Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
486c0136
Commit
486c0136
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
09f40964
Changes
1
Hide whitespace changes
Inline
Side-by-side
Showing
1 changed file
with
31 additions
and
0 deletions
+31
-0
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_29_mohfw_1_final
...lel_corpora/Odia_files/sent_odia_PIB_jan_29_mohfw_1_final
+31
-0
No files found.
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_29_mohfw_1_final
0 → 100644
View file @
486c0136
ଓଡ଼ିଶା ସମେତ ୫ ପୂର୍ବାଞ୍ଚଳ ରାଜ୍ୟରେ କୋଭିଡ ୧୯ ମୁକାବିଲା ସମୀକ୍ଷା କଲେ ଡକ୍ଟର ମନସୁଖ ମାଣ୍ଡଭିୟ
ବୈଠକରେ ଜନସ୍ୱାସ୍ଥ୍ୟ ମୁକାବିଲା ପ୍ରସ୍ତୁତି ଏବଂ ଜାତୀୟ କୋଭିଡ ୧୯ ଟିକାକରଣ ଅଗ୍ରଗତି ସମୀକ୍ଷା କୋଭିଡ ମୁକାବିଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଦାୟିତ୍ୱ ଏବଂ ପ୍ରୟାସ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ମହାମାରୀ ତଥାପି ଯାଇନାହିଁ; ଆମକୁ ସତର୍କ ରହିବାକୁ ହେବ ଓ ମୁକାବିଲାକୁ ସୁଦୃଢ଼ ରଖିବାକୁ ହେବ
ଇସିଆରପି-୨ ପାଣ୍ଠି ବିନିଯୋଗ, ୧୫-୧୭ ବୟସ୍କଙ୍କ ଟିକାକରଣ ତ୍ୱରାନ୍ବିତ କରିବା, ନମୁନା ପରୀକ୍ଷା ବୃଦ୍ଧି, ଚିକିତ୍ସା ଭିତ୍ତିଭୂମି ବଢ଼ାଇବା ସହିତ ଟେଲି-ଚିକିତ୍ସା ଉପରେ ଗୁରୁତ୍ୱାରୋପ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜ୍ୟମାନଙ୍କର ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସୂଚନା କମିଶନରମାନଙ୍କ ସହିତ ଆଲୋଚନା କରିଥିଲେ , ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବମାନେ ଅଂଶଗ୍ରହଣ କରିଥିଲେ ।
COVID-19 ର ନିରାକରଣ ଏବଂ ପରିଚାଳନା ତଥା ଜାତୀୟ COVID-19 ପ୍ରତିରକ୍ଷା ଅଭିଯାନର ଅଗ୍ରଗତି ପାଇଁ ଜନସ୍ୱାସ୍ଥ୍ୟ ପ୍ରସ୍ତୁତି ସମୀକ୍ଷା କରିବାକୁ ଏହି ଭର୍ଚୁଆଲ୍ ମିଟିଂ ଆୟୋଜିତ ହୋଇଥିଲା |
ଏହି ଅବସରରେ ଡକ୍ଟର ମାଣ୍ଡଭିୟ କହିଥିଲେ ଯେ କୋଭିଡ ମହାମାରୀ ମୁକାବିଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱ ଏବଂ ପ୍ରୟାସ ।ସହଯୋଗୀ ଭାବନା ନେଇ ସମସ୍ତେ ଏହି ଜନସ୍ୱାସ୍ଥ୍ୟ ଆହ୍ବାନର ମୁକାବିଲା କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଏହି ଭର୍ଚୁଆଲ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଏବଂ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା, ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ ସିଂ ଦେଓ ଏବଂ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମଙ୍ଗଲ ପାଣ୍ଡେ ଅଂଶଗ୍ରହଣ କରିଥିଲେ ।
କୋଭିଡ ମହାମାରୀ ପରିଚାଳନା ପାଇଁ ଭାରତ ସରକାରଙ୍କ ନିରନ୍ତର ସହାୟତା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ସର୍ବସମ୍ମତି କ୍ରମେ ଧନ୍ୟବାଦ ଅର୍ପଣ କରିଥିଲେ ।
ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଯେତେ କୋଭିଡ ଭାରିଏଣ୍ଟ ଆସୁ ପଛେ, ‘ନମୁନା ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାର’ ଏବେ ବି କୋଭିଡ ମୁକାବିଲା ପାଇଁ ସବୁଠୁ ପ୍ରାମାଣିକ ରଣନୀତି ହୋଇ ରହିଛି ।
ଗତ ଦୁଇ ସପ୍ତାହ ମଧ୍ୟରେ ଅଧିକାଂଶ ରାଜ୍ୟରେ ସକ୍ରିୟ ସଂକ୍ରମିତ ଏବଂ ପଜିଟିଭିଟି ହାର ହ୍ରାସ ପାଇଛି କିନ୍ତୁ ଆମକୁ ସତର୍କ ରହିବାକୁ ହେବ ଏବଂ ମୁକାବିଲାକୁ ସୁଦୃଢ଼ ରଖିବାକୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ।
ଅଧିକାଂଶ ରାଜ୍ୟରେ କମ୍ ସଂଖ୍ୟକ ଆରଟିପିସିଆର ପରୀକ୍ଷା ଚାଲିଥିବାରୁ ଡକ୍ଟର ମାଣ୍ଡଭିଆ ପ୍ରତିଦିନ ସଂକ୍ରମଣର ହାର ଉପରେ ନଜର ରଖିବାକୁ ଏବଂ ଆରଟି-ପିସିଆର ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା କୁ ଅନୁରୋଧ କରିଛନ୍ତି।
ହସ୍ପିଟାଲରେ ଭର୍ତ୍ତି ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ ।
ସେ କହିଥିଲେ ଯେ, ରାଜ୍ୟ ସ୍ତରରେ କେତେଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ମୃତ୍ୟୁବରଣ କରିଛନ୍ତି, ଭେଣ୍ଟିଲେଟର ଏବଂ ଅକ୍ସିଜେନ୍ ସହାୟତାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଟିକା ନେଇଥିବା ଏବଂ ନେଇନଥିବା ଲୋକଙ୍କ ସଂଖ୍ୟା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରି ।
ଇସିଆରପି-୨ ପାଣ୍ଠିକୁ ପ୍ରଭାବୀ ଢଙ୍ଗରେ ତଥା ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରି ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଆବଶ୍ୟକତା ଅନୁଯାୟୀ ନୂଆ ଭିତ୍ତିଭୂମି ସୃଷ୍ଟି କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କ ଆଗରେ ଦୋହରାଇଥିଲେ ।
ବର୍ତ୍ତମାନ ଆବଣ୍ଟିତ ଇସିଆରପି-୨ ପାଣ୍ଠି ୩୧ ମାର୍ଚ୍ଚ ୨୦୨୨ରେ ଶେଷ ହେଉଥିବାରୁ ନିୟମିତ ବ୍ୟବଧାନରେ ଏହାର ଖର୍ଚ୍ଚ ସମୀକ୍ଷା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ପାଣ୍ଠି ସମ୍ପୂର୍ଣ୍ଣ ବିନିଯୋଗ ହେଲେ କେବଳ ବର୍ତ୍ତମାନର ମହାମାରୀ ସମୟରେ ନୁହେଁ ବରଂ ଭବିଷ୍ୟତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆବଶ୍ୟକତାକୁ ମଧ୍ୟ ପୂରଣ କରିବ ।
ପିଏସଏ ପ୍ଲାଣ୍ଟ, ଏଲଏମଓ ଷ୍ଟୋରେଜ୍ ଟ୍ୟାଙ୍କ ଏବଂ ଏମଜିପିଏସ ସଂଯୋଗ ଏବଂ ସଞ୍ଚାଳନ କାର୍ଯ୍ୟ ତୁରନ୍ତ ସାରିବାକୁ ସେ ପରାମର୍ଶ ଦେଇଥିଲେ ।
ମହାମାରୀ ମୁକାବିଲାରେ ଟିକାକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି
ଡକ୍ଟର ମାଣ୍ଡଭିୟ ସମସ୍ତ ଯୋଗ୍ୟ ଜନସଂଖ୍ୟା, ବିଶେଷ କରି ୧୫-୧୭ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଏବଂ ଦ୍ବିତୀୟ ଡୋଜ୍ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।
ଇ-ସଞ୍ଜିବନୀ ଭଳି ପ୍ଲାଟଫର୍ମର ଉପଯୋଗ କରି ଟେଲି ପରାମର୍ଶ ସେବାର ଅଧିକ ଲାଭ ନେବା ପାଇଁ ଡକ୍ଟର ମାଣ୍ଡଭିୟ ପରାମର୍ଶ ଦେଇଥିଲେ ।
ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳରେ ଏକ ଟେଲି ପରାମର୍ଶ କେନ୍ଦ୍ର ପ୍ରତିଷ୍ଠା କରିବା ଏବଂ ସମସ୍ତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ର ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ଲାଗି ସେ ପରାମର୍ଶ ଦେଇଥିଲେ ।
ଏହା ଦେଶର ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧତା ବଢ଼ାଇବା ସହିତ ଅପହଞ୍ଚ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବ ।
କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ହସ୍ପିଟାଲ ଭିତ୍ତିଭୂମି ବଢ଼ାଇବା, ପରୀକ୍ଷା ବଢ଼ାଇବା, ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବା, ଲୋକମାନଙ୍କ ମଧ୍ୟରେ କୋଭିଡ ଉପଯୁକ୍ତ ବ୍ୟବହାର ବଢ଼ାଇବା ନେଇ ଆଲୋଚନା ହୋଇଥିଲା ।
ରାଜ୍ୟମାନେ ଏହି ସମୀକ୍ଷା ବୈଠକରେ ସେମାନଙ୍କର ଶ୍ରେଷ୍ଠ ବିଧି ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ଟିକାକରଣ ପାଇଁ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ଝାଡ଼ଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା ।
ପଜିଟିଭ୍ ଚିହ୍ନଟ ହେଉଥିବା ଲୋକଙ୍କ ମଧ୍ୟରେ ଟିକା ନେଉଥିବା ଏବଂ ନେଉନଥିବା ଲୋକମାନଙ୍କର ସଠିକ୍ ବିଶ୍ଳେଷଣ କରାଯାଉଥିବା ଛତିଶଗଡ଼ ପକ୍ଷରୁ ଉଲ୍ଲେଖ କରାଯାଇଥିଲା ।
ଗୃହ ସଙ୍ଗରୋଧରେ ରହୁଥିବା ଲୋକମାନଙ୍କୁ ସ୍ପିଡ୍ ପୋଷ୍ଟ ଜରିଆରେ ମେଡ଼ିସିନ ଯୋଗାଇ ଦିଆଯାଉଥିବା ବିହାର ପକ୍ଷରୁ ସୂଚନା ଦିଆଯାଇଥିଲା
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍ନାନୀ, ନୂଆଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ଲବ ଅଗ୍ରୱାଲ, ଏନସିଡିଟି ନିର୍ଦ୍ଦେଶକ ଡକ୍ଟର ସୁଜିତ କୁମାର ସିଂ ଏବଂ ରାଜ୍ୟମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment