Commit 585073c1 authored by Nayan Ranjan Paul's avatar Nayan Ranjan Paul

Upload New File

parent 6043192b
ଏଚ୍ଆଇଭି ନିୟନ୍ତ୍ରଣର ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା
ଉପକ୍ରମ
ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଯାହା ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ରୋଗ ପ୍ରତିରୋଧକଶୀଳ ଜୀବକୋଷଙ୍କୁ ଅକାମୀ କିମ୍ବା ନିଷ୍ଟ କରିଦିଏ ।
ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି ।
ଏଚ.ଆଇ.ଭି. ଭୂତାଣୁ
ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଯାହା ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ରୋଗ ପ୍ରତିରୋଧକଶୀଳ ଜୀବକୋଷଙ୍କୁ ଅକାମୀ କିମ୍ବା ନିଷ୍ଟ କରିଦିଏ ।
ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷାକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି ।
ଏଚ.ଆଇ.ଭି. ପାଇଁ ଗବେଷଣା
ଇଂଲଣ୍ଡର ନର୍ଥ ୱେଷ୍ଟର୍ନ ମେଡିସିନ୍ ଆଣ୍ଡ୍ ଭ୍ୟାଣ୍ଡରବୋଲ୍ଟ ୟୁନିଭର୍ସିଟିର କେତେକ ବୈଜ୍ଞାନିକ ଏ ଦିଗରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଏହି ଭୂତାଣୁରୁ ଜୀବକୋଷରେ ଉପଲବ୍ଧ ଶର୍କରା ଉପାଦାନ ପ୍ରତି ପ୍ରବଳ ଆକର୍ଷଣ ରହିଛି ।
ଏହି ଭୂତାଣୁ ବ୍ୟକ୍ତି ଶରୀରର ଏକ ସକ୍ରିୟ ରୋଗ ପ୍ରତିରୋଧକଶୀଳ ଜୀବକୋଷକୁ ଆକ୍ରମଣ କଲେ ଏହା ଜୀବକୋଷର ମୁଖ୍ୟତଃ ଶର୍କରା ଓ ଅନ୍ୟ ପୋଷାକତତ୍ତ୍ଵକୁ ଆହରଣ କରି ନିଜର ପ୍ରତିଲିପିକରଣ ଓ ବଂଶବୃଦ୍ଧି କରିଥାଏ ।
ଗବେଷକମାନେ ଏବେ ଜୀବକୋଷର ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣର ମୂଳ ଉତ୍ସ କ’ଣ ଜାଣି ପାରିଛନ୍ତି ।
ସେମାନେ ଏକ ନୂତନ ପଦାର୍ଥ ପ୍ରୟୋଗ କରି ଜୀବକୋଷର ଏହି ଶର୍କରା ଓ ପୋଷକତତ୍ତ୍ଵ ଯୋଗାଣ ମୂଳ ଉତ୍ସକୁ ନିଷ୍କ୍ରିୟ କରିବାକୁ ସକ୍ଷମ ହୋଇଛନ୍ତି ।
ଏହାଦ୍ୱାରା ଭୂତାଣୁର ଖାଦ୍ୟ ଆହରଣ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହୋଇ ସେମାନଙ୍କ ମୃତ୍ୟୁ ଘଟୁଥିବାର ଲକ୍ଷ୍ୟ କରାଯାଇଛି ।
ଏଭଳି ପରିସ୍ଥିତିରେ ରୋଗୀ ଶରୀରରେ ଭୂତାଣୁର ପ୍ରତିଲିପିକରଣ ଦ୍ଵାରା ବଂଶବୃଦ୍ଧି ସମ୍ଭବ ହେଉ ନ ଥିବାରୁ ରୋଗ ଅଭିବୃଦ୍ଧିର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଛି ।
ଏଚ.ଆଇ.ଭି. ଭୂତାଣୁ ସାଧାରଣତଃ ମଣିଷ ଶରୀରର ସକ୍ରିୟ CD4+T’କୋଷ ଭଳି ରୋଗ ପ୍ରତିରୋଧକଶୀଳ ଜୀବକୋଷକୁ ଆକ୍ରମଣ କରି ବଂଶବିସ୍ତାର କରିଥାଏ ।
ଏହି ଜୀବକୋଷ ସବୁ ସକ୍ରିୟ ଥିବାରୁ ଅନୁପ୍ରବେଶକାରୀ ଭୂତାଣୁର ଉପସ୍ଥିତି ପ୍ରତି ପ୍ରତିକ୍ରିୟା ପ୍ରଦର୍ଶନ କରିଥାନ୍ତି ।
ଫଳରେ ଜୀବକୋଷର ଶର୍କରା ଓ ଅନ୍ୟ ମହର୍ତ୍ତ୍ଵ ପୂର୍ଣ୍ଣ ପୋଷାକତତ୍ତ୍ଵର ଯୋଗାଣର ମାତ୍ରା ଆଶାତୀତ ବୃଦ୍ଧିପାଏ ଯାହା ଉଭୟ ଜୀବକୋଷ ଓ ଭୂତାଣୁର ଅଭିବୃଦ୍ଧି ପାଇଁ ବ୍ୟବହୃତ ହୋଇଥାଏ ।
ଏହି ରୋଗ ପ୍ରତିରୋଧକଶୀଳ ଜୀବକୋଷଗୁଡିକରେ ଅଚାନକ ଶର୍କରା ଓ ମହତ୍ତ୍ଵପୂର୍ଣ୍ଣ ପୋଷାକତତ୍ତ୍ଵର ମାତ୍ର କାହିଁକି ବୃଦ୍ଧିପାଏ ଏପର୍ଯ୍ୟନ୍ତ ବୈଜ୍ଞାନିକଙ୍କ ନିକଟରେ ରହସ୍ୟମୟ ହୋଇ ରହିଥିଲା ।
ଏବେ ନର୍ଥ ୱେଷ୍ଟର୍ନ ମେଡ଼ିସିନ୍ ଆଣ୍ଡ୍ ଭ୍ୟାଣ୍ଡରବୋଲ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜାଣି ପାରିଛନ୍ତି ଯେ ଏଭଳି ପୋଷାକତତ୍ତ୍ଵର ମାତ୍ରାଧିକ ଉପସ୍ଥିତି ପାଇଁ ଜୀବକୋଷରେ ଥିବା ଏକ ଉପାଦାନ ଫସ୍ଫୋଲାଇଫେଜ୍(Phospholipase D1:PLD1) ଦାୟୀ ।
ସେମାନେ ପରୀକ୍ଷାମୂଳକ ଭାବେ ଏକ ଔଷଧ ପ୍ରୟୋଗ କରି ଏହି ପଦାର୍ଥର ଉତ୍ସକୁ ବନ୍ଦ କରିଦେବାକୁ ସକ୍ଷମ ହୋଇଛନ୍ତି ।
ଏହାଦ୍ୱାରା ଭୂତାଣୁର ଖାଦ୍ୟ ଯୋଗାଣ ପ୍ରକ୍ରିୟା ପ୍ରତିହତ ହୋଇ ସେମାନଙ୍କ ଅଭିବୃଦ୍ଧି ଓ ବଂଶ ବିସ୍ତାର ବାଧାପ୍ରାପ୍ତ ହେଉଥିବାର ଲକ୍ଷ୍ୟ କରାଯାଇଛି ।
ଏହି ପଦ୍ଧତି ମଧ୍ୟ ଶରୀରରେ ଭୂତାଣୁର ପ୍ରବେଶ ଦ୍ଵାରା ରୋଗପ୍ରତିରୋଧକଶୀଳ ଜୀବକୋଷଗୁଡିକର ଅସ୍ଵାଭାବିକ ଅଭିବୃଦ୍ଧିକୁ ପ୍ରତିହତ କରିବାକୁ ସକ୍ଷମ ହେଉଥିବା ଜଣାପଡିଛି ।
ଏବେ ବ୍ୟବହୃତ ଔଷଧସବୁ ଶରୀରରେ ରୋଗ ଅଭିବୃଦ୍ଧିକୁ ପ୍ରତିହତ କରିବାରେ ସକ୍ଷମ ହେଉଥିଲାବେଳେ ଭୂତାଣୁର ଅନୁପ୍ରଦେଶ ଦ୍ଵାରା ମାତ୍ରାଧିକ ସକ୍ରିୟତା ପ୍ରଦର୍ଶନ କରୁଥିବା ପ୍ରତିରୋଧକଶୀଳ କୋଷଗୁଡ଼ିକର ଅସ୍ଵାଭାବିକ ଅଭିବୃଦ୍ଧିକୁ ନିୟନ୍ତ୍ରଣାଧୀନ କରିବାକୁ ସକ୍ଷମ ହୋଇ ନ ଥାଏ ।
ଜୀବକୋଷର ଏଭଳି ଅନିୟନ୍ତ୍ରିତ ଅଭିବୃଦ୍ଧି ଦ୍ଵାରା ଏଚ.ଆଇ.ଭି. ଭୂତାଣୁ ସମ୍ପୂର୍ଣ୍ଣ ବିଲୁପ୍ତ ନ ହୋଇ ଶରୀର ମଧ୍ୟରେ ଜୀବନସାରା ରହିଯାଏ ।
ସୁତରାଂ ପାରମ୍ପରିକ ଔଷଧ ସେବନ ଫଳରେ ଶରୀରରେ ଏଚ.ଆଇ.ଭି. ଭୂତାଣୁର ନିୟନ୍ତ୍ରଣ ସତ୍ତ୍ୱେ ରୋଗୀ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ଫୁଲି ନଷ୍ଟ ହୋଇଯାଏ ।
ବୈଜ୍ଞାନିକଙ୍କ ଦ୍ଵାରା ବିକଶିତ ନୂତନ ଜ୍ଞାନକୌଶଳ ଶରୀରର ରୋଗ ପ୍ରତିରୋଧକଶୀଳ ଜୀବକୋଷର ଅଭିବୃଦ୍ଧି ହାରକୁ ନିୟନ୍ତ୍ରଣାଧୀନ କରୁଥିବାରୁ ଅଙ୍ଗପ୍ରତ୍ୟଙ୍ଗ ଅସ୍ଵାଭାବିକ ଫୁଲା ତଥା ତଜ୍ଜନିତ ଶରୀର ମଧ୍ୟରେ ଭୂତାଣୁର ଦୀର୍ଘଦିନ ସଂକ୍ରମଣ ପ୍ରକ୍ରିୟାକୁ ପ୍ରତିହତ କରିବ ବୋଲି ଆଶା କରାଯାଏ ।
ଏହି ବ୍ୟବସ୍ଥା ମଧ୍ୟ ଆଗାମୀ ଦିନରେ ପାରମ୍ପରିକ ଔଷଧସବୁ ସହ ମିଶି ଶରୀରରେ ପ୍ରତିରୋଧକଶୀଳହୀନତା ଜନିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଏକ ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା ରୂପେ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment