Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
a579b58b
Commit
a579b58b
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
749958be
Changes
1
Show whitespace changes
Inline
Side-by-side
Showing
1 changed file
with
27 additions
and
0 deletions
+27
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_2
...lingual-corpora/odiasahitya.com/sent_odiasahitya_bhasha_2
+27
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_2
0 → 100644
View file @
a579b58b
ନୂତନ ରୂପରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ପ୍ରକାଶିତ
- ଓଡ଼ିଆସାହିତ୍ୟ ପ୍ରେସ୍
ତା: ଏପ୍ରିଲ୍ ୧୮, ୨୦୧୩
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଓଡ଼ିଆ ଘରର ପିଲା ପ୍ରଥମେ ଯେଉଁ ବହିକୁ ଧରି ଓଡ଼ିଆ ଶିକ୍ଷା ଆରମ୍ଭ କରେ ସେହି ବହି ହେଉଛି ‘ବର୍ଣ୍ଣବୋଧ’ ।
ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ‘ବର୍ଣ୍ଣବୋଧ’ ଓଡ଼ିଆ ଭାଷା ଶିକ୍ଷାର ଶିଶୁବେଦ ।
ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତିକୁ ତୃଣମୂଳସ୍ତରରୁ ଦୃଢ଼ କରିବା ଉଦ୍ଦେଶ୍ୟରେ ମଧୁସୂଦନ ରାଓ ଏହି ବହିକୁ ରଚନା କରିଥିଲେ ।
ସମ୍ପ୍ରତି ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଦୃଷ୍ଟିହୀନ ପିଲାଙ୍କୁ ଓଡ଼ିଆ ଅକ୍ଷର ଓ ଭାଷା ଶିକ୍ଷା ଦେବା ପାଇଁ କଟକ ଜିଲ୍ଲା ପ୍ରଶାସନ ବର୍ଣ୍ଣବୋଧ ପୁସ୍ତକକୁ ବ୍ରେଲୀ ଅକ୍ଷରରେ ଛାପିବାର ନିଷ୍ପତ୍ତି ନେଇଛି ।
ଦୃଷ୍ଟିହୀନ ଓ ସାଧାରଣ ଛାପା ଅକ୍ଷର ପଢ଼ିବାକୁ ଅସମର୍ଥ ଥିବା ପିଲାଙ୍କ ପାଇଁ ବ୍ରେଲୀ ଅକ୍ଷରରେ ପୁସ୍ତକ ଛପା ଯାଇଥାଏ ।
ମଧୁବାବୁଙ୍କ ଦ୍ବାରା ବର୍ଣ୍ଣବୋଧ ପୁସ୍ତକ ପ୍ରଥମେ ୧୮୯୫ ମସିହାରେ ଛାପା ଯାଇଥିଲା ।
ବର୍ତ୍ତମାନ ଏହାର ୧୧୮ ବର୍ଷ ପରେ ବ୍ରେଲୀ ଅକ୍ଷରରେ ଏହି ପୁସ୍ତକ ଛାପା ହେବାକୁ ଯାଉଛି ।
ଚଳିତ ମାସରେ ଏହି ପୁସ୍ତକ ଉନ୍ମୋଚନ କରାଯିବାକୁ ଯୋଜନା ରହିଛି ।
୧୮୯୫ରେ ପ୍ରକାଶିତ ମୂଳ ବହି ଓ ନିକଟରେ ପ୍ରକାଶ ପାଇଥିବା ବର୍ଣ୍ଣବୋଧ ବହି ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ବୋଲି ଏହାର ପ୍ରକାଶକ, ଓଡ଼ିଶା ବୁକ୍ ଏମ୍ପୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି ।
ସବୁଠାରୁ ଭଲ କଥା ହେଉଛି ନୂତନ ବହିର ପ୍ରତି ପୃଷ୍ଠାରେ ପୁରୁଣା ବହିର ଏକ ପ୍ରତିଲିପି ରଖାଯାଇଛି ।
ବ୍ରେଲୀ ଅକ୍ଷରରେ ବର୍ଣ୍ଣୋବୋଧ ପୁସ୍ତକ ଛପାଯିବା ଏକ ମହତ୍ ଉଦ୍ୟମ ।
ଓଡ଼ିଆ ଭାଷାର ପ୍ରାରମ୍ଭରେ ସମସ୍ତ ପିଲା ବର୍ଣ୍ଣବୋଧ ପୁସ୍ତକରୁ ହିଁ ଶିକ୍ଷା ଲାଭ କରୁଥିବା ବେଳେ ଦୃଷ୍ଟିହୀନମାନେ ଏଥିରୁ ବଞ୍ଚିତ ହେଉଥିଲେ ।
୧୮୯୫ ମସିହାରେ ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ପ୍ରକୃତ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକକୁ ହିଁ ବ୍ରେଲୀ ଅକ୍ଷରରେ ଛାପାଯିବାର ଯୋଜନା ରହିଛି ।
ପ୍ରକୃତ ବର୍ଣ୍ଣବୋଧ ପୁସ୍ତକର ପ୍ରଥମ ସଂସ୍କରଣ ଲଣ୍ଡନରେ ୧୮୯୫ ମସିହାରେ ଛାପା ଯାଇଥିଲା ।
ଏହାପରେ ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ଉପଲବ୍ଧ ନଥିଲା ।
ସମ୍ପ୍ରତି ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏହାର ନୂତନ ସଂସ୍କରଣ ଛାପାଯାଇଛି ।
ବଜାରରେ ପ୍ରକୃତ ବର୍ଣ୍ଣବୋଧ ମିଳୁନଥିବା ସମୟରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ପ୍ରକାରର ବିକଳ୍ପ ବର୍ଣ୍ଣବୋଧ ଉପଲବ୍ଧ ହେଉଛି ।
ଏହା ଫଳରେ ଓଡ଼ିଆ ଲୋକଙ୍କ ମଧ୍ୟରେ ଅନେକ ଦ୍ବନ୍ଦ ସୃଷ୍ଟି ହେଉଥିଲା ।
ପୁଣିଥରେ ପ୍ରକୃତ ବର୍ଣ୍ଣବୋଧ ପିଲାଙ୍କୁ ଯୋଗାଇ ଦେବାଲାଗି ଏହି ଯୋଜନା ଆରମ୍ଭ ହୋଇଛି ।
ଦୃଷ୍ଟିହୀନଙ୍କ ଲାଗି ବ୍ରେଲୀ ଅକ୍ଷରରେ ପ୍ରକାଶିତ ହେବାକୁ ଥିବା ବର୍ଣ୍ଣବୋଧ ବହିଟି ନିଶ୍ଚିତ ଭାବରେ ସଫଳତା ପାଇବ ବୋଲି ନୂତନ ସଂସ୍କରଣର ସଂକଳନ ଓ ସମ୍ପାଦନା କରିଥିବା ଡ.ବିଜୟାନନ୍ଦ ସିଂହ କହିଛନ୍ତି ।
କାରଣ ବର୍ଣ୍ଣବୋଧ ବହିରୁ ବର୍ଣ୍ଣଶୁଦ୍ଧି ସହିତ ଓଡ଼ିଆ ଭାଷା ଉପରେ ସମସ୍ତ ପ୍ରାରମ୍ଭିକ ତଥ୍ୟ ସମ୍ବନ୍ଧିୟ ଜ୍ଞାନ ପିଲାମାନେ ଆହରଣ କରିପାରିବେ ।
ମଧୁସୂଦନ ରାଓଙ୍କ ଲିଖିତ ପ୍ରକୃତ ବର୍ଣ୍ଣବୋଧ ବହିକୁ ହିଁ ବ୍ରେଲୀ ଅକ୍ଷରରେ ଛାପିବା ପାଇଁ ଆମ ସହ କଟକ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିଲେ ।
ଏହାଦ୍ବାରା ଦୃଷ୍ଟିହୀନ ପିଲାମାନେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment