Commit 86e427b2 authored by Nayan Ranjan Paul's avatar Nayan Ranjan Paul

Upload New File

parent 97523d13
ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି
ପରିବର୍ଭିତ ଜୀବନଶୈଳୀରେ ମେରୁଦଣ୍ଡରେ ଯନ୍ତ୍ରଣା ହେବାପ୍ରାୟତଃ ସ୍ଵାଭାବିକ ସମସ୍ୟା ।
ଅନେକସ୍ଥଳରେ ଏଥି ଯୋଗୁଁ ନାନା ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବା ଆଶଙ୍କା ଥାଏ ।
ବୟସବଢ଼ିବା ସହିତ ଏହି ସମସ୍ୟା ବଢ଼େ ।
ତେଣୁ ଏହାରନିରାକରଣ ସମ୍ପର୍କରେ ଅବଗତ ହେବା ସହିତ ଏହାକୁ ସତର୍କତାର ସହିତ ପରିଚାଳନା କରିବାର ଆବଶ୍ୟକତାରହିଛି ।
ମେରୁଦଣ୍ଡ ଯନ୍ତ୍ରଣାରୁ ରକ୍ଷା ପାଇଁ କେତେକ ସରଳଉପାୟ ଥିବାରୁ ଏଥିନେଇ ଜାଣିବା ଆବଶ୍ୟକ ।
ବୟସ ବଢ଼ିଲେ ।
ମେରୁଦଣ୍ଡ ଡିସ୍କାରେ ଥିବା ଜଳର ପରିମାଣ ହ୍ରାସ ପାଇଥାଏ ।
ଅନେକ ସମୟରେ ଏହା ଅନ୍ୟ ଅଂଶ ଠାରୁ ବିଚ୍ଛିନ୍ନ ହୋଇଥାଏ ।
ଡିସ୍କ ବିଚ୍ଛିନ୍ନ ହେବା କିମ୍ବା ପ୍ରକୃତ ସ୍ଥାନ ଠାରୁ ଖସିଯିବା ସମସ୍ୟାର ନିରାକରଣ ପାଇଁ ଔଷଧ ଗ୍ରହଣ, ଫିଜିଓଥେରାପି ଏବଂ ସ୍ଥଳ ବିଶେଷରେ ସର୍ଜରୀ ମଧ୍ୟ କରାଯାଇଥାଏ ।
କେତେକ କ୍ଷେତ୍ରରେ ମେରୁଦଣ୍ଡ ସମ୍ପର୍କିତ ଆଶଙ୍କାକୃତ ସମସ୍ୟାର ନିରାକରଣ ନିଜ ଦ୍ଵାରା ହିଁ ସମ୍ଭବ ହୋଇପାରିଥାଏ ।
ସେଥିପାଇଁ ଧରାବନ୍ଧା ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ନିଜେ ନିଜର ମେରୁଦଣ୍ଡା ସୁରକ୍ଷିତ ରଖିପାରିବେ ।
ମେରୁଦଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଶାରିରୀକ ଅବସ୍ଥା, କାର୍ଯ୍ୟ କରିବାର ଦକ୍ଷତା, ଶରୀର ଓଜନ, ବ୍ୟାୟାମ ଏବଂ ସଠିକ ଓଜନ ଉଠାଇବା ଆଦି ପାଞ୍ଚଟି ଗୁରୁତ୍ଵପୂର୍ଣ୍ଣ ଅଭ୍ୟାସ ଗ୍ରହଣ କରାଯାଇପାରେ ।
ଏହାଦ୍ଵାରା ମେରୁଦଣ୍ଡ ଯନ୍ତ୍ରଣାର ବିଭିନ୍ନ ଆଶଙ୍କାକୃତ ସମସ୍ୟାର ସଫଳ ନିରାକରଣ ସମ୍ଭବ ହୋଇଥାଏ ।
ଫଳରେ ଆପଣ ନିଜକୁ ବିଭିନ୍ନ ମେରୁଦଣ୍ଡ ସମସ୍ୟା ଠାରୁ ସୁରକ୍ଷିତ ରଖିପାରିବେ ।
ଶାରୀରିକ ଅବସ୍ଥା
ଉପଯୁକ୍ତ ଶାରିରୀକ ଅବସ୍ଥାକୁନିୟନ୍ତ୍ରିତ କରିବା ଦ୍ଵାରା ଅନେକାଂଶରେ ନିମ୍ନ ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
କେତେକ ବ୍ୟାୟାମରେ ଠିଆହେବା ଶାରିରୀକ ଅବସ୍ଥାକୁ ଗୁରୁତ୍ଵ ପ୍ରଦାନ କରାଯାଉଥିବାବେଳେ ବସିବା ଅବସ୍ଥା ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ ।
ସିଧା ଛିଡ଼ା ହେବା ବେଳେ ମୁଣ୍ଡ ଏବଂ ମେରୁଦଣ୍ଡ ଏକ ସରଳରେଖାରେ ରହିଥାଏ ।
ଆପଣ ମୃଦୁ ଭାବରେ ଆପଣଙ୍କ ତଳି ପେଟର ମାଂସପେଶୀକୁ ସଂକୋଚନ କରି ନିମ୍ନ ମେରୁଦଣ୍ଡକୁ ସମ୍ମିଳିତ କରିପାରିବେ ।
ଆପଣଙ୍କର ଶାରିରୀକ ଅବସ୍ଥାରେ ସନ୍ତୁଳନ ଆଣିବା ସହିତ କାନ୍ଧ ଅତି ତଳକୁ ଝୁଲାଇବା ଅବା ନଇଁ ନଇଁ ଚାଲିବା ତଥା ବୟସାଧିକ କାରଣରୁ ତଳେ ନଇଁ ଯିବା ସ୍ଥିତି ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।
ବସିବା ସମୟରେ ଶାରିରୀକ ଶୈଳୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ଅଧୁକାଂଶ ବ୍ୟକ୍ତି ଦିନର ଏକତୃତୀୟାଂଶ ସମୟ ଏକପ୍ରକାର ଶୈଳୀରେ ବସି ରହିଥାନ୍ତି ।
ଆପଣ ପ୍ରାୟତଃ ଏହି ସମୟରେ ମେରୁଦଣ୍ଡକୁ ସିଧା ରଖି ବସିବା ଉଚିତ ।
ଯାହାଦ୍ଵାରା ଆପଣଙ୍କ ତଳି ପେଟର ମାଂସପେଶୀ ହାଲକା ଭାବରେ ସଂକୁଚିତ ହୋଇ ରହିପାରିବ ।
ବସିବା ଅବସ୍ଥାରେ ତଳକୁ ଅଧିକ ଝୁଙ୍କି ହୋଇ ବସିବା ଦ୍ଵାର ମେରୁଦଣ୍ଡରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ ।
ତେଣୁ ସିଧା ବସନ୍ତୁ; ଯାହାଦ୍ଵାରା ଚେୟାରର କାନ୍ଧ ବ୍ଲେଡରେ ମେରୁଦଣ୍ଡ ସିଧା ରହିବା ସହିତ ଆପଣଙ୍କ ପାଦ ଚଟାଣରେ ରହିବ ।
ସେହିପରି ସିଧା ବସିବା ସମୟରେ ଆପଣ ପ୍ରତି ଏକ ଘଣ୍ଟା ଅନ୍ତରରେ ଆପଣଙ୍କ ବସିବା ଶୈଳୀରେ ପରିବର୍ତ୍ତନ ଆଣନ୍ତୁ ।
କାର୍ଯ୍ୟାଳୟରେ ଅଧିକ ସମୟ ବସି କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରତି ୯୦ ମିନିଟରେ ।
୫ ମିନିଟର ଛୋଟ ବିଶ୍ରାମ ନେବା ଉଚିତ ।
ଏହି ବିଶ୍ରାମ ସମୟରେ ସେମାନେ ନିଜକୁ ସିଧା କରିବା ସହିତ ମେରୁଦଣ୍ଡକୁ ଆରାମ ଦେବା ଉଚିତ ।
କାର୍ଯ୍ୟ କରିବାର ଦକ୍ଷତା
କାର୍ଯ୍ୟ କରିବାର ଦକ୍ଷତା କହିଲେ ବୋଧହୁଏ ଆପଣ କାର୍ଯ୍ୟାଳୟ ଅବଧିକୁ ହିଁ ବୁଝିପାରନ୍ତି ।
କିନ୍ତୁ ଆପଣ ଏହି ସମୟରେ ଆପଣଙ୍କ ମେରୁଦଣ୍ଡର ସୁରକ୍ଷାପ୍ରତି ବିଶେଷ ଧ୍ୟାନ ଦେଇ ନଥାନ୍ତି ।
ତେଣୁ ଏପରି ଅବସ୍ଥାରେ ଆପଣଙ୍କୁ ସହାୟତା ପ୍ରଦାନ କରୁଥିବା ଏକ ଗୁଣବତ୍ତାଯୁକ୍ତ ଚୌକିର ଆବଶ୍ୟକତା ରହିଛି ।
ସେହିପରି କାର ଚଳାଇବା ସମୟରେ ଆପଣଙ୍କ କାର୍ଯ୍ୟ ସମ୍ପାଦନ ଶୈଳୀ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
କାର ଚଳାଇବା ସମୟରେ ଷ୍ଟିଅରିଂ ଦ୍ଵିଲ୍ ।
ଆପଣଙ୍କ ଛାତି ହାଡ଼ ଠାରୁ ପ୍ରାୟ ୧୦ ଇଞ୍ଚରୁ ଅଧିକ ଦୂରରେ ରହିବା ଉଚିତ ।
ଏପରିସ୍ଥଳେ ଆପଣ ମେରୁଦଣ୍ଡର ସାଧାରଣ ସ୍ଥିତି ବଜାଇ ରଖିବା ଶ୍ରେୟସ୍କାର ।
ଅନେକ ବ୍ୟକ୍ତି ଘରେ କମ୍ପ୍ୟୁଟର ବ୍ୟବହାର କରିଥାନ୍ତି ।
ଏଠାରେ ମଧ୍ୟ ସଠିକ ତଥା ଉପଯୁକ୍ତ କାର୍ଯ୍ୟ ଦକ୍ଷତା ଅଭ୍ୟାସ ଶୈଳୀ ଅବଲମ୍ବନର ଯଥାର୍ଥତା ରହିଛି ।
ଅନେକ ସୁଲେ ଲ୍ୟାପଟପ ବ୍ୟବହାର କରୁଥିବା ବ୍ୟକ୍ତି କି-ବୋର୍ଡ ଉପରେ ନଇଁ କାର୍ଯ୍ୟ କରିଥାନ୍ତି ।
ତେଣୁ କମ୍ପୁଟରରେ କାମ କଲାବେଳେ କହୁଣି ଉଚ୍ଚତାରେ କି-ବୋର୍ଡ ରଖିବା ସହ ମେରୁଦଣ୍ଡା ସିଧା କରି ଚେୟାରରେ ବସିବା ଆବଶ୍ୟକ ।
କମ୍ପ୍ୟୁଟରର ସ୍କ୍ରିନ୍, ଏବଂ ଆଖି ମଧ୍ୟରେ ୩୦ ଡିଗ୍ରୀର କୌଣସି ସମ୍ବନ୍ଧ ରହିବା ଆବଶ୍ୟକତା ରହିଛି ।
ଯାହାଦ୍ଵାରା ଆପଣ ମେରୁଦଣ୍ଡକୁ ସିଧା ରଖି ବସିପାରିବେ ।
ଶରୀର ଓଜନ
ଆପଣଙ୍କ ଶରୀର ଓଜନ ମେରୁଦଣ୍ଡ ଉପର ଗୁରୁତର ପ୍ରଭାବ ପକାଇଥାଏ ।
କେବଳ ୧୦ ରୁ ୨୦ ଗୁଣା ଅଧିକ ଓଜନ ବୋହିନେବା ଦ୍ଵାରା ଆପଣଙ୍କ ମାଂସପେଶୀ ଉପରେ ଅଧିକ ଚାପ ପଡିବା ସହିତ ମେରୁଦଣ୍ଡର ସଂରଚନାରେ ମଧ୍ୟ ଚାପ ଅନୁଭୂତ ହୋଇଥାଏ ।
ମେରୁଦଣ୍ଡରେ ଓଜନର ଚାପ ପଡିଲେ ଏହା ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଥାଏ ।
ମେରୁଦଣ୍ଡର ସମ୍ମୁଖ ଖଞ୍ଜାରେ ଓଷ୍ଟିଓଆଥ୍ରୋଇଟିସ୍ ଏବଂ ମେରୁଦଣ୍ଡ ଇଣ୍ଟରଭର୍ଟିବାଲ ଡିସ୍କ ଖସିଯିବା ଭଳି ଆଶଙ୍କା ସୃଷ୍ଟି କରିଥାଏ ।
ତେଣୁ ଏହି କାରଣକୁ ଦୃଷ୍ଟିରେ ରଖି ଆପଣ ଆପଣଙ୍କ ଓଜନକୁ ଉଚ୍ଚତା ଏବଂ ବୟସ ଅନୁସାରେ ନିୟନ୍ତ୍ରଣ କରିବା ଗୁରୁତ୍ଵପୂର୍ଣ୍ଣ ।
ଯଦି ଆପଣଙ୍କ ଓଜନ ଅଧିକ ରହିଛି ତେବେ ଓଜନ ହ୍ରାସ କରି ମେରୁଦଣ୍ଡ ଯନ୍ତ୍ରଣା ସମସ୍ୟା ଠାରୁ ଦୂରେଇ ରୁହନ୍ତୁ ।
ନିୟମିତ ଏରୋବିକ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ ଦ୍ଵାରା ଓଜନ ସହଜରେ ହ୍ରାସ ପାଏ ।
ଏରୋବିକ ।
ବ୍ୟାୟାମ ମଧ୍ୟରେ ସାଧାରଣ ଚାଲିବା ସହିତ ନୃତ୍ୟ, ପହଁରା ଏବଂ ଦୌଡ଼ିବା ଆଦି ଓଜନ ହ୍ରାସ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।
ବ୍ୟାୟାମ
ଏରୋବିକ ବ୍ୟାୟାମ ସହିତ ମେରୁଦଣ୍ଡ ଯନ୍ତ୍ରଣାକୁ ଉପଶମ ତଥା ଦୂରଉଥିବା ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ ।
ତେଣୁ ତଳିପେଟ ମାଂସପେଶୀକୁ ସୁଦୃଢ଼ କରିବା କିମ୍ବା ମେରୁଦଣ୍ଡକୁ ସିଧା କରିବା, ନିତମ୍ବ ମେରୁଦଣ୍ଡକୁ ସୁରକ୍ଷା ପ୍ରଦାନ କରିଥାନ୍ତି ।
ୱେଟ୍ ଟ୍ରେନିଂ, ଯୋଗ, ପିଲେଟସ୍ ଆଦି ମାଧ୍ୟମରେ ମନୋରଞ୍ଜନ କରିବା ସହିତ ମେରୁଦଣ୍ଡ ପାଇଁ ଉପଯୁକ୍ତ ବ୍ୟାୟାମ ପହଞ୍ଚାଇଥାଏ ।
କେତେକ ବ୍ୟାୟାମ ଓଜନ ହ୍ରାସ ପାଇଁ ଉପଯୋଗୀ ନଥୁଲେ ମଧ୍ୟ ଏଗୁଡିକ ସ୍ଵତନ୍ତ୍ର ଭାବେ ମେରୁଦଣ୍ଡ ମାଂସପେଶୀକୁ ନମନୀୟ କରି କାର୍ଯ୍ୟକାରିତା ବୃଦ୍ଧି କରିଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment