Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
f57ed3a8
Commit
f57ed3a8
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
19b3e9f5
Changes
1
Hide whitespace changes
Inline
Side-by-side
Showing
1 changed file
with
149 additions
and
0 deletions
+149
-0
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_1_final
...allel_corpora/Odia_files/sent_odia_PIB_jan_31_mof_1_final
+149
-0
No files found.
Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_1_final
0 → 100644
View file @
f57ed3a8
ଆର୍ଥିକ ସର୍ବେକ୍ଷଣ ୨୦୨୧-୨୨ର ମୁଖ୍ୟାଂଶ
୨୦୨୧-୨୨ରେ ବାସ୍ତବ ଅଭିବୃଦ୍ଧି ୯.୨ ପ୍ରତିଶତ ରହିବା ସମ୍ଭାବନା
୨୦୨୨-୨୩ରେ ଜିଡିପି ୮.୦-୮.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାର ପୂର୍ବାନୁମାନ
ମହାମାରୀ : ସରକାର ଯୋଗାଣ କ୍ଷେତ୍ରରେ କରିଥିବା ସଂସ୍କାର ଯୋଗୁ ଅର୍ଥବ୍ୟବସ୍ଥା ସ୍ଥାୟୀ ଦୀର୍ଘକାଳୀନ ସମ୍ପ୍ରସାରଣ ଦିଗରେ ହେଉଅଛି ଅଗ୍ରସର
ଏପ୍ରିଲ-ନଭେମ୍ବର ୨୦୨୧ରେ ପୁଞ୍ଜି ବ୍ୟୟ ବାର୍ଷିକ ଆଧାରରେ ୧୩.୫ ପ୍ରତିଶତ ବୃଦ୍ଧି ପାଇଛି
୩୧ ଡିସେମ୍ବର, ୨୦୨୧ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୬୩୩.୬ ବିଲିୟନ ଡଲାର ସ୍ତରରେ ପହଞ୍ଚିଛି
୨୦୨୨-୨୩ରେ ବିଭିନ୍ନ ଆହ୍ୱାନ ସମ୍ମୁଖିନ ହେବା ଲାଗି ଅର୍ଥବ୍ୟବସ୍ଥା ପ୍ରସ୍ତୁତ ରହିଛି, ବୃହତ ଆର୍ଥିକ ସ୍ଥାୟିତ୍ୱ ସଙ୍କେତକରୁ ମିଳୁଛି ଆଭାସ
ରାଜସ୍ଵ ସଂଗ୍ରହରେ ମୋଟା ଅଙ୍କର ବୃଦ୍ଧି
ସାମାଜିକ କ୍ଷେତ୍ର : ୨୦୨୧-୨୨ (ବଜେଟ୍ ଅନୁମାନ)ରେ ଜିଡିପି ତୁଳନାରେ ସାମାଜିକ ବ୍ୟୟ ବୃଦ୍ଧି ପାଇ ୮.୬ ପ୍ରତିଶତରେ ପହଞ୍ଚିଲା, ଯାହାକି ୨୦୧୪-୧୫ରେ ୬.୨ ପ୍ରତିଶତ ଥିଲା
ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସହିତ ୨୦୨୦-୨୧ ବର୍ଷର ଅନ୍ତିମ ତ୍ରୈମାସରେ ରୋଜଗାର ସଙ୍କେତକ ମହାମାରୀ ପୂର୍ବ ସ୍ତରରେ ପହଞ୍ଚିଲା
ବାଣିଜ୍ୟିକ ରପ୍ତାନି ଏବଂ ଆମଦାନୀ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ, କୋଭିଡ ପୂର୍ବ ସ୍ତର ଠାରୁ ଆଗକୁ ବଢ଼ିଲା
୩୧ ଡିସେମ୍ବର, ୨୦୨୧ ସୁଦ୍ଧା ବ୍ୟାଙ୍କ ଋଣରେ ୯.୨ ପ୍ରତିଶତ ବୃଦ୍ଧି
ଗତ ଦଶନ୍ଧିରେ ଅନ୍ୟ ବର୍ଷ ତୁଳନାରେ 75 ଟି ଆଇପିଓ ମାଧ୍ୟମରେ 89,066 କୋଟି ଟଙ୍କା ସଂଗ୍ରହ କରାଯାଇଛି |
2021-22 (ଏପ୍ରିଲ-ଡିସେମ୍ବର) ରେ CPI-C ମୁଦ୍ରାସ୍ଫୀତି 5.2 ପ୍ରତିଶତକୁ ହ୍ରାସ ପାଇଛି |
2021-22 (ଏପ୍ରିଲ-ଡିସେମ୍ବର) ରେ ହାରାହାରି 2.9 ପ୍ରତିଶତ ଖାଦ୍ୟ ମୁଦ୍ରାସ୍ଫୀତି |
ପ୍ରଭାବଶାଳୀ ଯୋଗାଣ ପରିଚାଳନା ହେତୁ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣରେ ରଖାଗଲା |
କୃଷି: 2021-22 ରେ GVA ରେ 3.9 ପ୍ରତିଶତ ଭଲ ଅଭିବୃଦ୍ଧି |
ରେଳବାଇ: 2020-21 ରେ ପୁଞ୍ଜି ବ୍ୟୟ 1,55,181 କୋଟି ଟଙ୍କାକୁ ବୃଦ୍ଧି ପାଇଛି; 2021-22 ରେ ବଜେଟ୍ ଆହୁରି 2,15,058 କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା 2014 ସ୍ତରଠାରୁ ପାଞ୍ଚ ଗୁଣ ଅଧିକ |
2020-21 ରେ ପ୍ରତିଦିନ ସଡକ ନିର୍ମାଣ 36.5 କିଲୋମିଟରକୁ ବୃଦ୍ଧି ପାଇ ଗତ ବର୍ଷ ତୁଳନାରେ 30.4 ପ୍ରତିଶତ ବୃଦ୍ଧି ପାଇଛି |
SDG: 2020-21 ରେ NITI ଆୟୋଗ ଡ୍ୟାସବୋର୍ଡରେ ମୋଟ ସ୍କୋର 66 କୁ ଉନ୍ନତ ହୋଇଛି |
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସୋମବାର ଦିନ ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୧-୨୨ ଉପସ୍ଥାପନ କରିଛନ୍ତି ।
ଆର୍ଥିକ ସର୍ବେକ୍ଷଣର ମୁଖ୍ୟ ବିଷୟ ନିମ୍ନରେ ଦିଆଗଲା:-
ଅର୍ଥବ୍ୟବସ୍ଥାର ସ୍ଥିତି :
୨୦୨୦-୨୧ ଆର୍ଥିକ ବର୍ଷରେ ୭.୩ ପ୍ରତିଶତ ହ୍ରାସ ପରେ ୨୦୨୧-୨୨ରେ ଭାରତୀୟ ଅର୍ଥବ୍ୟବସ୍ଥାର ୯.୩ ପ୍ରତିଶତ (ପୂର୍ବ ଅଗ୍ରିମ ଆକଳନ ଅନୁସାରେ) ବଢ଼ିବାର ଆକଳନ କରାଯାଇଛି ।
୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୮-୮.୫ ପ୍ରତିଶତ ରହିବାର ସମ୍ଭାବନା ରହିଛି ।
ଆର୍ଥିକ ପୁନରୁଦ୍ଧାରକୁ ସମର୍ଥନ ଯୋଗାଇ ଦେବା ଲାଗି ଆଗାମୀ ବର୍ଷଗୁଡ଼ିକରେ ଆର୍ଥିକ ପ୍ରଣାଳୀ ସହିତ ଘରୋଇ କ୍ଷେତ୍ରର ନିବେଶ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
୨୦୨୨-୨୩ ପାଇଁ କରାଯାଇଥିବା ଏହି ପୂର୍ବାନୁମାନ ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କର ପୂର୍ବାନୁମାନ ପରିମାଣ ଯଥାକ୍ରମେ ୮.୭ ଏବଂ ୭.୫ ପ୍ରତିଶତ ବାସ୍ତବ ଜିଡିପି ଅଭିବୃଦ୍ଧି ସମ୍ଭାବନା ଅନୁରୂପ କରାଯାଇଛି ।
ଆଇଏମଏଫର ସଦ୍ୟତମ ବିଶ୍ଵ ଆର୍ଥିକ ପରିଦୃଶ୍ୟ ଆକଳନ ଅଧୀନରେ, ୨୦୨୧-୨୨ ଏବଂ ୨୦୨୨-୨୩ରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୯ ପ୍ରତିଶତ ଏବଂ ୨୦୨୩-୨୪ରେ ୭.୧ ପ୍ରତିଶତ ରହିବାର ସମ୍ଭାବନା ରହିଛି, ଫଳରେ ଭାରତ ଆସନ୍ତା ତିନି ବର୍ଷ ମଧ୍ୟରେ ବିଶ୍ଵର ସବୁଠୁ ଦ୍ରୁତ ବିକାଶଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ ।
୨୦୨୧-୨୨ରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ୩.୯ ପ୍ରତିଶତ; ଉଦ୍ୟୋଗ କ୍ଷେତ୍ର ୧୧.୮ ପ୍ରତିଶତ ଏବଂ ସେବା କ୍ଷେତ୍ର ୮.୨ ପ୍ରତିଶତ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି ।
ଚାହିଦା ଉପରେ ଆଲୋକପାତ କଲେ ୨୦୨୧-୨୨ରେ ଉପଯୋଗ ୭.୦ ପ୍ରତିଶତ, ସକଳ ସ୍ଥାୟୀ ପୁଞ୍ଜି ନିର୍ମାଣ (ଜିଏଫସିଏଫ) ୧୫ ପ୍ରତିଶତ, ରପ୍ତାନି ୧୬.୫ ପ୍ରତିଶତ ଏବଂ ଆମଦାନୀ ୨୯.୪ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି ।
ବୃହତ ଆର୍ଥିକ ସ୍ଥାୟିତ୍ୱ ସଙ୍କେତକ ଚିହ୍ନଟ କରିବା ଲାଗି ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୨-୨୩ର ଆହ୍ୱାନକୁ ସମ୍ମୁଖିନ ହେବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।
ଉଚ୍ଚ ବିଦେଶୀ ମୂଦ୍ରା ଭଣ୍ଡାର, ଦୀର୍ଘସ୍ଥାୟୀ ପ୍ରତ୍ୟକ୍ଷ ବିଦେଶୀ ନିବେଶ ଏବଂ ରପ୍ତାନିରେ ବୃଦ୍ଧି ଫଳରେ ୨୦୨୨-୨୩ରେ ବିଶ୍ଵ ସ୍ତରରେ ନଗଦ ଅର୍ଥ ଉପଲବ୍ଧତାରେ ସମ୍ଭାବ୍ୟ ହ୍ରାସ ପାଇଁ ଯଥେଷ୍ଟ ସହାୟତା ମିଳିପାରିବ ।
୨୦୨୦-୨୧ରେ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ ତୁଳନାରେ ‘ଦ୍ୱିତୀୟ ଲହରୀ’ରେ ଆର୍ଥିକ ପ୍ରଭାବ କମ ରହିଥିଲା, ତେବେ ସ୍ଵାସ୍ଥ୍ୟ କ୍ଷେତ୍ର ଉପରେ ଏହାର ଯଥେଷ୍ଟ ଗମ୍ଭୀର ପ୍ରଭାବ ପଡ଼ିଥିଲା ।
ଭାରତ ସରକାର ଏଥିପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିଥିଲେ ,ସମାଜର ଦୁର୍ବଳ ବର୍ଗ ଏବଂ ବ୍ୟବସାୟ କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବା ଲାଗି ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା ।
ଅଭିବୃଦ୍ଧି ହାରକୁ ଗତିଶୀଳ କରିବା ପାଇଁ ପୁଞ୍ଜିଗତ ବ୍ୟୟରେ ଯଥେଷ୍ଟ ବୃଦ୍ଧି ଏବଂ ସ୍ଥାୟୀ ଦୀର୍ଘକାଳୀନ ସମ୍ପ୍ରସାରଣ ନିମନ୍ତେ ଯୋଗାଣ କ୍ଷେତ୍ରରେ ସୁଧାର ପାଇଁ ପଦକ୍ଷେପ ନିଆଯାଇଥିଲା ।
ସରକାରଙ୍କ ନମନୀୟ ଏବଂ ବହୁସ୍ତରୀୟ ପଦକ୍ଷେପ ଆଂଶିକ ଭାବେ ‘ତ୍ୱରିତ’ ରୂପରେଖ ଆଧାରିତ, ଏଥିରେ ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ପରିବେଶରେ ତ୍ରୁଟି ଦୂର କରିବା ଉପରେ ଜୋର ଦିଆଯାଇଛି ଏଥିସହିତ ୮୦ଟି ହାଇଫ୍ରିକୁଏନ୍ସି ଇଣ୍ଡିକେଟର୍ସ (ଏଚଏଫଆଇ) ଉପଯୋଗ କରାଯାଇଛି ।
ଆର୍ଥିକ ଦୃଢ଼ତା :
୨୦୨୧-୨୨ ବଜେଟ୍ ଆକଳନ (୨୦୨୧-୨୨ ପ୍ରାରମ୍ଭିକ ଆକଳନ ତୁଳନାରେ)ର ୯.୬ ପ୍ରତିଶତ ଆନୁମାନିକ ବୃଦ୍ଧି ତୁଳନାରେ କେନ୍ଦ୍ର ସରକାରଙ୍କ ରାଜସ୍ଵ ସଂଗ୍ରହ (ଏପ୍ରିଲ-ନଭେମ୍ବର, ୨୦୨୧) ୬୭.୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ବାର୍ଷିକ ଆଧାରରେ ଏପ୍ରିଲ-ନଭେମ୍ବର, ୨୦୨୧ରେ ସକଳ ଟିକସ ରାଜସ୍ଵରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଏହା ୨୦୧୯-୨୦ର ମହାମାରୀ ପୂର୍ବବର୍ତ୍ତୀ ସ୍ତର ତୁଳନାରେ ମଧ୍ୟ ଉନ୍ନତ ପ୍ରଦର୍ଶନ ।
୨୦୨୧ ଏପ୍ରିଲ-ନଭେମ୍ବର ଅବଧିରେ ମୌଳିକ ଭିତ୍ତିଭୂମି ସହ ଜଡ଼ିତ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରାଯାଇ ପୁଞ୍ଜି ବ୍ୟୟରେ ବାର୍ଷିକ ଆଧାରରେ ୧୩.୫ ପ୍ରତିଶତ ବୃଦ୍ଧି କରାଯାଇଛି ।
ଦୀର୍ଘସ୍ଥାୟୀ ରାଜସ୍ଵ ସଂଗ୍ରହ ଏବଂ ଏକ ଲକ୍ଷ୍ୟ ଆଧାରିତ ବ୍ୟୟ ନୀତି ଯୋଗୁ ଏପ୍ରିଲ-ନଭେମ୍ବର ୨୦୨୧ରେ ରାଜସ୍ଵ ନିଅଣ୍ଟକୁ ବଜେଟ ଆକଳନ ଅନୁରୂପ ୪୬.୨ ପ୍ରତିଶତ ସ୍ତରରେ ରଖିବାରେ ସଫଳତା ମିଳିଛି ।
କୋଭିଡ-୧୯ କାରଣରୁ ଋଣ ବଢ଼ିବା ଫଳରେ ୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ଋଣ ଭାର ବୃଦ୍ଧି ପାଇ ଜିଡିପିର ୫୯.୩ ପ୍ରତିଶତରେ ପହଞ୍ଚିଛି ଏହା ୨୦୧୯-୨୦ରେ ଜିଡିପିର ୪୯.୧ ପ୍ରତିଶତ ସ୍ତରରେ ରହିଥିଲା ।
ତେବେ ଅର୍ଥବ୍ୟବସ୍ଥାରେ ସୁଧାର ସହିତ ଏଥିରେ ହ୍ରାସ ଆସିବ ବୋଲି ଆକଳନ କରାଯାଇଛି ।
ବାହ୍ୟ କ୍ଷେତ୍ର:
ଭାରତର ବାଣିଜ୍ୟିକ ରପ୍ତାନି ଓ ଆମଦାନୀରେ ସୁଦୃଢ଼ ସୁଧାର ଦେଖିବାକୁ ମିଳିଛି ଏବଂ ଚଳିତ ଆର୍ଥିକ ବର୍ଷରେ ଏହା କୋଭିଡ ପୂର୍ବ ସ୍ତର ଠାରୁ ଅଧିକରେ ପହଞ୍ଚିଥିଲା ।
ପର୍ଯ୍ୟଟନ କ୍ଷେତ୍ରରୁ ଦୁର୍ବଳ ରାଜସ୍ଵ ମିଳିଥିବା ସତ୍ତ୍ୱେ ସଂଗ୍ରହ ଏବଂ ପରିଶୋଧ ମହାମାରୀ ପୂର୍ବ ସ୍ତରରେ ପହଞ୍ଚିବା ସହିତ ସକଳ ସେବାରେ ଉନ୍ନତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।
ବିଦେଶୀ ନିବେଶରେ ନିରନ୍ତର ବୃଦ୍ଧି, ସକଳ ବାହ୍ୟ ବାଣିଜ୍ୟିକ ଋଣରେ ବୃଦ୍ଧି, ବ୍ୟାଙ୍କିଙ୍ଗ୍ ପୁଞ୍ଜିରେ ସୁଧାର ଏବଂ ଅତିରିକ୍ତ ବିଶେଷ ଉଠାଣ ଅଧିକାର (ଏସଡିଆର) ଆବଣ୍ଟନ ବଳରେ ୨୦୨୧-୨୨ର ପ୍ରଥମ ଛଅ ମାସରେ ସକଳ ପୁଞ୍ଜି ପ୍ରବାହ ବୃଦ୍ଧି ପାଇ ୬୫.୬ ବିଲିୟନ ଡଲାର ହୋଇଯାଇଛି ।
ସେପ୍ଟେମ୍ବର ୨୦୨୧ ଶେଷ ସୁଦ୍ଧା ଗୋଟିଏ ବର୍ଷ ପୂର୍ବରୁ ୫୫୬.୮ ବିଲିୟନ ଡଲାର ତୁଳନାରେ ଭାରତର ବାହ୍ୟ ଋଣ ବୃଦ୍ଧି ପାଇଁ ୫୯୩.୧ ବିଲିୟନ ଡଲାରରେ ପହଞ୍ଚିଛି ।
ଫଳରେ ଆଇଏମଏଫ ଦ୍ୱାରା ଅତିରିକ୍ତ ଏସଡିଆର ଆବଣ୍ଟନ ସହିତ ଅଧିକ ବାଣିଜ୍ୟିକ ସୁଧାର ପାଇଁ ଆଭାସ ମିଳିଛି ।
୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାରରୁ ଅଧିକ ହୋଇଛି ଏବଂ ଏହା ଡିସେମ୍ବର ୨୦୨୧ ସୁଦ୍ଧା ୬୩୩.୬ ବିଲିୟନ ଡଲାର ସ୍ତରରେ ପହଞ୍ଚିଯାଇଛି ।
ନଭେମ୍ବର, ୨୦୨୧ ଶେଷ ସୁଦ୍ଧା ଚୀନ, ଜାପାନ ଏବଂ ସ୍ୱିଜରଲାଣ୍ଡ ପରେ ଭାରତ ଚତୁର୍ଥ ସର୍ବାଧିକ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ଦେବା ଦେଶ ପାଲଟିଛି ।
ମୂଦ୍ରୀକରଣ ପରିଚାଳନା ତଥା ଆର୍ଥିକ ମଧ୍ୟସ୍ଥତା
ବ୍ୟବସ୍ଥାରେ ନଗଦ ପରିମାଣ ବଳକା ରହିଲା ।
୨୦୨୧-୨୨ରେ ରେପୋ ରେଟ୍ ୪ ପ୍ରତିଶତରେ ବଜାୟ ରଖାଗଲା ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଆହୁରି ଅଧିକ ନଗଦ ଯୋଗାଇ ଦେବା ଲାଗି ଜି-ସେକ୍ ଅଧିଗ୍ରହଣ କାର୍ଯ୍ୟକ୍ରମ ତଥା ସାମାଜିକ ଦୀର୍ଘକାଳୀନ ରେପୋ ପରିଚାଳନା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ବାଣିଜ୍ୟିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦ୍ୱାରା ଭଲ ଭାବେ ମହାମାରୀର ଆର୍ଥିକ କ୍ଷତିକୁ ଦୂର କରାଯାଇପାରିଛି:
୨୦୨୧-୨୨ରେ ବାର୍ଷିକ ଆଧାରରେ ଋଣ ବୃଦ୍ଧି ଏପ୍ରିଲ, ୨୦୨୧ର ୫.୩ ପ୍ରତିଶତରୁ ବୃଦ୍ଧି ପାଇ ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୯.୨ ପ୍ରତିଶତ ହୋଇଯାଇଛି ।
ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି)ଗୁଡ଼ିକର ନନ-ପରଫର୍ମିଂ ଆଡଭାନ୍ସ ବା ମୋଟ ଅଚଳ ଅଗ୍ରିମ ଅନୁପାତ ୨୦୧୭-୧୮ ଶେଷରେ ୧୧.୨ ପ୍ରତିଶତରୁ ହ୍ରାସ ପାଇ ସେପ୍ଟେମ୍ବର, ୨୦୨୧ ଶେଷରେ ୬.୯ ପ୍ରତିଶତରେ ପହଞ୍ଚିଛି ।
ସମାନ ଅବଧିରେ ଶୁଦ୍ଧ (ନିଟ୍) ନନ-ପରଫର୍ମିଂ ଆଡଭାନ୍ସ ବା ମୋଟ ଅଚଳ ଅଗ୍ରିମ ଅନୁପାତ ୬ ପ୍ରତିଶତରୁ ହ୍ରାସ ପାଇ ୨.୨ ପ୍ରତିଶତ ହୋଇଯାଇଛି ।
ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ପୁଞ୍ଜି ବିପତ୍ତି ଭାରାଙ୍କ ପରିସମ୍ପତ୍ତି ଅନୁପାତ ୨୦୧୩-୧୪ର ୧୩ ପ୍ରତିଶତରୁ ବୃଦ୍ଧି ପାଇ ସେପ୍ଟେମ୍ବର ୨୦୨୧ ଶେଷରେ ୧୬.୫୪ ପ୍ରତିଶତ ରହିଥିଲା ।
ସେପ୍ଟେମ୍ବର ୨୦୨୧ରେ ଶେଷ ହୋଇଥିବା ଅବଧି ପାଇଁ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଲାଗି ସମ୍ପତ୍ତି କ୍ଷେତ୍ରର ରିଟର୍ଣ୍ଣ ଏବଂ ଇକୁଇଟି ଉପରେ ରିଟର୍ଣ୍ଣ ସକାରାତ୍ମକ ରହିଥିଲା ।
ପୁଞ୍ଜି ବଜାର ପାଇଁ ଅସାଧାରଣ ବର୍ଷ
ଏପ୍ରିଲ-ନଭେମ୍ବର, ୨୦୨୧ରେ ୭୫ଟି ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୮୯,୦୬୬ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା, ଯାହାକି ବିଗତ ଏକ ଦଶନ୍ଧି ମଧ୍ୟରେ କୌଣସି ବର୍ଷରେ ସର୍ବାଧିକ ।
୧୮ ଅକ୍ଟୋବର, ୨୦୨୧ରେ ସେନସେକ୍ସ ଓ ନିଫଟି ଯଥାକ୍ରମେ ୬୧,୭୬୬ ଏବଂ ୧୮,୪୭୭ ପଏଣ୍ଟରେ ପହଞ୍ଚିଥିଲା ।
ପ୍ରମୁଖ ବିକାଶଶୀଳ ବଜାର ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତୀୟ ବଜାର ଏପ୍ରିଲ-ଡିସେମ୍ବର, ୨୦୨୧ରେ ସମକକ୍ଷ ବଜାରଗୁଡ଼ିକ ତୁଳନାରେ ଉନ୍ନତ ପ୍ରଦର୍ଶନ କରିଥିଲା ।
ମୂଲ୍ୟ ଓ ମୁଦ୍ରାସ୍ଫୀତି:
୨୦୨୧-୨୨ (ଏପ୍ରିଲ-ଡିସେମ୍ବର)ରେ ହାରାହାରୀ ଶୀର୍ଷ ସିପିଆଇ-ସଂଯୁକ୍ତ ମୂଦ୍ରାସ୍ଫୀତିରେ ସୁଧାର ଆସି ୫.୨ ପ୍ରତିଶତରେ ପହଞ୍ଚିଥିଲା, ଯାହାକି ୨୦୨୦-୨୧ର ଏହି ଅବଧିରେ ୬.୬ ପ୍ରତିଶତ ରହିଥିଲା ।
ଖାଦ୍ୟ ମୂଦ୍ରାସ୍ଫୀତିରେ ସୁଧାର କାରଣରୁ ଖୁଚୁରା ମୂଦ୍ରାସ୍ଫୀତିରେ ହ୍ରାସ ଦେଖାଦେଇଥିଲା ।
୨୦୨୧-୨୨ (ଏପ୍ରିଲ ଠାରୁ ଡିସେମ୍ବର)ରେ ହାରାହାରୀ ଖାଦ୍ୟ ମୂଦ୍ରାସ୍ଫୀତି ୨.୯ ପ୍ରତିଶତର ନିମ୍ନ ସ୍ତରରେ ରହିଥିଲା, ଅନ୍ୟପକ୍ଷରେ ବିଗତ ବର୍ଷର ସମାନ ଅବଧିରେ ଏହା ୯.୧ ପ୍ରତିଶତ ଥିଲା ।
ଏହି ବର୍ଷ ପ୍ରଭାବୀ ଯୋଗାଣ ପରିଚାଳନା କାରଣରୁ ଅଧିକାଂଶ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ନିୟନ୍ତ୍ରିତ ରହିଥିଲା ।
ଡାଲି ଏବଂ ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
ସେଣ୍ଟ୍ରାଲ ଏକ୍ସସାଇଜ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରେ ହ୍ରାସ ଏବଂ ପରେ ଅଧିକାଂଶ ରାଜ୍ୟ ପକ୍ଷରୁ ଲାଗୁ ହୋଇଥିବା ମୂଲ୍ୟ ସଂଯୁକ୍ତ ଟିକସ (ଭାଟ୍) ହ୍ରାସ କରାଯିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର କମିଥିଲା ।
ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଉପରେ ଆଧାରିତ ପାଇକାରୀ ମୂଦ୍ରାସ୍ଫିତୀ ୨୦୨୧-୨୨ (ଏପ୍ରିଲରୁ ଡିସେମ୍ବର) ସମୟରେ ୧୨.୫ ପ୍ରତିଶତ ବୃଦ୍ଧି ପାଇଛି ।
ନିମ୍ନଲିଖିତ କାରଣରୁ ଏହା ହୋଇଛି:
ବିଗତ ବର୍ଷରେ ନିମ୍ନ ଆଧାର,
ଆର୍ଥିକ କାରବାରରେ ଗତିଶୀଳତା,
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବଂ ଅନ୍ୟ ଆମଦାନୀ ସାମଗ୍ରୀ ମୂଲ୍ୟ ବୃଦ୍ଧି ଏବଂ
ଉଚ୍ଚ ମାଲ ପରିବହନ ଖର୍ଚ୍ଚ ।
ସିପିଆଇ-ସି ଏବଂ ଡବ୍ଲୁ ପିଆଇ ମୂଦ୍ରାସ୍ଫୀତି ମଧ୍ୟରେ ପାର୍ଥକ୍ୟ:
୨୦୨୦ ମଇ ମାସରେ ଏହି ପାର୍ଥକ୍ୟ ଶୀର୍ଷ ସ୍ତର ୯.୬ ପ୍ରତିଶତ ରହିଥିଲା ।
କିନ୍ତୁ ଚଳିତ ବର୍ଷ ଖୁଚୁରା ମୂଦ୍ରାସ୍ଫୀତି, ଡିସେମ୍ବର, ୨୦୨୧ର ପାଇକାରୀ ମୁଦ୍ରାସ୍ଫୀତି ୮.୦ ପ୍ରତିଶତ ତୁଳନାରେ କମ ସ୍ତରକୁ ଖସିଆସିବା ଫଳରେ ଏହି ପାର୍ଥକ୍ୟରେ ଓଲଟପାଲଟ ଦେଖିବାକୁ ମିଳିଥିଲା ।
ନିମ୍ନଲିଖିତ କାରକଗୁଡ଼ିକ ଜରିଆରେ ଏହି ପାର୍ଥକ୍ୟକୁ ବ୍ୟାଖ୍ୟା କରାଯାଇପାରିବ:
ବେସ୍ ପ୍ରଭାବ କାରଣରୁ ପାର୍ଥକ୍ୟ
ଦୁଇ ସୂଚକାଙ୍କର ସ୍କୋପ ଏବଂ କଭରେଜରେ ପାର୍ଥକ୍ୟ
ମୂଲ୍ୟ ସଂଗ୍ରହ
କଭର କରାଯାଇଥିବା ସାମଗ୍ରୀ
ବସ୍ତୁ ଭାରରେ ପାର୍ଥକ୍ୟ ଏବଂ ଆମଦାନୀ ହୋଇଥିବା କଞ୍ଚାମାଲ ଅଧିକ ହୋଇଥିବା କାରଣରୁ ଡବ୍ଲୁପିଆଇ ଆଧାରିତ ମୂଦ୍ରାସ୍ଫୀତି ଅଧିକ ସମ୍ବେଦନଶୀଳ ହୋଇଯିବା ।
ଡବ୍ଲୁପିଆଇରେ ବେସ୍ ପ୍ରଭାବର କ୍ରମିକ ସମାପ୍ତି ଫଳରେ ସିପିଆଇ-ସି ଏବଂ ଡବ୍ଲୁପିଆଇରେ ପାର୍ଥକ୍ୟ କମ ହେବ ବୋଲି ଆଶା କରାଯାଉଛି ।
ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ:
ନୀତି ଆୟୋଗ ଏସଡିଜି ଇଣ୍ଡିଆ ସୂଚକାଙ୍କ ଏବଂ ଡାଶବୋର୍ଡରେ ଭାରତର ସାମଗ୍ରିକ ସ୍କୋର ୨୦୨୦-୨୧ରେ ଉନ୍ନତ ହୋଇ ୬୬ରେ ପହଞ୍ଚିଛି, ଯାହାକି ୨୦୧୯-୨୦ରେ ୬୦ ଏବଂ ୨୦୧୮-୧୯ରେ ୫୭ ରହିଥିଲା ।
ଫ୍ରଣ୍ଟ ରନର୍ସ (୬୫-୯୯ ସ୍କୋର) ସଂଖ୍ୟା ୨୦୨୦-୨୧ରେ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ବୃଦ୍ଧି ପାଇଛି, ଯାହାକି ୨୦୧୯-୨୦ରେ ୧୦ ରହିଥିଲା ।
ନୀତି ଆୟୋଗ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଜିଲ୍ଲା ଏସଡିଜି ସୂଚକାଙ୍କ ୨୦୨୧-୨୨ରେ ପୂର୍ବୋତ୍ତର ଭାରତର ୬୪ଟି ଜିଲ୍ଲା ଫ୍ରଣ୍ଟ ରନର୍ସ ଏବଂ ୩୯ଟି ଜିଲ୍ଲା ପରଫର୍ମର ରହିଥିଲେ ।
ଭାରତ ବିଶ୍ଵର ଦଶମ ସର୍ବବୃହତ ଜଙ୍ଗଲ କ୍ଷେତ୍ର ବିଶିଷ୍ଟ ଦେଶ ।
୨୦୧୦ ଠାରୁ ୨୦୨୦ ସମୟରେ ବନ କ୍ଷେତ୍ର ବୃଦ୍ଧି ମାମଲାରେ ଭାରତ ୨୦୨୦ରେ ବିଶ୍ଵରେ ତୃତୀୟ ସ୍ଥାନ ହାସଲ କରିଥିଲା ।
୨୦୨୦ରେ ଭାରତର ମୋଟ୍ ଭୌଗଳିକ କ୍ଷେତ୍ରରେ ପରିବ୍ୟାପ୍ତ ଜଙ୍ଗଲ ୨୪ ପ୍ରତିଶତ ଥିଲା ଅର୍ଥାତ୍ ବିଶ୍ଵର ମୋଟ ବନ କ୍ଷେତ୍ରର ୨ ପ୍ରତିଶତ ।
ଅଗଷ୍ଟ, ୨୦୨୧ରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୧, ବିଜ୍ଞପିତ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ୨୦୨୨ ସୁଦ୍ଧା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ସମାପ୍ତ କରିବା ।
ପ୍ଲାଷ୍ଟିକ୍ ପ୍ୟାକେଜିଂ ଲାଗି ସମ୍ପ୍ରସାରିତ ଉତ୍ପାଦକ ଦାୟିତ୍ୱ ଉପରେ ଡ୍ରାଫ୍ଟ ନିୟାମକ ବିଜ୍ଞପିତ କରାଯାଇଥିଲା ।
ଗଙ୍ଗା ଏବଂ ଏହାର ସହାୟକ ନଦୀ କୂଳରେ ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ଉଦ୍ୟୋଗଗୁଡ଼ିକର (ଜିପିଆଇ) ଅନୁପାଳନ ସ୍ଥିତି ୨୦୧୭ରେ ୩୯ ପ୍ରତିଶତ ରହିଥିଲା ଏଥିରେ ସୁଧାର ଆସି ୨୦୨୦ରେ ୮୧ ପ୍ରତିଶତରେ ପହଞ୍ଚିଥିଲା ।
ନିଷ୍କାସିତ ବର୍ଜ୍ୟବସ୍ତୁ ପରିମାଣ ଦୈନିକ ୩୪୯.୧୩ ମିଲିୟନ ଲିଟର (ଏମଏଲଡି)ରୁ ହ୍ରାସ ପାଇ ୨୦୨୦ରେ ୨୮୦.୨୦ ଏମଏଲଡିରେ ପହଞ୍ଚିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର, ୨୦୨୧ରେ ଗ୍ଲାସଗୋ ଠାରେ ଆୟୋଜିତ ୨୬ତମ ସିଓପି ସମ୍ମିଳନୀରେ ରାଷ୍ଟ୍ରୀୟ ବକ୍ତବ୍ୟର ଅଂଶବିଶେଷ ଭାବେ ନିର୍ଗମନ ପରିମାଣ ହ୍ରାସ କରିବା ଲାଗି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଘୋଷଣା କରିଥିଲେ ।
ପରିବେଶ ଅନୁକୂଳ ଜୀବନଶୈଳୀ ପାଇଁ ସେ ‘ଲାଇଫ’ (ଲାଇଫଷ୍ଟାଇଲ୍ ଫର ଇନଭାଇର୍ଣ୍ଣମେଣ୍ଟ) ଅଭିଯାନ ଆରମ୍ଭ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ , ବେପରୁଆ ଭାବେ ବିନାଶକାରୀ ଉପଯୋଗ ପରିବର୍ତ୍ତେ ଭାବିଚିନ୍ତି ସମ୍ବଳର ଉପଯୋଗ ନିମନ୍ତେ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।
କୃଷି ଏବଂ ଖାଦ୍ୟ ପରିଚାଳନା
ବିଗତ ଦୁଇ ବର୍ଷ ମଦ୍ୟରେ କୃଷି କ୍ଷେତ୍ରରେ ବ୍ୟାପକ ବିକାଶ ଦେଖିବାକୁ ମିଳିଛି ।
ଦେଶର ମୋଟ ମୂଲ୍ୟବୃଦ୍ଧି (ଜିଭିଏ)ରେ ଗୁରୁତ୍ୱପୂର୍ଣ୍ଣ ୧୮.୮ ପ୍ରତିଶତ (୨୦୨୧-୨୨) ବୃଦ୍ଧି ଦେଖିବାକୁ ମିଳିଛି, ଅନୁରୂପ ଭାବେ ୨୦୨୦-୨୧ରେ ୩.୬ ପ୍ରତିଶତ ଏବଂ ୨୦୨୧-୨୨ରେ ୩.୯ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।
ଫସଲ ବିବିଧକରଣ ପ୍ରୋତ୍ସାହିତ କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନୀତିର ଉପଯୋଗ କରାଯାଉଛି ।
୨୦୧୪ର ସିଚୁଏସନ ଆସେସମେଣ୍ଟ ସର୍ଭେ (ଏସଏଏସ) ରିପୋର୍ଟ ତୁଳନାରେ ନୂତନ ଏସଏଏସ ରିପୋର୍ଟରେ ଫସଲ ଉତ୍ପାଦନରୁ ନିଟ୍ ସଂଗ୍ରହ ପରିମାଣ ୨୨.୬ ପ୍ରତିଶତ ବୃଦ୍ଧି ପାଇଛି ।
ପଶୁପାଳନ, ଡାଏରୀ ଏବଂ ମତ୍ସ୍ୟପାଳନ ସହିତ ସମ୍ପୃକ୍ତ କ୍ଷେତ୍ର ଦ୍ରୁତ ଗତିରେ ଉଚ୍ଚ ଅଭିବୃଦ୍ଧି କ୍ଷେତ୍ର ଭାବେ ବିକାଶ ଲାଭ କରୁଛନ୍ତି ଏବଂ କୃଷି କ୍ଷେତ୍ରର ସାମଗ୍ରିକ ଅଭିବୃଦ୍ଧିରେ ପ୍ରମୁଖ ପ୍ରେରକ ଭାବେ କାର୍ଯ୍ୟ କରୁଛନ୍ତି ।
୨୦୧୯-୨୦ରେ ଶେଷ ହୋଇଥିବା ବିଗତ ପାଞ୍ଚ ବର୍ଷର ଅବଧିରେ ପ୍ରାଣୀଧନ କ୍ଷେତ୍ର ୮.୧୫ ପ୍ରତିଶତ ସିଜିଆର ହାରରେ ବୃଦ୍ଧି ପାଇଥିଲା ।
ଏହା ବିଭିନ୍ନ ବର୍ଗର ଚାଷୀ ପରିବାର ପାଇଁ ଏକ ସ୍ଥିର ଆୟ ଉତ୍ସରେ ପରିଣତ ହୋଇଥିଲା ଯାହାକି ସେମାନଙ୍କ ମାସିକ ଆୟରେ ୧୫% ଯୋଗଦାନ ଦେଇଥିଲା ।
ଭିତ୍ତିଭୂମି ବିକାଶ, ରିହାତି ପରିବହନ ଏବଂ ଲଘୁ ଖାଦ୍ୟ ଉଦ୍ୟୋଗମାନଙ୍କର ଔପଚାରିକକରଣ ପାଇଁ ସହାୟତା ଭଳି ବିଭିନ୍ନ ଉପାୟ ମାଧ୍ୟମରେ ସରକାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛନ୍ତି ।
ଭାରତ ବିଶ୍ଵର ସବୁଠୁ ବଡ଼ ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି ।
ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଭଳି ଯୋଜନା ମାଧ୍ୟମରେ ଖାଦ୍ୟ ସୁରକ୍ଷା ନେଟୱର୍କ କଭରେଜକୁ ଆହୁରି ଅଧିକ ସମ୍ପ୍ରସାରିତ କରାଯାଇଛି ।
ଉଦ୍ୟୋଗ ଏବଂ ମୌଳିକ ଭିତ୍ତିଭୂମି
୨୦୨୧ ଏପ୍ରିଲ-ନଭେମ୍ବରରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ବୃଦ୍ଧି ପାଇଁ ୧୭.୪ ପ୍ରତିଶତ (ବର୍ଷ ପରେ ବର୍ଷ) ହୋଇଯାଇଛି ।
ଏହା ଏପ୍ରିଲ-ନଭେମ୍ବର, ୨୦୨୦ରେ (-) ୧୫.୩ ପ୍ରତିଶତ ଥିଲା ।
ଭାରତୀୟ ରେଳବାଇ ପାଇଁ ପୁଞ୍ଜିଗତ ବ୍ୟୟ ୨୦୦୯-୨୦୧୪ରେ ୪୫,୯୮୦ କୋଟି ଟଙ୍କା ବାର୍ଷିକ ହାରାହାରୀରୁ ବୃଦ୍ଧି ପାଇ ୨୦୨୦-୨୧ରେ ୧୫୫,୧୮୧ କୋଟି ଟଙ୍କାରେ ପହଞ୍ଚିଛି , ୨୦୨୧-୨୨ରେ ଏହାକୁ ୨୧୫,୦୫୮ କୋଟି ପର୍ଯ୍ୟନ୍ତ ବଢ଼ାଇବା ଲାଗି ବଜେଟ୍ ରଖାଯାଇଛି , ୨୦୧୪ ତୁଳନାରେ ଏଥିରେ ପାଞ୍ଚଗୁଣା ବୃଦ୍ଧି ପାଇଛି ।
୨୦୨୦-୨୧ରେ ଦୈନିକ ସଡ଼କ ନିର୍ମାଣ ସୀମାକୁ ବଢ଼ାଇ ୩୬.୫ କିଲୋମିଟର କରାଯାଇଥିଲା ଯାହାକି ୨୦୧୯-୨୦ରେ ଦୈନିକ ୨୮ କିଲୋମିଟର ଥିଲା ଫଳରେ ଏଥିରେ ୩୦.୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।
ମହାମାରୀ ପ୍ରଭାବ ସତ୍ତ୍ୱେ ୨୦୨୧-୨୨ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ବିକ୍ରିରୁ ବୃହତ କର୍ପୋରେଟଗୁଡ଼ିକର ନିଟ୍ ଲାଭ ଅନୁପାତ ସର୍ବକାଳୀନ ଉଚ୍ଚ ସ୍ତର ୧୦.୬ ପ୍ରତିଶତରେ ପହଞ୍ଚିଛି ।
(ଆରବିଆଇ ଅଧ୍ୟୟନ)
ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାର ପ୍ରଚଳନ, ଭୌତିକ ଓ ଡିଜିଟାଲ ଭିତ୍ତିଭୂମିକୁ ବୃହତ ପ୍ରୋତ୍ସାହନ ପ୍ରଦାନ ସହିତ କାରବାର ଖର୍ଚ୍ଚ କମାଇବାକୁ ପଦକ୍ଷେପ ଏବଂ ଇଜ୍ ଅଫ ଡୁଇଂ ବିଜନେସ ବା ବ୍ୟବସାୟିକ ସୁଗମତାରେ ଉନ୍ନତି ଆର୍ଥିକ ସୁଧାରକୁ ସମର୍ଥନ ଯୋଗାଇ ଦିଆଯିବ ।
ସେବା କ୍ଷେତ୍ର :
ସେବା କ୍ଷେତ୍ରର ଜିଭିଏ ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ପୂର୍ବ ମହାମାରୀ ସ୍ତରକୁ ଅତିକ୍ରମ କରି ଯାଇଛି ।
ବ୍ୟବସାୟ, ପରିବହନ ଆଦି ଭଳି କଣ୍ଟାକ୍ଟ ଇଣ୍ଟେନସିଭ୍ କ୍ଷେତ୍ରର ଜିଭିଏ ଏବେ ସୁଦ୍ଧା ପ୍ରାକ୍-ମହାମାରୀ ସ୍ତର ଠାରୁ ତଳେ ରହିଛି ।
ସାମଗ୍ରିକ ସେବା କ୍ଷେତ୍ରର ଜିଭିଏ ୨୦୨୧-୨୨ରେ ୮.୨ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି ।
୨୦୨୧ ଏପ୍ରିଲ ଡିସେମ୍ବର ସମୟରେ ରେଳ ମାଲ ଭଡ଼ା ପ୍ରାକ୍ ମହାମାରୀ ସ୍ତରକୁ ଅତିକ୍ରମ କରି ଯାଇଛି ଅନ୍ୟ ପକ୍ଷରେ ବିମାନ ମାଲଭଡ଼ା ଓ ବନ୍ଦର ଯାତାୟାତ ସ୍ତର ପ୍ରାୟ ପ୍ରାକ୍ ମହାମାରୀସ୍ତରରେ ପହଞ୍ଚି ଯାଇଛି ।
ବିମାନ ଏବଂ ରେଳ ଯାତ୍ରୀଙ୍କ ଯାତାୟାତ ଧୀରେ ଧୀରେ ବୃଦ୍ଧି ପାଉଛି ଯାହା ଏହା ଦର୍ଶାଏ ମହାମାରୀର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ପ୍ରଭାବ କମ ରହିଥିବା ଏଥିରୁ ଜଣାପଡ଼ିଛି ।
୨୦୨୧-୨୨ର ପ୍ରଥମ ଛଅ ମାସରେ ସେବା କ୍ଷେତ୍ର ୧୬.୭ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ପରିମାଣର ପ୍ରତ୍ୟେକ୍ଷ ବିଦେଶୀ ନିବେଶ (ଏଫଡିଆଇ) ହାସଲ କରିଥିଲା ଯାହାକି ଭାରତର ମୋଟ୍ ଏଫଡିଆଇ ପ୍ରବାହ ତୁଳନାରେ ପାଖାପାଖି ୫୪ ପ୍ରତିଶତ ।
ଆଇଟି-ବିପିଏମ ସେବା ରାଜସ୍ଵ ୨୦୨୦-୨୧ରେ ୧୯୪ ବିଲିୟନ ଆମେରିକୀୟ ଡଲାର ସ୍ତରରେ ପହଞ୍ଚି ଯାଇଥିଲା ।
ଏହି ଅବଧି ସମୟରେ ଏହି କ୍ଷେତ୍ରରେ ୧.୩୮ ଲକ୍ଷ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା ।
ପ୍ରମୁଖ ସରକାରୀ ସଂସ୍କାରଗୁଡ଼ିକ ମଧ୍ୟରେ ଆଇଟି-ବିପିଓ କ୍ଷେତ୍ରରେ ଟେଲିକମ ବିନିୟମକୁ ହଟାଇବା ଏବଂ ଘରୋଇ କ୍ଷେତ୍ରର ବୃହତ ଉଦ୍ୟୋଗ ପାଇଁ ମହାକାଶ କ୍ଷେତରକୁ ଖୋଲିବା ଏଥିରେ ସାମିଲ ରହିଛି ।
ସେବା ରପ୍ତାନି ୨୦୨୦-୨୧ର ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ମହାମାରୀ ପୂର୍ବସ୍ତରକୁ ଅତିକ୍ରମ କରି ଯାଇଥିଲା ଏବଂ ଏଥିରେ ୨୦୨୧-୨୨ ବର୍ଷର ପ୍ରଥମ ଛଅ ମାସରେ ୨୧.୬ ପ୍ରତିଶତ ବୃଦ୍ଧି ଘଟିଥିଲା ।
ସଫ୍ଟୱେର ଏବଂ ଆଇଟି ସେବା ରପ୍ତାନି ପାଇଁ ବିଶ୍ଵସ୍ତରରେ ଚାହିଦା ବୃଦ୍ଧି ଫଳରେ ଏହି ଦୃଢ଼ତା ଆସିଥିଲା ।
ଆମେରିକା ଓ ଚୀନ ପରେ ଭାରତ ବିଶ୍ଵର ତୃତୀୟ ସବୁଠୁ ବଡ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି ।
ନୂତନ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ସଗୁଡ଼ିକର ସଂଖ୍ୟା ୨୦୨୧-୨୨ରେ ବୃଦ୍ଧି ପାଇ ୧୪ ହଜାରରୁ ଅଧିକ ହୋଇଯାଇଛି ଯାହାକି ୨୦୧୬-୧୭ରେ ମାତ୍ର ୭୩୫ ଥିଲା ।
୪୪ଟି ଭାରତୀୟ ଷ୍ଟାର୍ଟ-ଅପ୍ ୨୦୨୧ରେ ୟୁନିକର୍ଣ୍ଣ ମାନ୍ୟତା ହାସଲ କରିଛନ୍ତି ଫଳରେ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ଗୁଡ଼ିକର ମୋଟ୍ ସଂଖ୍ୟା ୮୩ରେ ପହଞ୍ଚିଛି ଏବଂ ଏଥିମଧ୍ୟରୁ ଅଧିକାଂଶ ସେବା କ୍ଷେତ୍ର ସହ ଜଡ଼ିତ ।
ସାମାଜିକ ମୌଳିକ ଭିତ୍ତିଭୂମି ଏବଂ ରୋଜଗାର :
ଜାନୁୟାରୀ ୧୬, ୨୦୨୨ ସୁଦ୍ଧା, କୋଭିଡ -୧୯ ଟିକାର ୧୫୭.୯୪ କୋଟି ଡୋଜ ଦିଆଯାଇଛି ।
ଏଥିରେ ୯୧.୩୯ କୋଟି ପ୍ରଥମ ଡୋଜ ଏବଂ ୬୬.୦୫ କୋଟି ଦ୍ୱିତୀୟ ଡୋଜ ସାମିଲ ରହିଛି ।
ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସହିତ ରୋଜଗାର ସୂଚକାଙ୍କ ୨୦୨୦-୨୧ ବର୍ଷର ଶେଷ ତ୍ରୈମାସିକରେ ପ୍ରାକ୍-ମହାମାରୀ ସ୍ତରକୁ ଫେରି ଆସିଛି ।
ମାର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାପ୍ତ ତ୍ରୈମାସିକ ଅବଧିର ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଫଏଲଏସ) ତଥ୍ୟ ଅନୁଯାୟୀ, ମହାମାରୀ ଦ୍ୱାରା ପ୍ରଭାବିତ ସହରାଞ୍ଚଳରେ ନିଯୁକ୍ତି ପ୍ରାୟ ପ୍ରାକ୍-ମହାମାରୀ ସ୍ତରକୁ ଫେରି ଆସିଛି ।
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ) ତଥ୍ୟ ଅନୁଯାୟୀ, ଦ୍ୱିତୀୟ କୋଭିଡ୍ ଲହରୀ ସମୟରେ ନିଯୁକ୍ତିର ଔପଚାରିକରଣ ଜାରି ରହିଥିଲା ।
କୋଭିଡର ପ୍ରଥମ ଲହରୀ ତୁଳନାରେ ରୋଜଗାର ଔପଚାରିକରଣ ଉପରେ ଦ୍ୱିତୀୟ ଲହରୀର ପ୍ରତିକୂଳ ପ୍ରଭାବ କମ ରହିଥିଲା ।
ସାମାଜିକ ସେବା (ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ) ଉପରେ ଜିଡିପିର ଅନୁପାତ ରୂପରେ କେନ୍ଦ୍ରୀୟ ଏବଂ ରାଜ୍ୟଗୁଡିକର ବ୍ୟୟ ୨୦୧୪-୧୫ରେ ୬.୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୧-୨୨ରେ ୮.୬ ପ୍ରତିଶତରେ ପହଞ୍ଚିଛି (ବଜେଟ୍ ଆକଳନ) ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ଅନୁଯାୟୀ :-
ମୋଟ୍ ପ୍ରଜନନ ହାର (ଟିଏଫଆର) ୨୦୧୯-୨୦ରେ ହ୍ରାସ ପାଇ ୨ରେ ପହଞ୍ଚିଛି ଯାହାକି ୨୦୧୫-୧୬ରେ ୨.୨ ରହିଥିଲା ।
୨୦୧୫-୧୬ ତୁଳନାରେ ୨୦୧୯-୨୧ରେ ଶିଶୁ ମୃତ୍ୟୁହାର (ଆଇଏମଆର), ପାଞ୍ଚ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁହାର ଏବଂ ଡାକ୍ତରଖାନାରେ ପ୍ରସବ ହାରରେ ସୁଧାର ଆସିଛି ।
ଜଳ ଜୀବନ ମିଶନ ଅଧୀନରେ ୮୩ଟି ଜିଲ୍ଲା ‘ହର୍ ଘର ଜଲ୍’ ଜିଲ୍ଲାରେ ପରିଣତ ହୋଇଛନ୍ତି ।
ମହାମାରୀ ସମୟରେ ଗ୍ରାମୀଣ କ୍ଷେତ୍ରରେ ଅସଂଗଠିତ ଶ୍ରମିକମାନଙ୍କୁ ଅଧିକ ରୋଜଗାର ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଏନଆରଇଜିଏସ)ରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment