Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
ddc9703c
Commit
ddc9703c
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
8407a2db
Changes
1
Hide whitespace changes
Inline
Side-by-side
Showing
1 changed file
with
116 additions
and
0 deletions
+116
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_19
...lingual-corpora/odiasahitya.com/sent_odiasahitya_lekha_19
+116
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_19
0 → 100644
View file @
ddc9703c
ଭୋଜି
ବସନ୍ତ କୁମାରୀ ପଟ୍ଟନାୟକ
ତା: ଡିସେମ୍ବର୍ ୧୦, ୨୦୧୫
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ନାନୀ କହିଛି କାଲି ଗାଧୁଆବେଳେ ଭୋଜି-ସେ ନାନୀ ସାଙ୍ଗରେ ଇସ୍କୁଲୁକୁ ଯିବ ।
ରାତିଯାକ ବିନ ଆଖିରେ ନିଦ ନାହିଁ ।
ଥରକୁ ଥର ମା’କୁ ନିଦରୁ ଉଠେଇ ପଚାରୁଛି ସକାଳ ହେଲାଣି କି ନାହିଁ ।
ନାନୀ କହିଛି ଆଜି ତାକୁ ଇସ୍କୁଲୁକୁ ନେଇଯିବ ।
କେତେ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇ ଦେବ ।
ବିଛଣାରେ ପଡ଼ି ପଡ଼ି ବିନ ଭାବୁଛି ସେଇ କଥା ।
ହଠାତ୍ ଧଡ୍ପଡ଼ ହୋଇ ଉଠିବସି ମା’କୁ ହଲାଇ ଦେଲା “ମା’ ମା’, ଉଠ୍…. ସକାଳ ହେଲାଣି, କାଉ ରାବିଲାଣି ପରା ।”
ନିଦ ମଳମଳ ଆଖିରେ ଖିଡ଼ିକି ଆଡ଼େ ଚାହିଁ ମା’ ଜବାବ ଦେଲା “ ଓଃ, ଏ ଛୁଆଟା ମଣିଷକୁ ଟିକେ ଶୋଇଦବ ନାହିଁ… ଏଡ଼େ ଅନ୍ଧାର ଅଛି, ସକାଳ କୋଉଠି ହେଲା… ହଇରେ ? ”
– “ ହଁ ଗୋଟାଏ କାଉ ବୋବେଇଛି-ମୁଁ ସଫା ଶୁଣିଛି ।”
ମା’ ଅଳସ ଭାଙ୍ଗୁ ଭାଙ୍ଗୁ ବିନ ରମାକୁ ଡାକିଲା “ ନାନୀ, ନାନୀ, ସକାଳ ହେଲାଣି….ଉଠିବୁ ନାଇଁ କିଲୋ ? ଏ ନାନୀ – ’’
କବାଟ ଖୋଲି ତିନିହେଁ ଯାକ ପଦାକୁ ଆସିଲେ ।
ମା’କୁ ବିନର ବରାବର ତାଗିଦା, ଆଗେ ତା କାମ ସାରି, ତା ପରେ ଯାଇଁ ଯୋଉ କଥା ହେବ ।
ପୋଖରୀର ପଥର ଉପରେ ବସି, ହାତରେ ଖଣ୍ଡେ ଝାମା ଧରି, ବିନ ନିଜ ଦେହକୁ ରଗଡ଼ଉଛି, ଆଉ ମଝିରେ ମଝିରେ ପ୍ରଶ୍ନ କରୁଛି-ମା’ ଏଥର ମୁଁ ଗୋରା ଦୁଶିଲି ? ମା’ ଯେତେ କହିଲେ ବି ବିନର ମନ ମାନୁନାହିଁ ।
ସେ ଆହୁରି ବେଶୀ ରଗଡ଼ି ହେଉଛି ।
ଶେଷରେ ବିନ ଜିଦ୍ ଧରି ବସିଲା ପାଖକୁ ଆସି ଦେଖିଯିବାକୁ ।
ବାସନମଜା ଛାଡ଼ି ମା ଆସି ଦେଖିଲା ଝାମା ଇଟାରେ ଦେହର ନରମ ଚମ ଆଞ୍ଚୁଡ଼ି ହୋଇ ଲାଲ ପଡ଼ିଗଲାଣି ।
ପୁଅ ହାତରୁ ଝାମା ଖଣ୍ଡକ ଟାଣି ନେଇ ମା’ କହିଲା, “ ହଇରେ ଝାମାରେ କିଏ ଘଷି ହୁଏ ? ”
– ଅଳତା ନାଇଲାବେଳେ ଝାମା ଘଷି ତୁ କେମିତି ଗୋଡ଼ର ମଳି ବାହାର କରିଦଉ ?
ଗାଧୁଆ ସେତିକିରେ ବନ୍ଦ ।
ଦେହସାରା ପୋଡ଼ିଲାଣି ।
ପୋଛିପାଛି ହୋଇ ବିନ ଫେରିଆସିଲା ।
ଘର ମାଟି କାନ୍ଥରେ ଖଣ୍ଡେ ଦର୍ପଣ ପୋତା ହୋଇଛି ।
ସେଇଠି ଆସି ଠିଆ ହେଲା ବିନ-ହାତରେ ପାନିଆ ।
ପାନିଆ ମଝିରେ ଦାନ୍ତଗୁଡ଼ିକ ଭଙ୍ଗା ।
ଦୁଇ ମୁଣ୍ଡରେ ଯାହା ଦି’ଚାରି ଖଣ୍ଡ ଦାନ୍ତ ଅଛି, ସେତିକି ।
ସେଇ ପାନିଆରେ ବିନ ନିଜର ତେଲ ଜର ଜର ଟାଆଁସା ବାଳଗୁଡ଼ାକ ଚିକ୍କଣ କରି ପାରିବାକୁ ଚେଷ୍ଟାରେ ଲାଗିଗଲା ।
ମନରେ ଆନନ୍ଦ, ସବୁ ଆଜି ତାର ସଫା, ସୁତୁରା, ଚିକ୍କଣ ।
ସ୍କୁଲ୍ ଫାଟକ ପାଖରେ ପହଞ୍ଚି ବିନ କହିଲା, “ ନାନୀ, ମତେ ସବୁ ଜିନିଷ ଦେଖେଇ ଦବୁଟି ? ଆଉ ସବୁ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇଦବୁ …. ଏଁ ? ”
“ ହଉ ! ହେଇ ଦେଖ ।
ଏଠି କେମିତି ଦୁବଘାସ ହୋଇଛି, ଆଉ ଏଠି ମୁଥା ଘାସ ।”
“ ଆରେ ହଁ ତ ” କହି ଜୀବନରେ କେବେ ଘାସ ନ ଦେଖିଲା ପରି ବିନ ନଇଁପଡ଼ି ନିଜ ହାତରେ ଥରେ ଘାସଗୁଡ଼ାକ ପରଖି ନେଲା ।
ତାପରେ ସେମାନେ ଆଗକୁ ଚାଲିଲେ ।
ଗୋଟିକ ପରେ ଗୋଟିଏ ଗଛ ରମା ଦେଖେଇ ଚାଲିଛି….ମନ୍ଦାର,ପଲାଶ,କୃଷ୍ଣଚୂଡ଼ା, ରଜନୀଗନ୍ଧା, ଆମ୍ବ, ବେଲ-କିଏ ଫୁଲ ଫଳରେ ଲଦି ହୋଇଛି, ଆଉ କିଏ ବା ସେମିତି ଥୁଣ୍ଟା ଛିଡ଼ା ହୋଇଛି; କିନ୍ତୁ ବିନ ଆଖିରେ ଆଜି ସବୁ ସୁନ୍ଦର ।
ଆଖିରେ ଇନ୍ଦ୍ରଧନୁର ରଙ୍ଗ ବୋଳି ସେ ଚାରିଆଡ଼କୁ ଚାହୁଁଛି, ପୁଣି ଆଗକୁ ମାଡ଼ି ଚାଲିଛି ।
ଗଛ ପତ୍ର ଦେଖା ସରିଛି ।
ବାକି ରହିଛି ସ୍କୁଲଘର, ଯେଉଁଠି ପିଲାମାନେ ଆରାମରେ ବସି ପାଠ ପଢ଼ନ୍ତି ।
ରମା ଦେଖିଲା ତାଙ୍କ କ୍ଲାସ୍ ଖୋଲା ହୋଇନାହିଁ ।
ଭଙ୍ଗା ଖିଡ଼ିକିବାଟେ ଉପରକୁ ଉଠି, ଭାଇର ହାତ ଧରି ଭିତରକୁ ଟାଣି ନେଲା ।
କବାଟ ଖିଡ଼ିକି ବନ୍ଦ, ସବୁଆଡ଼ ଅନ୍ଧାର ଦିଶୁଛି ।
ଚାଲିଲାବେଳେ ବେଞ୍ଚ ଦେହରେ ଧକ୍କା ଲାଗି ଯାଉଛି, ଆଉ ତାଆରି ସାଙ୍ଗେ ସାଙ୍ଗେ ବିନ ପାଟିରୁ ନିଜ ଅଜାଣତରେ ବାହାରି ଆସୁଛି ‘ ବାପଲୋ’ , ‘ମାଆଲୋ’ ଚିତ୍କାର ।
ଶେଷକୁ ରମାର ଜାମା ଟାଣି ଧରି କହିଲା, “ ନାଇଁ ଲୋ ନାନୀ, ଭୂତ ଥିବ ….. ଚାଲ ଫେରିଯିବା” ତୁଣ୍ଡରୁ କଥା ସରିନାହିଁ ବିଜୁଳିବତି ଜଳି ଉଠିଲା, ଆଉ ସେଇ ଆଲୁଅ ତଳେ ଦେଖାଗଲା ରମା ମୁହଁରେ ସର୍ବଜ୍ଞର ଛପିଲା ହସ ।
ବିନ କାବା ହୋଇ ଚାହିଁଛି- ନାନୀ ତାର କେତେ କଥା ଜାଣିଲାଣି ।
ସେ କହିଲେ ବିଜୁଳିବତି ବି ଜଳୁଛି ।
ଆନନ୍ଦରେ ଗୋଡ଼ ତଳେ ଲାଗୁନାହିଁ- ଏ ଯାଗାରୁ ସେ ଯାଗାକୁ ଯାଉଛନ୍ତି, ପୁଣି ଆସୁଛନ୍ତି ।
ଉପରେ ନେଳିଆ ଆକାଶ ନାହିଁ କି ତଳେ ଶାଗୁଆ ଘାସର ଗାଲିଚା ନାହିଁ ; ତଥାପି ସେଇ ରୁନ୍ଧିଲା ଘରେ ଦିଓଟି ମଣିଷଛୁଆ ବସନ୍ତ କାଳର କୀଟ-ପତଙ୍ଗ ପରି ଆନନ୍ଦରେ ନିଜକୁ ଭୁଲିଯାଇଛନ୍ତି ।
ପଡ଼ିଆରେ ଦଳ ଦଳ ହୋଇ ପିଲା ବୁଲୁଛନ୍ତି ।
ଚିହ୍ନା ପିଲାଙ୍କୁ ଦେଖି ଭାଇର ହାତଧରି ରମା ତାଙ୍କ ପାଖକୁ ଗଲା ।
ଦଳକଯାକ ବିନକୁ ଚାହିଁଛନ୍ତି-ସମସ୍ତଙ୍କ ଓଠରେ ମୁରୁକି ହସ ।
-ଏ କିଏ ରମା ?
-ମୋ ଭାଇ ।
-ଠିକ୍ ଅନାର୍ଯ୍ୟଙ୍କ ଭଳି ଦିଶୁଛି ।
ଜଣେ ଟିପ୍ପଣୀ କାଟିଲା ।
ରମାର ମୁହଁ ଶୁଖିଗଲା ।
ସନ୍ଦେହ ଭରା ଆଖିରେ ଭାଇକି ଆଉ ଥରେ ଭଲ କରି ଦେଖି ନେଲା ।
ବିନର ଚେପ୍ଟା ନାକ, ମୋଟା ଓଠ, ପୁଚୁକା ଗାଲ ଓ ପାଚିଲା ତାଳ ପରି ଦେହର ରଙ୍ଗ ।
କୌଣସିଟିରେ ରମା ଦୋଷ ଖୋଜି ପାଇଲା ନାହିଁ ।
ଭାଇର କାନ୍ଧ ଉପରେ ହାତ ରଖି କହିଲା, “ତତେ ମିଛରେ କହିଛନ୍ତିରେ, ତୁ ଡର ନା ” ।
ବିନ ଯେ ଡରି ନାହିଁ ଏ କଥା ଦେଖେଇବାକୁ ହସିଲା ।
ମୋଟା ଓଠର ଦି’ଫାଳ ଭିତରୁ ସରୁ ଜିଭଟିଏ ପଦାକୁ ବାହାରି ଆସି ଲହ ଲହ ହୋଇ ପୁଣି ପଶିଗଲା-ଠିକ୍ ସାପ ପରି ।
-ହେ ପିଲା , ଆଉ ଟିକିଏ ହସିଲୁ ହସିଲୁ …..
-ନାଇଁ ।
ବିନ ମୁହଁ ଶୁଖେଇ ଛିଡ଼ାହେଲା ।
-ଆରେ ! ନିହାତି ଅବାଧ୍ୟ ଛୁଆଟାଏ ତ !! ହସ୍ !
-ନାନୀ , ଚାଲ ଖେଳିବା ।
ବିନ, ନାନୀର ହାତ ଧରି ଖେଳିବାକୁ ଚାଲିଗଲା ।
ଖେଳି ଖେଳି ଦେହରୁ ଝାଳ ନିଗିଡ଼ି ପଡ଼ୁଛି ।
ସୂର୍ଯ୍ୟ ମୁଣ୍ଡ ଉପରୁ ତଳକୁ ଖସିଲେଣି ।
ତଥାପି ରନ୍ଧା ସରୁନାହିଁ ।
ଧାଡ଼ି ଧାଡ଼ି ପିଲା ଚାଲିଛନ୍ତି- ଗୋଟାଏ ହାତରେ ଚଟେଇ, ଆର ହାତରେ ଖଲିପତ୍ର ।
ଗୋଟିଏ ଧାଡ଼ିର ଶେଷ ମୁଣ୍ଡରେ ବସିଛନ୍ତି ବିନ ଆଉ ରମା ।
ବିନର ଲୋଭିଲା ଆଖି ଦୁଇଟା ରହିଛି ପତ୍ର ଉପରେ ।
ମଝିରେ ମଝିରେ ନାନୀକୁ ଚୁମୁଟି ଦେଉଚି, ନାନୀ ଆରମ୍ଭ କଲେ ସେ ଆରମ୍ଭ କରିବ ।
ଖେଳିଳାବେଳେ ନାନୀ ତାକୁ ବାର ବାର କହିଛି, ନାନୀ ଆରମ୍ଭ ନ କରିବାଯାଏ ସେ ଯେମିତି ଆରମ୍ଭ ନ କରେ ।
ସ୍କୁଲ୍ର ବଡ଼ମୁଣ୍ଡିଆମାନେ ଘୂରି ଘୂରି ଦେଖୁଛନ୍ତି, ସମସ୍ତଙ୍କୁ ଠିକ୍ ଦିଆହୋଇଚି କି ନାହିଁ ।
ହଠାତ୍ ଜଣକ ଆଖି ପଡ଼ିଗଲା ରମାର ଗୋଡ଼ ଉପରେ-ମନ୍ଦା ମନ୍ଦା କାଛୁ ।
ରମାକୁ ଚାହିଁ ସେ ଚିତ୍କାର କରି ଉଠିଲେ,- “ତମର କାଛୁ ହେଇଚି-ଅନ୍ୟମାନଙ୍କୁ ଡେଇଁବ ।
ତମେ ଯାଅ ଖେଳୁଥିବ ।
ଏମାନେ ଖାଇସାରିଲେ ତମକୁ ଡାକି ଆଣିବା ।
” ରମା ଉଠିପଡ଼ିଲା ।
ବିନ ବିକଳ ହୋଇ ଚାହିଁଛି ନାନୀ ମୁହଁକୁ ।
-ଏ ପିଲା କିଏ ?
-ମୋ ଭାଇ ।
-ଆଛା, ତାକୁ ବି ସାଥିରେ ନେଇଯାଅ ।
ତମେ ଖାଇଲାବେଳେ ସେ ଖାଇବ ।
ଭାଇଭଉଣୀ ଦୁହେଁ ଉଠି ଚାଲିଗଲେ ଖାଇବା ଜିନିଷକୁ ଲୋଭିଲ ଆଖିରେ ଚାହିଁ ଚାହିଁ ।
-ବୁଝିଲୁ ବିନ, ସେମାନେ ଖାଇସାରନ୍ତୁ ଆମେ ଖାଇବା ।
-ନାଇଁ ନାନୀ, ମତେ ଭାରି ଭୋକ କଲାଣି….ବାନ୍ତି ମାଡ଼ୁଚି ।
ସକାଳେ ମା ଖାଇବାକୁ ଦେଲାବେଳେ ତୁ ମନାକଲୁ ।
-ହଉ ରଇଥା, ଆଉ ଟିକିଏ ବେଳ ତ ।
ଦେଖିଲୁ ତ, କେଡ଼େ ବଢ଼ିଆ ଜିନିଷ ସବୁ ରନ୍ଧା ହେଇଚି ।
ସକାଳେ ତ ମା’ ପଖାଳ ଖାଇବାକୁ ଦେଉଥିଲା……ତାକୁ ଖାଇଥିଲେ ତୁ କଣ ଭଲ ଜିନିଷରୁ ବେଶି ଖାଇପାରିଥାନ୍ତୁ ?
-ମତେ ବାନ୍ତି ମାଡ଼ୁଚି ।
-ହଉ ତେବେ ଚାଲ, ଦି’ଟା ବେଲପତ୍ର ଶୁଙ୍ଘିଦେଲେ ବାନ୍ତି ଭଲ ହୋଇଯିବ ।
ବେଲପତ୍ର ଶୁଙ୍ଘିଲା ବଦଳରେ, ଦୁଇମୁଠା ବେଲପତ୍ର ଚୋବାଇ ଖାଇଦେଇ ବିନ କହିଲା, “ ନାନୀ ଭାରି ଭୋକ…..
-ହେଇ ଦେଖ, କଣ ସବୁ ରନ୍ଧା ହେଇଚି ତତେ ମୁଁ ଏଇଠି ଦେଖେଇ ଦଉଚି, କହି ରମା କାଠିକୁଟା ସାଉଁଟି ଆଣି ମାଛ ମାଂସର ଠା’ ସୁମାରି କଲା ।
ଇଟା ଗୋଡ଼ି ମିଠେଇ ଭାବରେ ଓ ଘାସ ପତ୍ର ତରକାରୀ ଭାବରେ ଜଣାଗଲା ।
ବିନର ଭୋକିଲା ଆଖିକି ଚାହିଁ ରମା ଭୂତ ଗପ ଆରମ୍ଭ କଲା, ଏଇଠି ଏଇ ପାଚେରୀ ଆରପଟେ ଯେଉଁ ଅନ୍ଧାରିଆ ଘରଟା ଦେଖୁଚୁ-ସେଇଠି ଭୂତ ଥିଲା ।
ଭୂତ ଗପରେ କେତେବେଳେ ଯାଇଛି ଜଣାନାହିଁ ।
ବୁଡ଼ନ୍ତା ସୂର୍ଯ୍ୟର ଲାଲଚିଆ କିରଣ ବିଞ୍ଚିହେଇ ପଡ଼ିଛି ।
ପିଲା ଦିହେଁ ଆଲିଜା ହେଇ ବସିଛନ୍ତି ସେଇ ଘାସ ଉପରେ ।
ହଠାତ୍ କାହାର ପାଟିରେ ଚମକି ପଛକୁ ଚାହିଁ ଦେଖିଲେ ଚପରାଶି ଡାକୁଚି ।
ଖୁସି ହେଇ ରମା ଭାଇର ହାତ ଧରି ଉଠିଲା, ଚାଲ ଏଥର ଖାଇବା, ଦେଖୁନୁ ଚପରାଶି ଡାକି ଆଇଚି ?
• ହଁ , ସଭିଏଁ ଖାଇସାରି ଘରକୁ ଗଲେଣି ….. ତମେ ଆସି ଏଇଠି ବଇଚ ; ଘରକୁ ଯିବ ନାଇଁ କି ?
ନିଜର ଅଜାଣତରେ ମୁଠା ଭିତରୁ ଭାଇର ହାତ ଖସି ପଡ଼ିଲା ।
ରମା ଆଖିରେ ପାଣି ।
ଦୟା ଦେଖେଇ ଚପରାଶି କହିଲା, “ ଚାଲ, ମୁଁ ଘରେ ଛାଡ଼ି ଦେଇଯିବି ।”
…… ନା ଥାଉ ।
ଆମେ ଏକା ଚାଲିଯିବା ଯେ ।
ଭୋଜି ଯାଗା ।
ଅଇଁଠା ପତ୍ର ଉପରେ କାଉ କୁକୁରଙ୍କ ଯୁଦ୍ଧ ।
ସେଇଠି ଚାରୋଟି ଧୂଳି ଧୂସରିଆ ଛୋଟ ଛୋଟ ପାଦ ମୁହୂର୍ତ୍ତକ ପାଇଁ ଅଟକି ପୁଣି ଆଗକୁ ଚାଲିଗଲା ।
ସକାଳେ ଯେଉଁ ପାଦ ଚାରୋଟି ପାଦ ହାଲୁକାରେ ତଳେ ଲାଗୁ ନଥିଲା – ସଞ୍ଜବେଳକୁ ତାର ଯେମିତି ମାଟି ଉପରୁ ଉଠିବାକୁ ଆଉ ବଳ ନାହିଁ !!!
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment