Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
155ed460
Commit
155ed460
authored
Sep 17, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
cf04c40e
Changes
1
Show whitespace changes
Inline
Side-by-side
Showing
1 changed file
with
141 additions
and
0 deletions
+141
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_27
...lingual-corpora/odiasahitya.com/sent_odiasahitya_galpa_27
+141
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_27
0 → 100644
View file @
155ed460
ଝୁମା
ଲକ୍ଷ୍ମୀଧର ମହାନ୍ତି
ତା: ଏପ୍ରିଲ୍ ୬, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା ! ଆଲୋ କୁଆଡ଼େ ଚାଲିଗଲୁ ଅଲକ୍ଷଣୀ, ଆଲୋ ବାରବୁଲି ।
କେଉଁଠି ଅଛୁ ଘରକୁ ଆ ।
ଆରେ-ଏ, ମୋତେ ଟିକିଏ ଛାଇ ନିଦ ନାଗିଛି କି ନାହିଁ ବାରବୁଲି ଖସିଗଲା ମୋ କୋଳରୁ ।
କେତେ ଆକଟ କରିବି ତାକୁ?”
ଟିକିଏ ରହି ସେ ଚାରିଆଡ଼କୁ ଆଖି ପକାଏ ।
ପାଉଁଶିଆ ଜହ୍ନ ଆଲୁଅ ଭିତରେ ସବୁ ଝାପ୍ସା ଦେଖାଯାଏ ।
ସାନବାବୁ ଘର ସେଇ ଇଟା ପାଚେରୀ କୋଣ ଖଣ୍ଡେ ଭାଙ୍ଗି ଯାଇଛି କୋଉଦିନରୁ ।
ସେଇ ଭଙ୍ଗା କାନ୍ଥି ଉପରେ କୁଦା ମାରି ସେ ହୁଏତ ଚାଲିଯାଇଥିବ ଆରପଟକୁ ।
ଝାପ୍ସା ଦେଖାଯାଉଛି ସେଇ ଅଧା କାନ୍ଥ ଉପରେ କିଏ ଗୋଟିଏ ବସିଲା ପରି ।
ଲମ୍ବା ଲମ୍ବା ଶାଗୁଆ ନଡ଼ିଆ ବରଡ଼ା ଉପରୁ ଜହ୍ନ ଆଲୁଅ ଖସିଆସୁଛି ତଳକୁ ।
ତରଳ ରୂପା ବହିଯିବା ଭଳି ।
ପୁଣି ପାଟି କରି ମନକୁମନ ବଜରବଜର ହୁଏ ବୁଢ଼ୀ ।
ଗୁଡ଼ାଏ ଗାଳି ବର୍ଷଣ ହୋଇଯାଏ ସାନ ବାବୁ ଘର ସେଇ ଭୂଆ ବିଲେଇ ଉପରେ, “ସେ ଖଣ୍ଡକ ତ କମ୍ ନୁହେଁ ।
ସତେ ଯେମିତି ଏ ଗାଁର ଆଉ କେଉଁଠି ବିଲେଇ ନାହାନ୍ତି ।
ମୋ’ରି ଝୁମା ଉପରେ ତା’ର ଆଖି ଲାଗିଛି ।
ସବୁବେଳେ ରାତି ଅଧରେ ମ୍ୟାଉଁ ମ୍ୟାଉଁ ଡାକ ଛାଡୁଛି ।
ସେ ଡାକ ଶୁଣିବା ସଙ୍ଗେ ସଙ୍ଗେ ଏ ବାରବୁଲି ଛତରଖାଇ ଶ୍ରୀକୃଷ୍ଣଙ୍କର ବଂଶୀ ଶବଦ ଶୁଣିଲା ଭଳି ନୁଙ୍ଗୁନୁଙ୍ଗୁ ହୋଇ ଚାଲିଯାଇଛି ନାଁ ପକେଇବାକୁ ।
ଆଜି ଆ ତୁ, ଦେଖିବୁ କ’ଣ କରିବି ।”
‘ଝୁମା’ କେଉଁଠି ଥାଏ କେଜାଣି ନୁଙ୍ଗୁନୁଙ୍ଗୁ ହୋଇ ଧୀର ପାଦରେ ଆସି ଅଖାରୀ ବୁଢ଼ୀର ପାଦ ପାଖରେ ଲଟରପଟର ହୋଇ ଘସିହୋଇଯାଏ ।
ବୁଢ଼ୀର ଲୁଗା ପଣତଟାକୁ କାମୁଡ଼ି ଧରି ତା’ ଚାରିପଟେ ବୁଲିଆସେ ଥରେ ଦି’ଥର ।
ଅଖାରୀ ବୁଢ଼ୀ ଡିଆସିଲି ମାରି ଡିବି ଲଗାଏ ।
ଡିବି ଆଲୁଅରେ ‘ଝୁମା’ର ସାରା ଦେହଟାକୁ ଅଣ୍ଡାଳିପକାଏ ।
ପାଦରୁ ମଥା ପର୍ଯ୍ୟନ୍ତ ତା’ର ଲୋମଶ ଶରୀରରୁ ଉଙ୍କୁଣି ବାଛିଲା ପରି ଟିକିନିଖି ପରୀକ୍ଷା କରିନିଏ ।
ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ ।
ଆ’ ଶୋଇପଡ଼େ- ଆ ।
ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ ।
ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ ।
ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ ।
-‘ନାଁ ସବୁ ଠିକ୍ ଅଛି ।
ପାଦରେ ଅଳତା ମାଖିଥିଲି ଠିକ୍ ଅଛି ।
ପୋଡ଼ାମୁହିଁ ।
ପଙ୍କ କାଦୁଅରେ ପଶିନି ।
ମଥା ଉପରେ ଯେଉଁ ନାଲି ଟିକିଲିଟା ମାଖିଥିଲି ସେଇଟା ମଧ୍ୟ ଖସିନି ।
ବେକରେ ବନ୍ଧା ହୋଇଥିବା ପିତଳ ତିଆରି ଘୁଙ୍ଗୁର ପାଞ୍ଚଟାରୁ କିଛି ଖସିନି, ତେବେ ? ଆଲୋ ! ତୋ ମୁଣ୍ଡରେ ଖଣ୍ଡିଆ ଦାଗ ଆସିଲା କୁଆଡ଼ୁ ? ପୋଡ଼ପାଡ଼ି ମରୁନୁ ତୁ ! ମୁହଁ ସାରା ଖାଲି ନଖ ଆଞ୍ଚୁଡ଼ା ଦାଗ ।
ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ ।
ଆ’ ଶୋଇପଡ଼େ- ଆ ।
ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ ।
ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ ।
ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ ।
ଅଖାରୀ ବୁଢ଼ୀର ଏଇ ହେଲା ନିତିଦିନିଆ ଜୀବନ ।
ସବୁ ମଣିଷମାନଙ୍କଠାରୁ ସେ ଆସ୍ଥା ହରାଇବା ପରେ ଶେଷ ଜୀବନରେ ଝୁମାକୁ ହିଁ ଆଦରି ନେଇଛି ।
ନିଜର ନିଃସନ୍ତାନ ଜୀବନର ଏକମାତ୍ର ସନ୍ତାନ ଭଳି, ଅଖାରୀ ବୁଢ଼ୀ କହୁ କହୁ ଥରେ ଥରେ କହିପକାଏ- “ପଥରକୁ ଡାକିଲେ ପଥର ଓ କରିବ, ମାତ୍ର ମଣିଷକୁ ଡାକିଲେ ମଣିଷ ମୁହଁ ଆଡ଼େଇଦେବ ।”
ସେ ଦୃଷ୍ଟିରୁ ଝୁମା ତା’କୁ ଛାଡ଼ି କୁଆଡ଼େ ଯାଏନା, ବିଛଣା ପାଖରେ ବସି ଲୁହ ଗଡ଼ାଏ ।
ଅଖାରୀ ବୁଢ଼ୀର ବାପଘରେ କେହି ନାହାଁନ୍ତି କି ଶାଶୁଘରେ କେହି ନାହାଁନ୍ତି ।
ସମସ୍ତେ ମରି ହଜିଗଲେଣି ।
ଧର୍ମକୁ ସାକ୍ଷୀ ରଖି ଯାହାର ହାତ ସେ ଧରିଥିଲା, ବାହା ହେବାର ଦୁଇ ବର୍ଷ ପରେ ତା’ର କାଳ ହୋଇଗଲା ।
ଏଥିପାଇଁ ଅଖାରୀ ବୁଢ଼ୀ ଗାଁ ଗୋଟାକରେ ଘୃଣ୍ୟ ।
ସେ କୁଆଡ଼େ ଗୋଟେ ଅଲକ୍ଷଣୀ ।
ତା’ ମୁହଁ ଚାହିଁଲେ ପାପ ।
ବାହା ହଉ ହଉ ଯିଏ ଶାଶୁ, ଶ୍ବଶୁର, ଗେରସ୍ତଙ୍କୁ ଖାଇଲା, ସେ ଅଲକ୍ଷଣୀ ନୁହେଁ ତ ଆଉ କ’ଣ ? ଖାଲି ଅଲକ୍ଷଣୀ କ’ଣ, କେହି କେହି ତା’କୁ ପିତାଶୁଣି ବୋଲି ମଧ୍ୟ ଡାକନ୍ତି ।
ବିଚାରୀ ଏକଘରିକିଆ ହେଲା ଭଳି କେମିତି ତା’ର ସମୟ କଟାଇବ ? କେତେଥର ବିଷ ଖାଇବାକୁ ଯାଇଛି, ଅଥଚ଼ ଖାଇପାରିନି ।
ଏଇ ଝୁମା ହିଁ ପରୋକ୍ଷରେ ତା’କୁ ବାରଣ କରିଛି ।
-“ମୁଁ ମରିଗଲେ ଝୁମା ମୋ’ର ଅନାଥିନୀ ହୋଇଯିବ ।
ଝୁମାକୁ ଆଉଁସୁ ଆଉଁସୁ ଅଖାରୀ ବୁଢ଼ୀ ପିଲାଙ୍କ ଭଳି ଭେଁ ଭେଁ ହୋଇ କାନ୍ଦିଉଠେ ।
ଓଃ, ବଡ଼ ଦୁର୍ବିସହ ଏ ଜୀବନ ।
ରାତି ପାହିଲେ ବୁଢ଼ୀ ଚିନ୍ତା କରିବସେ କେମିତି ବିତିବ ଆଜିର ଦିନଟା ।
ସକାଳ, ଖରାବେଳ, ସଞ୍ଜ ଓ ରାତି ।
ଅତି ଦୀର୍ଘ ଏ ସମୟର ଚକ ।
କଳ୍ପନା କରେ ଅଖାରୀ ବୁଢ଼ୀ- ସେ ମରିଯାଇଛି ।
ତା’ର ଶବ ପଡ଼ିରହିଛି ଘର ଭିତରେ ।
ଗାଁ ଲୋକେ କେହି ଆସୁନାହାନ୍ତି ଶବ ପାଖକୁ ।
ଶବ ଉଠାଇବା କଥା ଭିନ୍ନ ମାତ୍ର ପାଖକୁ ଆସିବାକୁ କ’ଣ ପାପ ଲାଗି ଯାଉଛି ! ପାଖରେ ଜଗିରହିଛି ଝୁମା ।
ଆଖିରୁ ତା’ର ଧାର ଧାର ଲୁହ ବୋହି ଯାଉଛି ।
କିଏ ତା’ର ଶବ ଉଠାଇବ ? କିଏ ତା’ର ଶୁଦ୍ଧିକ୍ରିୟା କରିବ ? କିଏ ବ୍ରାହ୍ମଣ ଖୁଆଇବ ? ଅଖାରୀର ମୁଣ୍ଡଟା ଝାଇଁ ଝାଇଁ କରେ ।
ପାଖରେ ଶୋଇଥିବା ଝୁମାକୁ ସେ କୋଳେଇ ନିଏ ।
ତା’ ପିଠିରେ ଆଙ୍ଗୁଳି ଚଳାଉ ଚଳାଉ କହେ- ହଁ ଲୋ ଝୁମା ! ମୁଁ ଆଗ ନ ମରି ତୁ ଯଦି ମରିଯାଉ ନା, ତେବେ ତୋତେ ନେଇ ବାରିପଟ ଖତଗଦା ସେପଟେ ସମାଧି ଦେବି ।
ତୋର ଦଶାହକୁ ଦଶଜଣ ବ୍ରାହ୍ମଣ ଖୁଆଇବି ।
ବାରପତ୍ର ପକାଇ ସାଇ ଲୋକଙ୍କୁ ଖାଇବାକୁ ଦେବି ।
ଦାଣ୍ଡପିଣ୍ଡାରେ ଏକୁଟିଆ ବସି ବସି ତାକୁ ବିଜାର ଲାଗେ ।
ଏମିତି ଗୁଡ଼ାଏ ଚିନ୍ତା ତା’ମୁଣ୍ଡ ଭିତରେ ପଶି ମୁଣ୍ଡଟା ତା’ର ଖରାପ ହୋଇଯାଏ ।
ଦିନଦିନ ମାସମାସ ବର୍ଷବର୍ଷ ଏମିତି ଚିନ୍ତା ସବୁ ତା’ ଶେଥା ମୁହଁର ରେଖାଗୁଡ଼ିକୁ ବିକୃତ କରିପକାନ୍ତି ।
କେବେ ସାବୁନ୍ ମରା ହୋଇନଥିବା ତେଲ ଚିକିଟା ଗାମୁଛାଖଣ୍ଡକରେ ପରସ୍ତ ପରସ୍ତ ମଇଳା ଆସ୍ତରଣ ବସିଯିବା ପରେ ଆଉ ସଫା ନ ଫିଟିଲା ଭଳି ଅଖାରୀ ବୁଢ଼ୀର ମୁଖମଣ୍ଡଳରେ ବିଷାଦ ଲେପିହୋଇଯାଏ ।
ଶୁଖିଲା ମୁହଁ ଓ ଶୁଖିଲା ଓଠ ଉପରେ କେବେ କେମିତି ହସ ଉକୁଟିଲେ ତାହା ମଧ୍ୟ ଶୁଖିଲା ଦେଖାଯାଏ ।
ସେ ହସରେ ନଥାଏ ଆନ୍ତରିକତା, ନଥାଏ ସରସତା ବରଂ ଭରି ରହିଥାଏ ତା’ର ନିଃସଙ୍ଗତା, ଅସହାୟତା ଓ ଦାରିଦ୍ର୍ଯର କେତେ ଅକୁହା କାହାଣୀ ।
ଅଖାରୀ ବୁଢ଼ୀର ହସ ଲୋଭନୀୟ ହୋଇଯାଏ, ଗାଁକୁ ଶୁଖୁଆବାଲା ଆସିଲେ ।
ନିଜେ ବୈଧବ୍ୟ ବ୍ରତ ପାଳନ କରି ଆଇଁଷ ଛୁଏନାଁ, ମାତ୍ର ଝୁମା ପାଇଁ ପଚାଶେ କି ଶହେ ଚିଙ୍ଗୁଡି ବା ତାମ୍ପେଡ଼ା ଶୁଖୁଆ କିଣିବା ପାଇଁ ଧାଇଁଯାଏ, ଗାଁ ଦାଣ୍ଡରେ ଡାକ ଛାଡୁଥିବା ଶୁଖୁଆ ବିକାଳୀ ପାଖକୁ ।
ପ୍ରତି ମଙ୍ଗଳବାର ଯଦି ଶୁଖୁଆବାଲା ନ ଆସେ ତେବେ ବୁଢ଼ୀର ଭାଳେଣି ପଡ଼ିଯାଏ ।
ଆଉ କ’ଣ ଦେଲେ ତ ସେ ଖାଇବନି ।
ପାଖରେ ପଇସା ଥିଲେ ଅବା ସେ ଦୁଇଶ ଅଢ଼େଇଶ ଶୁଖୁଆ କିଣି ରଖନ୍ତା, ମାତ୍ର ପଚାଶେ ଶହେ କିଣିବାକୁ ବି ପଇସା ନିଅଣ୍ଟ ହୁଏ ।
ଆରପାଳିକୁ ବାକି ରହେ ପୁଣି ଶୁଝିବାକୁ ।
ଶୁଖୁଆ କିଣିଲାବେଳେ ସେ ଝୁମାକୁ ସାଙ୍ଗରେ ନିଏ ।
ଝୁମା ଶୁଖୁଆ ବୋଝ ଚାରିପାଖରେ ମ୍ୟାଉଁ ମ୍ୟାଉଁ ବୋବାଏ ।
ଅଖାରୀ ବୁଢ଼ୀ ଶୁଖୁଆ କିଣିସାରି କହି ପକାଏ, -ଦଉନୁ ମୋ ଝିଅକୁ ଦି ଚାରିଟା ଶୁଖୁଆ ।
ଲାଭ ଦବୁନି କି ?
ଗାଁ ମୁଣ୍ଡ ମଣ୍ଡପ କରରେ ଷ୍ଟକ୍ମ୍ୟାନ ସେଣ୍ଟର ।
ଷ୍ଟକ୍ମ୍ୟାନ ସ୍ବାଇଁବାବୁ ।
ଅଖାରୀ ବୁଢ଼ୀ ସ୍ବାଇଁବାବୁଙ୍କ ପାଖରେ ପହଞ୍ଚିଯାଏ, ଯେତେବେଳେ ଝୁମାକୁ ଝାଡ଼ା ହୁଏ ବା ଜ୍ବର ।
ଏମିତି ଆପଦବିପଦ ବେଳେ ସ୍ବାଇଁବାବୁ ଔଷଧ ଦେଇ ଝୁମାକୁ ଭଲ କରି ଦିଅନ୍ତି ।
ଅଖାରୀ ମୁହଁରେ ସେତିକିବେଳେ ହସ ଫୁଟିଉଠେ ।
ସେଦିନ ପଶୁ ଡାକ୍ତରଖାନା ଖୋଲିବା ପୂର୍ବରୁ ଅଖାରୀ ବୁଢ଼ୀ ହାଜର ହୋଇଗଲା ।
ସ୍ବାଇଁବାବୁଙ୍କ ଆସିବା ବାଟକୁ ଚାହିଁରହି ସେ ଖାଲି ଏପଟ ସେପଟ ହେଉଥାଏ ।
ଆଖିରେ ଲୁହ ।
ଡାକ୍ତରଖାନା ବାରଣ୍ଡା ତଳେ ବସିରହି ସେ କେବଳ ଭୂଇଁ ସାଉଁଟିବାରେ ଲାଗିପଡ଼ିଥାଏ ।
ମଝିରେ ମଝିରେ ତା’ର ହାତ ଦୁଇଟାକୁ ନିଜ ଛାତି ଉପରେ ବାଡ଼େଇ ବାହୁନା ପକାଉଥାଏ ।
ସ୍ବାଇଁବାବୁ ଆସିବା ମାତ୍ରେ ସେ ତାଙ୍କର ଗୋଡ଼ ଦୁଇଟାକୁ ଜାବୁଡ଼ିଧରି ବଡ଼ ପାଟିରେ ବାହୁନା ପକାଇଲା ।
“ମୁଁ କ’ଣ କରିବି ଡାକ୍ତରବାବୁ ।
ମୋ ଝୁମାର କ’ଣ ହୋଇଯାଇଛି ।
ସେ ଆଖି ଖୋଲୁନି ।
ବାନ୍ତି କରି ଭୂଇଁରେ ଲୋଟିପଡ଼ିଛି ।
ମୁଁ ତା’ଉପରେ ଖଣ୍ଡିଆ ଛାଞ୍ଚୁଣୀ ଘୋଡ଼େଇଦେଇ ଆସିଛି ।
ତମେ ଟିକିଏ ଆସ ଡାକ୍ତର ବାବୁ, ତମ ଯନ୍ତ୍ର ଲଗାଇ ତା’କୁ ଟିକିଏ ଦେଖ ଡାକ୍ତର ବାବୁ ।
ତା’କୁ ବଞ୍ଚାଅ- ନ ହେଲେ ଏଇଠି ତୁମ ଆଗରେ ମୁଁ ଜୀବନ ହାରିଦେବି ।”
ଏତିକି କହି ବୁଢ଼ୀ ସ୍ବାଇଁବାବୁଙ୍କ ପାଦ ଦୁଇଟାକୁ ଧରି ଲମ୍ବ ହୋଇ ଭୂଇଁରେ ଲୋଟିଗଲା ।
କି ବିକଳ ସେ ପ୍ରାର୍ଥନା ! ରାସ୍ତାରେ ଯାଉଥିବା ଲୋକେ ବୁଢ଼ୀର କାନ୍ଦଣା ଶୁଣି ଠୁଳ ହୋଇଗଲେ ।
ସମସ୍ତେ ଭାବିଲେ ଝୁମା ବୋଧହୁଏ ବୁଢ଼ୀର ଝିଅ କି ବୋହୂ ହୋଇଥିବ ।
ସ୍ବାଇଁବାବୁ କିନ୍ତୁ ଅବିଚଳିତ ।
ସମସ୍ତେ ସ୍ବାଇଁବାବୁଙ୍କୁ ପଚାରିବାରେ ବ୍ୟସ୍ତ ।
ବୁଢ଼ୀ ତା’ ଝୁମା ପାଇଁ ପି.ଏଚ୍.ସି. ଡାକ୍ତରଙ୍କ ପାଖକୁ ନ ଯାଇ ଏ ପଶୁ ଡାକ୍ତରଙ୍କ ପାଖକୁ ଆସି ମୁଣ୍ଡ ପିଟୁଛି କାହିଁକି ?
ଯେତେବେଳେ ସମସ୍ତେ ଜାଣିବାକୁ ପାଇଲେ ଯେ ଝୁମା ବୁଢ଼ୀର ଝିଅ ନୁହେଁ କି ବୋହୂ ନୁହେଁ, ଛାର ବିଲେଇଟାଏ, ସେତେବେଳେ ସମସ୍ତେ ହସି ହସି ମୁହଁ ମୋଡ଼ିଦେଲେ ବୁଢ଼ୀକୁ ଅନାଇ ।
ଅଖାରୀ ସେମାନଙ୍କ ମୁହଁମୋଡ଼ାରେ ରାଗିଯାଇ ଷ୍ଟକ୍ମ୍ୟାନଙ୍କ ହାତ ଧରି ଟାଣି ଟାଣି ନେଇଗଲା ତା’ ଘରକୁ ।
ସ୍ବାଇଁବାବୁ ଝୁମା ପାଖରେ ପହଞ୍ଚିଲା ବେଳକୁ ଝୁମାର ଶେଷ ଅବସ୍ଥା ।
ଗୁଡ଼ାଏ କଳା ବାନ୍ତି କରି ଝୁମା ନିର୍ଜୀବ ହୋଇ ପଡ଼ିରହିଥିଲା ।
ସ୍ବାଇଁବାବୁ ତା’ ଉପରେ ପୁଣି ଛାଞ୍ଚୁଣିଟାକୁ ଘୋଡ଼ାଇ ଦେଇ କହିଲେ, “ଆଉ ଲାଭ ନାହିଁ ।
ପଏଜନ୍ କେଶ୍ ।
କିଏ ତା’କୁ ବିଷ ଦେଇ ମାରିଦେଇଛି ।
ଏତିକି ଶୁଣିବା ପରେ ଅଖାରୀ ବୁଢ଼ୀ ତା’ ମୁଣ୍ଡଟାକୁ ଢୋ କରି ବାଡ଼େଇ ଦେଲା ଦୁଆର ବନ୍ଧ ଉପରେ ।
ଝରଝର ହୋଇ ରକ୍ତ ବୋହିଲା ତା’ ମଥାରୁ ।
ବୁଢ଼ୀ ବଡ଼ ପାଟିରେ ଗର୍ଜିଉଠିଲା ।
ମଣିଷକୁ ଲାଗି ଲାଗି ପାରିଲନି, ଶେଷକୁ ପଶୁଟା ଉପରେ ଦାଉ ସାଧିଲା ସବୁ ରାଗ ତମର, ସେଇଠି ସୁଝାଇଲ ? ହଉ ହେ ଧର୍ମଦେବତା ! ତମେ ବୁଝିବ ।
ହାତ ସାରା ରକ୍ତ ଆଉଟୁପାଉଟୁ ହୋଇ ଅଖାରୀ ବୁଢ଼ୀ ବାହୁନା ପକାଇଲା ଝୁମା ଆଡ଼କୁ ଚାହିଁ- କୋଉ ଚଣ୍ଡାଳୁଣୀ ଏକଥା କଲା ଲୋ, ବାୟାଣୀ ମୋର ; କେମିତି ତାହାର ହାତ ଚାଲିଲା ଲୋ, ବାୟାଣୀ ମୋର ; ଝୁମା ଡାକି ଦେଲେ ଯେଉଁଠି ଥିବୁ ଲୋ, ବାୟାଣୀ ମୋର ; ଝୁମୁଝୁମୁ ହୋଇ କୋଳେ ପଶିବୁ ଲୋ, ବାୟାଣୀ ମୋର ।
ସେଇ ଲୋକ ଗହଳି ଭିତରୁ ଜଣେ କିଏ ଚିପାଗଳାରେ ଟୁପୁଟୁପୁ ହେବାର ଶୁଣାଗଲା ।
କିଏ ଏକଥା କଲା କ’ଣ ଅଛପା ଅଛି କି ? କାଲି ସଞ୍ଜ ବେଳେ ଯୋଉ ଲୋକର କୁକୁଡ଼ା ଛୁଆକୁ ଝୁମା ଗୋଡ଼େଇଥିଲା ଖାଇବ ବୋଲି- ସେଇ ଏମିତି କରିଥିବ ତ, ଆଉ କିଏ ?
ଅଖାରୀ ବୁଢ଼ୀର ହଂସା ଉଡ଼ିଗଲା ।
ସେ ଗଛ କାଟିଲା ପରି ଭୁଇଁ ଉପରେ ଲୋଟିପଡ଼ିଲା ।
ଦାନ୍ତ ପଡ଼ିଗଲା, ଆଖି ତରାଟିହୋଇଗଲା ।
ମଥାରେ ଯେତେ ପାଣି ମାରିଲେ ମଧ୍ୟ ବୁଢ଼ୀ ଆଉ ଉଠିଲା ନାହିଁ ।
ଝୁମାର ଶବ ଭିତରୁ ତା’ର ଜୁଳୁଜୁଳୁ ଆଖି ଦିଇଟା ଚାହିଁରହିଥିଲା ଅଖାରୀ ବୁଢ଼ୀର ମୁହଁକୁ ।
ଗାଁ ଲୋକେ ଜଳଜଳ କରି ଚାହିଁରହି ସେ ଦୃଶ୍ୟକୁ ଉପଭୋଗ କରୁଥିଲେ କେବଳ ।
ଜଣେ କିଏ କହିପକାଇଲା ଖଟିଆଟାଏ ଆଣ, ବୁଢ଼ୀକୁ ସେଥିରେ ପକାଇ ଡାକ୍ତରଖାନା ନେଇଯିବା ।
ଏତକ ଶୁଣିବା ପରେ ଲୋକ ଗହଳି ଧୀରେ ଧୀରେ କମିବାରେ ଲାଗିଲା ।
ବୁଢ଼ୀ ଅଗଣାରେ କେହି ରହିଲେ ସିନା, ଖଟିଆ ଆଣି ବୁଢ଼ୀକୁ ସେଥିରେ କାନ୍ଧେଇବା ପାଇଁ କିଏ କହିବ ?
ସେତେବେଳକୁ ଛାଇ ଗଡ଼ିଯାଇଥିଲା ।
ଖାଇବାବେଳ ବି ଗଡ଼ିଯାଇଥାଏ ।
ବୁଢ଼ୀ ମରିଛି କି ନାହିଁ ସେ ପର୍ଯ୍ୟନ୍ତ ଜଣା ନାହିଁ, ତା’ ପୂର୍ବରୁ ଗାଁ ସାରା ଭାତ ଗଣ୍ଡାଏ ଗଣ୍ଡାଏ ପେଟରେ ପକାଇ ଦେବା ପାଇଁ ବ୍ୟଗ୍ର ହୋଇ ଉଠିଲେ ସମସ୍ତେ ।
ମରିବା ଖବରଟା ପ୍ରଘଟ ହୋଇଗଲେ ଶବ ପଡ଼ିଥିଲା ପର୍ଯ୍ୟନ୍ତ ଆଉ ଖାଇ ହେବନି ଯେ !
ଜଣ ଜଣ ହୋଇ ବୁଢ଼ୀର ଅଗଣାରୁ ଖସିଯିବା ପାଇଁ ଚେଷ୍ଟା କରୁଥିଲେ ସମସ୍ତେ ।
ଉଦୁଉଦିଆ ସୂର୍ଯ୍ୟ କିରଣ କ୍ରମେ ମଳିନ ପଡ଼ିଆସୁଥିଲା ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment