Commit 097b3ed3 authored by Nayan Ranjan Paul's avatar Nayan Ranjan Paul

Upload New File

parent 7f197eff
ଓଡିଆ ଭାଷାକୁ ଝାଡଖଣ୍ଡରେ ଦ୍ବିତୀୟ ଭାଷାଭାବେ ମାନ୍ୟତା ନେଇ ପଦକ୍ଷେପ ଆରମ୍ଭ
- ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ସେପ୍ଟେମ୍ବର୍ ୧, ୨୦୧୧
ମୂଳ ପୃଷ୍ଠା → ଭାଷା ଓ ସାହିତ୍ୟ ଆଲୋଚନା →
ଭୁବନେଶ୍ବର: ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ହୋଇଛି ।
ଆସନ୍ତା କାଲି ବିଧାନସଭାରେ ଏନେଇ ଆବଶ୍ୟକ ବିଲ୍ ଉପସ୍ଥାପିତ ହୋଇ ଏହା ଗୃହୀତ ହେଲା ପରେ ପୁଣି ଓଡ଼ିଆ ଝାଡଖଣ୍ଡର ଦ୍ବିତୀୟ ରାଜଭାଷା ମାନ୍ୟତା ଫେରିପାଇବ ବୋଲି ଜଣାପଡ଼ିଛି ।
ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକ ରହୁଛନ୍ତି ।
ଏହା ସହିତ ଏହି ରାଜ୍ୟର ମୋଟ ଲୋକ ସଂଖ୍ୟାର ଏକ ସିଂହଭାଗ ଲୋକ ସଂଖ୍ୟା ହେଉଛନ୍ତି ଓଡ଼ିଆ ଭାଷାଭାଷିର ଲୋକ ।
ତେଣୁ ୨୦୦୩ ମସିହାରେ ଝାଡ଼ଖଣ୍ଡ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହେଲା ପରେ ସେଠାରେ ଦ୍ବିତୀୟ ଭାଷା ଭାବେ ଓଡ଼ିଆ ଭାଷାକୁ ମାନ୍ୟତା ମିଳିଥିଲା ।
କିନ୍ତୁ କିଛି ଦିନ ତଳେ ଏହି ମାନ୍ୟତାକୁ ପ୍ରତ୍ୟାହାର କରି ରାଜ୍ୟ ସରକାର ବଙ୍ଗଳାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେଇଥିଲେ ।
ଏହା ବିରୋଧରେ ଓଡ଼ିଶା ଏବଂ ଝାଡଖଣ୍ଡରେ ତୀବ୍ର ସ୍ବର ଉତ୍ତୋଳନ ହୋଇଥିଲା ।
ଏ ନେଇ ନିକଟରେ ସମାପ୍ତ ହୋଇଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ମାନ୍ୟତା ଲୋପ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ।
ଏହା ସହିତ ବିଧାୟକମାନେ ଏ ନେଇ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ଏହି ପ୍ରସଙ୍ଗରେ ତୁରନ୍ତ ସରକାର ଏବଂ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।
ଏହା ବ୍ୟତୀତ ଉତ୍କଳ ସମ୍ମିଳନୀ ପକ୍ଷରୁ ଏ ନେଇ ଅଭିଯାନ ମଧ୍ୟ କରାଯିବା ବିଧାନସଭା ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଥିଲା ।
ଗତ ସପ୍ତାହରେ ଓଡ଼ିଆ ଭାଷାର ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ବହୁ ବୁଦ୍ଧିଜୀବୀ, ଉତ୍କଳ ସମ୍ମିଳନୀ କାର୍ଯ୍ୟକର୍ତ୍ତା ଓ ସାହିତ୍ୟିକମାନେ ଝାଡ଼ଖଣ୍ଡ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ପ୍ରସଙ୍ଗରେ ଭେଟିଥିଲେ ।
ସେହିଭଳି ଝାଡ଼ଖଣ୍ଡ ବିଧାନସଭା ସମ୍ମୁଖରେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା ।
ଶେଷରେ ରାଜ୍ୟ କ୍ୟାବିନେଟ ବୈଠକରେ ଝାଡ଼ଖଣ୍ଡ ସରକାର ଓଡିଆ ଭାଷାକୁ ପୁଣି ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ପାଇଁ ଅନୁମୋଦନ ଦେଇଛନ୍ତି ।
ଏହାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ବାଗତ କରାଯାଇଛି ।
ଝାଡ଼ଖଣ୍ଡ କ୍ୟାବିନେଟ୍ର ଏହି ନିଷ୍ପତ୍ତି ସଂପର୍କରେ ଜଣାପଡିବା ପରେ ଏହାକୁ ଓଡ଼ିଶାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଏହି ପ୍ରସଙ୍ଗରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଝାଡ଼ଖଣ୍ଡ ସରକାରଙ୍କୁ ପତ୍ର ମଧ୍ୟ ଲେଖିଥିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment