବତୀ ମହିଳାମାନେ ଅଧିକ ପରିଶ୍ରମ ନ କରି, କ୍ଳାନ୍ତ ନ ହୋଇ ଖରାଠାରୁ ଦୂରେଇ ରହିବା ଭଲ ।
ଦିନ ୧୧ ଟାରୁ ୩ ଟା ଭିତରେ କ୍ଷରର ତାତି ଅଧିକ ଥିବାରୁ ଟାଣ ଖରାରେ ପଦାକୁ ନ ବାହାରିବା ବିଧେୟ ।
ବାହାରକୁ ଯିବା ନିହାତି ଜରୁରୀ ହେଲେ ମୁଣ୍ଡକୁ ଓଦା ଗମୁଚାରେ ଗୁଡାଇ, ଚଟା ଜୋଟା ଓ କଳା ଚଷମା ବ୍ୟବହାର କରି ସାଥିରେ ଥଣ୍ଡା ପାଣି ଧରି ଯାଅନ୍ତୁ’ ।
ବାହାରକୁ ଯିବା ଆଗରୁ ଓ ପହଞ୍ଚିବା ପରେ ସୁରେଇ ମାଠିଆ ପଣି ଲେମ୍ବୁସରବତ ଘୋଳ ଦହି ଲୁଣ ମିଶା ତୋରାଣି ପିଆନ୍ତୁ ।
ସିନ୍ଥେତଟିକ୍ ଲୁଗା ବ୍ୟବହାର ନ କରି ଶରୀରରେ ବାୟୁ ଚଳାଚଳ ପାଇଁ ସୂତାଲୁଗା ବ୍ୟବହାର କରନ୍ତୁ ।
ଛାଇ ଜାଗା ବା ପବନ ଚଳାଚଳ କରୁଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ ।
ଦେହରୁ ସ୍ଧିକ ଝଡ ବୋହିଲେ ପାଟି ଅଠା ଅଠା ଲାଗିଲେ ପ୍ରଚୁର ପାଣି ORS ପାଣି ପିଅନ୍ତୁ ଏବଂ ସ୍ଥଳ ବିଶେଷରେ ଦରକାର ପଡିଲେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଆଡ୍ ମିଶନ୍ କରାନ୍ତୁ ଅତ୍ୟଧିକ ତାପମାତ୍ରା ଯୋଗୁ ଆଛ ମାଂସ ତେଲ ମସଲା ଆଦି ଗରିଷ୍ଠ ଖାଦ୍ୟ ନ ଖାଇ ଲଘୁପାକ ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଓ ଘୋଳ ଦହି, ଲେମ୍ବୁ ସରବତ ପଇଡ ପାଣି ପିଇବା ସହ କାକୁଡି ତରଭୁଜ ଆଦି ଖାଇବା ଆବଶ୍ୟକ ।
ଗ୍ରୀଷ୍ମ ଋତୁରେ ତାପମାତ୍ରାର ପାରଦ ବଢିବା ସହ ଶିଶୁ ଗର୍ଭବତୀ ନାରୀ ବୟସ ବ୍ୟକ୍ତି ତଥା ସଦ୍ୟ ପ୍ରସୂତିମାନେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସହ ଅଂଶୁଘାତରୁ ରକ୍ଷା ଲାଗି ଚେଷ୍ଟା କରିବା ପ୍ରୟୋଜନ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment