Commit 6660f5bd authored by Nayan Ranjan Paul's avatar Nayan Ranjan Paul

Upload New File

No related merge requests found
ଭାରତ ନବଜାତକ ଆକ୍ସନ ପ୍ଲାନ
ଲକ୍ଷ୍ୟ
ଭାରତ ନବଜାତକ ଆକ୍ସନ ପ୍ଲାନର ନିର୍ଦ୍ଧିଷ୍ଟ ଯୋଜନା
ପ୍ୟାକେଜ ୧ - ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥା ସମୟର ଯତ୍ନ
ପ୍ୟାକେଜ ୨ – ପ୍ରସବ ସମୟରେ ଏବଂ ଶିଶୁ ଜନ୍ମ ପରର ଯତ୍ନ
ପ୍ୟାକେଜ ୩ – ନବଜାତକର ତୁରନ୍ତ ଯତ୍ନ
ପ୍ୟାକେଜ ୪ – ନବଜାତକ ସ୍ୱାସ୍ଥ୍ୟର ଯତ୍ନ
ପ୍ୟାକେଜ ୫ – ଛୋଟ ଏବଂ ରୋଗିଣା ଶିଶୁଙ୍କର ଯତ୍ନ
ପ୍ୟାକେଜ ୬ – ଜୀବିତ ନବଜାତକର ଯତ୍ନ
ସେପ୍ଟେମ୍ବର ୨୦୧୪ ମସିହାରେ ଭାରତ ନବଜାତକ ଆକ୍ସନ ପ୍ଲାନକୁ ସାର୍ବଜନୀନ କରାଯାଇଥିଲା ।
ନବଜାତକ, ମୃତ ଶିଶୁ ଜନ୍ମକୁ କମ କରିବା ପାଇଁ ଏହି ଆକ୍ସନ ପ୍ଲାନର ଉଦ୍ଦେଶ୍ୟ ।
ଏହି ଯୋଜନା ଅନ୍ତର୍ଗତରେ ୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁର ହାର ଏକକ ସଂଖ୍ୟା ବିଶିଷ୍ଟଏବଂ ୨୦୩୦ ସୁଦ୍ଧା ମୃତ ଜାତର ହାର ଏକକ ସଂଖ୍ୟାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ବର୍ତ୍ତମାନ ବର୍ଷକୁ ୭.୪୭ ନବଜାତ ଶିଶୁଙ୍କର ମୃତ୍ୟୁ ହେଉଛି ।
ଏହାକୁ କମାଇ ୨.୨୮ ଲକ୍ଷରେ ପହଞ୍ଚାଇବାକୁ ସ୍ଥିର କରାଯାଇଛି ।
୬୭ ୱାର୍ଲ୍ଡ ହେଲଥ ଆସେମ୍ଲିରେ ଜୁନ ୨୦୧୪ରେ ENAP ( Every Newborn Actionplan)ର ଶୁଭାରମ୍ଭ ହୋଇଥିଲା ।
ଲକ୍ଷ୍ୟ
୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁ ସଂଖ୍ୟାକୁ ଏକକ ନମ୍ବରରେ ପହଞ୍ଚାଇବା ।
୨୦୩୫ ସୁଦ୍ଧା ଭାରତରେ ଏହା ପ୍ରତ୍ୟେକ ରାଜ୍ୟରେ କରାଯିବ ।
୨୦୩୦ ସୁଦ୍ଧା ମୃତଜାତ ଶିଶୁ ସଂଖ୍ୟାକୁ ଏକକ ନମ୍ବରରେ ପହଞ୍ଚାଇବା ଏବଂ ୨୦୩୫ ସୁଦ୍ଧା ଭାରତର ପ୍ରତ୍ୟେକ ରାଜ୍ୟରେ ଏହି ଲକ୍ଷ୍ୟ ସମ୍ପୂର୍ଣ୍ଣ କରାଯିବ ।
ଭାରତ ନବଜାତକ ଆକ୍ସନ ପ୍ଲାନର ନିର୍ଦ୍ଧିଷ୍ଟ ଯୋଜନା
ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧିନରେ ଶିଶୁ ବଞ୍ଚାଇବା ଏବଂ ବିକାଶ କରିବା ଚୁକ୍ତିକୁ ପାଳନ କରିବା ।
ଆନ୍ତର୍ଜାତୀୟ ନବଜାତ ଆକ୍ସନପ୍ଲାନରେ ଥିବା ଚୁକ୍ତି ଗୁଡିକ ଦେଶ ମାନେ ତାଙ୍କର ଆବଶ୍ୟକ ଅନୁଯାୟୀ ଗ୍ରହଣ କରିବେ ।
ଆନ୍ତର୍ଜାତୀୟ ଯୋଜନାରେ ନବଜାତକ ମୃତ୍ୟୁକୁ ଏକକ ସଂଖ୍ୟାକୁ ୨୦୩୦ ଆଣିବା ।
ମୃତଜାତକକୁ ସର୍ଭେ ପାଇଁ ଥିବା ତଦାରଖ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ।
ନବଜାତକ ମୃତ୍ୟୁକୁ ରୋକିବା ଏବଂ ଯତ୍ନର ଗୁଣବର୍ତ୍ତାର ଉନ୍ନତି ।
ଯେଉଁ ଶିଶୁ ମାନେ ସମୟ ପୂର୍ବରୁ ଜନ୍ମ ନେଇଥିବେ ।
ଓଜନ କମ ଥିବ କିମ୍ବା ରୋଗିଣା ଥିବେ ସେମାନଙ୍କର ଅଗ୍ରାଧିକାର ଭିତ୍ତିରେ ଯତ୍ନ ନିଆଯିବା ଆବଶ୍ୟକ, କାରଣ ନବଜାତକ ମୃତ୍ୟୁ ପାଇଁ ଏହି ସବୁ କାରଣ ମୁଖ୍ୟତଃ ଦାୟୀ ।
ଝିଅ କିମ୍ବା ପୁଅ, ଗାଁ କିମ୍ବା ସହର, ଧନୀ କିମ୍ବା ଗରିବ ଜିଲ୍ଲା କିମ୍ବା ରାଜ୍ୟ ଯାହାବି ହେଉ ସମସ୍ତଙ୍କୁ ନିରପେକ୍ଷ ଭାବରେ ସମସ୍ତ ସୁବିଧା ମିଳିବା ।
ବ୍ୟାଘାତର ଥିବା ୬ଟି ସ୍ତମ୍ଭ – ଗର୍ଭବସ୍ଥା ପୂର୍ବ ଯତ୍ନ ଓ ଗର୍ଭସମୟ ରେ ଯତ୍ନ, ପ୍ରସବ ସମୟର ଯତ୍ନ, ଜନ୍ମ ସାଙ୍ଗେ ସାଙ୍ଗେ ନବଜାତକ ଯତ୍ନ, ନବଜାତକର ସ୍ୱାସ୍ଥ୍ୟର ଯତ୍ନ, ଛୋଟ ଏବଂ ରୋଗୀଣା ନବଜାତକ ଯତ୍ନ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment