Commit 213f4b05 authored by Nayan Ranjan Paul's avatar Nayan Ranjan Paul

Upload New File

parent 890f6e41
ଔଷଧୀୟ ଗୁଣରେ ଭରପୂର
ଯୁଆଣି
ଏହାକୁ କିଏ ନ ଜାଣେ ।
ଔଷଧୀୟ ଗୁଣରେ ଭରପୂର ଯୁଆଣି ।
ଖାଦ୍ୟ ପ୍ରସ୍ତୁତିରେ ଯୁଆଣିର ବ୍ୟବହାରକେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ପେଟ ଜନିତ ସମସ୍ୟା ମଧ୍ୟ ଦୂର କରେ ।
ଯୁଆଣି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୂରା ଶରୀରକୁ ଲାଭ ମିଳିଥାଏ ।
ତେବେ ଆସନ୍ତୁ ଜାଣିବା ଯୁଆଣି ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ ।
ଉପକାରିତା
ଯୁଆଣି ପାଣିକୁ ପ୍ରତିଦିନ ପିଇଲେ ମଧୁମେହ ହେବାର ଆଶଙ୍କା ବହୁ ପରିମାଣରେ କମିଯାଏ
ହାର୍ଟ ସମସ୍ୟା ପାଇଁ ଏହା ଖୁବ୍ ଉପଯୋଗୀ
ପ୍ରତିଦିନ ସକାଳେ ଖାଲି ପେଟରେ ଯୁଆଣି ପାଣି ପିଇବା ଦ୍ୱାରା ଦାନ୍ତ ସମସ୍ୟା ଦୂର ହୋଇଥାଏ ।
ମୁଖ ଦୁର୍ଗନ୍ଧ ବି ଦୂର ହୋଇଥାଏ
ହଜମ ସମସ୍ୟା ଥିଲେ ଏହି ପାଣି ପିଇଲେ ପାଚନ ଶକ୍ତି ବଢ଼େ
ଯଦି ଆପଣ ମୋଟା ହୋଇ ଯାଉଛନ୍ତି, ତେବେ ଜୁଆଣୀ ପାଣି ପିଅନ୍ତୁ ।
କାରଣ ଏହା ଶରୀରର ମେଟାବୋଲିଜିମ୍ ବଢ଼ାଏ ଏବଂ ଶରୀର ଓଜନ ହ୍ରାସ କରାଏ
କେବଳ ପେଟ ଜନିତ ସମସ୍ୟା ନୁହେଁ, ଏହି ପାଣି ପିଇଲେ ଥଣ୍ଡା ଓ କଫ ମଧ୍ୟ ଭଲ ହୁଏ ।
ଆଜମା ସମସ୍ୟା ଥିଲେ ମଧ୍ୟ ଦୂର ହୁଏ
ଅତ୍ୟଧିକ ଥଣ୍ଡା କାରଣରୁ ଯଦି କାଶ ହେଉଥାଏ, ତା’ହେଲେ ଯୁଆଣି ପାଣିରେ ଅଳ୍ପ କଳା ଲୁଣ ପକାଇ ପିଇଲେ ଆରାମ ମିଳେ
ବଦଳୁଥିବା ଜୀବନଚର୍ଯ୍ୟା ପାଇଁ ଅନେକଙ୍କୁ ରାତିରେ ନିଦ ହେଉ ନାହିଁ ।
ସେମାନେ ଶୋଇବା ପୂର୍ବରୁ ଗୋଟେ କପ୍ ଯୁଆଣି ପାଣି ପିଅନ୍ତୁ ।
କିଛିଦିନ ଅଭ୍ୟାସ ପରେ ଏ ସମସ୍ୟା ଆଉ ରହିବ ନାହିଁ
ଅଶ୍ଵଗନ୍ଧା
ଅଶ୍ଵଗନ୍ଧା ଏକ ପ୍ରସିଦ୍ଧ ଭାରତୀୟ ବନୌଷଧି ରୂପେ ବହୁ ପ୍ରାଚୀନ କାଳରୁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଆସୁଛି ।
ଏହାର ପ୍ରତ୍ୟେକ ଅଂଶ ଯଥା ଚେର, ପତ୍ର, ଫଳ, ମଞ୍ଜି ପ୍ରଭୁତି ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ମଧ୍ୟ ମୁଖ୍ୟତଃ ଏହାର ଚେର ବହୁଳ ପରିମାଣରେ ଉପଯୋଗ ହୋଇଥାଏ ।
ବିଶେଷତଃ, ଶାରୀରିକ ଓ ମାନସିକ ଦୁର୍ବଳତା ତଥା ପୌରୁଷହାନି ସମସ୍ୟାରେ ଏହି ଚେରରୁ ପ୍ରସ୍ତୁତ ଔଷଧ ସେବନ କରିବାର ବିଧି ରହିଛି ।
ଭାରତର ଶୁଷ୍କ ପ୍ରଦେଶମାନନ୍କାରେ ମୁଖତଃ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏହାକୁ ବହୁଳ ପରିମାଣରେ ଏବେ ଚାଷ କରାଯାଉଛି ।
ଆଫଗାନିସ୍ତାନ , ଶ୍ରୀଲଙ୍କା ଓ ପାକିସ୍ତାନରେ ମଧ୍ୟ ଏହି ଗଛ ଦେଖାଯାଏ ।
ଔଷଧୀୟ ଗୁଣ ଓ ପ୍ରୟୋଗ
ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ଅଶ୍ଵଗନ୍ଧାକୁ ତିକ୍ତ ତଥା କଷାୟ ରସଯୁକ୍ତ , ଉଷ୍ଣବୀର୍ଯ୍ୟ , ବଳକାରକ, ଅନ୍ତ୍ୟନ୍ତ ଶୁକ୍ରବର୍ଦ୍ଧକ, ରସାୟନ, ତ୍ରିଦୋଷନାଶକ , ଶୋଥ ଓ କ୍ଷୟହର ବୋଲି ବର୍ଣ୍ଣନା କରାଯାଇଛି ।
ପ୍ରାଚୀନ କାଳରୁ ଅଶ୍ଵଗନ୍ଧାକୁ ପୌରୁଷ ଶକ୍ତି ନିମିତ୍ତ ସେବନ କରିବାର ବିଧି ରହିଛି ।
ସାଧାରଣତଃ ଯୌନ ଅକ୍ଷମତା , ନଫୁସକତା, ସାଧାରଣ ଦୁର୍ବଳତା , ଆଣ୍ଠୁଗଣ୍ଠିବାତ, ଅନିଦ୍ରା ରୋଗ , ନିମ୍ନ ରକ୍ତଚାପ ଏବଂ ଉନ୍ମାଦ ବା ମସ୍ତିସ୍କ ବିକୃତି ରୋଗରେ ଅଶ୍ଵଗନ୍ଧା ସେବନ କରିବା ପାଇଁ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି ।
ଅଶ୍ଵଗନ୍ଧା ଚେରର ଚୂର୍ଣ୍ଣ ଦୁଗ୍ଧ ସହ ନିୟମିତ ସେବଳ କଲେ ବଳ , ବୀର୍ଯ୍ୟ ବୃଦ୍ଧି ପାଇ ଶରୀରରେ ଶକ୍ତି ଶ୍ରୁତ୍ତି ଆସିଥାଏ ।
ଏହା ସେବନ କଲେ ଶରୀରର ସଠିକ ବିକାଶ ସହିତ ଶରୀର ହୃଷ୍ଟପୃଷ୍ଟ ହୋଇଥାଏ ।
ନିୟମିତ ଅଶ୍ଵଗନ୍ଧା ଚେରର ଚୂର୍ଣ୍ଣ କିମ୍ବା କ୍ଵାଥ ସେବନ କରିବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି, ଓ ସ୍ମରଣଶକ୍ତି ବୃଦ୍ଧି ପାଏ ।
ଆବାଳ- ବୃଦ୍ଧ –ବନିତା ଯାଏ ସବୁ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଉତ୍ତମ ଶକ୍ତିବର୍ଦ୍ଧକ ଟନିକ ଭଳି କାର୍ଯ୍ୟକରେ ।
ସ୍ତ୍ରୀମାନଙ୍କ ଠାରୁ ଏହା ଗର୍ଭଧାରଣର କ୍ଷମତା ବୃଦ୍ଧି କରେ ଓ ପ୍ରସବ ପରବର୍ତ୍ତୀ ମାତୃକ୍ଷୀର ପରିମାଣ ବୃଦ୍ଧିକରେ ।
ଏହାର ପତ୍ର ଓ ଫଳ ମଧ୍ୟ ଅନେକ କାମରେ ଆସିଥାଏ ।
ପାତାଳ ଗରୁଡ
ପ୍ରାଚୀନ କାଳରୁ ଭାରତବର୍ଷ ପାତାଳ ଗରୁଡର ବ୍ୟବସାୟିକ ଔଷଧୀୟ ବ୍ୟବହାର ପରମ୍ପରା ରହିଆସିଛି ।
ଭାବପ୍ରକାଶ ନିଘଣ୍ଟୁ , ରାଜନିଘଣ୍ଟୁ ଓ ସୁଶ୍ରୁତ ସଂହିତା ପ୍ରଭୁତି ଆୟୁର୍ବେଦର ପ୍ରସିଦ୍ଧ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ସର୍ପଗନ୍ଧା (ପାତାଳ ଗରୁଡ ) ର ଔଷଧୀୟ ଗୁଣ- କର୍ମ- ପ୍ରୟୋଗ- ସମ୍ବନ୍ଧରେ ସବିଶେଷ ବିବରଣୀ ଦେଖିବାକୁ ମିଳେ ।
ବିଶେଷତଃ ଉଚ୍ଚ ରକ୍ତଚାପ , ଅନିଦ୍ରା ରୋଗ ଓ ମାନସିକରୋଗ ପ୍ରଭୁତି ଜଟିଳ ରୋଗଗୁଡିକର ଉପଶମ ପାଇଁ ଏହାକୁ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ ।
ପ୍ରାକୃତିକ ରୂପେ ବଣଜଙ୍ଗଲରୁ ମିଳୁଥିବା ପାତଳଗରୁଡ, ବଜାରର ଔଷଧୀୟ ଚାହିଦା ପୂରଣ ପାଇଁ ଯଥେଷ୍ଟ ନଥିବାରୁ ଏହାର କୃଷିକାରଣ ପାଇଁ ସମ୍ପ୍ରତି ବିଶେଷଧ୍ୟାନ ଦିଆଯାଉଛି ।
ବର୍ତ୍ତମାନ ଏହା ଭାରତ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ସୂଚୀ ଅନୁଯାୟୀ ବିରଳ ତଥା ପ୍ରତିବନ୍ଧକ ଉଦ୍ଭିଦ ଶ୍ରେଣୀଭୁକ୍ତ ଅଟେ ।
ଔଷଧୀୟ ପ୍ରୟୋଗ
ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ସର୍ପଗନ୍ଧା (ପାତାଳଗରୁଡ) ଏହାର ବହୁମୂଖୀ ପ୍ରଭାବଶାଳୀ ଔଷଧୀୟ ବିଶେଷତ୍ଵ ଯୋଗୁଁ କେତେକ ଅତି ଜଟିଳ ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଆସୁଛି ।
ମୁଖ୍ୟତଃ ଉଚ୍ଚ ରକ୍ତଚାପ, ଅନିଦ୍ରା ରୋଗ ଏବଂ ତୀବ୍ର ଉନ୍ମାଦ ଭଳି ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଏହା ଅତ୍ୟନ୍ତ ପ୍ରଭାବଶାଳି ପ୍ରମାଣିତ ହୋଇଛି ।
ଏହାର ମୁଖ୍ୟ ପ୍ରଭାବ ମସ୍ତିଷ୍କସ୍ଥିତ କେନ୍ଦ୍ରୀୟ ସ୍ନାୟୁ ସଂସ୍ଥାନ ଉପରେ ପଡିଥିଲା ।
ଔଷଧୀୟ ଗୁଣ- କର୍ମ ଦୃଷ୍ଟିରୁ ଏହା ଏକ ଉତ୍ତମ ପ୍ରସାମକ ଏବଂ ନିଦ୍ରାକର ବନୌଷଧି ।
ଏହି ପ୍ରଶାମକ ଗୁଣ ହେତୁ ଏହା ସ୍ନାୟୁସମୂହର ଉତ୍ତେଜନାକୁ ଶାନ୍ତ କରି ବାତିକ ଉନ୍ମାଦ, ଅନିଦ୍ରା ଓ ଅନ୍ୟାନ୍ୟ ମାନସିକ ବିକାଶ ଦୂର କରିବା ବିଷହର , ଜ୍ଵରହର ଏବଂ ଗର୍ଭାଶୟ ଉତ୍ତେଜକ ଗୁଣ ମଧ୍ୟ ଧାରଣ କରିଥାଏ ।
ବିହାର ଓ ଓଡିଶାରେ ଗ୍ରାମାଞ୍ଚଳର ଲୋକେ ଏହାକୁ ପାଗଳାମି ରୋଗର ଚିକିତ୍ସାରେ ବହୁଳ ଉପଯୋଗ କରନ୍ତି ।
ଏହାଛଡା ସର୍ପାଘାତଜନିତ ବିଷ ଓ ଅନ୍ୟାନ୍ୟ ଜାନ୍ତବ ବିଷଜନିତ ପାଇଁ ଏହାର ୪ ଗ୍ରାମ ମୂଳ ସହିତ ୨୧ଟି ଗୋଲମରୀଚ ମିଶାଇ ପାଣିରେ ବାଟି ସର୍ପ ଦୃଷ୍ଟବ୍ୟକ୍ତିଙ୍କୁ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ପିଆଇଲେ ସର୍ପ ବିଷ ନଷ୍ଟ ହୁଏ ।
ଏହି ଚିକିତ୍ସା ମଧ୍ୟ ଉଚ୍ଚରକ୍ତଚାପ ପ୍ରଶମିତ କରିଥାଏ ।
ଏହାକୁ ଉପଯୋଗ କରିବା ଦ୍ଵାରା ଶିରଃଶୂଳ , ଭ୍ରମ ଓ ଜ୍ଵର ମଧ୍ୟ ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ ।
ସୁଇଜରଲ୍ୟାଣ୍ଡ ସିଲର ଓ ମୂଳର ନାମକ ବୈଜ୍ଞାନିକଦ୍ୱୟ ୧୯୫୨ ମସିହାରେ ସର୍ପଗନ୍ଧା (ପାତାଳ ଗରୁଡ) ଚେରରେ ଥିବା ପ୍ରମୁଖ ଆଲକାଲଏଡ ରିସରପାଇନ ଆବିଷ୍କାର କରିଥିଲେ ।
ସମ୍ପ୍ରତି ଏହି ବନୌଷଧିର କ୍ରମବର୍ଦ୍ଧଷ୍ଣୁ ଚାହିଦାକୁ ବିଚାରକୁ ନେଲେ ଏହି ଔଷଧୀୟ ଗୁଳ୍ମର କୃଷିକରଣର ସମୀଚୀନତା ଉପଲ୍ଲବ୍ଧି କରିହୁଏ ।
ଭୁଇଁନିମ୍ବ
ଆୟୁର୍ବେଦ ଚିକିତ୍ସକ ମାନେ ଏହାର ମହତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛନ୍ତି ।
ସାଧାରଣ ଜନତାଙ୍କ ମଧ୍ୟରେ ଦେଶୀୟ ଚିକିତ୍ସାରେ ମଧ୍ୟ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି ।
ଆଧୁନିକ ଚିକିତ୍ସାରେ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ବହୁଳ ଉପଯୋଗୀତା ଦୃଷ୍ଟିରୁ ଏହାର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।
ତେଣୁ ଏହାକୁ ବ୍ୟବଶାୟିକ ଭିତ୍ତିରେ ଚାଷ କରାଗଲେ ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାରେ ଏହା ନିଶ୍ଚିତ ଭାବରେ ସହାୟକ ହୋଇପାରିବ ।
ଭୁଇଁନିମ୍ବ ଗଛର ପଞ୍ଚଙ୍ଗାରେ ଆଣ୍ଡ୍ରୋଗ୍ରାଫୋଲାଇଡ ୨ରୁ ୨.୫ ପ୍ରତିଶତ ମାତ୍ରାରେ ଏହାଏ ।
ଏହା ବ୍ୟତିତ, ଏହିଗଛରେ ଫ୍ଲେବନାଇଡସ , ଫିନାଇଲପ୍ରୋ ପେଟାଇଡସ ଥାଏ ଏହିସବୁ କ୍ଷାରାଭ ତତ୍ତ୍ଵ ଯୋଗୁଁ ଏହାର ଔଷଧୀୟ ଗୁଣ ଶୀର୍ଷରେ ଥାଏ ।
ଆୟୁର୍ବେଦୀୟ ଚିକିତ୍ସାରେ ଏହାକୁ ମୁଖ୍ୟତଃ ଯକୃତ ସମ୍ବନ୍ଧୀୟ ରୋଗ , କୃମିରୋଗ , ରକ୍ତହୀନତା , ଜ୍ଵର ଓ ପେଟ ରୋଗରେ ବ୍ୟବହାର କରାଯାଏ ।
ଶୁଷ୍କ ପଞ୍ଚାଙ୍ଗ ବ୍ୟତୀତ ବଜାରରେ kalmegh mother tincture ମଧ୍ୟ ମିଳିଥାଏ ।
ପିପ୍ପଳୀ
ଔଷଧି ବିଶେଷ
ଶୁଷ୍କ ପିପ୍ପଳୀ ଫଳରେ ୧ ପ୍ରତିଶତ ଉଡନଶୀଳ ତୈଳଥାଏ ଯେଉଁଥିରେ ପ୍ରାୟ ୫ରୁ ୬.୪ ପ୍ରତିଶତ ପାଇପରିନ , ପାଇପରୀଡୀନ ଏବଂ ଏକ କାଟୁ ରାଳ “ ଚାଭିସିନ “ ରହିଥାଏ ।
ଏହା ବ୍ୟତୀତ , ଏଥିରେ ଷ୍ଟାର୍ଚ୍ଚ ଓ ସ୍ନେହ ଉପାଦାନ ମଧ୍ୟ ମିଳିଥାଏ ।
ଔଷଧୀୟ ଗୁଣ ଓ ପ୍ରୟୋଗ
ବହୂ ପ୍ରାଚୀନ କାଳରୁ ଆମ ଦେଶରେ ପିପ୍ପଳୀ ଏକ ଅତ୍ୟାବଶ୍ୟକ ବନୌଷଧି ଭାବରେ ବ୍ୟବହୃତ ହୋଇଆସୁଛି ।
ଔଷଧୀୟ ଗୁଣ ଦୃଷ୍ଟିରୁ ଏହାର ଶୁଖିଲା ଫଳ ତୀବ୍ରକଟୁ, ଉଷ୍ମ , ଅଗ୍ନିବର୍ଦ୍ଧକ , କଫନାଶକ , ଶକ୍ତିବର୍ଦ୍ଧକ ଓ ଜୀବାଣୁ ପ୍ରତିରୋଧ ଅଟେ ।
ଏହା ମୁଖ୍ୟତଃ କାଶ ଓ ଶ୍ଵାସ ପ୍ରଭୁତି ଶ୍ଵସନ ସଂସ୍ଥାନଗତ ରୋଗର ଚିକିତ୍ସାରେ ସେବନ କରାଯାଇଥାଏ ।
ଉପରୋକ୍ତ ଔଷଧୀୟ ଗୁଣ ଦୃଷ୍ଟିରୁ ଏହାକୁ ଆନାହ , ଅଗ୍ନିମାଦ୍ୟ , କାଶ, ଶ୍ଵାସ, ଉଦରଶୂଳ , ଆମବାତ ପ୍ରଭୁତି ଚିକିତ୍ସାରେ ବ୍ୟବହାର କରାଯାଏ ।
ମହୁ ସହ ଏହାର ଚୂର୍ଣ୍ଣ ସେବଳ କଲେ ପୁରୁଣା କାଶ, ଶ୍ଵାସ , ସ୍ଵରଭଙ୍ଗ ଓ ହିକ୍କା ରୋଗ ଭଲ ହୋଇଥାଏ ।
ଏହିସବୁ ବହୁବିଧ ଔଷଧୀୟ ଉପଯୋଗୀତା ଦୃଷ୍ଟିରୁ ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗରେ ଏହାର ଚାହିଦା ବେଶୀ ।
ଆୟୁର୍ବେଦରେ ବର୍ଣ୍ଣିତ ତ୍ରିକଟୁ “ ର ତିନିଗୋଟି ଉପାଦାନ ମଧ୍ୟରେ ଶୁଣ୍ଠି , ଗୋଲମରିଚ , ବ୍ୟତୀତ ପିପ୍ପଳୀ ଅନ୍ୟତମ ଅଟେ ।
ଏହାର ମୂଳକୁ ବିଷ ଖଣ୍ଡନକାରୀ ଔଷଧ ଭାବେ ପ୍ରସ୍ତୁତି କରାଯାଏ ।
ତୁଳସୀ
ଔଷଧୀୟ ଗୁଣ ଓ ପ୍ରୟୋଗ ଦୃଷ୍ଟିରୁ ତୁଲସୀ ବୃକ୍ଷ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ ।
ଏହାର ଔଷଧୀୟ ଗୁଣ ବିଷୟରେ ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ବିସ୍ତୁତ ଭାବେ ବର୍ଣ୍ଣନା କରାଯାଇଛି ।
ଏହାର ପତ୍ରର ସ୍ଵରସ ଉଷ୍ଣ ,ଋକ୍ଷ କଫନିଃସାରକ, ଶୀତହର , ବାତହର, ସ୍ଵେଦଜନନ , ଦୀପନ , କୃମିଘ୍ନ , ଦୁର୍ଗନ୍ଧନାଶକ ଓ ଜୀବାଣୁନାଶକ ଅଟେ ।
କାସ, ଶ୍ଵାସ , ପାର୍ଶ୍ଵଶୂଳ , ବିଷମ ଜ୍ଵର ବା ମ୍ୟାଲେରିଆ ବିଷବିକାର ଏବଂ ପାଚନଗତ ବିକାର ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗ କରାଯାଏ ।
ଏହିସବୁ ରୋଗମାନଙ୍କରେ ଅନ୍ୟ ଔଷଧିସହ ଏହାର ସ୍ଵରସକୁ ଅନୁପାନ ରୂପେ ପ୍ରୟୋଗ କରାଯାଏ ।
ଏହାର ବୀଜ ମଧୁର ସ୍ନିଗ୍ଧ , ଶୀତ ଏବଂ ମୁତ୍ରଜନନ ହୋଇଥିବାରୁ ମୁତ୍ରକ୍ରଚ୍ଚ ବା ମୁତ୍ରକଷ୍ଟ ରୋଗରେ ସେବନ କରାଯାଏ ।
ଏହାଛଡା କିଡନୀ ଷ୍ଟୋନ ରୋଗ ଏବଂ ହୃଦଯନ୍ତ୍ର ସମ୍ବନ୍ଧୀୟ ରୋଗରେ ବ୍ୟବହାର ହୋଇଥାଏ ।
ଏହାର ରସ ସେବନରେ ରକ୍ତରୁ କୋଲେଷ୍ଟେରୋଲର ମାତ୍ରା କମିଥାଏ ।
ଏହା ମଧ୍ୟ anti stress agent ଭାବରେ ବ୍ୟବହୃତ ହୋଇଥାଏ ।
ଚର୍ମରୋଗ, କୃମିରୋଗ , କୀଟଦଂସନ , କର୍ଣ୍ଣଶୂଳ ଓ ବ୍ରଣ ପ୍ରକ୍ଷାଳନ ନିମିତ୍ତ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ ।
ଏହା ଛଡା, ସମ୍ପ୍ରତି ବଡ ବଡ ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥାମାନେ କାଶ ନିବାରକ ସିରପ ଔଷଧରେ ମଧ୍ୟ ତୁଳସୀ ସ୍ଵରସ ବ୍ୟବହାର କରୁଛନ୍ତି ।
କେତେକ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ମଧ୍ୟ ହାର୍ବାଲ ଡ୍ରିଙ୍କସ ଓ ହାର୍ବାଲ ଟିରେ ତୁଳସୀ ସ୍ବରସ ପ୍ରୟୋଗ କରୁଛନ୍ତି ।
ଏସବୁର ଚାହିଦା ଓ ଆଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ୟବସାୟିକ ଭିତ୍ତିରେ ଉନ୍ନତ ପ୍ରଣାଳୀରେ ତୁଳସୀ ଚାଷ କରାଗଲେ ରପ୍ତାନି ମାଧ୍ୟମରେ ଏଥିରୁ ପ୍ରଚୁର ଆର୍ଥିକ ଲାଭ ମିଳିପାରିବ ।
ନିମ୍ବ
ନିମ୍ବ ବୃକ୍ଷର ସମସ୍ତ ଅଂଶ ଔଷଧୀୟ ଗୁଣ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ ।
ନିମ୍ବର ପତ୍ର ଶୋଥହର , ତ୍ଵଚା ପାଇଁ ଉତ୍ତେଜକ , ଚର୍ମରୋଗ , କୀଟନାଶକ , ବ୍ରଣଶୋଧକ, ବ୍ରଣ ରୋପକ , ଗର୍ଭରୋଧକ ଉତ୍ତେଜକ, କୁଷ୍ଠଘ୍ନ ଗୁଣଯୁକ୍ତ ଅଟେ ।
ନିମ୍ବ ବୃକ୍ଷର ସମସ୍ତ ଅଂଶ ଅପେକ୍ଷା ଏହାର ତୈଳ ଅଧିକ ପ୍ରଭାବଶାଳି ଅଟେ ।
ଯାଦୁ, କାଚ୍ଛୁ କୁଣ୍ଡିଆ, ଶ୍ଵେତକୁଷ୍ଠ , କୁଷ୍ଠରୋଗ ଏବଂ ଏକଜିମା ପ୍ରଭୃତି ଚର୍ମରୋଗରେ ଏହି ତୈଳର ପ୍ରୟୋଗ ଅତ୍ୟନ୍ତ ହିତକର ।
ଆଜିକାଲି ଅନେକ ହର୍ବାଲ ସାମଗ୍ରୀ ପ୍ରସ୍ତୃତକାରୀ କମ୍ପାନୀମାନେ ନିମ୍ବ ତେଲରୁ ବିଭିନ୍ନ ଜୀବାଣୁନାଶକ ସାବୁନ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୃତ କରୁଛନ୍ତି ।
ବିଦେଶକୁ ମଧ୍ୟ ନିମ୍ବ ତେଲ ପ୍ରଚୁର ମାତ୍ରାରେ ରପ୍ତାନି କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି ।
ଏହା ଛଡା ନିମ୍ବ ବୃକ୍ଷର ପତ୍ର ଏକ ଉତ୍ତମ ଜୈବ କୀଟନାଶକ ଭାବରେ ପରିବେଶ ପାଇଁ ଅନୁକୂଳ ପ୍ରମାଣିତ ହୋଇଥାଏ ।
ଦେଶୀୟ ଚିକିତ୍ସାରେ ଏହାର ସମସ୍ତ ଅଂଶକୁ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ ।
ଗୁଳୁଚୀଲତା
ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ଗୁଳୁଚୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଯେ ଗୁଳୁଚୀ କଟୁ , ଉଷ୍ଣ ତ୍ରିଦୋଷଘ୍ନ ରସାୟନ, ବଲ୍ୟ, ଜ୍ଵରହାର , ଦୀପନ, ମୁତ୍ରଜନନ ଚର୍ମରୋଗ ଇତ୍ୟାଦି ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ ।
ବିଷମଜ୍ଵର ବା ମ୍ୟାଲେରିଆ ଏବଂ ଯେ କୌଣସି ପୁରୁଣା ଜ୍ଵରରେ ଏହାର କ୍ଵାଥ ସେବନ କରାଯାଏ ।
ଜୀର୍ଣ୍ଣଜ୍ଵରରେ ଏହାର କ୍ଵାଥରେ ଛୋଟ ପିପ୍ପଳୀ କିମ୍ବା ମହୁ ମିଶାଇ ସେବନ କରାଯାଏ ।
ଏହାଦ୍ଵାରା ଜ୍ଵର, କଫ ପ୍ଳୀହୀ ବୃଦ୍ଧି ଏବଂ ଅରୁଚି ଆଦି ବିକାର ଦୂର ହୋଇଥାଏ ।
ପ୍ରମେହ ଓ ମୁତ୍ର ରୋଗରେ ଏହାର ସ୍ବରାସ ପ୍ରୟୋଗ କରାଯାଏ ।
ବିଡଙ୍ଗ
ଏହା ଏକ ଉତ୍ତମ କୃତିଘ୍ନ, ବା କୀଟନାଶକ , ରକ୍ତଶୋଧକ , ବାତହର ଏବଂ ରସାୟନ ଗୁଣଯୁକ୍ତ ବନୌଷଧି ଅଟେ ।
ମୁଖ୍ୟତଃ ସ୍ପୀତକୃମି ପାଇଁ ଏହା ଅତ୍ୟୁତ୍ତମ ଔଷଧ ଅଟେ ।
ଛୋଟ ପିଲାଙ୍କ ସମସ୍ତ ରୋଗ ପାଇଁ ଏହା ଉତ୍ତମ ଔଷଧ ଅଟେ ।
ବିଶେଷତଃ ଆଧ୍ୟାନ ବା ପେଟ ଗ୍ୟାସ ହେଲେ ଶୂଳ ବା ପେଟଯନ୍ତ୍ରଣା , କୁପଚନ ଏବଂ ଅଗ୍ନିମାଦ୍ୟ ପ୍ରଭୃତି ରୋଗରେ ଦୁଗ୍ଧରେ ଏହାକୁ ସିଝାଇ ସେହି ଦୁଗ୍ଧକୁ ରୋଗୀକୁ ପିଆଇଲେ ଉପରୋକ୍ତ ସମସ୍ୟା ଦୂର ହୋଇଥାଏ ।
ଗୁଣ୍ଡାମାଳା ରୋଗରେ ବାଇବିଡଙ୍ଗକୁ ଗୁଗୁଳ, ଶଙ୍ଖଭସ୍ମ ମହୁ ତଥା ଘିଅ ସହିତ ଦେଲେ ବିଶେଷ ଉପଶମ ମିଳେ ।
ଏହାଛଡା, ଜୈବିକ କୀଟନାଶକ ତଥା କପଡା ରଙ୍ଗ କରିବାରେ ମଧ୍ୟ ପ୍ରୟୋଗ କରାଯାଇଥାଏ ।
ମୁଖ୍ୟତଃ ଏହାର କୀଟନାଶକ ଓ ଗର୍ଭନିରୋଧକ ଉପଯୋଗୀତା ପାଇଁ ଏହାର କୃଷିକଣ ଚାହିଦା ସମ୍ଭାବନା ଯଥେଷ୍ଟ ଅଧିକ ଅଟେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment