Commit db33d63b authored by Nayan Ranjan Paul's avatar Nayan Ranjan Paul

Upload New File

parent 0dc518a8
ନିମ୍ବରେ ରହିଛି ବହୁତ ଉପକାରୀ ଗୁଣ
ନିମ୍ବ
ନିମ୍ବ ଅତି ଗୁଣକାରୀ ବନୌଷଧୀ ମାନଙ୍କ ଭିତରୁ ନିମ୍ବ ଅନ୍ୟତମ ।
ନିମ୍ବତେଲ ଅନେକ ପ୍ରକାରରଚର୍ମରୋଗରେ ବ୍ୟବହାର କରାଯାଏ ।
ବସନ୍ତ ଋତୁ ଆଗରୁ ନିମ୍ବକଢ଼ ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ।
ଆପଣ ଜାଣନ୍ତି କି ନିମ୍ବ ପତ୍ରରେ କିଛି ଏପରି ଗୁଣ ଅଛି ଯାହାର ପାଣିକୁ ବ୍ୟବହାର କରି ଆପଣଙ୍କ ଅନେକ ରୋଗ ଭଲ ହୋଇଯିବ ।
ନିମ୍ବ ଏମିତି ଏକ ଔଷଧୀୟ ବୃକ୍ଷ ଯାହାର ପ୍ରତି ଅଂଶରେ ଶରୀରର ଲାଭ ପାଇଁ ବ୍ୟବହୃତ ହୋଇପାରିବ ।
ନିମ୍ବ ପତ୍ରରେ ଆଣ୍ଟିମାଇକ୍ରୋବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଅନେକ ବଡ଼ ବଡ଼ ରୋଗ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ ।
ଜୀବଜଗତରେ ବିଭିନ୍ନ ପ୍ରକାର ବୃକ୍ଷ ଦେଖିବାକୁ ମିଳିଥାଏ ।
ଏମାନଙ୍କ ମଧ୍ୟରୁ ଅନେକ ଗଛରେ ବହୁତ ପରିମାଣର ଔଷଧୀୟ ଗୁଣ ଭରି ରହିଥାଏ ।
ନିମ୍ବ ଗଛ ଏଥି ମଧ୍ୟରୁ ଏକ ।
ଏହି ଗଛରେ ବହୁ ପରିମାଣର ଔଷଧୀୟ ଗୁଣ ଭରରହିଛି ।
ଆୟୁର୍ବେଦରେ ନିିମ୍ବ ଗଛର ଜଳିବୁଟିକୁ ପ୍ରାଧାନ୍ୟ ଦିଆଯାଏ ।
ମଧୁମେହ ରୋଗରୁ ରକ୍ଷା ପାଇବା ପାଇଁ ବି ଏହା ବହୁ ଉପକାରୀ ଅଟେ ।
ଏହି ଗଛକୁ ବହୁ ପ୍ରକାର ରୋଗକୁ ଭଲ କରିବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ ।
ଆସନ୍ତୁ ଜାଣିବା ନିମ୍ବର କିଛି ଲାଭକାରୀ ଗୁଣ ବିଷୟରେ .
ଗୁଣ
ମୁହଁରେ ଯଦି ଆପଣଙ୍କର ବ୍ରଣ ବାହାରୁଛି, ତାହା ହେଲେ ନିମ୍ବ ପତ୍ରକୁୁ ମିଶ୍ରଣ କରନ୍ତୁ ।
ତା’ପରେ ଆପଣଙ୍କ ମୁହଁରେ ଏହି ମିଶ୍ରଣକୁ ଲଗାନ୍ତୁ ।
ଏହି ମିଶ୍ରଣ ଲଗାଇବା ପରେ ଦେଖିବେ ଆପଣଙ୍କ ଚେହେରାରୁ ମୃତକୋଷ ସବୁ ବାହାରିଯିବେ ।
ନିମ୍ବ ପତ୍ରକୁ ଅନ୍ୟ ଏକ କାରଣରେ ମଧ୍ୟ ବ୍ୟବହାର କରିପାରିବା ।
ସକାଳୁ ଉଠି ୧୦ଟି ନିମ୍ବ ପତ୍ରକୁ ଖାଲି ପେଟରେ ଖାଆନ୍ତୁ ।
ନିୟମିତ ଏପରି କିରବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରକ ଓ ମାନସିକ ଅସୁସ୍ଥତାରୁ ମୁକ୍ତି ପାଇବେ ।
ଯଦି ଆପଣଙ୍କ ମୁହଁରେ ବ୍ରଣ ବାହାରୁଛି ।
ତା’ହେଲେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଗାଧାନ୍ତୁ ।
ଦେଖିବେ ଆପଣ ବ୍ରଣରୁ ଉପଶମ ପାଇବେ ।
କିଛି ଲୋକ ଅଛନ୍ତି, ପାଗ ବଦଳିବା ସହିତ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଦେଖାଯାଏ ।
ତାହା ପାଇଁ ଆପଣ ଚିନ୍ତାରେ ରହୁଛନ୍ତି କି ? ଏହି ଏଲର୍ଜିରୁ ମୁକ୍ତି ପାଇବା ଚାହୁଛନ୍ତି କି ? ତା’ହେଲେ ନିମ୍ବ ପାଣିରେ ଗାଧାନ୍ତୁ ।
ସପ୍ତାହରେ ତିନି ଥର ଏପରି କରନ୍ତୁ ।
ଦେଖିବେ ଆପଣଙ୍କୁ ଏହା ପରେ ବହୁ ଆରାମ ଳାଗିବ ।
କୁହାଯାଏ କି ମ୍ୟାଲେରିଆ ଓ ଡେଙ୍ଗୁ ଜାତୀୟ ରୋଗ ହେଲେ ମଧ୍ୟ ନିମ୍ବ ଗଛର ପତ୍ର ବହୁତ ଉପକାରୀ ।
ଯଦି ଆପଣଙ୍କ ଦାନ୍ତରେ ମଇଳା ଦେଖାଯାଉଛି, ତେବେ ନିମ୍ବ ଗଛର କାଠିରେ ଦାନ୍ତ ଘଷନ୍ତୁ ।
ଏହା ପରେ ଆପଣଙ୍କ ଦାନ୍ତ ପୁରା ଚକଚକ୍ ହୋଇଯିବ ।
ଯଦି ଆପଣଙ୍କର ତ୍ୱଚା ସମ୍ମନ୍ଧୀୟ କିଛି ସମସ୍ୟା ଅଛି, ତେବେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏହା ଦୂର ହୋଇଥାଏ ।
ବସନ୍ତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ନିମ୍ବ ପାଣିରେ ଗାଧୋଇବା ପାଇଁ ପରାମର୍ଶ ଦିଆଯାଏ ।
ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇ ଦାଗ ରହିଯାଇଛି ତେବେ ଏପରିସ୍ଥଳେ ଆପଣ ନିମ୍ବର ପାଣି ବ୍ୟବହାର କରିପାରିବେ ।
ତେବେ ଏଥିପାଇଁ ସପ୍ତାହକୁ ୩-୪ ଥର ନିମ୍ବ ପାଣିରେ ଗାଧୋଇବାକୁ ପଡ଼ିବ ।
ଯେଉଁ ଲୋକଙ୍କ ଶରୀରୁ ଦୁର୍ଗନ୍ଧ ବାହାରୁଛି ସେମାନେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ସମସ୍ୟା ଦୂର ହୁଏ ।
ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ନିମ୍ବ ପତ୍ରର ପାଣି ବ୍ୟବହାର କରିପାରିବେ ।
ନିମ୍ବ ପତ୍ର ପାଣିରେ କେଶ ଧୋଇବା ଦ୍ୱାରା କେବଳ ରୂପି ସମସ୍ୟା ଦୂର ହୁଏନାହିଁ କେଶରେ ଚମକ ମଧ୍ୟ ବଢ଼େ ।
ସିଝା ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆଖି ରୋଗରୁ ମୁକ୍ତି ମିଳେ ।
ତେଣୁ ଆପଣ ଯଦି ଆଖି ରୋଗରେ ପୀଡ଼ିତ ତେବେ ନିମ୍ବ ପାଣିରେ ଗାଧୋଇବା ଉଚିତ୍ ।
କିପରି ପ୍ରସ୍ତୁତ କରିବେ ନିମ୍ବ ପାଣି
କିଛି ନିମ୍ବ ପତ୍ର ଆଣି ତାକୁ ପ୍ରଥମେ ଧୋଇ ଦିଅନ୍ତୁ ।
ଏକ ବଡ଼ ବାସନରେ ପାଣି ଫୁଟାଇ ସେଥିରେ ନିମ୍ବ ପତ୍ର ପକାନ୍ତୁ ।
ପତ୍ର ପକାଇବା ପରେ ପାଖାପାଖି ୫ ରୁ ୧୦ ମିନିଟ୍ ସିଝାନ୍ତୁ ।
ଯେତେବେଳେ ପାଣିର ରଙ୍ଗ ହାଲୁକା ହଳଦିଆ ହୋଇଗଲେ ଆଞ୍ଚରୁ ପାଣିକୁ ଓହ୍ଲାଇ ଆଣନ୍ତୁ ।
ଏବେ ଉକ୍ତ ପାଣିକୁ ଛାଣି ଦିଅନ୍ତୁ ।
ଏବେ ଏହି ପାଣିକୁ ଆପଣ ବ୍ୟବହାର କରିପାରିବେ ।
ପ୍ରକୃତିରୁ ମିଳୁଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ବୃକ୍ଷଲତା ମଧ୍ୟରେ ନିମ୍ବର ସ୍ଥାନ ଅନନ୍ୟ ।
ପ୍ରାକୃତିକ ଉପାୟରେ ସ୍ବାସ୍ଥ୍ୟରକ୍ଷା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନାଦି କାଳରୁ ଏହା ବ୍ୟବହୃତ ।
ତେବେ ଆସନ୍ତୁ ଜାଣିବା ଏହାର କେତୋଟି ଉପାଦେୟ ବ୍ୟବହାର ସମ୍ପର୍କରେ- ମୁଖବ୍ରଣର ଉପଚାର ପାଇଁ ନିମ୍ବ: ଅଳ୍ପ କେତୋଟି ନିମ୍ବପତ୍ର ନେଇ ପାଣିରେ କିଛି ସମୟ ଫୁଟାନ୍ତୁ ।
ଏହି ପାଣିକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଧୀରେଧୀରେ ଲଗାଇଲେ ବ୍ରଣରୁ ଉପଶମ ମିଳିଥାଏ ।
ଶୁଷ୍କ ତ୍ୱଚାର ଉପଚାର: ଯଦି ଆପଣଙ୍କ ମୁହଁର ତ୍ୱଚା ଅତ୍ୟନ୍ତ ଶୁଷ୍କ, ତେବେ ଆପଣ ଏହି ଉପଚାର ଆପଣେଇ ପାରିବେ ।
ଅଳ୍ପ ପରିମାଣରେ ନିମ୍ବ ପାଉଡର ସହ କେଇ ବୁନ୍ଦା ଅଙ୍ଗୁର ମଞ୍ଜିର ତେଲ ବା ଗ୍ରେପ୍‌ ସିଡ୍‌ ଅଏଲକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।
ଏହାକୁ ମୁହଁରେ ଲଗାଇ ୧୫ମିନିଟ ଯାଏ ରଖନ୍ତୁ ।
ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment