Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
eba6f450
Commit
eba6f450
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
bf18aa37
Changes
1
Show whitespace changes
Inline
Side-by-side
Showing
1 changed file
with
34 additions
and
0 deletions
+34
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia200.txt
...gual-corpora/vikaspedia.in/vikashpedia_health_odia200.txt
+34
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia200.txt
0 → 100644
View file @
eba6f450
କରୋନା ମୁକାବିଲା କ୍ଷେତ୍ରରେ ଆଦିବାସୀ ମନ୍ତ୍ରଣାଳୟର ପଦକ୍ଷେପ
କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ କେତେକ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇ ଏହି ସଂପ୍ରଦାୟର ଲୋକଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରାଯାଇଛି ।
ଆହୁରି ମଧ୍ୟ ଲକଡାଉନ ଜନିତ ଗମନାଗମନ ପ୍ରତିପ୍ରନ୍ଧକ ଦୃଷ୍ଟିରୁ ଏହାର ପ୍ରଭାବ ଯେପରି ଅର୍ଥନୀତି ଓ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଅଧିକ ନ’ପଡେ ସେଥିପାଇଁ ମଧ୍ୟ ମନ୍ତ୍ରଣାଳୟ କିଛି ପଦକ୍ଷେପ ଗ୍ରହଣ କରିଛି ।
ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଏହି ମର୍ମରେ 15 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜନିଜର ନୋଡାଲ ଏଜେନ୍ସି ମାଧ୍ୟମରେ ଲଘୁ ବନଜାତ ସାମଗ୍ରୀ ପ୍ରକ୍ରିୟା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ଏହି ସବୁ ସାମଗ୍ରୀ ସଂଗ୍ରହ ବେଳେ ସଂଗ୍ରହକାରୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟ ପାଆନ୍ତି ସେଥିପ୍ରତି ଉପଯୁକ୍ତ ଦୃଷ୍ଟି ଦେବାକୁ କୁହାଯାଇଛି ।
ଓଡିଶା, ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ, ଆନ୍ଧ୍ରପ୍ରଦେଶ, କେରଳ, ମଣିପୁର, ନାଗାଲାଣ୍ଡ, ପଶ୍ଚିମବଂଗ ରାଜସ୍ଥାନ, ଛତିଶଗଡ, ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଏହି ମର୍ମରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ପତ୍ର ଲେଖିଛନ୍ତି ।
କରୋନା ସଂକ୍ରମଣ କମିବାପରେ ଅର୍ଥନୀତିରେ ଅଭିବୃଦ୍ଧିହାର ପୁନର୍ବାର ବୃଦ୍ଧି କରିବାକୁ ଆବଶ୍ୟକ ରଣନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରୀମାନଙ୍କୁ ନେଇ ତିନିଟି ଦଳ ଗଠନ କରାଯାଇଛି ।
ଇତିମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପରିବହନ ଓ ବିକ୍ରିବଟା ପାଇଁ ଲକଡାଉନ କଟକଣାକୁ କୋହଳ କରିଛନ୍ତି ।
ଆଦିବାସୀଙ୍କ ସହିତ ସଫସିଲଭୁକ୍ତ ଜାତି ଓ ଅନ୍ୟାନ୍ୟ ବନବାସୀମାନେ କାଠ ବ୍ୟତୀତ ଅନ୍ୟସବୁ ଲଘୁ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଅମଳ, ବିକ୍ରିବଟା ପାଇଁ ଏହି ସଂଶୋଧିତ ନିର୍ଦ୍ଦେଶରେ ପୁନର୍ବାର ଅଧିକାର ପାଇଛନ୍ତି ।
ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ ଓ ଏକଲବ୍ୟ ଆଦର୍ଶ ଡେ ବୋଡିଙ୍ଗ ସ୍କୁଲଗୁଡିକ ପାଇଁ ମନ୍ତ୍ରଣାଳୟ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏସବୁ ଶିକ୍ଷାନୁଷ୍ଠାନରେ ଛୁଟିକୁ ପରିବର୍ତ୍ତନ କରିବା ସହ ଏହି ବର୍ଗର ସବୁ ସ୍କୁଲକୁ 21 ମାର୍ଚ୍ଚ ଠାରୁ ଆସନ୍ତା ମେ 25 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସବୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତା’ ଛଡା ମାର୍ଚ୍ଚ 24ରେ ଲକଡାଉନ ଘୋଷଣା ହେବାପରେ ଏସବୁ ସ୍କୁଲର ସମସ୍ତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି ।
ତେବେ ଯେଉଁ ପିଲାମାନଙ୍କର ବୋର୍ଡ ପରୀକ୍ଷା ଅଛି କିମ୍ବା ଯେଉଁମାନେ ସ୍ୱତନ୍ତ୍ର ପାଠପଢା ବ୍ୟବସ୍ଥାରେ ଆନ୍ତର୍ଭୁକ୍ତ ହୋଇଛନ୍ତି ସେମାନଙ୍କୁ ଉପଯୁକ୍ତ ଯତ୍ନ ଓ ସୁବିଧାର ସହ କ୍ୟାମ୍ପସରେ ରଖିବାକୁ ରାଜ୍ୟ ସରକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ପରୀକ୍ଷା ସରିବା ମାତ୍ରେ ବା ସ୍ପେଶାଲ କ୍ଲାସ ହେବା ପରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ନିଜନିଜ ଘରକୁ ପଠାଇ ଦେବାର ବ୍ୟବସ୍ଥା କରିବାକୁ କୁହାଯାଇଛି ।
ସଂକ୍ରମଣ ନହେବାକୁ ସବୁ ସ୍କୁଲର ଶ୍ରେଣୀଗୃହ, ହଷ୍ଟେଲ, ପରିସର ଓ ଅନ୍ୟାନ୍ୟ ସାଧାରଣ ଅଂଚଳକୁ ଉପଯୁକ୍ତ ଭାବେ ବିଶୋଧନ କରାଯାଇଛି ।
ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶମତେ ସାଂପ୍ରତିକ ପରିସ୍ଥିତିରେ ଚଳିବାକୁ ଏସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।
ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପରୀକ୍ଷା ଫଳ ଡାକ କିମ୍ବା ଏସ୍ଏମଏସ ଯୋଗେ ପଠାଇପାର ବ୍ୟବସ୍ଥା କରାଯାଇଛି ।
ସ୍କୁଲ କ୍ୟାମ୍ପସଗୁଡିକୁ ନୂଆ ଶିକ୍ଷାବର୍ଷର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି ।
ସ୍କୁଲ ଖୋଲିବା ପୂର୍ବରୁ ଖରାଛୁଟି ସମୟରେ ଷଷ୍ଠ ଶ୍ରେଣୀୟ ନାମ ଲେଖା ତଥା ନବମ ଓ ଏକାଦଶ ଶ୍ରେଣୀରେ ଲେଟେରାଲ ଏଣ୍ଟ୍ରି କାମ ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ଆଦିବାସୀ ସଂପ୍ରଦାୟ ଓ ବସବାସ କରୁଥିବା ଅଂଚଳକୁ ସରୁକ୍ଷିତ
କରୋନା ସଂକ୍ରମଣକୁ ରୋକିବା ପାଇଁ ଆଦିବାସୀ ସଂପ୍ରଦାୟ ଓ ସେମାନେ ବସବାସ କରୁଥିବା ଅଂଚଳକୁ ଉପଯୁକ୍ତ ଭାବେ ସରୁକ୍ଷିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।
ସେହିଭଳି ଏହି ବର୍ଗର ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ନୂତନ ହଷ୍ଟେଲ, ଆଶ୍ରମ ସ୍କୁଲ ଆଦି ଖୋଲିବାକୁ ଯେଉଁ ନିର୍ଦ୍ଦେଶ ରଖିଛି ତାହାର ଉପଯୁକ୍ତ ପରିପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।
କରୋନା ମୁକାବିଲା ପାଇଁ ଯେଉଁ ସବୁ କଟକଣା ଓ ନୀତି ନିୟମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ କୁହାଯାଇଛି ।
ତଦନୁସାରେ ସ୍କୁଲ ହଷ୍ଟେଲରେ ସାମାଜିକ ଦୂରତ୍ୱ ରକ୍ଷା, ବିଶୋଧନ ଓ ସଫେଇ, ବାହାର ଲୋକଙ୍କ ପ୍ରବେଶ ନିଷେଧକୁ କଡାକଡି ପାଳନ କରାଯାଉଛି ।
ଏହାଛଡା ଛାତ୍ରଛାତ୍ରୀ ଓ ଅନ୍ତେବାସୀମାନଙ୍କୁ ସାନିଟାଇଜର, ମାସ୍କ, ସାବୁନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗଇ ଦିଆଯାଉଛି ।
ଏହା ବ୍ୟତୀତ ମନ୍ତ୍ରଣାଳୟ ଏହି ବର୍ଗର ଛାତ୍ରଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ବୃତ୍ତି ଓ ଅନ୍ୟାନ୍ୟ ବୃତ୍ତି ଯାହା 2020 ମାର୍ଚ୍ଚ 31 ସୁଦ୍ଧା ପ୍ରଦାନ କରାଯାଇ ପାରିନଥିଲା ତାହାକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।
ମାଟ୍ରିକ ପୂର୍ବ ଓ ପରବର୍ତ୍ତି ବୃତ୍ତି ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ।
ଅର୍ଥର ଅଭାବ ରହିଲେ ତାହା ମନ୍ତ୍ରଣାଳୟକୁ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି ।
ବିଦେଶରେ ପଢୁଥିବା ଆଦବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଦୂତାବାସ ଜରିଆରେ ପଠାଇବାକୁ ହୋଇଥିବା ଅନୁରୋଧକୁ ମଞ୍ଜୁର କରାଯାଇଛି ।
ସେହିଭଳି ୟୁନିସେଫ ସହାୟତାରେ ଟ୍ରାଇଫେଡ୍ ଏକ ୱେବିନାର ଆୟୋଜନ କରି ଜନଧନ ବିକାଶ କେନ୍ଦ୍ରର ସଦସ୍ୟମାନଙ୍କ ମଧ୍ୟରେ କୋଭିଡ ଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିଛି ।
ଆଦିବାସୀ ମନ୍ତ୍ରଣାଳୟର ଆର୍ଥିକ ସହାୟତାରେ ସ୍ୱେଚ୍ଛାସେବୀ ସଂଗଠନ ଆଦିବାସୀ ଅଂଚଳରେ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ ଯୋଗାଇ ଦେଇଛନ୍ତି ।
ମନ୍ତ୍ରଣାଳୟ ଦ୍ୱାରା ପଞ୍ଜିକୃତ ସବୁ ସ୍ୱେଚ୍ଛାସେବୀ ସଂଗଠନକୁ 2019-20 ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି ।
ଏଥିରେ କାହାର କିଛି ଆପତ୍ତି ଥିଲେ ଅନଲାଇନ ବ୍ୟବସ୍ଥାରେ ତାହାର ସମାଧାନ କରାଯାଉଛି ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment