Commit 8f8a72c4 authored by Nayan Ranjan Paul's avatar Nayan Ranjan Paul

Upload New File

parent 26267849
ଫଳ ପତ୍ର ଓ ଫୁଲର ଔଷଧୀୟ ଗୁଣ
ତୁଳସୀର ଉପକାରୀ ଗୁଣ
ତୁଳସୀ ଜୀବାଣୁ-ଭୁତାଣୁ ନାସକ ଉପାଦାନରେ ଭରପୁର୍ ।
ପ୍ରତିଦିନ ସକାଳୁ ଖାଲିପେଟରେ ତୁଲସୀପତ୍ର ଚୋବେଇଖାଇଲେ - ଥଣ୍ଡା, କାଶ, ମୁଣ୍ଡ ବଥା, ଗଳାଦରଜ, ଦାନ୍ତମାଢ଼ୀ ଓ ମୁଖଦୂର ଗନ୍ଧରୁ ମୁକ୍ତି ମୀଳେ ।
ତୁଳସୀପତ୍ର, ଅଦାରସ ଓ ମହୁ ମିଶାଇ ସେବନ କଲେ,ଶ୍ଵାସନଳୀ, ଗଳାସଂକ୍ରମଣ ଓ ଥଣ୍ଡା ରୁ ଉପସମ ମିଳେ ।
ଗଳା ପରିସ୍କାର ହୁଏ ।
ତୁଲସୀ ପତ୍ର ଓ ଗୁଜୁରାତିପାଣିରେ ଫୁଟେଇ ସେବନ କଲେ ଜ୍ଵର କମେ ।
ତୁଳସୀରେ ଅଣ୍ଟିବ୍ୟାକ୍ଟେରିଆଲ ଉପାଦାନ ରହିଛି ।
ଏହା ଶରୀରରେ ଚର୍ବୀ ଜମିବାକୁ ଦିଏ ନାହିଁ, ରକ୍ତ ସଫାକରେ ।
ମଧୁମେହ ଓ ହୃଦରୋଗୀ ପାଇଁ ତୁଳସୀ ବହୁତ ଉପକାରୀ ।
ଚର୍ମକୁଣ୍ଡାଇହେଲେ, ପୋକ କାମୁଡିଲେ କ୍ଷତସ୍ଥାନରେ ତୁଳସୀପତ୍ରର ରସ ଲଗାନ୍ତୁ, ସଂକ୍ରମଣ ଓ ଯନ୍ତ୍ରଣାରୁ ରକ୍ଷା ମିଳିବ ।
ତୁଳସୀ ପତ୍ରରେ କର୍କଟ ରୋଗ ପ୍ରତିରୋଧ ଶକ୍ତି ଅଛି ।
ଏହା ସ୍ମୃତି ଶକ୍ତି ବଢାଏ ।
ନିୟମିତ ତୁଳସୀପତ୍ର ସେବନ ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ।
ବନ୍ଧାକୋବିର ଔଷଧୀୟ ଗୁଣ
ବନ୍ଧାକୋବି ସହିତ ଆମେ ସମସ୍ତେ ପରିଚିତ ।
ଏହା ପୃଥିବୀରେ ସମସ୍ତ ଅଞ୍ଚଳରେ ଚାଷ କରାଯାଏ ।
ଏହା ଏପରି ଏକ ପତ୍ର ଫସଲ ଯାହାକୁ ବହୁ ପୁରାତନ ଯୁଗରୁ ମଣିଷ ଉଭୟ ଖାଦ୍ୟ ଓ ଔଷଧୀୟ ଭାବେ ବ୍ୟବହାର କରିଆସୁଛି ।
ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ବିଭିନ୍ନ ବର୍ଗର ଲୋକ ଏହାକୁ ବ୍ୟବହାର କରିଥାନ୍ତି ।
ପ୍ରାଚୀନ ରୋମାନିୟ ମାନେ ଏହାକୁ ମୁଣ୍ଡ ବଥା, ଅନିଦ୍ରା, କ୍ଷତରୁ ରକ୍ତ ପ୍ରବାହବନ୍ଦ କରିବା ଏବଂ ଶିଶୁ ଜନ୍ମଦେବା ଜନିତ ଯନ୍ତ୍ରଣାରୁ ମୁକ୍ତି ଦେବା ଆଦି ନାନା କ୍ଷେତ୍ରରେ ବ୍ୟବହାର କରୁଥିଲେ ।
ଆଧୁନିକ ବିଜ୍ଞାନୀମାନେ ଦର୍ଶାଇଛନ୍ତି ଯେ, ବନ୍ଧାକୋବିରେ ଏପରି ଉପାଦାନ ରହିଛି, ଯାହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ଖାଲି ସେତିକି ନୁହେଁ, ଶୀଘ୍ର ବାର୍ଧକ୍ୟ ନ ଆସିବାରେ ଏହା ସହାଯ୍ୟ କରିଥାଏ ।
ବନ୍ଧାକୋବିରେ ଥିବା ତନ୍ତୁଜାତୀୟ ଖାଦ୍ୟ ମଣିଷ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ।
ଏହା ରକ୍ତକୋଶରେ ଥିବା ଚର୍ବି ଖାଦ୍ୟ ଓ କୋଲେଷ୍ଟ୍ରୋଲ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରେ ।
ଏହା ଶ୍ଵେତସାର ଜାତୀୟ ଖାଦ୍ୟକୁ ଗ୍ରହଣ କରିବାରେ ପ୍ରତିରୋଧ କରେ , ଯାହାକି ମଧୁମେୟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ।
ରକ୍ତହୀନତା ରୋଗୀଙ୍କ ପାଇଁ ବନ୍ଧକୋବିର କଅଁଳିଆ ପତ୍ର ଅତ୍ୟନ୍ତ ମୁଲ୍ୟବାନ କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ‘ଗ’ ଥାଏ ।
ସେହିପରି ଭିନ୍ନ ଏକ ମୁଲ୍ୟବାନ ପଦାର୍ଥ `ଟାଟାନିକ ଏସିଡ଼’ ଯାହା ମଧ୍ୟ କୋବିରେ ପ୍ରଚୁର ପରିମାଣରେ ଥାଏ ।
ମଧୁମେହ ନିୟନ୍ତ୍ରଣ କରିବାରେ ବନ୍ଧାକୋବି ସହାଯ୍ୟ କରିଥାଏ ଏବଂ ଏହା ସହିତ ଶରୀରର ଓଜନ ବଢିବାରେ ଅର୍ଥାତ ମେଦବହୁଳତା ସୃଷ୍ଟିରୁ ରକ୍ଷା କରିଥାଏ ।
ଓଜନ କମାଇବାକୁ ଚାହୁଥିଲେ ପ୍ରତିଦିନ ବନ୍ଧାକୋବି ଖାନ୍ତୁ ।
ଏହା ମେଦ ବିରୋଧୀ ।
ଯଦି କେହି ନିଜକୁ ପତଳା, ସୁନ୍ଦର ଓ ସବଳ ରଖିବାକୁ ଚାହୁଁଥାନ୍ତି , ସେ ପ୍ରତିଦିନ ବନ୍ଧାକୋବି ସଲାଡ଼ ଖାଇବା ଆବଶ୍ୟକ ।
ଏହିପରି ତଟକା ବନ୍ଧକୋବିର ରସ ପାନ ଦ୍ଵାରା ପାକସ୍ଥଳୀ ଜନିତ ସମସ୍ୟା ସମାଧାନ ହୋଇପାରିବ ।
ବନ୍ଧକୋବି ଏକ କମ କ୍ୟାଲୋରୀଯୁକ୍ତ ପରିବା ଏଥିରୁ ଭିଟାମିନ ଏ,ବି-୨, ବି-୬, ସି,ଡି, ପଟାସିୟମ, ମଗ୍ନେଶିୟମ, ଜିକ, ଆଇରନ, ମାଂଗାନିଜ଼ ମିଳେ ।
ଏଥିରେଥିବା ଏମିନୋ ଏସିଡ଼ ମାଂସପେଶୀ ଯନ୍ତ୍ରଣା ଉପସମ କରାଏ ।
କ୍ଷତ ଶୁଖାଏ ।
ଏଥିରେ ଥିବା ଲାକଟିକ ଏସିଡ଼ ମାଂସପେଶୀ ମଜବୁତ ରଖେ ।
ବନ୍ଧକୋବି ଆଖ଼ିକୁ ସୁସ୍ଥ ରଖେ ।
ମୋତିୟାବିନ୍ଦୁ ଆକ୍ରାନ୍ତ ହୋଇଥିଲେ ନିୟମିତ ବନ୍ଧାକୋବି ଖାନ୍ତୁ ।
ଏହାଦ୍ଵାରା ଶରୀରରେ ବିଟା କରୋଟିନ ବଢେ ।
ବନ୍ଧାକୋବି ବୃଦ୍ଧାଅବସ୍ଥାରେ ସ୍ମରଣ ଶକ୍ତି ଦୂରଳ ହେବାକୁ ଦିଏନାହି ।
ଏଥିରେ ଥିବା ଭିଟାମିନ ‘କେ’ ସ୍ମରଣ ଶକ୍ତିବଢାଏ ।
ବନ୍ଧାକୋବି ତନ୍ତୁ ପାଚନ ପ୍ରକିୟା ଠିକ ରଖେ ।
କୋଷ୍ଠକାଠିନ୍ୟ ସମସ୍ୟା ଦୂରକରେ ।
ପାକସ୍ଥଳୀ, କ୍ଷୁଦ୍ରାନ୍ତ, କିମ୍ବା ବୃହତନ୍ତ୍ର ଘା’ ରୁ ରକ୍ଷା କରେ ।
ବନ୍ଧାକୋବି ମଧ୍ୟ କର୍କଟ ପ୍ରତିରୋଧକ ଭାବେ କାର୍ଯ୍ୟ କରେ ।
ଏହା ଆଣ୍ଟି ଅକସିଡେଣ୍ଟ ପରିପୂର୍ଣ୍ଣ ।
ଏହା ତ୍ଵଚାକୁ ସୁରକ୍ଷା ଦିଏ ।
ଅତି ବାଇଗଣୀ ରଶ୍ମି ପ୍ରଭାବରୁ ତ୍ଵଚାକୁ ସୁରକ୍ଷା ଦିଏ ।
ବନ୍ଧାକୋବିର କଅଁଳିଆ ପତ୍ର ରସ ବ୍ରଣ ସମସ୍ୟା ଦୂର କରେ ।
ସମାନ ପରିମାଣର ଗାଜର ଓ ସବୁଜ ବନ୍ଧାକୋବି ରସ କେଶ ମୁଲରେ ଲଗାନ୍ତୁ କେଶ ଗହଳ ହେବ ସହ ରୁପୀ ସମସ୍ୟା ଦୂର ହେବ ।
ପାନମହୁରୀର ଉପକାରୀତା
ସାଧାରଣତଃ ଖାଦ୍ୟ ଖାଇବା ପରେ ହିଁ ପାନମହୁରୀ ଖିଆଯାଏ ।
ଏହା ଉତ୍ତମ ସୁଗନ୍ଧଯୁକ୍ତ ହେବାସହ ସୁପଚକ ଅଟେ ।
ପ୍ରତି ୧୦୦ ଗ୍ରାମ ପାନମହୁରୀରେ ଶ୍ଵେତସାର, ୭ ଗ୍ରାମ, ପୃଷ୍ଟିସାର ୨ ଗ୍ରାମ, ସ୍ନେହସାର ୦.୩ ଗ୍ରାମ, ଜୀବସାର ଏ, ସି ଇତ୍ୟାଦି , କ୍ୟାଲସିୟମ ୫% , ଲୌହ ୨% ଥାଏ ।
ପାନମହୁରୀ ଚୋବଈ ଖାଇଲେ ଖାଦ୍ୟ ଭଲଭାବେ ହଜମ ହୋଇଥାଏ ।
ମିଶ୍ରି ପାଣିରେ ଏହାକୁ ପିଈଲେ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ ।
ନିୟମିତ ଏହାକୁ ଚୋବଈ ଖାଇଲେ ପେଟ ରୋଗ ହୁଏନାହିଁ ।
ଅଧ ଚାମଚ ପନମହୁରୀ ଦିନକୁ ୩ ରୁ ୪ ଥର ଖାଇଲେ ୨ ମାସ ମଧ୍ୟରେ ଓଜନ ହ୍ରାସହୁଏ ।
ପନମହୁରୀ ଖାଇଲେ ସ୍ନାୟୁବିକ ରୋଗ ଦୂର ହୋଇଥାଏ ।
ଏହା କର୍କଟ ବିରୋଧୀ ବୋଲି ଗବେଷକଙ୍କ ମତ ।
ପାନମହୁରୀ ଖାଇଲେ ତ୍ଵଚାର ରଂଗ ସଫା ହେବା ସହ କେଶର ଘନତ୍ତ୍ଵବୃଦ୍ଧି ହୁଏ ।
ବ୍ରାହ୍ମୀ ଶାଗର ଉପକାରିତା
ନିୟମିତ ଭାବେ ବ୍ରାହ୍ମୀ ଖାଇବା ସବୁ ବୟସର ଲୋକଙ୍କ ପାଁଈ ଭଲ ।
ବିଭିନ୍ନ ପ୍ରକାର ଶାଗରୁ ବ୍ରାହ୍ମୀ ଶାଗର ବିଶେଷତ୍ଵ ରହିଛି ।
ବ୍ରାହ୍ମୀ ପତ୍ରରେ ପୃଷ୍ଟିସାର ୨%, ବାକୋସାଈଡ ୫.୯%, ବାକୋପସାଈଡ ୫.୫% ଓ ବକୋସପୋନିକ ଆଲକାଲଏଡ଼ ଥାଏ ।
ଔଷଧୀୟ ଗୁଣ -
ବ୍ରାହ୍ମୀ ଶାଗ ଏକ ସ୍ନାୟୁ ଟନିକ ଭାବେ କାମ କରିଥାଏ ।
ଏହି ଶାଗ ଖାଇଲେ ଆଲଯାଇମିର ରୋଗ କମିବାରେ ସହାୟକ ହୁଏ ।
ଅନିଦ୍ରା ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ ।
ଶରୀରର କୌଣସି ସ୍ଥାନରେ ଦରଜ ହୋଇଥିଲେ, ଏହି ପତ୍ରକୁ ବାଟି ସେହି ସ୍ଥାନରେ ଲାଗିଲେ ଉପଶମ ମିଳେ ।
ବ୍ରାହ୍ମୀ ଶାଗ ଖାଇଲେ ଯକୃତ ରୋଗ ଦୂର ହୋଇଥାଏ ।
ପିଲାମାନେ ଏହା ଖାଇଲେ ସ୍ମୃତି ଶକ୍ତି ବଢ଼େ ।
ଏହି ଶାଗ ରକ୍ତ ବିଶୋଧକ ଭାବେ କାମ କରେ ।
ଧନିଆର ଉପକାରିତା
ଧନିଆ ସାଧାରଣରେ ମଧ୍ୟପ୍ରଦେଶ, କେରଳ, ଓଡ଼ିଶା ଏବଂ କେରଳର କିଛି ଅଂଶରେ ଚାଷ କରାଯାଇଥାଏ ।
ପ୍ରତି ଶହେ ଗ୍ରାମ ଧନିଆରେ ଶ୍ଵେତସାର ୫୦ ଗ୍ରାମ, ପୃଷ୍ଟିସାର ୧୫ ଗ୍ରାମ, ସ୍ନେହସାର, ୨୦ ଗ୍ରାମ, କ୍ୟାଲସିୟମ ୭୦%, ଲୌହ ୧୫.୮ ମିଲିଗ୍ରାମ ରହିଥାଏ ।
ଏହି ମଞ୍ଜିରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ଧନିଆରେ ଓମେଗା ୬ ଥିବାରୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ।
ଧନିଆ ଅଧ ଚାମଚ ଦୈନିକ ଖାଇଲେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।
ଏହି ମଞ୍ଜିରେ ଜୀବସାର ବି ଥିବାରୁ ଶରୀର ପାଇଁ ହିତକାରକ ଅଟେ ।
ଧନିଆକୁ ମସଲା ଭାବେ ନିୟମିତ ରୋଷେଇରେ ବ୍ୟବହାର କଲେ କେଶ ସମସ୍ୟା, ସ୍ନାୟୁଗତ ସମସ୍ୟା ଦୂର ହୁଏ ।
ଧନିଆ ଖାଇଲେ ଶରୀରରୁ ଚର୍ବୀ କମ ହେବାରେ ସାହାଯ୍ୟ ହୁଏ ।
ସଜନା ଶାଗର ଉପକାରିତା
ସଜନା ଗଛର ପତ୍ର ଶାଗ ଭାବେ ବ୍ୟବହାର କରାଯାଏ ।
ପ୍ରତି ୧୦୦ ଗ୍ରାମ ସଜନା ପତ୍ରରେ କାର୍ବୋହାଇଡ୍ରେଟ ୧୧.୫%, ପୃଷ୍ଟିସାର ୬%, ଭିଟାମିନ ସି ୨୦୦%, ଲୌହ ୬ ମିଲିଗ୍ରାମ, କ୍ୟାଲସିୟମ ୪୩୦ ମିଲିଗ୍ରାମ ଥାଏ ।
ଏହା ସହ ଭିଟାମିନ ଏ ପ୍ରଚୁର ପରିମାଣରେ ଥାଏ ।
ଔଷଧୀୟ ଗୁଣ -
ନିୟମିତ ସଜନା ଶାଗ ଖାଇଲେ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢିଥାଏ ।
ଏଥିରେ ଥିବା କ୍ୟାରୋଟିନ ଶରୀରର କୋଷକ୍ଷୟକୁ ରକ୍ଷା କରେ ।
ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ ।
ଏହି ଶାଗରେ ଭିଟାମିନ କେ ଥିବାରୁ ସ୍ନାୟୁର କାର୍ଯ୍ୟ ଦକ୍ଷତା ବଢିଥାଏ ।
ସଜନା ଶାଗରେ କ୍ୟାଲସିୟମ ପ୍ରଚୁର ଥିବା ଯୋଗୁ ହାଡ ଶକ୍ତ ହୁଏ ।
ପୁରୁଣି ଶାଗର ଉପକାରିତା
ପୁରୁଣି ଶାଗ, ଭାରତ ସହ ବିଦେଶରେ କେତେକ ରାଷ୍ଟ୍ରରେ ମୁଖ୍ୟ ବ୍ୟଞ୍ଜନ ଭାବରେ ବ୍ୟବହାର ହୁଏ ।
ପ୍ରତି ଶହେ ଗ୍ରାମ ପୁରୁଣି ପତ୍ରରେ କାର୍ବୋହାଇଡ୍ରେଟ, ୧୨%, ପୃଷ୍ଟିସାର, ୨.୨୦%, ଭିଟାମିନ ସି ୪୦ ମିଲିଗ୍ରାମ, ଲୌହ ୦.୦୨ ମିଲିଗ୍ରାମ ଓ କ୍ୟାଲସିୟମ ୯୦ ମିଲିଗ୍ରାମ ଥାଏ ।
ନେଦର୍ଲାଣ୍ଡରେ ପୁରୁଣୀ ପତ୍ରକୁ ଖାଦ୍ୟରେ ରାନ୍ଧିବା ନିମନ୍ତେ ବ୍ୟବହାର କରାଯାଏ ।
ପୁରୁଣି ଶାଗ ଖାଇଲେ ଚକ୍ଷୁ ସମସ୍ୟା ଦୂର ହୋଇଥାଏ ।
ମଧୁମେୟ ରୋଗୀ ଏହି ପତ୍ରକୁ ଖାଇଲେ ରକ୍ତର ଶର୍କରା ନିୟନ୍ତ୍ରଣ ରହେ ।
ବ୍ରିଟିନ ଗବେଷକମାନେ ପ୍ରମାଣ କରିଛନ୍ତି ଯେ ନିୟମିତ ପୁରୁଣି ପତ୍ର ରସକୁ ପିଇଲେ ବୃକକ୍ ଅକ୍ଷମତା ନିୟନ୍ତ୍ରିତ ହୋଇଥାଏ ।
ପୁରୁଣି ଶାଗରେ ଅନେକ ପରିମାଣରେ ଆଣ୍ଟିଅକସିଡେଣ୍ଟ ଥାଏ, ଯାହା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ଆମେରିକାର ଅଧିକାଂଶ ଚିକିତ୍ସାଳୟରେ ଯକୃତ ରୋଗୀ, ବୃକକ୍ ରୋଗୀ ନିୟମିତ ଏହି ଶାଗ ରସ ପିଇବାକୁ ଓ ଶାଗକୁ ସିଝାଇ ଖାଇବାକୁ ପରାମର୍ଶ ଦିଆଯାଏ ।
କାକୁଡି ରସର ଗୁଣ
କାକୁଡିରେ ଅନେକ ଉପାଦେୟତା ରହିଛି ।
ବିଦେଶରେ କାକୁଡି ସଲାଡ଼ ଭାବେ ଲୋକପ୍ରିୟ ଥିଲାବେଳେ ଭାରତରେ ବିଭିନ୍ନ ଖାଦ୍ୟ ସହ କାକୁଡି ଖିଆଯାଏ ।
କାକୁଡିର ଅନେକ ଉପାଦେୟତା ରହିଛି ।
ନିୟମିତ କାକୁଡି ରସ ପିଇଲେ ଓଜନ ନିୟନ୍ତ୍ରାଧୀନ ହୋଇଥାଏ ।
ଏହା ତ୍ଵଚାର ଚମକ ଆସିବା ସହ କେଶର ଘନତ୍ତ୍ଵ ବୃଦ୍ଧି ପାଏ ।
କାକୁଡି ଦୈନିକ ଖାଇଲେ ସତେଜ ରଖିବ ସହ ତକ୍ନିସ୍କୁ ସରିରରୁ ବାହର କରିଦେଇ ଥାଏ ।
ପିଲାମାନେ କାକୁଡି ଖାଇଲେ ସ୍ମୃତି ଶକ୍ତି ବୃଦ୍ଧି ପାଏ ।
ହଜମ ଶକ୍ତି ବଢିବା ସହ ହୃଦରୋଗରୁ ରକ୍ଷା କରେ ।
ସକାଳୁ ଏକ ଗ୍ଳାସ କାକୁଡି ରସରେ ଫାଳେ ଲେମ୍ବୁ ଚିପୁଡି ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୁଏ ।
ଉପକାରୀ କରମଙ୍ଗା
କରମଙ୍ଗା ଅନେକ ପୋଷକ ଉପାଦାନରେ ପରିପୂର୍ଣ୍ଣ ।
ତୋଳିବାର ତିନିଦିନ ମଧ୍ୟରେ ଏହାର ପୋଷକ ଉପାଦାନ ନଷ୍ଟ ହୋଇଯାଉଥିବାରୁ ସର୍ବଦା ସତେଜ କରମଙ୍ଗା ଖାଇବା ଉଚିତ ।
ଠିକ ଖାଇବା ପୁର୍ବରୁ ହିଁ କାଟନ୍ତୁ ।
ଥଣ୍ଡା, ଜ୍ଵର ଓ ଗଳା ଦରଜ ଉପସମ ଶକ୍ତି ଏଥିରେ ରହିଛି ।
ଏହା ଅଜିର୍ଣ୍ଣ ଦୂର କରେ ।
ପାକସ୍ଥଳି ଘା’ ଶୁଖିବାରେ ସାହାଯ୍ୟ କରେ ।
ମିଠା କରମଙ୍ଗା ଫୁଲ ରସ ସେବନ କଲେ ଶିଶୁଙ୍କ କଫ ଦୋଷ ଦୂର ହୁଏ ।
ଏହା ତନ୍ତୁ ଓ ପୃଷ୍ଟିସାର ବହୁଳ ।
ଶରୀରରେ ମାଗ୍ନେସିୟମ ପରିମାଣ ବଢାଇବା ପାଇଁ ଭିଟାମିନ ବି - ୬ ଯୁକ୍ତ ଖାଦ୍ୟ ଖାଆନ୍ତୁ ।
ଏହା ତନ୍ତୁ ଓ ପୃଷ୍ଟିସାର ବହୁଳ ।
ଫ୍ଲବୋନଏଡ଼ ଓ ଆଣ୍ଟି ଅକସିଡେଣ୍ଟ ଯୁକ୍ତ ।
ନିୟମିତ କରମଙ୍ଗା ଖାଇଲେ ଓଜନ ହ୍ରାସ ହୁଏ ।
କରମଙ୍ଗା ଗଛର ପତ୍ର ଓ ଚେର ପାଣିରେ ଫୁଟେଇ ପିଇଲେ ମୁଣ୍ଡ ବ୍ୟଥା, ଗୋଲ କୃମି , ପାଣି ବସନ୍ତ ଦୂର ହୁଏ ।
ଅଳସ୍ୟା , ମାନ୍ଦାପଣ ଓ ଅଜିର୍ଣ୍ଣ ଦୂର ପାଁଈ ପ୍ରତି ତିନି ଘଣ୍ଟା ଅନ୍ତରରେ ଫାଳେ କରମଙ୍ଗା ଖାଆନ୍ତୁ ।
ଏହା କେଶ ଝାଡିବା , ଅସମୟରେ କେଶ ପାଚିବା ସମସ୍ୟା ଦୂର କରେ ।
ଏହାର ରସ କେଶ ମୂଳରେ ଲଗାନ୍ତୁ ।
କେଶ ଘହଳ ଓ ଶକ୍ତ ହେବ ।
ସୁସ୍ଥ ଓ ସୁନ୍ଦର ତ୍ଵଚା ପାଇଁ କରମଙ୍ଗା ରସ ଉପକାରୀ ।
ମୁଖ ବ୍ରଣ ଓ ତୈଳକ୍ତ ଅଂଶ ଦୂର ପାଇଁ କରମଙ୍ଗା ରସ ଲଗାନ୍ତୁ ।
ଔଷଧୀୟ ନିମ ଫୁଲ
ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ ।
ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ ।
ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା ।
ଏକ ମୁଠା ନିମ ଫୁଲକୁ ପାଣିରେ ଭଲ ଭାବରେ ଫୁଟାଇ ସେଥିରେ ଏକ ଚାମଚ ଲେମ୍ବୁ ରସ ଅଧା ଚାମଚ ମହୁ ମିଶାଇ ସବୁଦିନ ସକାଳେ ଖାଲି ପେଟରେ ପିଅନ୍ତୁ ।
ମୋଟାପା କମ୍ ହୋଇଥାଏ ।
ନିମ ଗଛର କଅଁଳ ପତ୍ର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ ବ୍ଲଡ଼ ଶୁଗାର ନିୟନ୍ତ୍ରଣ ହୋଇଥାଏ ।
ନିମ ପତ୍ରକୁ ବାଟି ଦେହରେ ଲଗାଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ ।
ପେଟ ସମ୍ବନ୍ଧୀୟ କୌଣସି ରୋଗ ଦେଖାଦେଉଥିଲେ ନିମ ପତ୍ର ଓ ହଳଦୀକୁ ବାଟି ସୋରିଷ ତେଲରେ ମିଶାଇ ପେଟରେ ଲଗାଇଲେ ଉପଶମ ମିଳେ ।
ଏକ କପ୍ ନିମ ଛାଲରେ କାଢା ପ୍ରସ୍ତୁତ କରି ସେଥିରେ ଜୀରା ଏବଂ ଧନିଆ ପାଉଡ଼ର ମିଶାଇ ପିଇଲେ ମେଲେରିଆରୁ ଉପଶମ ମିଳେ ।
ନିମ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି କମିବା ସହ ଚୁଟି ଝଡିବା ବନ୍ଦ ହୋଇଯାଏ ।
ଅଧ ଚାମଚ ନିମ ପତ୍ର ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସ୍ ରୋଗ ଦୂର ହୋଇଥାଏ ।
କଅଁଳ ନିମ ପତ୍ର ଓ ଫୁଲକୁ ଚୋବାଇବା ଦ୍ଵାରା ପେଟର କୃମି ଦୂର ହୁଏ ।
କିଛି ବୁନ୍ଦା ନିମ ତେଲ ସବୁଦିନ ପିଇଲେ ଆଜ୍ମରୁ ଉପଶମ ମିଳେ ।
କଫ ସଫା ହେବା ସହ ନିଶ୍ଵାସ ପ୍ରଶ୍ଵାସ ନେବାରେ ଦେଖାଦେଉଥିବା ସମସ୍ୟା ଦୂର ହୋଇଥାଏ ।
ନିମପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋ ଏସିଡ୍ ରହିଛି ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ ।
ଉପକାର କଦଳୀ
ମହିଳାମାନେ ଋତୁସ୍ରାବ ସମୟରେ କଦଳୀ ଖାଇଲେ ଚିଡ଼ିଚିଡାପଣରୁ ରକ୍ଷା ପାଆନ୍ତି ।
କଦଳୀରେ ଆଇରନ୍ ଥିବାରୁ ଏହା ରକ୍ତହୀନତା ଦୂର କରେ ।
ଏଥିରେ ଥିବା ପୋଟାସିୟମ୍ ମସ୍ତିଷ୍କକୁ ସକ୍ରିୟ କରେ ।
ସିଗାରେଟ୍ ନିଶା ଛାଡିବା ପରେ କଦଳୀ ଖାଇଲେ ଶରୀର ଶାନ୍ତ ରହେ ।
ଅଙ୍ଗୁରରେ ରୋଗ ଦୂର
ସକାଳୁ ଖାଲିପେଟରେ ଅଙ୍ଗୁର ଜୁସ୍ ପିଇଲେ ମାଇଗ୍ରେନ୍ ସମସ୍ୟା ଦୂର ହୁଏ ।
ଏହା କୋଲେଷ୍ଟେରାଲ୍ ମାତ୍ରାକୁ ନିୟନ୍ତ୍ରଣ କରେ, ରକ୍ତରେ ନାଇଟ୍ରିକ୍ ଏସିଡ୍ ର ମାତ୍ରାକୁ ବଢାଇ ହୃଦଘାତରୁ ରକ୍ଷା କରେ ।
ଆଜ୍ମା ଓ ଶ୍ଵାସ ଜନିତ ରୋଗରୁ ରକ୍ଷା ମିଳେ ।
ଓଜନ ନିୟନ୍ତ୍ରଣରେ ରହେ ।
ନାଲି ଚା’ରେ ରକ୍ତଚାପ ନିୟନ୍ତ୍ରଣ
ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଦୁଇ ଦିନରେ ଅତି କମ୍ ରେ ତିନି କପ୍ ନାଲି ଚା ପିଅନ୍ତୁ ।
ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃତ୍ପିଣ୍ଡକୁ ସୁସ୍ଥ ରଖିବ ।
ଅଧ୍ୟୟନରୁ ଜଣାପଡିଛି, ବହୁ ଥର ନାଲି ଚା ପିଇବା ଦ୍ଵାରା ଉଚ୍ଚ ରକ୍ତଚାପ ହ୍ରାସ ପାଏ ।
ସୂର୍ଯ୍ୟକିରଣରେ ଚର୍ମ କର୍କଟ ଦୂର
ଗବେଷକଙ୍କ କହିବାନୁସାରେ, ସୂର୍ଯ୍ୟ କିରଣ ସ୍ପର୍ଶରେ ଆସିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହେ ।
ରକ୍ତଚାପ ନିୟନ୍ତ୍ରଣ ରହିବା ହେତୁ ଚର୍ମ କର୍କଟ ହୋଇନଥାଏ ।
ଏହା ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦୂର ହୁଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment