Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
4dce7a75
Commit
4dce7a75
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
323d8180
Changes
1
Hide whitespace changes
Inline
Side-by-side
Showing
1 changed file
with
123 additions
and
0 deletions
+123
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia167.txt
...gual-corpora/vikaspedia.in/vikashpedia_health_odia167.txt
+123
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia167.txt
0 → 100644
View file @
4dce7a75
ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତି
ମୁଖ୍ୟ ସନ୍ଦେଶ
ପ୍ରାକୃତିକ ବିପର୍ଯ୍ୟୟ ଓ ଆପଦକାଳୀନ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହୋଇପଡନ୍ତି ଓ ମାନସିକ ଆଘାତ ପାଆନ୍ତି ।
ତେଣୁ ତାଙ୍କର ସ୍ଵତନ୍ତ୍ର ଯତ୍ନ ଓ ତାଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
ହିସାବରୁ ଜଣାଯାଇଛି ଯେ ପୃଥିବୀରେ ୨.୭ କୋଟି ଶରଣାର୍ଥୀ ଓ ୩ କୋଟି ବିସ୍ଥାପିତ ଲୋକ ଅଛନ୍ତି ।
ଏମାନଙ୍କ ଭିତରୁ ଶତକଡା ୮୦ ଭାଗ ହେଉଛନ୍ତି ମହିଳା ଓ ଶିଶୁ ।
୧୯୯୦ ରୁ ୧୯୯୯ ମସିହା ଭିତରେ ପ୍ରାୟ ଦୁଇ ଶହ କୋଟି ଲୋକ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟରେ ଗରିବ ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥା’ନ୍ତି ।
ଏଥିରେ ହେଉଥିବା ମୃତ୍ୟୁର ପ୍ରାୟ ୯୦ ଭାଗ କେବଳ ବିକାଶମୁଖୀ ଦେଶମାନଙ୍କରେ ହୋଇଥାଏ ।
ସାରା ପୃଥିବୀରେ ଗତ ଦଶ ବର୍ଷ ଭିତରେ ବିଭିନ୍ନ ବିବାଦରୁ ପ୍ରାୟ ୯୦ ଲକ୍ଷ ପିଲା ମରିଛନ୍ତି , ଆଘାତ ପାଇଛନ୍ତି , ଅନାଥବା ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି ।
ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର
୧. ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ଶିଶୁମାନଙ୍କୁ ଆବଶ୍ୟକ ସ୍ଵାସ୍ଥ୍ୟସେବା , ମିଳିମିଳା ଟିକା ଏବଂ ଯଥେଷ୍ଟ ଖାଦ୍ୟ ଦେବା ଜରୁରୀ ।
୨. ଜରୁରୀ ପରିସ୍ଥିତି ସମୟରେ ମା’କ୍ଷୀର ଖୁଆଇବା ବିଶେଷ ଦରକାର ।
୩. ଯୁଦ୍ଧ ବା ବିପର୍ଯ୍ୟୟ ସମୟରେ ଶିଶୁମାନେ ତାଙ୍କ ବାପା ମା’ ଓ ପରିବାରର ଅନ୍ୟ ଲୋକଙ୍କ ଯତ୍ନରେ ରହିବା ଉଚିତ ।
ତାହେଲେ ସେମାନେ ନିଜକୁ ବେଶୀ ସୁରକ୍ଷିତ ମନେ କରିବେ ।
୪. ଘରେ ଝଗଡା ହେଲେ , ଯୁଦ୍ଧ ବା ସେହିଭଳି ବିପର୍ଯ୍ୟୟ ସମୟ ଆସିଲେ ଶିଶୁ ଡରିଯାଏ ଓ ରାଗିଯାଏ ।
ଏଭଳି ଘଟଣା ଘଟିଲେ ଶିଶୁମାନଙ୍କର ସ୍ଵତନ୍ତ୍ର ଯତ୍ନ ଓ ଅଧିକ ସ୍ନେହ ଦରକାର ହୁଏ ।
ତାଙ୍କର ମନକଥା ଓ ଅନୁଭୂତି ଖୋଲି କହିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ଦରକାର ।
୫. ଲ୍ୟାଣ୍ଡମାଇନ ଓ ଅଫୁଟା ଗୋଳା ଖୁବ୍ ବିପଦଜନକ ।
ସେସବୁକୁ ଛୁଇଁବା ବା ତା’ ଉପରେ ଗୋଡ ପକାଇବା ଉଚିତ ନୁହେଁ ।
ପିଲାମାନେ ଖେଳିବା ପାଇଁ ସୁରକ୍ଷିତ ଜାଗା ଛାଡିଦେବା ଦରକାର ।
କିଛି ଅଜଣା ଜିନିଷ ନଛୁଇଁବା ପାଇଁ ତାଙ୍କୁ ବୁଝାଇଦେବା ଉଚିତ ।
ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ଶିଶୁମାନଙ୍କୁ ଆବଶ୍ୟକ ସ୍ଵାସ୍ଥ୍ୟସେବା
ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ଶିଶୁମାନଙ୍କୁ ଆବଶ୍ୟକ ସ୍ଵାସ୍ଥ୍ୟସେବା , ମିଳିମିଳା ଟିକା ଏବଂ ଯଥେଷ୍ଟ ଖାଦ୍ୟ ଦେବା ଜରୁରୀ ।
ବହୁତ ଲୋକ ଏକାଠି ରହୁଥିଲେ ରୋଗ ଶୀଘ୍ର ବ୍ୟାପିଯାଏ ।
ତେଣୁ ଖୁନ୍ଦାଖୁନ୍ଦି ହୋଇ ରହୁଥିବା ଶରଣାର୍ଥୀ ଶିବିର ବା ବିପର୍ଯ୍ୟୟ ଆଶ୍ରୟସ୍ଥଳକୁ ଆସିବା ମାତ୍ରେ ଶିଶୁକୁ ପ୍ରତିଷେଧକ ଟିକା ବିଶେଷ କରି ମିଳିମିଳା ପାଇଁ ଟିକା ଦେବା ଜରୁରୀ ।
ଏମାନଙ୍କୁ ଅଧିକ ଜୀବସାର କ ମଧ୍ୟ ଦେବା ଜରୁରୀ ।
ଜରୁରୀ ପରିସ୍ଥିତିରେ ସବୁ ପ୍ରକାରର ପ୍ରତିଷେଧକ ଟିକା ଦେବା ପାଇଁ ସିରିଞ୍ଜ ମାତ୍ର ଥରେ ବ୍ୟବହାର କରିବା ଉଚିତ ।
ମନ୍ଦପୁଷ୍ଟ ବା ଅସ୍ଵାସ୍ଥ୍ୟକର ପରିବେଶରେ ରହୁଥିବା ଶିଶୁ ପାଇଁ ମିଳିମିଳା ବହୁତ ବିପଦଜନକ ହୋଇପାରେ ।
ମିଳିମିଳା ବହୁତ ଶୀଘ୍ର ବ୍ୟାପିଯାଏ ।
ତେଣୁ ମିଳିମିଳା ହୋଇଥିବା ଶିଶୁ ଅନ୍ୟ ଶିଶୁଙ୍କଠାରୁ ଅଲଗା ରହିବା ଉଚିତ ।
ତାକୁ ଜଣେ ସ୍ୱାସ୍ଥ୍ୟକର୍ମୀ ପରୀକ୍ଷା କରିବା ଓ ଅଧିକା ଜୀବସାର କ ଦେବା ଦରକାର ।
ଅଧିକାଂଶ ସମୟରେ ମିଳିମିଳାରୁ ତରଳ ଝାଡା ହୋଇଥାଏ ।
ମିଳିମିଳା ପାଇଁ ପ୍ରତିଷେଧକ ଟିକା ଦେଲେ ତରଳ ଝାଡା ଓ ଫୁସ୍ ଫୁସ୍ ପ୍ରଦାହ ହୋଇନଥାଏ ।
ଯଦି କୌଣସି କାରଣରୁ ଶିଶୁ ପ୍ରଥମ ବର୍ଷ ଭିତରେ ସବୁ ପ୍ରକାରର ଟିକା ନେଇନଥାଏ, ତେବେ ଯେତେ ଶୀଘ୍ର ସମ୍ଭବ ତା’ର ପ୍ରତିରୋଧୀକରଣ ପୂରା କରିବା ଆବଶ୍ୟକ ।
ଜରୁରୀ ପରିସ୍ଥିତି ସମୟରେ ମା’କ୍ଷୀର ଖୁଆଇବା ବିଶେଷ ଦରକାର ।
ପରିବାରର ଅନ୍ୟମାନେ , ଅନ୍ୟ ମା’, ଜଣେ କୁଶଳୀ ସ୍ୱାସ୍ଥ୍ୟକର୍ମୀ କ୍ଷୀର ଖୁଆଉଥିବା ମା’କୁ ବହୁତ କଥା ବତାଇପାରିବେ ।
ପ୍ରଥମ ଛଅମାସ ଯାଏଁ କେବଳ ମା’କ୍ଷୀର ଏବଂ ଅନ୍ତତଃ ଦୁଇବର୍ଷ ବା ତା’ ପରଯାଏଁ ଅନ୍ୟ ଖାଦ୍ୟ ସହିତ କ୍ଷୀର ଦେବା ଜାରି ରଖିବାକୁ କହିପାରିବେ ।
ଛଅମାସର ହୋଇଗଲେ ଛୁଆକୁ ମା’କ୍ଷୀର ସହିତ ଅନ୍ୟ ଖାଦ୍ୟ ମଧ୍ୟ ଯଥେଷ୍ଟ ପରିମାଣର ଦେବା ଦରକାର ।
ମାନସିକ ଚାପରେ ଥିବା ମା’ଙ୍କୁ ବୁଝାଇବା ଦରକାର ଯେ ତାହା କ୍ଷୀର ଖୁଆଇବା ଉପରେ ପ୍ରଭାବ ପକାଏନାହିଁ ।
ଶିଶୁର ଅସୁସ୍ଥତା ଓ ମୃତ୍ୟୁ ନହେବା ପାଇଁ ଛଅମାସ ଯାଏଁ କେବଳ ମା’କ୍ଷୀର ଦେବା ଜରୁରୀ ।
ଯଦି ଶିଶୁକୁ ଅନ୍ୟ ଖାଦ୍ୟ ଦେବା ଆବଶ୍ୟକ ହୁଏ ତେବେ ସ୍ଵାସ୍ଥ୍ୟକର ଭାବରେ ଖାଦ୍ୟ ତିଆରି ବିଷୟରେ ମା’ ବା ଯତ୍ନକାରୀଙ୍କୁ ପରାମର୍ଶ ଦେବା ଜରୁରୀ ।
କୃତିମ ଖାଦ୍ୟ ଖାଉଥିବା ଶିଶୁକୁ ଅଧିକ ଗେଲ କରିବା ଓ ଧରିବା ଦରକାର ।
ବୋତଲରୁ ଖାଉଥିବା ବେଳେ ସେମାନଙ୍କୁ କେବେ ବି ଏକା ଛାଡିବା କଥା ନୁହେଁ ।
କପ୍ ରେ ଖୁଆଇବା ଭଲ ।
ଯୁଦ୍ଧ ବା ବିପର୍ଯ୍ୟୟ ସମୟ
ଯୁଦ୍ଧ ବା ବିପର୍ଯ୍ୟୟ ସମୟରେ ଶିଶୁମାନେ ତାଙ୍କ ବାପା ମା’ ଓ ପରିବାରର ଅନ୍ୟ ଲୋକଙ୍କ ଯତ୍ନରେ ରହିବା ଉଚିତ ।
ତାହେଲେ ସେମାନେ ନିଜକୁ ବେଶୀ ସୁରକ୍ଷିତ ମନେ କରିବେ ।
ଜରୁରୀ ପରିସ୍ଥିତି ସମୟରେ ପିଲା ଯେପରି ସେମାନଙ୍କ ବାପା ମା’ ବା ଯତ୍ନକାରୀଙ୍କ ଠାରୁ ଅଲଗା ହୋଇନଯାଆନ୍ତି ତାହା ଦେଖିବା ସରକାର , ଅଧିକାରୀ , ଜାତିସଂଘ (ସରକାରଙ୍କ ଅନୁପସ୍ଥିତିରେ) ଙ୍କ ଦାୟିତ୍ଵ ହେବା ଉଚିତ ।
ଅଲଗା ହୋଇ ଯାଇଥିବା ପିଲାକୁ ସ୍ଵତନ୍ତ୍ର ଯତ୍ନ ଏବଂ ସୁରକ୍ଷା ଦେବା ସରକାର କିମ୍ବା ଅଧିକାରୀଙ୍କର ଦାୟିତ୍ଵ ହେବା ଉଚିତ ।
ପିଲାର ବାପା ମା’ ଓ ପରିବାର ଲୋକଙ୍କୁ ଖୋଜି ସେମାନଙ୍କୁ ପୁଣି ଏକାଠି କରିବା ମଧ୍ୟ ସରକାରଙ୍କ ଦାୟିତ୍ଵ ।
ଜରୁରୀ ପରିସ୍ଥିତି ସମୟରେ ପରିବାରଠାରୁ ଅଲଗା ହୋଇଯାଇଥିବା ପିଲାମାନଙ୍କର କିଛି ସମୟ ପାଇଁ ଯତ୍ନ ଆବଶ୍ୟକ ।
ପିଲା ପୁଣି ଥରେ ପରିବାର ଶହ ଏକାଠି ହେବା ବା ଗୋଟିଏ ପାଳକ ପରିବାର ପାଇବା ଯାଏଁ ଯେତେଦୂର ସମ୍ଭବ ଏହି ଅସ୍ଥାୟୀ ସହାୟତା ପିଲାର ନିଜ ଗୋଷ୍ଠୀର କୌଣସି ପରିବାର ଦ୍ଵାରା ହେବା ଉଚିତ ।
ଜରୁରୀ ପରିସ୍ଥିତିରେ ବାପା ମା’ଙ୍କଠାରୁ ଅଲଗା ହୋଇ ଯାଇଥିବା ପିଲାଙ୍କୁ ଅନାଥବୋଲି ଧରିନେବା ଉଚିତ ନୁହେଁ ବା ସେମାନଙ୍କୁ ପୋଷ୍ୟସନ୍ତାନ ଭାବରେ ଦେବା ଠିକ୍ ନୁହେଁ ।
ବାପାମା’ ବା ପରିବାରର ଅନ୍ୟ ଲୋକଙ୍କ ବିଷୟରେ ସଠିକ ଖବର ନପାଇବା ଯାଏଁ ଧରିନେବାକୁ ହେବ ଯେ ସେମାନଙ୍କ ପରିବାର ଲୋକ ବଞ୍ଚିଛନ୍ତି ।
ଯଦି ବାପାମା’ ବା ପାଖ ଲୋକ ଆଉ ମିଳିବେ ନାହିଁ ତେବେ ସବୁଠାରୁ ଭଲ ହେବ ଯଦି ପିଲାକୁ ତାଙ୍କ ନିଜ ପରିବାର ବା ଗୋଷ୍ଠୀ ଭିତରେ କେହି ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିନିଅନ୍ତି ।
ଏହା ସମ୍ଭବ ନହେଲେ ଯାଇ ଅନ୍ୟ ସଂସ୍କୃତିର ବା ଦେଶର ପରିବାର ତାକୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିବା କଥା ଚିନ୍ତା କରିବା ଦରକାର ।
ଆଉ ଗୋଟିଏ ପରିବାର ବା ଦେଶରେ ଯାଇ ଚାଲିବା ପିଲା ପାଇଁ ମାନସିକ ଚାପ ଆଣିଥାଏ ।
ଶରଣାର୍ଥୀ ପିଲାଙ୍କ ପାଇଁ ନୂଆ ଭାଷା ଓ ସଂସ୍କୃତି ଶିଖିବା ଆହୁରି ଅଧିକା ବୋଝ ହୋଇଥାଏ ।
ବିପର୍ଯ୍ୟୟ ସମୟ ଆସିଲେ ଶିଶୁ ଡରିଯାଏ ଓ ରାଗିଯାଏ
ଘରେ ଝଗଡା ହେଲେ , ଯୁଦ୍ଧ ବା ସେହିଭଳି ବିପର୍ଯ୍ୟୟ ସମୟ ଆସିଲେ ଶିଶୁ ଡରିଯାଏ ଓ ରାଗିଯାଏ ।
ଏଭଳି ଘଟଣା ଘଟିଲେ ଶିଶୁମାନଙ୍କର ସ୍ଵତନ୍ତ୍ର ଯତ୍ନ ଓ ଅଧିକ ସ୍ନେହ ଦରକାର ହୁଏ ।
ତାଙ୍କର ମନକଥା ଓ ଅନୁଭୂତି ଖୋଲି କହିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ଦରକାର ।
ଯେତେବେଳେ ପରିଚିତ ଲୋକ , ଘରଦ୍ଵାର , ଜିନିଷପତ୍ର ହଜିଯାଏ ଏବଂ ବଡମାନେ ବହୁତ ଉଦାସ ହୋଇଯାଆନ୍ତି ବା ଅନ୍ୟମନସ୍କ ରହନ୍ତି , ସେତେବେଳେ ପିଲାମାନେ ଖୁବ୍ ଡଋଯାଆନ୍ତି ଓ ନିଜକୁ ଅବହେଳିତ ମନେକରନ୍ତି ।
ସଙ୍କଟରେ ବା ଜରୁରୀକାଳିନ ପରିସ୍ଥିତିରେ ବାପାମା’ଙ୍କ ପକ୍ଷରେ ପିଲାଙ୍କୁ ଧ୍ୟାନ ଓ ସୁରକ୍ଷା ଦେବା କଷ୍ଟର କଥା ହୋଇପଡେ ।
କଷ୍ଟଦାୟକ ଓ ହିଂସାତ୍ମକ ଅନୁଭୂତି ପରେ ପିଲାର ମାନସିକ ଉଦ୍ ବେଗ ବା ଅସ୍ଵାଭାବିକ ଚାଲିଚଳଣ ଦେଖାଯାଏ ।
କିଛି ପିଲା ଚୁପ ହୋଇଯାଆନ୍ତି , ଆଉ କିଛି ପିଲା ଉଗ୍ର ହୋଇଯାଆନ୍ତି ।
କିଛି ପିଲାଙ୍କର ଡର ନଯାଇଥିଲେ ବି ସେମାନେ ପରିସ୍ଥିତି ଶହ ଖାପ ଖୁଆଇ ପାରିଛନ୍ତି ବୋଲି ଦେଖାନ୍ତି ।
ଅନେକ ଦିନ ଧରି ହିଂସାତ୍ମକ ପରିସ୍ଥିତି ଲାଗିରହିଲେ ପିଲାମାନେ ସେଥିରେ ଅଭ୍ୟସ୍ତ ହୋଇଯାଆନ୍ତି ।
ତଥାପି ଏହା ପିଲାଙ୍କୁ ବହୁତ ବାଧେ ।
ସେମାନଙ୍କ ମନକଥା ବୁଝିବା ପାଇଁ କେହି ନମିଳିଲେ ସେମାନେ ଆହୁରି ଅଧିକ ଉଦାସ ହୋଇଯାଆନ୍ତି ।
ନିୟମିତ କାର୍ଯ୍ୟକ୍ରମ - ସ୍କୁଲ ଯିବା , ସବୁଦିନ ଭଳି ସମୟରେ ଖାଇବା ଓ ଶୋଇବା - ଆଦି କରିବା ଦ୍ଵାରା ପିଲା ନିଜକୁ ସୁରକ୍ଷିତ ମନେକରେ ।
କିଛି ମଜା କାମ କରିବା ଦ୍ଵାରା ପିଲାର ମାନସିକ ଚାପ କମିଥାଏ ।
ଖେଳ , ଅନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଶିବିର ଭିତରେ ସୁବିଧା ଜାଗା ଓ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ।
ଚିତ୍ର ଆଙ୍କିବା , କଣ୍ଢେଇ ଶହ ଖେଳିବା ଦ୍ଵାରା ପିଲା ତା’ର ମନର ଆବେଗକୁ ପ୍ରକାଶ କରିଥାଏ ଓ ପରିସ୍ଥିତିକୁ ଗ୍ରହଣ କରିଥାଏ ।
ଏଭଳି ପରିସ୍ଥିତି ବିଷୟରେ ସେ ନାଟକ କରେ ।
ଏହା ବହୁତ ସାଧାରଣ କଥା ଓ ଏହା ମାଧ୍ୟମରେ ସେ ଘଟଣାର ପ୍ରଭାବକୁ ଗ୍ରହଣ କରିପାରେ ।
ପିଲା ସେମାନଙ୍କ ଅସୁବିଧା ବିଷୟରେ କହିବା ଦରକାର ।
ସେମାନେ ନିଜକୁ ପ୍ରକାଶ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ , କିନ୍ତୁ ସେମାନଙ୍କୁ ବାଧ୍ୟ କରିବା ଉଚିତ ନୁହେଁ ।
ସେମାନେ କ’ଣ ଦେଖିଛନ୍ତି ଓ ଅନୁଭବ କରିଛନ୍ତି ସେ ବିଷୟରେ ଶୁଣିବା ଉଚିତ ।
ତିନିରୁ ଛଅ ବର୍ଷର ପିଲା କୌଣସି ଘଟଣା ପାଇଁ ନିଜକୁ ଦାୟୀ କରିପାରେ ।
ଏହି ଭାବନା ଯୋଗୁ ସେମାନେ ନିଜକୁ ଦୋଷୀ ମନେ କରିପାରନ୍ତି ।
ଏହି ପିଲାମାନଙ୍କ ପାଇଁ ଜଣେ ଯତ୍ନବାନ ବଡଲୋକର ସହାୟତା ଦରକାର ।
ପିଲାର ସବୁବେଳେ ଆଶ୍ଵାସନା ଦରକାର ।
ତାକୁ ଗାଳି ବା ଦଣ୍ଡ ଦେବା ଉଚିତ ନୁହେଁ ।
ଯଦି ପରିବାରର କେହି ବାହାରକୁ ଯିବାର ଥାଏ ତେବେ ପିଲାକୁ ଆଗରୁ କହିବା ଆବଶ୍ୟକ ।
ଲୋକ ଜଣକ କୁଆଡେ ଯାଉଛନ୍ତି , କେବେ ଫେରିବେ , ସେମାନେ ନଥିଲାବେଳେ ପିଲାର ଯତ୍ନ କିଏ ନେବେ ସେ ବିଷୟରେ ପିଲାକୁ କହିବା ଦରକାର ।
କିଶୋରମାନେ ଯୁଦ୍ଧ ଓ ଗଭୀର ଦୁଃଖଦାୟକ ପରିସ୍ଥିତି ବିଷୟରେ ବେଶ୍ କିଛି ବୁଝିପାରନ୍ତି ।
ସେଥିପାଇଁ ସେମାନେ ଛୋଟ ପିଲାଙ୍କ ଆପେକ୍ଷା ଅଧିକ ମାନସିକ ଚାପ ପାଇଥା’ନ୍ତି ଏବଂ ପରିସ୍ଥିତିକୁ ସମ୍ଭାଳି ପାରିଲେ ନାହିଁ ଭାବି ନିଜକୁ ଦୋଷ ଦିଅନ୍ତି ।
ସେମାନେ ପରିସ୍ଥିତିକୁ ସମ୍ଭାଳିଗଲା ଭଳି ଦେଖାଇଲେ ମଧ୍ୟ ଏଭଳି ଦୁଃଖଦାୟକ ପରିସ୍ଥିତିକୁ ସାମନା କରିବା ପାଇଁ ସେମାନଙ୍କର ମାନସିକ ପରିପକ୍ଵତା ନଥାଏ ।
ରାଗ ଓ ହତାଶାକୁ ସାମନା କରିବା ପାଇଁ ବେଳେ ବେଳେ ସେମାନେ ସେମାନେ ଉଗ୍ର ହୋଇଯାଆନ୍ତି ।
ସେମାନେ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ , ନିଶାଦ୍ରବ୍ୟ ସେବନ ବା ଚୋରୀ କରନ୍ତି ।
କିମ୍ବା ଚୁପଚାପ ଓ ଭୟାଳୁ ହୋଇଯାଆନ୍ତି ଏବଂ ଦୁଃଖଦ ଅନୁଭୂତି ଆସିବା ବୋଲି ଆଶଙ୍କା କରନ୍ତି ।
ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଗୋଷ୍ଠୀର କୌଣସି କାମରେ ଲଗାଇଲେ ତାହା ବହୁତ ଫଳପ୍ରଦ ହୋଇଥାଏ ।
କିଶୋରମାନେ ପରିବାର ଲୋକଙ୍କ ଉପରେ ବିଶ୍ଵାସ ହରାଇଲେ ତାଙ୍କ ପାଇଁ ସାଙ୍ଗସାଥି , ଶିକ୍ଷକ ଓ ଗୋଷ୍ଠୀର ଲୋକମାନେ ବିଶେଷ ସହାୟକ ହୋଇପାରନ୍ତି ।
ଏମାନେ ବିଶ୍ଵାସୀ ସାଥି ଓ ବଡଲୋକଙ୍କ ଆଗରେ ନିଜର ଅନୁଭୂତି କହିବା ପାଇଁ ଉତ୍ସାହିତ ହେବା ଜରୁରୀ ଏବଂ ଗୋଷ୍ଠୀର ଥଇଥାନ କାର୍ଯ୍ୟକ୍ରମରେ ଭାଗ ନେବା ଦରକାର ।
ପିଲାଙ୍କର ମାନସିକ ଉଦ୍ ବେଗ ଯଦି ବହୁତ ଅଧିକ ଥାଏ ଓ ଏହା ବହୁତ ଦିନ ଧରି ରହେ , ସେମାନଙ୍କ ପାଇଁ ପରାମର୍ଶଦାତାଙ୍କ ସହାୟତା ଆବଶ୍ୟକ ।
ଲ୍ୟାଣ୍ଡମାଇନ ଓ ଅଫୁଟା ଗୋଳା ଖୁବ୍ ବିପଦଜନକ
ସେସବୁକୁ ଛୁଇଁବା ବା ତା’ ଉପରେ ଗୋଡ ପକାଇବା ଉଚିତ ନୁହେଁ ।
ପିଲାମାନେ ଖେଳିବା ପାଇଁ ସୁରକ୍ଷିତ ଜାଗା ଛାଡିଦେବା ଦରକାର ।
କିଛି ଅଜଣା ଜିନିଷ ନଛୁଇଁବା ପାଇଁ ତାଙ୍କୁ ବୁଝାଇଦେବା ଉଚିତ ।
ଲ୍ୟାଣ୍ଡମାଇନ ବହୁତ ଆକାର , ପ୍ରକାର ଓ ରଙ୍ଗର ହୋଇଥାଏ ।
ଏଗୁଡିକ ମାଟି ତଳେ ପୋତା ହୋଇ ଥାଇପାରେ କିମ୍ବା ଘାସରେ , ଗଛରେ ବା ପାଣି ଭିତରେ ଲୁଚାଇ ରଖାଯାଇ ଥାଇପାରେ ।
ବର୍ଷା , ପାଣି , ପବନ ଆଦିର ପ୍ରଭାବରେ କଳଙ୍କି ଧରିଯାଇଥିବା ବୋମାଗୁଡିକୁ ଚିହ୍ନଟ କରିବା କଷ୍ଟ , କିନ୍ତୁ ସେଗୁଡିକ ସବୁବେଳେ ବିପଦଜନକ ।
ଲ୍ୟାଣ୍ଡମାଇନ ସାଧାରଣତଃ ଦେଖାଯାଏ ନାହିଁ ।
ତେଣୁ ସାମରିକ କ୍ରିୟାକଳାପ ଚାଲିଥିବା ଅଞ୍ଚଳ , ପରିତ୍ୟକ୍ତ ବା ଆରମା ଅଞ୍ଚଳରେ ଏହା ପ୍ରତି ଅଧିକ ସାବଧାନ ହେବା ଦରକାର ।
ବୋମା ଥିବା ଅଞ୍ଚଳକୁ ଖପୁରୀ ଓ ହାଡଛକି ଚିତ୍ର , ଦୁଇଟି ବାଡିକୁ ଛକି ରଖି ବା ଘାସରେ ଗଣ୍ଠି ପକାଇ ଚିହ୍ନଟ କରାଯାଇପାରେ ।
ଲ୍ୟାଣ୍ଡମାଇନ କିମ୍ବା ଫୁଟିନଥିବା ଗୁଳିଗୋଳା ଛୁଇଁବା ଉଚିତ ନୁହେଁ ।
ଏଥିରୁ ଅଧିକାଂଶ ମାଟିରେ ପଡିବା ମାତ୍ରେ ଫୁଟିବା କଥା , କିନ୍ତୁ ବେଳେ ବେଳେ କିଛି ଫୁଟି ନଥାଏ ।
ଏଗୁଡିକ ତଥାପି ବହୁତ ବିପଦଜନକ ।
ପଡିଆରେ ନିଆଁ ଲଗାଇଦେଲେ ବୋମା ଫୁଟିଯାଏ ନାହିଁ କିମ୍ବା ସେ ଅଞ୍ଚଳ ବିପଦମୁକ୍ତ ହୋଇଯାଏ ନାହିଁ ।
କିଛି ଲ୍ୟାଣ୍ଡମାଇନ ଉପରେ ଓଜନ ପଡିଲେ ଫୁଟେ , ଆଉ କିଛି ତାର ଟାଣି ହୋଇଗଲେ , ତାକୁ ଛୁଇଁଲେ ବା ଓଲଟାଇଲେ ଫୁଟେ ।
ସେଥିପାଇଁ ମାଟି ପାଖରେ ଝୁଲୁଥିବା କୌଣସି ତାର ମାଡିବା କଥା ନୁହେଁ , ତା’ ତଳେ ଲ୍ୟାଣ୍ଡମାଇନ ଥାଇପାରେ ।
ଯେଉଁଠି ଗୋଟିଏ ଲ୍ୟାଣ୍ଡମାଇନ ଥାଏ ତା’ ଆଖପାଖରେ ଆହୁରି କେତେ ଲ୍ୟାଣ୍ଡମାଇନ ଥିବାର ସମ୍ଭାବନା ବହୁତ ।
ଲ୍ୟାଣ୍ଡମାଇନ ଥିବାର ସୂଚନା ପାଇଲେ ଆଉ ଆଗକୁ ନଯାଇ ଯାଇଥିବା ବାଟରେ ହିଁ ଫେରିଆସିବା ଉଚିତ ।
ନଚେତ ସେଠାରେ ସ୍ଥିର ହୋଇ ଠିଆ ହୋଇ ସାହାଯ୍ୟ ପାଇଁ ଡାକିବା ଜରୁରୀ ।
ଲ୍ୟାଣ୍ଡମାଇନ ଦ୍ଵାରା ଆଘାତ ପାଇଲେ
ରକ୍ତ ବନ୍ଦ ହେବ ଯାଏଁ ରକ୍ତ ବୋହୁଥିବା ଜାଗାକୁ ଜୋରରେ ଚିପି ଧରନ୍ତୁ ।
ଯଦି ରକ୍ତ ବୋହିବା ନକମେ ତେବେ ଖଣ୍ଡିଆ ଜାଗା ଉପରକୁ ବା ତା’ ପାଖରେ ଗୋଟିଏ ଦଉଡି ଜୋରରେ ବାନ୍ଧିଦେଇ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେଇଯିବା ଜରୁରୀ ।
ଯଦି ଡାକ୍ତରଖାନା ନେବା ଘଣ୍ଟାକରୁ ଅଧିକ ଡେରି ହୁଏ ତେବେ ପ୍ରତି ଘଣ୍ଟାକରେ ଠାରେ ଦଉଡି ଖୋଲି ଦେଖିବା ଦରକାର ।
ରକ୍ତ ବୋହିବା ବନ୍ଦ ହୋଇଯାଇଥିଲେ ଦଉଡି ଖୋଲିଦିଅନ୍ତୁ ।
ଯଦି ପିଲାର ନିଶ୍ଵାସ ଚାଲୁଥାଏ କିନ୍ତୁ ସେ ଅଚେତ ଥାଏ ତେବେ ତାକୁ କଡେଇ ଶୁଆଇ ଦିଅନ୍ତୁ ଯେପରି ତା’ର ଜିଭ ନିଶ୍ଵାସ ନେବାରେ ବାଧା ନଆଣେ ।
ଅଞ୍ଚଳକୁ ନିରାପଦ କରିବା ପାଇଁ ଦକ୍ଷ ଓ ଅଭିଜ୍ଞ ଲିକଙ୍କ ଦ୍ଵାରା ରକ୍ତ ବୋହୁଥିବା ଜାଗାକୁ କାଢି ବାହାର କରିଦେବା ଜରୁରୀ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment