Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
46bcff33
Commit
46bcff33
authored
Sep 17, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1964fcd1
Changes
1
Show whitespace changes
Inline
Side-by-side
Showing
1 changed file
with
30 additions
and
0 deletions
+30
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_5
...lingual-corpora/odiasahitya.com/sent_odiasahitya_pustak_5
+30
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_5
0 → 100644
View file @
46bcff33
ଏକ ଅସୁନ୍ଦର କାହାଣୀର ‘କଭର ଷ୍ଟୋରି’ - ପୁସ୍ତକ ସମୀକ୍ଷା
- ଓଡ଼ିଆସାହିତ୍ୟ ପ୍ରବନ୍ଧକ
ତା: ଜାନୁଆରୀ ୨୮, ୨୦୧୧
ମୂଳ ପୃଷ୍ଠା → ପୁସ୍ତକ ସମୀକ୍ଷା →
ଲେଖକ : ସତ୍ୟପ୍ରିୟ ମହାଳିକଙ୍କ
ପ୍ରକାଶକ : ଟାଇମ୍ ପାସ୍ , କଟକ
ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ )
ସତ୍ୟପ୍ରିୟ ମହାଳିକଙ୍କ ଦ୍ବାରା ଲିଖିତ ଓ ଟାଇମ୍ ପାସ୍ ଦ୍ବାରା ପ୍ରକାଶିତ ମାତ୍ର ଛୟାନବେ ପୃଷ୍ଠାର ଛୋଟ ଉପନ୍ୟାସ ‘କଭର ଷ୍ଟୋରି’ ।
ଆମ ସାମାଜିକ ଅସଙ୍ଗତି ଓ ଅବଜ୍ଞାର ଏକ ଶକ୍ତିଶାଳୀ କାରୁଣ୍ୟ ।
ଚାରିବର୍ଷର କୁନିଝିଅଟିଏ ଯିଏ ଜୀବନ କ’ଣ ବୁଝି ନାହିଁ, ଯିଏ ଯୌବନ କ’ଣ ଜାଣେ ନାହିଁ ତାକୁ ଧର୍ଷଣ କରାଯାଏ ଅତି ଭୀଷଣ ଭାବେ – ତା’ପରେ କ’ଣ ହୁଏ ?
ଦଳିତ ଜାତିର ଏକ ଧର୍ଷିତା କୁନି ଝିଅ ଓ ତା’ର ପରିବାର ନ୍ୟାୟ ପାଇଁ ଦଉଡନ୍ତି ଶାସନ ଓ ନ୍ୟାୟତନ୍ତ୍ରକୁ ଓ ପଶି ଯାଆନ୍ତି ଅନ୍ଧାରୀ ଗୁମ୍ଫା ଭିତରେ ।
ନ୍ୟାୟ ତା ପାଇଁ ଅପହଞ୍ଚ ପଦ୍ମଫୁଲ ।
ଅଣ୍ଟେ ପାଣିରେ ପଶି ତୋଳି ଆଣିବାର ଅଭିଶାପରେ ନୟାନ୍ତ ହୁଏ ଏ ପରିବାର ।
କୁନି ଝିଅର ମାନସିକ ପୀଡା, ସାମାଜିକ ପ୍ରତାରଣା ଓ ସର୍ବୋପରି ପୁରୁଷତାନ୍ତ୍ରିକ ବିଧିବ୍ୟବସ୍ଥାର କ୍ରୁର ଉପହାସ ଏ ସମଗ୍ର ଉପନ୍ୟାସକୁ ଯେତିକି କରୁଣ କରିଛି ସେତିକି କରିଛି କ୍ରାନ୍ତିକାରୀ ।
ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ ।
ତଥାକଥିତ କଳ୍ପନାର କାନଭାସ୍ରେ ମିଛ ଆଦର୍ଶ ଓ ଶସ୍ତା ସ୍ବପ୍ନ ଆଙ୍କିବା ତାଙ୍କର ସଉକ ନୁହେଁ ।
ବରଂ ଜୀବନର ଧୂଷର ବାସ୍ତବତା ଓ କାରୁଣ୍ୟ ଆଡେ ସେ ସଚେତନ ଦୃଷ୍ଟି ଚାହିଁ ରହିବାକୁ ଭଲ ପାଆନ୍ତି ।
ସେଇଥିପାଇଁ ‘କଭର ଷ୍ଟୋରି’ ଉପନ୍ୟାସ ସମ୍ବେଦନଶୀଳ ଓ ସଂକ୍ରାମକ ।
ଲେଖକଙ୍କ ଭାଷାରେ ଏହା ଏକ ସୁନ୍ଦର କାହାଣୀ ନୁହେଁ ।
ଏହା ଏକ ପରିକଳ୍ପନା ନୁହେଁ ବା ଏଥିରେ କେଉଁଠି ହେଲେ ବି ଏକ ଧାରାବାହିକ ଗଳ୍ପ ପ୍ରବଣତା ନାହିଁ ।
ଏହା ସତ୍ୟ ଓ କଳ୍ପନାର ଏକ ମଧ୍ୟମ ଅବସ୍ଥା ।
ଉପନ୍ୟାସର ଚରିତ୍ର, ତଥ୍ୟ, କାହାଣୀର ଉପସ୍ଥାପନା ଓ ନାମକରଣ ଆଦିରେ ଯେଉଁ ଅଭିନବତାର ସ୍ପର୍ଶ ରହିଛି ତାହା ଉପନ୍ୟାସକୁ ଏକ ସ୍ବତନ୍ତ୍ରତା ଆଣିଦିଏ ।
ଏହାର କଳାତ୍ମକ ଦିଗ ମଧ୍ୟ ଅଣ ପାରମ୍ପରିକ ।
ଲୋକକଥା, ମିଥ୍ ଓ ଅତିକଳ୍ପନାର ଏକ ମିଶ୍ରିତ ଉପସ୍ଥାପନରେ ଉପନ୍ୟାସଟି ସମୃଦ୍ଧ ।
ସତ୍ୟପ୍ରିୟଙ୍କ ଅନ୍ୟାନ୍ୟ ଉପନ୍ୟାସ (ଶୂନ୍ୟକାଳ, ଅର୍ଦ୍ଧକଥା, ଅଣପୁରୁଷ ଓ ଅପ୍ରାପ୍ତ ବୟସ୍କ) ଓ କାହାଣୀମାନଙ୍କରେ (ଅଳ୍ପଗଛ, ସେହିସବୁଦିନ, ଗଳ୍ପପୁରୁଷ, କଥାତନ୍ତ୍ର ଓ କୁହୁକଦର୍ପଣ) ସ୍ବତନ୍ତ୍ରତା ବ୍ୟବହୃତ ହୋଇଥାଏ ଓ ପ୍ରତ୍ୟେକ ଉପନ୍ୟାସ ପରସ୍ପରଠାରୁ ଭିନ୍ନ ହୋଇଥାଏ ।
ଏଥିରେ ମଧ୍ୟ ତାହା ପ୍ରତିପାଦିତ ହୋଇଛି ।
ସର୍ବୋପରି ଛୋଟ ଛୋଟ ପାରାଗ୍ରାଫ ଓ ଗୋଟିଏ ଗୋଟିଏ ପାରାଗ୍ରାଫକୁ ନେଇ ଗୋଟିଏ ଅଧ୍ୟାୟର ପରିକଳ୍ପନା ଅପୂର୍ବ ଓ ଅଭିନବ ।
ଭାଷା ସଂରଚନା ଓ କାହାଣୀ କଥନରେ ସତ୍ୟପ୍ରିୟ ଅଦ୍ବିତୀୟ ।
ସମକାଳୀନ କଥା ସାହିତ୍ୟରେ ଅନାଲୋଚିତ, ଅଭିନବ ଓ ଅସ୍ପୃଶ୍ୟ ଘଟଣାକୁ କଳାତ୍ମକ ଢଙ୍ଗରେ ପ୍ରକାଶ କରିବାରେ ସତ୍ୟପ୍ରିୟଙ୍କ ଦକ୍ଷତା ଅତୁଳନୀୟ ।
କଭର ଷ୍ଟୋରି ଏକ ଚମତ୍କାର ଉପନ୍ୟାସ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment