Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
01cb3189
Commit
01cb3189
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
cc4baf31
Changes
1
Hide whitespace changes
Inline
Side-by-side
Showing
1 changed file
with
103 additions
and
0 deletions
+103
-0
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_3_final
...allel_corpora/Odia_files/sent_odia_PIB_jan_31_mof_3_final
+103
-0
No files found.
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_3_final
0 → 100644
View file @
01cb3189
ମହାମାରୀ ସମୟରେ ସାମାଜିକ ସେବା ବାବଦରେ ସରକାରୀ ବ୍ୟୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି ।
ବଜେଟ୍ ଅଟକଳ ୨୦୨୧ -୨୨ ସରକାରଙ୍କର ସାମାଜିକ ସେବା କ୍ଷେତ୍ରରେ ଆବଂଟନରେ ୯.୮ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି ।
୨୦୨୧-୨୨ରେ ସ୍ୱାସ୍ଥ୍ୟ ବ୍ୟୟ ଅନୁଦାନରେ ୭୩ ପ୍ରତିଶତ ବୃଦ୍ଧି ଘଟିଛି, ଶିକ୍ଷା କ୍ଷେତ୍ରରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି ।
ଜଳ ଜୀବନ ମିଶନ ଅନ୍ତର୍ଗତ ୧୯/୦୧/୨୦୨୨ ସୁଦ୍ଧା ୮ ଲକ୍ଷରୁ ଅଧିକ ସ୍କୁଲ୍ ଗୁଡିକରେ ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଇଛି।
୨୦୧୯ - ୨୦ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ହାରରେ ହ୍ରାସ ଘଟିଛି ।
୨୦୧୯ -୨୦ରେ ସ୍କୁଲ୍ ଗୁଡିକରେ ୨୬.୪୫ କୋଟି ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି; ପୂର୍ବ ବର୍ଷ ଗୁଡ଼ିକରେ ମୋଟ ନାମଲେଖା ଅନୁପାତରେ ହ୍ରାସ ଘଟିବାର ବିପରୀତ ଧାରା ଦେଖିବାକୁ ମିଳିଛି ।
‘ଶିକ୍ଷାର ସ୍ଥିତି ଉପରେ ବାର୍ଷିକ ରିପୋର୍ଟ ୨୦୨୧’ ଅନୁସାରେ ଗ୍ରାମାଂଚଳ ଗୁଡିକରେ ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲ୍ରୁ ସରକାରୀ ସ୍କୁଲ୍କୁ ପାଠ ପଢ଼ିବାକୁ ଯାଇଛନ୍ତି।
୨୦୨୧ - ୨୨ର ଅର୍ଥନୀତିକ ସର୍ଭେ ଉଲ୍ଲେଖ କରିଛି ଯେ ମହାମାରୀ ସମୟରେ ସାମାଜିକ ସେବା ଉପରେ ସରକାରୀ ଖର୍ଚ୍ଚରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି ।
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୧ -୨୨କୁ ଉପସ୍ଥାପିତ କରିଛନ୍ତି ।
୨୦୨୦ -୨୧ ତୁଳନାରେ ୨୦୨୧ -୨୨ରେ ସାମାଜିକ ସେବା କ୍ଷେତ୍ରରେ ବ୍ୟୟ ଅନୁଦାନରେ ୯.୮ ପ୍ରତିଶତ ବୃଦ୍ଧି କରାଯାଇଛି ।
ସାମାଜିକ କ୍ଷେତ୍ର ନିମନ୍ତେ ବ୍ୟୟ
ଏହି ସର୍ଭେ ଉଲ୍ଲେଖ କରିଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ୨୦୨୧ -୨୨ (ବଜେଟ୍ ଅଟକଳ)ରେ ସାମାଜିକ ସେବା କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ହାରାହାରି ୭୧.୬୧ ଲକ୍ଷ କୋଟି ଟଙ୍କା ନିର୍ଦ୍ଧାରିତ କରିଥିଲେ ।
ଗତ ବର୍ଷ (୨୦୨୦ -୨୧)ର ସଂଶୋଧିତ ବ୍ୟୟ ବୃଦ୍ଧି ପାଇ ୫୪,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇ ଯାଇଛି ।
ଅର୍ଥନୀତିକ ସର୍ଭେରେ ପୁନଶ୍ଚ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି ଯେ ୨୦୨୧ -୨୨ (ବଜେଟ୍ ଅଟକଳ)ରେ ଏହି କ୍ଷେତ୍ରକୁ ପାଣ୍ଠିରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮.୬ ପ୍ରତିଶତ ବୃଦ୍ଧି ପାଇଛି, ଯେତେବେଳେ କି ୨୦୨୦ -୨୧ (ସଂଶୋଧିତ ଅଟକଳ)ରେ ଏହା ୮.୩ ପ୍ରତିଶତ ଥିଲା ।
ଗତ ପାଂଚ ବର୍ଷରେ ସାମାଜିକ ସେବା କ୍ଷେତ୍ରକୁ ମୋଟ ସରକାରୀ ବ୍ୟୟର ପ୍ରାୟ ୨୫ ପ୍ରତିଶତ ଅବଦାନ ରହିଛି ।
ଏହା ୨୦୨୧ -୨୨ (ବଜେଟ୍ ଅଟକଳ)ରେ ୨୬.୬ ପ୍ରତିଶତ ଥିଲା ।
ଅର୍ଥନୀତିକ ସର୍ଭେରେ ଏହା ମଧ୍ୟ କୁହାଯାଇଛି ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟ ୨୦୧୯-୨୦ରେ ୨.୭୩ ଲକ୍ଷ କୋଟି ଟଙ୍କାରୁ ୨୦୨୧- ୨୨ରେ (ବଜେଟ୍ ଅଟକଳ) ବୃଦ୍ଧି ପାଇ ୪.୭୨ ଲକ୍ଷ କୋଟି ଟଙ୍କା ହୋଇ ଯାଇଛି ।
ଏହିଭଳି ଭାବେ ଏଥିରେ ପ୍ରାୟ ୭୩ ପ୍ରତିଶତ ବୃଦ୍ଧି ଘଟିଛି ।
ସର୍ଭେରେ କୁହାଯାଇଛି ଯେ ଶିକ୍ଷା କ୍ଷେତ୍ର ନିମନ୍ତେ ସମାନ ଅବଧିରେ ବୃଦ୍ଧିର ପରିମାଣ ୨୦ ପ୍ରତିଶତ ରହିଛି ।
ଶିକ୍ଷା
ମହାମାରୀର ପୂର୍ବ ବର୍ଷ ଅର୍ଥାତ୍ ୨୦୧୯-୨୦ରେ, ଯାହାର ତଥ୍ୟ ଉପଲବ୍ଧ ଅଛି, ତାହାର ମୂଲ୍ୟାଙ୍କନରୁ ଏହା ଜାଣିବାକୁ ମିଳୁଛି ଯେ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ସ୍କୁଲ୍କୁ ଛାଡି ୨୦୧୮ -୧୯ ଏବଂ ୨୦୧୯ -୨୦ ମଧ୍ୟରେ ମାନ୍ୟତାପ୍ରାପ୍ତ ସ୍କୁଲ୍ ଏବଂ କଲେଜ୍ ଗୁଡିକର ସଂଖ୍ୟା ବୃଦ୍ଧି ପାଇଛି ।
ଜଳ ଜୀବନ ମିଶନ ଯୋଜନା ଆଧାରରେ ସ୍କୁଲ୍ ଗୁଡିକରେ ପାନୀୟ ଜଳ ତଥା ସ୍ୱଚ୍ଛତା, ସ୍ୱଚ୍ଛ ଭାରତ ମିଶନ ତଥା ସମଗ୍ର ଶିକ୍ଷା ଯୋଜନାକୁ ପ୍ରାଥମିକତା ଦେବା ଫଳରେ ଆବଶ୍ୟକୀୟ ସମ୍ବଳ ପ୍ରଦାନ କରାଯାଇଛି ଏବଂ ସ୍କୁଲ୍ ଗୁଡିକରେ ପରିସମ୍ପତିର ସୃଷ୍ଟି କରାଯାଇ ପାରିଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟ ଉଲ୍ଲେଖ କରିଛି ।
ଜଳ ଜୀବନ ମିଶନ ଅଧୀନରେ ୧୯/୦୧/୨୦୨୨ ସୁଦ୍ଧା ୮,୩୯,୪୪୩ ସ୍କୁଲ୍କୁ ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଇଛି ।
୨୦୧୨-୧୩ରୁ ୨୦୧୯-୨୦ ପର୍ଯ୍ୟନ୍ତ ନିରନ୍ତର ଭାବେ ସମସ୍ତ ସ୍ତରରେ ଶିକ୍ଷକ ମାନଙ୍କର ଉପଲବ୍ଧତାରେ ଉନ୍ନତି ଘଟିଛି ।
ଅର୍ଥନୀତିକ ସର୍ଭେରେ କୁହାଯାଇଛି ଯେ ୨୦୧୯ -୨୦ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ୁଥିବା ହାରରେ ମଧ୍ୟ ହ୍ରାସ ଘଟିଛି ।
୨୦୧୯ -୨୦ରେ ପ୍ରାଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧.୪୫ ପ୍ରତିଶତ ରହିଛି, ଯେତେବେଳେକି ଏହା ୨୦୧୮- ୧୯ରେ ୪.୪୫ ପ୍ରତିଶତ ଥିଲା ।
ଏହି ହ୍ରାସ ଉଭୟ ପୁଅ ଏବଂ ଝିଅଙ୍କ କ୍ଷେତ୍ରରେ ଦେଖା ଦେଇଛି ।
ଏହି ହ୍ରାସ ବିଗତ ଦୁଇ ବର୍ଷ ମଧ୍ୟରେ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଘଟୁଥିବା ବୃଦ୍ଧି ଧାରାର ବିପରୀତ ଅଟେ ।
ଅର୍ଥନୀତିକ ସର୍ଭେ ପୁନଶ୍ଚ ଉଲ୍ଲେଖ କରିଛି ଯେ, ୨୦୧୯ -୨୦ ରେ ସବୁ ସ୍ତରରେ ମୋଟ ନାମଲେଖା ଅନୁପାତ (ଜିଇଆର୍) ଏବଂ ଲିଙ୍ଗଭିତିକ ସମାନତାରେ ମଧ୍ୟ ଉନ୍ନତି ଘଟିଛି ।
୨୦୧୯ -୨୦ ବର୍ଷରେ ସ୍କୁଲ୍ ଗୁଡିକରେ ୨୬.୪୫ କୋଟି ଛାତ୍ରଛାତ୍ରୀଙ୍କର ନାମଲେଖା ହୋଇଥିଲା ।
ଏହା ୨୦୧୬ -୧୭ ଏବଂ ୨୦୧୮ -୧୯ ମଧ୍ୟରେ ଜିିଇଆର୍ରେ ହ୍ରାସକୁ ବିପରୀତାଭିମୁଖୀ କରିବା କ୍ଷେତ୍ରରେ ସହାୟତା କରିଛି ।
ଏହି ବର୍ଷ ଗୁଡିକରେ ସ୍କୁଲ୍ ଗୁଡିକରେ ପ୍ରାୟ ୪୨ ଲକ୍ଷ ଅତିରିକ୍ତ ଛାତ୍ରଛାତ୍ରୀଙ୍କର ନାମଲେଖା ହୋଇଛି, ଯେଉଁଥିରେ ୨୬ ଲକ୍ଷ ଛାତ୍ରଛାତ୍ରୀ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରର ଥିଲେ ଏବଂ ଏଜୁକେସନ୍ ପ୍ଲସ୍ (ୟୁଡିଆଇଏସ୍ଏଫ୍+) ନିମନ୍ତେ ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ ଅନୁସାରେ ପ୍ରାକ୍- ପ୍ରାଥମିକ ଶ୍ରେଣୀରେ ୧୬ ଲକ୍ଷ ଛାତ୍ରଛାତ୍ରୀ ଥିଲେ ।
୨୦୧୯ -୨୦ରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମୋଟ ନାମଲେଖା ଅନୁପାତ ୨୭:୧ ପ୍ରତିଶତ ରହିଥିଲା, ଯାହା ୨୦୧୮ -୧୯ର ୨୬.୩ ପ୍ରତିଶତରୁ କିଛି ପରିମାଣରେ ଅଧିକ ଅଟେ ।
ଅର୍ଥନୀତିକ ସର୍ଭେରେ ଉଲ୍ଲେଖ କରିଛି ଯେ ସରକାର ଉଚ୍ଚଶିକ୍ଷା ପାରିବେଶିକ ବ୍ୟବସ୍ଥାକୁ କ୍ରାନ୍ତିକାରୀ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି, ଏହି ପଦକ୍ଷେପ ଗୁଡିକ ମଧ୍ୟରେ ଜାତୀୟ ଆପ୍ରେଂଟିସ୍ସିପ୍ ତାଲିମ୍ ଯୋଜନାରେ ସଂଶୋଧନ, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍, ଇ -ପିଜି ପାଠଶାଳା, ଉନ୍ନତ ଭାରତ ଅଭିଯାନ ତଥା ଦୁର୍ବଳ ଶ୍ରେଣୀ ନିମନ୍ତେ ଛାତ୍ରବୃତି ସାମିଲ୍ ଅଟେ ।
ଅର୍ଥନୀତିକ ସର୍ଭେ ଦର୍ଶାଇଛି ଯେ ଶିକ୍ଷା ବ୍ୟବସ୍ଥା ଉପରେ ମହାମାରୀର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିଛି, ଯେଉଁଥିରେ ସମଗ୍ର ଭାରତରେ ଲକ୍ଷ ଲକ୍ଷ ସ୍କୁଲ୍ ଏବଂ କଲେଜ୍ ପ୍ରଭାବିତ ହୋଇଛନ୍ତି ।
ସର୍ଭେରେ ମଧ୍ୟ କୁହାଯାଇଛି ଯେ ବାରମ୍ବାର ଲକ୍ଡାଉନ୍ ଲାଗୁ କରାଯିବା କାରଣରୁ ଶିକ୍ଷା କ୍ଷେତ୍ରରେ ବାସ୍ତବ ସମୟର ପ୍ରଭାବକୁ ଜାଣିବା କଷ୍ଟକର ହୋଇଛି କାରଣ ନୂତନ ଉପଲବ୍ଧ ବ୍ୟାପକ ଅଧିକାରିକ ତଥ୍ୟ ୨୦୧୯ -୨୦ ବର୍ଷର ଅଟେ ।
ଏଥିରେ ଶିକ୍ଷାର ସ୍ଥିତି ଉପରେ ବାର୍ଷିକ ରିପୋର୍ଟ (ଏଏସ୍ଇଆର୍) ୨୦୨୧ ସମ୍ପର୍କରେ ଚର୍ଚ୍ଚା କରାଯାଇଛି, ଯେଉଁଥିରେ ଗ୍ରାମାଂଚଳ ଗୁଡିକରେ ଶିକ୍ଷା କ୍ଷେତ୍ର ନିମନ୍ତେ ମହାମାରୀ ସମୟରେ ପ୍ରଭାବକୁ ଆକଳନ କରାଯାଇଛି ।
ଏଏସ୍ଇଆର୍ରେ ଏହା ଦେଖିବାକୁ ମିଳିଛି ଯେ ମହାମାରୀ ହେବା ସତ୍ୱେ ୧୫ରୁ ୧୬ ବର୍ଷ ବୟସରେ ନାମଲେଖାରେ ଉନ୍ନତି ଜାରି ରହିଛି, ଯେହେତୁ ‘ନାମ ଲେଖାଇ ନଥିବା’ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୮ରେ ୧୨.୧ ପ୍ରତିଶତରୁ କମ୍ ହୋଇ ୨୦୨୧ରେ ୬.୬ ପ୍ରତିଶତ ହୋଇ ଯାଇଛି ।
ତେବେ ଏଏସ୍ଇଆର୍ ରିପୋର୍ଟରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ମହାମାରୀ ସମୟରେ ସ୍କୁଲ ଗୁଡିକରେ ୬ରୁ ୧୪ ବୟସର ଛାତ୍ରଛାତ୍ରୀ ବର୍ତମାନ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀଙ୍କର ସଂଖ୍ୟା, ୨୦୧୮ର ୨.୫ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୧ରେ ୪.୬ ପ୍ରତିଶତ ହୋଇ ଯାଇଛି ।
ଅର୍ଥନୀତିକ ସର୍ଭେରେ କୁହାଯାଇଛି ଯେ, ସ୍କୁଲ ଛାତ୍ରଛାତ୍ରୀ, ସେମାନଙ୍କର ବିଷୟ ତଥା ରିସର୍ଚ୍ଚ ସେୟାରିଂର ଚିହ୍ନଟ କରିବା ନିମନ୍ତେ ସରକାର କୋଭିଡ୍ -୧୯ କାର୍ଯ୍ୟ ଯୋଜନା ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳଗୁଡିକ ସହିତ ଆବଂଟିତ କରିଛନ୍ତି ।
ଏଏସ୍ଇଆର ରିପୋର୍ଟରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ମହାମାରୀ ସମୟରେ ଗ୍ରାମାଂଚଳ ଗୁଡିକରେ ସବୁ ବୟସର ଛାତ୍ରଛାତ୍ରୀ ଘରୋଇ ସ୍କୁଲ୍ରୁ ସରକାରୀ ସ୍କୁଲ୍କୁ ଯାଇଛନ୍ତି ।
ଏହି ପରିବର୍ତନର ସମ୍ଭାବ୍ୟ କାରଣ କମ୍ ବ୍ୟୟସାପେକ୍ଷ ଘରୋଇ ସ୍କୁଲ୍ ବନ୍ଦ ହେବା, ଅଭିଭାବକ ମାନଙ୍କର ଆର୍ôଥକ ସମସ୍ୟା, ସରକାରୀ ସ୍କୁଲ୍ ଗୁଡିକରେ ନିଃଶୁଳ୍କ ସୁବିଧା ପ୍ରଦାନ ଏବଂ ବାହାରେ ରହୁଥିବା ପରିବାର ଗାଁକୁ ପୁଣି ଫେରି ଆସିବା ଇତ୍ୟାଦି ସାମିଲ୍ ଅଟେ ।
ଜୁଲାଇ, ୨୦୨୦ରେ ସରକାର ପ୍ରବାସୀ ଶ୍ରମିକ ମାନଙ୍କର ପିଲାମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ନିମନ୍ତେ ପରିଚୟପତ୍ର ଅତିରିକ୍ତ ଅନ୍ୟ କୌଣସି ଦସ୍ତାବିଜ/ କାଗଜପତ୍ର ନ ମାଗି ସ୍କୁଲ୍ରେ ସହଜରେ ସେମାନଙ୍କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ବର୍ତମାନ ସୁଦ୍ଧା ୨୦୧୮ରେ ୩୬.୫ ପ୍ରତିଶତ ତୁଳନାରେ ୨୦୨୧ରେ ୬୭.୬ ପ୍ରତିଶତ ସ୍ମାର୍ଟଫୋନ୍ର ଉପଲବ୍ଧତା ବୃଦ୍ଧି ପାଇଛି, ଏଏସ୍ଇଆର ରିପୋର୍ଟରେ କୁହାଯାଇଛି ଯେ ଉଚ୍ଚ ଶ୍ରେଣୀର ପିଲାମାନଙ୍କ ତୁଳନାରେ ନିମ୍ନ ଶ୍ରେଣୀର ପିଲାମାନଙ୍କ ନିମନ୍ତେ ଅନ୍ଲାଇନ୍ କ୍ଲାସ୍ କରିବା କଠିନ ରହିଛି ।
ପିଲାମାନଙ୍କ ନିକଟରେ ସ୍ମାର୍ଟଫୋନ୍ର ଉପଲବ୍ଧତା ନହେବା ତଥା ସଂଯୋଗୀକରଣ ନିମନ୍ତେ ନେଟୱର୍କ ଉପଲବ୍ଧ ନହେବା ଭଳି ଆହ୍ୱାନକୁ ସାମନା କରିବାକୁ ପଡିଛି, କିନ୍ତୁ ସମସ୍ତ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ବର୍ତମାନର ଶ୍ରେଣୀ ନିମନ୍ତେ (୯୧.୯ ପ୍ରତିଶତ) ପାଠ୍ୟ ପୁସ୍ତକ ଉପଲବ୍ଧ କରାଯାଇଛି ।
ସରକାରୀ ଏବଂ ଘରୋଇ ଉଭୟ ପ୍ରକାରର ସ୍କୁଲ୍ ଗୁଡିକରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଗତ ବର୍ଷ ତୁଳନାରେ ଏହି ଅନୁପାତ ବୃଦ୍ଧି ପାଇଛି ।
ଅର୍ଥନୀତିକ ସର୍ଭେରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷା ବ୍ୟବସ୍ଥା ଉପରେ ମହାମାରୀର ପ୍ରତିକୂଳ ପ୍ରଭାବକୁ କମ୍ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି, ଫଳରେ ମହାମାରୀ ସମୟରେ ଘରେ ପଢ଼ିବା ନିମନ୍ତେ ସୃଷ୍ଟି ହୋଇଥିବା ଚିନ୍ତାକୁ ଦୂର କରା ଯାଇ ପାରିବ ।
ସରକାରଙ୍କ ଦ୍ୱାରା ଘରକୁ ଘର ପାଠ୍ୟ ପୁସ୍ତକର ବିତରଣ, ଶିକ୍ଷକମାନଙ୍କ ଦ୍ୱାରା ଟେଲିଫୋନ୍ ମାଧ୍ୟମରେ ନିର୍ଦ୍ଦେଶନାମା ପଠେଇବା, ଟିଭି ତଥା ରେଡିଓ ମାଧ୍ୟମରେ ଅନ୍ଲାଇନ୍ ଏବଂ ଡିଜିଟାଲ୍ ସାମଗ୍ରୀ ଉପଲବ୍ଧ କରାଇବା, ଟିଏଆର୍ଏ ଇଂଟରଆକ୍ଟିଭ୍ ଚାର୍ଟବଟ୍, ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ଦ୍ୱାରା ଜାରି ବୈକଳ୍ପିକ କ୍ୟାଲେଣ୍ଡର ମାଧ୍ୟମରେ ଆକ୍ଟିଭିଟି/ କାର୍ଯ୍ୟକଳାପ ଆଧାରିତ ଲର୍ଣ୍ଣିଂ ସାମିଲ୍ ଅଟେ ।
ସର୍ଭେରେ ଏହା ଉଲ୍ଲେଖ କରାଯାଇଛି ଯେ କୋଭିଡ୍ - ୧୯ ମହାମାରୀ ସମୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅନ୍ୟ ପ୍ରମୁଖ ପଦକ୍ଷେପ ମଧ୍ୟରେ ପିଏମ୍ ଇ- ବିଦ୍ୟା, ନ୍ୟାସନାଲ୍ ଡିଜିଟାଲ୍ ଏଜୁକେସନ୍ ଆର୍କିଟେକ୍ଚର, ନିପୁଣ ଭାରତ ମିଶନ ଇତ୍ୟାଦି ସାମିଲ୍ ଅଟେ ।
ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ସେବା କ୍ଷେତ୍ରର ଯୋଗଦାନ ୫୦ ପ୍ରତିଶତ।
୨୦୨୧ -୨୨ର ପ୍ରଥମ ଛଅ ମାସରେ ଏହି କ୍ଷେତ୍ରରେ ୧୦.୮ ପ୍ରତିଶତ ବୃଦ୍ଧି ଘଟିଛି ।
ସମଗ୍ର ସେବା କ୍ଷେତ୍ରରେ ୮.୨% ବୃଦ୍ଧି ଆଶା ରଖାଯାଇଛି ।
୨୦୨୧- ୨୨ ଆର୍ôଥକ ବର୍ଷର ପ୍ରଥମ ଛଅ ମାସରେ ୧୬. ୭୩ ବିଲିଅନ୍ ଡଲାରର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍ଡିଆଇ) ପ୍ରବାହ ହୋଇଛି ।
୨୦୨୧ -୨୨ ଆର୍ôଥକ ବର୍ଷର ପ୍ରଥମ ଛଅ ମାସରେ ସେବା କ୍ଷେତ୍ରରେ ନେଟ୍ ରପ୍ତାନିରେ ୨୨.୮ ପ୍ରତିଶତ ବୃଦ୍ଧି ଘଟିଛି ।
୨୦୨୦ – ୨୧ରେ ଆଇଟି –ବିପିଏମ୍ କ୍ଷେତ୍ରର ରାଜସ୍ୱ ୨.୨୬ ପ୍ରତିଶତ ବୃଦ୍ଧି ସହିତ ୧୯୪ ବିଲିୟନ୍ ଡଲାରରେ ପହଂଚିଛି ।
ରେକର୍ଡ ପରିମାଣର ୪୪ଟି ଷ୍ଟାର୍ଟଅପ୍ ୨୦୨୧ରେ ୟୁନିକର୍ଣ୍ଣ ଷ୍ଟାଟସ୍ରେ ପହଂଚିଛି ।
କାର୍ଗୋ କ୍ଷମତା ୨୦୧୪ରେ ୧୦୫୨.୨୩ ଏମ୍ଟିପିଏରୁ ୨୦୨୧ରେ ୧୨୪୬.୮୬ ଏମ୍ଟିପିଏରେ ପହଂଚିଛି ।
ମହାକାଶ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗୀଦାରୀତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କରାଯାଇଛି।
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୀତିକ ସର୍ବେକ୍ଷଣ ୨୦୨୧ -୨୨ ଆଗତ କରି କହିଥିଲେ ଯେ ଭାରତର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ସେବା କ୍ଷେତ୍ରର ଯୋଗଦାନ ୫୦ ପ୍ରତିଶତରୁ ଅଧିକ ରହିଛି ।
ସର୍ବେକ୍ଷଣରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ସମୟରେ ସେବା କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଉନ୍ନତି ମଧ୍ୟ ହୋଇଛି ।
ସର୍ଭେରେ କୁହାଯାଇଛି ଯେ, ‘୨୦୨୧ -୨୨ର ପ୍ରଥମ ଛଅ ମାସରେ ସେବା କ୍ଷେତ୍ରରେ ସମୁଦାୟ ୧୦.୮ ପ୍ରତିଶତ ବାର୍ଷିକ ବୃଦ୍ଧି ଘଟିଛି ।’
୨୦୨୧ -୨୨ରେ ସମୁଦାୟ ସେବା କ୍ଷେତ୍ରର ଜିଭିଏ ୮.୨ ପ୍ରତିଶତ ବୃଦ୍ଧି ପାଇବାର ଆଶା ରହିଛି ।
ବର୍ତମାନ ଅର୍ଥନୀତିକ ସର୍ବେକ୍ଷଣରେ ଏହି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦେଇ କୁହାଯାଇଛି ଯେ, ଓମିକ୍ରନ୍ ଭ୍ୟାରିଆଂଟ ବ୍ୟାପିଯିବା କାରଣରୁ ବିଶେଷ କରି ସେହି କ୍ଷେତ୍ର ଗୁଡିକରେ ନିକଟ ଭବିଷ୍ୟତରେ କିଛି ପରିମାଣ ପର୍ଯ୍ୟନ୍ତ ଅନିଶ୍ଚିତତା ରହିବାର ସମ୍ଭାବନା ରହିଛି, ଯେଉଁ କ୍ଷେତ୍ରରେ ମାନବ ସମ୍ପର୍କ ଆବଶ୍ୟକ ହୋଇଥାଏ ।
ସେବା କ୍ଷେତ୍ରରେ ଏଫ୍ଡିଆଇର ପ୍ରବାହ
ଅର୍ଥନୀତିକ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ, ସେବା କ୍ଷେତ୍ରରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ)ର ପ୍ରବାହ ସବୁଠାରୁ ଅଧିକ ରହିଛି ।
୨୦୨୧ -୨୨ର ପ୍ରଥମ ଛଅ ମାସ ସମୟରେ ସେବା କ୍ଷେତ୍ରକୁ ୧୬.୭୩ ବିଲିୟନ୍ ଡଲାରର ଏଫ୍ଡିଆଇ ଇକ୍ୟୁଟି ପ୍ରବାହ ହୋଇଛି ।
ସର୍ବେକ୍ଷଣରେ ଉଲ୍ଳେଖ କରାଯାଇଛି ଯେ, ‘ଅର୍ଥ, ବ୍ୟବସାୟ, ଆଉଟସୋର୍ସିଂ, ଅନୁସନ୍ଧାନ ଏବଂ ବିକାଶ, କୋରିୟର, ଶିକ୍ଷା ଉପକ୍ଷେତ୍ର ସହିତ ପ୍ରଯୁକ୍ତି ଜ୍ଞାନକୌଶଳ ପରୀକ୍ଷଣ ଏବଂ ବିଶ୍ଲେଷଣରେ ଅଧିକ ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ହୋଇଛି’ ।
ସେବା କ୍ଷେତ୍ରରେ ବ୍ୟବସାୟ
ଅର୍ଥନୀତିକ ସର୍ବେକ୍ଷଣରେ ବିଶ୍ୱ ସେବା ରପ୍ତାନି କ୍ଷେତ୍ରରେ ଭାରତର ପ୍ରମୁଖ ସ୍ଥାନ ରହିଛି ବୋଲି ଉଲ୍ଲେଖ କରା ଯାଇଥିଲା ।
୨୦୨୦ ମସିହାରେ ଭାରତ ଶ୍ରେଷ୍ଠ ୧୦ଟି ସେବା ରପ୍ତାନିକାରୀ ଦେଶ ମଧ୍ୟରେ ରହିଛି ।
ବିଶ୍ୱ ବାଣିଜ୍ୟ ସେବା ରପ୍ତାନିରେ ଭାରତର ଭାଗୀଦାରୀ ୨୦୧୯ ମସିହାରେ ୩.୪ ପ୍ରତିଶତ ତୁଳନାରେ ବୃଦ୍ଧି ପାଇ ୨୦୨୦ରେ ୪.୧ ପ୍ରତିଶତ ହୋଇ ଯାଇଛି ।
ଅର୍ଥନୈତିକ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ, ‘ବାଣିଜ୍ୟ ରପ୍ତାନି ତୁଳନାରେ ଭାରତର ସେବା ଗୁଡିକର ରପ୍ତାନି ଉପରେ କୋଭିଡ୍ -୧୯ ପ୍ରଭାବିତ ବିଶ୍ୱସ୍ତରର ଲକ୍ଡାଉନ୍ର ପ୍ରଭାବ କମ୍ ଗମ୍ଭୀର ଥିଲା ।
ସର୍ବେକ୍ଷଣରେ ଏହା ସମ୍ପର୍କରେ ଉଲ୍ଲେଖ କରାଯାଇଛି ଯେ, ପରିବହନ ସେବା ରପ୍ତାନି ଉପରେ କୋଭିଡ୍ – ୧୯ ର ପ୍ରଭାବ ସତ୍ୱେ ସଫ୍ଟୱେର ରପ୍ତାନି, ବ୍ୟବସାୟ ଏବଂ ଯାତାୟତ (ଟ୍ରାନ୍ସପୋର୍ଟେସନ) ସେବା ଗୁଡିକର ସହାୟତା ଯୋଗୁଁ ସମୁଦାୟ ସେବା ରପ୍ତାନି ଦୁଇ ଅଙ୍କ ବିଶିଷ୍ଟ ହୋଇ ବୃଦ୍ଧି ପାଇଛି, ପରିଣାମ ସ୍ୱରୂପ ୨୦୨୧- ୨୨ ଆର୍ôଥକ ବର୍ଷର ପ୍ରଥମ ଛଅ ମାସରେ ସେବା କ୍ଷେତ୍ରରେ ନେଟ୍ ରପ୍ତାନିରେ ୨୨.୮ ପ୍ରତିଶତ ବୃଦ୍ଧି ହୋଇଛି ।
ଉପ -କ୍ଷେତ୍ର ଅନୁଯାୟୀ ପ୍ରଦର୍ଶନ
ଆଇଟି – ବିପିଏମ୍ ( ସୂଚନା ପ୍ରଯୁକ୍ତି - ବ୍ୟବସାୟ ପ୍ରକ୍ରିୟା ପରିଚାଳନା) କ୍ଷେତ୍ର।
ଅର୍ଥନୈତିକ ସର୍ବେକ୍ଷଣରେ ଆଇଟି – ବିପିଏମ୍ କ୍ଷେତ୍ରକୁ ଭାରତର ସେବାର ଏକ ପ୍ରମୁଖ ବିଭାଗ ଭାବରେ ବର୍ଣ୍ଣନା କରାଯାଇଛି ।
୨୦୨୧ -୨୧ରେ, ନାସକମ୍ର ସାମୟିକ ଆକଳନ ଅନୁଯାୟୀ , ଆଇଟି – ବିପିଏମ୍ କ୍ଷେତ୍ରର ଆୟ (ଇ – କମର୍ସକୁ ବାଦ ଦେଇ) ୧୯୪ ବିଲିୟନ୍ ଡଲାରରେ ପହଂଚିଛି, ଯାହା ବାର୍ଷିକ ୨.୨୬% ବୃଦ୍ଧି ପାଇ ୧.୩୮ ଲକ୍ଷ କର୍ମଚାରୀଙ୍କୁ ଏହି କ୍ଷେତ୍ର ସହିତ ଯୋଡିଛି ।
ସର୍ବେକ୍ଷଣରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଆଇଟି – ବିପିଏମ୍ କ୍ଷେତ୍ରରେ ଆଇଟି ସେବାଗୁଡିକ ଅଧିକାଂଶ ଅଂଶ (.. ୫୧%) ଦଖଲ କରିଥାନ୍ତି ।
ଅର୍ଥନୈତିକ ସର୍ବେକ୍ଷଣରେ ଏହା ଦର୍ଶାଯାଇଛି ଯେ, ଗତ ଏକ ବର୍ଷ ମଧ୍ୟରେ ଅନେକ ସେବା ପ୍ରଦାନକାରୀ ନିୟମାବଳୀ, ଟେଲିକମ୍ କ୍ଷେତ୍ରର ସଂସ୍କାର ଏବଂ ଉପଭୋକ୍ତା ସୁରକ୍ଷା (ଇ –କମର୍ସ) ନିୟମାବଳୀକୁ କୋହଳ କରିବା ସହିତ ଏହି କ୍ଷେତ୍ରରେ ନୂତନତ୍ୱ ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ନିମନ୍ତେ ଅନେକ ନୀତିଗତ ପଦକ୍ଷେପ ନିଆଯାଇଛି ।
ସର୍ବେକ୍ଷଣରେ ଏହି ପରାମର୍ଶ ଦିଆଯାଇଛି ଯେ, ଏହା ପ୍ରତିଭା ମାନଙ୍କର ପ୍ରବେଶକୁ ବ୍ୟାପକ ଭାବରେ ବୃଦ୍ଧି କରିବ, ନିଯୁକ୍ତି ସୃଷ୍ଟି ବୃଦ୍ଧି କରିବ ଏବଂ କ୍ଷେତ୍ରକୁ ପରବର୍ତୀ ସ୍ତରର ଅଭିବୃଦ୍ଧି ଏବଂ ନୂତନତ୍ୱକୁ ଆଗକୁ ନେବ ।
ଷ୍ଟାର୍ଟଅପ୍ ଏବଂ ପେଟେଂଟସ୍
ଅର୍ଥନୈତିକ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ, ଗତ ଛଅ ବର୍ଷ ମଧ୍ୟରେ ଭାରତର ଷ୍ଟାର୍ଟଅପ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି, ଯାହା ମଧ୍ୟରୁ ଅଧିକାଂଶ ସେବା କ୍ଷେତ୍ରର ଅଟେ ।
ଜାନୁଆରୀ ୧୦, ୨୦୨୨ ସୁଦ୍ଧା ଭାରତରେ ୬୧,୪୦୦ରୁ ଅଧିକ ଷ୍ଟାର୍ଟଅପ୍କୁ ମାନ୍ୟତା ଦିଆଯାଇଛି ।
ଆହୁରି ମଧ୍ୟ ସର୍ବେକ୍ଷଣରେ ଏହା ଦର୍ଶାଯାଇଛି ଯେ, ୨୦୨୧ ମସିହାରେ ଭାରତରେ ରେକର୍ଡ ପରିମାଣର ୪୪ଟି ଷ୍ଟାର୍ଟଅପ୍ ରହିଛି, ଯାହା ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ହୋଇପାରିଛି ।
ସର୍ବେକ୍ଷଣରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ବୌଦ୍ଧିକ ସମ୍ପଦ ବିଶେଷ କରି ପେଟେଂଟ ହେଉଛି ଜ୍ଞାନ ଆଧାରିତ ଅର୍ଥ ବ୍ୟବସ୍ଥାର ମୂଳ ପୁଞ୍ଜି ।
‘ଭାରତରେ ଦାୟର ହୋଇଥିବା ପେଟେଂଟର ସଂଖ୍ୟା ୨୦୧୦- ୧୧ରେ ୩୯,୪୦୦ ଥିବା ବେଳେ ତାହା ବୃଦ୍ଧି ପାଇ ୨୦୨୦- ୨୧ରେ ୫୮,୫୦୨ ହୋଇ ଯାଇଛି ଏବଂ ଏହି ଅବଧିରେ ଭାରତରେ ଦିଆ ଯାଇଥିବା ପେଟେଂଟ ସଂଖ୍ୟା ୭,୫୦୯ରୁ ବୃଦ୍ଧି ପାଇ ୨୮,୩୯୧ ରେ ପହଂଚିଛି ।
ପର୍ଯ୍ୟଟନ କ୍ଷେତ୍ର
ଅର୍ଥନୀତିକ ସର୍ବେକ୍ଷଣରେ ଏହା ଦର୍ଶାଯାଇଛି ଯେ, ସାଧାରଣତଃ, ଜିଡିପି ବୃଦ୍ଧି, ବିଦେଶୀ ମୁଦ୍ରା ଆୟ ଏବଂ ରୋଜଗାର ପ୍ରସଙ୍ଗରେ ପର୍ଯ୍ୟଟନ କ୍ଷେତ୍ରର ପ୍ରମୁଖ ଯୋଗଦାନ ରହିଥାଏ ।
ବର୍ତମାନ, କୋଭିଡ୍ – ୧୯ ମହାମାରୀ କାରଣରୁ ଭାରତ ସହିତ ସମସ୍ତ ସ୍ଥାନକୁ ବ୍ୟବସାୟ ନିମନ୍ତେ ବିଶ୍ୱ ଭ୍ରମଣ ତଥା ପର୍ଯ୍ୟଟନକୁ ଦୁର୍ବଳ କରିବା ଭଳି ପ୍ରଭାବ ପଡୁଛି ।
ଅର୍ଥନୀତିକ ସର୍ବେକ୍ଷଣରେ ଏହି ପ୍ରସ୍ତାବ ଦିଆଯାଇଛି ଯେ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ପୁଣି ଥରେ ଆରମ୍ଭ ହେବା ନିମନ୍ତେ ଏଥିପାଇଁ ଆବଶ୍ୟକୀୟ ପ୍ରତିବନ୍ଧକ, ସନ୍ତୁଳିତ ନିରାପତା ଏବଂ ସ୍ୱଚ୍ଛତା ପ୍ରୋଟୋକଲ୍ ଏବଂ ଉପଭୋକ୍ତାମାନଙ୍କ ଆତ୍ମବିଶ୍ୱାସକୁ ପୁନଃସ୍ଥାପିତ କରିବାରେ ପ୍ରଭାବଶାଳୀ ଯୋଗାଯୋଗ ଉପରେ ଦେଶମାନଙ୍କ ମଧ୍ୟରେ ଏକ ସମନ୍ୱିତ ପ୍ରତିକ୍ରିୟା ଉପରେ ନିର୍ଭର କରିବ ।
ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ବନ୍ଦେ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି ଯାହା ବର୍ତମାନ ଏହାର ୧୫ତମ ପର୍ଯ୍ୟାୟରେ ଅଛି ଏବଂ ୬୩.୫୫ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ କରିଛି ।
ବନ୍ଦର, ନୌବାହନ ଏବଂ ଜଳମାର୍ଗ ସେବା ସମୁହ
ଅର୍ଥନୀତିକ ସର୍ବେକ୍ଷଣରେ କୁହାଯାଇଛି ଯେ ବନ୍ଦର ଗୁଡିକର ବିକାଶ ଅର୍ଥବ୍ୟବସ୍ଥା ନିମନ୍ତେ ମହତ୍ୱପୂର୍ଣ୍ଣ ଅଟେ ।
ବନ୍ଦରଗୁଡିକ ଆମଦାନୀ – ରପ୍ତାନି କାର୍ଗୋ/ ପଣ୍ୟଦ୍ରବ୍ୟ ପରିମାଣ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଏବଂ ମୂଲ୍ୟ ହିସାବରେ ୭୦ ପ୍ରତିଶତ ସମ୍ଭାଳିଥାଆନ୍ତି ।
ସର୍ବେକ୍ଷଣରେ ଏହା କୁହାଯାଇଛି ଯେ, ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମସ୍ତ ବନ୍ଦରରେ ସମୁଦାୟ କାର୍ଗୋ/ ପଣ୍ୟଦ୍ରବ୍ୟ କ୍ଷମତା ବୃଦ୍ଧି ପାଇ ୧୨୪୬. ୮୬ ମିଲିୟନ୍ ଟନ୍ ପ୍ରତି ବର୍ଷ (ଏମ୍ଟିପିଏ) ହୋଇ ଯାଇଛି, ଯେତେବେଳେ କି ମାର୍ଚ୍ଚ ୨୦୧୪ରେ ୧୦୫୨. ୨୩ ଏମ୍ଟିପିଏ ଥିଲା ।
ଏହା ବ୍ୟତୀତ, ୨୦୨୦ -୨୧ ରେ କୋଭିଡ୍ – ୧୯ କାରଣରୁ ଉତ୍ପନ୍ନ ହେଉଥିବା ବାଧା ଗୁଡିକ ଯୋଗୁ ପ୍ରଭାବିତ ହେବା ପରେ ଏପ୍ରିଲ୍ - ନଭେମ୍ବର ୨୦୨୧ ସମୟରେ ୧୦. ୧୬ ପ୍ରତିଶତ ବୃଦ୍ଧି ହେବା ସହିତ ୨୦୨୧- ୨୨ରେ ବନ୍ଦରରେ ଯାତାୟତ ମଧ୍ୟ ବୃଦ୍ଧି ହୋଇଛି ।
ସର୍ବେକ୍ଷଣରେ ସାଗରମାଳା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହା ଦେଶର ଏକ ପ୍ରମୁଖ କାର୍ଯ୍ୟକ୍ରମ ଅଟେ, ଯାହାର ଉଦ୍ଦେଶ୍ୟ ଦେଶରେ ବନ୍ଦର ଆଧାରିତ ବିକାଶକୁ ପ୍ରୋସ୍ôାହିତ କରିବା।
ବର୍ତମାନ ୫.୫୩ ଲକ୍ଷ କୋଟି ଟଙ୍କାର ସମୁଦାୟ ୮୦୨ ପ୍ରକଳ୍ପ ଏହି କାର୍ଯ୍ୟକ୍ରମର ଅଂଶ ଅଟେ ।
ମହାକାଶ କ୍ଷେତ୍ର
ଅର୍ଥନୀତିକ ସର୍ବେକ୍ଷଣରେ ଏହା କୁହାଯାଇଛି ଯେ ୧୯୬୦ ଦଶକରେ ଆରମ୍ଭ ହେବା ଦିନଠାରୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ବହୁତ ଅଭିବୃଦ୍ଧି ଘଟିଛି ।
ମହାକାଶ କ୍ଷେତ୍ରରେ ସାମର୍ଥ୍ୟର ବିକାଶ କରାଯାଇଛି ଯେଉଁଥିରେ ସ୍ୱଦେଶୀ ମହାକାଶ ପରିବହନ ବ୍ୟବସ୍ଥା, ସମାଜର ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଗ୍ରହର ଫ୍ଲିଟ୍ ସହିତ ମହାକାଶର ଆସେଟ୍ ସହ ସମସ୍ତ ଡୋମେନ୍ ଗୁଡିକରେ କ୍ଷମତାର ବିକାଶ କରାଯାଇଛି ।
ସର୍ବେକ୍ଷଣରେ କୁହାଯାଇଛି ଯେ, ସରକାର ମହାକାଶ ଆଧାରିତ ସେବା ପ୍ରଦାନ କରିବା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗୀଦାରୀତା ସମ୍ପର୍କରେ କଳ୍ପନା କରି ୨୦୨୦ ମସିହାରେ ମହାକାଶ କ୍ଷେତ୍ରରେ ବିଭିନ୍ନ ସଂସ୍କାର ଆଣିଛନ୍ତି ।
ଏହି ସବୁ ସଂସ୍କାର ଗୁଡିକ ମଧ୍ୟରେ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ଼୍ (ଏନ୍ଏସ୍ଆଇଏଲ୍)କୁ ସଶକ୍ତିକରଣ ଏବଂ ବର୍ତମାନର ଯୋଗାଣ ଆଧାରିତ ମଡେଲ୍କୁ ଚାହିଦା – ଚାଳିତ ମଡେଲ୍କୁ ପରିବର୍ତନ କରିବା ଅନ୍ତର୍ଭୁକ୍ତ, ଏକ ସ୍ୱାଧୀନ ନୋଡାଲ୍ ଏଜେନି୍ସ ସୃଷ୍ଟି କରିବା ଯଥା, ମହାକାଶ ବିଭାଗ ଅଧୀନରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ( ଇନ୍ – ସ୍ପେସ୍) ଏବଂ ସ୍ପେସ୍ କାର୍ଯ୍ୟକଳାପ ପାଇଁ ଏକ ପୂର୍ବାନୁମାନଯୋଗ୍ୟ, ଦୂରଦର୍ଶୀ, ସ୍ପଷ୍ଟ ଏବଂ ସାମର୍ଥ୍ୟପୂର୍ଣ୍ଣ ନିୟାମକ ବ୍ୟବସ୍ଥା ପ୍ରଦାନ କରିବା ସାମିଲ୍ ଅଟେ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment