Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
cc4baf31
Commit
cc4baf31
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
f57ed3a8
Changes
1
Hide whitespace changes
Inline
Side-by-side
Showing
1 changed file
with
90 additions
and
0 deletions
+90
-0
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_2_final
...allel_corpora/Odia_files/sent_odia_PIB_jan_31_mof_2_final
+90
-0
No files found.
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_2_final
0 → 100644
View file @
cc4baf31
2019 ରେ ଜଳ ଜୀବନ ମିଶନ୍ ଆରମ୍ଭ ହେବା ଠାରୁ 5.5 କୋଟିରୁ ଅଧିକ ଘରକୁ ନଳ ଜଳ ଯୋଗାଣ କରାଯାଇଛି
ଦେଶର 83 ଟି ଜିଲ୍ଲାରେ 100 ପ୍ରତିଶତ ନଳ ଜଳ ଯୋଗାଣ ହୋଇଛି
ସ୍ବଚ୍ଛ ଭାରତ ମିଶନ୍ (ଗ୍ରାମୀଣ) ଅନ୍ତର୍ଗତ ଗ୍ରାମୀଣ ଭାରତରେ 10.86 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ – 5 ଅନୁସାରେ ଉନ୍ନତ ସ୍ବଚ୍ଛତା ସୁବିଧାର ଉପଯୋଗ କରୁଥିବା ଘର ସଂଖ୍ୟା 2015-16 ରେ 48.5 ପ୍ରତିଶତରୁ ବୃଦ୍ଧି ହୋଇ 2019-21 ରେ 70.2 ପ୍ରତିଶତ ରେ ପହଞ୍ଚିଛି
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସୋମବାର ଦିନ ସଂସଦରେ ଆର୍ଥିକ ସମୀକ୍ଷା 2021-22 ଉପସ୍ଥାପନ କରି କହିଛନ୍ତି ଯେ ଅଗଷ୍ଟ 2019 ରେ ଜଳ ଜୀବନ ମିଶନ୍ (ଜେଜେଏମ୍) ଆରମ୍ଭ ହେବା ପରେ 5.5 କୋଟିରୁ ଅଧିକ ଘରକୁ ନଳ ଜଳ ଯୋଗାଣ ଉପଲବ୍ଧ କରାଯାଇଛି ।
ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ଜଳ ଜୀବନ ମିଶନ୍ (ଜେଜେଏମ୍) 2024 ସୁଦ୍ଧା ଗ୍ରାମୀଣ ଭାରତରେ ଘର ଗୁଡ଼ିକୁ ବ୍ୟକ୍ତିଗତ ଘରୋଇ ଜଳ କନେକ୍ସନ ମାଧ୍ୟମରେ ପର୍ଯ୍ୟାପ୍ତ ସୁରକ୍ଷିତ ପାନୀୟ ଜଳ ଉପଲବ୍ଧ କରାଇବାର ପରିକଳ୍ପନା କରିଛନ୍ତି ଏବଂ ଏହାଦ୍ବାରା 19 କୋଟିରୁ ଅଧିକ ଗ୍ରାମୀଣ ପରିବାର ବା 90 କୋଟିରୁ ଅଧିକ ଗ୍ରାମୀଣ ଜନସଂଖ୍ୟାକୁ ଲାଭ ମିଳିପାରିବ ।
ବିସ୍ତୃତ ବିବରଣୀ ପ୍ରସ୍ତୁତ କରି, ସମୀକ୍ଷାରେ କୁହାଯାଇଛି ଯେ 2019 ରେ ଗ୍ରାମୀଣ କ୍ଷେତ୍ରରେ ପ୍ରାୟ 18.93 କୋଟି ପରିବାର ମଧ୍ୟରୁ ପ୍ରାୟ 3.23 କୋଟି (17 ପ୍ରତିଶତ) ଗ୍ରାମୀଣ ପରିବାରଙ୍କ ନିକଟରେ ତାଙ୍କ ଘରେ ନଳ ଜଳ ସଂଯୋଗ ରହିଥିଲା ।
02 ଜାନୁୟାରୀ 2022 ସୁଦ୍ଧା 5,51,93,885 ଘରକୁ ମିଶନର ଶୁଭାରମ୍ଭ ପରେ ନଳ ଜଳ ଯୋଗାଣ କରାଯାଇଛି ।
ଛଅଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଗୋଆ, ତେଲଙ୍ଗାନା, ଆଣ୍ଡାମନ୍ ଓ ନିକୋବାର ଦୀପପୁଞ୍ଜ, ପୁଡୁଚେରି, ଦାଦ୍ରା, ନଗର ହାବେଳି ଓ ଡାମନ ଡ୍ୟୁ ତଥା ହରିୟାନା ନଳ ଜଳ ଯୋଗାଣ ସହିତ 100 ପ୍ରତିଶତ ଘରଗୁଡ଼ିକ ପ୍ରତିଷ୍ଠିତ ସ୍ଥିତି ହାସଲ କରିଛି ।
ଏହିପରି 83 ଟି ଜିଲ୍ଲା, 1016 ବ୍ଲକ୍, 62749 ପଞ୍ଚାୟତ ଏବଂ 128893 ଗ୍ରାମ ଗୁଡ଼ିକ 100 ପ୍ରତିଶତ ଘରେ ନଳ ଜଳ ଯୋଗାଣର ସ୍ଥିତି ହାସଲ କରିଛି ।
19.01.2022 ସୁଦ୍ଧା ଜଳ ଜୀବନ ମିଶନ୍ ଅନ୍ତର୍ଗତ 8,39,443 ସ୍କୁଲକୁ ଜଳ ଯୋଗାଣ ଉପଲବ୍ଧ କରାଯାଇ ସାରଛି ।
ଜେଜେଏମ୍ ଅନ୍ତର୍ଗତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଜିପି ଭବନ, ସ୍ବାସ୍ଥ୍ୟ କେନ୍ଦ୍ର, କଲ୍ୟାଣ କେନ୍ଦ୍ର ଏବଂ ଗୋଷ୍ଠୀ ଭବନକୁ କାର୍ଯ୍ୟକ୍ଷମ ନକଳ ସଂଯୋଗ ପ୍ରଦାନ କରିବା ପାଇଁ ଗୁଣବତ୍ତା ପ୍ରଭାବିତ କ୍ଷେତ୍ର, ମରୁଡ଼ିଗ୍ରସ୍ତ ଏବଂ ମରୁଭୂମି କ୍ଷେତ୍ରର ଗ୍ରାମ, ସାଂସଦ ଆଦର୍ଶ ଗ୍ରାମ ଯୋଜନା (ଏସଏଜିୱାଇ) ଗ୍ରାମଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଉଛି ।
ଏହି ମିଶନ ପାଇଁ ଟ.3.60 ଲକ୍ଷ କୋଟିର ବ୍ୟୟ ଅଟକଳ ରଖାଯାଇଛି ।
ଜେଜେଏମ୍ ପାରଦର୍ଶିତା ଏବଂ ଦାୟୀତ୍ବସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରିବ ଯେଉଁଥିରେ (i) ପ୍ରାକୃତିକ ଓ ଆର୍ଥିକ ପ୍ରଗତି ଅଧିକୃତ କରିବା ପାଇଁ ଆଇଏମଆଇଏସ୍, (ii) ‘ଡ୍ୟାସବୋର୍ଡ଼’ (iii) ‘ମୋବାଇଲ୍ ଆପ୍’ (iv) ବାସ୍ତବିକ ସମୟ ଆଧାରିତ ଗ୍ରାମରେ ମାତ୍ରା, ଗୁଣବତ୍ତା ଏବଂ ନିୟମିତତା ପାଇଁ ଜଳ ଯୋଗାଣର ମାପ ତଥା ଅନୁଧ୍ୟାନ ପାଇଁ ସେନ୍ସର ଆଧାରିତ ଆଇଓଟି ସମାଧାନ (v) ପ୍ରତ୍ୟେକ ସମ୍ପତ୍ତିର ଜିଓ ଟ୍ୟାଗିଂ (vi) ନଳ କନେକ୍ସନକୁ ଆଧାର ସଂଖ୍ୟାରେ ଯୋଡ଼ିବା (vii) ସାର୍ବଜନିକ ଅର୍ଥ ପରିଚାଳନା ପ୍ରଣାଳୀ (ପିଏଫଏମଏସ୍) ମାଧ୍ୟମରେ ନେଣଦେଣ ସାମିଲ୍ ରହିଛି ।
ସ୍ବଚ୍ଛ ଭାରତ ମିଶନ୍ (ଗ୍ରାମୀଣ) (ଏସବିଏମ୍-ଜି)
2 ଅକ୍ଟୋବର 2014 ରେ ଏସବିଏମ-ଜି ର ସ୍ଥାପନା ପରେ ଗ୍ରାମୀଣ ସ୍ବଚ୍ଛତାରେ ଅତ୍ୟଧିକ ପ୍ରଗତି କରିଛି ।
ଏହାର ସ୍ଥାପନା ପରେ 28.12.2021 ସୁଦ୍ଧା ଗ୍ରାମୀଣ ଭାରତରେ 10.86 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି ।
ଏସବିଏମ୍ (ଜି) ର ଦ୍ବିତୀୟ ପର୍ଯ୍ୟାୟ ଅନ୍ତର୍ଗତ, ଖୋଲା ସ୍ଥାନରେ ସୌଚମୁକ୍ତ (ଓଡିଏଫ୍)-ପ୍ଲସ ବର୍ଷ 2020-21 ରୁ ବର୍ଷ 2024-25 ପର୍ଯ୍ୟନ୍ତ ସମସ୍ତ ଗ୍ରାମକୁ ଖୋଲା ସ୍ଥାନରେ ସୌଚ-ମୁକ୍ତ (ଓଡିଏଫ୍) କରିବାର ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଉଛି ।
ବର୍ଷ 2021-22 ସମୟରେ (25.10.2021 ସୁଦ୍ଧା) ନୂଆ ଘର ପାଇଁ ସମୁଦାୟ 7.16 ଲକ୍ଷ ବ୍ୟକ୍ତିଗତ ଘରୋଇ ଶୌଚାଳୟ ତଥା 19,061 ଗୋଷ୍ଠୀ ସ୍ବଚ୍ଛତା ପରିସରର ନିର୍ମାଣ କରାଯାଇଛି ।
ଏହା ସହିତ 2194 ଗ୍ରାମକୁ ଓଡିଏଫ୍ ପ୍ଲସ ଘୋଷଣା କରାଯାଇଛି ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ 2019-21 (ଏନଏଫଏଚଏସ୍ – 5) ର ପଞ୍ଚମ ରାଉଣ୍ଡରେ ନିକଟରେ ଜାରି ନିଷ୍କର୍ଷ ଅନୁସାରେ ଉନ୍ନତ ସ୍ବଚ୍ଛତା ସୁବିଧାର ଉପଯୋଗ କରୁଥିବା ଘର ଗୁଡ଼ିକରେ ରହୁଥିବା ଜନସଂଖ୍ୟା 2015-16 ରେ 48.5 ପ୍ରତିଶତରୁ ବୃଦ୍ଧି ହୋଇ 2019-21 ରେ 70.2 ପ୍ରତିଶତ ହୋଇଛି ।
ଅର୍ଥନୈତିକ ସର୍ଭେରେ କୋଭିଡ୍-19 ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ଦ୍ବାରା ଗ୍ରହଣ କରାଯାଇଥିବା ଦ୍ରୁତ ଓ ବ୍ୟାପକ କାର୍ଯ୍ୟପଦ୍ଧତିର ମୁଖ୍ୟାଂଶ ପ୍ରଦାନ କରାଯାଇଛି
ଅର୍ଥନୈତିକ ସର୍ଭେ ଅନୁସାରେ କୋଭିଡ୍ ଟିକା ଲୋକମାନଙ୍କର ଜୀବନ ରକ୍ଷା କରିବା ଓ ଜୀବିକାନିର୍ବାହକୁ ବଜାୟ ରଖିବା ପାଇଁ ସର୍ବଶ୍ରେଷ୍ଠ କବଚ ଭାବରେ ସୃଷ୍ଟି ହୋଇଛି
ଟିକାକରଣକୁ ମାଇକ୍ରୋ ଇକୋନୋମିକ୍ ଇଣ୍ଡିକେଟର ଭାବରେ ଦେଖାଯିବା ଉଚିତ୍
ସ୍ବାସ୍ଥ୍ୟ ଉପରେ ବ୍ୟୟ 2019-20 (କୋଭିଡ୍-19 ପୂର୍ବ ଅବଧି) ରେ 2.73 ଲକ୍ଷ କୋଟି ଟଙ୍କାରୁ ପ୍ରାୟ 73 ପ୍ରତିଶତ ବୃଦ୍ଧି ହୋଇ 2021-22 ରେ 4.72 ଲକ୍ଷ କୋଟି ଟଙ୍କା ହୋଇଛି
କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କର ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟ୍ ବ୍ୟୟ 2020-21 ରେ ସମୁଦାୟ ଘରୋଇ ଉତ୍ପାଦର 2.1 ପ୍ରତିଶତ ହୋଇଛି ଯାହାକି 2019-20 ରେ 1.3 ପ୍ରତିଶତ ଥିଲା
ଏନଏଫଏଚଏସ୍ – 5 ଅନୁସାରେ ସ୍ବାସ୍ଥ୍ୟ ଏବଂ ଅନ୍ୟ ସାମାଜିକ କ୍ଷେତ୍ରରେ ଆରମ୍ଭ କରାଯାଇଥିବା ସରକାରୀ କାର୍ଯ୍ୟକ୍ରମକୁ ବହୁତ ଉତ୍ସାହଜନକ ଫଳାଫଳ ଦେଖାଯାଇଛି
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସୋମବାର ଦିନ ସଂସଦରେ ଅଥନୈତିକ ସର୍ଭେ 2021-22 କୁ ଉପସ୍ଥାପନ କରି କହିଛନ୍ତି ଯେ ଗତ ଦୁଇ ବର୍ଷରେ ଭାରତ ସାରା ବିଶ୍ବ ସହିତ ମହାମାରୀର ଭୟାବହତାର ସମ୍ମୁଖୀନ ହୋଇଛି ।
ଏହି ସମୟରେ କେନ୍ଦ୍ର ସରକାରର ମୁଖ୍ୟ ଧ୍ୟାନ ସମାଜର ନିମ୍ନ ବର୍ଗଙ୍କୁ ସୁରକ୍ଷା କବଚ ପ୍ରଦାନ କରିବା ଏବଂ ମହମାରୀର ସ୍ବାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରତିକୂଳ ପରିଣାମକୁ ପ୍ରତିହତ କରିବା ପାଇଁ ତତ୍ପର ରହିଛନ୍ତି ।
ଅର୍ଥନୈତିକ ସର୍ଭେରେ ରଣନୀତିର ‘ତ୍ବରିତ ଦୃଷ୍ଟିକୋଣ’ କୁ ଦର୍ଶାଇ କୁହାଯାଇଚି ଯେ ଏକ ଅନିଶ୍ଚିତ ସୟରେ ଏହି ଦୃଷ୍ଟିକୋଣର ବହୁତ ଭଲ ପରିଣାମ ଦେଖିବାକୁ ମିଳିଛି ।
ଏହି ଦୃଷ୍ଟିକୋଣର ନମନୀୟତା ହେତୁ ପ୍ରତିକ୍ରିୟାରେ ଉନ୍ନତି ଆସିଛି, କିନ୍ତୁ ଏହା ସତ୍ତ୍ବେ ଏହାଦ୍ବାରା ଭବିଷ୍ୟତର ଫଳାଫଳ ବିଷୟରେ ଅନୁମାନ କରାଯାଇପାରିବ ନାହିଁ ।
କେନ୍ଦ୍ର ସରକାର ଏହି ବିଶ୍ବ କୋଭିଡ୍ – 19 ମହାମାରୀ ପ୍ରତି ଦୃଷ୍ଟିକୋଣରେ ସମଗ୍ରତା, ରଣନୀତି ଓ ସୁସଙ୍ଗତ ପ୍ରତିକ୍ରିୟା ଦେଖା ଯାଇଛି ।
କୋଭିଡ୍ – 19 ପ୍ରତି ଭାରତର ସ୍ୱାସ୍ଥ୍ୟ ପ୍ରତିକ୍ରିୟା:
ଅର୍ଥନୈତିକ ସର୍ଭେରେ ଦର୍ଶାଯାଇଛି ଯେ ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ ତଥା ବହୁ ବୟସ୍କ ବୃଦ୍ଧାବୃଦ୍ଧ ଥିବା ଭାରତ କୋଭିଡ୍ 19 ପ୍ରତିକ୍ରିୟା ଏବଂ ପରିଚାଳନା ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିଛି ।
ଏଗୁଡିକ ମଧ୍ୟରେ ରହିଛି :
ପ୍ରତିବନ୍ଧକ / ଆଂଶିକ ଲକଡାଉନ୍
ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଦକ୍ଷତା ବୃଦ୍ଧି
କୋଭିଡ୍ -19 ଉପଯୁକ୍ତ ଆଚରଣ, ପରୀକ୍ଷଣ, ଅନୁସନ୍ଧାନ, ଚିକିତ୍ସା, ଏବଂ
ଟୀକାକରଣ ଡ୍ରାଇଭ ପରି ପଦକ୍ଷେପ ସାମିଲ ରହିଛି
କଣ୍ଟେନମେଣ୍ଟ ଏବଂ ବଫର୍ ଜୋନ୍ ଦୃଷ୍ଟିରୁ ଟ୍ରାନ୍ସମିସନ୍ ଶୃଙ୍ଖଳା ଭାଙ୍ଗିବା ପାଇଁ ପଦକ୍ଷେପ ନିଆ ଯାଇଥିଲା; ପରିସୀମା ନିୟନ୍ତ୍ରଣ; ଯୋଗାଯୋଗ ଅନୁସନ୍ଧାନ; ସନ୍ଦିଗ୍ଧ ମାମଲାଗୁଡ଼ିକର ପୃଥକତା ଏବଂ ପରୀକ୍ଷଣ ଏବଂ ଉଚ୍ଚ ବିପଦ ସମ୍ପର୍କ, ଏବଂ ପୃଥକବାସ ସୁବିଧା ସୃଷ୍ଟି ଇତ୍ୟାଦି ।
ବାସ୍ତବ ସମୟର ତଥ୍ୟ ଏବଂ ପ୍ରମାଣ ଉପରେ ଆଧାର କରି ପରିବର୍ତ୍ତିତ ପରିସ୍ଥିତିର ପ୍ରତିକ୍ରିୟାରେ ପ୍ରତିଷେଧକ ରଣନୀତି ପରିବର୍ତ୍ତନ କରାଯାଇଥିଲା ।
ଦେଶରେ ପରୀକ୍ଷା ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଇଛି ।
ସମସ୍ତ ସରକାରୀ କେନ୍ଦ୍ରରେ କୋଭିଡ୍ – 19 ପାଇଁ ପରୀକ୍ଷା ମାଗଣା କରାଯାଇଥିଲା ।
ଦ୍ରୁତ ସ୍କ୍ରିନିଂ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ବ୍ୟବସ୍ଥା କରାଯାଇଥିଲା ।
ଏକ ମିଶନ ମୋଡରେ N-95 ମାସ୍କ, ଭେଣ୍ଟିଲେଟର, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ କିଟ୍, ସାନିଟାଇଜରର ଉତ୍ପାଦନ କ୍ଷମତା ବୃଦ୍ଧି କରାଗଲା ।
ଏହି ସର୍ଭେରେ ଆଇସୋଲେସନ ଶଯ୍ୟା, ଉତ୍ସର୍ଗୀକୃତ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ବେଡ୍ ଏବଂ ମେଡିକାଲ୍ ଅମ୍ଳଜାନ ଯୋଗାଣ ପାଇଁ ସୃଷ୍ଟି ହୋଇଥିବା ବୃହତ ଭିତ୍ତିଭୂମି ଉପରେ ମଧ୍ୟ ଆଲୋକପାତ କରାଯାଇଛି ।
ଦ୍ୱିତୀୟ ଲହରରେ କୋଭିଡ୍ ବୃଦ୍ଧି ସମୟରେ ଡାକ୍ତରୀ ଅମ୍ଳଜାନର ଚାହିଦା ବୃଦ୍ଧି ପାଇଁ ସରକାର ରେଳବାଇ, ବାୟୁସେନା, ନୌସେନା ଏବଂ ଶିଳ୍ପକୁ ମଧ୍ୟ “ସମ୍ପୂର୍ଣ୍ଣ ସରକାର” ଆଭିମୁଖ୍ୟରେ ସାମିଲ୍ କରିଥିଲେ ।
କରୋନା ଜୀବାଣୁ ବିରୁଦ୍ଧରେ ଲଢ଼େଇରେ, କୋଭିଡ୍ ଟିକା ଜୀବନ ରକ୍ଷା ତଥା ଜୀବିକା ନିର୍ବାହ ପାଇଁ ଏହି ରୋଗର ସର୍ବୋତ୍ତମ କବଚ ଭାବରେ ଦେଖା ଗଲା ।
କୋଭିଡ୍ ଟୀକାକରଣ ରଣନୀତି :
ଅର୍ଥନୈତିକ ସର୍ଭେରେ ଦର୍ଶାଯାଇଛି ଯେ ଟିକାକରଣ କେବଳ ସ୍ୱାସ୍ଥ୍ୟର ପ୍ରତିକ୍ରିୟା ନୁହେଁ ବରଂ ଅର୍ଥନୀତିକୁ ଖୋଲିବା ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।
ତେଣୁ, ଏହାକୁ ବର୍ତ୍ତମାନ ଏକ ମାକ୍ରୋ-ଅର୍ଥନୈତିକ ସୂଚକ ଭାବରେ ବ୍ୟବହାର କରାଯିବା ଉଚିତ ।
ସର୍ଭେ ଅନୁଯାୟୀ, “ଲିବରାଲାଇଜଡ୍ ପ୍ରାଇସିଙ୍ଗ୍ ଏବଂ ତ୍ୱରିତ, ଜାତୀୟ କୋଭିଡ୍ -19 ଟୀକାକରଣ କୌଶଳ” 1 ମେ ରୁ 20 ଜୁନ୍, 2021 ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇଥିଲା ।
3 ଜାନୁଆରୀ, 2022 ଠାରୁ, COVID-19 ଟିକା କଭରେଜ୍ 15-18 ବର୍ଷ ବୟସ ଶ୍ରେଣୀକୁ ବୃଦ୍ଧି କରାଯାଇଛି ।
ଆହୁରି ମଧ୍ୟ, 10 ଜାନୁୟାରୀ, 2022 ଠାରୁ, ସ୍ୱାସ୍ଥ୍ୟ ସେବା କର୍ମୀ, ଫ୍ରଣ୍ଟଲାଇନ ୱାର୍କର୍ସ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଦ୍ବିତୀୟ ଡୋଜ୍ ପ୍ରଦାନ ତାରିଖ ଠାରୁ 9 ମାସ କିମ୍ବା 39 ସପ୍ତାହ ସମାପ୍ତ ହେବା ପରେ COVID-19 ଟିକା ପ୍ରତି ସତର୍କତା ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଅର୍ଥନୈତିକ ସର୍ଭେରେ ଦର୍ଶାଯାଇଛି ଯେ ଭାରତର ଜାତୀୟ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ, ବିଶ୍ୱର ଅନ୍ୟତମ ବୃହତ୍ତମ ଟୀକାକରଣ କାର୍ଯ୍ୟକ୍ରମ
ଏହା ଅନୁଯାୟୀ କେବଳ ଘରୋଇ ଭାବରେ କୋଭିଡ୍ - ଟିକା ଉତ୍ପାଦନକୁ ସମର୍ଥନ କରିନାହିଁ, ବରଂ ଏହା ବିଶ୍ବର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟାକୁ ଏହାର ମାଗଣା ଟିକା ମଧ୍ୟ ପ୍ରଦାନ କରିଛି ।
2021-22 ପାଇଁ ୟୁନିଅନ୍ ବଜେଟ୍ ଦେଶବ୍ୟାପୀ କୋଭିଡ୍-19 ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକା କ୍ରୟ ପାଇଁ 35,000 କୋଟି ଟଙ୍କା ଆବଣ୍ଟିତ କରିଛନ୍ତି ।
16 ଜାନୁୟାରୀ, 2021 ରୁ 16 ଜାନୁୟାରୀ, 2022 ପର୍ଯ୍ୟନ୍ତ, ମୋଟ 156.76 କୋଟି ଡୋଜ କୋଭିଡ୍-19 ଟିକା ଦିଆଯାଇଛି
ଅର୍ଥାତ୍ 90.75 କୋଟି ପ୍ରଥମ ଡୋଜ ଏବଂ 65.58 କୋଟି ଦ୍ୱିତୀୟ ଡୋଜ ଦିଆଯାଇଛି ।
ଏହି ଦ୍ରୁତ ଟିକାକରଣ କାର୍ଯ୍ୟକ୍ରମ ଦ୍ବାରା ଲୋକମାନେ ସେମାନଙ୍କର ଜୀବିକାକୁ ପୁଣିଥରେ ଫେରିବାରେ ସକ୍ଷମ ହୋଇ ପାରିଛନ୍ତି ।
ସର୍ଭେରେ ଦର୍ଶାଯାଇଛି ଯେ କୋଭିଡ୍ ଟିକା ଉତ୍ପାଦନ କରୁଥିବା ଅଳ୍ପ ଦେଶ ମଧ୍ୟରେ ଭାରତ ଅଛି ।
ଭାରତରେ ଦୁଇଟି କୋଭିଡ୍ ଟିକା ତିଆରି ଆରମ୍ଭ ହୋଇଥିଲା ।
ଭାରତର ପ୍ରଥମ ଘରୋଇ କୋଭିଡ୍-19 ଟିକା, ହୋଲ୍ ଭିରିୟନ ଇନଆକ୍ଟିଭେଟେଡ୍ କରୋନା ଭାଇରସ୍ ଭ୍ୟାକ୍ସିନ୍ (କୋଭାକ୍ସିନ) ର ଭାରତର ଦୃଷ୍ଟିକୋଣ ଅନୁଯାୟୀ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ଅଫ୍ ଇଣ୍ଡିଆନ୍ କାଉନସେଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ସହଯୋଗରେ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ଦ୍ୱାରା ବିକଶିତ ଏବଂ ଉତ୍ପାଦିତ ହୋଇଥିଲା ।
ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ସହଯୋଗରେ ବିକଶିତ ହୋଇଥିବା କୋଭିସିଲ୍ଡର ଟିକା ର କ୍ଲିନିକାଲ୍ ପରୀକ୍ଷଣକୁ ଆଇସିଏମଆର ପାଣ୍ଠି ସହାୟତା ପ୍ରଦାନ କରିଛି ।
ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନର ବହୁଳ ଭାବରେ ଟିକା ବ୍ୟବହୃତ ହୋଇଛି ।
ପ୍ରତି ମାସରେ କୋଭିସିଲ୍ଡ ର ପ୍ରାୟ 250-275 ନିୟୁତ ଡୋଜ୍ ଏବଂ କୋଭାକ୍ସିନର ର 50-60 ନିୟୁତ ଡୋଜ୍ ଉତ୍ପାଦିତ ହୋଇଛି ।
ଏହାକୁ ଏକ ଟେକ୍ନୋଲୋଜି ଚାଳିତ ଟୀକାକରଣ ପ୍ରୋଗ୍ରାମରେ ପରିଣତ କରି, ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଲୋକମାନଙ୍କୁ କୋଭିଡ୍ -19 ସଂକ୍ରମଣର ବିପଦକୁ ଆକଳନ କରିବାକୁ ସକ୍ଷମ କରିବାକୁ ଶୁଭାରମ୍ଭ କରାଯାଇଥିଲା ।
କୋୱିନ୍ 2.0 (ଇ-ଭିନ୍ ସହିତ), ଏକ ଅନନ୍ୟ ଡିଜିଟାଲ୍ ପ୍ଲାଟଫର୍ମ, ପ୍ରକୃତ ସମୟ ଟୀକାକରଣ କାର୍ଯ୍ୟକଳାପକୁ ସହଯୋଗ କରେ, ଟିକା ପାଇଁ ପଞ୍ଜୀକରଣ, ପ୍ରତ୍ୟେକ ହିତାଧିକାରୀଙ୍କ କୋଭିଡ୍-19 ଟିକା ସ୍ଥିତିକୁ ଟ୍ରାକିଂ, ଟିକା ଷ୍ଟକ୍, ଷ୍ଟୋରେଜ୍, ପ୍ରକୃତ ଟୀକାକରଣ ପ୍ରକ୍ରିୟା ଏବଂ ଡିଜିଟାଲ୍ ସାର୍ଟିଫିକେଟ୍ ଉତ୍ପାଦନ ଇତ୍ୟାଦିକୁ ଅର୍ଥନୈତିକ ସର୍ଭେରେ ସାମିଲ୍ କରାଯାଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ରର ଖର୍ଚ୍ଚ:
ଅର୍ଥନୈତିକ ସର୍ଭେରେ ଉଲ୍ଲେଖ କରାଯାଇଛି ଯେ ଯଦିଓ ମହାମାରୀ ପ୍ରାୟ ସମସ୍ତ ସାମାଜିକ ସେବା ଉପରେ ପ୍ରଭାବ ପକାଇଛି, ତଥାପି ସ୍ୱାସ୍ଥ୍ୟ କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
2019-20 (କୋଭିଡ୍ -19 ପୂର୍ବରୁ) ଯେଉଁଠାରେ ସ୍ବାସ୍ଥ୍ୟ କ୍ଷେତ୍ରରେ 2.73 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା ସେକ୍ଷେତ୍ରରେ 2021-22 ରେ ଏଥିରେ 4.72 ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଛି ଯାହାକି 73 ପ୍ରତିଶତ ଅଧିକ ଅଟେ ।
ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି ଯେ ଜାତୀୟ ସ୍ୱାସ୍ଥ୍ୟ ମିଶନ ବ୍ୟତୀତ ୟୁନିଅନ ବଜେଟ 2021-22 ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଘୋଷଣା କରିଛି ଯେଉଁଥିରେ ଏକ ନୂତନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ରହିଛି, ଯାହା ଅଧୀନରେ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟକ ସ୍ବାସ୍ଥ୍ୟ ଚିକିତ୍ସା ପ୍ରଣାଳୀର ଦକ୍ଷତା ବିକାଶ, ବିଦ୍ୟମାନ ଜାତୀୟ ଅନୁଷ୍ଠାନକୁ ମଜବୁତ କରିବା ଏବଂ ନୂତନ ରୋଗର ଚିହ୍ନଟ ତଥା ଉପଶମ ପାଇଁ ନୂତନ ଅନୁଷ୍ଠାନ ଗଠନ ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 64,180 କୋଟି ଟଙ୍କା ଆବଣ୍ଟିତ ହୋଇଛି ।
ଏହା ବ୍ୟତୀତ ୟୁନିଅନ୍ ବଜେଟ୍ 2021-22 ରେ କୋଭିଡ୍ – 19 ଟିକାକରଣ ପାଇଁ 35000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
2025 ସୁଦ୍ଧା ସରକାରଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ଜିଡିପିର 2.5% କୁ ବୃଦ୍ଧି କରିବାକୁ ଜାତୀୟ ସ୍ୱାସ୍ଥ୍ୟ ନୀତି, 2017 ଧାର୍ଯ୍ୟ କରିଛି, ଯାହାକୁ ଅର୍ଥନୈତିକ ସର୍ବେକ୍ଷଣରେ ଦୋହରା ଯାଇଛି ।
ଏଥିରେ କୁହାଯାଇଛି ଯେ ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି 2021-22 ମସିହାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଜେଟ୍ ଖର୍ଚ୍ଚ ଜିଡିପିର 2.1% ରେ ପହଞ୍ଚିଛି, ଯାହା 2019-20 ରେ 1.3% ରହିଥିଲା ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -5 (ଏନଏଫଏଚଏସ୍ -5):
ସର୍ବଶେଷ ଏନଏଫଏଚଏସ୍ -5 ଅନୁଯାୟୀ, ସାମାଜିକ ସୂଚକ ଯେପରିକି ଟୋଟାଲ୍ ଫର୍ଟିଲିଟି ରେଟ୍ (ଟିଏଫଆର), ଲିଙ୍ଗ ଅନୁପାତ ଏବଂ ସ୍ୱାସ୍ଥ୍ୟ ଫଳାଫଳ ସୂଚକ ଯଥା ଶିଶୁ ମୃତ୍ୟୁହାର ହାର, ପାଞ୍ଚ ବର୍ଷରୁ କମ୍ ମୃତ୍ୟୁ ହାର, ଆନୁଷ୍ଠାନିକ ଜନ୍ମ ହାରରେ 2015-16 ଠାରୁ ଉନ୍ନତି ଘଟିଛି ବୋଲି କହିଛନ୍ତି ଅର୍ଥନୈତିକ ସର୍ଭେ ଦର୍ଶାଇଛନ୍ତି ।
ସର୍ବେକ୍ଷଣ ଅନୁଯାୟୀ, ଏନଏଫଏଚଏସ୍ -5 ଦର୍ଶାଉଛି ଯେ କେବଳ ସେବା ଜନସାଧାରଣଙ୍କ ନିକଟରେ ପହଞ୍ଚୁନାହିଁ, ବରଂ ଉଦ୍ଦିଷ୍ଟ ଫଳାଫଳରେ ମଧ୍ୟ ବିକାଶ ହୋଇଛି ।
ସମସ୍ତ ଶିଶୁ ପୋଷକ ସୂଚକାଙ୍କ ମଧ୍ୟ ସମଗ୍ର ଭାରତ ସ୍ତରରେ ଉନ୍ନତ ହୋଇଛି ।
ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ମୃତ୍ୟୁ ହାର (ୟୁ5ଏମଆର) 2015-16 ରେ 49.7 ତୁଳନାରେ ହ୍ରାସପାଇଁ 2019-21 ରେ 41.9 ହୋଇଛି ।
ଆଇଏମଆର ମଧ୍ୟ 2015-16 ର ପ୍ରତି ଏକ ହଜାର ଜନ୍ମରେ 40.7 ତୁଳନାରେ 2019-21 ରେ ହ୍ରାସ ପାଇ ପ୍ରତି ହଜାର ଜନ୍ମରେ 35.2 ରେ ପହଞ୍ଚିଛି ।
ଷ୍ଟଣ୍ଟିଂ ରେ ମଧ୍ୟ ହ୍ରାସ ହୋଇଛି ଏବଂ ଏହା 2015-16 ରେ 38 ପ୍ରତିଶତ ତୁଳନାରେ 2019-21 ରେ 36 ପ୍ରତିଶତକୁ ହ୍ରାସ ପାଇଛି ।
ୱେଷ୍ଟିଂ (ଆୟୁ ଅନୁସାରେ କମ୍ ଓଜନ) ରେ ମଧ୍ୟ ପର୍ଯ୍ୟାପ୍ତ ହ୍ରାସ ହୋଇଛି ଏବଂ ଏହା 2015-16 ରେ 21 ପ୍ରତିଶତରୁ ହ୍ରାସ ପାଇଁ 2019-21 ରେ 19 ପ୍ରତିଶତ ହୋଇଛି ।
ଏହା ସହିତ କମ୍ ଓଜନ ବିଶିଷ୍ଟ ଶିଶୁଙ୍କ ହାର 2015-16 ରେ 36 ପ୍ରତିଶତ ତୁଳନାରେ 2019-21 ରେ 32 ପ୍ରତିଶତକୁ ଆସିଯାଇଛି ।
ଏନଏଫଏଚଏସ -5 ର ସଦ୍ୟତମ ପରିସଂଖ୍ୟାନରୁ ଜଣାଯାଇଛି ଯେ ପ୍ରତି ମହିଳାଙ୍କ ପିଛା ଶିଶୁ ଜନ୍ମରେ ହ୍ରାସ ହୋଇଛି ।
ଏହା 2015-16 ରେ 2.2 ତୁଳନାରେ ହ୍ରାସ ହୋଇ 2019-21 ରେ 2.0 ହୋଇଛି ।
ସର୍ବେକ୍ଷଣରେ ଏହି ବିଷୟକୁ ଧ୍ୟାନ ପ୍ରଦାନ କରାଯାଇଛି ଯେ ଦେଶବ୍ୟାପି ମହିଳାଙ୍କ ପିଛା ଶିଶୁ ଜନ୍ମ ସ୍ତର (ମହିଳାଙ୍କ ପିଛା 2.1 ଶିଶୁ) ଠାରୁ ମଧ୍ୟ କମ୍ ହୋଇଛି ।
ଦେଶରେ ଲିଙ୍ଗ ଅନୁପାତ : ପ୍ରତି ଏକ ହଜାର ପୁରୁଷଙ୍କ କ୍ଷେତ୍ରରେ ମହିଳାଙ୍କ ପ୍ରତିଶତ ବୃଦ୍ଧି ହୋଇଛି ।
2015-16 (ଏନଏଫଏଚଏସ୍ – 4) ରେ ଯେଉଁଠାରେ ଏହା 991 ଥିଲା ସେଠାରେ 2019-20 (ଏନଏଫଏଚଏସ୍- 5) ରେ ବଢ଼ି 1020 ହୋଇଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଲିଙ୍ଗଅନୁପାତ ଏବଂ ପ୍ରତି ଏକ ହଜାର ବାଳକଙ୍କ କ୍ଷେତ୍ରରେ ବାଳିକାଙ୍କ ଜନ୍ମ ହାର ମଧ୍ୟ ଗତ ପାଞ୍ଚ ବର୍ଷରେ ବୃଦ୍ଧି ହୋଇଛି ଏବଂ ଏହା 2015-16 ରେ 919 ରୁ ବୃଦ୍ଧି ହୋଇ 2019-21 ରେ 929 ହୋଇଛି ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment