Commit 961b2027 authored by Nayan Ranjan Paul's avatar Nayan Ranjan Paul

Upload New File

parent 936d03df
ସମତାର ପ୍ରେମମୟ ରସ
ଅଚ୍ୟୁତାନନ୍ଦ କର
ତା: ଫେବୃଆରୀ ୨୩, ୨୦୧୭
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଭଗବାନ୍‌ଙ୍କର କୃପା ହିଁ ମଣିଷ ହୃଦୟରେ ଗୋଟିଏ ସୁନ୍ଦର ତରଙ୍ଗ ତିଆରି କରିଛି ।
ଏଇ ତରଙ୍ଗର ନାମ ପ୍ରେମ ।
ପ୍ରେମ ଏକ ଶସ୍ତା ବସ୍ତୁ ନୁହେଁ ।
ପ୍ରେମ କଳଗାଉଣାର ଗୀତ ନୁହେଁ କିମ୍ୱା ବଜାର ଛକରେ ପ୍ରେମ ମିଳୁଥିବାର ବିଷୟ ନୁହେଁ ।
ସମତାରୁ ଏ ପ୍ରେମ ଜନ୍ମ ନିଏ ।
ହୃଦୟରେ ଏଇ ସମତା ଭାବ ଆସିଲେ ମଣିଷଠାରେ ଥିବା ବହୁ ବିକାର ନଷ୍ଟ ହୋଇଯାଏ ।
ତୋର ମୋର ହିଂସା ଭାବ ଉଜୁଡ଼ିପଡ଼େ ।
ଏ ସମ୍ପର୍କରେ ହିନ୍ଦୀରେ ପ୍ରକାଶ ପାଉଥିବା କଲ୍ୟାଣ ନାମକ ଏକ ପତ୍ରିକାରେ କିଛି ବର୍କ୍ଷ ତଳେ ସୁନ୍ଦର କଥାଟିଏ ପ୍ରକାଶ ପାଇଥିଲା ।
ବହୁ ସାଧୁସନ୍ଥ ମହାତ୍ମା ଉପଦେଶ ଦେଲାବେଳେ ସେ ସତ୍ୟ କଥାଟିକୁ କହିଥାଆନ୍ତି ।
ମଣିଷ ଭିତରେ ଥିବା ଭେଦଭାବ ହିଁ ସମତାର ବାଧକ ।
ଏହାଦ୍ୱାରା ପ୍ରେମର ଅନାବିଳ ରସ ଆମେ ଚାଖି ପାରୁନାହୁଁ ।
କଲ୍ୟାଣରେ ପ୍ରକାଶିତ ହୋଇଥିବା ସେ ସତ୍ୟ ଘଟଣାଟି ହେଲା, ଜଣେ ମୁସଲମାନର ସ୍ତ୍ରୀ ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ ।
କିନ୍ତୁ ସେମାନେ ଅତ୍ୟନ୍ତ ଗରିବ ଥିଲେ ।
ଦୁର୍ଭାଗ୍ୟ ବେଳେବେଳେ ମଣିଷକୁ ହଇଚଇ କରିଦିଏ ।
ଗରିବ ଭାଗ୍ୟରେ ଦୁର୍ଭାଗ୍ୟ ଆସିଗଲେ ସେ କ’ଣ କରିବ ବୋଲି ରାହା ପାଏନାହିଁ ।
ଦୁର୍ଭାଗ୍ୟ ତ ନିଶ୍ଚୟ ଆସିବ! କାରଣ ଏ ପୃଥିବୀରେ ତିନିଭାଗ ହେଉଛି ଜଳ ମାତ୍ର ଗୋଟିଏ ଭାଗ ହେଉଛି ସ୍ୱଚ୍ଛ ।
ତେଣୁ ତିନିଭାଗ ଦୁଃଖ ଆମ ପାଇଁ ରହିଛି ଓ ମାତ୍ର ଏକଭାଗ ସୁଖକୁ ନେଇ ଆମକୁ ଚଳିବାକୁ ପଡ଼ିବ ।
ଜୀବନର ଅଧିକାଂଶ ଦୁଃଖ ସମୟରେ ବେଳେବେଳେ ଭାଗେ ସୁଖରୁ କିଛି ଅଂଶ ଆମ ପାଖକୁ ଆସିଯାଏ ।
ଠିକ୍‌ ସେଇଭଳି ଗରିବ ମୁସଲମାନ ଜୀବନରେ ସୁଖର ମୁହୂର୍ତ୍ତଟି ଆସିବାରୁ ପୁତ୍ର ସନ୍ତାନ ଜନ୍ମ ହୋଇଗଲା ।
ପୁତ୍ର ସନ୍ତାନ ଜନ୍ମ ହେବା ପରେ ପରେ ଯେଉଁ ସୁଖ ହାତକୁ ଆସିଥିଲା, ସେ ସୁଖ ପୁଣି ହାତରୁ ଖସିଗଲା ।
ଅର୍ଥାତ୍‌ ପୁତ୍ର ଜନ୍ମ ହେବା ପରେ ପରେ ମୁସଲମାନର ପତ୍ନୀ ମରିଗଲା ।
ଦୁଃଖର ଅନ୍ଧକାର ସେ ଘରର ବାୟୁମଣ୍ଡଳକୁ ହଇଚଇ କରିଦେଲା ।
ସ୍ତ୍ରୀ ମରିଯିବାରୁ ପୁଅଟିକୁ ମୁସଲମାନ କିଭଳି ପାଳିବ ଚିନ୍ତାରେ ପଡ଼ିଗଲା ।
ନିଜେ ନ ଖଟିଲେ ନିଜେ ଚଳିପାରିବ ନାହିଁ କି ପିଲାର ଯତ୍ନ ନେଇପାରିବ ନାହିଁ ।
ଏଣେ ଖଟିବାକୁ ଗଲେ, ପିଲାର ଦାୟିତ୍ୱ କିଏ ନେବ, ସେଥିପାଇଁ ଆଲ୍ଲାଙ୍କ ଦରବାରରେ ଅନବରତ କାନ୍ଦିବାକୁ ଲାଗିଲା ।
ଏଇ ମୁସଲମାନଙ୍କ ଘର ନିକଟରେ ଗୋଟିଏ ଗୌଡ଼ଘର ଥିଲା ।
ଗୋରୁ ପାଳି ନିଜର ପରିବାର ଚଳାଉଥିଲା ସିଏ ।
ତାଙ୍କରି ଘରେ ପୁଅଟିଏ ଜନ୍ମ ହେଲା ।
ୟାଙ୍କ ଘରର କୁଆଁ ଶବ୍ଦ ସହିତ ବେଳେବେଳେ ସେ ମୁସଲମାନ ପିଲାର କୁଆଁ ଶବ୍ଦ ଆସି ମିଶିଯାଉଥିଲା ।
ଅସହାୟ ମୁସଲମାନ ପିଲା ପାଇଁ ହଠାତ୍‌ ଗୋପାଳୁଣୀଙ୍କ ହୃଦୟରେ ପ୍ରେମର ମନ୍ଦାକିନୀ ଚହଟି ଉଠିଲା ।
ନିଜ ସ୍ୱାମୀଙ୍କୁ ସିଏ କହିଲା, ନିଜ ପୁଅ ସହିତ ସେ ମୁସଲମାନର ପୁଅକୁ ଆଣି ପାଳିବା ନିମନ୍ତେ ।
ଦୟାଳୁ ଗୋପାଳ ମୁସଲମାନଙ୍କୁ ଏ ବିଷୟ କହିବାରୁ ସେ ଗରିବ ମୁସଲମାନ ଆନନ୍ଦରେ ଗଦ୍‌ଗଦ୍‌ ହୋଇ, ପିଲାଟିକୁ ଗୋପାଳ ଘରେ ଦେଇଦେଲା ।
ସେ ଗଉଡ଼ଘରେ ମାଆର ମମତା ପାଇ ଉଭୟ ପିଲା ବଢ଼ିବାକୁ ଲାଗିଲେ ।
ମୁସଲମାନ ପିଲା ଧୀରେ ଧୀରେ ବଡ଼ ହୋଇଯିବାରୁ ପିଲାକୁ ପାଳୁଥିବା ସେଇ ଗୋପାଳ ମୁସଲମାନ ଘରକୁ ଯାଇ ତାକୁ କହିଲା – ‘ ବାବୁ ତୋ ପିଲା ବଡ଼ ହୋଇଗଲାଣି, ଏଥର ତୋ ପିଲାକୁ ନେଇ ଆସିବୁ ।
ଯାହା ପଢ଼େଇବାର କଥା ତହିଁର ବ୍ୟବସ୍ଥା ତୁ କର୍‌’ ।
ଗୋପାଳ କଥାରେ ମୁସଲମାନ ତା ପିଲାକୁ ନେଇଆସିଲା ।
ତାକୁ ପାଠ ପଢ଼େଇଲା ।
ବିଶେଷ ଧନୀ ହୋଇ ନଥିବାରୁ ସେ ମୁସଲମାନ ନିଜ ପୁଅକୁ ଡାକ୍ତର କରି ନପାରି କମ୍ପାଉଣ୍ଡରଟିଏ କଲା, ସେ ପିଲା ସରକାରୀ ଡାକ୍ତରଖାନାରେ ଚାକିରୀଟିଏ ପାଇଲା ।
ଏହା କିଛିଦିନ ପରେ ଗୋପାଳର ସ୍ତ୍ରୀ ଦେହ ବେମାର ହୋଇଗଲା ।
ଗୋପାଳ ସ୍ତ୍ରୀ’ର ସେ ମୁସଲମାନ କଥା ଆଉ ମନେ ନଥିଲା ।
କାରଣ ମୁସଲମାନ ପିଲା ପାଠ ପଢ଼ିବା ପାଇଁ ତା ବାପା ଦୂର ଜାଗାକୁ ଚାଲିଯାଇଥିଲା ।
ଏଣେ ଗୋପାଳ ପତ୍ନୀର ଦେହ ସାଂଘାତିକ୍‌ ହେବାରୁ ତାକୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଗଲା ।
ଡାକ୍ତରଖାନାରେ କେତେଦିନ ରହିବା ପରେ, ଡାକ୍ତର ଗୋପାଳର ପତ୍ନୀ ପାଇଁ ରକ୍ତର ଆବଶ୍ୟକ ବୋଲି ବରାଦଫର୍ଦ୍ଦ ଦେଲେ ।
କିନ୍ତୁ ଦୁଃଖର କଥା କାହାରି ରକ୍ତ ଏଥିପାଇଁ ଉପଯୁକ୍ତ ହୋଇପାରିଲା ନାହିଁ ।
ସେଇ ଡାକ୍ତରଖାନାରେ ଥିବା ଜଣେ କମ୍ପାଉଣ୍ଡର ରକ୍ତକୁ ପରୀକ୍ଷା କରିବାରୁ ତାହା ଉପଯୁକ୍ତ ବୋଲି ଜଣାଗଲା ।
କିନ୍ତୁ କମ୍ପାଉଣ୍ଡର କହିଲା ମୋତେ ଦୁଇଶହ ଟଙ୍କାରୁ ପଇସାଟିଏ କମ୍‌ ଦେଲେ ବି ମୁଁ ରକ୍ତ ଦେବିନାହିଁ ।
ଗୋପାଳ ବିଚରା ସେତକ ଯୋଗାଡ଼ କରି କମ୍ପାଉଣ୍ଡର ଠାରୁ ରକ୍ତ ଆଣିଲା ।
ଏ ରକ୍ତ ଦିଆଯିବା ପରେ, ଗୋପାଳର ପତ୍ନୀ ଭଲ ହୋଇ ନିଜ ଘରକୁ ଫେରିଆସିଲା ।
ସେଇ ଡାକ୍ତରଖାନାରେ ଥିବା କମ୍ପାଉଣ୍ଡରଙ୍କୁ ଗୋପାଳ କିମ୍ବା ତାଙ୍କ ପତ୍ନୀ ଉଭୟ ଚିହ୍ନି ନଥିଲେ ।
କିନ୍ତୁ କମ୍ପାଉଣ୍ଡର ଚିହ୍ନିଥିଲା, ଯେଉଁ ନାରୀକୁ ସିଏ ରକ୍ତଦେଲେ ସେ ତାର ଜନ୍ମିତ ମାଆ ନହେଲେ ମଧ୍ୟ କ୍ଷୀର ପାନ କରେଇଥିବା ଜୀବନଦାତ୍ରୀ ମାଆ ବୋଲି ।
କିଛିଦିନ ପରେ କମ୍ପାଉଣ୍ଡର ଗୋପାଳ ଘରକୁ ଆସିଲା ।
ସେ ମାଆ ଗୋଡ଼ ତଳେ ଦୁଇହଜାର ଟଙ୍କା ରଖି ପ୍ରଣାମ କଲା ।
ନିଜର ପରିଚୟ ମଧ୍ୟ ସେମାନଙ୍କୁ ପ୍ରଦାନ କରିଥିଲା ।
କିନ୍ତୁ ସେ ଦୁଇଶହ ଟଙ୍କା ନେଇଥିବାରୁ ଗୋପାଳର ପତ୍ନୀ ଅଭିମାନରେ ଏ ଟଙ୍କା ନେବାପାଇଁ ମନା କରିଦେଲେ ।
ମୁସଲମାନ ଯୁବକ କାନ୍ଦି କହିଲା, ମାଆ ମୁଁ ସେତେବେଳେ ମାଗଣାରେ ରକ୍ତ ଦେଇଥିଲେ ତୁମେ ଆଦୌ ନେଇ ନଥାନ୍ତ, ରକ୍ତ ନ ନେଇଥିଲେ ତୁମର ବଞ୍ଚିବା ଅସମ୍ଭବ ହୋଇପଡ଼ିଥାନ୍ତା ।
ତୁମକୁ ରକ୍ତ ଦେବା ବାହାନା ପାଇଁ ମୁ କେବଳ ଦୁଇଶହ ଟଙ୍କା ନେଇଥିଲି ।
ଏ ଦୁଇହଜାର ଟଙ୍କାରେ ମାଆ ସେ ଦୁଇଶହ ଟଙ୍କା ବି ମିଶି ରହିଛି ।
ଏତିକିରେ ପାଳିତା ମାଆ ମୁସଲମାନ ପୁତ୍ରକୁ ଧରି କଇଁ କଇଁ ହୋଇ କାନ୍ଦିଉଠିଲା ।
କମ୍ପାଉଣ୍ଡର ଆଖିରୁ ଲୁହ ଝରି ସେ ମାଆର ପଣତ କାନିକୁ ଓଦା କରିଦେଲା ।
ଏହାର ନାମ ହିଁ ପ୍ରେମ ।
ଏ ପ୍ରେମ ସମତାରୁ ଜନ୍ମ ନେଇଛି ।
ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଇତ୍ୟାଦି ଭାବ ସମତା ନିକଟରେ ନଥାଏ ।
ଏଇ ସମତାରେ ଯେଉଁ ବିଶ୍ୱ ଏକତାର ଭାବ ଥାଏ ତାହାହିଁ ଧର୍ମର ଏକ ସାରସ୍ୱତ ମାର୍ଗ ।
ସେଇ ମାର୍ଗ ହେଉଛି ପ୍ରେମମୟ ମାର୍ଗ, ଯାହାକି ଭଗବାନ୍‌ଙ୍କ କୃପା ବଳରେ ଏ ମଣିଷକୁ ମିଳିଥାଏ ।
ଯେଉଁମାନେ ଏହାକୁ ହୃଦୟଙ୍ଗମ କରନ୍ତି, ତାଙ୍କ ଭିତରେ ଧର୍ମ ବିଭେଦ ଭାବ ନଥାଏ ।
ଥାଏ ସମତା ।
ସମତାରୁ ଆସେ ପ୍ରେମ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment