Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
71ca7ca2
Commit
71ca7ca2
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
9aae39c3
Changes
1
Show whitespace changes
Inline
Side-by-side
Showing
1 changed file
with
43 additions
and
0 deletions
+43
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia39.txt
...ngual-corpora/vikaspedia.in/vikashpedia_health_odia39.txt
+43
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia39.txt
0 → 100644
View file @
71ca7ca2
ଗଙ୍ଗଶିଉଳିର ଚମତ୍କାରୀ ଔଷଧୀୟ ଗୁଣ
ଗଙ୍ଗଶିଉଳୀ
ଗଙ୍ଗଶିଉଳୀ ବା ଶେଫାଳିକୁ ଇଂରାଜୀରେ ‘କୁଇନ୍ ଅଫ ନାଇଟ୍’ ବା କୋରାଲ ଜାସ୍ନିମ୍ ବା ସରୋପୁଲ୍ଟ୍ରି କହାଯାଏ;ଏବଂ ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍ଥେସ୍ ଆରବୋରଟ୍ରିସ୍ଟିସ୍ ।
ନିକ୍ଟାନ୍ଥେସ୍’ର ଅର୍ଥ ରାତିର ଫୁଲ ଓ ଆର୍ବୋରଟ୍ରିସ୍ଟିସ୍’ର ଅର୍ଥ ‘ଦୁଃଖ ଗଛ’ ।
ଓଡ଼ିଆରେ ଶୃଙ୍ଗାରହାର ବା ଶେଫାଳୀ କହୁଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ କୁହାଯାଏ ।
ଗଙ୍ଗଶିଉଳୀର ପତ୍ର ଗୁଡ଼ିକ ଖୁବ ପିତା l ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି ।
ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ ।
ଔଷଧିରେ କେବଳ ପତ୍ର ଫୁଲ ନୁହେଁ ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୁଏ ।
ଏହା କଟୁ, ରୁକ୍ଷ, ଉଷ୍ଣବୀର୍ଯ, କ୍ଷୟ ରୋଗ ନାଶକ ଏବଂ ବାୟୁ ନାଶକ ।
ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ ।
ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ ।
ହିନ୍ଦୁ ବିଶ୍ଵାସ ଅନୁଯାୟୀ ସ୍ଵର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ ।
କିମ୍ବଦନ୍ତୀ
‘ବିଷ୍ଣୁ ପୁରାଣ’ ବର୍ଣ୍ଣିତ କିମ୍ବଦନ୍ତୀ ଅନୁଯାୟୀ ଜଣେ ଅପୂର୍ବ ସୁନ୍ଦରୀ ରାଜ-କନ୍ୟା ସୂର୍ଯ୍ୟଦେବଙ୍କୁ ପ୍ରେମ ନିବେଦନ କଲେ ।
ସୂର୍ଯ୍ୟଦେବ ଦିନେ ତାଙ୍କୁ ଆଦର ସହକାରେ କହିଲେ ‘ତୁମେ ପ୍ରାସାଦ ଛାଡ଼ି ମୋପାଖକୁ ଚାଲିଆସ ।
’ ରାଜକନ୍ୟା ସୂର୍ଯ୍ୟଙ୍କ କଥା ମାନିଲେ ।
କିଛିଦିନ ପରେ ସୂର୍ଯ୍ୟଦେବ, ତାଙ୍କୁ ଛାଡ଼ିଦେଇ ନିଜଲୋକକୁ ଚାଲିଗଲେ ।
ରାଜକନ୍ୟା ଦୁଃଖରେ ମୃତ୍ୟୁବରଣ କଲେ ।
ତାଙ୍କୁ ଦାହକଲା ପରେ ତାଙ୍କ ଭସ୍ମରେ ଗୋଟିଏ ଗଛ ବଢ଼ିଲା ।
ତା’ଶାଖାପ୍ରଶାଖାରେ ସୁନ୍ଦର କମଳା ରଙ୍ଗର ଫୁଲ ଫୁଟିଲା ।
କିନ୍ତୁ ଏହି ଫୁଲ ସୂର୍ଯ୍ୟଙ୍କ ଉତ୍ତାପ ସହ୍ୟ କରିପାରେନାହିଁ ।
ସେଥି ପାଇଁ ସୂର୍ଯ୍ୟ ଆକାଶରୁ ଅପସରିଯିବା ପରେ ଏହି ଫୁଲ ଫୁଟେ ଓ ସକାଳୁ ସୂର୍ଯ୍ୟଙ୍କ କିରଣ ପଡ଼ିବା ପୂର୍ବରୁ ଝଡ଼ିଯାଏ ।
ଅନ୍ୟଏକ ଜନଶ୍ରୁତି ଅନୁଯାୟୀ ଗଙ୍ଗଶିଉଳି ଫୁଲର ସମ୍ଭାର ନେଇ ସୂର୍ଯ୍ୟଙ୍କ ସହିତ ଅଭିସାର ରଚିବାକୁ ପ୍ରତିରାତିରେ ପ୍ରତୀକ୍ଷା କରେ, ପରିଶେଷରେ ଧୈର୍ଯ୍ୟଚ୍ୟୁତି ଘଟେ ।
ସୂର୍ଯ୍ୟୋଦୟ ପୂର୍ବରୁ ଫୁଲଗୁଡ଼ିକ ଝରିପଡ଼େ ଏବଂ ପ୍ରତିଦିନ ଏହାର ପୁନରାବୃତ୍ତି ଘଟେ ।
ଔଷଧୀୟ ଗୁଣ
ମୁଣ୍ଡବିନ୍ଧା - ଯେ କୌଣସି ମୁଣ୍ଡବିନ୍ଧା ପାଇଁ ଗଙ୍ଗଶିଉଳୀର ୫/୬ଟି ଫୁଲ ଆଣି ହାତରେ ମକଚି ଶୁଙ୍ଘିଲେ ତତକ୍ଷଣାତ୍ ଉପସମ ମିଳେ l
ମ୍ୟାଲେରିଆ ଜ୍ଵର- ଗଙ୍ଗଶିଉଳୀପତ୍ରକୁ ସାତଟି ଗୋଲ ମରିଚସହ ବାଟି ମିଶ୍ରି ସର୍ବତ ସହିତ ସକାଳେ ଓ ସଂନ୍ଧ୍ୟାରେ ଖାଲି ପେଟରେ ପିଇଲେ ଭଲ ହୋଇଥାଏ l
ତା ବ୍ୟତୀତ ଟନସିଲ ବା ଗଳାରୋଗ, କାନରୋଗ, ସମସ୍ତପ୍ରକାର କୃମି, ଅଣ୍ଟା ଆଣ୍ଠୁ ବିନ୍ଧା ପାଇଁ, ଆମବାତ୍ତ,ଏସିଡିଟି ବା ଅମ୍ଳପିତ୍ତ, ତୁଣ୍ଡ ଘା ଓ ଅଜିର୍ଣ୍ଣ ରୋଗପାଇଁ ଗଙ୍ଗ ଶିଉଳୀ ବହୁତ ଉପଯୋଗୀ l
ଗଙ୍ଗଶିଉଳିକୁ ବନସ୍ପତି ଶାସ୍ତ୍ରରେ ନିକ୍ଟେନ୍ଥିସ୍ ଆର୍ଥିର୍ଟିସ ନାଁରେ ଜଣାଯାଏ ।
ସାଧାରଣ ଲୋକମାନଙ୍କ ମଧ୍ୟରେ ରାତିରରାଣୀ, ପାରିଜାତ, ନାଇଟ ଜସମିନ୍ ନାଁରେ ଜଣାଯାଉଥିବା ଗଙ୍ଗଶିଉଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ଔଷଧୀୟ ମଧ୍ୟ ।
ଏହାର ପତ୍ର, ଫୁଲଠୁ ଆରମ୍ଭ କରି ଛାଲ ପର୍ଯ୍ୟନ୍ତ ସବୁକିଛି ଚିକିତ୍ସକୀୟ ଗୁଣରେ ଭରପୂର ।
ଆସନ୍ତୁ ଜାଣିବା ଗଙ୍ଗଶିଉଳିର ଔଷଧୀୟ ଗୁଣ ବିଷୟରେ ।
ଜର ପାଇଁ ରାମବାଣ: ଜରକୁ ପ୍ରାକୃତିକ ଉପାୟରେ ଭଲ କରିବା ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ ।
ଗଙ୍ଗଶିଉଳି ପତ୍ରକୁ ବାଟି ଗରମ ପାଣିରେ ମିଶାଇ ପିଇଲେ ଚିକେନଗୁନିଆ, ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ଦୂର ହୋଇଥାଏ ।
ଘାଆ ଭଲ କରେ: ଗଙ୍ଗଶିଉଳିରେ ଘାଆକୁ ଭଲ କରିବାର କ୍ଷମତା ରହିଛି ।
ଏହାର ପତ୍ରକୁ ବାଟି ଘାଆ ଉପରେ ଲଗାଇଲେ ଏହା ଶୀଘ୍ର ସୁଖି ଯାଇଥାଏ ।
ପାଇଲ୍ସ ଉପଚାର: ପାଇଲ୍ସର ଉପଚାର ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ କାମକରେ ।
ପ୍ରତିଦିନ ଏହାର ମଞ୍ଜି ଖାଇବା ଦ୍ୱାରା ପାଇଲ୍ସ ରୋଗ ଠିକ୍ ହୋଇଥାଏ ।
କାଶ ଉପଚାର: ଗଙ୍ଗଶିଉଳି ପତ୍ର ବାଟି ସେଥିରେ ଟିକେ ମହୁ ମିଶାଇ ପିଇବା ଦ୍ୱାରା କାଶ ଭଲ ହୋଇଥାଏ ।
ଏହାକୁ ଆପଣ ଚା’ରେ ମଧ୍ୟ ପକାଇ ପିଇ ପାରିବେ ।
କୁଣ୍ଡାଇ ହେବାରୁ ମୁକ୍ତି: ଗଙ୍ଗଶିଉଳିରେ ଆଣ୍ଟି-ଇନଫ୍ଲେମେଷ୍ଟ୍ରି ଗୁଣ ରହିଛି ।
ଯାହା କୁଣ୍ଡାଇ ହେବାରୁ ମୁକ୍ତିଦିଏ ।
ଆୟୁର୍ବେଦିକ ଦୋକାନରେ ମିଳୁଥିବା ଗଙ୍ଗଶିଉଳି ଏସେନସିଆଲ ଅଏଲକୁ ଆଣି ଲଗାଇ ପାରିବେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment