Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
81ded635
Commit
81ded635
authored
Sep 17, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1b73a95e
Changes
1
Show whitespace changes
Inline
Side-by-side
Showing
1 changed file
with
79 additions
and
0 deletions
+79
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_9
...lingual-corpora/odiasahitya.com/sent_odiasahitya_bhasha_9
+79
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_9
0 → 100644
View file @
81ded635
ଇତିହାସର ପଟ୍ଟଭୂମିରେ “ନୀଳଶୈଳ” ଓ “ନୀଳାଦ୍ରିବିଜୟ” ଉପନ୍ୟାସ ଏକ ତୁଳନାତ୍ମକ ବିଶ୍ଳେଷଣ
ଡକ୍ଟର ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ
ତା: ମାର୍ଚ୍ଚ୍ ୫, ୨୦୧୧
ମୂଳ ପୃଷ୍ଠା → ଭାଷା ଓ ସାହିତ୍ୟ ଆଲୋଚନା →
ଓଡ଼ିଆ ସାହିତ୍ୟ ଜଗତର କଥାକାର ସୁରେନ୍ଦ୍ର ମହାନ୍ତି ଜଣେ କ୍ରାନ୍ତିକାରୀ ସ୍ରଷ୍ଟା ।
ଜୀବନର ବହୁବିଧ ଦିଗକୁ ଆଧାର କରି ତାଙ୍କର ସ୍ରଷ୍ଟାମାନସ ସଫଳ ଉପନ୍ୟାସ ସର୍ଜନାରେ ସାର୍ଥକତା ଲାଭ କରିଅଛି ।
ସୁରେନ୍ଦ୍ର ମାନସ ଏକ ଅଭିଜାତ ସଞ୍ଜାତ ମାନସ ମଣିଷର କାମନା-ବାସନା, ପ୍ରାପ୍ତି-ଅପ୍ରାପ୍ତି, ମନର ସ୍ବାଧୀନ ଭାବ ଚେତନା, ମନର ରହସ୍ୟ, ମଣିଷର ଜାନ୍ତବ-କ୍ଷୁଧା, ଉନ୍ମାର୍ଗଗାମୀ ଚିନ୍ତାଧାରା, ଜୀବନର ଅଚରିତାର୍ଥ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଅସହାୟତା ଭିତରେ ସେ ଜୀବନର ଶାଶ୍ବତ ମୂଲ୍ୟବୋଧର ଅନ୍ବେଷା କରିଛନ୍ତି ।
ଏତଦ୍ବ୍ୟତୀତ ଅତୀତର ଗୌରବମୟ ଇତିହାସ, ବୀରଗାଥା, ବୌଦ୍ଧଯୁଗର କାହାଣୀକୁ ନେଇ ତା‘ଭିତରେ ଚିରନ୍ତନ ଜୀବନଧାରାର ସନ୍ଧାନ କରି ତାହାର ମହିମାମୟ ଦିଗକୁ ଉନ୍ମୋଚିତ କରିଛନ୍ତି ।
ଭାବ ବସ୍ତୁରେ ଗଭୀରତା, ଶୈଳୀରେ ଚମତ୍କାରିତା, ଆଭିଜାତ୍ୟପୂର୍ଣ୍ଣ ଭାଷା ଓ ଜୀବନବୋଧର ଗାମ୍ଭୀର୍ଯ୍ୟ ଦୃଷ୍ଟିରୁ ତାଙ୍କର ଉପନ୍ୟାସ ଗୁଡ଼ିକ ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ମଣିମାଣିକ୍ୟ ତୁଲ୍ୟ ବିବେଚିତ ।
ତାଙ୍କର କଥା ସାହିତ୍ୟର ଯେପରି ଅଛି ବ୍ୟାପ୍ତି, ସେହିପରି ଅଛି ଦୀପ୍ତି ।
ଉଦାର ମାନବିକ ମୂଲ୍ୟବୋଧର ଯଶସ୍ବୀ ଔପନ୍ୟାସିକ ଭାବେ ସେ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଜଣେ କାଳଜୟୀ ସାଧକ ।
କଥା ଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଜଣେ ନିରବଚ୍ଛିନ୍ନ ସ୍ରଷ୍ଟା ।
ତାଙ୍କର ସୃଜନଶୀଳ ଉପନ୍ୟାସ ଗୁଡ଼ିକ ହେଉଛି ‘କଲେଜ ବୟ (୧୯୪୭)’, ‘ବଧୂ ଓ ପ୍ରିୟା (୧୯୪୮)’, ‘ସହସ୍ର ଶଯ୍ୟାର ନାୟିକା (୧୯୫୨)’, ‘ଅନ୍ଧଦିଗନ୍ତ (୧୯୬୪)’, ‘ହଂସଗୀତି (୧୯୬୭)’, ‘ନୀଳଶୈଳ (୧୯୬୮)’, ‘ଶତାବ୍ଦୀର ସୂର୍ଯ୍ୟ (୧୯୬୮)’, ‘କୁଳବୃଦ୍ଧ (୧୯୭୮)’, ‘ନୀଳାଦ୍ରିବିଜୟ (୧୯୮୦)’, ‘ଅଚଳାୟତନ (୧୯୮୧)’, ‘କାଳାନ୍ତର (୧୯୮୨)’, ‘ନେତିନେତି (୧୯୮୨)’, ‘କୃଷ୍ଣାବେଣୀରେ ସନ୍ଧ୍ୟା (୧୯୮୫)’, ‘ଆଜୀବକର ଅଟ୍ଟହାସ୍ୟ (୧୯୮୭)’ ଓ ‘ଫଟାମାଟି (୧୯୮୮)’ ।
ସେ କେତେକ ଉପନ୍ୟାସରେ ଐତିହାସିକ ଭାବଚେତନାକୁ ପ୍ରକାଶ କରିଥିଲେ ସୁଦ୍ଧା ସମକାଳୀନ ସମୟର ସାମାଜିକ ଓ ରାଜନୀତିକ ଭାବଧାରାକୁ ସେ ବିଶ୍ବସ୍ତ ରୂପେ ରୂପାୟନ କରିଛନ୍ତି ।
ବସ୍ତୁତଃ ଇତିହାସ ଓ କିମ୍ବଦନ୍ତୀକୁ ପୃଷ୍ଠଭୂମି ଭାବେ ଗ୍ରହଣ କରି ଶିଳ୍ପୀ-ସୁଲଭ-ଅଭିଜ୍ଞ ଚେତନାରେ ସେ ସବୁର ବାସ୍ତବ ଓ ସ୍ବାଭାବିକ ଭଙ୍ଗୀରେ କଳାତ୍ମକ ରୂପଦେବାରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସିଦ୍ଧି ଅବିସମ୍ବାଦିତ ।
କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ‘ନୀଳଶୈଳ’ ଓଡ଼ିଆ ଐତିହାସିକ ଉପନ୍ୟାସ ରଚନା କ୍ଷେତ୍ରରେ ଏକ ଅବିସ୍ମରଣୀୟ ସୃଷ୍ଟି ।
ଓଡ଼ିଆ ସମାଜ, ସଂସ୍କୃତି ଓ ଜାତୀୟ ଜୀବନର ଚିରନ୍ତନ ଗର୍ବ ଶ୍ରୀଜଗନ୍ନାଥଙ୍କୁ ଭିତ୍ତିକରି ଏହି ଉପନ୍ୟାସଟି ରଚିତ ।
ଏଥିରେ ଓଡ଼ିଶା ଜାତିର ଅତୀତ ଗୌରବ ଗାଥା ସହିତ ମୈତ୍ରୀ, ପ୍ରୀତି, ସମତା ଓ ବିଶୃଭାତୃତ୍ବର ଦେବତା ଶ୍ରୀଜଗନ୍ନାଥଙ୍କ ଇତିହାସ ସାହିତ୍ୟିକ ସୌନ୍ଦର୍ଯ୍ୟ ବୋଧନେଇ ଲିପିବଦ୍ଧ ।
ଏହି ଉପନ୍ୟାସର ଭୂମିକାରେ ଲେଖକ ଲେଖିଛନ୍ତି- “ଏପରି ଉପନ୍ୟାସ ଲେଖିବା ମୋ କଳ୍ପନାରେ ଆଦୌ ନଥିଲା ।
ମାତ୍ର ୧୯୬୪ ସାଲରେ ସେଥର ରଥଯାତ୍ରା ବେଳେ ଅତିନିକଟରୁ ଜଗନ୍ନାଥଙ୍କର ପହଣ୍ଡିବିଜେ ଦେଖିବାର ସୌଭାଗ୍ୟ ମୋର ଘଟିଥିଲା ।
ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର କିପରି ଅନ୍ତରଙ୍ଗ ସେହିଦିନ ସେ ଜନସମୁଦ୍ର ମଧ୍ୟରେ ଠିଆ ହୋଇ ମୁଁ ଲକ୍ଷ୍ୟ କରିଥିଲି ।
ବସ୍ତୁତଃ ମୋ ମତରେ ସମଗ୍ର ପୃଥିବୀରେ ଏହା ଏକ ଶ୍ରେଷ୍ଠ ବର୍ଣ୍ଣାଢ଼୍ୟ ଓ ପ୍ରେରଣାମୟ ଦୃଶ୍ୟର ଗୌରବ ଦାବୀ କରେ ।
କାଦମ୍ବରୀ ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତେକୀ ଟାହିଆର ଠାଣି ଓ ବିଜେ କାହାଳୀ, ଘଣ୍ଟନାଦ ମଧ୍ୟରେ ମୋର ଦୃଷ୍ଟିପଥରେ ଉଦ୍ଭାସିତ ହୋଇ ଉଠିଥିଲା, ଇତିହାସର ବହୁ କ୍ଷତବିକ୍ଷତ ସେଇ ଅରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ ! ସେ ଦିନର ସେଇ ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା, ‘ନୀଳଶୈଳ’ ତାହାର ପରିଣତି ।”
ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ‘ନୀଳଶୈଳ’ ଉପନ୍ୟାସ ଏକ ମନୋଜ୍ଞ ସୃଷ୍ଟି ।
ଏ ଉପନ୍ୟାସଟି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ଜୀବନ ଇତିହାସକୁ ଉପଜୀବ୍ୟ କରି ଗଢ଼ିଉଠିଛି ।
ଇତିହାସର ରାମଚନ୍ଦ୍ର ଦେବ ଏଠି ଏକ ଭିନ୍ନ ଭୂମିକାରେ ବିଦ୍ୟମାନ ।
ସମଗ୍ର ‘ନୀଳଶୈଳ’ ଉପନ୍ୟାସର କଥାବସ୍ତୁ ଭିତରେ ସେ ଏକ ନିରବଚ୍ଛିନ୍ନ, ନିଃସଙ୍ଗ, ସଂଗ୍ରାମୀ ଚରିତ୍ର ।
ତାଙ୍କର କ୍ଷତ୍ରିୟସୁଲଭ ସଂଗ୍ରାମଶୀଳ ନିଷ୍ଠାପର କର୍ମକୃତିର ଆଭାସ ଏହି ଉପନ୍ୟାସରେ ନାଟକୀୟ ରୀତିରେ ପରିକୀର୍ତ୍ତିତ ।
ଔପନ୍ୟାସିକ ଶ୍ରୀମହାନ୍ତି ତାଙ୍କୁ ଉତ୍କଳର ଭାଗ୍ୟବିଧାତା, ଜଗନ୍ନାଥ ସେବକ, ଅଭୂତପୂର୍ବ ବୀର ରୂପେ ଚିତ୍ରଣ କରିଛନ୍ତି ।
ପୂର୍ବ ସ୍ମୃତିର ରୋମନ୍ଥନରେ ଅତୀତର ଗବାକ୍ଷଦ୍ବାର ଉନ୍ମୁକ୍ତ ହୋଇ ଇତିହାସର ଆଲୋକରେ ‘ନୀଳଶୈଳ’ର ପୃଷ୍ଠା ଆଲୋକିତ ହୋଇଛି ।
ଅତୀତରେ ଅନ୍ଧକାର ତଳୁ ଇତିହାସ ମୁଣ୍ଡ ଟେକିଛି ।
କଳାପାହାଡ଼ ଚମ ଦଉଡ଼ିରେ ବାନ୍ଧି ଶ୍ରୀଜଗନ୍ନାଥଙ୍କୁ ଟାଣି ନେଇଥିଲା ବଡ ଦାଣ୍ଡରେ ।
ଅତୀତର ସେହି ମର୍ମାନ୍ତିକ ଜାତୀୟ ଓ ଧର୍ମୀୟ ଅଧଃପତନ ଏବଂ ଅପମାନର ପୁନରାବୃତ୍ତି ନଘଟାଇବା ପାଇଁ ରାଜା ରାମଚନ୍ଦ୍ର ଦେବ ଓରଫ ହାଫିଜ୍ କାଦର ବେଗଙ୍କର ଜୀବନମୂର୍ଚ୍ଛା ସଂଗ୍ରାମ ଉପରେ ଏହି ଉପନ୍ୟାସର କଥାବସ୍ତୁ ଆଧାରିତ ।
ଦୁଃଖର କଷାଘାତରେ ରାମଚନ୍ଦ୍ର ଦେବ କ୍ଷତବିକ୍ଷତ, ଶୋକର ଉଚ୍ଛ୍ବାସରେ ଆତ୍ମା ତାଙ୍କର ବିଭ୍ରାନ୍ତ ।
ତଥାପି ଲକ୍ଷ୍ୟ ଓ ସଙ୍କଳ୍ପର ମହାମେରୁ ପରି ସେ ଅଚଳ, ଅଟଳ ଓ ଦୃଢ଼ ।
ଇତିହାସ ପୃଷ୍ଠାରୁ ଲେଖକ ଏପରି ଏକ ନରପତିଙ୍କୁ ବାଛିଛନ୍ତି ଯାହାଙ୍କ ଚରିତ୍ର ଦ୍ବୈତସତ୍ତା ଓ ବ୍ୟକ୍ତିତ୍ବର ବହୁବିଚି଼ତ୍ର ଅଧ୍ୟାୟରେ ପୂର୍ଣ୍ଣ ।
ଓଡ଼ିଶା ଇତିହାସରେ ରାମଚନ୍ଦ୍ର ଦେବ ଏକମାତ୍ର ବ୍ୟତିକ୍ରମ ।
ମୁସଲମାନ ଧର୍ମଗ୍ରହଣ କରି ମଧ୍ୟ ଜଗନ୍ନାଥଙ୍କ ପ୍ରତି ଏପରି ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ଅର୍ଘ୍ୟର ଅର୍ପଣ ଆହୁରି ବିସ୍ମୟକର ।
ରେଜିୟା ବେଗମ୍ଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ପ୍ରବଳ, କିନ୍ତୁ ଲଳିତା ପାଟଦେଈଙ୍କ ପ୍ରତି ସେ ତିଳେମାତ୍ର ଅବିଚାର କରିନାହାନ୍ତି ।
ଏହି ପରିପ୍ରେକ୍ଷୀରେ ରାମଚନ୍ଦ୍ର ଦେବ ଥିଲେ ଓଡ଼ିଶା ଇତିହାସର ଚମକପ୍ରଦ ଆକର୍ଷଣୀୟ ଚରିତ୍ର ।
ଓଡ଼ିଶା ହେଉଛି ଦେବଭୂମି ।
ଏହାର ମାଟି, ଗୋଡ଼ି ଓ ବାଲିରେ ଭୂମାପୁରୁଷର ସ୍ପର୍ଶ ରହିଛି ।
ଏହି ଭୂମିରେ ବ୍ୟକ୍ତିଠାରୁ ଦେବତାର ମୂଲ୍ୟବେଶୀ ।
ଶ୍ରୀଜଗନ୍ନାଥଙ୍କ ପବିତ୍ରତା, ସମ୍ମାନ ଓ ଦିବ୍ୟତ୍ବ ରକ୍ଷାପାଇଁ ବୈଦେଶିକ ଆକ୍ରମଣରୁ ଯୁଗେ ଯୁଗେ ଧର୍ମପ୍ରାଣ ବ୍ୟକ୍ତିମାନେ ମୃତ୍ୟୁର ଆଶଙ୍କାକୁ ଜୟକରି ଶ୍ରୀଜଗନ୍ନାଥଙ୍କୁ ନିରାପଦ ସ୍ଥାନରେ ଗୋପନ ରଖିଛନ୍ତି ।
‘ନୀଳଶୈଳ’ର ସାର୍ଥକତା ଫୁଟି ଉଠିନି ଇତିହାସର ଦୀର୍ଘ ବିବରଣୀରେ, ବରଂ ଏହା ପ୍ରକାଶ ପାଇଛି ରାମଚନ୍ଦ୍ର ଦେବଙ୍କ ଯନ୍ତ୍ରଣା ଜର୍ଜରିତ ବହୁଘଟଣା ବିଘଟିତ ଜୀବନର ଦୀର୍ଘ ପ୍ରସ୍ତୁତି ମଧ୍ୟରେ ସେହି ଅପରାଜେୟ ବିଶ୍ବ ସଂସ୍କୃତିର ଧାରକ ଶ୍ରୀଜଗନ୍ନାଥଙ୍କ ମହିମା ଓ ମହତ୍ତ୍ବ ପ୍ରଖ୍ୟାପନରେ ।
ଔପନ୍ୟାସିକ ଶ୍ରୀ ମହାନ୍ତି ଇତିହାସ ଓ କିମ୍ବଦନ୍ତୀରୁ ଭାବବସ୍ତୁ ଆହରଣ କରି ‘ନୀଳଶୈଳ’ ଉପନ୍ୟାସକୁ ସରସ, ସୁନ୍ଦର କରି ଗଢ଼ିତୋଳିଛନ୍ତି ।
ଏହି ଉପନ୍ୟାସରେ ଇତିହାସର ପଟ୍ଟ ଭୂମିରେ ଐତିହାସିକ ତଥା କାଳ୍ପନିକ ଚରିତ୍ର ମଧ୍ୟ ଦେଇ ବିସ୍ମୃତ ଓ ବିବର୍ଣ୍ଣ ଯୁଗକୁ ପ୍ରାଣବନ୍ତ କରି ଗଢି ତୋଳିବାରେ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଅସାମାନ୍ୟ ସଫଳତା ଲାଭ କରିଛନ୍ତି ।
ଏକ ସଫଳ ଐତିହାସିକ ଉପନ୍ୟାସ ଭାବରେ ‘ନୀଳଶୈଳ’ର ସାଫଲ୍ୟ ଅସାଧାରଣ ।
ମୋଗଲ ଶାସକଙ୍କ ବିରୁଦ୍ଧରେ ବାରମ୍ବାର ବିଦ୍ରୋହ କରିବାରୁ ରାମଚନ୍ଦ୍ର ଦେବଙ୍କୁ ସିଂହାସନ ହରାଇବାକୁ ପଡ଼ିଥିଲା ।
ରାଜ୍ୟଭ୍ରଷ୍ଟ ରାମଚନ୍ଦ୍ର ଦେବ ସ୍ବୀୟ ସାମନ୍ତ ନରସିଂହପୁର ରାଜାଙ୍କ ନିକଟରେ ଆଶ୍ରିତ ଥିବା ସମୟରେ ପ୍ରାଣତ୍ୟାଗ କରିଥିଲେ ବୋଲି ଐତିହାସିକ କେଦାରନାଥ ମହାପାତ୍ର ମତପୋଷଣ କରନ୍ତି ।
ଔପନ୍ୟାସିକ କିନ୍ତୁ ଶୁଷ୍କ ଇତିହାସକୁ ବର୍ଜନ କରି ତାର ଭାବସତ୍ତାକୁ ଗ୍ରହଣ କରି ରାମଚନ୍ଦ୍ର ଦେବଙ୍କର ନିଃସଙ୍ଗ ଓ ନିଃସହାୟ ବେଦନାକୁ ଉପନ୍ୟାସରେ ରୂପାୟନ କରିଛନ୍ତି ।
ଏହି ଉପନ୍ୟାସରେ ତକି ଖାଁଙ୍କର ଭଗିନୀ ଓ ସୁଜା ଖାଁଙ୍କର କନ୍ୟା ରିଜିୟା ବେଗମ୍ ଏକ ଐତିହାସିକ ଚରିତ୍ର ।
କିନ୍ତୁ ଐତିହାସିକ ଚକ୍ରଧର ମହାପାତ୍ର ମତ ଦିଅନ୍ତି ଯେ ରେଜିୟା ବେଗମ୍ ମୁଶଦ୍ କୁଲି ଖାଁଙ୍କର କନ୍ୟା, ତାଙ୍କ ନାମ ଥିଲା ସୌରିଆ ।
ଅନ୍ୟତ୍ର ତାଙ୍କୁ ରିଜିଆ ବା ରେଜିଆ ନାମରେ ଅଭିହିତ କରାଯାଇଛି ।
ନୀଳଶୈଳରେ ରିଜିଆ ଶାନ୍ତ, ମଧୁର ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ତାଙ୍କର ବ୍ୟାକୁଳତା ଏବଂ ତୀକ୍ଷ୍ଣ ଧୀମତ୍ତା ତାଙ୍କୁ କଲ୍ୟାଣୀ ନାରୀର ମହିମାରେ ମଣ୍ଡିତ କରିଅଛି ।
ଏହି ଉପନ୍ୟାସର ଆଉ ଏକ ମହିମାମୟୀ ଚରିତ୍ର ସର ଦେଈ ।
ବାଲୁଗାଁ ପେଣ୍ଠର ସରଦେଈ ଚଟିଘର ନାମକୁ କେନ୍ଦ୍ରକରି ଲୋକଶ୍ରୁତିର କିଛି କାହାଣୀକୁ ସମ୍ବଳକରି ଔପନ୍ୟାସିକ ସରଦେଈକୁ ଚିରନ୍ତନୀ କରିଛନ୍ତି ।
‘ନୀଳଶୈଳ’ର ଏକ ଆକର୍ଷଣୀୟ ଓ ବହୁଚର୍ଚ୍ଚିତ ଚରିତ୍ର ସରଦେଈ ।
ଏହି ଉପନ୍ୟାସରେ ଔପନ୍ୟାସିକ ପାଟମହାଦେଈ ଲଳିତାଦେଈ, ଲକ୍ଷ୍ମୀ ପରମଗୁରୁ, ବେଣୁ ଭ୍ରମରବର, ବଡ଼ପରିଚ୍ଛା ଗୌରୀ ରାଜଗୁରୁ, ଜଗୁନି ପ୍ରଭୃତି ଚରିତ୍ରକୁ ସ୍ବଭାବ ସୁଲଭ ଭଙ୍ଗୀରେ ରୂପାୟନ କରିଛନ୍ତି ।
ବିହାର ଓଡ଼ିଶାର ଲକ୍ଷ ଲକ୍ଷ ଜନତାର ଆପଣାର ବଡ଼ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହିମା ପ୍ରଖ୍ୟାପନ ନିମିତ୍ତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଯେଉଁ ମୁଗ୍ଧ ଭାବ ବିଳାସ ରହିଛି, ତାହାର ଯଥାର୍ଥ ପ୍ରତିଫଳନ ଘଟିଛି ‘ନୀଳଶୈଳ’ ଉପନ୍ୟାସରେ ।
‘ନୀଳଶୈଳ’ ଏକ କାଳଜୟୀ ଉପନ୍ୟାସ ।
ଏଥିରେ ଇତିହାସ ଓ ଉପନ୍ୟାସ ପରସ୍ପରକୁ କୋଳାଗ୍ରତ କରି ପରସ୍ପରର ପରିପୂରକ ହୋଇ ପଡ଼ିଛନ୍ତି ।
ଏଥିରେ ଆଭିଜାତ୍ୟପୂର୍ଣ୍ଣ ଭାଷା, ଆବେଗପ୍ରବଣତା, ବର୍ଣ୍ଣନାର ଚମତ୍କାରିତା ଏବଂ ଚମତ୍କାର ଶୈଳୀମିଶ୍ରିତ ହୋଇ ‘ନୀଳଶୈଳ’ ଉପନ୍ୟାସର କଳାଧର୍ମକୁ କାଳୋତ୍ତୀର୍ଣ୍ଣ କରିପାରିଛି ।
ଯଥାର୍ଥରେ ‘ନୀଳଶୈଳ’ ସୁରେନ୍ଦ୍ର ସ୍ରଷ୍ଟାମାନସର ଏକ ମହିମାବନ୍ତ ସୃଷ୍ଟି ।
‘ନୀଳଶୈଳ’ ଓ ‘ନୀଳାଦ୍ରିବିଜୟ’ ମଧ୍ୟରେ ବ୍ୟବଧାନ ୧୨ ବର୍ଷ ।
ନିଳାଦ୍ରିବିଜୟ ୧୯୮୦ ସାଲରେ ପ୍ରକାଶିତ ।
‘ନୀଳଶୈଳ’ର ଉତ୍ତରାର୍ଦ୍ଧ ହେଉଛି ‘ନୀଳାଦ୍ରିବିଜୟ’ ।
ଚିଲିକାର ଗୁରୁବାଈ ଦ୍ବୀପରେ ହେନ୍ତାଳ ବଣ ଭିତରେ ଶ୍ରୀଜଗନ୍ନାଥଙ୍କୁ ଗୋପନକରି ରଖିବା ବିଷୟ ‘ନୀଳଶୈଳ’ ରେ ବର୍ଣ୍ଣିତ ।
କିନ୍ତୁ ଶ୍ରୀମନ୍ଦିର ଭିତର ରତ୍ନସିଂହାସନ ଉପରକୁ ମହାପ୍ରଭୁଙ୍କୁ ଫେରାଇ ଆଣିବାକୁ ପଡ଼ିବ ।
ଏହି ପ୍ରସଙ୍ଗ ହିଁ ‘ନୀଳାଦ୍ରିବିଜୟ’ର କଥାବସ୍ତୁ ।
‘ନୀଳାଦ୍ରିବିଜୟ’ କୁ ମଧ୍ୟ ଏକ ସ୍ବତନ୍ତ୍ର ଉପନ୍ୟାସ ଭାବରେ ଗଣାଯାଇ ପାରେ ବୋଲି ଔପନ୍ୟାସିକ ସୂଚନା ଦେଇଛନ୍ତି ।
ଦୁଇଟିଯାକ ଉପନ୍ୟାସର ଭାବବସ୍ତୁ ହେଉଛି ଶ୍ରୀଜଗନ୍ନାଥଙ୍କ ମହିମା ଓ ମହତ୍ତ୍ବ ପ୍ରତିପାଦନ ।
ଏଥିରେ ରାମଚନ୍ଦ୍ର ଦେବ, ଲଳିତା ମହାଦେଈ ଓ ରିଜିଆ ଏହି ତ୍ରିକୋଣ ପ୍ରେମର ଦ୍ବନ୍ଦହିଁ ରାମଚନ୍ଦ୍ର ଦେବଙ୍କ ଦୁଃଖ ଓ ଦୁର୍ଦ୍ଦଶା ପାଇଁ ଦାୟୀ ବୋଲି ବର୍ଣ୍ଣନା କରାଯାଇଛି ।
ଏହି ଉଭୟ ଉପନ୍ୟାସର କଳାଧର୍ମକୁ ବିଚାର କଲେ ଜଣାଯାଏ ଯେ, ‘ନୀଳାଦ୍ରିବିଜୟ’ ରେ ‘ନୀଳଶୈଳ’ର ମାର୍ମିକ ଆବେଦନ ଓ ମନ ଛୁଆଁଭାବ ନାହିଁ ।
‘ନୀଳଶୈଳ’ରେ ଲେଖକଙ୍କର ଘଟଣା ବର୍ଣ୍ଣନାରେ ଯେଉଁ ଅଖଣ୍ଡ ଆବେଗର ମହାସ୍ରୋତ ରହିଛି, ତାହା ‘ନୀଳାଦ୍ରି ବିଜୟ’ରେ ସମ୍ପୂର୍ଣ୍ଣ ଅନୁପସ୍ଥିତ ।
ମନେହୁଏ, ସୁରେନ୍ଦ୍ର ସ୍ରଷ୍ଟା ମାନସର ଉତ୍ତୁଙ୍ଗ ଭାବସତ୍ତା ‘ନୀଳଶୈଳ’ରେ ହିଁ ଗୁମ୍ଫିତ ।
ଏହା ‘ନୀଳଶୈଳ’ର ଉତ୍ତରାର୍ଦ୍ଧ ।
ଘଟଣାର କ୍ରମିକତା ଓ ଚରିତ୍ରମାନଙ୍କ ସମତା ବ୍ୟତୀତ ‘ନୀଳାଦ୍ରି ବିଜୟ’ର ‘ନୀଳଶୈଳ’ ସହିତ ଆଉ କୌଣସି ସମ୍ପର୍କ ନାହିଁ ।
ପରିଶେଷରେ ଏତିକି ଉଲ୍ଲେଖଯୋଗ୍ୟ ଯେ, ଐତିହାସିକ ଉପନ୍ୟାସ ଭାବରେ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଓଡ଼ିଶା ଉପନ୍ୟାସ ସାହିତ୍ୟ ଜଗତରେ ଦୁଇଗୋଟି ମହିମାମୟ ସାରସ୍ବତ କୃତି ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment